Monday, April 27, 2026
Home Blog Page 15

ଧନୀ ବାପ ଗରିବ ବାପ

0

ଆଏଜ ଆପଣମାନକୁ ଧନି ହେବାର ସୂତ୍ର ବତାମିଁ ।

କାଁଜେ ବହୁତ କମ ଲୋକ ଧନୀ ହେସନ ଆର ବାକି ଲୋକ ଗରିବ କି ମଧ୍ୟମ ବର୍ଗର ଜୀବନ ଜିଁସନ ।

ଗୁଟେ କଥାନି ନୁ ମୁଲ କରମାଁ । ରର୍ବଟ ର ଦୁଇଟା ବାପ ଥିଲେ । ଝନେ ପିଏଚଡି ଡିଗ୍ରୀ କରିଥିଲା ଆର ଝନେ ଆଠ ପାସ ନି କରିଥେଇ । ଦୁହେଁ ସ୍ମାର୍ଟ ଆର ମେହନତି ଥିଲେ । ଦୁହେଁ ରର୍ବଟ କେ ଅଲଗ ଅଲଗ ଶିକ୍ଷା ଦଉଥିଲେ:

ପିଏଚଡି ବାଲା – ପଏସା ସବୁ ଝମେଲା ର ମୁଲ ଏ ।
ଆଠ ପାସବାଲା – ଗରିବି ହିଁ ସବୁ ଝମେଲା ର ମୁଲ ।
ପିଏଚଡି ବାଲା – ଆମେ ମହଂଗା ସାମାନ ନି ଘିନି ପାରୁଁ
ଆଠ ପାସ ବାଲା – ମହଂଗା ସାମାନ ଘିନବାର ଲାଗି ଉପାଏ ବାହାର କର
ପିଏଚଡି ବାଲା – ମେହନତ କରି ପାଠ ପଢିକରି ଗୁଟେ ବଡ କଂପାନୀରେ ଚାକରି କର
ଆଠ ପାସବାଲା – ମେହନତ କରି ପାଠ ପଢ ଆର ନିଜର କଂପାନୀ ଖୁଲ ଆର ଚାକରି ଦେ

ରର୍ବଟ ଦୁହି ବାପାର ନୁ ଶିଖିକରି ତାର ନିଜର ମଗଜ ଖଟେଇକରି ତାର ଆଠପାସ ବାଲା ବାପାର କଥାକେ ଅପନାଲା ଯିଏକି ପଛେ ମିଆଁମି, ଫ୍ଲୋରିଡାର ସବୁ ନୁ ଧନୀ ଲୋକ ବନଲା । ଆର ତାର ଶିକ୍ଷାକେ ଅପନେଇକରି ରର୍ବଟ ବି ନିଜେ ଗୁଟେ କୋଟିପତି ବନଲା ।

ଇଆଡେ ତାର ପିଏଚଡିବାଲା ବାପା ଜୀବନ ଭଏର ପଏସା ଲାଗି ସଂଘର୍ଷ କରୁଥିଲା । ରର୍ବଟ ତାର ବାପା ନୁ ଆର୍ଥର୍ିକ ଶିକ୍ଷା ପାଇଥିଲା । ଯେନ ନୁ କି ସେ ଖର୍ଚା ଆର ସଂପତି ଭିତରେ ଫରକ ଯାନି ପାରିଥିଲା । ସଂପତି (asset) ବଏଲେ ଯେନଟାକି ତମର ଲାଗି ପଏସା କମାବାର ଧାର ବନବା । ଦେୟତା(liability) ବଏଲେ ଯେନଟା କି ତମର ନୁ ଧନକେ ନେଇଯାଏସି । ଧନୀ ଲୋକ ସଂପତି ଘିନସନ ହେଲେ ମଧ୍ୟମ ବର୍ଗର ଲୋକ ଜହ ଦେୟତା ଘିନସନ । ଉଦାହରଣ, ଦୁଇଟା ସାଂଗ ଥିଲେ, ବବ ଆର ବିଲ । ଦୁହେଁ ସମାନ ପୋସ୍ଟରେ ଥିଲେ, ସମାନ ଦରମା ପାଉଥିଲେ । ସେମାନେ ଦରମା ପାଏଲେ କି :

ବବ ଗେଜେଟ, ମୋବାଇଲ, ବ୍ରାଣ୍ଡେଡ କପଡା, ଜୁତା, ବାଇକ ଆଦି ଘିନବା ଯେନଟାକି ତାହାକେ ଘଡେକର ଲାଗି ଭଲ ଲାଗବା ଆର ଧନୀ ବାଗିର ଅନୁଭବ ଦେବା । ହେଲେ ସେ ଭାବି ନି ପାରେ ଯେ ସେଟା ତାର ଲାଗି ଦେୟତା ଏ, କାରଣ ସେ ଜିନିଷମାନେ ତାର ନୁ ପଏସା ଛଡେଇ ନଉଛନ । ଆର ଭବିଷ୍ୟତରେ ସେ ସାମାନ ମାନକର ଦେଖରେଖ ରେ ବି ଧନ ଖର୍ଚା ହେସି ଆର ଭବିଷ୍ୟତରେ ସେ ସାମାନ ମାନକର ମୁଲ ହଜିଯାଏସି, ସେନୁ କିଛି ଫାଏଦା ନି ମିଲେ ।

ହେଲେ ବିଲ ସେ ସବୁ ସାମାନ ନି ଘିନେ । ଅତି ଦରକାରି ସାମାନ ହେଲେ ଘିନବା ନେହେଲେ ପଏସା ବଁଚେଇକରି ରଖବା । ସେ ବଣ୍ଡ, ଷ୍ଟକ, ଜମିନ ଘିନବା ନେହେଲେ କି ନିଜର କୌଶଲ ବଢାବାରରେ ଖର୍ଚା କରବା । ଯେନ ଠାନୁ କି ଭବିଷ୍ୟତରେ ଧନ ମିଲି ପାରବା ।

ଦୁଇ ବଛର ଉତାରୁ ବିଲ ଗୁଟେ ଲାଖ ପତି ବନିିଗଲା । ହେଲେ ବବ ପଏସା ଲାଗି ସଂଘର୍ଷ କରୁଥାଏ ନ । ଆର ତାର କମ ଦରମା କେ ବାନୁ ଥେ ନ ।
ଗରିବ ଲୋକର କମାନି ଯେନ ଥି ଖର୍ଚା ହେସି ସେଟା ତାକର ସବୁ କମାନି ଖାଏଜାଏସି ।

ମଧ୍ୟମ ବର୍ଗର କମାନି ପ୍ରାୟ ଦେୟତା ରେ ଖର୍ଚା ହେସି । ଯେନଟାକେ ସେମାନେ କମାନି ଭାବସନ ।

ଧନୀ ବର୍ଗର ଲୋକ ତାକର କମାନୀ ସଂପତିରେ ଖର୍ଚା କରସନ ଯେନଟାକି ତାହାକୁ ଆର ଧନ ଦେବାର ଥି ସାହେଜ କରସି ।

ଆପଣକୁ ଯଦି ଧନୀ ହେବାର ଅଛେ ବଏଲେ ଆପଣ ଯେନ ଧନ କମାଲେ ସେଟା ନୁହେସେ, ଆପଣ କେତେ ଧନ ଛଁଛି ପାରଲେ । ଆପଣକୁ ଖାଉଟି ମାନସିକତା ନୁ ବିନିଜୋଗକାରୀ ମାନସିକତା ଅପନାବାରକେ ପଡବା ।

(ଇ ଲେଖା ରର୍ବଟ କିୟୋସାକିଂକର ପ୍ରସିଦ୍ଧ ବହି “ରିଚ ଡେଡ ପୋର ଡେଡ” ଆଧାରରେ ଲେଖା ହେଇଛେ । )

ଦାଦନ ପାସପୋର୍ଟ

ମୁନୁଷ ପଏସା କମାବାର ଲାଗି ଗୁଟେ ଠାନୁ ଆର ଗୁଟେ ଠାନକେ ଜାଏସି କି ଜିବାର କେ ବାଧ୍ୟ ହେସି ଯେତେବେଳେ ତାର ନିଜର ଜାଗାରେ ମୁନୁଷର ଶିଖଲା କୌଶଲ ହିସାବେ ତାହାକେ ପେଶା ନି ମିଲେ କି ପଏସା କମାବାର ସୁଜୋଗ ନି ମିଲେ । ଇଟା ଗୁଟେ ନୁଆଁ ଜିନିଷ ନୁହେ । ମୁନୁଷ ସଭ୍ୟତାର ସିରଜିନା ଦିନୁ ଠାନ ବଦଲଉଛେ ।

ଆଏଜକା ଇହାଦେର ଓଡିଶାର ପଶ୍ଚିମ ଭାଗ ବା କୋଶଲାଂଚଲରେ ବି ଅଂଚଳରେ କାମ ନି ମିଲୁଥିବାର ଲାଗି ଆର ଦୁଇ ପଏସା ଅଏତକା କମାବାର ଲାଗି ବାହାର ରାଏଜକେ ଖଟି ଜଉଛନ । ବିଶେଷକରି ତାମିଲନାଡୁ, ଛତିଶଗଡ, ଆନ୍ଧ୍ର, ଭୁଦେଇ(ଉତ୍ତର ପ୍ରଦେଶ) ବାଗିର ଜାଗାକେ କରବାର ଲାଗି ଯାଉଛନ । ସେଠାନକେ ପ୍ରାୟ କମ ପଢା ଦିନ ମଜରିଆ ମାନେ ଭିନେ ଭିନେ କାମ ଜେନ୍ତା କି ଇଟା ଭାଟିରେ ମଜଦୁରି, କାର୍ପେଟ ଫେକ୍ଟ୍ରିରେ କାମ ଲାଗି ଯଉଛନ । ହେଲେ ଦାଦନ ଭୁତିଆର ମାନେ କମ ପଢା ହେଇଥିବାର ଲାଗି ରେଲ ଥି ଗଲା ଆଏଲା ବେଲେ, ଅଲଗ ରାଏଜର ଅଲଗ ଭାଷା ସଂସ୍କୃତି ଭିତରେ ନିଜକେ କେତନି କେତନି ଅସବିଧା ଭିତରେ ପାଇଥିସନ । ହଠାତ କେନସି ଅଘଟନଟେ ହେଇଗଲେ ସେ ଠାନର ପୁଲିସକେ କି ଇନର ପୁଲିସକେ ଜନାବାର ଏତକିରି ସେମାନକର ଉପାୟ ନି ଥାଏ । ଆର ଇଟା ଭାଟିରେ କାମ କରବାର ଲାଗି ତାମିଲନାଡୁ ଯାଉଥିବା ଭୁତିଆର ମାନେ ଯେହେତୁ ବନ୍ଧୁଆ ହିସାବେ ଯାଏସନ, ସେନ ଦଲାଲ ଆର ମାଲିକ ର ଅତ୍ୟାଚାର ର ଶିକାର ହେସନ । ଆପଣ ଖବର କାଗଜ ଲେହଁଟାଲେ ଦାଦନ ର ଦୁଖ ବାବଦେ ଫି ଦିନ କିଛି ନା କିଛି ଖବର ପାଏବେ ।

ସେଥିର ଲାଗି, ଦାଦନ ଯିବାରଟାକେ ବନ୍ଦ ନାଇଁ କରିକି ଦାଦନ ର ପ୍ରକିୟା କେ ସରକାର ସରଲ ଆର ତାର ନିରିକ୍ଷଣ ଭିତରେ ରଖଲେ ଦାଦନ ଭୁତିଆର ମାନକୁ ସୁବିଧା ହେତା । ସରକାର କେ ଜହ କିଛି କରା ନି ପଡେ, ଖାଲି ଯେନମାନେ ଦାଦନ ଯାଉଛନ ସେ ଭୁତିଆର ମାନେ ନିଜର ଥାନା ଆର ତହସିଲ ଅଫିସ ନ ପଂଜିକୃତ କରିପକାବେ ଆର ସେନ ତାକର ସବୁ ବିବରଣି ରହିଯିବା ଆର ଯେନ୍ତା ଭାରତର ନାଗରିକ ମାନେ ବାହାର ଦେଶକେ କାମ କରିଗଲେ ପାସପୋର୍ଟ ବନାସନ ସେନ୍ତା ତହସିଲ ଅଫିସ ଆର ଥାନାର ମିଳିତ ହିସାବେ ଦାଦନ ଭୁତିଆର ମାନକୁ ବିଶେଷ ପାସପୋର୍ଟ ଦିଆଯିବା । ଓଡିଶା ସରକାର ଠାନେ ଦାଦନ ଯାଉଥିବାର ଲୋକର ବିବରଣୀ ରହେଲା । ସରକାର କାଣା କରବା ଭୁତିଆର ଯେନକେ ଦାଦନ ଯିବା ସେନର ପୁଲିସ କେ ଗୁଟେ ନକଲ ବିବରଣୀ ମେଲ କରିଦେବା କି ଯେନ୍ତା କରି ହଉ ପଠାବା । ଆର ଦାଦନ ଭୁତିଆର ସେ ଯାଗାକେ ପହଁଚିଲେ କି ସେନର ପୁଲିସକେ ପହଁଚିଲି ବଲି ନିଜର ହାଜିରା ଦେଖେଇ ଦେବା । ବେଶ ଏତକର ଦୁହି ଆଡର ସରକାର ର ନଜର ଭିତରେ ଦାଦନ ଭୁତିଆର ରହେଲା । କିଛି ବି ଅଘଟନ ଘଟଲେ ସରକାର କେ କେନସି ପଦକ୍ଷେପ ନେବାରକେ ସୁବିଧା ହେବା ।

ସାକେତ ଶ୍ରୀଭୂଷଣ

How Bijepur voted this time

Bijepur has been a centre of political experiment and attraction after the death of Congress MLA Subal Sahu in 2017. A fort of Congress turned into a playground for BJD now. For the students of politics indeed a case study that politics is a dynamic institution.

Before discussing the present election lets go the backdrop a bit to study the strategy of BJD. After the death of Congress MLA Subal Sahu his wife Rita Sahu was fielded as the BJD candidate in the by-election and it was nothing but a turnout of sympathy votes that favour the BJD candidate. And another noticeable thing happened is Congress declined to 3rd sport and BJP inclined to 2nd spot.

But in recently concluded general election CM Naveen Patnaik fielded himself from Bijepur as well as from Hinjili. It surprised many but it is a strategy to hold on the seat by the ruling BJD. BJD was failing to capture Bijepur only because of internal conflicts between aspirants. And this time too, numbers of aspirants were many for Bijepur seat from BJD and the sympathy for Rita Sahu had already faded. Kindly note that heavyweight leader like Prasanna Acharya was defeated from this constituency. And BJP was looking to give a tough contest that’s why CM fielded himself. And up to certain level the conflict was diffused temporarily.

But the opponent BJP did not fight well. Naveen did three rallies in the three blocks of the constituency where as Dharmendra Pradhan did only one meeting at Bijepur. Effort from the party was lacking to counter Naveen in campaigning. No central level leader turnout to campaign for the BJP candidate. The result will be declared on 23rd but it seems it will go to the account of BJD.

Saket Sreebhushan Sahu comments on politics and culture

ବରଗଡ ଲୋକସଭାର ପୋଷ୍ଟମର୍ଟମ

ବରଗଡ ର ୫ଟା ଆର ଝାରସୁଗୁଡାର ୨ଟା ବିଧାନସଭା କେ ନେଇକରି ବରଗଡ ଲୋକସଭା । ଖାଲି ପଦମପୁରକେ ଛାଡିଦେଲେ ସବୁ ନିର୍ବାଚନ ମଣ୍ଡଲି ନ କୁଲତା ଭୋଟର ବାକି ଜାତିର ଭୋଟର ଠାନୁ ଜହ ଅଛନ । ହେଲେ କେନସି ନା କେନସି କାରଣରୁ ଉତ୍ତର ପ୍ରଦେଶ ଆର ବିହାର ର ଯାଦବ ମାନକର ବାଗିର କୁଲତାମାନେ ବରଗଡ ନ ଧୃବୀକରଣ କରବାର ଥି ବିଫଲ ହେଇଛନ ।

ତିନହି ମୁଖିଆ ଦଲ ଇ ଥର ଏନ୍ତା ପ୍ରାର୍ଥି ଦେଇଛନ ବରଗଡେ ଯେ ଭୋଟର ନୋଟାକେ ଦେମୁଁ ବଲି ସୋସିଆଲ ମିଡିଆରେ ମତ ପାଉଛେ । ଇ କଥା କେତେ ସତ ?
କଂଗ୍ରେସ ର ପ୍ରାର୍ଥି ପ୍ରଦୀପ ଦେବତା ପେଶାରେ ବେପାରୀ । ତାଂକର ହେନ୍ତା ବିଶେଷ ରାଜନୈତିକ କାର୍ଯ୍ୟକଳାପ ଆଘୋନୁ ନାଇଁ ଥାଇ । ସେ ବରଗଡ ସହର ଭିତରେ ଖାଲି ଜନାଶୁନା ।

ବିଜେପି ନୁ ଉଠିଛନ ସୁରେଶ ପୁଝାରି ଆର ବିଜେଡି ରୁ ପ୍ରସନ୍ନ ଆଚାର୍ଯ୍ୟ । ଦୁହେଁ ରାଜନୀତିରେ ଜନାଶୁନା ନାଁ ।

ତିନହି ଦଲର ପ୍ରାର୍ଥୀ ଆର ତାକର ଥିତି ବାବଦେ ଆଲୋଚନା କରବାର ଆଘୋନୁ ଟିକେଟ ବାଁଟିବାର ସମିଆଁ କେ ଟିକେ ଜିମା ।

କଂଗ୍ରେସରୁ ଗୁଟେ କିସମେ ସଂଜୟ ଭୋଇଂକର ଟିକେଟ ପକ୍କା ହେଇସାରିଥିଲା ନ ବେଲକେ ବିଜେପି ରୁ ସୁବାସ ଚୌହାନ ତାଂକର ସପକ୍ଷରେ ଜନମତ ବନେଇ ସାରିଥିଲେ ନ । ହେଲେ ଅଚାନକ ଉଲଟିଆ-ପୁଲଟିଆ ହେଇଗଲା ସବୁ । ବିଜେଡି ଲୋକ ସଭା ସାଂସଦ ପ୍ରଭାସ ସିଂକର ଜାଗାରେ ରାଜ୍ୟ ସଭା ସାଂସଦ ପ୍ରାର୍ଥୀ ହେଲେ ଆର ବିଜେପୁରୁ ମୁଖ୍ୟମଂତ୍ର ନବୀନ ନିଜେ ଉଠଲେ । ଇଥିରେ ବିଜେଡି-କଂଗ୍ରେସ ଆର ବିଜେଡି-ବିଜେପି ଭିତରେ ବୁଝାମଣା ଥିଲା ବାଗିର ଲାଗସି ।

କାଣା ଆପଣ ମାନେ ବରଗଡେ ନଡା ପୁଆଲ ନୁ ଇନ୍ଧନ ଗେସ ବନବାର କାରଖାନା ର ଶୁବ ଦେଲା ବେଲର କଥା ସୋର କରିଛନ? ସୋର କରିଛନ ପ୍ରସନ୍ନ ଆଚାର୍ଯ୍ୟ ଧମେନ୍ଦ୍ର ପଧାନକେ କେନ୍ତା ଟେଁକିଥିଲେ ଯେ “ଓଡିଶାର ବିକାଶ ପୁରୁଷ” ବଲିଥିଲେ । ଧମେନ୍ଦ୍ର ବି ସୁଶାନ୍ତ ସିଂକେ ତେରଛା କରି ଗାଲି ଦେଇଥିଲେ ସେ ସଭା ନ । ସୁଶାନ୍ତ ଦୁହିକର ଆଁଖିର ବଏରି । ଧମେନ୍ଦ୍ରକେ କହିକରି ସୁବାସଂକର ଟିକେଟ କାଟଲେ ପ୍ରସନ୍ନ । କାରଣ ସୁବାସ ଜନମତ ବନେଇ ସାରିଥିଲେନ ଜିତବାର ଲାଗି । ସୁବାସକର ଦୁର୍ଭାଗ୍ୟ ଯେ ସେ ଧମେନ୍ଦ୍ର ସାଂଗେ ବି ନି ପଟନ । ଇଆଡେ ସଂଜୟ କଂଗ୍ରେସ ନୁ ପାଇଥିଲେ ହୁଏତ ଅଲଗା ହେଇଥିତା । କୁଲତା ଭୋଟ ସେଆଡେ ପଲେଇଯିବା ଭାବି କଂଗ୍ରେସରୁ ନୁଆ ଲୋକ ଗୁଟେକେ ନେଇକରି ଟିକେଟ ଧରାଲେ । ନିରଂଜନ ପଟ୍ଟନାଏକଂକର ସେ କଥା ଆପଣମାନକୁ ସୋର ଥିବା, “ମୁଇଁ ନବୀନ ପଟ୍ଟନାଏକକର ଲାଗି ହିଁ କଂଗ୍ରେସର ସଭାପତି ହେଇପାରିଛେଁ”ବଲି ଯେନ କହିଥିଲେ । ବିଜେଡିର ବି ଟିମ ବାଗିର କାମ କରୁଛେ କଂଗ୍ରେସ । ସାଧୁ ନେପାକ ଆର ବାବଲୁ ଦେବତାଂକର ଟିକେଟ କଟବାର ପଛାଡେ ବିଜେଡିର ହାତ ଅଛେ । କାରଣ କଂଗ୍ରେସର ଯାହା ଭୋଟ କମବା ସେଟା ବିଜେଡି ଥି ଯୁଡବା ।

ଆର ବିଜେପିରୁ ବରଗଡ ରାଜନୀତିରେ ସକ୍ରିୟ ଥିବା କାହାକେ ଟିକେଟ ନାଇଁ ଦେଇକରି ସୁରେଶଂକୁ ଟିକେଟ ଦେବାର ପଛାଡେ କାଣା ରହସ୍ୟ ଥାଇପାରେ ? ସୁରେଶ ପୁଜାରୀ ବିଜେପିର ପଶ୍ଚିମ ଓଡିଶାର ବଡ ନେତା । ମାରବାଡି ମାନକର ବିରୋଧରେ ଆନ୍ଦୋଲନ କରିକି ସମଲପୁରେ ଥରେ ମୁନସିପାଲଟି ଚେୟାରମେନ ହେଇଥିଲେ । ପାର୍ଟିରେ ବଡ ବଡ ପୋଷ୍ଟରେ ବି ରହିଛନ ହେଲେ କେଭେ ଭୋଟ ଜିତି ନି ପାରି । ସମଲପୁରେ ଜୟନାରାୟଣ ସାଂଗେ ମୁଲୁ ଅପଟ । ବିଜେପି ତାହାକୁ ସେନୁ ଖସରାବାର ଚାହୁଁଥିଲା, ଆର ସ୍ଥାନୀୟ ରାଜନୀତି ରୁ ଦୁରିଆ ରଖବାର ଲାଗି ପଶ୍ଚିମ ବଂଗର ପ୍ରଭାରୀ ବି ରଖିଛେ । ମୌକା କେ ବରଗଡ ଖାଲି ହଉଥିଲା ଆର ବରଗଡେ ଆଶାୟୀମାନକର ଗୁଟବାଜି ବି ବନ୍ଦ ହେଇଜିବା । ସୁରେଶ ସମ୍ବଲପୁରୁ ନକରାଲା ନେତା । ପ୍ରସନ୍ନ ବି ରାଜନୈତିକ ଦୃଷ୍ଟିରୁ ବରଗଡ ଜିଲ୍ଲାର କେନସି ବିଜେଡି ବିଧାୟକ ସାଂଗେ ନି ପଟନ ।

ଆକଲନ କଲେ ବିଜେଡିର ୭ଟା ବିଧାୟକ ଯେହେତୁ ଜିତୁଛନ ସେ ହିସାବେ ପ୍ରସନ୍ନ ଆଚାର୍ଯ୍ୟଂକର ଜିତବାରଟା ତୟ ଏ ହେଲେ ଲୋକ ଆର ଗୁଟେ ନାରା ବି ଦଉଛନ, “ଗୁଟେ ନବିନକେ ଗୁଟେ ମୋଦି କେ” ଯଦି ଇଟା କାମ କରିଗଲା ବେଲେ ସୁରେଶ ପୁଝାରିଂକର ଭାଗ୍ୟ ତେଜ ବଲମା ।

ଇମାନକର ଭିତରୁ ହିଁ କିଏ ଝନେ ଜିତବା ହେଲେ ନୋଟା କେ ବି ବନେ ଦିରା ଭୋଟ ଜିବା ।

ବରଗଡ ରାଜନୀତିର ପୋଷ୍ଟମର୍ଟମ: ବିଧାନସଭା

0

ପହେଲା କିସ୍ତି ଭୋଟ ୧୧ ତାରିଖ ସରଲା ନ । ଦୁସରା କିସ୍ତି ୧୮ ତାରିଖ ହେବା । କାଲକେ ସରବା ପ୍ରଚାର । ନିର୍ବାଚନ ମଣ୍ଡଲୀ ମାନକୁ ଟିକେ ଯାଁଚ କରମା କେନ୍ତା ଅଛେ କେନର ପରିସ୍ଥିତି ।

ଅତାବିରା

ଅତାବିରା ନ ୨୦୧୪ର ଜୁନ୍ହା ପ୍ରାର୍ଥୀମାନେ ମଏଦାନ ନ ଅଛନ । ୨୦୧୪ରେ ବିଜେଡି ଆର କଂଗ୍ରେସ ଭିତରେ ମୁକାବିଲା ହେଇଥିଲା ବେଲକେ ଇ ଥର ବିଜେଡି ଆର ବିଜେପି ଭିତରେ ମୁକାବିଲା ହଉଛେ । ବିଜେଡି ରୁ ମଂତ୍ରୁି ସ୍ନେହାଂଗିନୀ ଛୁରିଆ ତାକର ଚୌକିକେ ବଁଚେଇ ରଖବାର ଲାଗି ଲାଗିଥିବାର ବେଲକେ ବିଜେପିର ମିଲନ ସେଠ କଡା ଟକ୍କର ଦଉଥିବାର ଦେଖବାର କେ ମିଲିଛେ । ହେଲେବି ମଂତ୍ରି ଛୁରିଆଂକର ଆଡକେ ଜନମତ ବେଶୀ ଢଲୁଥିବାର ଜନାପଡୁଛେ ।

ବରଗଡ

ବରଗଡେ କଂଗ୍ରେସ ର ଗଲା ଥର ର ପ୍ରାର୍ଥୀ ସାଧୁ ନେପାକ ଯିଏକି ଥରେ ବିଧାୟକ ରହିସାରିଛନ ଆର ଇ ଥର ବି ଆଶାୟୀ ଥିଲେ ଟିକେଟ ଲାଗି ତାହାକୁ ଦଳ ତରଫୁ ଟିକେଟ ନାଇଁ ମିଲଲା । ସେ ପାର୍ଟି ଛାଡିଦେଲେ, ବିଜେଡି ରେ ଯୋଗ ଦେଲେ ।

ମଏଦାନରେ ଇଥର ମୁଖିଆ କରି ବିଜେଡି ରୁ ଦେବେଶ ଆଚାର୍ଯ୍ୟ, ବିଜେପି ରୁ ଅଶ୍ୱିନୀ ଷଡଂଗୀ, ଆର କଂଗ୍ରେସରୁ ନିପନ ଦାସ । ନିପନ ନୁଆଁକରି ଭୋଟ ଲଢୁଥିବାର ବେଲକେ ବରଗଡର ତୁମ ପଡିଥିବାର ଭୋଟର ତାହାକୁ ଦେଇ ପାରନ ବଲି ଶୁନବାରକେ ମିଲୁଛେ ।

ଅଶ୍ୱନୀ ଷଡଂଗୀ ଗଲା ଥର ୩ ନମରରେ ଥିଲେ ବି ଇଥର ପାର୍ଟି ତରଫରୁ ଭିନେ ଭିନେ ତେଲ କଂପାନୀର ସିଏସଆର ପଏସାରେ କେତନି ଲୋକ ହିତକର କାମ କରିଛନ । ଆର ଇହାଦେ ତାକର ସିଧା ଟକ୍କର ବିଜେଡିର ବିଧାୟକ ଦେବେଶ ଆଚାର୍ଯ୍ୟ ସାଂଗେ ହଉଛେ । ଇତାର ବାହାରେ ବରଗଡ ବିଧାନ ସଭା ନ ଥିବା କୁଇଲତା ଭୋଟରକୁ ଲୁଭାବାର ଲାଗି ରାମଚଣ୍ଡୀ ମନ୍ଦିରକେ ୧ କୋଟି ଟଂକା ଦେଇଛନ । ହେଲେ କୁଇଲତା ଭୋଟର ବରଗଡ ବିଧାନ ସଭା କାଣା ପୁରା ବରଗଡ ଲୋକ ସଭାରେ ସଂଗଠିତ ନୁହନ । ଖାଲି କିଛି ଲୋକ ବ୍ୟକ୍ତିଗତ ଫାଏଦା ଲାଗି ୨/୪ ଲୋକକୁ ନେଇକରି ଭିନେ ଭିନେ କମିଟୀ ବନେଇ ଦେଇକରି ରାଜନୈତିକ ଦଳ ମାନକର ନୁ ପଏସା ନେବାର ଚେଷ୍ଟା ଛଡା ଆର କିଛି ନୁହେ । ବରଗଡର ବନିଥିବା ଜିଲ୍ଲା କମିଟୀ ବି ହେନ୍ତା ୨/୪ ଲୋକର କମିଟୀ ଆଏ । ତାର ତୃଣମୂଳ ସ୍ତରରେ କେନସି ସଂଗଠନ ନେଇଁନ କି କମିଟୀର ସଭାପତି କି ସଂପାଦକ କି ଆର କେନସି ଲୋକକୁ ଗା ଗହଲିରେ କିହେ ନେଇଁ ଚିହ୍ନନ ନେଇଁ କି ସେମାନକୁ କିହେ ମାନନ ବି ନାଇଁ । ଇହାଦେ କୁଇଲତା ସଂଗଠନ ବାବଦେ ଜହ ଲେଖବାର ଜରୁରି ନେଇଁନ । ଏତକି ଯେ କୁଇଲତା ମାନେ ସବୁ ଦଳରେ ଅଛନ ଆର କୁଇଲତା ଭୋଟ ସବୁ ଆଡକେ ଭାଗ ହେବା । କୁଇଲତା ଭୋଟକେ ଆଶା କରିକି ରହେଲେ ମୁସକିଲ ହେବା ।

ବିଜେଡି ରେ ସାଧୁ ନେପାକ ଯୋଗଦେଲା ଉତାରୁ, ଆଘୋରନୁ ଆର ମଜବୁତ ହେଇଛେ ଇତାର ବାହାରେ ଟୁକୁ ମିଶ୍ର ବି ବିଜେଡି ଯୋଗଦେଲା ଉତାରୁ ତାଂକର ବି କିଛି ଭୋଟ ବିଜେଡି ଆଡକେ ନିହାତି ଯିବା । ସବୁ କେ ମିଶାଲେ ଦେବେଶ ଆଚାର୍ଯ୍ୟଂକର ସ୍ଥିତି ସବକର ନୁ ଆଗେ ଅଛେ ବରଗଡେ ।

ଭଟଲି

ଭଟଲି ରେ କଂଗ୍ରେସ ରେ ପ୍ରକାଶ ଦେବତାଂକର କୁଟୁମ ନୁ ଦୁରିଆ ହେଇଛେ ଟିକେଟ । ନୁଆଁ ଚେହେରା ସରୋଜ ମହାପାତ୍ର ।

ବିଜେପି ବି ବଦଲେଇଛେ ପ୍ରାର୍ଥୀ । ଗଲା ଥର ପ୍ରାର୍ଥୀ ଥିଲେ, ସୌରୀଚରଣ ବାରିକ ହେଲେ ଶେଷ ତକ ଚର୍ଚାରେ ଥିଲେ ଗଲା ଥର ସ୍ୱାଧୀନ ଉଠିକରି ଦୁସରା ନମର ଥି ରହିଥିବା ସୁଶାନ୍ତ ମିଶ୍ର । ହେଲେ ଇରାଶିଷ ଆଚାର୍ଯ୍ୟକେ ମିଲଲା ଟିକେଟ ।

ଭଟଲିରେ ସିଧା ଟକ୍କର ବଜେଡି ପ୍ରାର୍ଥୀ ସୁଶାନ୍ତ ସିଂ ଆର ବିଜେପି ର ଇରାଶିଷ ଆଚାର୍ଯ୍ୟ ଭିତରେ । ଭଟଲିର ମୁଖିଆ ଭୋଟର କୁଇଲତା ଜାଏତ ଏଜତକ ସୁଶାନ୍ତ ସିଂକେ ଜିତବାର ଥି ସାହେଜ କରି ଆସିଛନ । ଲମରୁପାଲି ରାମଚଣ୍ଡୀ ମନ୍ଦିର ବନାବାର ରେ ଯୋଗଦାନ ହଉ କି ଭଟଲି ଅଂଚଲରେ ବଡଭାଗୀ କୁଇଲତା ହିଁ ତାଂକର ମୁଖିଆ ସହଜୋଗୀ ଅଛନ । ଆର କୁଇଲତା ଭୋଟର ହିଁ ଭଟଲିରେ ତୟ କରବେ ହାର ଜିତ ।

ପଦ୍ମପୁର

ପଦମପୁର କଂଗ୍ରେସରେ ସତ୍ୟ ସାହୁ ଟିକେଟ ଫିରି ପାଇଛନ । ଗଲା ଥର କଂଗ୍ରେସ ଭୋଟ ଜେନ ବିଜେପି ଆଡକେ ପଲେଇ ଯେଇଥିଲା ସେଟା କଂଗ୍ରେସରେ ରହିଯିବା ।
ବିଜେପି ର ବିଧାୟକ ପ୍ରଦୀପ ପୁରୋହିତ ନିଜର ଚୌକି ବଁଚାବାର ଲାଗି କଡା ସଂଘର୍ଷ କରୁଛନ । ଗଲା ଥର ବିଜୟ ବରିହାଂକର ଆଦିବାସୀ ଭୋଟ କାଟବାର ଲାଗି ଗୋବର୍ଧନ ଭୋଇଂକୁ ଉଠେଇଥିଲେ । ଗୋବର୍ଦ୍ଧନ ଯେନ ପାଖା ପାଖି ୫୦୦୦ ଭୋଟ ପାଇଥିଲେ ସେଟା ହିଁ ତୟ କରିଥିଲା ହାରଜିତ ଆର ଆଦିବାସି ନେତା ବିଜୟ ବରିହା ହାରିଥିଲେ । ଇଥର ଦୃଶ୍ୟ ଅଲଗା ଅଛେ । ପ୍ରଦୀପ ପୁରୋହିତଂକର ବିରୁଦ୍ଧରେ ବିଜେପିର ର ଅସନ୍ତୁଷ୍ଟ ରାଜୁ ଘିବେଲା ଉଠିଛନ । ଆର ଗୋବରଧନ ବିଜେପିରେ ମିଶି ସାରିଛନ । ବିଜେପି ନୁ ସତ୍ୟ ସାହୁ ଭୋଟ କାଟବେ ଆର ରାଜୁ ଘିବେଲା କାଟବେ ବଏଲେ ଫାଏଦା ବିଜେଡିର ବିଜୟ ସିଂ ବରିହାଂକୁ ହଉଛେ ।

ବିଜେପୁର

ବିଜେପୁରରେ କଂଗ୍ରେସ ନୁ ଉଠିଛନ ଆଘୋର ମଂତ୍ରି ରିପୁନାଥ ସେଠ । ରିପୁ ବରପାଲି ବ୍ଲକରେ କିଛି ଭୋଟ ନେବେ ।

ବିଜେପି ପ୍ରାର୍ଥୀ ଦେଇଛେ ବିଜେପୁର ଜମିଦାର ସନତ ଗଡତିଆଂକୁ । ପ୍ରାର୍ଥୀ ପତ୍ର ଦାଖଲ କରବାର ଆଘୋର ରାତି ବିଜେପି ଘୋଷଣା କଲା ତାଂକର ନାଁ । ସନତ ଗଡତିଆ ବାଏ-ଇଲେକସନ ସମିଆଁରେ ବିଜେଡି ଛାଡି ବିଜେପି ଯୋଗ ଦେଇଥିଲେ । ହେଲେ ଯେନ ବଛରଟେ ସମିଆଁ ତାହାକୁ ମିଲିଥିଲା ସଂଗଠନ କରବାର ଲାଗି ସେ ନାଇଁ କରିପାରି । ଖାଲି ତାଂକର ବିଜେପୁର ବ୍ଲକର କିଛି ଗାଁରେ କୁଇଲତା ମାନକର ସଭା କରିଛନ । ହେଲେ କୁଇଲତାମାନେ ସବୁ ଦଲରେ ଅଛନ, ଆର ବିହାର, ଉତ୍ତର ପ୍ରଦେଶ ରେ ଯାଦବ ମାନକର ବାଗିର ବରଗଡ ଲୋକ ସଭା କୁଇଲତା ବହୁଲ ହେଲେ ବି ଏଜ ତକ ସେ କିସମର କୁଇଲତାକର ଧୃବୀକରଣ ଦେଖବାରକେ ନି ମିଲବାର ତାଏଲ । ସନତଂକର ସଂଗଠନ କି ଜନସଂପର୍କ ହେତେ ମଜବୁତ ନାଇଁ ଥିଲେ ବି ତାଂକୁ ଟିକେଟ ଦେବାର କାରଣ ଅଲଗା କିହେ ବିଜେପିରୁ ଉଠବାର ଲାଗି ନାଇଁ ଚାହୁଁଥାଇ । କାରଣ ବିଜେଡି ରୁ ଖୁଦ ନିଜେ ମୁଖ୍ୟମଂତ୍ରୀ ନବୀନ ପଟନାଏକ ଉଠୁଛନ । ନବୀନ ବିଜେଡିରୁ ଉଠଲା ଉତାରୁ ଆର ସନତ ବିଜେପିରୁ ଟିକେଟ ପାଏଲା ପରେ ବିଜେପୁର ବ୍ଲକର ବଡଭାଗି ଆଗଧାଡିର ବିଜେପି କର୍ମି ବିଜେଡିରେ ମିଶିଗଲେ । ବରପାଲିରେ ବିଜେପିର ସଂଗଠନ କିଛି ଖାସ ନେଇଁନ । ଅଶୋକ ପାଣିଗ୍ରାହୀ ଯୋଗଦେଲା ଉତାରୁ ବରପାଲିର ବିଜେପି କର୍ମି ଦଲ ଛାଡିକରି ବିଜେଡି ଯୋଗ ଦେଇଥିଲେ । ବରପାଲି ବିଜେପି ବଏଲେ ସେ ଏକଲା । ଗାଏସିଲେଟରେ ବି ବିଜେପିର ସଂଗଠନ ହେତକି ମଜବୁତ ନାଇଁନ । ସନତଂକର ସାହାରା ବଏଲେ କୁଇଲତା । ହେଲେ ମୁଇଁ ଆଘୋନୁ କହିଛେଁ ଯେ, କୁଇଲତାମାନେ ସବୁ ଦଲରେ ଅଛନ । ଆର ଯେନ କୁଇଲତା ସଂଗଠନ ତାଂକର ଲାଗି ପ୍ରଚାର କରୁଛନ (ବରଗଡର ମନ୍ଦିର ବନାବାର ନାଁରେ ପଏସା ଆନିଥିବା), ସେମାନେ ସବୁ ବରଗଡୁ କି ଆର ବାହାରୁ ଆସିକରି ଯେନମାନକର କି ସ୍ଥାନୀୟ କୁଇଲତାକର ସାଂଗେ କେନସି ସଂପର୍କ ନାଇଁ କି ସେମାନକୁ କିହେ ଚିହ୍ନି ନାଇଁ । ସେମାନେ ବି ଭୋଟ ପ୍ରଚାର ନାଁରେ ଖରାମାସେ ଏସି ଗାଡିଥି ଗାଁ ବୁଲବାର ଛଡା କିଛି ନି କରବାର । ଇ ପରିସ୍ଥିତିରେ ସନତଂକର ଲାଗି ଇହାଦେ ସବୁ ନୁ ବଡ ପ୍ରଶ୍ନ ସମ୍ମାନ ଜନକ ଭୋଟ ପାଏବାରଟା ।

ବିଜେଡିର ପ୍ରାର୍ଥି ମୁଖ୍ୟମଂତ୍ରି ନବୀନ ପଟ୍ଟନାଏକ । ତାକର ଲାଗି ତାକର ତିନହି ବ୍ଲକର କର୍ମି, ନେତା, ବାହାରିଆ ନିର୍ବାଚନ ମଣ୍ଡଲୀର ନେତା ଆର ଅଫିସର ସବେ ଜୁଟି ପଡିଛନ । ବାଏ ଇଲେକସନ ବେଲେ ଜେନ୍ତା କସରତ କରିଥିଲେ ବିଜେଡି ବାଲେ ମୁଖ୍ୟମଂତ୍ରି ଲାଗି ସେନ୍ତା କସରତ କରୁଛନ ।

ପାଁଚି ବିଧାନସଭାରେ ଇହାଦେ ବିଜେଡି ବିଜେପି ର ସିଧା ଟକ୍କର ହେଲା ବେଲକେ ବିଜେଡି ସବୁ ନ ଜିତବାର ପରିସ୍ଥିତିରେ ଅଛେ ।

ଚେରେ ଆର ମାକଡ

0

ପାହାଡେ ଦଲେ ମାକଡ ରହୁଥିଲେ । ଶୀତ ମାସେ ଜୋରରେ ବର୍ଷା ହେଲା । ବର୍ଷା ଥି ଭିଜିକରି ସେମାନେ ଥରୁଥିଲେ ।

ଇ ଭିତରେ ମାକଡମାନେ ଦିରା ଗୁଂଜ ଫଲ ପାଏଲେ ଯେନଟାକି ସେମାନକୁ ଅଂଗରା ବାଗିର ଦିଶୁଥିଲା । ତାକର ଲାଗି ଟିକେ ଜୁଏ ଜାଲାବାର ଲାଗି ଗୁଂଜକେ ଫୁକି ବସଲେ ।
ପାଖର ଗଛେ ଚେରେ ଗୁଟେବସିକରି ସବୁ ଦେଖୁଥେ । ମାକଡମାନକର କବାର ଦେଖିକରି ତାହାକୁ ବୁଧି ଟିକେ ବତାସି ବଲି ଭାବଲା, କେନ୍ତା ବୁଡବକ ଅ ତମେ । ତମେ ଗୁଂଜ ଫଲକେ ଅଂଗରା ଭାବିକରି ଫୁକୁଛ । ହେନୁ କେଭେ ଜୁଏ ନି ବାହାରେ । ତମେ ଯେନଟା କରୁଛ ସେଟା ସମିଆଁ ନକସାନ ଏ । ହେ ଫଲ ତମକୁ ଥଣ୍ଡା ନୁ ବଁଚେଇ ନି ପାରେ । ଯାଇକରି କେନ ଗୁଁଫା ଦେଖ ଆର ବର୍ଷା ଆର ଥଣ୍ଡା ନୁ ବଁଚି ପାରବ ।

ମାକଡମାନକୁ କଥାଟା ପସନ କେ ନି ଆସଲା । ଗୁଟେ ବୁଢା ମାକଡ ବଏଲା, ତୁଇ ବୁଡବକ ଆଉ । ତୁଇ ଆମର କାମେ ଦଖଲ ଦଉଛୁ ।

ହେଲେ ଚେରେ ନି ମାନଲା । ବୁଢା ମାକଡର କଥାକେ ଅନଦେଖା କରିକି ତଲକେ ଉତରି ଆସିକରି ମାକଡମାନକୁ ଅଟକାବାର କେ ଚାହେଁଲା । ହେଲେ ମାକଡ ମାନେ ନି ଶୁନଲେ ।

ଚେରେ ମାକଡ ମାନକର ଆର ପାଖକେ ଆସିକରି ବୁଝାବାରକେ ଚେଷ୍ଟାକଲା ଯେ ସେମାନେ ଯାହା କରୁଛନ ସେଟା ବେକାର ଏ ।

ତାକର କବାର ନୁ ବିରକ୍ତ ହେଇକରି ମାକଡମାନେ ଜଜରମାନ ହେଇଯଉଥିଲେ । ଗୁଟେ ମାକଡ ଚେରେକେ ଧରିକରି ତଲେ କେଚରେଇ ଦେଲା । ଚେରେ ଗୁହେରୁ ଜଖମ ହେଇଗଲା ।

ନି ମାଗବାର ତକ ଉପଦେଶ ନି ଦେବ
ସାକେତ ଶ୍ରୀଭୂଷଣ

ହାତୀ ଆର ଚଁଟିଆ

0

ଗୁଟେ ଜଂଗଲେ ଗୁଟେ ବଢେ ଗଛର ଟିପି ନ ତାକର ଗୁଡା ଥି ଗୁଡାଦୁ ଚଁଟିଆ ଉଷତେ ରହୁଥିଲେ ।

ମାହେଜି ଚଁଟିଆ ଗୁଡା ଥି ଅଣ୍ଡା ଦେଇଥିଲା ଆର ଛୁଆ ଫୁଟାବାରକେ କରୁଥିଲା ।

ଦିନେ ଖରା ମାସର ଖରା ସହି ନି ପାରିକରି ହାତୀ ଗୁଟେ ଜଖା ହେଇଗଲା ।

ତାର ଚାଲଲା ବାଟର ସବୁ ଗଛକେ ଭାଂଗି ଦଉଥେ । ତାର ଗଲା ବାଟେ, ସେ ଚଁଟିଆମାନେ ଗୁଡା କରିଥିବାର ଡାହି ମାନକୁ ବି ଭାଂଗି ପକାଲା ।
ଡାହି ଛିଡିଗଲା କି ଗୁଡା ବି ତଲେ ପଡିଗଲା ଆର ଅଣ୍ଡାମାନେ ତଲେ ପଡିକରି ଫାଟିଗଲା ।

ଯଦିବି ଚଁଟିଆଁମାନେ ଉଡିକରି ପଲେଇଗଲେ, ତାକର ଅଣ୍ଡା ଭାଂଗିଗଲା ସେଟା ଦେଖିକରି ହୁରୁଦ ଭାଂଗିଗଲା । ମାହେଜି ଚଁଟିଆ ହେଁକେଇ ହେଁକେଇ କାନ୍ଦଲା ।
ଟିକେ ଦୁରିଆ ଥି ଗୁଟେ କାଠଠୁକୁ ଥିଲା, କାନ୍ଦି ଶୁନିକରି ତଗଲିଗଲା ।

ତାର ନିକେ ଗଲା ଆର ବଏଲା, “ଆଗୋ ଚଁଟିଆ ! ତମକେ କାନ୍ଦିକରି କିଛି ଫାଏଦା ନି ହୁଏ । ଯେନଟା ଭାଗ୍ୟଥିବା, ସେଟା ନିଶ୍ଚେ ହେବା ।”
ମାହେଜି ଚଁଟିଆ ବଏଲା, “ଠିକ କହୁଛ ! ହେଲେ ମୋର ସବୁ ଛୁଆ କେ ଶଏତାନ ହାତୀ ମାରିଦେଲା, ଇଟା ବି ସତ ଏ । ଆମେ ତାର କିଛି ନୁକସାନ ନି କରି ।”
“ତମେ ଯଦି ମୋର ସାଂଗ ହେବ ବନବ ବଏଲେ”, ମାହେଜି ଚଁଟିଆ କହିବସଲା, “ଦୟାକରି ମତେ ଗୁଟେ ବାଟ ବତ ହାତୀକେ ଖତମ କରବାର ଲାଗି ଆର ମୋର ଛୁଆମାନକର ମରନର ପ୍ରତିଶୋଧ ନେବାର ଲାଗି” ।

“ତ ମୁଇଁ କହେମି”, କହେଲା କାଠଠୁକୁ, “ମୋର ଗୁଟେ ମାଛି ସାଂଗ ଅଛେ । ତାର ନିକେ ଯଉଁ ଆର ଶଏତାନ ହାତୀକେ ମାରବାର ଲାଗି ତାର ସାହେଜ ମାଗମାଁ” ।
ତେହରୁ, କାଠଠୁକୁ ଆର ମାହେଜି ଚଁଟିଆ ମାଛିକେ ଭେଟିଗଲେ । କାଠଠୁକୁ ବତାଲା, “ବନ୍ଧୁ, ଇ ଚଁଟିଆକେ ଭେଟ । ସେ ଝନେ ମୋର ସାଂଗ ଆନ । ଗୁଟେ ଶଏତାନ ହାତୀ ତାକର ସବୁ ଅଣ୍ଡା ନକସାନ କରିଦେଲା; ସେ ଶଏତାନ ହାତୀକେ ଖତମ କରବାର ଲାଗି ଦୟାକରି ଆମକେ ସାହେଜ କରି ଗୁଟେ ବାଟ ବତ” ।
“ମୁଇଁ ଜରୁର ସାହେଜ କରମି”, ସବୁ ଶୁନି ସାରିକରି ମାଛି କହେଲା, “ମୁଇଁ ତମର ସାଂଗ କେନ୍ତାକରି ହେମି, ଆର ତମକୁ ସାହେଜ ନି କରମି ତମର ଦରକାର ବେଲେ । ମୋର ଗୁଟେ ବେଂଗ ସାଂଗ ଅଛେ, ଚାଲ ତାର ସାହେଜ ନେବା ହାଥିକେ ଖତମ କରବାର ଲାଗି” ।

ତେହରୁ, ମାହେଜି ଚଁଟିଆ, କାଠଠୁକୁ, ଆର ମାଛି, ବେଂଗ ନିକେ ଗଲେ ଆର ଯେଁ ଥିର ଲାଗି ତାର ସାହେଜ ମାଗି ଆସିଛନ ସେଟା ତାହାକେ ସବୁ ବୁଝେଇକରି କହେଲେ ।
ସବୁ ଶୁନିସାରିକରି ବୁଢା ବେଂଗ ବଏଲା, “ହାତୀ ବଢେଟେ ଏ, ହେଲେ ଏକଲା ଅଛେ । ହାତୀ କାଣା କରି ପାରବା, ଆମେ ଯଦି ମିଶିକରି ତାହାକେ ନକସାନ କରମା ବଏଲେ ? ମୋର ନ ଗୁଟେ ତରିକା ଅଛେ!”

ସେ ବତାଲା, “ମାଛି ! ଯେତେବେଲେ ଖରା ଚରଚରଉଥିବା, ତୁଇ ତାର କାନେ ଯେଇକରି ଗୁନଗୁନାବୁ । ଯେତେବେଲେ ସେ ଉଷତ ହେଇକରି ଏଁଖ ମୁଜିଥିବା, କାଠଠୁକୁ ଯେଇକରି ତାର ଏଁଖ କେ ଠୁକବା ଆର ତାହାକେ କଣା କରିଦେବା । ଇ ଚରଚରାଲା ଖରା ଥି, ପାନି କେ ଜରୁର ନୁରବା, ହେଲେ କଣା ହେଇଜେଇଥିବା ବଏଲେ ନି ପାରେ । ତେହରୁ ମୁଇଁ ଢୁଢା ଗୁଟେକର ଖଣି ବସିକରି ଗୁଗାମି” ।

ସେ କହି ବସଲା, “ଯେତେବେଲେ ଶୁଷା ହାତୀ ମତେ ଶୁନବା, ସେ ଭାବବା ପାଖେ କେନ ନ ଗୁଟେ ବନ୍ଧ କି ହ୍ରଦ ଅଛେ ଆର ମୋର ଆବାଜକେ ସୁତରେଇ କରି ଆସବା । ଆର ସେ ହେନ୍ତା କରବା କି, ସେ ଗାଡେ ଝଁପେଇ ହେବା ଆର ମରିଯିବା । ଏନ୍ତା କରି, ଆମେ ଚଁଟିଆ ଛୁଆମାନକର ମରନର ପ୍ରତିଶୋଧ ନେଇପାରମାଁ!”
ବାକି ସବେ ଯୋଜନା କେ ପସନ କଲେ ଆର ବେଂଗର ବତାଲା ଅନସାରେ ନିଜର ନିଜର କାମ କରବାରକେ ତିଆର ହେଇଗଲେ ।

ସେମାନେ ତାକର କାମ ସଫଲତାର ସହିତ କରଲେ, ଆର ହାତୀ କାଦୋ ଢୁଢା ଥି ପଡିକରି ଗୁହେରୁ ଖଣିଆ ଖାବରା ହେଲା ।

ଚାହେଁଲେ ଛୋଟ ଲୋକମାନେ ବି ସଫଲତା ପାଇ ପାରସନ
ସାକେତ ଶ୍ରୀଭୂଷଣ

ଉଡଶୋ ଆର ବୁପରା ଉକେନ

0

ମନ୍ଦବିର୍ଷପିନୀ ଗୁଟେ ପଁର୍ରା ଉକେନ । ସେ ଗୁଟେ ଦେଶର ରଜାର ପଲଂକେ ପକା ହଉଥିବା ମଖମଲି ପଛରା ଭିତରେ ରହୁଥିଲା ।

ସେ ସମକିରର ଅଜାନତକେ ରଜାର ରକତ ପି’କରି ବଁଚୁଥିଲା ଆର ଉଷତେ ଦିନ କାଟୁଥିଲା ।

ଦିନେ, ଗୁଟେ ଉଡଶୋ ରଜାର ସୁନ୍ଦର ସଜାଲା ଶୁଇବାର ବଖରାକେ ପଶିଗଲା ।

ଯେତେବେଲେ ଉକେନ ଦେଖଲା, ସେ ତାଗିଦ କଲା, ଏ ଉଡଶୋ, ରଜାର ଶୁଇବାର ବଖରା ଥି କାଣା କରୁଛୁ ତୁଇ । ତତେ ମାରିଦେବାର ଆଘୋନୁ ଯା ପଲା!
ଉଡଶୋ ବଏଲା, “ମହାଶୟା, ଯଦି ବି ମୁଇଁ ବେକାର ଉଡଶୋ ଏ, ହେଲେ ବି କୁନୁଆଁ ମାନକୁ ହେନ୍ତା ବେଭାର ନି ଦେଖନ । ଝନେ କୁନୁଆଁ ମାନକୁ ସୁରୁତ କଥା, ଅଏନ ବେଭାର, ଆର ଜଲଖିଆ ଦେଇକରିି ସ୍ୱାଗତ କରବାର କଥା” ।

ଉଡଶୋ କହି ବସଲା, “ମୁଇଁ ସବୁ କିସମର ରକତ ପି’ଛେଁ, ହେଲେ ରଜାର ରକତ କେଭେ ନି ଚାଖବାର ତାଏଲ । ନିହାତି ମିଠା ଲାଗୁଥିବା, ଯେହେତୁ ରଜା ମେନମେନସା ଖାନା ଖାଏସି । ଯଦି ତମେ ଟିକେ ହଁ ବଲବ ବଏଲେ, ମୁଇଁ ରଜାର ରକତ ଟିକେ ଚାଖତି” ।

ଉକେନ ଚମକି ପଡଲା, “ଆଗୋ ଉଡଶେ।।, ତମର ଚୋଟ ବଡା ଚିଆସି, ଚୋକ ସୁଜି ବାଗିର । ଆର, ରଜା ଗୁହେରୁ ଶୁଇପଡଲେ ଯାଏକ ତାର ରକତ ପି’ସିଁ । ତମେ ଯଦି ରଜା ଶୁଇପଡବାର ତକ ଟାଖବ ବଏଲେ ତମକେ ରଜାର ରକତ ପି’ବାର ଲାଗି ଅନୁମତି ଦେମିଁ” ।

ଉଡଶୋ ହଁ ବଏଲା, ମୁଇଁ ସତ କରୁଛେଁ, ରଜାର ଶୁଇବାର ତକ ମୁଇଁ ଟାଖମି, ଆର ତମେ ପି’ ସାରଲା ପରେ, ମୁଇଁ ରଜାର ରକତ ପି’ମିଁ ।
ସେମାନେ ତାକର ଭିତରେ ବୁଝାମଣା କରିସାରଲା ଉତାରୁ ରଜା ତାର ଶୁଇବାର ବଖରାକେ ଆସିକରି ଶୁଇପଡଲା ।

ଉଡଶୋ ନିଜକେ ସମ୍ବଲେଇ ନି ପାରଲା, ଆର ନି ଅଟକି କରି ଗୁଟେ ଛୁଟିଆ ଚୋଟଟେ ମାରବାରକେ କଲା । ରଜା ପୁରା ନି ଶୁଇ ଥାଇ ତାଏଲ, ଉଡଶୋ ର ଚୋକ ଚୋଟ ଥି ରଜା ଡେଗି ପକାଲା ।

ରଜା ନୌକର ମାନକୁ ଡାକଲା, “ଏ!, ଦେଖତ ମୋର ଖଟେ କାଣା ଗୁଟେ ଅଛେ ମତେ ଚାବୁଛେ । ନୁର, ଯେହେତୁ ମତେ ଚାବିଛେ ।”

ଇ କଥା ଶୁନଲା କି, ନୌକରମାନେ ନୁରବାର ଆଘୋନୁ, ଉଡଶୋ ତରସର ତତାପନା ଖଟର ଗୁଟେ କନେ ଲୁକି ଦେଲା ।

ନୌକରମାନେ ପୁରା ଖଟକେ ନୁରଲେ, ପଛରା, ଚାଦର ସବୁକେ ଝାରିଝୁରା ଦେଖଲେ, ଉକେନ କେ ପାଏଲେ । ତାହାକେ ମାରିଦେଲେ । ତେହରୁ ରଜା ଅଚିନ୍ତା ଶୁଇବାର କେ ଗଲା ।

ସାଂଗ କି ଅଚିହ୍ନା ଲୋକର ମିଛ ପ୍ରତିଶୃତିର ମୂଲ୍ୟ ନି ଥାଏ । ତମେ ବିଶ୍ୱାସ କଲେ ଭୁଗତିବ ।

ସାକେତ ଶ୍ରୀଭୂଷଣ

ଶିରିଁ ଫରାଦ

0

ଓମନିଆ ର ବାଦଶାହ ର ଝି ଶିରିଁ କେତନି ସୁନ୍ଦର ଥିଲା । ତାର ଫଟୁ ଦେଖିକରି ହି ପର୍ସିଆର ବାଦଶାହ ଖୁସରୋ ପସନ କରିପକାଲା । ସେ ସାଂଗେସାଂଗ ନିଜର ଦୁତର ହାତେ ବିହାର ପ୍ରସ୍ତାବ ପଠାଲା । ଖୁସରୋ ର ପ୍ରସ୍ତାବ ଯେତେବେଳେ ଶିରିଁ କେ ମିଲଲା ତ ଶିରିଁ ବି ହଁ ବଏଲା ହେଲେ ଗୁଟେ ସର୍ତ ରଖଲା । ଆର ସେ ସର୍ତ ଥିଲା, ବାଦଶାହ ପର୍ସିଆର ଲୋକ ଆର ତାର ଲାଗି ଗୁରସର ସମୁଦର ଆନିକରି ଦେଇ ଦଉ ।

ବାଦଶାହ ବି ସର୍ତ ଥି ରାଜି ହେଇକରି ଏନ୍ତା ଲୋକ ନୁରି ବସଲେ ଜିଏ କାମ କେ ପୁରା କରି ପାରବା । ତାହାକୁ ଗୁଟେ ଲୋକ ମିଲଲା ଜିଏ ତାକର ନାଲି କୁଡବାର ଦାଇତ୍ୱ ନେଇଥିଲା । ତାର ନାଁ ଥିଲା ଫରହାଦ । ଇ ଭିତରେ ବାଦଶାହ ଶିରିଁ କେ ବିହା ହେଇଗଲେ ।

ବାଦଶାହ ଫରହାଦକେ ଡାଖିକରି ଶିରିଁ କେ ଭେଟାଲେ ଯେ ତାର ହିସାବେ ନାଲି କୁଡାହେବା । ଶିରିଁକେ ଦେଖଲା କି ଫରହାଦ ତାର ରସିଆ ବନିଗଲା । ନାଲି କୁଡଲା ବେଲକେ ଫରହାଦ ଶିରିଁ ର ନାଁ ଘୁଷୁଥାଏ ନ । ଦିନେ ଶିରିଁ ସେନକେ ବୁଲି ଆଏଲା କି ତଲେ ଝୁକି ଯେଇକରି ପ୍ରେମ ନିବେଦନ କଲା, ହେଲେ ଶିରିଁ ଘୁଡକି ଦେଇକରି ପଲେଇ ଆଏଲା ।

ଇତାର ଉତାରୁ ଫରହାଦ ନାଲିକେ ଜଲଦି କୁଡବାର ଲାଗି ଲାଗିପଡଲା । ଶିରିଁ ର ନାଁ ନେଇକରି ସମିଆଁ ନୁ ପହେଲା ନାଲି ତ କୁଡି ପକାଲା ଫରହାଦ ହେଲେ ଆଘୋର ନୁ ଆର ଜଖା ହେଇଯେଇଥିଲା । ଯେତେବେଲେ ବାଦଶାହକେ ଇ କଥା ଖବର ମିଲଲା କି ରାଗେ ଜଜରମାନ ହେଇଗଲା । ହେଲେ ଫରହାଦ ନେଇଁ ଡରିକରି ମନର କଥା କହିଦେଲା କି ସେ ଶିରିଁର ଲାଗି ଆର ନିଜର ମନ ମସ୍ତିଷ୍କ ଉପରେ କାବୁ ନି କରିପାରବାର । ଇ କଥା ଶୁନି ବାଦଶାହ ଖଣା ଉଠେଇକରି ମାରବାର କଲା କି ମଂତ୍ରି ମନା କରଲା । ଆର ଫରହାଦକେ ବଏଲା ଯଦି ଇ ପାହାଡର ଆର ଫାଲ ତକ ପାହାଡକାଟିକରି ବାଟ ବନେଇ ପାରବୁ ତ ଶିରିଁକେ ତୋର ସାଂଗେ ବିହା କରେଇଦେମୁଁ । କାରଣ ମଂତ୍ରି ଜାନିଥିଲା ଯେ ଫରହାଦ ଇ କାମ କରି ନି ପାରେ ହେଲେ ରସିଆ ଫରହାଦ ସର୍ତ ମାନିନେଲା ।

ପ୍ରେମ ଲାଗି ଦିନ ରାଏତ କାମକରିକି ଫରହାଦ ସଡକ ବନେଇ ବସଲା । ତାର ପ୍ରେମ ଶେଷକେ ଶିରିଁର ମନ ଘନିନେଲା । ସଡକ ପୁରା ହେବାର ଦେଖିକରି ବାଦଶାହ ଘବରେଇ ଗଲା । ସେ ଫରହାଦ ନିକେ ମିଛ ଖବର ପହଁଚାଲା କି ଶିରିଁ ଆତ୍ମହତ୍ୟା କରିଦେଲା । ଇଟା ଶୁନିକରି ଫରହାଦ କାଁଥି ଥି ମୁଡ ପିଟି ପିଟି ଗୁଗାଲା ଆର ନିଜର ମୁଡେ କୁଢେର ମାରି ହେଇକରି ନିଶାସ ଛାଡିଦେଲା । ଯେତେବେଲେ ଶିରିଁ ନିକେ ଫରହାଦର ମରନ କଥା ପହଁଚିଲା ବେଲେ ଶିରିଁ ନରଦି ନରଦି ଫରହାଦର ମୁର୍ଦାର ନିକେ ପହଁଚିଗଲା । ଆର ଯେତେବେଲେ ସେ ବାଦଶାହର ମିଛ ଖବର ବାବଦେ ଜାନଲା ବେଲେ ମହଲକେ ଫିରବାରକେ ମନା କରିଦେଲା ଆର ଫରହାଦର ପାହା ନ ଶାଁସ ଛାଡିଦେସି ।

ସାକେତ ଶ୍ରୀଭୂଷଣ

ମାଡ ଲାଗୁଥିବାର ଗର୍ରା ଆର କୁଲିହା

0

ଦିନେ, ଗୁଟେ ବାବା ଜଂଗଲ ବାଟୁ ଜଉଥିଲା ବେଲକେ ଦୁଇଟା ଗର୍ରା ମାଡ ଲାଗୁଥିବାର ଦେଖଲା ।

ଯଦି ବି ଦୁହେଁ ଜଖମ ହେଇଯେଇଥିଲେ, ଆର ଦିହୁଁ, ଆର ମୁଡୁ ରକତ ଝରି ଯଉଥିଲା, ତଥାପି ସେମାନେ ଲଢବାର ବନ୍ଦ ନି କଲେ ।

ସେ ସମିଆଁକେ ଗୁଟେ ଭୁଖା କୁଲିହା ସେ ବାଟୁ ଯଉଥିଲା । ସେ ଯେତେବେଲେ ରକତ ଦେଖଲା, ଗର୍ରା ମାନକର ମାଡକେ ଅନଦେଖା କରିକରି ବୁହିଯଉଥିବା ରକତକେ ସେ ଚାଟି ବସଲା ।

ଇ ସବୁ ଦେଖିକରି ବାବା ଭାବଲା, କୁଲିହା ଗୁଟେ ବୁଡବକ ଏ, ରକତର ବାସନା ପାଇକରି ଲାଲଚି ହେଇଯେଇଛେ । ଯଦି ମାଡଲାଗିଥିବାର ଦୁହି ଗର୍ରାର ମଝି କେ ପଲେଇଆସଲା ବଏଲେ ଢୁସି ହେବା ଆର ନିଜକେ ଜଖମ କରିହେବା ।

ବାବା ଭାବବାର ବେଲ ଆର ସତକେ ସତ କୁଲିହା ଜହ ରକତ ପିବାର ଲାଗି ଗର୍ରା ମାନକାର ପାଖକେ ପଲେଇଆସଲା ଆର ଦୁହିକର ମଝାଥି ପଡିଗଲା ।

ଦୁହି ଗର୍ରର୍ା ଦୁହି ଆଡୁ ତାଲିମାଏଲା ବେଲକେ ମଝା ନ ଢୁସି ହେଲା ଆର ତାର ମୁଡେ ଠେସା ପାଏଲା ଆର ଗୁହେରୁ ଜଖମ ହେଇଗଲା ।

ଲାଲଚ ଲାଗି ବିପଦ କେ ଅନଦେଖା ନି କରୁନ
ଅନୁସୃଜନ – ସାକେତ ଶ୍ରୀଭୂଷଣ