Art & Culture, Home

ବରଗଡ ରାଜନୀତିର ପୋଷ୍ଟମର୍ଟମ: ବିଧାନସଭା

Spread the love

ପହେଲା କିସ୍ତି ଭୋଟ ୧୧ ତାରିଖ ସରଲା ନ । ଦୁସରା କିସ୍ତି ୧୮ ତାରିଖ ହେବା । କାଲକେ ସରବା ପ୍ରଚାର । ନିର୍ବାଚନ ମଣ୍ଡଲୀ ମାନକୁ ଟିକେ ଯାଁଚ କରମା କେନ୍ତା ଅଛେ କେନର ପରିସ୍ଥିତି ।

ଅତାବିରା

ଅତାବିରା ନ ୨୦୧୪ର ଜୁନ୍ହା ପ୍ରାର୍ଥୀମାନେ ମଏଦାନ ନ ଅଛନ । ୨୦୧୪ରେ ବିଜେଡି ଆର କଂଗ୍ରେସ ଭିତରେ ମୁକାବିଲା ହେଇଥିଲା ବେଲକେ ଇ ଥର ବିଜେଡି ଆର ବିଜେପି ଭିତରେ ମୁକାବିଲା ହଉଛେ । ବିଜେଡି ରୁ ମଂତ୍ରୁି ସ୍ନେହାଂଗିନୀ ଛୁରିଆ ତାକର ଚୌକିକେ ବଁଚେଇ ରଖବାର ଲାଗି ଲାଗିଥିବାର ବେଲକେ ବିଜେପିର ମିଲନ ସେଠ କଡା ଟକ୍କର ଦଉଥିବାର ଦେଖବାର କେ ମିଲିଛେ । ହେଲେବି ମଂତ୍ରି ଛୁରିଆଂକର ଆଡକେ ଜନମତ ବେଶୀ ଢଲୁଥିବାର ଜନାପଡୁଛେ ।

ବରଗଡ

ବରଗଡେ କଂଗ୍ରେସ ର ଗଲା ଥର ର ପ୍ରାର୍ଥୀ ସାଧୁ ନେପାକ ଯିଏକି ଥରେ ବିଧାୟକ ରହିସାରିଛନ ଆର ଇ ଥର ବି ଆଶାୟୀ ଥିଲେ ଟିକେଟ ଲାଗି ତାହାକୁ ଦଳ ତରଫୁ ଟିକେଟ ନାଇଁ ମିଲଲା । ସେ ପାର୍ଟି ଛାଡିଦେଲେ, ବିଜେଡି ରେ ଯୋଗ ଦେଲେ ।

ମଏଦାନରେ ଇଥର ମୁଖିଆ କରି ବିଜେଡି ରୁ ଦେବେଶ ଆଚାର୍ଯ୍ୟ, ବିଜେପି ରୁ ଅଶ୍ୱିନୀ ଷଡଂଗୀ, ଆର କଂଗ୍ରେସରୁ ନିପନ ଦାସ । ନିପନ ନୁଆଁକରି ଭୋଟ ଲଢୁଥିବାର ବେଲକେ ବରଗଡର ତୁମ ପଡିଥିବାର ଭୋଟର ତାହାକୁ ଦେଇ ପାରନ ବଲି ଶୁନବାରକେ ମିଲୁଛେ ।

ଅଶ୍ୱନୀ ଷଡଂଗୀ ଗଲା ଥର ୩ ନମରରେ ଥିଲେ ବି ଇଥର ପାର୍ଟି ତରଫରୁ ଭିନେ ଭିନେ ତେଲ କଂପାନୀର ସିଏସଆର ପଏସାରେ କେତନି ଲୋକ ହିତକର କାମ କରିଛନ । ଆର ଇହାଦେ ତାକର ସିଧା ଟକ୍କର ବିଜେଡିର ବିଧାୟକ ଦେବେଶ ଆଚାର୍ଯ୍ୟ ସାଂଗେ ହଉଛେ । ଇତାର ବାହାରେ ବରଗଡ ବିଧାନ ସଭା ନ ଥିବା କୁଇଲତା ଭୋଟରକୁ ଲୁଭାବାର ଲାଗି ରାମଚଣ୍ଡୀ ମନ୍ଦିରକେ ୧ କୋଟି ଟଂକା ଦେଇଛନ । ହେଲେ କୁଇଲତା ଭୋଟର ବରଗଡ ବିଧାନ ସଭା କାଣା ପୁରା ବରଗଡ ଲୋକ ସଭାରେ ସଂଗଠିତ ନୁହନ । ଖାଲି କିଛି ଲୋକ ବ୍ୟକ୍ତିଗତ ଫାଏଦା ଲାଗି ୨/୪ ଲୋକକୁ ନେଇକରି ଭିନେ ଭିନେ କମିଟୀ ବନେଇ ଦେଇକରି ରାଜନୈତିକ ଦଳ ମାନକର ନୁ ପଏସା ନେବାର ଚେଷ୍ଟା ଛଡା ଆର କିଛି ନୁହେ । ବରଗଡର ବନିଥିବା ଜିଲ୍ଲା କମିଟୀ ବି ହେନ୍ତା ୨/୪ ଲୋକର କମିଟୀ ଆଏ । ତାର ତୃଣମୂଳ ସ୍ତରରେ କେନସି ସଂଗଠନ ନେଇଁନ କି କମିଟୀର ସଭାପତି କି ସଂପାଦକ କି ଆର କେନସି ଲୋକକୁ ଗା ଗହଲିରେ କିହେ ନେଇଁ ଚିହ୍ନନ ନେଇଁ କି ସେମାନକୁ କିହେ ମାନନ ବି ନାଇଁ । ଇହାଦେ କୁଇଲତା ସଂଗଠନ ବାବଦେ ଜହ ଲେଖବାର ଜରୁରି ନେଇଁନ । ଏତକି ଯେ କୁଇଲତା ମାନେ ସବୁ ଦଳରେ ଅଛନ ଆର କୁଇଲତା ଭୋଟ ସବୁ ଆଡକେ ଭାଗ ହେବା । କୁଇଲତା ଭୋଟକେ ଆଶା କରିକି ରହେଲେ ମୁସକିଲ ହେବା ।

ବିଜେଡି ରେ ସାଧୁ ନେପାକ ଯୋଗଦେଲା ଉତାରୁ, ଆଘୋରନୁ ଆର ମଜବୁତ ହେଇଛେ ଇତାର ବାହାରେ ଟୁକୁ ମିଶ୍ର ବି ବିଜେଡି ଯୋଗଦେଲା ଉତାରୁ ତାଂକର ବି କିଛି ଭୋଟ ବିଜେଡି ଆଡକେ ନିହାତି ଯିବା । ସବୁ କେ ମିଶାଲେ ଦେବେଶ ଆଚାର୍ଯ୍ୟଂକର ସ୍ଥିତି ସବକର ନୁ ଆଗେ ଅଛେ ବରଗଡେ ।

ଭଟଲି

ଭଟଲି ରେ କଂଗ୍ରେସ ରେ ପ୍ରକାଶ ଦେବତାଂକର କୁଟୁମ ନୁ ଦୁରିଆ ହେଇଛେ ଟିକେଟ । ନୁଆଁ ଚେହେରା ସରୋଜ ମହାପାତ୍ର ।

ବିଜେପି ବି ବଦଲେଇଛେ ପ୍ରାର୍ଥୀ । ଗଲା ଥର ପ୍ରାର୍ଥୀ ଥିଲେ, ସୌରୀଚରଣ ବାରିକ ହେଲେ ଶେଷ ତକ ଚର୍ଚାରେ ଥିଲେ ଗଲା ଥର ସ୍ୱାଧୀନ ଉଠିକରି ଦୁସରା ନମର ଥି ରହିଥିବା ସୁଶାନ୍ତ ମିଶ୍ର । ହେଲେ ଇରାଶିଷ ଆଚାର୍ଯ୍ୟକେ ମିଲଲା ଟିକେଟ ।

ଭଟଲିରେ ସିଧା ଟକ୍କର ବଜେଡି ପ୍ରାର୍ଥୀ ସୁଶାନ୍ତ ସିଂ ଆର ବିଜେପି ର ଇରାଶିଷ ଆଚାର୍ଯ୍ୟ ଭିତରେ । ଭଟଲିର ମୁଖିଆ ଭୋଟର କୁଇଲତା ଜାଏତ ଏଜତକ ସୁଶାନ୍ତ ସିଂକେ ଜିତବାର ଥି ସାହେଜ କରି ଆସିଛନ । ଲମରୁପାଲି ରାମଚଣ୍ଡୀ ମନ୍ଦିର ବନାବାର ରେ ଯୋଗଦାନ ହଉ କି ଭଟଲି ଅଂଚଲରେ ବଡଭାଗୀ କୁଇଲତା ହିଁ ତାଂକର ମୁଖିଆ ସହଜୋଗୀ ଅଛନ । ଆର କୁଇଲତା ଭୋଟର ହିଁ ଭଟଲିରେ ତୟ କରବେ ହାର ଜିତ ।

ପଦ୍ମପୁର

ପଦମପୁର କଂଗ୍ରେସରେ ସତ୍ୟ ସାହୁ ଟିକେଟ ଫିରି ପାଇଛନ । ଗଲା ଥର କଂଗ୍ରେସ ଭୋଟ ଜେନ ବିଜେପି ଆଡକେ ପଲେଇ ଯେଇଥିଲା ସେଟା କଂଗ୍ରେସରେ ରହିଯିବା ।
ବିଜେପି ର ବିଧାୟକ ପ୍ରଦୀପ ପୁରୋହିତ ନିଜର ଚୌକି ବଁଚାବାର ଲାଗି କଡା ସଂଘର୍ଷ କରୁଛନ । ଗଲା ଥର ବିଜୟ ବରିହାଂକର ଆଦିବାସୀ ଭୋଟ କାଟବାର ଲାଗି ଗୋବର୍ଧନ ଭୋଇଂକୁ ଉଠେଇଥିଲେ । ଗୋବର୍ଦ୍ଧନ ଯେନ ପାଖା ପାଖି ୫୦୦୦ ଭୋଟ ପାଇଥିଲେ ସେଟା ହିଁ ତୟ କରିଥିଲା ହାରଜିତ ଆର ଆଦିବାସି ନେତା ବିଜୟ ବରିହା ହାରିଥିଲେ । ଇଥର ଦୃଶ୍ୟ ଅଲଗା ଅଛେ । ପ୍ରଦୀପ ପୁରୋହିତଂକର ବିରୁଦ୍ଧରେ ବିଜେପିର ର ଅସନ୍ତୁଷ୍ଟ ରାଜୁ ଘିବେଲା ଉଠିଛନ । ଆର ଗୋବରଧନ ବିଜେପିରେ ମିଶି ସାରିଛନ । ବିଜେପି ନୁ ସତ୍ୟ ସାହୁ ଭୋଟ କାଟବେ ଆର ରାଜୁ ଘିବେଲା କାଟବେ ବଏଲେ ଫାଏଦା ବିଜେଡିର ବିଜୟ ସିଂ ବରିହାଂକୁ ହଉଛେ ।

ବିଜେପୁର

ବିଜେପୁରରେ କଂଗ୍ରେସ ନୁ ଉଠିଛନ ଆଘୋର ମଂତ୍ରି ରିପୁନାଥ ସେଠ । ରିପୁ ବରପାଲି ବ୍ଲକରେ କିଛି ଭୋଟ ନେବେ ।

ବିଜେପି ପ୍ରାର୍ଥୀ ଦେଇଛେ ବିଜେପୁର ଜମିଦାର ସନତ ଗଡତିଆଂକୁ । ପ୍ରାର୍ଥୀ ପତ୍ର ଦାଖଲ କରବାର ଆଘୋର ରାତି ବିଜେପି ଘୋଷଣା କଲା ତାଂକର ନାଁ । ସନତ ଗଡତିଆ ବାଏ-ଇଲେକସନ ସମିଆଁରେ ବିଜେଡି ଛାଡି ବିଜେପି ଯୋଗ ଦେଇଥିଲେ । ହେଲେ ଯେନ ବଛରଟେ ସମିଆଁ ତାହାକୁ ମିଲିଥିଲା ସଂଗଠନ କରବାର ଲାଗି ସେ ନାଇଁ କରିପାରି । ଖାଲି ତାଂକର ବିଜେପୁର ବ୍ଲକର କିଛି ଗାଁରେ କୁଇଲତା ମାନକର ସଭା କରିଛନ । ହେଲେ କୁଇଲତାମାନେ ସବୁ ଦଲରେ ଅଛନ, ଆର ବିହାର, ଉତ୍ତର ପ୍ରଦେଶ ରେ ଯାଦବ ମାନକର ବାଗିର ବରଗଡ ଲୋକ ସଭା କୁଇଲତା ବହୁଲ ହେଲେ ବି ଏଜ ତକ ସେ କିସମର କୁଇଲତାକର ଧୃବୀକରଣ ଦେଖବାରକେ ନି ମିଲବାର ତାଏଲ । ସନତଂକର ସଂଗଠନ କି ଜନସଂପର୍କ ହେତେ ମଜବୁତ ନାଇଁ ଥିଲେ ବି ତାଂକୁ ଟିକେଟ ଦେବାର କାରଣ ଅଲଗା କିହେ ବିଜେପିରୁ ଉଠବାର ଲାଗି ନାଇଁ ଚାହୁଁଥାଇ । କାରଣ ବିଜେଡି ରୁ ଖୁଦ ନିଜେ ମୁଖ୍ୟମଂତ୍ରୀ ନବୀନ ପଟନାଏକ ଉଠୁଛନ । ନବୀନ ବିଜେଡିରୁ ଉଠଲା ଉତାରୁ ଆର ସନତ ବିଜେପିରୁ ଟିକେଟ ପାଏଲା ପରେ ବିଜେପୁର ବ୍ଲକର ବଡଭାଗି ଆଗଧାଡିର ବିଜେପି କର୍ମି ବିଜେଡିରେ ମିଶିଗଲେ । ବରପାଲିରେ ବିଜେପିର ସଂଗଠନ କିଛି ଖାସ ନେଇଁନ । ଅଶୋକ ପାଣିଗ୍ରାହୀ ଯୋଗଦେଲା ଉତାରୁ ବରପାଲିର ବିଜେପି କର୍ମି ଦଲ ଛାଡିକରି ବିଜେଡି ଯୋଗ ଦେଇଥିଲେ । ବରପାଲି ବିଜେପି ବଏଲେ ସେ ଏକଲା । ଗାଏସିଲେଟରେ ବି ବିଜେପିର ସଂଗଠନ ହେତକି ମଜବୁତ ନାଇଁନ । ସନତଂକର ସାହାରା ବଏଲେ କୁଇଲତା । ହେଲେ ମୁଇଁ ଆଘୋନୁ କହିଛେଁ ଯେ, କୁଇଲତାମାନେ ସବୁ ଦଲରେ ଅଛନ । ଆର ଯେନ କୁଇଲତା ସଂଗଠନ ତାଂକର ଲାଗି ପ୍ରଚାର କରୁଛନ (ବରଗଡର ମନ୍ଦିର ବନାବାର ନାଁରେ ପଏସା ଆନିଥିବା), ସେମାନେ ସବୁ ବରଗଡୁ କି ଆର ବାହାରୁ ଆସିକରି ଯେନମାନକର କି ସ୍ଥାନୀୟ କୁଇଲତାକର ସାଂଗେ କେନସି ସଂପର୍କ ନାଇଁ କି ସେମାନକୁ କିହେ ଚିହ୍ନି ନାଇଁ । ସେମାନେ ବି ଭୋଟ ପ୍ରଚାର ନାଁରେ ଖରାମାସେ ଏସି ଗାଡିଥି ଗାଁ ବୁଲବାର ଛଡା କିଛି ନି କରବାର । ଇ ପରିସ୍ଥିତିରେ ସନତଂକର ଲାଗି ଇହାଦେ ସବୁ ନୁ ବଡ ପ୍ରଶ୍ନ ସମ୍ମାନ ଜନକ ଭୋଟ ପାଏବାରଟା ।

ବିଜେଡିର ପ୍ରାର୍ଥି ମୁଖ୍ୟମଂତ୍ରି ନବୀନ ପଟ୍ଟନାଏକ । ତାକର ଲାଗି ତାକର ତିନହି ବ୍ଲକର କର୍ମି, ନେତା, ବାହାରିଆ ନିର୍ବାଚନ ମଣ୍ଡଲୀର ନେତା ଆର ଅଫିସର ସବେ ଜୁଟି ପଡିଛନ । ବାଏ ଇଲେକସନ ବେଲେ ଜେନ୍ତା କସରତ କରିଥିଲେ ବିଜେଡି ବାଲେ ମୁଖ୍ୟମଂତ୍ରି ଲାଗି ସେନ୍ତା କସରତ କରୁଛନ ।

ପାଁଚି ବିଧାନସଭାରେ ଇହାଦେ ବିଜେଡି ବିଜେପି ର ସିଧା ଟକ୍କର ହେଲା ବେଲକେ ବିଜେଡି ସବୁ ନ ଜିତବାର ପରିସ୍ଥିତିରେ ଅଛେ ।

Previous ArticleNext Article