Monday, April 27, 2026
Home Blog Page 14

ଟଁକାଗଡୁ (ଆଲୋଚନା): ସାକେତ ସାହୁ

0

ଶାଶ୍ୱତ ବାବୁ ର କବିତା ମାସଦୁ ହେଲା ଫେସବୁକ ନ ପଢତେଲ ଅଉଛେଁ । ନିଅମିତ କବିତାମାନେ ପୋସ୍ଟ କରି ଫେସବୁକ ନ କୋସଲି ସାହିତ୍ୟ ର ଗୁଟେ ଅଲଗ ମାହୋଲ ବନେଇ ଦେଇଛନ । ଜେନ ସମିଆଁ ନ କୋସଲି ଭାସା ତାର ଅପନାର ପେହଚାନ ନୁରୁଛେ, ମାନ୍ୟତା ଲାଗି ଦାବି କରୁଛେ, ପ୍ରଚାର-ପ୍ରସାର ଲାଗି ମଚାନ ଦେଖୁଛେ; ଗୁଟେ ଜୁଦ୍ଧ-ବରନ୍ୟା ମାହୋଲ ନ ଗତି କରୁଛେ ସେ ସାମିଆଁ କେ ମନ-ତନ ଦେଇ କୋସଲି ମାତା ର ପ୍ରଚାର-ପ୍ରସାର ଦିଗେଁ ଜେନ କାମଟେ କରିଛନ, ଇହାଦେ ର ସମିଆଁ କେ ସେଟା ସମକିର ର ନୁ ବଢେଟେ କଥା ଆଏ । ପ୍ରସଂସା ର ପାତ୍ର ଆନ । ଆମର ଚିରାଚରିତ ଟପା-ଦାଏକା, ରସରକେଲି-ଡାଲଖେଇ ନୁ ଜାପାନି ହାଇକୁ ତକ ପାଠକ ମାନକୁ ପରସିଛନ । ଆଏଜ ତାକର କବିତା ସଂକଲନ ବାହାରୁଛେ, ବଡା ଉସତ ଲାଗୁଛେ; ହାର୍ଦିକ ଅଭିନନ୍ଦନ!

ମୋର ସୌଭାଗ୍ୟ ଜେ ମୁଇଁ ଇ କବିତା ସଂକଲନ ର ଛାପବାର କାମେ ଜଡିତ ଅଛେଁ ଆର ଦୁଇ ପଦ ଲେଖବାର ଲାଗି ବି ମୌକା ପାଇଛେଁ ।

ଶାଶ୍ୱତ ବାବୁ ଇ କୋସଲି କବିତା ସଂକଲନ ର ନାଁ “ଟଁକାଗଡୁ” କବିତା ର ନାଁ ହିସାବେ ଦେଇଛନ ଆର “ଆଲୋ ଅଲୋ”, “ବାଏଲ-ଘର”, “ମାଏଟ ମାଁ”, “ଖିଜା ବିରଝା”, “ଠୁସକୁ ଡୁବରୁ କବିତା” ଏନ୍ତା କରି ପାଁଚ ଟା ବିଭାଗ ଥି ସଜେଇଛନ । “ଆଲୋ ଅଲୋ” ବଏଲେ ଛୁଆମାନେ ଖୁସ ଥିଲା ବେଲେ ଇ ପ୍ରକାର ଗୁଟେ ସବଦ ବାହାର କରସନ; ବଡ ମାନକର ହୁଲହୁଲି କେ ଅନସରି । ବୋଧେ କବି ନିଜକେ ହେନ୍ତା ଛୁଆ ଟେ ବଲି ଭାବୁଛନ ଆର ବଡମାନକୁ ଅନସରି କରି ମୁଲ କରୁଛେଁ ବଲି ସୁଚନା ଦଉଛନ । ତେହରୁ ବାଏଲ-ଘର, ଛୁଆମାନେ ଜେନ୍ତା ଖେଲ-ଖେଲ ଥି କିଛି ବନାବାର ଚେସ୍ଟା କରସନ, ହେନ୍ତା ବାଏଲ-ଘର ର କବିତା । ବାଏଲ-ଘର ବନାବାର କେ ଦରକାର ଟିକେ ଉଦା ବାଏଲ । ବାଏଲ ରେ ବାଏଲ… ତେହିଁ ନେହେଲେ କାହୁଁ ହେବା ଘର ଜଧରବି ଟିକେ ଉଦା ନାଇଁ ଥିବା; ସବଦ ବି ତ ହେନ୍ତା ଖୁଣଖୁଣିଆ ଜଦରବି ଟିକେ ଭାବ ନାଇଁ ଥିବା । ନିଜର ଅଂଚଲ, ନିଜର ଜନମ ମାଏଟ ର ସମସାମଇକ ଛଏଁରା ମାନକେ ନେଇ ଜାତିୟତା ଭାବ ଥି ସର ସର “ମାଏଟ ମାଁ” । ସେଟାଏର (Satire) କେତେଟା କେ ନେଇ “ଖିଜା ବିରଝା”, ବିଭାଗ ର ନାଁ ଅନସାରେ କବିତା ମାନେ । ଫେର ଉତରି ଆଇଛେ ଭାବର “ମାହାନଏଦ”, ତାର ଉତାର କେ “ଠୁସକୁ ଡୁବରୁ କବିତା” । ମୁଟାମୁଟି ଭାବେ କବି ନିଜକେ ଛୁଆ ଟେ ଆଏଁ ବଲି ଜନାବାର କେ ଚାହୁଁଛନ । ଇଟା ବିନମ୍ରତା ଆଏ । ସାଂଗେ ସେ ଇଟା ବି କହୁଛନ ଜେ “ଦେଖ ଦେଖ କେନ୍ତା ହେଇଛେ ଇ କବିତା ଟିକେ ପଢି ଦେଖ ନ…”, ସେ ତହଁକ ବି ଅଛେ । ନିଜକେ ଛୁଆ ବଲି ଥେଇ ପାରନ, ହେଲେ ଆପଣ ମାନେ ପଢତେଲ ଗଲେ ଜାନତେଲ ଜିବେ କବି ସିଆନ, ପୁଖତ ସିଲ୍ପି ଟେ ଆନ, ସେ ସାହିତ୍ୟ ପଢିଛନ ଆର ପଢାସନ:

“ଇଙ୍ଗଲିଶ୍ ମାଷ୍ଟର୍ ଆଏଁଖ୍ ନ
କେନ୍ତା ବାଁ ଜିବା!”

ଇ କବିତା ସଂକଲନ ର ଦୁଇଟା ଖାସ ନୁଆଁପନ କଥା ଆପଣକୁ ବତେଇଦେସିଁ:

ଏକ: ଶାଶ୍ୱତ ବାବୁ ଜାପାନି କବିତା ଲେଖବାର ଢାଁଚା, ହାଇକୁ (Haiku) ଢାଁଚା ଥି କୋସଲି କବିତା ଲେଖିଛନ । ମୋର ଜାନବାର ଭିତରେ ସେ ପହିଲ କରି ଇ କୋସିସ କରିଛନ:

“ଚଁଟିଆ ଦଲ୍ ଚକ୍କର ମାରୁଛନ୍
କି ଆକାସ୍ କେ ଘାଁଟୁଛନ୍ ।”

ଇ ହାଇକୁ ର ସଂପର୍କ ଇଂରାଜି ସାହିତ୍ୟ ର ଇମାଜିଜମ (Imagism) ସାଂଗେ ବି ଅଛେ, ଇମାଜିଜମ ହଉଛେ ଆଧୁନିକ ଇଂରାଜି କବିତା (Modernist Poetry in English)ର ନିହି; ଗୁଟେ ଉଲଗୁଲାନ । ଗୁରୁପ ହେଇକରି ଲେଖା ଛାପୁଥିଲେ କବି ମାନେ । ଇ ସୁଚନା ତାକର ଗୁଟେ କବିତା “କୋସଲ ମାତା” ନ ଦେସନ:

“ତାର୍ ପାଁଚ୍ଟା ଚୁଙ୍ଗ୍ଚୁଙ୍ଗିଆ ପୋ –
ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ
ମାଁ କେ ଖୁଜି ବହାରିଲେ,
କେନ୍ ଘର୍ କାଏଁ ଗଲି
କେନ୍ ଗାଁ କାଏଁ ସହର୍
ନି ନୁରିଥିବେ ବଝା ଜଖା ହଇ
କାଏଁ କାଏଁଟା ନି ଥିବେ ବଦି
ବଇଦ୍ ଗୁନିଆ ଫୁକା ଝରା
ଜେନ୍ଟା ନି ଭି ଜାନିଥିଲେ ପକାଲେ ସାଧି ।”

କବି ସେ ଇଫେଲ ଟାୱାର ପଏଟସ (Eiffel Tower Poets) କର ବାଗିର ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ ( ବୃନ୍ଦାବନ ସାହୁ, ବିଜୟ ପ୍ରଧାନ, ସାକେତ ସ୍ରିଭୁସଣ ସାହୁ, ପଦ୍ମ, ଆର ଶାଶ୍ୱତ ସାହୁ) ଫେସବୁକ “କୋସଲି ଲିଟ୍ରେଚର ଗ୍ରୁପ” ନ ଇହାଦେ ର କୋସଲି ସାହିତ୍ୟ ର ହରେକ କିସମର ଉତଥାନ ଲାଗି ଲାଗିଥିବାର ଚେସ୍ଟା କେ ଜୁଲାବାର ଚାହୁଁଛନ ।

ଦୁଇ: ତାକର “ଭଉଁରି” କବିତା ବି କୋସଲି ସାହିତ୍ୟ ଥି ଗୁଟେ ନୁଆଁ ପ୍ରୟୋଗ ଆଏ । ଏଭେ ଇ କିସମ ର କବିତା କେ କଂକ୍ରିଟ ପଏଟ୍ରି (Concrete Poetry) ବଲୁଛନ, ଆଘୋ ପେଟର୍ନ ପଏମସ (Pattern Poems) କହୁଥିଲେ । ଗୁଡାଦୁ ଗ୍ରିକ କବି ଖ୍ରି.ପୁ. ୩ୟ ସଦି ବେଲକେ ଲେଖା ମନକେ ତାର ବିସୟ ର ଭାବ ଅନସାରେ ଆକାର ଟେ ଦଉଥିଲେ । ଇ ପ୍ରୟୋଗ ଥି ଲେଖା କେ ଫରଦ ଉପରେ କବିତା ର କଥାବସ୍ତୁ ଅନସାରେ ଗୁଟେ ଆକାର, ଆକୃତି ଥି ସଜା ହେସି । ରେନେଁସା (Renaissance) ଆର ସତର ସ’ ସଦି ନ ବି ଏନ୍ତା କିସମର କବିତା କେତନି ଲେଖୁଥିଲେ । ଏଭେ ୧୯୫୩ ମସିହା ଥି ସ୍ୱିସ କବି ଇଉଗେନ ଗମରିଂଗର (Eugen Gomringer)ଫେରି ଥରେ ନୁଆଁ କରି ଚଲାଲେ ।

ଆର ବିସେସତା ହଉଛେ ସବଦ ମାନକର ବେଭାର । ପଏଟିକ ଡିକସନ (Poetic Diction) ର ବଡା ଚମ୍ତକାର ନମୁନା ଟେ ବଲି ଧରା ଜେଇପାରେ; ସବଦ ମାନକୁ ନିଜର ଆଏତେ ମନମାନି ମୁଡା-ମୁଡି, ଭଂଗା-ରୁଚା କରିଛନ ହେଲେ ଭଂଗା-ରୁଚା ସୁନ୍ଦର ଆର ସୃଜନାତ୍ମକ ଆଏ । ଦେଖୁନ କିଛି ସବଦ: ହାଡ଼୍-ଏଟେକ୍ (ହାର୍ଟ ଏଟେକ), ଆଁକୁଟ୍ (ଆଁଗୁଟ), ହିମାଲଏ (ହିମାଲୟ), ବ‘ର୍ର୍ (ବର‘ ର), ଫୁଣ୍ (ଫୁଡ), ଶୁଖିଙ୍ଗଲା, ଲାଗିଙ୍ଗଲା, ସର୍ମିଙ୍ଗଲା, ଗଡ଼୍ଗଡ଼ିଙ୍ଗଲା, ଖାଇଙ୍ଗଲ, ପିଟିନ୍ନେଲା, ମେସେଇନ୍ନେଇ, ମୁରି, ଗୁଲାଫୁଲ୍, ଆୟ୍, ସୁଆଁରି ଆଦି । ସବଦ ମାନକର ବେଭାର ର କଥା ପଡିଛେ ଜେତେବେଲେ ଆର ଗୁଟେ କଥା ଇନ କହେବାର ଜରୁରି ଭାବୁଛେଁ, ସେ ଖାଲି ନିଜର ଅତାବିରା (ନିଜ ଗାଁ) କି ସୁନ୍ଦରଗଡ (ପେସା ର ଜାଗା) ର ସବଦ ବେଭାର ନି କରି କରି ଦରକାର ଅନସାରେ ସାରା କୋସଲ ବାହି ର ସବଦ ମନେ ବେଭାର କରିଛନ । ତାକର “କେବିକେ (୧)” ଆର “କେବିକେ (୨)” ଥି କେବିକେ (କୋରାପୁଟ, ବଲାଂଗିର, କଲାହାଁଡି) ର ସବଦ ମନେ, ମୁଖିଆକରି କଲାହାଁଡି ର ସବଦ ମନେ ଜଜବଜ ବେଭାର କରିଛନ: ଖୋବ୍, ମକେ, କାଁଜେ, ଖେଁଟ୍ଲା, ଆଡ଼େଁ ଆଦି ।

ଶାଶ୍ୱତ ବାବୁ ର କେନଭାସ ଉସାର-ପିସାର । ତାକର “ଜଟାୟୁ” କେ ଧରି ନଉନ:

“ହାମର୍ ଜାତିଁ ବି ତ ଅଛନ୍ କବି ସେମନ୍କେ ଗାଏବାର୍ ସୁନିଥିଲିଁ,” ଇ ପଦ ଟା କ୍ରିସୋ୍ଟଫୋର ମାଲୋ ର୍(Christopher Marlowe)କର ଡକଟର ଫସଟସ (Doctor Faustus) (୧୫୯୦-୧୬୦୪?) ଟ୍ରୟ ର ହେଲେନ ର ସୁନ୍ଦର କେ ଜେନ୍ତା ପରୋକ୍ଷ ଥିଁ ବର୍ନନ କରିଛନ ସେଟା ସୋର କରେଇଦେସି:

“Was this the face that launch’d a thousand ships
And burnt the topless towers of Ilium?
Sweet Helen, make me immortal with a kiss.”

ସେହି “ଜଟାୟୁ” କବିତା ଥି ଫେର ଅଛେ:

“ହେଲେଁ ବି ଥିତା ଜଦ୍ରି ଡେନା ଦସ୍ଟା
ଶେଷ୍ ଡେନା କଟ୍ବାର୍ ଜାକର୍ ଲଢ଼ିଥିତିଁ ।”

ଇଟା ହିନ୍ଦୁ ପୌରାଣିକ ଚରିତ୍ର ରାବଣ ଆର ଜଟାୟୁ ଭିତରର ଜେନ ଲଢେଇ ହେଇଥିଲା ସେ ଚିତ୍ର କେ ସୋର କରେଇ ଦଉଛେ । ଜଟାୟୁ କବିତା ଗୁଟେ ମିଥ ଆଏ, ପୌରାଣିକ ଚରିତ୍ର କେ ନେଇକରି ଆଝିର ର କଥା କୁହା ହେଇଛେ । ଆର ଇ ମିଥ ପ୍ରୟୋଗ ଆଧୁନିକ କାବ୍ୟଧାରା ର ବଢେ ଟେ ପ୍ରୟୋଗ ଆଏ ।

ସୁରୁଜ ଆର ଛେନା ପ୍ରତିକଧର୍ମି କବିତା । ସୁର୍ଜ୍ୟ ତାକତ ର ଧାର, ଛେନା ସାମାଜିକ କାର୍ଜ୍ୟକର୍ତା । ମାହାପୁରୁ ର ସିରଜିନା ଥି ଜାହାକେ ଜେନ ତାକତ, ଗୁନ ଦରକାର ଥିସି ଇ ସିରଜିନା ଜାନଲା ବାଗିର ତ ତାହାକେ ସେ ଗୁନ/ତାକତ ର ଅଧିକାରି ବନାସି:

“ଛାଏଁ ଦେଖୁଥିବାର୍ ସୁନ୍ଦରିର୍
ମୁହେଁ ତେର୍ଛା କଅଁଲିଆ
ଖରା ହେଇ ସେ ପଡ଼ସନ୍,
ଫେର୍ ମୋର୍ ବାଗିର୍
ଖର୍ସି ଲୁନ୍ଧା ଉପ୍ରେଁ
ରଡ଼୍ରଡ଼ିଆ ଖରା ହେଇ ପଡ଼ସନ୍,”

“ଘାଏ ବନ୍ଦ୍ କର୍ବ!” ଡବଲୁ. ଏଚ. ଅଡେନ (W. H. Auden) କର ଇଂରାଜି କବିତା Stop All The Clock or Funeral Blues କେ ସୋର କରାସି ।

“ସୁରୁତ୍ ନଏଦ୍” ସାଂଗେ ପହେଲା ବିଭାଗ ସେସ କରିଛନ ଜିବନ ଦର୍ସନ ର ସେସ ପଦ ଟେ ଦେଇ:

“ଶେଷେଁ ତ ହେବାର୍ ଅଛେ
ଶୂନ୍, ଗୁମ
ସମୁଂଦର, କୁରୁତ୍ କୁରୁତ୍ ।”

ସଂକଲନ ର ନାଁ ବନିଥିବାର କବିତା ଟଁକାଗଡୁ ଥି ସ୍ୱାଭିମାନ ଆର ବିଦ୍ରୋହି ଭାବ ଟେ ଜଜବଜ ଲୁକିଛେ:

“‘ବହ ଆଏଲେଁ ମାଁ କେ କେଚ୍କେଚା କର୍ବା’
ବଲି କେଭେ ନାଇଁ ହେଲା ବିହା ।”

XXX XXX XXX XXX XXX
“ବା – ‘ତମେ ଜାଉଥ, ମୁଇଁ ପଛେଁ ପଛେଁ ସାମାନ୍ ଧରି ଆଉଛେଁ’ କହି ଠକିଦେଲା,”

ଇ କବିତା ଥି ନାଟକିୟ ଉପାଦାନ ମାନେ ଭିଲ ବେଭାର କରିଛନ । ସ୍ୱାଭିମାନ ନୁ ବିଦ୍ରୋହ, ସେନୁ ବିଦ୍ରୋହ ମିସିଛେ ଅଂଚଲ ର ସଂସ୍କୃତି ସାଂଗେ ଆର ପାହାରେ ଦେବାର କେ ଜେଇଛେ ସାସନ ଆର ରାଜନିତି କେ ହେଲେ ନାଇଁ ପାରି, କାବୁ କରିନେଇଛନ ଜେନ୍ତା:

“ଲୁକେ କହେସନ୍ – ଡେମ୍ ପାଏନ୍ ମାଡ଼ି ଆଏଲା,
ମାଓଲି ଦେବତା କେ ଛାପ୍କି ବା ରହିଗଲା ।”

ଇହାଦେ ତାର ସାଂଗେ ଘଟସି

“ପୁଲିସ୍ କହେଲା – ଟଁକାଗଡୁ ଜେତେତେ
ମାତିକରି ‘ହାଡ଼୍-ଏଟେକ୍’ ହଇଗଲା ।”

ଇ ଦୁହି ପଦେ ଗୁଟେ ଆର୍କିଟାଇପ ଡିଜାଇନ (Archetype design) ଅଛେ । ଟଁକାଗଡୁ କେ କିମ୍ବଦନ୍ତି ବନାବାର କୋସିସ କରିଛନ:

“ଏଭେଁ ବି ରାତି ଛୁଆମାନେ ଗହମତ୍ କଲେଁ ମାଁ ମାନେ କହେସନ୍ –
ସୁଇପଡ଼, ନେହେଲେ ଟଁକାଗଡୁ ଆସିଜିବା!
ଏନ୍ତା ବି ଭାଗେ ମାଁ ଅଛନ୍
ଜେ ନିଜର୍ ଛୁଆକେ ଲାଡ଼େ ଡାକ୍ସନ୍-
ଆ’ ମୋର୍ ଧନ, ମୋର ଟଁକାଗଡୁ ରେ!”

ମିଥ ନୁ ପ୍ରତିକ ଧର୍ମି, ତିହାର-ବାର ନୁ ଜିବନ ଦସର୍ନ, ରାଜନିତିକ ବେବସ୍ତା ଉପରେ କଡା ରୁପ:

“ଗୁଦାମ୍ ନ ଚାଉଲ୍ ବସ୍ତା
ହଁସୁଛେ ଗର୍ଗଡ଼ି ଗଡ଼୍ଗଡ଼ି,
ଫେନ୍ ଭି ତିନ୍ ଦିନର୍ ଭୁଖା
ମଏଲା କିଟ୍କିଟ୍ ଛୁଆ
କାନ୍ଦୁଛେ ରଡ଼ି ରଡ଼ି” (କେବିକେ ଛୁଆ (୧)

ଅପନାର କୋସଲି ସଂସ୍କୃତି ଦିନୁଦିନ ଜଗତିକରଣ ର ମାଡେ ଲିଭି ଜଉଛେ ଆର ପସଚିମ ଫାଲ ର ସଂସ୍କୃତି ମାଡି ଅଉଛେ:

ଆଘର୍ ଦିନ୍ ତ କେଭେନୁ ଗଲେନ ଘୁଚି ଘୁଚି,
‘ହେପି’ ‘ହେପି’ ଦିନ୍ ମାନ୍ ଆଇଛନ୍ ଖେପି, (ପୁରା ଉଆଁସ)

ବାହାରୁ ଚିକଚିକିଆ, ଲୁଭଲୁଭନ୍ୟା ଦିସୁଥିବାର ଜିନିସ ମାନେ ଭିତରୁ ସବୁ ପୁଲା ଖୋକଲା:

ଜେନ୍ଟା ଉପ୍ରୁଁ ଦେଖଲେଁ ଟମାଟମ୍
ଭିତର୍ ଟା ଲାଗସି ସବୁ ପୁଲ୍ଚି ପୁଲ୍ଚି । (ପୁରା ଉଆଁସ)

କବି ଫେର ଥରେ ଚିତ୍ରାସନ ସମସାମଇକ ଚାସି ମାନକର କଥା:

ଭିନେ ହେଇ ବୁଡ଼ୁଛେ ଭିଲ୍ ଛଡ଼ା ବେଲ୍
ଆଗ୍କେ ଗୁର୍ହେଇ ହଇକରି ଲମିଛେ ଛିନା ଧର୍ସା (ଚାସିର ଫପ୍ସୋ ଛାତି)

ଚାସି ଟେ ଆତ୍ମହତ୍ୟା କରବାର କେ ଜଉଛେ ଇ କଥା ଟା, “ଭିନେ”, “ବୁଡୁଛେ”, “ଭିଲ ଛଡା”, “ଛିନା” ବାଗିର ସବ୍ଦ ନୁ ସୁଚନା ଦଉଛନ । ବାହାର ର ଦୃସ୍ୟ ସାଂଗେ ମନ ଭିତର ର କଥା ଟେ କହେବାର ଚେସ୍ଟା କରିଛନ, ଆଧୁନିକ କବିତା ସୈଲି ର ବଢିଆ ପ୍ରୟୋଗ ।

ଗୁଟେ ଭାସା କେ ସଠିକ ଲେଖବାର ଲାଗି ଜେନ୍ତା ବ୍ୟାକରଣ ଦରକାର ହେସି ସେନ୍ତା ମୁନୁସ ଲାଗି ସାଂସାରିକ ନିଅମ ନିତି ଅଛେ । କବି ଇନ “ଇଂଗଲିସ ମାସ୍ଟର” ହେଇକରି ନିଜର ଉପରେ ନୁହେଁ ନିଜର ବାଗିର ବା’ନା-ବିଛନା କରୁଥିବା ରକ୍ଷଣସିଲ ମୁନୁସ ମାନକୁ କହୁଛନ:

ବନାନ୍ ବ୍ୟାକରନ୍ ସୁଧ୍ରାମି
ସେତେବେଲେଁ ତ ଛାଏଁ ଆଉ
ମୁଇଁ ଗୁଟେ ହଇ ଜାଇଥିମୁ । (ବନାନ୍ ବ୍ୟାକରନ୍ )

ମାହେଜି ଜାତିର ସମ୍ବେଦନସିଲତା, ତାକର ମୁନୁସ ପ୍ରତି ଭାବନା କେ ଭାବ ଦେଇଛନ । ଇ ମାର୍ମିକ ପଦ/ ଭାବନା ଜାଗତିକ (Universal) ଆଏ:

“ମାତର୍କ, ଜୁଆନ୍ ସୁହାଗିନିର୍ ଭିତ୍ରେଁ
ରାଆଁଡ଼ି ବୁଢ଼ି ଟେ ଲୁକିଥିସି” (ପଟେ ଚୁଡି)

କୋସଲ ବାହିର କଥାନି କହେବାର ସୈଲି ଆର ନିର୍ଜିବ ମାନକୁ ଜିବନ ଦେବାର ତରିକା ହଉଛେ ମାନବିକରଣ (Personification), ସେଟା ଝଲକିସି:

“ଗଛ୍ ଜେ ଗଛ୍ ଜେ ଗଛ୍ ,
ତବାତୋବ୍,
ହୋ ହଇକରି ସଭେ ଉଦ୍କିଲେ
ଉଡ଼ି ପଲାବାର୍ ଲାଗି, ଚୁଛାଟା!” (ଜଙ୍ଗଲ୍ ବଏଲେଁ କାଣା ଗୋ?)

ମୁନୁସ ର ଆଦିମ ପ୍ରକୃତି, ଆଧୁନିକ ଜିବନ ର ଅସହାୟତା, ଉକୁବୁକୁ କେ ଚିତ୍ରାସନ:

“ବୁଲୁଛନ୍ ପଂଜରାର୍ ପିଂଜରା ଥିଁ
ହୁରୁଦ୍ ଟାକେ କଏଦ୍ କରି ।

ବୁପ୍ରାକୁଁ ମହାପୁରୁ ଟିକେ ଭଲ୍ ପାଏତେ
ଜେନ୍ତା କି ମୁଇଁ ପାଏସିଁ ତତେ ।” (ଚରେ ଗୁଡା)

କଥା ଜହ ଲମ ହେଲେ ସୁନବାର କେ ସବେ ହଦିରସନ । ସେସ ପଦେ, ଶାଶ୍ୱତ ବାବୁ ର କବିତା ଥି କେତନି ଆସା-ଭରସା ଅଛେ କୋସଲି ଆଧୁନିକ କବିତା; ସାଂଗେ ବୁଥବୁଥା ଇ ବାହିର ସଂସ୍କୃତି ଆର ଚାଲି ଚଲନ । ସମଲେଇ ତାକର କଲମ କେ ବଜର କରୁ ।

ପଦମ କହଁଡ଼ୋର ସପନ : ଶାଶ୍ୱତ ସାହୁ

0

ଶାଶ୍ୱତ ସାହୁ ଲେଖସନ:
ପଦମ କହଁଡ଼ୋର ସପନ କେ ପହେଲା ବିନା କିଛି ତତ୍ୱ (Theory), ଆଶା, ଆଶଂକା ନେଇ ପଢ଼ବାର ଆରଂଭ୍ କଲିଁ । ଗୁଟେ ନିଶ୍ୱାସରେ ସାରଲିଁ । ତାର ଉହୁଲାନ୍ ଟା ମତେ ବି ସାଂଗେ ଉହୁଲେଇ ନେଲା । ତାର ଗତି ପାହାଡ଼ି ଝରନା ବାଗିର । ପାହାଡ଼ ମୁଡ଼ ନୁ ,ଜଟ ନୁ ପାହାଡ଼ ପାଦ ତଲ ତକ । ଫେର୍, ଜେନ ଉଁଚା ଜାଗା ନୁ ଝରନା ଟା ଆସିଛେ ସେ ଜାଗା କେ ଘାଏ ଦେଖବାର କେ ମନ ଉଟୁସ୍ ପୁଟୁସ୍ ହେଲା । ଚଢ଼ବାର ସୁରୁ କଲିଁ । ସେନ ଟିକେ କାଏଡ଼ ହେଲା । ସେ ଉଁଚା ଦେଶ କେ ତ ନାଇଁ ଅମରି ପାରଲିଁ, ବନେ ଉଁଚା ନୁ ଧାର୍ଟା ଆସିଥିବାର୍ ଅନୁମାନ ଟେ କରି ପାରଲିଁ ଖାଲି! ଦୁସରା ଥର ଆଉ ଟିକେ ବେଉଁତ୍ କରି ପଢ଼ବାର୍ ଚେଷ୍ଟା କଲିଁ । ମାନେ (meaning), ଶୈଲୀ (style), କାରୁକାର୍ଯ୍ୟ (Devices and Techniques), ର କଥା ମନ କେ ଆପେ ଆସଲା । ସାହିତ୍ୟ ପାଠ ର ସାହାରା ନେବାରକେ ପଡ଼ଲା, ପାଠକ ଲାଗି ସେ ସାହାରା ଟା ଅବେଶ ଜରୁରି ନୁହେ ।
ସଖାଲୁଁ ଝୁମରା ଭାଂଗଲା ଉତାରୁଁ ସଜନି ର ମନର୍ ଭାବନା । ଝୁମୁରା ନାଇଁ ଭାଂଗି ଥିତା କାଏଁ! ମନର ମୁନୁସ୍ ସାଂଗେ ଆର ଘଡ଼େ ସପନ ଦେଶେଁ ଏକାକାର ହେଇ ଥିତିଁ ଭାଏଲ୍!
ସପନ କଥା ନୁ ସରିଆଲିଜମ୍ (Surrealism) କଥାଟା ସେ ସେ ଥିଁ ମନକେ ଆସଲା । ସରିଆଲିସ୍ଟ କବିତା ରେ ସୃଜନି ର ଉହୁଲାନ୍ ରେ କିଛି ଛେଁକାନ୍ କି ଘୁରେନ୍ ନାଇଁ ରଖା ହୁଏ । ସେଥିଁ ନା ରହେସି ଭାବନା, ବିଚାର ଶକ୍ତି ର ଛେଁକାନ୍, ନା ଥିସି ସାମାଜିକ ରିତି ନିତି ର ବତା ବନ୍ଧା ଘୁରେନ୍ । ମନର୍ ଗହିରିଆ ପ୍ରଦେଶ ନୁ ଭାବ ର ଧାର ଟେ ପଝରି ଆଏସି । ଜେନ୍ ଗହିରିଆ ପ୍ରଦେଶ କେ unconscious mind ବି କହି ପାରମା । ସରିଆଲିସ୍ଟ କବିତାରେ ସପନ ର ଉପାଦାନ ମାନ ବି ପାଏମା, ସପନ ଆର୍ ଚେତି ଥିବାର୍ ମଝଘତିଆ ଅବସ୍ଥାର ଉପାଦାନ ବି ।

ପଦମ କହଁଡ଼ୋର ସପନ ରେ ସରିଆଲିଜମ୍ ର ପ୍ରୟୋଗ ଜାନି ସୁନି କରି କରା ହେଇଛେ କି ବିନ୍-ଜାନ୍ତକେଁ, ହେଟା ବି ନିଘା କରବାର ଆଏ । ବାକି ଜାହା ହଉ କୋସଲି କବିତା ରେ ଇଟା ନୁଆଁ ପ୍ରୟୋଗ ନିଶ୍ଚେ! ପଦମ ରେ, ଠାନ୍ ଠାନ୍, ଖଁଡ଼ିଆ ଡଁଡ଼ିଆ ବାକ୍ୟ ସବୁ ଛିଛି ବିଛି ହେଇଛନ୍ –
୧) “ଦିହଁ ଆର ମନ…
ଆଲଟି-ମୁର୍କୁଟି,
ଉଟୁସ-ପୁଟୁସ
ହେଲୁଟି-ବେଲୁଟି
ଉକିଆ ସାଲାଇନ ନଉଥିଲା ।”

୨)“ଗଲା ଗଲା ବାଟ ଉଦା
ପ୍ରସ୍ନେ ବଏଡ \ଆଁଖଲେ ଆଁଖଲେ ।”

ଭାବ କି ଭାବନା ଉତାର୍ କେ ଉତାର୍ ଜେନ୍ ଆଉଛେ ସେଥିଁ ତାର୍କିକ କ୍ରମ (Logical order) ଅଛେ କି ନାଇଁ ? ପାଠକ କେ ସବୁ ଠାନ୍ ତାର୍କିକ ନାଇଁ ଲାଗିପାରେ । କିନ୍ତୁ ତାର୍ ଗୁଟେ ସ୍ୱଭାବିକ, ସରିଆଲିସ୍ଟିକ୍ କ୍ରମ ଥାଇପାରେ, ଜେନ୍ତା –

୧)“ଆର ପଦମ କଢି ଉଭରି ଉଭରି ଆଏଲା
ମସଜିଦ ର ସିକଲା
ଝନ-ଝାନ ଢିଲିହେଲା”

୨) “ଭାଁର ଭାଁର ଟିହା ଆର କୁଆ
ଅଲସ ଦିହଁ ନିସଦ ନିସଦ ପାହା”

୩) “ଦର୍ପନେ ସିଁତା କେ ଦେଖୁଛେଁ… ଥାକ ଥାକ ସୁରତା ।”
ଇ ପଦ ରେ ଟାକବାର ଟା କେ କବି ଆହୁରି ଗହିର୍ କେ ନେଇଛନ୍, କିନ୍ତୁ ପରର୍ ପଦ “ବୁଢା ବୁଢା ପାଟପନିଆଁ… ‘ପାସ କି ଫେଲ’ ବଲି ।” ରେ ଛୁଆ ବେଲ ର ନିରୀହତା, ଛୁଆବେଲ ର ସୁରତା କେ ଥୁଇଛନ । ସରିଆଲିସ୍ଟ କବିତା ର ଆଉ ଗୁଟେ ଗୁନ ହେଲା ଦୁଇଟା ଅସଂପର୍କିତ ଚିତ୍ର କେ ଏକଠନିଆଁ ରଖବାରଟା (Juxtaposition of unrelated images)। ଉପର କେ ସେଟା ଅସଂପର୍କିତ ଲାଗିପାରେ, ଭିତର କେ ଡୁଂଗଲେଁ ଜନା ପଡ଼ବା ସପନ ଜୁଡ଼ି ଧରିଛେ । ଜେନ୍ତା ଆମେ ଦେଖମା –
“ଧସକେ ନି ଧସକେ ତମର କିଲା
ସେମପେନ ବୁତଲ ର ଠିପି ଖୁଲଲା
ଗୁଟେ ଗିଧା ଝାଁପି ନେଲା ଧାଂଗରି ଦ୍ରୋପଦି
ସାଖି ପାଂଡୁ କିଲା ।”

ଇ ପ୍ରକାର ସପନ୍ ଭେଁଟଲା ମିତାର କ୍ରମ ବିନ୍ୟାସ୍ ରେ Allusions ର ସାଫୁଲ୍ ପ୍ରୟୋଗ ବି କବି ସାକେତ ସାହୁ କରିଛନ୍ –
୧) ବୁଡ଼ବକ ‘ସିବିଲ’ ବାଗିର
୨) ଲମି ଜଉଛେ ‘ସେଂଟିଆଗୋ’ ର ଆସ
୩) ‘ହିଂଗୁଲ ଦେଇ’ ର ଉମେହି ନୁ
୪) ‘ଅଇବନ୍ ରଜା’ … ମିଥ୍ ନୁ, ଜନାସୁନା ଉପନ୍ୟାସ ନୁ ଫେର୍ ଆଂଚଲିକ ଲୋକକଥା ନୁ Allusions ସବୁ ନେବାର୍ ଟା ଖିରି ଥିଁ ଜାଫ୍ରାନ କେଶର୍ ପକାଲା ବାଗିର ଆଏ । ସ୍ୱାଗତ୍ !
ସାକେତ ସାହୁଂକର ଭାସା ଉପରେଁ ପକଡ଼ କେତେ ମଜବୁତ କବିତା ନୁ ଫଟିକ ଜନା ପଡ଼ସି –
୧) “କେତେ କରି ଥାବେ ସୁତ୍ରେ ଚଉତି ଦେଖୁଛେଁ ଅଂଗଛି
ସରଲି ସରଲି ଜଉଛେ ଥାକ ଥାକ ସୁରତା ।”

୨) “ଝିପିର ଝିପିର ସୁରତା ଥି ଭିଜି ଭିଜି
ସାମନା ର ଉଛନା କେ ଠଁକଉଥିଲିଁ
ଥପଥାପ ତମର ସୁରତା ଥିପୁଥିଲା…”

୩) “ଦୁଇ ଚେରଟା ଫପସାଲା ଜୁହ୍ନାଁ ସପନ
ଉଲମି ଉଲମି ଝରିି ପଡିଥିଲେ…”

ଏନ୍ତା କେତେଟା କଅଁଲିଆ ବାକି ନିଦା ମେଟାଫର୍ (Metaphor) ସବୁ କବିତା ସାରା ଝିଁଟା ହେଇଛେ, ଜାର ମହକନ ଚହଟି ଜାଉଛେ । ପଦମ କହଁଡ଼ୋର ସପନ କୁସେର ପନା ମିତାର ‘ନିଅ-ଢକୋ-ଢକୋ-ପିଅ’ କବିତା ନୁହେ । ବରଂ, ଖୋଦ୍ କୁସେର୍ ଆଏ, ଜାର ରସ, ମିଠାସ୍ ଆର ମଜା ନିଜେ ବୁତା କରି, ଚାବି ଚାବି ଉଠାବାର୍ କେ ପଡ଼ବା । କୋସଲି କବିତା ଦୁନିଆଁରେ ଆଧୁନିକତାର ସାଫୁଲ୍ ପ୍ରବେଶ୍ ଆରୁ ପ୍ରୟୋଗ ଲାଗି ସାକେତ ସାହୁଂକର ମୌଲିକ କୃତି ପଦମ କହଁଡ଼ୋର ସପନ କେ ପାଠକ ସବୁ ଦିନର ଲାଗି ସୋର୍ ରଖବେ ।

ତିନ ପଦ ର କବିଂକ ସହ କେଇ ପଦ

ସମସ୍ତେ ତାଂକୁ ଜାଣନ୍ତି କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଲଢେଇ କରୁଥିବା ଜଣେ ସଂଗ୍ରାମୀ ବୋଲି । ସେ କେବେ ନିଜ ଗାଁରେ ସତ୍ୟାଗ୍ରହରେ ବସିପଡନ୍ତି ତ କେବେ ଜନ୍ତର ମନ୍ତରରେ ଧାରଣା ଦିଅନ୍ତି । କୋସଲି ଭାଷାର ସ୍ୱୀକୃତି ପାଇଁ ଜାତିୟ ସ୍ତରରେ ସକ୍ରିୟ ରହୁଥିବା ଭାଷାକର୍ମୀ ସାକେତ ଶ୍ରୀଭୂଷଣ ସାହୁଂକୁ ଖୁବ କମ ଲୋକ ଜାଣନ୍ତି ସେ ଜଣେ କବି ବୋଲି । ନିକଟରେ ତାଂକର କବିତା ସଂକଳନ “ତିନ ପଦ” ପ୍ରକାଶିତ ହୋଇଛି । ତାଂକର ସହିତ ଏକ ଅନ୍ତରଂଗ ସାକ୍ଷାତକାର ।

ପ୍ରଶ୍ନ – ଆମେ ଆପଣଂକୁ ଜଣେ ଭାଷାକର୍ମୀ ଭାବେ ଜାଣୁ, ଆପଣ ଏ କବିତା ସବୁ କେବେ ଲେଖିଲେ ?

ସାକେତ – ମୁଁ ସ୍କୁଲ ସମୟରୁ କବିତା ଲେଖୁଥିଲି ମାତ୍ର ସେ ସବୁ ପାରଂପାରିକ ଛନ୍ଦବଦ୍ଧ କବିତା ଥିଲା । କଲେଜ ସମୟରେ ଲେଖୁଥିଲି ହେଲେ ପ୍ରକାଶ କରୁ ନ ଥିଲି । ପରେ ସେ ସବୁ ଚିରି ଦେଇଥିଲି । ୨୦୦୩ ପରେ ପୁଣି କବିତା ଲେଖିବା ଆରମ୍ଭ କଲି ଏବଂ ସେ ସବୁ ଛୋଟ ଛୋଟ ନୋଟକୁ ନେଇ ନ ବର୍ଷ ପରେ ପ୍ରଥମ କବିତା “ପଦମ କହଁଡୋ ର ସପନ”୨୦୧୨ରେ ପ୍ରକାଶ କଲି । ୨୦୧୫ରେ ଦ୍ୱିତୀୟ କବିତା “ମେରିଆ” ଓ ୨୦୧୬ ରେ “ଜୁ” ଲେଖିଥିଲି । ସେ ତିନୋଟି କବିତାକୁ ନେଇ ତିନ ପଦ ସଂକଳନ ।
ପ୍ରଶ୍ନ -ବତର୍୍ମାନ କୋସଲି/ସମ୍ବଲପୁରିରେ ଯେଉଁ ଧାରାରେ କବିତା ଲେଖା ଚାଲିଛି ସେ ସମୟରେ ତିନ ପଦ ର ସ୍ଥାନ କେଉଁଠି?

ସାକେତ – ସ୍ଥାନ ପାଠକ ନିରୂପଣ କରିବେ । ଆମ ସାହିତ୍ୟରେ କବିତାର ଧାରା ଲୋକଗୀତରୁ ଆରମ୍ଭ । ସେ ପରଂପରା ଏବେ ବି ଚାଲିଛି ଓ ଆଗକୁ ବି ରହିବ । କବିତା ହେଉଛି କିଛି ଶବ୍ଦକୁ ନେଇ ପାଠକ ସାମନାରେ ଏକ ଚିତ୍ର ପ୍ରସ୍ତୁତ କରିବା ତଥା ତା ମନରେ ଏକ ବିଶେଷ ଭାବନା ଉଦ୍ରେକ କରିବା । ଭାବନା ଉଦ୍ରେକ କରିପାରିଲେ କୃତି ସଫଲ ଏବଂ ଆପଣ ସେ ଭାବନା ଉଦ୍ରେକ କରିବା ପାଇଁ ଯେଉଁ ଶୈ÷ଳୀରେ ବି ଉପସ୍ଥାପନା କରିପାରନ୍ତି ।

ପ୍ରଶ୍ନ – ତିନ ପଦରେ ସମାଜ ପାଇଁ କଣ ବାର୍ତା ରହିଛିି ?

ସାକେତ – ମୁଁ ସମାଜକୁ ବାର୍ତା ଦେବା ପାଇଁ ବା ସମାଜ ସୁଧାର ପାଇଁ କବିତା ଲେଖିନି । ବର୍ତମାନ ସମାଜରେ ଅଣନିଶ୍ୱାସି ହୋଇପଡିଥିବା ମଣିଷ, ତାର ଦ୍ୱନ୍ଦ, ନିରାଶା, ସ୍ୱପ୍ନ, ସପନ ଆଉ ସତ ଭିତରେ ଥିବା ପାର୍ଥକ୍ୟ, ମଣିଷ ସଂପର୍କ ମଧ୍ୟରେ, ମରଣ ଓ ଜୀବନ ମଧ୍ୟରେ ଥିବା ସତ୍ୟତା, ସହର ଓ ଗାଁ ର ବଦଲୁଥିବା ଚିତ୍ର, ଅବକ୍ଷୟର ସ୍ରୋତରେ ବହିଚାଳିଥିବା ସଂସ୍କୃତି, ଯାନ୍ତ୍ରିକ ହୋଇପଡିଥିବା ସମୟକୁ କେବଳ ଚିତ୍ରଣ କରିବାର ଚେଷ୍ଟା କରିଛି ମାତ୍ର ।

ପ୍ରଶ୍ନ – ତେବେ ଆପଣ କାହିଁକି କବିତା ଲେଖନ୍ତି ?

ସାକେତ – କେବେବି ପାଠକୀୟ ପ୍ରଶଂସା ବା ପୁରସ୍କାର ପାଇଁ କବିତା ଲେଖିନି । ମାତ୍ର କବିତା ଲେଖିବା ସମୟରେ ଏକ ଆତ୍ମସନ୍ତୁଷ୍ଟି ମିଲେ । ମନ ଭିତରେ ଜମାଟ ବାନ୍ଧିଥିବା ଅତୃପ୍ତ ସ୍ୱପ୍ନ ସବୁ ଶବ୍ଦ ଜରିଆରେ ସାକାର ହେଲାପରି ଲାଗେ, ସେଥିପାଇଁ, ନିଜ ପାଇଁ ଲେଖେଁ । ଯେମିତି କହିସାରିଛି, ଅଚାନକ କେବେ କିଛି ଧାଡି ମନକୁ ଆସିଗଲେ ତାକୁ ନୋଟ କରିନିଏ ଓ ପରେ ସେ ସବୁ ନୋଟକୁ ନେଇ କବିତାର ସୃଷ୍ଟି । ସେ ଅଚାନକ ବାହାରି ପଡୁଥିବା ଧାଡି ସବୁ ମନକୁ ହାଲକା କରିପକାଏ ।

ପ୍ରଶ୍ନ – ଯଦି ନିଜ ପାଇଁ କବିତା ଲେଖନ୍ତି, ପ୍ରକାଶ କାହିଁକି କଲେ ?

ସାକେତ – ଦୁନିଆଁର ସବୁ କବିତାରେ କବିର ନିଜି ଜୀବନର ଝଲକ ଥାଏ । ଏଥିରୁ କେହି ବର୍ତି ପାରିନାହାନ୍ତି । ତଥାପି ସେ ନିଜି ଜୀବନ ଆଉ କାହାର ନିଜି ଜୀବନ ସହିତ ମେଳ ଖାଇଜିବ ଓ ସେ ନିଜେ ଲେଖି ଯଦି ନ ପାରୁଛି, ପଢିକରି ହେଲେ ନିଜକୁ ସଂପର୍କିତ କରିପାରିବ । କିଛି ନିଜି ଦୁଃଖ, ନିଜି ସୁଖ, ନିଜି ସ୍ୱପ୍ନ, ନିଜି ଦ୍ୱନ୍ଦ ବାଣ୍ଟି ହୋଇଯିବ ଓ କାଳେ ଜାଗତିକ ହୋଇଜିବ, ସେଇ ଆଶାରେ ପ୍ରକାଶ କରିବାକୁ ମନ କଲି ।

ପ୍ରଶ୍ନ – ବହୁତ ବହୁତ ଧନ୍ୟବାଦ ! ଆପଣ ଆଗକୁ ଆହୁରି ଲେଖନ୍ତୁ, ଯେଉଁ ଭାଷା ପାଇଁ ସଂଗ୍ରାମ କରୁଛନ୍ତି ସେ ଭାଷା ସାହିତ୍ୟ ରୁଦ୍ଧିମନ୍ତ ହେଉ, ଭଗବାନ ଠାରେ ଏହାହିଁ ପ୍ରାର୍ଥନା ।
ସାକେତ – ଧନ୍ୟବାଦ !

The Power of Reading Aloud to Children

0

If you want your children to be intelligent, read them fairytales. If you want them to be more intelligent, read them more fairytales. – Albert Einstein
In 2014, the American Academy of Pediatrics advised its 62,000 member doctors to recommend daily reading aloud to the parents and children they see in their medical practices. Their statement said “Reading regularly with young children, stimulates optimal pattern of brain development, and strengthens parent-child relationship at a critical time in child development, which, in turn, builds language, literacy, and social-emotional skills that last a lifetime”.
“Reading aloud is good for people of every age, but its effects are perhaps more important in infancy and early childhood. A child’s brain growth rate is high during the first three years of life. Reading to children during this period gives them more of exactly what they need: more loving attention, more language and more empathy. Infants also learn from seeing expressive human faces. Babies tend to make eye contact when they are about two months old. By six months, they make eye contact and follow the other person’s gaze. This is one of a baby’s earliest social behaviors, and by twelve months almost all babies will do it. The language of stories helps baby develop the linguistic scaffolding of early speech, and helps young children work towards fluency. When children are older, books read aloud give them access to complex language and narratives that might otherwise be beyond them. Reading out loud brings joy, engagement and emotional connection for children, teens, adults –everybody” (Gurdon).
In these days of technologies, children from middle and upper middle class families have cell phones, tablets, and televisions in their bed rooms. Most of them are glued to these devices. In the behavior literature, it is clear that children who have too much screen time can have deficits in different areas, like language, imagination, and attention. A 2012 study found that children who enter kindergarten having had little or no reading time tend to lag other children by twelve to fourteen months in their language and reading skills.
Screen time recommendations by American Academy of Pediatrics (2016)
1. For children under 18 months parents should avoid screen time except for video-chatting. For children between 18-24 months, parents may introduce high quality digital programming but watch with their children to help them understand what they are watching.
2. For children ages 2-5 years, limit screen use to I hour per day of high quality programs. Parents should co-view the media with children to help them understand what they are watching.
3. For children ages 6 and over, place consistent time limit on daily media use.
4. Designate media free time together such as dinner time or driving time.
Conclusion
. Start early, read often. Reading to babies helps build bonds, vocabulary and habits.
. Read the pictures. Illustrations are visual clues that can help children build their vocabulary and their emotional tool kits.
. Press pause button. Don’t rush through the book. Take time to look at a picture, ask question, or share reactions. Help children make connection between what they read and the world around them.
. Make reading part of your daily routine.
‘Reading aloud is a small thing, yet profound. To read to someone you love is the simplest of gifts, and one of the greatest. All that is required for a long, happy string of enchanted hours is for someone to take the trouble to make it happen. Surely that is something we can aspire to do, with love.’(Meghan Cox Gurdon)
“Please read to your kids. It’s not the school‘s job to get our kids’ reading, it’s our job- and it’s a wonderful, magical act of love and caring”. (James Patterson, International bestselling author).
• 10 Best Children’s Books of All Time (Time Magazine).
• 1-Goodnight Moon by Margaret Brown (1947), Age range 0-3.
• 2-The Very Hungry Caterpillar by Eric Carle (1969), Age-0-4.
• 3-Where the Wild Things Are by Maurice Sendek (1963), Age-2-6.
• 4-The Cat in the Hat by Dr. Seuss (1957).Age 3-8.
• 5-Charlotte’s Web by E. B. White (1952). Age-8-11.
• 6-Harold and the Purple Crayon by Crockett Johns (1955). Age 3-7.
• 7-Charlie and the Chocolate Factory by Roald Dahl (1964). Age 8-10.
• 8-Little Women by Louis May Alcott91880).Age 9-12.
• 9-Harry Potter and the Philosopher’s Stone by J.K. Rowling (1997). Age 8-14.
• 10-The Chronicles of Narina: The Lion, the Witch and the Wardrobe by C. S. Lewis (1954). Age 8-12.
Source
• Meghan Cox Gurdon. The Enchanted Hour, The Miraculous Power of Reading Aloud In the Age of Distraction. New York: Harper Collins, 2019.
Dr Saheb Sahu, MD, FAAP.

CLEAR request to draft language policy in all scheduled languages

0

In a press release Aazhi Senthilnathan, the General Secretary, CLEAR (Campaign for Language Equality and Rights) demands on behalf of CLEAR, Campaign for Language Equality and Rights, a civil society organization advocating the rights of mother tongues in India.

He regret that the NEP draft proposal 2019 has been issued only in English and Hindi languages. This amounts to keeping it beyond the access of an overwhelming majority of the citizens of India. And he request the ministry to issue the respective report in all scheduled languages and give at least two months time for suggestions after it is issued.

CLEAR wants to comment on both NEP in general and the language policies for the education system in India as envisioned in the draft particular, CLEAR stands for language equality and rights to all the languages in India.

Why Odisha should open more public libraries?

0

FREE TO ALL (Inscription above the main entrance to Boston Public Library)
“I have always imagined that paradise will be a kind of library.” – Jorge Luis Borges

What is a public library?
Public libraries are generally supported by taxes (usually local), governed by a local board, open to all and they provide basic services without charge. They are distinct from college, university, research and other specialized libraries. They come in all shapes and sizes.

Public libraries exist in almost all parts of the world. They are considered an essential part of having an educated and literate population. Public access to books is not new. The Library of Alexandria, Egypt goes back to 4th century BCE. It is estimated that it housed 400,000 papyrus scrolls. The Library of Nalanda in the 5th century BCE had hundreds of thousands of volumes. Over the centuries there have been many more libraries around the world. Most of them were for well do to literate people who were very few. There were also many private libraries and lending libraries. The world’s first tax –supported public library was founded in Peterborough, USA, in 1833.

Functions of Public Libraries
A public library adopts its role to the need of the local community. Some of the usual functions of a public library are to provide:
1- Reading rooms for children and adults.
2-Loan books, audio and video disks, tapes, children toys and other materials as suitable for the local community.
3- Get books for the patrons from other libraries for a small fee (inter-library loan).
4-Provide meeting rooms for small groups.
5-Host authors, painters, musicians and story tellers.
6- Provide computers with internet connections wherever feasible.
7-Provide computer education for the patrons.
8- Can preserve local writings, arts and crafts.

Public Libraries in Odisha
There are very few public libraries in Odisha (as defined in this article). When I googled “public libraries in Odisha”the only one I could find was the Harekrushna Mahatab State Library at Bhubaneswar. It houses the state Library of Odisha and the public library for the city of Bhubaneswar. The Orissa Public Libraries Act was passed in 2001 to establish a network of public libraries in Orissa. To the best of my knowledge, very few public libraries have been established since the act was passed. Odisha has a population about 46 million with very few public libraries. By contrast USA with a population of 320 million has 120,000 public libraries.

What Government of Odisha should do to establish more public libraries?
1- Implement the 2001 Orissa Public Library Act.
2- Give money to villages, panchayats, towns and cities to establish more public libraries. The big towns and cities should establish branch libraries in various localities (paras). Give the money but leave the day to day operation to the local library board.
3- Provide mobile library services to remote villages and schools.
4- Each community, each school, small or big should have access to books.

Conclusions
I grew up in a village in the present Bargarh district in the 1950s and 1960s. My village’s elementary school had no library. I finished Bhagabata Purana in Oriya during my third grade. I attended Kamgaon government middle school and stayed in the hostel but the school had no library. The C.S. Zila School which I attended from 1958-1962 had a nice library. During my summer vacation, after the 10th grade, my library teacher gave me “The Complete Works of Sherlock Holmes’’ by Arthur Conan Doyle. The book was in English and was about 1000 pages long. I finished the book in my village in about two weeks. I was hooked. I loved the book and it was the beginning of my love affairs with books. I have been a voracious reader since that time. I was admitted to All India Institute of Medical Sciences (AIIMS), New Delhi, in 1968. AIIMS had an excellent medical libray but one corner of the library was named ‘Rajkumari Amrita Kaur’ section. Rajkumari Amrita Kaur was the first health minister of India. She had donated all her personal collection of books to AIIMS. That section was a heaven for me. I had an opportunity to read all kinds of non-medical books there and I still do so.

Books have enriched my life greatly. I know that everybody will not be a reader but at least, all have the access to books. It is the obligation of the government of Odisha to open as many public libraries it can, small or big, in all parts of Odisha especially in rural Odisha. I am hoping that youth of Odisha will pressurized their local elected officials, panchayat members, MLAs and MPs to open many more public libraries in the areas they represent.

Dr Saheb Sahu

ମୋର ପନିର କିଏ ଖଁସରାଲା ?

ଦୁରିଆର ଗୁଟେ ଭୁଲଭୁଲୈଆ ନ ୪ ଝନ ରହୁଥିଲେ । ୨ଟା ମୁଷା; ସ୍ନିଫ ଆର ସ୍କରି ଆର ୨ଟା ମୁଷା ଏତକି ସାନ ମୁନୁଷ, ହେମ ଆର ହ । ଇ ସମକୁ ପନିର ବଡା ପସନ ଥିଲା । ସେଥିର ଲାଗି ସେମାନେ ଫି ଦିନ ସଖାଲୁ ରନିଂଗ ଜୁତା ପିନ୍ଧିକରି ପନିର ନୁରି ଯଉଥିଲେ । ଦିନେ ସେମାନେ ନୁରୁନ ନୁରୁନ, ବଢେନି ବଢେ ପନିର ଟେସନ ନ ପହଁଚିଲେ, ଯେନ ନ କି ମେନମେନସା ପନିର ଥିଲା । ସେମାନେ ନିଜର ନିଜର ପସନ ର ପନିର ଉଷତ ହେଇକରି ଖାଇବସଲେ ।
ସ୍ନିଫ ଆର ସ୍କରି ସବୁ ଦିନ ବଢେପୁରୁ ଉଠିକରି ପନିର ଟେସନ ଯାଇକରି ପନିର ଖାଇକରି ଆସନ । ଇଆଡେ ହେମ ଆର ହ ବେଲକେ ଉଠନ ଆର ଆରାମ ସେ ଯାଇକରି ପନିର ଖାଇକରି ଆସନ । ସେମାନେ ଭାବୁଥିଲେ ଇ ପନିର ଟେସନ ନ ଏତେ ପନିର ଅଛେ ଯେ ଜୀବନ ଭଏର ଏତକି ପନିର ଥି ଚଲିଯିବେ । ସେମାନେ ତାକର ରନିଂଗ ଜୁତା ବି ଫିକି ଦେଇଥିଲେ ନ । ସେମାନେ ସୁରକ୍ଷିତ ଆର ଆରାମ ଭିତରେ ରହେଲା ବାଗିର ଲାଗୁଥିଲେ । ହ ଏତେ ଉଷତ ହେଇଗଲା ଯେ କାଁଥି ଥି ଲେଖିଦେଲା: “ଜୀବନ ରେ ପନିର ଥିଲେ ଉଷତ ଲାଗସି” ।

ଇଆଡେ ସ୍ନିଫ ଆର ସ୍କରି ଏତକି ଆରାମ ଥି ନି ରହୁଥେଇ । ସେମାନେ ହମିଶା ଦେଖୁଥିଲେ ଯେ ପନିର ଅଛେ କି ନେଇଁ । ଆର ସେମାନେ ଦେଖଲେ ଯେ ପନିର ସରି ବସୁଛେ । ହେଲେ ହେମ ଆର ହ ଇ କଥାକେ କେଭେ ନି ଭାବି ।

ଦିନେ ସ୍ନିଫ ଆର ସ୍କରି ସଖାଲୁ ସଖାଲୁ ପନିର ଟେସନ ପହଁଚିଲେ କି ଦେଖଲେ ସବୁ ପନିର ସରି ଯେଇଛେ । ଇଟା ଦେଖିକରି ସେମାନେ ଚମକି ନି ଯେଇ କାରଣ ସେଟା ସେମାନେ ଭାବୁଥିଲେ ବି । ସେମାନେ ଯହ ସମିଆଁ ଭାବବାର ଆର ଅବଶୋଷ କରବାର ଥି ବରବାଦ ନି କଲେ । ପରିସ୍ଥିତି ବଦଲିଗଲା ତ ସେମାନେ ବି ବଦଲିଗଲେ । ତ ପନିର ଟେସନ ନୁ ବାହାର କେ ଆସିକରି ଆର ଗୁଟେ ପନିର ଟେସନ ନୁରି ଦେଖଲେ ।

ସେ ଦିନ ହେମ ଆର ହ ଯେତେବେଲେ ପନିର ଟେସନ ପହଁଚିଲେ ଦେଖଲେ ପନିର ନେଇଁ ନ କି ଚମକି ପଡଲେ । ହେମ ରାଗେ ଜରଜର ହେଇକରି ବଏଲା ଏନ୍ତା କିଏ କଲା, ମୋର ପନିର କିଏ ନେଇଗଲା ? ସେ କାଣା କରବା କିଛି ବୁଝି ନି ପାରୁଥେଇ । ଫେର ଟିକେ ଭାବିକରି ହ ବଏଲା, “ସ୍ନିଫ ଆର ସ୍କରି ବି ଇନ ନି ଦିଶବାର । ତତେ ନି ଲାଗବାର ସେମାନକୁ କିଛି ଏନ୍ତା ଜନା ଅଛେ ଯେନଟା ଆମେ ନି ଜାନି”? ହେମ ବଏଲା, “ନେଇଁ ହେମାନେ ତ ମୁଶା ଆନ, ହେମାନକର ହେତକି ବୁଧି ନି ହୁଏ । ଆମେ ମୁନୁଷ ଆଉଁ ଆମେ ଜହ ଚାଲାକ” । ତେହରୁ ହ ବଏଲା, “ହେଲେ ଆମେ ତ ଚାଲାକ ବାଗିର କାମ ନି କରବାର, ଆମେ ବି ଭଟାକେ ଜେଇକରି ନୁଆଁ ପନିର ନୁରବାର କଥା” । ହେମ ବଏଲା, “ନେଇଁ ମୁଇଁ ଆଘୋର ବାଗିର ହିଁ ରହେମି ବିଶ୍ୱାସ କର ସବୁ ଠିକ ହେବା” ।

ସେ ସମିଆଁ ଥି ସ୍ନିଫ ଆର ସ୍କରି ନୁଆଁ ପନିର ନୁରବାର ଥି ଜୁଟିଥିଲେ । ଫେର ନୁରତେ ନୁରତେ ଗୁଟେ ନୁଆଁ ପନିର ଟେସନ ପାଏସନ । ଇନ ଆଘୋର ପନିର ଟେସନ ନୁ ବି ଜହ ପନିର ଥିଲା । ସେଟା ଦେଖିକରି ସେମାନେ ଉଷତ ହେଇଗଲେ ।

ସେଆଡେ ହେମ ଆର ଇଟା ଭାବୁଥିଲେ କି ଇଟା କେନ୍ତା ହେଇଗଲା, କାଏଁଜେ ହେଲା ଆର ଇହାଦେ କାଣା ହେବା ? ଭାବତେ ଭାବତେ ହ ବଏଲା, “ଆମେ ଟିକେ ବଦଲିଯିବାର କଥା । ଇ ଭୁଲଭୁଲେୟା ନୁ ଭାଟାକେ ବାହାରିକରି ଦେଖବାର କଥା, ଭେଲ ବାହାରେ ଆମକେ ଆର ଭଲ ପନିର ମିଲିଜିବା” ।

ହେମ ବଏଲା, “ନେଇଁ ଭଟାକେ ଯିବାରଟା ବଡା ବିପଦ ଅଛେ । ଆମେ କେଭେ ଭଟାକେ ଯାଇ ନି । ବାହାରେ ହଜିଗଲେ କେନ୍ତା ହେବା ଆର କିଏ ଜାନିଛେ ବାହାରେ ପନିର ମିଲବା କିନି ଯେ । ବାହାରକେ ଯିବାର ଠାନୁ ମୁଇଁ ଇନ ଠିକ ଅଛେଁ । ଭଲ ହେବା କି ଆମେ ଇନ ଟାକି ରହୁଁ ଯେବତକ ଆଘୋର ବାଗିର ଠିକ ନି ହେଇଯିବା” । ଫେର ଦୁହେଁ ଭୁଖେ ଘରକେ ଫିରି ଆଏଲେ ।

ସେମାନେ ସବୁ ଦିନ ପନିର ଟେସନ କେ ଯା’ନ ଆର ଖାଲି ଫେଟେ ଫିରି ଆସନ । ଫେର ପନିର ମାଏଟ ତଲେ ଦବି ଯେଇଥିବା ଭାବିକରି କୁଡି ବସଲେ ହେଲେ ନି ପାଏଲେ । ସବୁ ଦିନ ମେହନତ କରିକି ବିନା ପନିର କେ ତନାବ ଆର ଦୁଖ ଧରିକରି ଘରକେ ଫିରୁଥିଲେ ।

ଦିନେ ଗାଡ କୁଡଲା ବେଲକେ ହ ହଁସି ବସଲା । ହେମ ବଏଲା, “କାଏଁ ଯେ ହଁସୁଛୁ?” ହ ବଏଲା, “ଆମେ ସବୁଦିନ ସମାନ କାମ କରିକି କିଛି ଅଲଗା ଆଶ କରୁଛୁଁ” । ହେମ ଏତେ ତନାବ ଥି ରହୁଥିଲା କି ହ ର କଥା କେ ଧ୍ୟାନ ନି ଦଉଥେଇ । ଖାଲି ଇ କଥା ଭାବୁଥିଲା କି କିଏ ମୋର ପନିର କେ ନେଇଗଲା । ଫେର ହ ବଲସି, “ହେମ, ଆମକେ ବାହାରକେ ଯିବାରକେ ହିଁ ପଡବା, ଚାଲ ମୋର ସାଂଗେ” । ହେମ ବଲସି, “ମୁଇଁ ବାହାରକେ ନି ଯେ, ଇନ ହିଁ ଟାଖମି ମୋର ପନିର ଫିରବାର ତକ । ତୁଇ ଏକଲା ଯା” ।

ଫେର ହ ଯିବାରକେ ବାହାରଲା ଆର ଭଟାକେ ଯିବାର ଆଘୋନୁ କାଁଥି ଥି ଲେଖସି, “ତମେ କାଣା କରତ ଯଦି ତମେ ନେଇଁ ଡରଲେ” । ଫେର ହ ନୁଆଁ ନୁଆଁ ବାଟେ ଯାଏସି । ଇବାଟ ମାନେ ହେତକି ବି ଖରାପ ନେଇଁସେ ଯେତକି ସେ ଡରୁଥିଲା । ଫେର ହେମ ଲାଗି ଚିହ୍ନା ଦେବାର ଲାଗି ବାଟେ ଲେଖସି, “ପନିର କେ ବୋଲ ବୋଲ ସୁଂଘୁଥ ଯେ ତମକୁ ଜନା ପଡବା କି କେତେ ଜୁହ୍ନା ହେତେଲ ଯାଉଛେ” । ଫେର ସେ ଇଆଡ ସେଆଡ ଦୌଡିଲା ବେଲକେ ତାହାକେ ବଡା ମଜା ଲାଗୁଥେ । ସେ ଫେର କାଁଥି ଥି ଲେଖସି, “ତମେ ଡରବାର ବନ୍ଦ କରିଦେବ ତ ତମକୁ ବହୁତ ଭଲ ଲାଗବା ଯେତକି ଆଘୋନୁ କେଭେ ନି ଲାଗିଥିବା” ।

ହ ଟିକେ ଆଗକେ ଗଲା ଉତାରୁ ତାହାକେ ଗୁଟେ ପନିର ଟେସନ ମିଲସି ହେଲେ ସେନ ଖାଲି ଥିସି । ଖାଲି ଦିରା ବାଗିର ପନିର ପଡିଥିସି । ସେ ଭାବସି, ମୁଇଁ ଟିକେ ଆଘୋନୁ ବଦଲି ଯେଇଥିଥିଁ ବଏଲେ ମତେ ହହ ପନିର ମିଲିଥିତା । ସେ ସେନର ପନିର ଦିରା ଧରିକରି ହେମ ନିକେ ଫିରିଯାଏସି ଯେ ହେମ କେ ଦେଖେଇ ପାରବା କି ବାହାରେ ବି ପନିର ଅଛେ । ସେନ ସେ ଦେଖସି ହେମ ର ହାଲତ ଏକଦମ ଖରାପ ହେଇଯେଇଥିସି । ସେ ତାହାକେ ନିଜେ ଆନଲା ପନିର ଦେସି । ହେମ ବଲସି, “ମତେ ନୁଆଁ ପନିର ଦରକାର ନି । ବରମ ମତେ ସବୁ ଆଘୋର ବାଗିର ହିଁ ଦରକାର” । ହ ସେତାକେ ବାହାରକେ ନେଇଯିବାରକେ ବହୁତ ଚେଷ୍ଟା କରସି ହେଲେ ହେମ ର ନକରାତ୍ମକ ବିଚାର ଥି ଏତେ ଡୁବି ଯାଇଥିସି ଯେ ବାହାର ଦେଖବାର କେ ବି ଡର ଲାଗସି । ହ ବୁଝି ଯାଏସି କି ହେମ ଲାଗି ଆର କିଛି କରିନି ହୁଏ ଆର ସେ ଗଲା ବାଟେ ଚିହ୍ନା ମାନେ ବନାତେଲ ଯାଏସି ଆର କାଁଥି ତି ଲେଖସି, “ତମେ ଯେତେବେଲେ ତମର ଭାବନା ବଦଲେଇ ଦେବ ସେତେବେଲେ ତମର କାମ ବି ବଦଲି ଯାଏସି” ।
ଫେର ଯାଏତେ ଯାଏତେ ଗୁଟେ ପନିର ଟେସନ ଦେଖସି । ସେନ ସ୍ନିଫ ଆର ସ୍କରି ବି ଥିସନ । ସେନ ଏତେ ମେନମେନସା ପନିର ଥିଲା ଯେ, ସେ ଆଘୋନୁ କେଭେ ନି ଦେଖିଥେଇ । ସେ ବଡା ଉଷତ ହେସି ହେଲେ ଦୁଖ ବି ଲାଗସି କି ତାର ସାଂଗେ ହେମ ନେଇଁ ନ । ସେ ଆଶ କରସି କି ତାର ବାଟର ଚିହ୍ନାମାନକୁ ଦେଖିକରି ହେମ ଯଲଦି ସେନକେ ପହଁଚିଯିବା । ସେ ଉଷତ ହେଇକରି ସେନ ଜରୁର ଥିଲା ହେଲେ ଆରାମ ନୁ ବାହାରିକରି ସବୁ ଦିନ ଯାଁଚ କରୁଥିଲା କି ପନିର କେତେ ଅଛେ ବଲି ଆର ମଝି ମଝି ଭଟାକେ ଯେଇକରି ନୁଆଁ ଠାନ ବି ଦେଖି ଆସୁଥିଲା କି ଆଘୋର ବାଗିର ସେତାକେ ଅସବିଧା ଭୁଗବାର କେ ନି ପଡୁ ବଲିକରି ।

ଇଟା ଥିଲା “ହୁ ମୁଭଡ ମାଇଁ ଚିଜ” ର ପୁରା କଥା । ଇନ କେତେଟା କଥା ସାଫ କରିଦେମାଁ ଯେ ପନିର ଟା ସ୍ନିଫ ଆର ସ୍କରି ଲାଗି ଖାଲି ଖାନା ଥିଲା । ହେଲେ ସେ ଛୁଆ ମୁନୁଷ ମାନକର ଲାଗି ଖାଲି ଖାନା ନି ଥେଇ ଗୁଟେ ରୁପକ ଏ ଯେନଟା ଆମର ମୁନୁଷ ମାନକୁ ଉଷତେ ଜିଁବାର ଲାଗି ଦରକାର ହେସି ଯେନ୍ତା ଦିହଁ ପା,ସଂପର୍କ, ପଏସା ଆଦି । ଇ କଥାନି ନୁ ଆମକେ ୫ଟା କଥା ଶିଖବାର କେ ମିଲସି
୧) ପରିବର୍ତ୍ତନ ହେସି
୨) ପରିବର୍ତ୍ତନ କେ ସାମନା କରବାର ଲାଗି ତିଆର ରହୁନ
୩) ପରିବର୍ତ୍ତନ କେ ନଜର ରଖିଥାଉନ
୪) ପରିବର୍ତ୍ତନ ସାଂଗେ ଯେତେ ଜଲଦି ହଉଛେ ବଦଲିବାର ଚେଷ୍ଟା କରୁନ
୫) ପରିବର୍ତ୍ତନ କେ ଅପନେଇକରି ଉଷତ ହେବାର ଶିଖୁନ

(ଇ କଥା ସ୍ପେନସର ଜନସନଂକର ହୁ ମୁଭଡ ମାଇଁ ଚିଜ ଆଧାରରେ ଲିଖିତ)

୮୦/୨୦ ନିଅମ – କମ କାମ, ଜହ ଫଳ

0

ୱିଲଫେରୋ ପେରେଟୋ ଗୁଟେ ଅର୍ଥଶାସ୍ତ୍ରୀ ଥିଲେ ଆର ୧୮୯୭ରେ ଇଂଲଣ୍ଡ ବାବଦରେ ପଢୁଥିଲେ । ସେ ପଢଲା ବେଲକେ ଗୁଟେ ଅଜବ ଜିନିଷ ପାଏଲେ କି ଇଂଲଣ୍ଡର ସବୁନୁ ଜହ ଜମିିନ କମ ଲୋକର ପାଖେ ଥିଲା । ୨୦% ଲୋକ ୮୦% ଜମିନ ଆର ସଂପତିର ମାଲିକ ଥିଲେ । ଇ କଥା ଜାନଲା ଉତାରୁ ସେ ଇତାର ବାବଦେ ଆର ଗବେଷଣା କଲେ । ଇ ନିଅମ ଟା ନା ଖାଲି ଦୁସରା ଦେଶ କି ଦୁସରା ସମିଆଁ କି ପଏସା ଲାଗି ସତ ଥିଲା ବରମ ଅଲଗା ସାମାନ ମାନକର ଲାଗି ବି ଲାଗୁ ଥିଲା ଜେନ୍ତା କି ତାକର ନିଜର ବାରି, ୮୦% ମଟର ଚନା୨୦% ମଟର ସେଂଗା ନୁ ବାହାରୁଥିଲା । ତେହରୁ ପେରେଟୋ ନିଅମ ବାହାରଲା ଘାହାକେ ୮୦-୨୦ ନିଅମ ବି କହେସନ । ଯେନଟା କି ବୈଗ୍ୟାନିକ ପଦ୍ଧତିରେ ସବୁ ଜିନିଷ ଥି ଲାଗସି ଜେନ୍ତା କି ପାଠ ପଢା, ସଂପର୍କ, ଦିହଁ’ପା ଆଦି । ଇ ନିଅମ କହେସି କି ଆପଣକର ୮୦% ଫଲାଫଲ ଖାଲି ଆପଣକର ୨୦% କାମ ଲାଗି ମିଲସି । ଇ ନିଅମ ଆମର ସାଧାରଣ ବିଚାର ନୁ ଏକଦମ ଉଲଟା ଏ । ଆମେ ଭାବସୁଁ, ଜେତକି ମେହନତ କଲେ ସେତକି ଫଲ ମିଲବା । ହେଲେ ସତ ତ ଇଟା ଯେ ଆମର କମ କାମ ହିଁ ଆମକୁ ଜହ ଫଳ ଦେସି । ଇ ନିଅମ କେ ଅଲଗ ଅଲଗ ଲୋକ କେତନିଟେ ଜିନିଷରେ ବେଭାର କରି ଦେଖଲେ ଆର ପାଏଲେ ଯେ:

୨୦% ଅପରାଧି ୮୦% ଅପରାଧ ଲାଗି ଦାଇ ଆନ
୨୦% ଡ୍ରାଇବର ଲାଗି ୮୦% ଦୁର୍ଘଟଣା ଘଟସି
୨୦% ବିହାରି ଲୋକ ୮୦% ଛାଡପତ୍ର କରିଥିସନ
୨୦% ରାସ୍ତାରେ ୮୦% ଟ୍ରାଫିକ ରହେସି
୨୦% କପଡା ଆମେ ୮୦% ସମିଆଁ ପିନ୍ଧସୁଁ
୨୦% ମଦୁଆ ଦୁନିଆଁର ୮୦% ମଦ ପିସନ
୨୦% ଜମିନ ୮୦% ଖାନା ଆର ଖନିଜ ଦେସି
୨୦% ବାଦଲ ନୁ ୮୦% ବର୍ଷା ହେସି
୨୦% ଅଭିନେତା କେ ୮୦% ଲୋକ ଜାନସନ
୨୦% ବୈଗ୍ୟାନିକ ୮୦% ଆବିଷ୍କାର/ଉଦ୍ଭାବନ କରସନ
୨୦% ଲେଖକ ୮୦% ବହି ବିକରି ହେସି

ଇଥି ନମର ଟିକେ ଆଗ ପଛ ହେଇପାରେ ହେଲେ ନିଅମ ଇଟା ହିଁ କହୁଛେ କି କମ ଜିନିଷ ଜହ ଉପଜ ଦେସନ । ଇତାର ଅର୍ଥ ନେଇଁସେ କି ଆମେ କାମ କରବାର ଛାଡିଦେମାଁ, ବରମ ଆମେ ସେ କାମ କରବାର କଥା ଯେନଟା ଆମକେ ଜହ ଫଳ ଦଉଛେ । ଇ ନିଅମଟା ଜହ କରି ବେପାର ଲାଗି ହିଁ ବେଭାର ହେସି । ଷ୍ଟାର୍ଟଅପ ଥି ଲୋକ ନିଜର ପଏସା ଆର ସମିଆଁ ସେ ଜିନିଷ ମାନକୁ ଦେସନ ଜେନ ନୁ ଉପଜ ନି ମିଲେ । ଜେନ୍ତା କି କଂପାନିର ଲୋଗୋ କେନ୍ତା ହେବା, ୱେବସାଇଟ କେନ୍ତା ଦିଶବାର କଥା ଆଦି । ଇଟା ସେ ୮୦% ଏ ଜେନ ନୁ ଫଳ ନି ମିଲେ, ବରମ ପହେଲା ନୁ ଆପଣକର ମୁଖିଆ କମ ହେବାର କଥା ଆପଣକର ସାମାନ କେ ବଢିଆ ବନାବାର ଜେନ ନୁ କି ଲୋକର ଜିବନ ସହଜ ଆର ଭଲ କରିପାରେ । ଇଟା କରଲା ଉତାରୁ ଆପଣକୁ ମାର୍କେଟିଂଗ ଆର ଅଲଗା ଜିନିଷ ଥି ନଜର ଲଗାବାର କଥା । ଆର ଆପଣକୁ ସେ ୨୦% ଜିନିଷ ଥି ଧ୍ୟାନ ରଖବାର କେ ପଡବା ଜେନନୁ ଆପଣକର ଉପଜ ଜହ ମିଲୁଛେ । ଆର କିଛି କଥା ଆପଣ ସୋର ରଖବେ, ଆପଣକର ୨୦% କ୍ଲାଏନ୍ଟ ଆପଣକୁ ୮୦% ଫାଏଦା ଦେବେ । ଆପଣକର ୨୦% କ୍ଲାଏନ୍ଟ ୮୦% ଅଭିଯୋଗକାରୀ ହେବେ । ତ ସେ ୨୦% ଲୋକର ଉପରେ ନଜର ରଖୁନ ଜେନମାନେ ଆପଣକୁ ୮୦% ଫାଏଦା ଦେବେ ।
ସାମାଜିକ ସଂପର୍କ ଲାଗି

ପହେଲା ମୁଇଁ ଭାବୁଥିଲିଁ ମୋର ଜେତକି ସାଂଗ ହେବେ ମୋର ଲାଗି ସେତକି ଫାଏଦା ଦେବେ । ସେଥିର ଲାଗି ମୁଇଁ ସମକର ନୁ ସାଂଗ ହଉଥିଲିଁ । ଆର ସମକିର ସାଂଗେ ସମିଆଁ ବିତଉଥିଲିଁ ଆର ସେଥିର ଲାଗି ମୁଇଁ ମୋର ଦରକାରି କାମ କରି ନି ପାରୁଥେଇ । ମୁଇଁ ଭାବୁଥିଲିଁ ଜହ ବଏଲେ ଭଲ । ପ୍ରକୃତରେ ଆପଣକର ୮୦% ଉଷତ ୨୦% ସାଂଗ ମାନକର ଲାଗି ମିଲସି । ସେଥିର ଲାଗି ଗୁରଦୁ ଠିକଠାକ ସାଂଗ ବାନାବାର ଠାନୁ ଆପଣ ସେ ୨୦% ଲୋକ କି ସାଂଗ ମାନକାର ସାଂଗେ ସମିଆଁ ବିତଉନ ଯେନମାନେ ସତେ ଆପଣକୁ ଭଲ ଲାଗସନ ଆର ଆପଣକୁ ବି ସେମାନକର ସାଂଗେ ମଜା ଲାଗସି । ଇଥିରୁ ଆପଣକର ସମିଆଁ ବି ବଁଚିଯିବା ।

ପାଠ ପଢା ଲାଗି

ମୋର ଗୁଟେ ସାଂଗ ଥିଲା ଯିଏ ପରୀକ୍ଷା ସମିଆଁ କେ ଦିନ ଭଏର ଆର ଦିନେ ଦିନେ ରାତି ବି ଉସିନ୍ଦ୍ରା ହେଇକରି ପଢେ । ଆର ଗୁଟେ ସାଂଗ ଥିଲା ଯିଏ ସବୁ ହେଇକରି ଦିନକ ୪-୬ ଘନ୍ଟା ପଢୁଥିଲା । ଯେତେବେଲେ ପରୀକ୍ଷାର ଫଲ ଆସୁଥିଲା ଦୁସରା ସାଂଗର ଫଲ ପହେଲା ସାଂଗ ର ସାଂଗେ ସମାନ କି ଟିକେ ଭଲ ରହୁଥିଲା । ଦୁସରା ସାଂଗ ବେଶୀ ସ୍ମାର୍ଟ ନି ଥେଇ ହେଲେ ତାର ଅଜାନତକେ ହି ୮୦-୨୦ ନିଅମ ବେଭାର କରୁଥିଲା । ଯେନ ସାଂଗ ୮୦-୨୦ ନିଅମ ବେଭାର କରୁଥିଲା ସେ ବାଛି ବାଛି ପଢୁଥିଲା । ଆର ସାଂଗ ସବୁ ପଢୁଥିଲା ଆର ସବୁ ପଢବାର ଲାଗି ତାହାକେ ସୋର ନି ରହୁଥେଇ । ଆର ପରୀକ୍ଷା ବେଲକେ ଉତ୍ତର ଭଲକରି ବି ଲେଖି ନି ପାରୁଥେଇ । ହେଲେ ଦୁସରା ସାଂଗ ମାଷ୍ଟର ନୁ ପଚରେଇକରି ଦରକାରି ଟା ମାନେ ପଢୁଥିଲା ଆର ସେ ସବୁ କେ ଭଲକରି ସୋର କରି ପରୀକ୍ଷା ଦଉଥିଲା ।
ପହେଲା ସାଂଗ ଦିନ ଭଏର ରାତ ଭଏର ପଢବାର ଚେଷ୍ଟା କରୁଥିଲା ହେଲେ ଝନେ ଲୋକ ଏକସରଲଗ କେନସି କାମ ନି କରି ପାରେ । ସେତାର ନଜର ଫେସବୁକ, ହ୍ୱାଟସପ ଆର ହେନ୍ତା ଜିନିଷ ମାନକୁ ପଡୁଥିଲା ସେଥିର ଲାଗି ଗୁରଦୁ ବେଲ ପଢଲେ ବି ତାର ପଢା ଭଲ ନି ହଉଥେଇ । ଦୁସରା ସାଂଗ କେ ଜନାଥିଲା ଯେ ସେ ସଖାଲର ୯ ରୁ ବେଲବୁଡାର ୬ ତକ ପଢି ପାରସି, ତାର ଉତାରୁ ନେଇଁ । ତ ସେ ସମିଆଁ ଥି ତାର ପୁରା ମନ ଲଗେଇକରି ପଢୁଥିଲା । ସେଥିର ଲାଗି ସେ କମ ପଢିକରି ବି ଭଲ ଫଳ ପଉଥିଲା ।

ତ ଆପଣ ବି ଆପଣକର ୨୦% କାମ କାଣା ଏ ପତା କରୁନ ଆର ସେଟାକେ ଭଲସେ କରୁନ । ସେନୁ ଆପଣକୁ ସମିଆଁ ବଁଚି କରି ମିଲି ପାରବା ବାକି ଦରକାରି କାମ ଲାଗି ।

(ଇ ଲେଖା ରିଚାର୍ଡ କୋଚଂକର ପ୍ରସିଦ୍ଧ ବହି “ଦି ୮୦/୨୦ ପ୍ରିନ୍ସିପୁଲ” ଆଧାରରେ ଲେଖା ହେଇଛେ । )

BARGARH OATH 21st February, 2019 International Mother Tongue Day

Today, the 21st of February, 2019 is being celebrated as the International Mother Tongue Day. On this auspicious occasion, we all have come together from various regions speaking so many different mother tongues, in Bargargh- this land of unique language and culture, and do hereby solemnly affirm that:
1) We shall use our Mother Tongue both in our private as well as public lives and will endeavour to guarantee due respect and dignity to our Mother Tongues all over the world.
2) We shall read, write and also sign in our Mother Tongue.
3) We shall use our Mother Tongue for the purpose of cultural, social, familial and business communications.
4) We shall read and write our invitation cards, letters, news, views and books in our own Mother Tongue.
5) We shall appeal the government to provide all kinds of help and support so as to protect, promote and develop our language. We shall continue our campaign till all our demands are fulfilled.
6) We shall demand the government to provide primary education to our children in our own language. We shall continue with our demand till it is finally accepted and accomplished.
7) We shall demand the government to guarantee Constitutional Rights to our language by including in the 8th Schedule.
8) We shall demand the government to establish various institutions such as language research centres and Sahitya Academies and also to open schools, colleges and Universities in which the medium of teaching and learning should be in our Mother Tongue. We shall continue our movement till all our demands are fulfilled.
9) We shall appeal the government to duly recognize, respect and reward and provide all kinds of support to writers, poets, historians, teachers and researchers who are working on language, literature, history, culture, music, dance, etc. of our region. We shall continue with our movement till all our demands are fulfilled.
10) Our Mother Tongues are still alive in our villages, but 90% of our people do not know about their Mother Tongue and its importance. We shall go to every village and every family and bring consciousness about our language and its rich history and heritage.
11) We shall dedicate ourselves and work with all sincerity and devotion as conscience keepers of our language till the end of our life.

Today, we feel proud of the fact that we are taking oath for the sake of our Mother Tongue with all our head, heart and conscience and take pride in our own self.

Victory to our Mother and Mother Land

Victory to our Mother Tongue

Victory to Mother Tongue Day.

JAI HIND
JAI KOSAL

(Original in Kosli by Bhikari Charan Mishra,
Kosli Bhasa Surakshya Samiti, Titlagarh
English Translation by Prof. Tila Kumar, Delhi University)

ସଫଲ ଲୋକର ୫ ଅଭ୍ୟାସ

0

ମନୋବିଗ୍ୟାନ ଆର ସଫଲତାର ଆବିଷ୍କାର ନୁ ଜନା ପଡିଛେ ଯେ ୯୫% ଯାହା ଆମେ ଭାବସୁଁ, ଅନୁଭବ କରସୁଁ, ପଦକ୍ଷେପ ନେସୁଁ ଆର ପାଇ ପାରସୁଁ ସେ ସବୁ ଆମର ଅଭ୍ୟାସ ଲାଗି । ସରଲ ଶବଦ ଥି କହେଲେ, ଆପଣକର ଅଭ୍ୟାସ ହିଁ ଆପଣକୁ ସଫଲ କି ବିଫଲ ବନାସି । ବହୁତ କମ ଲୋକ ସଫଲ ହେସନ କାରଣ ବହୁତ କମ ଲୋକ ଭଲ ଅଭ୍ୟାସକେ ସଂସ୍କାର ବାଗିର ମାନସନ । ସେ ସଫଲ ଲୋକ ମାନକର ୫ଟା ଅଭ୍ୟାସ ଜାନମା ଯେନଥିରୁ କି ଆପଣ ବି ନିଜର ଜୀବନ କେ ସଫଲ ବନେଇ ପାରବେ
୧) ଉଁଚା ଆତ୍ମ ଧାରଣା
ଛୁଆବେଲର କଥା ଯେତେବେଲେ ମୁଇଁ ଦୁକାନ କେ ଘିନି ଯେଇଥିଲି । ଦୁକାନର ମାଲିକ ଗୁଟେ କଥା କହିଥିଲା, ସେ କାଏଁଜେ କହେଲେ ନି ଜାନି ହେଲେ ସେ କଥା ଠିକ ସେ ସୋର ଅଛେ, “ବେଟା ତୋର ଭବିଷ୍ୟତ କେତନି ବଢିଆ ହେବା । ତୋର ଜୀବନରେ ଜରୁର କେତେନି କାମ କରବୁ” । ସେ କଥାଟା ମତେ ଏତେ ଭଲ ଲାଗିଥିଲା ଯେ କହ ନେଇଁ । ମୋର ଛୋଟ ଦିମାଗ ଭିତରେ ଇ କଥାଟା ଏନ୍ତା ପଶିଯେଇଥିଲା ଯେ, ମୁଇଁ ଭାବେଁ ଜୀବନରେ ଜରୁର କିଛି କରମି । ସେ କଥାଟା ମୋର ଆତ୍ମ ଧାରଣାକେ ଉଁଚା କରିଦେଇଥିଲା । ଆର ଏଜ ବି ଅଛେ । ଛୁଆବେଲୁ ଏନ୍ତା ଅନୁଭବ ମାନେ ହେସି, କେତନି ସକରାତ୍ମକ ଆର କେତନି ନକରାତ୍ମକ । ଯେନଟାକି ଛୁଆବେଲୁ ନେଇକରି ଭିନି ଭିନ ଜିନିଷକେ ନେଇକରି ଆମର ଆତ୍ମ ଧାରଣା ବନାସି । ଯାହାର ପ୍ରଭାବ ଘାଏ ଘାଏ ଜୀବନ ଭଏର ବି ରହେସି ।
ଆତ୍ମ ଧାରଣା କେନ୍ତା କାମଦେସି ଗୁଟେ ଉଦାହରଣ ଦଉଛେଁ :
ମନେକରୁନ ଆପଣ ଭାବସନ ଯେ ମାସକ ୩୦ ହଜାର ହିଁ କମେଇ ପାରବେ ବଏଲେ ମାସକ ୩୦ ହଜାର ହିଁ କମାବେ ସେନୁ ଜହ ନାଇଁ । ଯଦି ଆପଣକର ଚାକରି ପଲେଇଯିବା ଆର କମ ପଏସାରେ ନୁଆଁ ଚାକରି କରୁଛନ ବଏଲେ ବି ଆପଣକର ମସ୍ତିଷ୍କ ଆପଣକୁ ଉପାୟ ବତେଇକରି ୩୦ ହଜାର ଆମଦାନି ବତେଇଦେବା । ତ ସେଥିର ଲାଗି ନିଜର ଆତ୍ମ ଧାରଣା ହମିଶା ଉଁଚା ବନେଇକରି ରଖୁନ ।
୨) ଅନୁଶାସନ
ଅନୁଶାସନ ବାବଦେ ମୋର କେତନି ନକରାତ୍ମକ ବିଚାର ଥିଲା । କାରଣ ସ୍କୁଲ ନ ଜବରଦସ୍ତି ଶିଖା ହଉଥିଲା । ଫିଲିମ ମାନକୁ ବି ହିରୋ ମାନେ ଅନୁଶାସନ ନି ମାନ ନ । ହେଲେ ଅସଲ ଜୀବନର ସଫଲ ଲୋକ ଅନୁଶାସନ କେ ମାନସନ । ଆର ଅନୁଶାସନ ହିଁ ତାକର ସଫଲତାର ଗୁଟେ ବଡ କାରଣ ବଲି ଧରା ଜାଏସି । ଆତ୍ମ ଅନୁଶାସନ ବାବଦେ ଆପଣମାନେ କାଣା ଭାବସନ ନି ଜାନି ହେଲେ ଇତାର ସବୁନୁ ଭଲ ପରିଭାଷା ଆଲବର୍ଟ ହବଟ ଦେଇଛନ । ଆତ୍ମ ଅନୁଶାସନ ଆମର ତାକତ ଏ ସେ କାମ କେ କରବାର କେ ଯେନଟା ଆମର ଲାଗି କରବାର ଜରୁରି ଏ ଆର ସେଟା ବି ଠିକ ସମିଆଁରେ ଚାହେ ସେ କାମ କରବାର ଲାଗି ଆମକେ ଟିକେ ବି ମନ ଲାଗେ କି ନି ଲାଗେ ସେନୁ ଫରକ ନି ପଡେ ।
ଉଦାହରଣ – ତୟ କଲେ କି କାଏଲ ଠାନୁ ଆପଣ ୬ ବଜେନୁ ଉଠବେ । ଇ କାମ କରବାରକେ ଆପଣକୁ ତହଁକ ଠାନୁ ଆତ୍ମ ଅନୁଶାସନ ଜହ ଦରକାର । ତହଁକ କରି ଦିନେ କି ଦୁଇ ଦିନ କି ସପ୍ତେ ଉଠବେ ହେଲେ ଆତ୍ମ ଅନୁଶାସନ ଥିଲେ ଜୀବନ ଭଏର ୬ ବଜେ ନୁ ଉଠି ପାରବେ । ଇଥିରୁ ଆପଣକୁ ଆତ୍ମ ସମ୍ମାନ ଆର ଆତ୍ମବିଶ୍ୱାସ ବଢିଜିବା । ଆର ସେତକି ସଫଲ ବି ହେତେଲ ଜିବେ । ଆତ୍ମ ଅନୁଶାସନ ଧନି ଲୋକମାନକର ସେ ଅଭ୍ୟାସ ଏ ଯେନଟା ତାହାକୁ ସମିଆଁରେ କାମ ସାରିକରି ଆଗକେ ବଢବାର ଥି ସାହେଜ କରସି ।
୩) ମନ କେ ମାନସିକ ପ୍ରୋଟିନ ଦଉନ
ଆମର ଦିହଁ ବାଗିର ଆମର ମନକେ ବି କାମ କରବାର ଲାଗି ଗୁଟେ ଭଲ ଖାନା ଦରକାର ହେସି । ଖାନା ବଏଲେ ମୁଇଁ ଖଅଏବାର ଜିନିଷକେ ନାଇଁ କହେବାର । ମୁଇଁ ସେ ଜିନିଷକେ କହୁଛେଁ ଯେନଟା ଆମର ମସ୍ତିଷ୍କ ଦିନ ଭଏର ଖାଉଥିସି ଯାହାକେ ସୂଚନା ବା ଗ୍ୟାନ ବଲସୁଁ । ଯଦି ଭାବୁୁଛନ କି ଆପଣକର ମସ୍ତିଷ୍କ ଆପଣକୁ ସଫଲ, ଖୁସ ଆର ଆଗକେ ବଢବାର ଲାଗି କାମ କରୁ ନା କି ଅଲସୁଆ, ଦୁଖି ଆର ଅସଫଲ । ତ ସକରାତ୍ମକ ଗ୍ୟାନ ଆର ଖବର ଦେବାର କଥା ନା କି ନକରାତ୍ମକ ଯେନଟାକି ଏଜକାଏଲ ମିଡିଆ ଦଉଛେ ।
ଫରାରି, ଲେମ୍ବୋଗିନି ବାଗିର ମହଂଗା କାର ର ବିଗ୍ୟାପନ ଟିିଭି ଥି ନି ଆସେ । କାରଣ ଯେନ ଲୋକମାନେ ସେ କାର ଘିନସନ ସେମାନେ ଟିଭି ମିଡିଆ କି ହେନ୍ତା ଫାଲତୁ କଥା ମାନକୁ ନିଜର ମୁଡେ ନି ଭରନ । କାରଣ ସେମାନକୁ ଜନାଥିସି ଯେ ଭବିଷ୍ୟତରେ ସେ ଜିନିଷମାନେ ସେମାନକୁ କାମେ ନି ଆସେ । ବରମ ତାକର ସମିଆ ନକସାନ କରି ତାକର ଭିତରେ ନକରାତ୍ମକ ନି ଭରିଦଉ । ସେଥିର ଲାଗି ସବୁ ସଫଲ ଲୋକର ହମିଶା ଗୁଟେ ଅଭ୍ୟାସ ସକରାତ୍ମକ କଥା ମୁଡେ ଭରବାର ।
୪) ଫି ଦିନ ଲକ୍ଷ ତୟ କର
ଆମର କେନସି ବି ଲକ୍ଷକେ ହାସିଲ କରବାର ଲାଗି ଆମର ସମିଆଁକେ ଠିକ ସେ ବିନିଯୋଗ କରବାର ଜରୁରି ଏ । ଆପଣ ସବୁ ଦିନ ଶୁଇବାର ଆଘୋନୁ ଗୁଟେ ତାଲିକା ବନଉନ କାଲକେ କାଣା କାଣା କରବାର ଅଛେ । ଆର ସେ ତାଲିକା ଥି ଗୁଟେ ଏନ୍ତା କାମ ଜରୁର ରଖୁନ ଯେନଟା ଆପଣକୁ ଆଗକେ ନେବା । ଇ ସରଲ ଅଭ୍ୟାସ ଆପଣକୁ ଧିରେ ଧିରେ ବହୁତ ଆଗକେ ନେବା ।
୫) ଦିହଁ ପା
ସଫଲ ଆର ଅସଫଲ ଲୋକ ଭିତରେ ୨ଟା ବଡ ଫରକ । ସଫଲ ଲୋକ ନିଜର ଦିହଁ ପା କେ କେତନି ଧ୍ୟାନ ଦେସନ । ସେମାନେ ଯୋଗ, ଡାଏଟ, ଆଦି କରସନ । ହେଲେ ଜହ ଅସଫଲ ଲୋକ ଟିକେ ବି ନିଜର ଦିହଁ ପା ର ଜତନ ନି କରନ । ସେମାନେ ଜହ ମେହନତ କରବାର ଚକ୍କର ଥି ନିଜର ଦିହଁର କଥା ଭୁଲି ଜାଏସନ । ଇଥି ତାକର ସମିଆଁ ବି ନକସାନ ହେସି ଆର ପଏସା ବି । ଆମେ ଯେତେ ପଏସା କମାଲେ ବି ଦିହଁ ଯଦି ଠିକ ନି ରହେବା ବଏଲେ ଆମକେ କିଛି ବି ଭଲ ନି ଲାଗେ ।ସେଥିର ଲାଗି ସଫଲ ଲୋଗ ମାନେ ନିଜର ଦିହଁ ପା ର ଜତନ ଜହ ରଖସନ ।
(ଇ ଲେଖା ବ୍ରାଏନ ଟ୍ରେସିଂକର ପ୍ରସିଦ୍ଧ ବହି “ମିଲିଅନ ଡଲାର ହେବିଟସ” ଆଧାରରେ ଲେଖା ହେଇଛେ । )