Education, Home

୮୦/୨୦ ନିଅମ – କମ କାମ, ଜହ ଫଳ

Spread the love

ୱିଲଫେରୋ ପେରେଟୋ ଗୁଟେ ଅର୍ଥଶାସ୍ତ୍ରୀ ଥିଲେ ଆର ୧୮୯୭ରେ ଇଂଲଣ୍ଡ ବାବଦରେ ପଢୁଥିଲେ । ସେ ପଢଲା ବେଲକେ ଗୁଟେ ଅଜବ ଜିନିଷ ପାଏଲେ କି ଇଂଲଣ୍ଡର ସବୁନୁ ଜହ ଜମିିନ କମ ଲୋକର ପାଖେ ଥିଲା । ୨୦% ଲୋକ ୮୦% ଜମିନ ଆର ସଂପତିର ମାଲିକ ଥିଲେ । ଇ କଥା ଜାନଲା ଉତାରୁ ସେ ଇତାର ବାବଦେ ଆର ଗବେଷଣା କଲେ । ଇ ନିଅମ ଟା ନା ଖାଲି ଦୁସରା ଦେଶ କି ଦୁସରା ସମିଆଁ କି ପଏସା ଲାଗି ସତ ଥିଲା ବରମ ଅଲଗା ସାମାନ ମାନକର ଲାଗି ବି ଲାଗୁ ଥିଲା ଜେନ୍ତା କି ତାକର ନିଜର ବାରି, ୮୦% ମଟର ଚନା୨୦% ମଟର ସେଂଗା ନୁ ବାହାରୁଥିଲା । ତେହରୁ ପେରେଟୋ ନିଅମ ବାହାରଲା ଘାହାକେ ୮୦-୨୦ ନିଅମ ବି କହେସନ । ଯେନଟା କି ବୈଗ୍ୟାନିକ ପଦ୍ଧତିରେ ସବୁ ଜିନିଷ ଥି ଲାଗସି ଜେନ୍ତା କି ପାଠ ପଢା, ସଂପର୍କ, ଦିହଁ’ପା ଆଦି । ଇ ନିଅମ କହେସି କି ଆପଣକର ୮୦% ଫଲାଫଲ ଖାଲି ଆପଣକର ୨୦% କାମ ଲାଗି ମିଲସି । ଇ ନିଅମ ଆମର ସାଧାରଣ ବିଚାର ନୁ ଏକଦମ ଉଲଟା ଏ । ଆମେ ଭାବସୁଁ, ଜେତକି ମେହନତ କଲେ ସେତକି ଫଲ ମିଲବା । ହେଲେ ସତ ତ ଇଟା ଯେ ଆମର କମ କାମ ହିଁ ଆମକୁ ଜହ ଫଳ ଦେସି । ଇ ନିଅମ କେ ଅଲଗ ଅଲଗ ଲୋକ କେତନିଟେ ଜିନିଷରେ ବେଭାର କରି ଦେଖଲେ ଆର ପାଏଲେ ଯେ:

୨୦% ଅପରାଧି ୮୦% ଅପରାଧ ଲାଗି ଦାଇ ଆନ
୨୦% ଡ୍ରାଇବର ଲାଗି ୮୦% ଦୁର୍ଘଟଣା ଘଟସି
୨୦% ବିହାରି ଲୋକ ୮୦% ଛାଡପତ୍ର କରିଥିସନ
୨୦% ରାସ୍ତାରେ ୮୦% ଟ୍ରାଫିକ ରହେସି
୨୦% କପଡା ଆମେ ୮୦% ସମିଆଁ ପିନ୍ଧସୁଁ
୨୦% ମଦୁଆ ଦୁନିଆଁର ୮୦% ମଦ ପିସନ
୨୦% ଜମିନ ୮୦% ଖାନା ଆର ଖନିଜ ଦେସି
୨୦% ବାଦଲ ନୁ ୮୦% ବର୍ଷା ହେସି
୨୦% ଅଭିନେତା କେ ୮୦% ଲୋକ ଜାନସନ
୨୦% ବୈଗ୍ୟାନିକ ୮୦% ଆବିଷ୍କାର/ଉଦ୍ଭାବନ କରସନ
୨୦% ଲେଖକ ୮୦% ବହି ବିକରି ହେସି

ଇଥି ନମର ଟିକେ ଆଗ ପଛ ହେଇପାରେ ହେଲେ ନିଅମ ଇଟା ହିଁ କହୁଛେ କି କମ ଜିନିଷ ଜହ ଉପଜ ଦେସନ । ଇତାର ଅର୍ଥ ନେଇଁସେ କି ଆମେ କାମ କରବାର ଛାଡିଦେମାଁ, ବରମ ଆମେ ସେ କାମ କରବାର କଥା ଯେନଟା ଆମକେ ଜହ ଫଳ ଦଉଛେ । ଇ ନିଅମଟା ଜହ କରି ବେପାର ଲାଗି ହିଁ ବେଭାର ହେସି । ଷ୍ଟାର୍ଟଅପ ଥି ଲୋକ ନିଜର ପଏସା ଆର ସମିଆଁ ସେ ଜିନିଷ ମାନକୁ ଦେସନ ଜେନ ନୁ ଉପଜ ନି ମିଲେ । ଜେନ୍ତା କି କଂପାନିର ଲୋଗୋ କେନ୍ତା ହେବା, ୱେବସାଇଟ କେନ୍ତା ଦିଶବାର କଥା ଆଦି । ଇଟା ସେ ୮୦% ଏ ଜେନ ନୁ ଫଳ ନି ମିଲେ, ବରମ ପହେଲା ନୁ ଆପଣକର ମୁଖିଆ କମ ହେବାର କଥା ଆପଣକର ସାମାନ କେ ବଢିଆ ବନାବାର ଜେନ ନୁ କି ଲୋକର ଜିବନ ସହଜ ଆର ଭଲ କରିପାରେ । ଇଟା କରଲା ଉତାରୁ ଆପଣକୁ ମାର୍କେଟିଂଗ ଆର ଅଲଗା ଜିନିଷ ଥି ନଜର ଲଗାବାର କଥା । ଆର ଆପଣକୁ ସେ ୨୦% ଜିନିଷ ଥି ଧ୍ୟାନ ରଖବାର କେ ପଡବା ଜେନନୁ ଆପଣକର ଉପଜ ଜହ ମିଲୁଛେ । ଆର କିଛି କଥା ଆପଣ ସୋର ରଖବେ, ଆପଣକର ୨୦% କ୍ଲାଏନ୍ଟ ଆପଣକୁ ୮୦% ଫାଏଦା ଦେବେ । ଆପଣକର ୨୦% କ୍ଲାଏନ୍ଟ ୮୦% ଅଭିଯୋଗକାରୀ ହେବେ । ତ ସେ ୨୦% ଲୋକର ଉପରେ ନଜର ରଖୁନ ଜେନମାନେ ଆପଣକୁ ୮୦% ଫାଏଦା ଦେବେ ।
ସାମାଜିକ ସଂପର୍କ ଲାଗି

ପହେଲା ମୁଇଁ ଭାବୁଥିଲିଁ ମୋର ଜେତକି ସାଂଗ ହେବେ ମୋର ଲାଗି ସେତକି ଫାଏଦା ଦେବେ । ସେଥିର ଲାଗି ମୁଇଁ ସମକର ନୁ ସାଂଗ ହଉଥିଲିଁ । ଆର ସମକିର ସାଂଗେ ସମିଆଁ ବିତଉଥିଲିଁ ଆର ସେଥିର ଲାଗି ମୁଇଁ ମୋର ଦରକାରି କାମ କରି ନି ପାରୁଥେଇ । ମୁଇଁ ଭାବୁଥିଲିଁ ଜହ ବଏଲେ ଭଲ । ପ୍ରକୃତରେ ଆପଣକର ୮୦% ଉଷତ ୨୦% ସାଂଗ ମାନକର ଲାଗି ମିଲସି । ସେଥିର ଲାଗି ଗୁରଦୁ ଠିକଠାକ ସାଂଗ ବାନାବାର ଠାନୁ ଆପଣ ସେ ୨୦% ଲୋକ କି ସାଂଗ ମାନକାର ସାଂଗେ ସମିଆଁ ବିତଉନ ଯେନମାନେ ସତେ ଆପଣକୁ ଭଲ ଲାଗସନ ଆର ଆପଣକୁ ବି ସେମାନକର ସାଂଗେ ମଜା ଲାଗସି । ଇଥିରୁ ଆପଣକର ସମିଆଁ ବି ବଁଚିଯିବା ।

ପାଠ ପଢା ଲାଗି

ମୋର ଗୁଟେ ସାଂଗ ଥିଲା ଯିଏ ପରୀକ୍ଷା ସମିଆଁ କେ ଦିନ ଭଏର ଆର ଦିନେ ଦିନେ ରାତି ବି ଉସିନ୍ଦ୍ରା ହେଇକରି ପଢେ । ଆର ଗୁଟେ ସାଂଗ ଥିଲା ଯିଏ ସବୁ ହେଇକରି ଦିନକ ୪-୬ ଘନ୍ଟା ପଢୁଥିଲା । ଯେତେବେଲେ ପରୀକ୍ଷାର ଫଲ ଆସୁଥିଲା ଦୁସରା ସାଂଗର ଫଲ ପହେଲା ସାଂଗ ର ସାଂଗେ ସମାନ କି ଟିକେ ଭଲ ରହୁଥିଲା । ଦୁସରା ସାଂଗ ବେଶୀ ସ୍ମାର୍ଟ ନି ଥେଇ ହେଲେ ତାର ଅଜାନତକେ ହି ୮୦-୨୦ ନିଅମ ବେଭାର କରୁଥିଲା । ଯେନ ସାଂଗ ୮୦-୨୦ ନିଅମ ବେଭାର କରୁଥିଲା ସେ ବାଛି ବାଛି ପଢୁଥିଲା । ଆର ସାଂଗ ସବୁ ପଢୁଥିଲା ଆର ସବୁ ପଢବାର ଲାଗି ତାହାକେ ସୋର ନି ରହୁଥେଇ । ଆର ପରୀକ୍ଷା ବେଲକେ ଉତ୍ତର ଭଲକରି ବି ଲେଖି ନି ପାରୁଥେଇ । ହେଲେ ଦୁସରା ସାଂଗ ମାଷ୍ଟର ନୁ ପଚରେଇକରି ଦରକାରି ଟା ମାନେ ପଢୁଥିଲା ଆର ସେ ସବୁ କେ ଭଲକରି ସୋର କରି ପରୀକ୍ଷା ଦଉଥିଲା ।
ପହେଲା ସାଂଗ ଦିନ ଭଏର ରାତ ଭଏର ପଢବାର ଚେଷ୍ଟା କରୁଥିଲା ହେଲେ ଝନେ ଲୋକ ଏକସରଲଗ କେନସି କାମ ନି କରି ପାରେ । ସେତାର ନଜର ଫେସବୁକ, ହ୍ୱାଟସପ ଆର ହେନ୍ତା ଜିନିଷ ମାନକୁ ପଡୁଥିଲା ସେଥିର ଲାଗି ଗୁରଦୁ ବେଲ ପଢଲେ ବି ତାର ପଢା ଭଲ ନି ହଉଥେଇ । ଦୁସରା ସାଂଗ କେ ଜନାଥିଲା ଯେ ସେ ସଖାଲର ୯ ରୁ ବେଲବୁଡାର ୬ ତକ ପଢି ପାରସି, ତାର ଉତାରୁ ନେଇଁ । ତ ସେ ସମିଆଁ ଥି ତାର ପୁରା ମନ ଲଗେଇକରି ପଢୁଥିଲା । ସେଥିର ଲାଗି ସେ କମ ପଢିକରି ବି ଭଲ ଫଳ ପଉଥିଲା ।

ତ ଆପଣ ବି ଆପଣକର ୨୦% କାମ କାଣା ଏ ପତା କରୁନ ଆର ସେଟାକେ ଭଲସେ କରୁନ । ସେନୁ ଆପଣକୁ ସମିଆଁ ବଁଚି କରି ମିଲି ପାରବା ବାକି ଦରକାରି କାମ ଲାଗି ।

(ଇ ଲେଖା ରିଚାର୍ଡ କୋଚଂକର ପ୍ରସିଦ୍ଧ ବହି “ଦି ୮୦/୨୦ ପ୍ରିନ୍ସିପୁଲ” ଆଧାରରେ ଲେଖା ହେଇଛେ । )

Previous ArticleNext Article