Monday, April 27, 2026
Home Blog Page 16

କୁଲିହା ଆର ଢୋଲ

0

ଦିନେ, ଗୋମୟ ବଲି ଗୁଟେ କୁଲିହା ବଡା ଭୁଖେ ହେଲା, ଆର ଖଅଏବାର ଲାଗି ଖାନା ନୁରୁଥିଲା ।

ଘାଏ ଗଲା ଉତାରୁ, ବୁଲି ବୁଲି ତାର ରହୁଥିବାର ଜଂଗଲ ବାହାରକେ ପଲେଇ ଆଏଲା, ଆର ଶୁନଶାନ ଯୁଦ୍ଦ ପଡିଆକେ ଆଏଲା ।

ଇ ଶୁନଶାନ ଯୁଦ୍ଧ ପଡିଆରେ, ଏଭେ ଗୁଟେ ଯୁଦ୍ଦ ଲଢା ହେଇଥିଲା । ଇଢୁଥିବାର ସନ୍ୟମାନେ ଗୁଟେ ଢୋଲ ଛାଡିଯେଇଥିଲେ ଯେନଟା କି ଗୁଟେ ଗଛତଲେ ପଡିଥିଲା ।
ଯେନ୍ତା ରେସରେ ଧୁକାମାରଲେ କି, ଗଛର ଡାହିମାନେ ଢୋଲ ଥି ଘଷି ହୁଅନ ଆର ଗୁଟେ ଆବାଜ ବାହାରେ ।

ଯେତେବେଲେ କୁଲିହା ସେ ଆବାଜ ଶୁନଲା, ସେ ବଡା ଡରିଗଲା ଆର ଦୌଡିପଲାବାରକେ କଲା, “ଯେନ ଲୋକ ଆବାଜ କରୁଛେ ସେ ମତେ ଦେଖବାର ଆଘୋନୁ ଯଦି ମୁଇଁ ଇନୁ ନି ପଲାମି, ବଏଲେ ଅସବିଧାରେ ପଡିପାରେ” ।

ସେ ସେନୁ ପଲାବାରକେ କରୁଥିଲା ବେଲକେ ଦୁସରା କଥା ଭାବଲା । “ଗୁଟେ ଜିନିଷ ବାବଦେ ନି ଜାନିକରି ସେନୁ ପଲାବାରଟା ମୁର୍ଖାମି ହେବା । ଉଲଟିଆ, ମୁଇଁ ସାବଧାନ ହେଇକରି କେନୁ ଆବାଜ ଆସୁଛେ ଯେ ପତା କରବାର କଥା” ।

ସେ ସାହାସ କରି କରି ସାବଧାନ ହେଇ ଆଗକେ ବଢଲା । ଯେତେବେଲେ ଢୋଲକେ ଦେଖଲା, ଜାନିପାରଲା ଯେ ଧୁକା ଲାଗି ଆବାଜ କରୁଛେ ।

ସେ ତାର ଖାନା ନୁରବାର ଜାରିରଖଲା, ଆର ଢୋଲ ପାଖେ ଭରପୁର ଖାନା ଆର ପାଏନ ପାଏଲା ।

ସାହାସି ଲୋକ ଜିବନରେ ସଫଲ ହେସନ

ଅନୁସୃଜନ – ସାକେତ ଶ୍ରୀଭୂଷଣ

ମଗର ଆର ମାକଡ କଥା

0

ନଏଦଖଣି ର ଜାମ ଗଛେ ଗୁଟେ ମାକଡ ରହୁଥିଲା । ଥରେକା ଗୁଟେ ମଗର ଆରାମ କରବାର ଲାଗି ସେ ଜାମ ଗଛ ତଲକେ ଆଏଲା । ମାକଡ ତେହରୁ ମଗରକେ ମିଠା ମିଠା ଜାମ ଖାଏବାର କେ ଦେଲା । ମଗର ପେଟେ ଖାଏଲା ଆର ଦିରା ଜାମ ତାର ସିଆନି ଲାଗି ନେଇଦେଲା ।

ମିଠା ଜାମ ଖେଇ କରି ତାର ସିଆନି ବଏଲା, ଇ ଜାମ ଜଦି ଏତକି ମିଠା ବଏଲେ ଇ ଜାମ ଖଉଥିବାର ମାକଡ ର କଏଲଜା କେତେ ମିଠା ନି ହେଇଥିବା ! ତମେ ମୋର ଲାଗି ହେ ମାକଡ ର କଏଲଜା ଆନି ଦିଅ ।

ମଗର ତେହରୁ ମାକଡ ନିକେ ଗଲା ଆର ବଏଲା, ମାରସାତ, ତମେ ମତେ ସବୁ ଦିନ ଖାଏବାର କେ ଦଉଛ ଆଏଜ ଆମର ଘରକେ ଚାଲ ତମେ ଖେଇକରି ଆସବ । ମାକଡ ଉସତ ହେଇକରି ମଗର ର ପିଠି ବସଲା ଆର ଦୁହେଁ ଚାଲଲେ ମଗର ଘର କେ ।

ଠିକ ମଝା ପାଏନ କେ ପହଁଚିଲେ କି ମଗର ସତ କଥାଟା କହିଦେଲା । ମୋର ସିଆନି ତମର କଏଲଜା ଖାଏବା ହେତିର ଲାଗି ତମକୁ ଆମର ଘରକେ ନଉଛେଁ । ମଗର ର କଥା ସୁନିକରି ମାକଡ ବଏଲା, ମୁଇଁ ତ ମୋର କଏଲଜା କେ ଗଛେ ଛାଡିକରି ଏଇଛେଁ । କଏଲଜା ଦରକାର ବଏଲେ ଚାଲସେ ଫେର ଗଛ ନିକେ ଜିମା ।

ମଗର ଫେର ମାକଡ କେ ପିଠି ବସେଇକରି ଗଛ ନିକେ ନେଲା । ଠିକ ଗଛ ପାଖ କେ ପହଁଚିଲେ କି ମାକଡ ଗଛ ଉପର କେ ଡେଗିଗଲ।।

ନିଜକେ କମ ନି ଭାବବ, ତମର ନୁ ବି ଦୁନିଆଁ ଥି ଆର ଭକୁଆ ଅଛନ
ଅନୁସୃଜନ – ସାକେତ ଶ୍ରୀଭୂଷଣ

ଠେକୁଆ ଆର କେଁଛୋ କଥା

ଦିନେକା ଗୁଟେ ଠେକୁଆ କେଁଛୋ ଗୁଟେ କେ ଦେଖଲା ଆର ତାର ଚାଲି ଦେଖିକରି ବିର୍ଝାଲା । ବୁପରି କେଁଛୋ ମନଦୁଖ କଲା ଆର ବଏଲା, “ଚାଲ ନରଦିବାର ହଁକାବାଦି କରୁଁ କିଏ ଜିତବା ଜେ ଦେଖମାଁ” । ଠେକୁଆ ହଁସଲା ଆର ବଏଲା, “ହଉ ଠିକ ଅଛେ, “ଚାଲ କିଏ ଆଘୋ ହେ ଡଂଗର ର ଆର ପିଠକେ ପହଁଚିପାରେ…”

ତେହରୁ ଦୁହେଁ ନରଦିବାର ମୁଲ କଲେ । ଘଡେ ଗଲା ଆର ଠେକୁଆ ଦେଖଲା ଯେ କେଁଛୋ କେହିଁ ନି ଦିଶବାର । ଭାବଲା ଗୁରଦୁ ପଛେ ପଡିଛେ ତାଏଲ ଆରୁ ତା’ର ଆସୁନ ଆସୁନ ମୁଇଁ ଘାଏ ଆରାମ କରସିଁ । ଏନ୍ତା ଭାବିକରି ଠେକୁଆ ବାଟ ତରା ର ଗଛ ର ଛେଁ’ ତଲେ ଶୁଇ ପଡଲା ।

ଇ ଭିତରେ କେଁଛୋ କଲେ କଲେ ପାହେ ପାହେ କରି ଠେକୁଆ କେ ଡେହେଁକି କରି ଡଂଗରର ଆର ପିଠ କେ ପହଁଚିଗଲା । ଠେକୁଆ ଉଠିକରି ଦେଖଲା କି କେଁଛୋ ଡଂଗରର ଆର ପିଠ ନ ହାଜର ହେଇଗଲାନ । ତେହରୁ ଜାନ-ଜିବନ ଛାଡିକରି ନରଦିଲା ହେଲେ ଆର କେଁଛୋ କେ ପହଁଚେଇ ନି ପାରଲା ।

ଧିରେ ସବୁ ଠିକ ହେସି । ହରବର ହେଲେ କାମ ହାସଲ ନି ହୁଏ ।

ଅନୁସୃଜନ – ସାକେତ ଶ୍ରୀଭୂଷଣ

ରଜା ଆର ପଣେହି କଥା

0

ଗୁରଦୁ ବଛର ଆଘୋନୁ ଗୁଟେ ରଜା ଥିଲା । ଦିନେକା, ସେ ତାର ରାଏଜ ର ଦୁରିଆ ଅଂଚଲ କେ ବୁଲି ଗଲା । ରଜା ଯେନ ବାଟେ ବୁଲି ଯେଇଥିଲା ସେ ବାଟ ଗୁରଦୁ ଉବଡ ଖାବଡ ଆର ରୁଗଡିଆ ଥିଲା ।

ସେ ଯେତେବେଲେ ବୁଲିକରି ଫିରଲା, ତାର ପାହାମାନେ ଜଲଉଛେ ବଲି କହେଲା । ସେ ସାଂଗେ-ସାଂଗ ତାର ରାଏଜ ର ସବୁ ରାସ୍ତା କେ କଁ’ଲ ଛାଲ ଥି ଢାଁପି ଦେବାରକେ ଆଦେଶ ଦେଲା ।

ଇ କାମ ଲାଗି ହଜାର ହଜାର ଜୀବଜଂତୁ ର ଛାଲ ଆର ଗୁରଦୁ ପଏସା ଦରକାର ହଉଥିଲା ।

ରଜା ର ଗୁଟେ ଚତୁର ମଂତ୍ରି ସାହାସ କରି କରି କହେଲା, “ମାହରାଜ, ଆମକୁ ଏତକି ପଏସା ଆର ଛାଲ ଦରକାର ନି କରେ ପୁରା ରାଏଜ ଜାକିର ରାସ୍ତା କେ ନି ଢାଁପିକରି ବରମ ଗୁଟେ ଛୁଟିଆ ଛାଲ ଥି ଆପଣକର ପାହାକେ ଢାଁପିଦେଲେ ଭଲ ହେବା” ।

ଇ କଥା ଟା ରଜାର ମନକେ ଆଏଲା । ସେ ଚତୁର ମଂତ୍ରି ର କଥା ମାନଲା ଆର ନିଜର ଲାଗି ସାରେ ପଣେହି ବନାଲା ।

ବାକିମାନକୁ ନି ବଦଲେଇ କରି ନିଜେ ବଦଲି ଦେଖ

ଲୈଲା ମଜନୁ

0

କଏସ-ଇବନ-ଅଲ-ମୁଲାୱାହ ସୁରୁ ଟେ ଥିଲା ଆର ଲୈଲା- ଅଲ- ଆମରିୟା କେ ଗୁହେରୁ ମନ ଦେଇଦେଲା । ସେ ମକତବ (ପାରଂପାରିକ ବିଦ୍ୟାଲୟ) ନ ପହେଲା ଦିନେ ଦେଖଲା ବେଲୁ ଭଲ ପାଇବସିଥିଲା । ସେ ତେହରୁ ଲୈଲା ବାବଦେ ସୁନ୍ଦର ପ୍ରେମ ଗୀତ ଲେଖିବସଲା ଆର ଗାଁଖୁଲି ବାଟେଘାଟେ ଜିଏ ସୁନୁଥିଲା ତାହାକେ ରଡି ରଡି ପଢିକରି ସୁନଉଥିଲା । ଇ କିସମର ଆବେଶଭରା ପ୍ରେମ ଦେଖିକରି ଲୋକ ସେ ପିଲାକେ ମଜନୁ ବଲି ବସଲେ, ମଜନୁ ମାନେ ଜଖା ।
ଦିନେ ମଜନୁ ସାହାସ ଜୁଟେଇକରି ବିହା ଲାଗି ଲୈଲାର ବାପା କେ ତାର ହାତ ମାଗଲା ହେଲେ ତାର ବାପା ଅନୁରୋଧକେ ଠୁକରେଇ ଦେଲେ । ଲୋକ ଜାହାକେ ଜଖା ବଲସନ ସେନ୍ତା ଗୁଟେ ଲୋକକେ ତାର ଝି କେ ବିହା କରି ନି ପାରେ ବଲି ମନା କରିଦେଲେ । ଉଲଟିଆ ଲୈଲାକେ ତାର ବାପା ପାଖର ଗାଁର ଆର ଗୁଟେ ଲୋକ, ଟିକେ ବଏସ ଥି ବଡ, ସାଂଗେ ବିହା କରବାର ଠିକ କରସନ ।
ମଜନୁ ଦୁଖନୁ ଉଭରିକରି ଘର-ଦୁଆର ଛାଡିଦେଲା ଆର ଜଂଗଲ ଥି ଦୁଖେ ଏକଲା ଝାରର ପଶୁମାନକର ସାଂଗେ ରହେଲା । ସେ ଝାରେ ଦିନ ଭଏର ତାର ପ୍ରେମିକାର ଲାଗି ଗୀତ ଲେଖେ ।
ଲୈଲାକେ ଜବରଦସ୍ତି ସେ ବୁଢା ଲୋକ ସାଂଗେ ବିହା କରେଇଦେଲେ ଯଦିବି ତାର ମନ ମଜନୁ ନ ଥିଲା । ଯଦିବି ଲୈଲା ତାର ମୁନୁଷକେ ଭଲ ନି ପାଉଥେଇ ତଥାପି ସେ ଗୁଟେ ପତିବ୍ରତା ମାହେଜି ଆର ନିଷ୍ଠାବାନ ଝି ହେଇକରି ରହେଲା ।
ଇ ବିହାଘରର ଖବର ମଜନୁ କେ ବଡା ଦୁଖ ଦେଲା । ଘରକେ ନି ଫିରଲା ଆର ଝାରେ ଏଖା ରହେଲା ।
ମଜନୁ ର ମାଁ-ବାପ, ଘରର ଲୋକ ମଜନୁ କେ ବଡା ଝୁରନ । ମଜନୁ ଲାଗି ଝାର ତରାକେ ଖାଏବାରଟା ନେଇ ଦିଅନ । ଢ଼ଜନୁ ଫିରି ଆସବା ବଲି ଭାବନ ହେଲେ ମଜନୁ ଝାରେ ଦୁଖେ ଏକଲା ତାର ପ୍ରେମିକା ଲାଗି କବିତା ଲେଖଲା ଆର କାହାରିର ସାଂଗେ କଥାବାର୍ତା ନି ହେଲା ।
ମଜନୁ ଦିନ ଭଏର ଏକଲା, ଝାରର ଜୀବଜଂତୁ ନ ଘେରେଇହେଇ ରହେ ଜେନମାନେ କି ତାହାକେ ରାତି ମରୁଭୁମି ନ ଶୁଇଲାବେଲେ ବେଢେଇହେଇ ରହନ । ସେ ବାଟୁ ସହରକେ ଗଲା ଚଲାତିମାନେ ତାହାକେ ଦେଖନ । ସେମାନେ କହନ, ମଜନୁ ଦିନ ଭଏର ନିଜେ ନିଜକେ କବିତା ଶୁନାସି ଆର ମରୁଭୂମିର ବାଲି ଲମା ବାଡି ଗୁଟେ ଥି ଲେଖସି । ମଜନୁ ର ହୁରୁଦ ଭାଂଗିବାର ଲାଗି ଜଖା ହେଇଜେଇଥିଲା ।
କେତନି ବଛର ଗଲା ଉତାରୁ, ମଜନୁର ମାଁ-ବାପ ଖରାପ ହେଇଗଲେ । ଇ ଖବର ଟା ଲୈଲା ମଜନୁ ନିକେ ପଠାବାରକେ ତୟ କଲା । ସଂଜୋଗକେ ଗୁଟେ ବୁଢା ମଜନୁକେ ଦେଖିଥିବାର କହେଲା । ଲୈଲା ର ଗୁହାରି ବିନତି କଲା କି ସେ ବୁଢା ମଜନୁକେ ଖବର ପହଁଚେଇ ଦେବାରକେ ହଁ ଭରଲା ।
ଦିନେ ସେ ବୁଢା ମରୁଭୁଇଁ ବାଟୁ ଗଲାବେଲେ ମଜନୁ କେ ଦେଖଲା ଆର ତାର ମାଁ-ବାପ ର ଖରାପ ହେଇଜିବାର ଖବର ଦେଲା । ଯୁଆନ କବି ଆର ଭାଂଗିଗଲା । ମଜନୁ କିରିଆ କଲା ତାର ମରବାର ତକ ଝାରେ ହିଁ ରହେବାର ଲାଗି ।
କିଛି ବଛର ଉତାରୁ ଲୈଲାର ମୁନୁଷ ଖରାପ ହେଇଗଲା । ଯୁଆନ ମାହେଜି ଭାବଲା ଶେଷକେ ସେ ତାର ଅସଲ ପ୍ରେମ କେ ଭେଟିପାରବା, ସେ ଆର ମଜନୁ ସବୁ ଦିନଲାଗି ଭେଟ ହେବେ । ହେଲେ ଦୁଖ ଯେ ହେନ୍ତା ନି ହେଲା । ପରଂପରା ଅନସାରେ ଲୈଲା ଏକଲା ମଲା ମୁନୁଷର ଦୁଖେ ରହେବା ବିନା କେନସି ମୁନୁଷକେ ଦେଖି । ଆର ଦୁଇ ବଛରତକ ମଜନୁ କେ ଦେଖି ନି ପାରେ ଭାବିକରି ଲୈଲା ଝୁରିହେଲା । ସେମାନକୁ ଜୀବନ ଭଏର ଲାଗି ଅଲଗ କରି ଦିଆହେଇଥିଲା, ଇହାଦେ ଆର ଦୁଇ ବଛରର ଏକଲାପନ । ଲୈଲା ଇ କଥା ଝୁରି ଝୁରି ପରାନ ଛାଡିଦେଲା । ଲୈଲା, ଏକଲା ଘରେ ଜୀବନରେ ଆର ଥରେ ମଜନୁ କେ ଦେଖି ନି ପାରିକରି ଭଂଗା ହୁରୁଦରେ ମରିଗଲା ।
ଲୈଲାର ମରନ କଥା ମଜନୁ ନିକେ ଝାର ତକ ପହଁଚିଲା । ସେ ସାଂଗେସାଂଗ ଲୈଲାକେ ତୁପିଥିବାର ଠାନକେ ଗଲା ସେନ କାନ୍ଦି କାନ୍ଦି ତାର ପ୍ରେମିକାର ତରା ଥି ସବୁଦିନର ଲାଗି ଶୁଇପଡଲା ।

ମୁଇଁ ଇ କାଁଥି ବାଟୁ ଜଉଛେଁ, ଲୈଲାର କାଁଥି
ଆର ଚୁମୁଛେଁ ଇ କାଁଥିକେ ସେ କାଁଥିକେ
ଇଟା ସେ ଘରକେ ପ୍ରେମ ନୁହେଁ ଯିଏ ମୋର ମନକେ ଘିନେ
ହେଲେ ସେ ଘରେ ରହୁଥିବାର ଝନେ

ଅନୂସୃଜନ- ସାକେତ

ରଜା ଆର ମାକଡ କଥା

0

ଏକ ସହରେ ଗୁଟେ ରଜା ଥିଲା । ସେ ରଜା ଗୁଟେ ମାକଡ କେ ତାର ଜୁଗାତି ହିସାବେ ରଖିଥିଲା । ଦିନେକା ରଜା ସୁଇଥିଲା ବେଲକେ ମାକଡ ରଜା ର ପାଖେ ବସି କରି ତାହାକେ ଧୁକୁ ଥାଏ । ଇ ବେଲକେ ମାଛି ଗୁଟେ ଆସିକରି ରଜା ର ଛାତି ନ ବସଲା । ମାକଡ ସେ ମାଛି କେ ଧୁକନା ଥି ଗହଡିଦେଲା କି ମାଛି ଉଡିଗଲା ହେଲେ ଫେର ଆସି କରି ରଜା ର ଛାତି ନ ବସଲା ।

ମାଛି କେ ଜେତେ ଗହଡିଲେ ବି ବୋଲ ବୋଲ ଉଡି ଆସି କରି ରଜା ର ଛାତି ନ ବସୁଥାଏ । ଏତକେ ତ ମାକଡ ରାଗେ ଜଜରମାନ ହେଇଗଲା । ସେ ଗୁଟେ ପିନ ପିନ ଚୋକ ଖଣା ଆନଲା ମାଛି କେ ମାରବାର ଲାଗି । ମାଛି ଜେନ୍ତା ଫେର ଆସି କରି ରଜା ର ଛାତି ନ ବସଲା କି ମାକଡ ମାଏଲା ଚୋଟ । ମାଛି ଉଡିଗଲା । ହେଲେ ରଜା ର ଛାତି ଦୁଇ ଖଣ ହେଇଗଲା । ରଜା ମରିଗଲା ।

ବୁଡବକ ସାଂଗ ଶତ୍ରୁ ନୁ ବି ଜହ ନକସାନ କରିପାରେ

ଅନୁସୃଜନ – ସାକେତ ଶ୍ରୀଭୂଷଣ

ମାକଡ ଆର ଠେକା

0

ଥରେକା ଗୁଟେ ବେପାରୀ ଗୁର୍ଦୁଟେ ବଢିଆ ଆର ମିସ୍ତ୍ରି ଲଗେଇଥେ ତାର ବଗିଚା ନ ଗୁଟେ ଗୁଡି ବନାବାର ଲାଗି । ଫି ଦିନ, ସେମାନେ ସଖାଲୁ କାମ ମୁଲ କରବେ, ଆର ମଏଧାନେ ଭାତ ଖାଏବାର ଲାଗି ଟିକେ ଥାକବେ, ଆର ଫେର ବେଲବୁଡା ତକ କାମ କରବେ ।

ଦିନେ, ଗୁଟେ ମାକଡ ଦଲ ଗୁଡି ବନାଲା ଠାନକେ ପହଁଚିଗଲେ ଆର ଦେଖଲେ ଭୁତିଆର ମାନେ ଭାତ ଖାଇଯାଉଛନ ।

ଗୁଟେ ବଢିଆ ବଢେ ଘଛ ର ଗଣ୍ଡିଟେ କରତୁଥିଲା । ଯେହେତୁ ସେଟା ଦରଖଣିଆ ହେଇଥିଲା, ଗଣ୍ଡି ଖାପି ନି ହେବା ବଲି ମଝାନ କାଠର ଠେକା ଟେ ଦେଇଦେସି । ତେହରୁ ସେ ବାକି ଭୁତିଆର ମାନକର ସାଂଗେ ଭାତ ଖାଇ ଯାଏସି ।

ଯେତେବେଳେ ସବୁ ଭୁତିଆର ଯାଇସାରସନ, ମାକଡ ମାନେ ଗଛ ତଲକେ ଆଏସନ ଆର ସେନ ଡେଗା ଉତକା କରି ହତିଆର ମାନକର ସାଂଗେ ଖେଲିବସସନ ।
ଗୁଟେ ମାକଡ ଥିଲା, ଗଛର ଗଣ୍ଡି ନ ଚେପା ହେଇଥିବା ଠେକା ଥି ଉସନାକି ହେଇବସଲା । ଗଣ୍ଡି ର ତଲେ ବସିପଡଲା, ଆର ନିଜର ଦିହଁକେ ଦରଖଣିଆ ଫାଲ ହେଇଥିବାର ଗଣ୍ଡିର ସୁତରେ ରଖଲା, ଆର ଠେକା କେ ଧରିକରି ଘିଚିବସଲା ।

ଅଚାନକ, ଠେକା ବାହାରି ଆଏଲା । ତେତକେ, ଅଧା କରତିଲା ଗଣ୍ଡି ଖାପି ହେଲା ଆର ମାକଡ ଗଣ୍ଡିର ମଝା ନ ଚେପେଇହେଲା ।
ଯେନ୍ତା ତାର ଭାଗ୍ୟ ଥିଲା, ସେ ବଡା ଗୁହେରୁ ଘାଏଲ ହେଲା ।

ହେତିର ଲାଗି ଗ୍ୟାନି ଲୋକ କହେସନ: “ଯିଏ ଦୁସରା ଲୋକର କବାରେ ଦଖଲ ଦେସି ସେ ଜରୁର ଦୁଖ ପାଏସି”

ଅନୁସୃଜନ – ସାକେତ ଶ୍ରୀଭୂଷଣ

କିଏ ଆବରିବା ଓଡିଶା

ନିର୍ବାଚନ ଗୁଟେ ଗଣିତର ଖେଲ । ଜାହାର ନ ସଂଖ୍ୟା ସେ ବସବା ଚୌକି ଥି । ଓଡିଶାରେ କାହାର ନ ରହେବା ସେ ଜାଦୁ ସଂଖ୍ୟା ? କାଣା ନବିନ ପଟନାଏକ ତାକର anti incumbency କେ କାଟି ପାରବେ ? କାଣା କଂଗ୍ରେସ ତାର ହଜାଲା ଦିନ ଫିରେଇ ପାରବା ? କାଣା ବିଜେପି ଗେରୁଆ କରିପାରବା ଓଡିଶା ? ରାଜନିତିର ଗାଁଖୁଲି ଏନ୍ତା କେତନି କଥା ଉଠୁଛେ ପଡୁଛେ ।
୧୯ ବଛର ଶାସନ କଲା ଉତାରୁ ବିଜେଡି ର anti incumbency ଜେନ୍ତା କଲେ ରହୁଛେ । ହେଲେ ବିଜେଡି ବି ସେ ବିରୋଧି ଲହର କେ କାଟବାରକେ ଖାସ ଜୋଜନା ବନେଇଛେ ୨୦୧୯ ଲାଗି । ନବିନ ପଟନାଏକକର ଜିବନି ଲେଖିଥିବାର ରୁବେନ ବେନାର୍ଜି କହେସନ, “ନବିନ ଗୁଟେ ନିରଦଇ ରାଜନେତା । ସେ ବିଜୟ ମାହାପାତ୍ରର ଟିକଟ ଏନ୍ତା ସମିଆଁ ଥି କାଟଲେ କି ବିଜୟ ସ୍ୱାଧିନ ହିସାବେ ବି ଠିଆ ହେଇ ନି ପାରଲେ । (ବିଜୟ କେ ଥରେ ମୌକା ଦେବାର କଥା) ଠିକ ସେନ୍ତା ନବିନ ସାଂଗେ ଏକେସାରି ବେଲବୁଡିଆ ଗୁଟେ ଟେବୁଲେ ବସି ମଦ ପୁ’ଥିବା ବୈଜନ୍ତ ପଣ୍ଡା ଏଜ ପାଟି ବାହାରେ । ନବିନ ବାବୁ ବିଷେ ନେ ଆର କହେସନ, ନବିନକର ପଛାଡେ ଜେନ ଗୁଟେ ଛାପା ଲାଗିଛେ, ଉଡିଆ ନେଇଁ ଜାନି, ଉଡିଶାକେ ନେଇଁ ଜାନି, ରବର ଷ୍ଟାଂପ ଆନ, ପ୍ୟାରୀ ଜାହା କହେଲେ ତାହା କରୁଥିଲେ । ନବିନ, ଭୋଟ ରାଜନିତିରେ ତାକର ବାପା ବିଜୁ ବାବୁ ନୁ ବେଶୀ ସଫଲ ଆନ । ବିଜୁ ବାବୁ ନାଁ କମେଇଛନ ବଡ ନେତା ହିସାବେ ହେଲେ ନବିନ ଏତକି ଦିନ ଶାସନରେ ନାଇଁ ରହି ।”
ତ ବିଜେଡିର ଯୋଜନା କାଣା ଏ ? ୩୩% ମହିଲା ସିଟ କେ ଆପଣମାନେ ହଲକା ହିସାବେ ନାଇଁ ନଉନ । ଜରୁର ମାହେଜି ଭୋଟ ନେବାର ଥି ସାହେଜ କରବା । ତାର ବାହାରେ ଗାଁ ମାନକୁ ମୁନୁଷ ପିଲା ଠାନୁ ମାହେଜି ଟୁକେଲ ବେଶୀ ଘରର କଥା ବୁଝସନ ଆର ଜେତକି ମାହେଜି ମାନକର ଏସଏଚଜି ଅଛେ ସବେ ଲୋନ ମାନେ ପାଇ ସାରଲେ ନ । ପିଠା ଜୋଜନା ରେ କାଣା କରୁଥିଲେ ପ୍ରକୃତରେ ? ଗାଁର ମାହେଜିମାନକୁ ସଁକିଲବାର ମୁଲକଲା ବିଜେଡି । ଫେର ଚାଷୀ ଆର ଭିନେ ଭିନେ ଗୁଟକେ ନିସାନା ବନେଇକରି ପଏସା ଏକାଉନ୍ଟରେ ପକାବାର ମୁଲକଲେ । ମାହୋଲ ଗଲା ଡିସେମ୍ବର ରୁ ବନାଲା ନ ବିଜେଡି । ବାକି କିଏ ରହେଲା ? ବେକାରି ଜୁଆନ ପିଲା । ବିଜୁ ଯୁବ ବାହିନି ରେ କେତନି ବିଜେଡି ଚିନ୍ତାଧାରାର ଜୁଆନ ପିଲା ସାମିଲ ହେଇଛନ ।
ଏତକିବେଲ ବିଜେପି କାଣା କରିଛେ ଟିକେ ଦେଖୁଁ । ଓଡିଶାରେ କଂଗ୍ରେସକେ ପଛେ ପକେଇକରି ବିଜେପି ଜରୁର ୨ନମର ଦଲ ହିସାବେ ଉଭରିଛେ । ଆର ପ୍ରାୟ ସବୁ ଠାନେ ଟକ୍କର ବିଜେଡି-ବିଜେପି ଭିତରେ ହିଁ ହେବା ବାଗିର ଦିସୁଛେ । ପଂଚାୟତ ଭୋଟର ଗଣିତକେ ବିଧାନସଭା ଆର ଲୋକସଭାର ଗଣିତ ସାଂଗେ ଜୁଲାଲେ ଭୁଲ ହେଇଯିବା । ଭୋଟର ରୁଝାନ ଅଲଗ ଥିସି ଦୁହି ଥି । ଗଲା ୨୦୧୪ରେ ମୋଦୀ ହାୱା ବେଶି ଥିଲା ଇ ଥର ନୁ । ୨୦୧୪ରେ ଓଡିଶାର ୧୮% ଭୋଟ ପାଇଥିଲା ଆର ମାତ୍ର ଗୁଟେ ସିଟ ଜିତିକରି ଜାଇଥିଲା ଲୋକସଭା ଆର ବିଧାନସଭାକେ ୧୦ ଟା ବିଧାୟକ ଯାଇଥିଲେ । ମାନି ନଉନ ପଂଚାୟତ ଭୋଟ ବେଲର ୮% ଅଧିକା ଭୋଟ ବିଜେପି ପାଉଛେ, ତ କେତେ ସିଟ ଅଧିକା ହେବା, ୧୫ ରୁ ୨୦ । ଯେତକି ଖବର ଆସୁଛେ ବିଜେପି ବି ଜହ ଧ୍ୟାନ ଲୋକସଭା ଥି ଦଉଛେ, କାରଣ ଗଲା ଦିନମାନକୁ ଯେନ ନିର୍ବାଚନ ମାନେ ହେଇଛେ ସେଥି ବିଜେପି ଖରାପ କରିଛେ ଆର ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ବାଗିର ରାଜ୍ୟ ତାର ହାତୁ ଯାଇଛେ । ସେନ ଇହାଦେ କଂଗ୍ରେସ, ତ ସେନୁ ଲୋକସଭା ଲାଗି ନିହାତି ସଭ୍ୟ କମବେ । ଦିଲ୍ଲିର ଚୌକି ଥି ମୋଦୀ ବସବାରଟା ସବୁ ନୁ ମୁଖିଆ କାମ ତାର ଉତାରୁ ଭୁବନେଶ୍ୱର । ଉଡିଶା ଲାଗି ଜେନ ୧୨୦+ ନାରା ବିଜେପି ଦେଇଥିଲା, ଏଜ କାଏଲ ସେଟା ଆର ସଭା ସମିତି ମାନକୁ ନି ଦିଶବାର । ହେଲେ ବିଜେପି ତାର କେଡର ମାନକୁ ସବୁବେଲେ କ୍ରିୟାଶୀଲ ରଖବାର ଥି ସଫଲ ହେଇଛେ । ଗାଁ କେ ପହଁଚିଛେ ବିଜେପି । ସେଥିର ଲାଗି ତ ବ୍ୟକ୍ତିଗତ ଅନୁମାନ କରୁଛେଁ, ଇ ଥର ବିଜେପି, ବିଜେଡି କେ କଡା ଟକ୍କର ଦେବା । ହେଲେ ସେ ଟକ୍କର ନୁ ସଫଲ ହିସାବେ କେତେଟା ସଂଖ୍ୟା ତାର ପଲଟ୍ୟା କରିପାରବା ଯେ ମେ ୨୩ ଦିନ ଜନାପଡବା । ବାକି ରହେଲା କେନ୍ଦ୍ରର ଯୋଜନା ଆର ରାଜ୍ୟର ଯୋଜନା ନୁ କେତେ ଲୋକ ପ୍ରଭାବିତ ହେଇକରି ଭୋଟ ଦେସନ । ଆପଣ ଜଦି ଗାଁ ମାନକର ପାନ-ଦୁକାନେ କି ବନ୍ଧଘାଟେ ବସଲେ ଜାଏକ ଭଲସେ ଜାନି ପାରବେ । କେନ୍ଦ୍ରର ଯୋଜନା ଆସଲେ ବି ଭୁବନେଶ୍ୱର ବାଟୁ ଆଏସି । ଦିଲ୍ଲୀ ନୁ ଗେରୁଆ ହେଇକରି ଆସିଥିଲେ ବି ଭୁବନେଶ୍ୱରୁ ଯାହା ଆଏଲେ ବି ଲୋକ କୁ ସାଗୁଆ ଦିଶଶି । ହଁ, ଗେସ ସିଲିଣ୍ଡର ଗୁଟେ ନ ଯୋଜନା ଜେନଟା ଲୋକର କାମେ ଆସିକରି ସିଧା ମୋଦି କି ବିଜେପି ର ନାଁ ପଡସି ।
କଂଗ୍ରେସ ମଧ୍ୟ ପ୍ରଦେଶ, ଛତିଶଗଡ, ଆର ରାଜସ୍ଥାନ ନ ଭଲ କରିଛେ । ରାହୁଲ ଗାଂଧି ପୁଖତ ନେତା ହିସାବେ ଉଭରିକରି ଆସିଛନ । ଭୋଟ ଜିତଲା ଉତାରୁ ବେଲବୁଡେ ସାଂବାଦିକ ସମ୍ମିଲନି ଜିଏ ଶୁନିଛେ କହି ପାରବା, ରାହୁଲ ଗାଂଧିକେ ଫେସବୁକ ଆଦିରେ ଯେନ ପପ୍ପୁର ଛାପା ଲଗା ହେଇଛେ, ରାହୁଲ ପପ୍ପୁ ନେଇଁସେ । ହେଲେ ଓଡିଶା ବି ମଧ୍ୟ ପ୍ରଦେଶ କି ଛତିଶଗଡ କି ରାଜସ୍ଥାନ ନେଇଁସେ । ସେ ଜାଗାରେ ଆର କେନସି ଆଂଚଳିକ ଦଳ ନେଇଁନ । ସିଧା ଟକ୍ଟର କଂଗ୍ରେସ – ବିଜେପି ଭିତରେ । ଛତିଶଗଡରେ ଅଜିତ ଜୋଗୀର ଆଂଚଳିକ ଦଳ ସେତକି ପ୍ରଭାବିତ କରି ନି ପାରଲା । ଫାଏଦା କଂଗ୍ରେସ ନେଲା । ହେଲେ ଓଡିଶାର ଥିତି ଅଲଗା । ଓଡିଶାରେ ଆଂଚଳିକ ଦଳ ବିଜେଡି ଅଛେ ଆର ବିଜେଡି ଆସଲା ଦିନୁ ହିଁ ଓଡିଶାରେ କଂଗ୍ରେସ ଉଧେଇ ନି ପାରି । ବିଜେଡି ଯେତକି ବଢତେଲ ଯାଇଛେ, କଂଗ୍ରେସ ସେତକି ଛିଡତେଲ ଯାଇଛେ । କଂଗ୍ରେସ ବଢଲେ ବିଜେଡି ଛିଡବା ହେଲେ ସମିଆଁ ସମିଆଁ କେ ଭିନେ ଭିନେ କାରଣରୁ ଓଡିଶା କଂଗ୍ରେସ ଦଳ ଭିତରେ ଏନ୍ତା ଥିତିମାନେ ଉଭରିଛେ ଯେ ଏଜ ୧୩୩ ବର୍ଷର ଦଳ ୨ ଅଂକବାଲା ସଂଖ୍ୟା ଆନବା କିନି ଯେ ସନ୍ଦେହ ଭିତରେ । ଭୋଟ ଲାଗି ଲୋନ ଛାଡ ଆର Minimum Basic Income ବାଗିର ବ୍ରହ୍ମାସ୍ତ୍ର ଓଡିଶାରେ କାମ ଦେବା କିନି ଯେ ଦେଖବାର ଅଛେ ।

ସାକେତ ଶ୍ରୀଭୂଷଣ ସାହୁ

ବରଗଡ ବିଧାନ ସଭା

ବରଗଡ ବ୍ଲକ, ବରଗଡ ମୁନସିପାଲଟି, ଆର ବରପାଲି ବ୍ଲକର କିଛି ପଂଚାୟତକେ ନେଇକରି ବରଗଡ ବିଧାନ ସଭା ର ଏରିଆ ।

ଗଲାଥର ଜେନ ତିନ ଝନ ପ୍ରାର୍ଥି ଥିଲେ, ବିଜେଡି ରୁ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ରୁ ସାଧୁ ନେପାକ, ଆର ବିଜେପି ରୁ ଅଶ୍ୱିନୀ ଷଡଂଗୀ, ଫେର ଟିକେଟ ପାଉଛନ । ଲଢେଇ ଗଲା ଥର ବିଜେଡି ଆର କଂଗ୍ରେସ ଭିତରେ ହେଇଥିଲା ଇ ଥର ବିଜେଡି ଆର ବିଜେପି ଭିତରେ ହେବା ।

ଖାଲି ଗୁଟେ କଥା ଯେ, ଜଦି ଅଶ୍ୱିନୀ ଷଡଂଗୀ ଲୋକ ସଭା ପ୍ରାର୍ଥୀ ହୁଅନ ବଏଲେ ବିଜେପି ର ବିଧାନ ସଭା ର ଟିକେଟ ଡ. ରାମକୃଷ୍ଣ ପୁରୋହିତଂକୁ ମିଲିପାରେ ।

ଭଟଲି ର କଥା

ସୋହେଲା, ଅମ୍ବାଭୋନା, ଭଟଲି ବ୍ଲକ କେ ନେଇକରି ଭଟଲି ନିର୍ବାଚନ ମଂଡଲି । ଇହାଦେ ଏମଏଲଏ ଅଛନ ମଂତ୍ରି ସୁଶାନ୍ତ ସିଂ । ପଦମପୁରେ ବିଜୟ ବରିହା ଜେନ୍ତା ନିଜର ଦାୟାଦ ନେଇଁ ବନେଇ ଭଟଲି ବିଜେଡି ରେ ସୁଶାନ୍ତକର ବି ଦାୟାଦ ନେଇଁ ନ । ଭଟଲି ବିଜେଡି ରେ ୨ ନମର ଲୋକର ନାଁ ନେଇଁନ । ଜଦି ସେ ବିଜେପୁର ଆସବେ ବଏଲେ ନିଜର ଭାଇ ସୁବ୍ରତ ସିଂ କେ ଜାଗା ଛାଡି ପାରନ ନେହେଲେ ଭଟଲି ବିଜେଡି ବଏଲେ ସୁଶାନ୍ତ ସିଂ ହିଁ ଆନ ।

ବିଜେପି କେ ଦେଖଲେ ନାଁ ଗୁର୍ଦୁ ଅଛେ । ଗଲାଥର ସ୍ୱାଧିନ ହିସାବେ ଉଠିକରି ୨ ନମରେ ରହିଥିବାର ସୁଶାନ୍ତ ମିଶ୍ର ସବୁ ନୁ ଜହ ଚର୍ଚାରେ । ଗୁର୍ଦୁ ଦିନୁ କଂଗ୍ରେସ ରାଜନିତିରେ ସକ୍ରିୟ ରହିକରି ସଂଗଠନ ଆର ଲୋକପ୍ରିୟତା କମେଇ ଥିବାର ପ୍ରମାଣ ଆଏ ତାକର ଗଲାଥରର ଭୋଟ । ଜୁବମୋର୍ଚା ରାଜ୍ୟ ସଂପାଦକ ଇରାସିଶ ଆଚାର୍ଯ୍ୟ ବି କମ ବଏସେ ନିଜର ସାଂଗଠନିକ ଦକ୍ଷତା ଲାଗି ଚର୍ଚାରେ ରହିଆସିଛନ । ଆର ବାକି ଆଶାୟୀ ତାଲିକା ଦେଖଲେ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁ, ସୌରିଚରଣ ବାରିକ, ମହମ୍ମଦ ରଫିକ, ଗିରଜେଶ ଖାଡଂଗା ଚର୍ଚାରେ ଅଛନ ।

କଂଗ୍ରେସରୁ ଆଘର ମଂତ୍ରି ପ୍ରକାଶ ଦେବତାଂକର ପୁଓ ସତ୍ୟନାରାୟଣ ଦେବତା ଓରଫ ବାବଲୁ ଦେବତାଂକର ଟିକେଟ ଗୁଟେ କିସମେ ତୟ ଆଏ ।