Monday, April 27, 2026
Home Blog Page 17

ବିଜେପୁରେ ରିତା ନେହେଲେ ସୁଶାନ୍ତ

ବିଜେପୁର ବାଏ ଇଲେକସନ ଉତାରୁ ଦଲ ମାନକର ଥିତି ବଦଲି ଜେଇଛେ । କଂଗ୍ରେସ କୁରକୁଟି ହେଇଗଲା, ବିଜେଡି ବଢିଗଲା, ଆର ବିଜେପି ବି ଭୋଟ ଜରୁର ପାଇଛେ ହେଲେ ମୁଲ ସଂଗଠନ ଇଆଡ ସେଆଡ ହେଇଗଲା ।

ଇ ଥର ଅଶୋକ ପାଣିଗ୍ରାହିଂକୁ ବିଜେପି ଟିକେଟ ଦେବାର ଆଶା କମ । ତାକର ଦିହିଁ ବି ଭଲ ନି ରହେବାର । ବାଏ ଇଲେକସନ ବେଲକେ ବିଜେଡି ନୁ ବିଜେପି କେ ଆସିଥିବାର ସନତ ଗଡତିଆଂକର ନାଁ ବେସି ଚର୍ଚା ହଉଛେ । ଚର୍ଚାରେ ତ ହଲପାଣି ମାଝି, ପ୍ରବୀଣ ପାଣିଗ୍ରାହି, ଗୋବର୍ଦ୍ଧନ ଭୁଏ ବି ଅଛନ ହେଲେ ଟିକେଟ ମିଲବାର ବେଶି ମୌକା ସନତ ଗଡତ୍ୟାଂକର ଦିସୁଛେ । ପିକୁ ମିଶ୍ର ବି ପାଟି ବଦଲେଇ ପାରନ ଜଦି ବିଜେପି ଟିକେଟ ଦେଲେ ବଲି ସୁନବାରକେ ମିଲୁଛେ । ବଏଲେ ପିକୁ ମିଶ୍ର ଆର ସନତ ଗଡତ୍ୟାଂକର ଭିତରେ ରହେଲା ।

ଇହାଦେ ବିଜେଡି ରୁ ଏମଏଲଏ ଅଛନ ରିତା ସାହୁ । ତାହାକୁ ପାଟି ଫେର ଥରେ ଟିକେଟ ଦେଇପାରେ ଆର ବେଶି ସେ ବେଶି ବଦଲିଲେ ମଂତ୍ରି ସୁଶାନ୍ତ ସିଂ ଭଟଲି ନୁ ଆସିପାରନ । ବାକି ଜେତେ ଗଲା ବାଏ ଇଲେକସନରେ ଆସିଛନ ଜେନ୍ତା ନାରାୟଣ ସାହୁ, କି ଏଭେ ପ୍ରଣୟ ସାହୁ, ଗୌରହରି ମିଶ୍ର, ଟିକେଟ ଚର୍ଚାରେ ନାଇଁନ ।
କଂଗ୍ରେସ ତାର ରିପୋଟ ପଠେଇ ସାରଲାନ, ରିପୁ ସେଠ ଆଗାଡେ ଅଛନ ।

କଟିପାରେ ସୁବାଷ ଚୌହାନକର ଟିକେଟ

ରାଜନିତି ଗୁଟେ କ୍ରିୟାସିଲ ପ୍ରକିୟା । ରାଜନିତି ବିଗ୍ୟାନ ବଲାହେସି ହେଲେ ପଢାହେଲା ବେଲକେ କଲା ଭିତରେ ଆଏସି । ୨୦୧୯ ନିର୍ବାଚନ ଲାଗି ବିଜେପିର ବରଗଡ ଲୋକ ସଭା ଲାଗି ଜେନ ନାଁ ମାନେ ଚର୍ଚାକେ ଆସୁଛେ ଆର ଘାଏ କେ ଘାଏ ଜେନ ନୁଆ କଥା ଘଟୁଛେ ସେନୁ ବଡ ଘଟଣା ହଉଛେ, ସୁବାଷ ଚୌହାନ କର ଟିକେଟ କଟୁଛେ ।
ସୁବାଷ ଚୌହାନ, ବଜରଂଗ ଦଳର ରାଷ୍ଠୀୟ ନେତା । ଆରଏସଏସ ଆର ହିନ୍ଦୁ ସଂଗଠନ ମାନକର ସାଂଗେ ଜଡିତ ହେଇ ଦିଲ୍ଲି ନୁ ଟିକେଟ ଆନିଥିଲେ ଗଲାଥର । ଓଡିଶାର ବିଜେପିର ସବକର ନୁ କମ ଭୋଟରେ ହାରିଥିବାର ପ୍ରାର୍ଥି । ଏନ୍ତା ବି ହେଇଥିଲା ଜେ, ଗଲା ଥର ବେଲବୁଡାର ୭ ବଜେ ଆଡେ ସୁବାଷ ଗୁଷ୍ଟି ଜିତି ସାରଲୁଁ ନ ବଲି ଫୁଟକା ଫୁଟେଇ ସାରିଥିଲା ବେଲକେ ରାତିର ୮.୩୦ ବଜେ ୧୦ ହଜାର ଭୋଟ ଥି ହାରିଜାଇଥିଲେ ବିଜେଡିର ଡ. ପ୍ରଭାସ ସିଂକର ଠାନୁ ।

ଇ ଥର ଫେର ବୁଲାବୁଲିକରି ନିଜର ଜିତ ଲାଗି ଦିନରାଏତ ପରିଶ୍ରମ କରୁଥିଲେ ହେଲେ ସେ ଓଡିଶା ବିଜେପିର ମୁଖ୍ୟମଂତ୍ରି ପ୍ରାର୍ଥି ଧମେନ୍ଦ୍ର ପଧାନ ସାଂଗେ ନି ପଟନ । ଧମେନ୍ଦ୍ର ଗୁଟର ବରଗଡ ଆର ଝାରସୁଗୁଡା ସାଂଗେ ବି ତାକର ମେଲ ଠିକ ନି ବସେ । ସେଥିର ଲାଗି ନିଜର ସମାନ୍ତର ସଂଗଠନ ବନେକରି ଚାଲୁଥିଲେ । ଧମେନ୍ଦ୍ର ଗୁଟ ବଏଲେ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଂଗୀ ଗୁଟ । ଜେନମାନେ କି ଜିଲ୍ଲାର ଦଲୀୟ ପଦପଦବି ଧରିକରି ବସିଛନ । ଗୁଟେ ସମିଆଁ ଥି ପ୍ରଦିପ ପୁରୋହିତ ବି ଇ ଗୁଟ ବାହାରେ ଥିଲେ ଫେର ନିଜର ଚୌକି ଲାଗି ଇହାଦେ ଇ ଭିତରେ ସାମିଲ ହେଲେନ ।

କଥା ଲୋକସଭା ଟିକେଟ ର ପଡିଛେ । ଆଝିର ତାରିଖ ରେ ବିଜେପି ର ଲୋକସଭା ଲାଗି ଜେନ ନାଁ ମାନେ ଚର୍ଚା ହଉଛେ ସେଟା ମାନେ ହେଲା ଆଗର ସାଂସଦ ଡ. କୃପାସିନ୍ଧୁ ଭୋଇଂକର ଭାଇ ଜଗବନ୍ଧୁ ଭୋଇ, ବିକାସ ଗୃପର ଚେୟାରମେନ ଡି. ମୁରଲିକ୍ରିଷ୍ଣା, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଂଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ । ସୁବାଷ ଚୌହାନକର ଟିକେଟ ଜଦି କଟବା ତାର ମୁଖିଆ କାରଣ ହଉଛେ ସେ ଜଦି ଏମପି ହେଇକରି ଜିତନ ବଏଲେ ଜରୁର ଭଲ ପୋର୍ଟଫୋଲିଓ ପାଏବେ କେନ୍ଦ୍ରରେ ଆର ଧମେନ୍ଦ୍ର ଗୃପକେ ଚୁନୌତି ଦେଇପାରନ ଭବିଷ୍ୟତରେ । ବୋଧେ ସେଥିର ଲାଗି ନାଁ ରହେବା ବଉଁସ ନା ବାଜବା ବଏଁସି ।

ବିଜେଡି କାଏଁଜେ ନୁରୁଛେ ଜୁଆନ ଚେହେରା

ବିଜେଡି ଗଠନ ହେବାର ୨୧ ବଛର ହେଲା ଆର ନବିନ ପଟନେକ ମୁଖ୍ୟମଂତ୍ରି ହେବାର ୧୯ ବଛର । ଲଗାତାର ୪ ନମର ଥର ସାସନ କରୁଛେ ଓଡିସା କେ । ନବିନ ପଟନାଏକଂକୁ ୭୨ ପୁରି ୭୩ ଚାଲୁଛେ । ବଏସ ସାଂଗେ ଦିହଁର ବଲ-ବଫୁ ଜାଏସି ଆର ବଲ-ବଫୁ ସାଂଗେ କାମ କରବାର ତାକତ । ଜେତକି ସୁଚନା ମିଲୁଛେ ଇ ନିର୍ବାଚନ ସରଲେ ନବିନ ବୋଧେ ରାଜନିତି ରୁ ଦୁରିଆ ରହିପାରନ । ବିଜେଡିର ଲବାନ ଧରି ପାରନ ତାକର ପୁତରା ଅରୁଣ ପଟନାଏକ । ଅରୁଣ ୪୦-୪୫ ବଏସିଆ ଲୋକ ।

ନବିନ ପଟନାଏକ କର ଜିବନି ଲେଖିଥିବାର ରୁବେନ ବେନାର୍ଜି ଗୁଟେ ଇନ୍ଟରଭ୍ୟୁରେ କହେସନ, ନବିନ କେଭେ କାହାକେ ନିଜର ପାଖକେ ଆସି ନି ଦେଇ ଆର ସମିଆଁ-ସମିଆଁକେ ସମକୁ ବେଭାର କରସନ । ଆର ଗୁଟେ କଥା, ବିଜେଡିର ଜେତେ ଥାପନା ବେଲର ସଦସ୍ୟ ଥିଲେ ଏଜ ଖାଲି ପ୍ରସନ୍ନ ଆଚାର୍ଯ୍ୟ କେ ଛାଡିଦେଲେ ବୋଧେ ଆର ପାର୍ଟି ଥି କିହେ ନେଇଁନ । ନବିିନ କେଭେବି ପାର୍ଟି ଭିତରେ ତାହାକୁ ଚୁନୌତି ଦେଲା ବାଗିର ଲୋକକେ ବଢି ନି ଦେଇ ଚାହେ ସେ ବିଜୟ ମହାପାତ୍ର ହଉନ କି ପ୍ୟାରୀ ମାହାପାତ୍ର କି ବୈଜନ୍ତ ପଣ୍ଡା । ସମକୁ ଏନ୍ତା ସମିଆଁ କେ ପଏଁକ କାଟିଛନ ଜେ ଉଁ କି ଚୁଁ ନି କରି ପାରି ।

ଖବର ଆସୁଛେ ୪୫-୫୦ ନୁ ଉପରକେ ସବୁ ପୁରଖା ନେତାମାନକୁ ଆର ବିଜେଡି ଟିକେଟ ନି ମିଲେ । କିଛି ପୁରଖା ନେତା ତ ନିଜର ତରଫ ରୁ ସନ୍ୟାସ ନେଲେ ନ । ନୁଆଁ ଜୁଆନ ଚେହେରା ନୁରୁଛେ ପାର୍ଟି । ନବିନ ଉତାରୁ ଅରୁଣ ଜଦି ଆସନ ଆର ପାର୍ଟି ଭିତରେ ପୁରଖା ନେତା ରହି ଜାଇଥିବେ ବେଲେ ହୁଏ ତ ଅରୁଣ କେ ନେତା ହିସାବେ ମାନବାର କେ ଅସବିଧା ହେଇପାରେ । ଜେନ୍ତା ତାକର ସାଂଗେ, ବିଜୟ, ପ୍ୟାରୀ ଆର ବୈଜନ୍ତର କଥା ଘଟଲା । ଜଦି ଅରୁଣ ସାମନା ନ ତାକର ସରସିଆ ଜୁଆନ ୪୦-୪୫ ବରସିଆ ଏମଏଲଏ ଥିବେ ବଏଲେ ସିନେ ୟେସ ସାର, ୟେସ ସାର ବଲବେ । ଅରୁଣ ନୁ ଅଏତକା ବରସିଆ ଏମଏଲଏ ରହେଲେ ବଏଲେ ବିପଦ କରିପାରନ । ସେଥିର ଲାଗି ବିଜେଡି ବୋଧେ ଜୁଆନ ଚେହେରା ନୁରୁଛେ ।

ପଦ୍ମପୁର ନିର୍ବାଚନ ମଣ୍ଡଲୀ

ବରଗଡ ଜିଲ୍ଲାର ଦୁସରା ସବଡିଭିଜନ । ଆଦିବାସି ବହଲ ପଦମପୁର ନିର୍ବାଚନ ମଂଡଲି । ଝାରବନ୍ଧ, ପାଇକମାଲ ଆର ପଦମପୁର ବ୍ଲକ ଆର ଏଏନଏସି କେ ନେଇକରି ଗଠନ ହେଇଛେ ପଦମପୁର ନିର୍ବାଚନ ମଂଡଲି ।
ଇ ଥର ବିଜେପି ରୁ ବିଧାୟକ ପ୍ରଦିପ ପୁରୋହିତଂକୁ ନିହାତି ଟିକେଟ ମିଲବା । ବିଜେଡି ରୁ ସେନ୍ତା ଆଘର ମଂତ୍ରି ବିଜୟ ରଂଜନ ସିଂ ବରିହା ଆର କଂଗ୍ରେସ ରୁ ଜିଲ୍ଲା ସଭାପତି ସତ୍ୟଭୁଷଣ ସାହୁଂକୁ ମିଲବା ।
ଗଲା ଥର, ବିଜେଡିର ତାକତବର ଆଦିବାସି ନେତା ବିଜୟ ସିଂ ବରିହାଂକୁ ମାତ ଦେଇଥିଲେ ପ୍ରଦିପ ପୁରୋହିତ । କାରଣ ମାନେ ଦେଖଲେ ଜନା ପଡସି, ବିଜୟ ବରିହାଂକର ବରିହା ସଂପ୍ର୍ଦାୟର ଭୋଟ କେ ଭାଗ କରିଥିଲେ ଆର ଝନେ ଆଦିବାସି ନେତା ଗୋବରଧନ ଭୁଏ । ଗୋବରଧନ ଇହାଦେ ବିଜେପିରେ । ଜେନ ୫୦୦୦ ଭୋଟ ଗୋବରଧନ ନେଲେ ସେ ୫୦୦୦ ଭୋଟରେ ବିଜୟ ହାରଲେ । ଇତାର ବାହାରେ ସତ୍ୟ ସାହୁଂକୁ ଗଲା ଥର ଟିକେଟ ନାଇଁ ମିଲି ଥାଇ । ତ ସତ୍ୟ ସାହୁଂକର ବି କିଛି ଭୋଟ ବିଜେପି ନିକେ ଜାଇଥିଲା ।
ହେଲେ ଆଝିର ତାରିଖରେ ଭୋଟ ହେଲେ ପ୍ରଦିପ, ବିଜୟ ଆର ସତ୍ୟ ମଏଦାନକେ ଆସଲେ ସମିକରଣ ଅଲଗା ହେବା । ସତ୍ୟ ସାହୁଂକର ଭୋଟ ପ୍ରଦିପ ନିକେ ନାଇଁ ଜାଏ, କି ଗୋବରଧନ ଭୁଏ ବି ଆର ପଦମପୁର ରେ ନାଇଁନ । ଗୋବରଧନ ଇହାଦେ ବିଜେପୁର ଆଡେ ବୁଲାବୁଲି କରୁଛନ । ହେଲେ ବିଜୟ ବରିହାଂକର ଭୋଟ ଜହ ଇଆଡ ସେଆଡ ନାଇଁ ହୁଏ । ଥାପିମରା କହିପାରନ । ବିଜୟ ଗଲାଥର ଜେତକି ଆନିଥିଲେ ହେତକି ଆନଲେ ବି ଜିତବାର ସଂଭାବନା ଦିସୁଛେ । ଇତାର ବାହାରେ ପ୍ରଦିପଂକର ବିରୋଧରେ ତାକର ଦଲ ଭିତରେ ବି ଏକଜୁଟ ନାଇଁନ । ବିଜେପି ରୁ ରୁସଲା, ରାଜୁ ଘିବେଲା ଇଥର ସ୍ୱାଧିନ ଉଠବାର କେ ବୁଲାବୁଲି କରୁଛନ । ସବୁକେ ମିସାଲେ ବିଜେଡି ର ବିଜୟ କେ ମାହୋଲ ସୁହାଲା ବାଗିର ହେଇଛେ ।

ବରଗଡ ଲୋକସଭା

୨୦୧୯ ର ସାଧାରଣ ନିର୍ବାଚନ ପାଖ ପାଖ ହେଲା ବେଲକେ ବରଗଡ ଜିଲ୍ଲା ଆର ଲୋକସଭା ଆସନ ର ରାଜନିତିକ ମାହୋଲ ଗରମ ହେଇ ବସୁଛେ । ସବୁ ଦଲ ନିଜର ନିଜର ଜିତ ଲାଗି ଜିତବାର ବାଗିର ପ୍ରାର୍ଥି ଦେବାର ଚାହୁଁଛନ । ଗଲା ୨୦୧୪ ରେ ବିଜେପି ନୁ ସୁବାଷ ଚୌହାନ, କଂଗ୍ରେସ ନୁ ସଂଜୟ ଭୋଇ, ଆର ବିଜେଡି ରୁ ଡ. ପ୍ରଭାସ ସିଂ ପ୍ରାର୍ଥି ହେଇଥିଲେ । ବିଜେଡିର ପ୍ରଭାସ ସିଂ ଜିତିଥିବାର ବେଲକେ ବିଜେପିର ସୁବାଷ ଚୌହାନ ୧୦ ହଜାର ଭୋଟରେ ହାରିକରି ୨ ନମର ଥି ରହିଥିଲେ । ହେଲେ ୨୦୧୪ରେ ଲୋକ ସଭା ର ସଭ୍ୟ ଥିବା ସଂଜୟ ଭୋଇ ୩ ନମରେ ରହିଥିଲେ ।
ଆଝିର ତାରିଖରେ ଜେନ ଚର୍ଚା ହଉଛେ ସେନୁ ଦେଖଲେ ସବୁ ପାର୍ଟି ପ୍ର୍ରାର୍ଥି ଦେବାର ଥି ଫେର ବଦଲ କରି ପାରନ ବାଗିର ଲାଗୁଛେ । ଦୁଇ ଦିନ ତଲେ ବିଜେପି ଥି ଜଗବନ୍ଧୁ ଭୋଇ ଜୋଗ ଦେଇଛନ । ସେ ହଉଛନ ଆଘର ସାଂସଦ ଡ. କୃପାସିନ୍ଧୁ ଭୋଇଂକର ଭାଏ ଆର ସଂଜୟ ଭୋଇଂକର କାକା । ବିଜେପି ଥି ସୁବାଷ ଚୌହାନ କର ସାଂଗେ ବିକାଶ ଗ୍ରୁପ ଚେୟାରମେନ ଡି. ମୁରଲିକ୍ରିଷ୍ଣାଂକର ନାଁ ଚର୍ଚା ହଉଥିବାର ବେଲକେ ଇହାଦେ ସେ ତାଲିକା ଥି ଜଗବନ୍ଧୁ ଭୋଇଂକର ନାଁ ଜୁଡି ହେଇଛେ ।
ବିଜେଡି ର ପ୍ରାର୍ଥି ଦେଖବାର କେ ଗଲେ । ଡ. ପ୍ରଭାସ ସିଂ ଜଦି ବି ଇହାଦେ ସାଂସଦ ଅଛନ ତଥାପି ଗୁର୍ଦୁ ଲୋକ ତାକର ଟିକଟ କଟବା ବଲି ଚର୍ଚା କରୁଛନ ହେଲେ ତାକର ପଛାଡେ ମଂତ୍ରି ସୁଶାନ୍ତ ସିଂକର ଗୁଟେ ଅଦେଖା ହାତ ଟେ ସାହେଜରେ ଅଛେ । ସୁଶାନ୍ତ ସିଂ ଆଝିର ତାରିଖରେ ବରଗଡ ରାଜନିତି ର ସବୁ ନୁ ତାକତବର ପତା । ଦୁସରା ନାଁ ବିଜେଡିରେ ଚର୍ଚାରେ ଅଛନ ବେଲେ ମହେନ୍ଦ୍ର ବଢେଇ । କୁହା ଜଉଛେ କେ ମହେନ୍ଦ୍ର ଅଫିସରିଆ ଲବିରେ ଅଛନ । ଇତାର ବାହାରେ ପ୍ରସନ୍ନ ଆଚାର୍ଯ୍ୟଂକର ପୁତରା ଆର ଆନନ୍ଦ ଆଚାର୍ଯ୍ୟଂକର ପୁଓ ଆର ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଂକର ବଡ ଭାଇ ସମ୍ବିତ ଆଚାର୍ଯ୍ୟଂକର ନା ବି ଅଛେ ।
କଂଗ୍ରେସରେ ସଂଜୟ ଭୋଇଂକୁ ଟିକଟ ନାଇଁ ଦେବାର କେ ଗଲା ଥର ନୁ ତାକର ଦଲର ବିଧାୟକ ମାନେ ଲେଖିକରି ରାହୁଲ ଗାଂଧିକେ ଦେଇଥିଲେ ହେଲେ ସେସକେ ସେ ହିଁ ଆନଲେ ଆର ଲଢଲେ । ଇଥର ସଂଜୟ ଭୋଇକର ସାଂଗେ କିଶୋର ପଟେଲଂକର ନାଁ ଚର୍ଚାରେ ଅଛେ ।

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (୧୩)

0

ବ୍ୟାକରଣ ବିଚାର ସମସ୍ତ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଏକମାତ୍ର ସଂସ୍କୃତରୁ ହିଁ ପ୍ରାକୃତ-ଅପଭ୍ରଂଶ ଦେଇ ବିକାଶ ଲାଭ କରିଥିବାରୁ ସମସ୍ତଙ୍କ ବ୍ୟାକରଣିକ ରୂପ ଏକା ଅଟେ । ବିଶେଷ୍ୟ, ବିଶେଷଣ, କ୍ରିୟା, ଅବ୍ୟୟ, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ ଓ ନିପାତନ ଆଦି ସବୁ ଭାଷାରେ ସମାନ । ତଥାପି ପ୍ରତ୍ୟେକ ଭାଷାରେ କିଛି କିଛି ବିଶେଷତ୍ୱ ରହିଛି, ଯାହାକି ଭାଷାମାନଙ୍କ ପାରସ୍ପରିକ ପୃଥିକତାକୁ ସୂଚାଇଥାଏ ।
ଏଠାରେ ସମସ୍ତ ବ୍ୟାକରଣର ଆଲୋଚନା ସମ୍ଭବ ନ ହେଲେ ମଧ୍ୟ କୋଶଲୀ ଭାଷାର ପୃଥକତା ସଙ୍କେତ କରୁଥିବା କେତୋଟି ବିଭାବ ସୂଚନାତ୍ମକ ଭାବେ ଉପସ୍ଥାପିତ କରାଯାଉଅଛି ।
ମାନ : ଏହା ଗୋଟିଏ ବହୁବଚନ ବାଚକ ପରସର୍ଗ । ଏହାର ଉଦ୍ଭବ ବିଷୟରେ ନାନା ମତ ଅଛି । କେହି ‘ଆନ୍’ (୨ୟା ବହୁଂ) କେହି ‘ସ୍ମାନ’ (ଅସ୍ମଦ୍ ୨ୟା ବହୁଂ) ତ କେହି ‘ଣାମ୍’ (୬ଷ୍ଠୀ ବହୁଂ) ଠାରୁ ଏହାର ଉଦ୍ଗମ ଦେଖାଇଥାନ୍ତି । କେହି କେହି ଏହାର ବିକାଶ ମାନବ ଶବ୍ଦରୁ ହିଁ ହୋଇଛି ବୋଲି କହନ୍ତି । ସେ ସବୁ ଯାହା ହେଉ, ଏହା ଅୱଧୀ ବ୍ୟତିରେକେ କୋଶଲୀ ଗୋଷ୍ଠୀର ସମସ୍ତ ଭାଷା, ଉପଭାଷା, କୋଶଲୀ, ଛତୀଶଗଢୀ, ଭତରୀ, ହଲବୀ, କୋରାପୁଟ ଜିଲ୍ଲାର ଦେଶିଆ ତଥା ସମପ୍ରକୃତିକ ହେଉଥିବାରୁ ଏହା କେତେକ ଅର୍ଦ୍ଧ ମାଗଧୀ ପ୍ରଭାବିତ ଝାଡ଼ଖଣ୍ଡୀ ଭାଷାରେ ମଧ୍ୟ ପ୍ରଯୁକ୍ତ ହେଉଥିବା ଜଣାଯାଏ । କେଉଁଠି ‘ମାନ’ ତ କେଉଁଠି ‘ମନ୍’ ଭାବେ ବ୍ୟବହୃତ ହୁଏ । ଏହାର ଉଦ୍ଭବ କେଉଁଠି ହୋଇଛି ତାର କୌଣସି ନିଶ୍ଚୟ କରାଯାଇ ପାରିନାହିଁ, ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ସାହିତ୍ୟିକ ଉନ୍ନତି ହୋଇ ଥିବାରୁ ଏହାକୁ ଓଡ଼ିଆର ହିଁ ରୂପ ବୋଲି ଧରି ନିଆଯାଇଛି । କିନ୍ତୁ ଏହାର ପ୍ରଚାର ପରିସର ଓ କୋଶଲୀ ଭାଷାର ଶବ୍ଦ ଉଦ୍ଭୁତିର ବୈଚିତ୍ର‌୍ୟ ଦେଖିଲା ପରେ, ଏହାର ଉଦ୍ଭବ କୋଶଳ-ପ୍ରଦେଶରେ ହୋଇ ଥିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ, ବରଂ ‘ଭୂୟସାବ୍ୟପଦେଶଃ’ ନ୍ୟାୟରେ ଏହା କୋଶଲୀର ହିଁ ବିକାଶ ଅଟେ । ଓଡିଆ ତାକୁ ଅନ୍ୟ ଅନେକ ଶବ୍ଦ ପରି ଗ୍ରହଣ କରି ନେଇଛି ମାତ୍ର ।
କର-ଙ୍କର (ପରସର୍ଗ) – ଏହା ସମ୍ବନ୍ଧ ବାଚକ ଗୋଟିଏ ପରସର୍ଗ । ଏହା ପ୍ରାକୃତରୁ ଆସିଛି । ଅୱଧୀ ଭାଷାରେ ଏହାର ବ୍ୟାପକ ପ୍ରୟୋଗ ରହିଛି । କେବଳ ରାମ ଚରିତ ମାନସ ରେ ୨୪୦ ରୁ ଅଥିକ ଥର ଏ ପରସର୍ଗ ବ୍ୟବହୃତ ହୋଇଛି । ବଚନ ଭେଦରେ ଏହାର ରୂପ ଭେଦନାହିଁ । ଯଥା- ସବକର, ରାମକର ଆଦି । ଏହା କ ଲୋପରେ ଅର, ଅ ର ପ୍ରାଣିତରେ ହ ର ଓ ମାତ୍ର ‘ର’ ଭାବେ ମଧ୍ୟ ପ୍ରୟୋଗ କରାଯାଏ । ଯଥା- ସବକର, ରାମକର, ତୋହର, ସବୁର ଆଦି । ଏହା ଶୁଦ୍ଧ ପ୍ରାତିପଦିକ ପରେ ଓ ସମ୍ବନ୍ଧ ପଦପରେ ପ୍ରଯୁକ୍ତ ହୁଏ । ଏଣୁ ମୋର, ତୋର, ଆମର, ତମର ଉଭୟ ଚଲେ । କୋଶଲୀ ଆମ୍ହର, ତୁମ୍ହର ର ପରବର୍ତ୍ତୀ ବିକାଶ ‘ମ୍ହୋମ୍ଭୋବା’ ସୂତ୍ର ଅନୁସାରେ ଓଡ଼ିଆରେ ଆମ୍ଭର, ତୁମ୍ଭର ଆଦି ହୋଇଛି । ଅୱଧୀରେ, ଜନକର, ରାମଲଖନକର, ସବକର ଆଦି ସବୁ-ବଚନରେ ପ୍ରଯୁକ୍ତ ହୋଇଥିଲେ ହେଁ ‘କର’ ରୂପରେ କୋଶଲୀରେ କେବଳ ବହୁବଚନରେ ପ୍ରଯୁକ୍ତ ହୁଏ । ଏକ ବଚନ କେବଳ ‘ର’ ରୂପରେ ହୁଏ । ତଦନୁରୂପ ଓଡିଆରେ ମଧ୍ୟ ହେଲେ ହେଁ ବହୁବଚନରେ ଅନୁନାସିକର ଆଗମ ହୋଇ ‘ଙ୍କର’ ରୂପରେ ପ୍ରଯୁକ୍ତ ହୁଏ । ଏହା ଓଡିଆର ବିଶେଷତ୍ୱ ହୋଇପାରେ । ଯଥା- ମେଢା-ମେଣ୍ଢା, ଖୁଟ୍ –ଖୁଣ୍ଟ, ଖେକାର-ଖେଙ୍କାର, ମଚା-ମଞ୍ଚା, ଝୁପା-ଝୁମ୍ଫା, ମାକଡ-ମାଙ୍କଡ, କଚା-କଞ୍ଚା, ଗୁଥବା-ଗୁନ୍ଥିବା, ଗୁଫା-ଗୁମ୍ଫା… … ଆଦି ।
ଠାନ୍, ଠା – ସ୍ଥାନର ପ୍ରାକୃତ ରୂପ ହେଉଛି ଠାଣ । ଏହାର କୋଶଲୀ ରୂପ ହେଉଛି – ଠାନ୍ । କିନ୍ତୁ ଓଡିଆ ରୂପ ଥାନ ଅଟେ । ହେଲେ ହେଁ, ପରସର୍ଗ ରୂପେ କେବଳ ‘ଠା’ ମାତ୍ର ବ୍ୟବହୃତ ହୁଏ । ମୋ ଠାରୁ, ସେ ଠାରୁ, ଆଦି.. । କୋଶଲୀ ଭାଷାରେ ‘ଠାନ’ ଶବ୍ଦ ହିଁ ବ୍ୟବହୃତ ହୁଏ । ମୋର ଠାନୁ, ସେଠାନେ- ଆଦି । ଦେଖିବାକୁ ଗଲେ କୋଶଲୀ ‘ଠାନ୍’ ରୁ ‘ନ’ କାରର ଅନୁନାସିକରେ ପରିବର୍ତ୍ତନ ଯୋଗୁଁ ‘ଠାଁ ’ଓ ଅନୁନାସିକର ଲୋପ ଯୋଗୁଁ ‘ଠା’ ହୋଇଛି । ଓଡ଼ିଆରେ ପରବର୍ତ୍ତୀ ବିକାଶ ତାହା ହିଁ ।
ମୁକୁ, ମୋକେ : ପ୍ରାଚୀନ ଓଡ଼ିଆରେ ମୁକୁ, ତୁକୁ ଓ ଆଧୁନିକରେ ରାମକୁ, ହରିକୁ ଆଦି ଦେଖି ଆପାତ ଦୃଷ୍ଟିରେ ମୋକେ, ତୋକୋ, ର ‘କେ’ କୁ ‘କୁ’ର ବିବର୍ତ୍ତନ ବୋଲି କହିଦିଆଯାଏ । ଏହା ଘୋର ପ୍ରାମାଦିକ ଅଟେ । ଯେହେତୁ- ମୁକୁ ଆଦିରେ ‘କୁ’ ପ୍ରତ୍ୟୟ ଅଟେ, ଏହା ହିନ୍ଦୀ, ବ୍ରଜଭାଷା ଆଦିର ‘କୋ’ର ସଂକୁଚିତ ବା ଦୁର୍ବଳ ରୁପ ହିଁ ଅଟେ । କୋଶଲୀ ‘ମୋକେ’ ଆଦିର ‘କେ’ ଅୱଧୀ ‘କହଁ’ ର ରୂପ ଅଟେ ଓ ପରସର୍ଗ ଅଟେ । ମୋକେ = ମୋର କେ । ଏପରି ସୂକ୍ଷ୍ମ ଆଲୋଚନାରେ ବହୁ ବହୁ ବିଭେଦଆବିଷ୍କାର କରାଯାଇ ପାରିବ । ଇଙ୍ଗିତ ମାତ୍ର ଏତିକି- ଆଲୋଚନାରୁ ବି ଏହା ସ୍ପଷ୍ଟ ଯେ, କୋଶଲୀ ଭାଷା ଓଡିଆ ଭାଷାର ଅବକ୍ଷୟିତ ରୂପ କି ଉପଭାଷା ନ ହୋଇ ବରଂ ତାର ଉଦ୍ବିକାଶ ରେ ଗୋଟିଏ ଉପାଦାନ ହୋଇପାରିଛି ।
ଶବ୍ଦ ସମ୍ପଦ ଗୃହର ବାସ୍ତୁ ବିଭାଗ, ସାଜସଜ୍ଜା, ବାହ୍ୟ ଆକୃତି ଓ ବ୍ୟବହାରୋପୟୋଗ ଯାହା ହେଲେ ମଧ୍ୟ କାନ୍ଥ ହିଁ ଘରର ମୂଳ ଅବୟବ, ଯାହା ଏ ପ୍ରସ୍ତୁତିକୁ ଘର ଆଖ୍ୟା ଦେଇଥାଏ । ଏହି କାନ୍ଥର ଉପାଦାନ ଅନୁଯାୟୀ ଘରର ମଧ୍ୟ ନାମକରଣ ଝାଟିମାଟି, ମାଟିକାନ୍ଥ, ଇଟା କି ପଥରର ‘ଘର’ ଆଦି ହୁଏ । ସେହିପରି ଭାଷାର ବିଭିନ୍ନ ବିଭାବର ଯେତେ ସମାନତା ଥାଉ (ଏହା ସୁଦୂର ବା ଆସନ୍ନ ଏକ ମୂଳିକ ଭାଷାରେ ହେବା ସ୍ୱାଭାବିକ) ଶବ୍ଦ ହିଁ ଭାଷାର ଶରୀର ଓ ତାହାରି ଭିନ୍ନତା ଯୋଗୁଁ ଭାଷା ଏକ ସ୍ୱତନ୍ତ୍ର ଅସ୍ତିତ୍ତ୍ୱର ଅଧିକାରୀ ହୋଇଥାଏ । ଏହି ଦୃଷ୍ଟିରୁ ବିଚାର କଲେ କୋଶଲୀ ନିଜ ପଡୋଶୀ ଭାଷାମାନଙ୍କ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର । ଗୋଟିଏ ଗୋତ୍ରର ବିଭିନ୍ନ ଭାଷା ପରିବାର ଓ ସେମାନଙ୍କ ବିଭିନ୍ନ ଶାଖା, ପ୍ରଶାଖା ମାନଙ୍କ ମୌଳିକ ଧ୍ୱନି ଏକା ହୋଇଥିବାରୁ ଦେଶ କାଳର ପ୍ରଭାବରୁ ବିବର୍ତ୍ତିତ ହେଲେ ବି ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ଲିପିର ଅବଶ୍ୟମ୍ଭବିତା ନାହିଁ । ଏକା ଲିପିରେ ଏକାଧିକ ଭାଷା ଲେଖାଯାଇ ପାରେ ଓ ମୂଳ ଧ୍ୱନିର ଆଂଚଳିକ ଉଚ୍ଚାରଣ ମଧ୍ୟ ସେହି ସେହି ବର୍ଣ୍ଣର କରାଯାଇପାରେ । ଯଥା- ବଙ୍ଗଳା-ଅସମିଆ, ହିନ୍ଦୀ-ମହାରାଷ୍ଟ୍ରୀ ଆଦି । ଗୋଟିଏ ଭାଷା ମଧ୍ୟ ସହାବସ୍ଥାନ ଯୋଗୁ ଏକାଧିକ ଲିପିରେ ଲେଖାଯାଇପାରେ ଯଥା- ଉର୍ଦ୍ଦୁକୁ, ଦେବନାଗରୀ ଓ ପାରସିକ ଲିପିରେ ଲେଖାଯାଏ । ଅତଏବ କୌଣସି ଭାଷାର ଉନ୍ନତ ସାହିତ୍ୟ ଥାଉ ବା ନ ଥାଉ, କିମ୍ବା ନିଜର ସ୍ୱତନ୍ତ୍ର ଲିପି ବି ନଥାଉ, ତାର ଶବ୍ଦ ସମ୍ଭାର ଯଦି ସ୍ୱାବଲମ୍ବୀ, ତେବେ ସେ ଭାଷା ସ୍ୱତନ୍ତ୍ର ହିଁ ଅଟେ ।
ମନୁଷ୍ୟ ଗୋଟିଏ ସାମାଜିକ ପ୍ରାଣୀ । ବ୍ୟକ୍ତି, ଗୋଷ୍ଠୀ ଅଥବା ଦେଶ କି ରାଷ୍ଟ୍ର ଭାବେ ମଧ୍ୟ ତାର ସ୍ୱ ଭିନ୍ନର ସହିତ ସମାଗମ ଅନିବାର୍ଯ୍ୟ । ଏଥି ଯୋଗୁଁ ପ୍ରତ୍ୟେକ ଭାଷାରେ ଅନ୍ୟାନ୍ୟ ବହୁ ଭାଷାର ଶବ୍ଦ ପ୍ରବେଶ କରି ଯାଏ ଓ କ୍ରମେ ତତ୍ ସ୍ୱରୂପରେ ହେଉ ବା ନିଜ ଉଚ୍ଚାରଣ ସୌକାର୍ଯ୍ୟ ପାଇଁ ହେଉ ଅଳ୍ପ ବହୁତ ପରିବର୍ତ୍ତନ ସହ ନିଜସ୍ୱ ହୋଇଯାଏ ।
କୋଶଲୀ ଭାଷାର ଉତ୍ତର ଓ ପଶ୍ଚିମରୁ ଆଗମନ ଯୋଗୁଁ ଓ ଶତାବ୍ଦୀ ଶତାବ୍ଦୀର ଅବିଚ୍ଛେଦ୍ୟ ସଙ୍ଗତି ଯୋଗୁଁ ବିଭିନ୍ନ ଭାଷା ଦ୍ୱାରା ଯେତେ ପ୍ରଭାବିତ ହୋଇଥିଲେ ମଧ୍ୟ ତାର ମୌଳିକତା ଅପ୍ରଚାଲ୍ୟ ରହିଛି । ତାର ସ୍ୱତନ୍ତ୍ର ଶବ୍ଦ ସମ୍ଭାର ହିଁ ତାର ପ୍ରମାଣ । ସଂସ୍କୃତର ଅନେକ ବିସ୍ମୃତ, ଅପ୍ରଚଳିତ ଧାତୁରୁ ବ୍ୟୁତ୍ପନ୍ନ, କେତେ ଅନ୍ୟ ଭାଷାରେ ନ ଥିବା (ବିଶେଷତଃ ଓଡିଆ ଭାଷାରେ) ମୂଳ ପ୍ରାକୃତ କିମ୍ବା ତତ୍ବ୍ୟୁତ୍ପନ୍ନ ଶବ୍ଦ ଓ ତାର ସ୍ୱତନ୍ତ୍ର ଦେଶୀୟକରଣ ରୀତି ଆଦି ତାର ସ୍ୱାତନ୍ତ୍ର‌୍ୟ ଓ ଧ୍ୱଜା ଉଡାଉଛି । ଏହାର ଭୁରି ଭୁରି ଉଦାହରଣ ଦିଆଯାଇପାରେ । ବିସ୍ତାର ଭୟରେ ଏଠି ପ୍ରାଚୀନତା ଦ୍ୟୋତକ କେତେଟା ଶବ୍ଦ ମାତ୍ର ଉପସ୍ଥାପନ କରାହେଉଛି ।
ପ୍ରାକୃତ ସମ – ମଝୁର ଣ୍ଟ ମୟୂର … … … ଫନସ ଣ୍ଟ ପନସ (ପ୍ରା: ପୃ-୨-୩୭) ଓଖଲା > ଉଲୂଖଳ (ପ୍ରାଂ. ପ୍ରଂ ୧-୨୧) (ପ୍ରାଂ ପ୍ରଂ ୨-୩୭) ଭେଭଲ > ବିହୁଲା (ପ୍ରାଂ ପ୍ରଂ ୩-୪୭) ଉଣାଦି -ନେମଃ > ନିହି (ଙ୍ଖରରଜଚ୍ଚର) ଉଂ କୋଂ ୧-୧୪୦ ପଦ୍ରଃ > ପଦର (ଉଂ କୋ ୨-୧୩)
ବିସ୍ମୃତ ବା କାଦାଚିତକ ଧାତୁ ଜାତ :- ଅନ୍ଦ-ଅନ୍ଦୁ ବନ୍ଧନେ (ଲଙ୍ଗଳ ଦଣ୍ଡ ଓ ଜୁଆଳିକୁ ବାନ୍ଧୁଥିବା ଚର୍ମରଜ୍ଜୁର ଫାସ) ବଲାବା- ଗତି ମାନ କରିବା । ବଲ ସଂଚଳନେ + ଣିଚ୍ । ପାଏନ ବଲାବା, ଝି ବଲାବା ଆଦି ବୁରଙ୍ଗାବା- ବୁଗି (ବୃଙ୍ଗ୍) ବର୍ଜନେ- ଅଳ୍ପ ଦେଇ ବା ନ ଦେଇ ଠକିଦେବା ଚୁନ୍ଧିବା- ଚୁଡ଼ି (ଚୁଣ୍ଡ) ଛେଦନେ- କାଠ ହାଣିବା
ନିଜସ୍ୱ ବ୍ୟୁତ୍ପନ୍ନ- ଧୁକା, ଗରଲ, ବଲସ, ରୋଦନଖରା, ଭୁରସୁଁଡ୍, ଡୁରକା, ଟେଁଡକା ପେଣ୍ଡ୍ରା, ଗୋହେରା.. ଆଦି
ବିଶେଷ ରୀତି- ବହଁଡବା, (ଅପ + ହିଣ୍ଡ ଗତୌ) ବଘବା (ବଲଗ ଗତୌ) ଡାଁହଁକବା (ଡୌକୃ ଗତୌ) ସୁତରେନ (ସୂତ୍ର ବିମୋଚନେ) ବାବା- ପିତା, ପିତାମହ, ମାତାମହ ୧) ବପ୍ତା – ବାପା = ବାବା (ପୋବଃ ୨-୧୫) ୨) ବାବା – ବା – ବା ର ବା = ବାବା (ଷଷ୍ଠୀ ତତ୍ ପୁରୁଷ) ୩) ମା’ର ବା – ମାବା – ମ > ବ = ବାବା (ବୋମଃ ର ବ୍ୟତ୍ୟୟ) ପୁନଶ୍ଚ- ସଂସ୍କୃତ ଭାଷାରେ ଲତା ଓ ବରଟା (ହଂସୀ) ଶବ୍ଦ ସଦା ସ୍ତ୍ରୀଲିଙ୍ଗରେ ବ୍ୟବହୃତ ହୁଅନ୍ତି । ଏମାନଙ୍କ ପୁଂଲିଙ୍ଗ ରୂପ ଦେଖାଯାଏ ନାହିଁ । ବ୍ୟାକରଣ ସମ୍ମତ ସ୍ତ୍ରୀ ପ୍ରତ୍ୟୟ (ଟାପ) ଯୁକ୍ତ ହୋଇ ଥିବାରୁ ପୂର୍ବେ ପୁଂଲିଙ୍ଗ ରୂପ ଥିବା ସୁ ନିଶ୍ଚିତ । ଏ ଭାଷାରେ ଉଭୟର ପୁଂ ଲିଙ୍ଗ ରୂପ ମଧ୍ୟ ଦେଖାଯାଏ ।
ଯଥା- ଲତା, ପ୍ରାଂ- ଲଇ । ଓଡିଆରେ- ଚେମଡା ଲଇ, ଶିଆଳି ଲଇ, ଆଦି ରୂପରେ ପ୍ରଯୁକ୍ତ । କୋଶଲୀ ଭାଷାରେ ପୁଂ ଲିଙ୍ଗ- ଲତ > ଲଅ > ଲହ (ପ୍ରାଣିତ) ରୁ ସିଏଲ ଲହ, ପଲସା ଲହ, (ଲତା ପଳାଶ), ଥପା ଲହ ଆଦି ହୁଏ ।
ସେହିପରି ସଂସ୍କୃତ- ବରଟା (ହଂସ ସ୍ତ୍ରୀ) ତାର ପୁଂ ଲିଙ୍ଗ-ବରଟ । ଟୋଡଃ (ପ୍ରାଂ ପ୍ରଂ ୨-୨୦) ଟ ସ୍ୟ ଅନାଦି ବର୍ତ୍ତିନୋ ଡକାରୋ ଭବତି (ଭାମହ) ଅତଃ ବରଟ > ବରଡ, ଡ ଲ ୟୋ ର ଭେଦଃ । ଏଣୁ ବରଟ > ବରଡ > ବରଲ ଶବ୍ଦ ଲାଲ ମୁଣ୍ଡିଆ ହଂସ (ବତକ) ଜଙ୍କଗ୍ଦଗ୍ଦସବଦ୍ଭ ଊଙ୍କମଳ ପାଇଁ ପ୍ରଯୁକ୍ତ ।
ଓଡିଆ ଓ ଅନ୍ୟ ଭାରତୀୟ ଆଧୁନିକ ଆର୍ଯ୍ୟ ଭାଷା ରେ ଏ ଦୁଇ ଶବ୍ଦର ତତ୍ସମ ସ୍ତ୍ରୀ ଲିଙ୍ଗ ରୂପ ହିଁ ଦେଖିବାକୁ ମିଳେ ।
ଅବୋଧ୍ୟ : ଡଃ କୁଂଜବିହାରୀ ତ୍ରିପାଠୀ ତାଙ୍କ ‘ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଙକ୍ସସଚ୍ଚବ ଖବଦ୍ଭଶଙ୍କବଶର ବଦ୍ଭୟ ଝମକ୍ସସକ୍ଟ୍ରଗ୍ଧ’ଗ୍ରନ୍ଥରେ ଡରଗ୍ଦଗ୍ଧରକ୍ସଦ୍ଭ ଙକ୍ସସଚ୍ଚବ ଶୀର୍ଷକରେ ଲେଖିଛନ୍ତି ଯେ, “ପଶ୍ଚିମ ଓଡିଶାର ଶବ୍ଦାବଳୀ “ଙ୍କଦ୍ଭସଦ୍ଭଗ୍ଧରକ୍ଷସଭକ୍ଷର ଗ୍ଧକ୍ଟ କ୍ଟକ୍ସସଚ୍ଚବ ଗ୍ଦକ୍ଟ୍ରରବଳରକ୍ସଗ୍ଦ କ୍ଷସଙ୍ଖସଦ୍ଭଶ କ୍ଟଙ୍କଗ୍ଧଗ୍ଦସୟର ଡରଗ୍ଦଗ୍ଧରକ୍ସଦ୍ଭ ଙକ୍ସସଗ୍ଦଗ୍ଦବ” ଏହି ପୁସ୍ତକ, ବା ‘ଓଡିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ’ ପୁସ୍ତକରେ ସେ ଯେପରି ପଶ୍ଚିମୀ ଓଡିଆ ନାମରେ କୋଶଲୀ ଭାଷାର ଆଲୋଚନା କରିଛନ୍ତି ସେଥିରେ ସେ ନିଜ ଉକ୍ତିକୁ ହିଁ ଅଧିକାଂଶତଃ ପ୍ରମାଣିତ କରିଛନ୍ତି । ସମ୍ମାନ୍ୟ ଡଃ ତ୍ରିପାଠୀଙ୍କ ବିଦ୍ୱତ୍ତା ଓ ପରିଶ୍ରମ ପୂର୍ଣ୍ଣ ଗବେଷଣାର କୌଣସି ମତେ ଅବମୂଲ୍ୟନ କରାଯାଇ ନ ପାରେ କିନ୍ତୁ ସେ ଭାଷା ବିଷୟର ଅଧିକାଂଶ ବା ସମଗ୍ର ସୂଚନା କୋଶଲୀ ବନ୍ଧୁଙ୍କ ଠାରୁ ପାଇଥିବା ସୁନିଶ୍ଚିତ ହେଲେ ହେଁ, ଜନ୍ମରୁ ଅବହେଳା ଓ ଅନାଦର ଯୋଗୁ ଅଧିକାଂଶ କୋଶଲୀ ବିଦ୍ୱାନ ମାନେ ମଧ୍ୟ ନିଜ ଭାଷାକୁ ଶବ୍ଦ ପ୍ରତିଧ୍ୱନକ ବା ଞବକ୍ଟ୍ରର ଜରମକ୍ଟକ୍ସୟ ପରି ଅଭ୍ୟାସ ବଶତଃ ବହୁଧା ସମ୍ୟକ୍ ଓ ଶୁଦ୍ଧ ଭାବେ କହୁଥିଲେ ସୁଦ୍ଧା ତାର ମର୍ମ ବା ଭାଷାତତ୍ତ୍ୱ ବୁଝନ୍ତି ନାହିଁ । ଏହାର ମଧ୍ୟ ଅନେକ ଉଦାହରଣ ଦିଆଯାଇ ପାରିବ । ଉପର ଉଦ୍ଧୃତ ମନ୍ତବ୍ୟ ତାଙ୍କ ଗବେଷଣାର ସଚ୍ଚୋଟ ପଣିଆର ନିଦର୍ଶନ ଅଟେ । ଦୋଷ ମାତ୍ର ଏତିକି ଯେ, ସେ ଗତାନୁଗତିକ ଭାବେ କୋଶଲୀ ଭାଷାକୁ ଓଡିଆ ଭାଷାର ଉପଭାଷା ବୋଲି ଧରି ନେଇଛନ୍ତି ।
ପ୍ରଥମେ ପୂର୍ଣ୍ଣଚନ୍ଦ୍ର ଭାଷା କୋଷରୁ ଦୁଇଟି ଉଦାହରଣ ନିଆଯାଉ । ଆମର ଗୋଟିଏ କୋଶଲୀ ପ୍ରବଚନ ଅଛି‘ଷାଠେ ଶୋଲକ ପଢେ ଶୁଆ ବିଲେଇ ଦେଖଲେ ଅଚା ବୁଆ ।’
ଏହାର ଅର୍ଥ ଅତି ସରଳ । ଶୁଆ ତ ଅନେକ କଥା କହିପାରେ ହେଲେ, ତାର ଏ ସବୁ ଶିକ୍ଷା ବିରାଡି ଆଗରେ କିଛି କାମକୁ ଆସେ ନାହିଁ । ଭକ୍ଷକ ଆଗରେ ଭକ୍ଷ୍ୟର ଯେଉଁ ଦଶା ହୁଏ, ବିରାଡି ଆଗରେ ଶୁଆର ସେହି ଦଶା ହୁଏ ଓ ଏହା ହିଁ ଅଚାବୁଆର ଅର୍ଥ- ଯେ କୌଣସି ଲୋକକୁ ମଧ୍ୟ ପ୍ରତୀତ ହେଉଛି ଓ ଏହା ସାଧାରଣ ଭାବେ ଠିକ ମଧ୍ୟ; ତେବେ ବି ‘ଅଚାବୁଆ’ କୁ ଅଚାବୁହା, ଅଚାଭୁଆ, ଅଚାଭୁଆଁ ଆଦି ବିବିଧ କଳ୍ପନା କରି ମଧ୍ୟ ତାର ଯଥାର୍ଥ ଅର୍ଥକୁ ପାଇ ନ ପାରି ପ୍ରହରାଜେ ନିଜେ ଭୁଆଁ ବୁଲି ଯାଇଛନ୍ତି । ବାସ୍ତବରେ ଶୁଆର କୋଶଲୀ ଅର୍ଥକୁ ନ ବୁଝିଲେ ଏହାର ଅର୍ଥ ବୁଝାଯିବ ନାହିଁ । କୋଶଲୀ ଭାଷାରେ ଶୁଆକୁ ‘ରୁପ’ କୁହାଯାଏ । ଏହା ତାର ସୌନ୍ଦର୍ଯ୍ୟକୁ ଦେଖି ରୂପବାନର ସଂକ୍ଷିପ୍ତୀକରଣ ନାମ ନୁହେଁ । ସମସ୍ତେ ଜାଣନ୍ତି ଯେ, ଶୁଆ ସମସ୍ତଙ୍କୁ (ପୋଷକକୁ ମଧ୍ୟ) କାମୁଡେ, କାମୁଡିବା ତାର ସ୍ୱଭାବ । ଏହା ହିଂସନ ହୋଇଥିବାରୁ ରୂପଂ ହିଂସାୟାମ୍ ଧାତୁରୁ ରୁପଂ > ରୁପ ଶବ୍ଦରୁ ନିଷ୍ପନ୍ନ ହୋଇଛି । ବିରାଡି ଦେଖିଲେ ସେ ସ୍ତବ୍ଧ ହୋଇ କାମୁଡା ବି ଛାଡିଦିଏ । କାମୁଡିବା ଅର୍ଥରେ କୋଶଲୀ ରେ ଚର୍ବ ଧାତୁର ବ୍ୟବହାର ହୁଏ । କୁକୁର ଚାବଲା, ସାପ ଚାବଲା ଆଦି । ଏହା ହିଁ ଏ ସମସ୍ତ ପଦର ଅର୍ଥ । ନଞ୍ଜ ସମାସର ବ୍ୟାସ ନ ଚାବୁଆ-ଅଚାବୁଆ-ଅଚା-ବୁଆ ନୁହେଁ ।
ଦ୍ୱିତୀୟଟି ହେଉଛି, ‘ଭୁଆସୁଣି’ । ଏହାର ମୂଳ ସଂସ୍କୃତ ପରିଭାଷା ଯୋଗୁ ‘ସୁବାସିନୀ’ବୋଲି ଧରି ପାରିଥିଲେ ହେଁ, ନିଜେ ଅର୍ଥ କରି ନ ପାରି କୌଣସି ହିନ୍ଦୀ କୋଷରୁ ‘ବହୂଶିନୀ’ ରୂପକ ହାସ୍ୟାଷ୍ପଦଅର୍ଥକୁ ଦେଇଛନ୍ତି । ବାସ୍ତବରେ ଏହା ଓଡିଆ କୁ କୋଶଲୀ ଦେଇଯାଇଛି ଓ ସେହି ରୀତିରେ ବ୍ୟୁତ୍ପନ୍ନ ହେବ । ଯଥା- ସୁବାସିନୀ > ବର୍ଣ୍ଣ ବ୍ୟତୀୟ ବୁସାସିନୀ ସ = ହ – ବୁହାସିନୀ > ବ + ହ = ଭ – ଭୁଆସିନୀ । କୋଶଲୀ ରୀତିରେ ‘ଭୁଆସେନ୍ ’ଭାବେ ଉଚ୍ଚାରିତ ହୁଏ । ଓଡିଆରେ ନିଜ ରୀତିରେ ଇ = ଉ ଓ ମ = ଣ ହୋଇ ଭୁଆସୁଣୀ ହୋଇଛି (ବିହୀନ = ବିହୁଣ, ଭଇନୀ = ଭଉଣୀ ତୁଲ୍ୟ) ।
ଏବେ ଡଃ ତ୍ରିପାଠୀଙ୍କ ‘ଓଡିଆ ଭାଷାତତ୍ତ୍ୱ ଓ ଲିପିର ବିକାଶ’ ପୁସ୍ତକରୁ କେତେଟା ଉଦାହରଣର ଆଲୋଚନା କରାଯାଉଛି । କବିବର ଗଙ୍ଗାଧର ତାଙ୍କ ଉଚ୍ଚତର ସାହିତ୍ୟରେ ମାତ୍ର ଦୁଇଟି କୋଶଲୀ ଶବ୍ଦ ପ୍ରୟୋଗ କରିଛନ୍ତି- ନିଛିବା ଓ ଛିନିବା । ଶ୍ରୀ ତ୍ରିପାଠୀ ମାତ୍ର ନିଛିବା ଶବ୍ଦ ଉପନ୍ୟସ୍ତ କରି ଅର୍ଥ ତ ଠିକ ଦେଇଛନ୍ତି, କିନ୍ତୁ ବ୍ୟୁତ୍ପତ୍ତିକ ଧାତୁରେ ଭୁଲ ହୋଇଯାଇଛି । ‘ଚିନ୍’ ଧାତୁରୁ ‘ଛିନିବା’ ବ୍ୟୁତ୍ପନ୍ନ ହୁଏ । ନିଛିବା କ୍ରିୟାର ବ୍ୟୁତ୍ପତ୍ତି ଟିକିଏ ଦୁରୂହ ହେବାରୁ ଅର୍ଥ ମାତ୍ରରେ ସନ୍ତୁଷ୍ଟ ରହିଯାଇଛନ୍ତି । ରେଡିଓ ବଜେଇବା ପାଇଁ ରେଡିଓ ମେକାନିକ ହେବା ଆବଶ୍ୟକ ନୁହେଁ ।
ନିଛବା – ନିଃ + ତ୍ୱଚ୍ > ନିଃ + ଚ > ନିହ + ଚ > ନି + ଚହ > ନିଛ । ବାସ୍ତବରେ ଏ ଭାଷା ଅସାତ୍ମ୍ୟ ହେବା ଯୋଗୁଁ ଓଡିଆଭାଷୀଙ୍କୁ ସହଜ ବୋଧ୍ୟ ନୁହେ । ଯେଉଁ ଶବ୍ଦ ମାନଙ୍କର ଦ୍ଭକ୍ଟଗ୍ଧ ଲକ୍ଟଙ୍କଦ୍ଭୟ ସଦ୍ଭ ଐସଦ୍ଭୟସ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ ଲେଖିଛନ୍ତି, ତାହା କୌଣସି ଡିକ୍ସନାରିରେ ମିଳିବାର ସମ୍ଭାବନା ନାହିଁ । ଏ ସବୁ ଶୁଦ୍ଧ କୋଶଲୀ ଉଦ୍ବିକାଶ ଓ ବର୍ତ୍ତମାନ ସୁଦ୍ଧା କୋଶଲୀ ଭାଷାର କୌଣସି କୋଷ ପ୍ରକାଶ ପାଇ ନାହିଁ । ଏବେ ଡୁହରି ବା ଦୁହରିକୁ ନିମିତ୍ତ କରି କୋଶଲୀ ଭାଷାର ସ୍ୱାତନ୍ତ୍ର‌୍ୟ ର କିଂଚିତ ଆଭାସ ଦେଇ ପରେ ଅନ୍ୟ କେତେଟା ଶବ୍ଦର ବ୍ୟାଖ୍ୟା କରାହେବ । ବିସ୍ତାର ଭୟ ତ ଲାଗି ରହିଛି । ମାଳୀ ବାଡିକୁ ଆସନ୍ତୁ ।
କୂଅ = କୂପ । ଚହଲା-ଜଳସ୍ତର ପାଖରେ ଥିବା ସ୍ଥାନର ଅତି ବଡ ଆକାରର ଅଗଭୀର କୂଅ ଯହିଁରେ ପାଣି ଚହଲି ଯାଉଥିବ ବା ଲହରୀ ଖେଳି ଯାଉଥିବ ।
‘ତେଣ୍ଡା’ ବା ‘ଟେଁଡା’- ପାଣି କାଢିବା ଶେଣି, ସର୍ବଦା ନୃତ୍ୟ କଲାପରି ତଳ ଉପର ହେଉଥିବାରୁ ‘ତଣ୍ଡ ନର୍ତ୍ତନେ ଧାତୁ ଜାତ ।
ବେରୁ- ତେଣ୍ଡାର ଅଗ୍ର ଲଗ୍ନ ଯେଉଁ ଲମ୍ବା ବାଉଁଶ ଦ୍ୱାରା ପାଣି ବାହାର କରାଯାଏ । ବାହିରୁ > ବେରୂ ।
କଢନା- ବାଲଟି, ଯହିଁରେ ପାଣି କଢାଯାଏ । କୃଷ ଧାତୁ ଜାତ କୃଷେ ର୍କ ଡ ଢ ପ୍ରାକୃତ ଆଦେଶ
ବରା- ଯେଉଁ ବଡ଼ ନାଳରେ କୂଅର ପାଣି ପ୍ରଥମେ ଚାଲେ । ବଲ୍ ସଂଚଳନେ ଧାତୁ ଜାତ, ର = ଲ । ପାଣି ଚଲେଇବାକୁ ମଧ୍ୟ ବଲାବା (ବଳ + ଣିତ) କୁହାଯାଏ ।
ସେରନା- ବଡନାଳରୁ ବାହାରିଥିବା ଛୋଟ ନାଳ ମାନ ଯହିଁରୁ କିଆରି ମାନେ ପାଣି ପାଆନ୍ତି । ସୃଗ ତୈ ଧାତୁ ଜାତ । ଦୁହରୀ ବା ଡୁହରୀ (ମୂର୍ଦ୍ଧନ୍ୟିକୃତ) ସେରନାରୁ ପାଣି ଆହରଣ କରୁ ଥିବାରୁ ଉଦହରୀ, ଆଦ୍ୟ ସ୍ୱରର ପରବର୍ଣ୍ଣ ସଂଯୋଗ-ଦୁହରୀ,ଡୁହରୀ । ସମାଜର ନିମ୍ନସ୍ତରର ନିରକ୍ଷର ମାଳୀମାନେ ପୁରୁଷା ପୁରୁଷା ଧରି ବ୍ୟବହାର କରି ଆସୁଛନ୍ତି, ଏ ସବୁ ଶବ୍ଦ/ପରିଭାଷା । ଏ ସବୁ ଶବ୍ଦ ସଂସ୍କୃତରୁ ଆଗତ, ଉପକୂଳ ପ୍ରଦେଶରୁ ନୁହେଁ । ଆଉ କେତୋଟି ଶବ୍ଦ ଦେଖନ୍ତୁ :
ବାହାଲ – ନାଳଜମି । କିଛିଦିନ ବରଷା ନ ହେଲେ ବି ଢିପରୁ ଝରି ପ୍ରବାହ ଚାଲୁଥାଏା
ବେରନା – ସମତଳ ଜମି, ମାତ୍ର ହିଡଦ୍ୱାରା ବେରନା (ବେଢନ ବା ବେଷ୍ଟନ) ହୋଇଥିବା ଜମି । କେବଳ ଆକାଶ ପାଣି ଭରସା ।
ମାଲ – ଉଚ୍ଚ ଓ ସମ ଜମି (କ୍ଷେତ୍ର ମାରୁହ୍ୟ ମାଲମ୍)
ଆଟ – ଅଟ୍ଟ ବା ପକ୍କା ଘର ଛାତପରି ପାଣି ତୁରନ୍ତ ଗଡିଯାଉଥିବା ଢିପ ଜମି । (ନରେନ୍ଦ୍ର ମାର୍ଗଟ୍ଟ ଇବ ପ୍ରପେଦେବିବର୍ଣ୍ଣ ଭାବଂ ସ ସ ଭୂମିପାଳଃ)
ବରଛା- ଅତି ଉତ୍ତମ ଜମି (ଆଖୁଚାଷ ଯୋଗ୍ୟ) ବରରସା = ଶ୍ରେଷ୍ଠ ଜମି
କୁସାରୀ – କୁ = ପୃଥିବୀ, ସାର ମଧୁର ରସ ଅଛି ଯାହାର = କୁସାରୀ । କୋଶଲୀ ଉଚ୍ଚାରଣ କୁସେର ।
ଚାଁଟି- ହିନ୍ଦୀ ଚିଉଁଟୀ, ମୁଖ ଚିମୁଟା ପରି ହୋଇଥିବାରୁ ।
ଛିର- କ୍ଷୀର – ସାଙ୍କେତିକ ଭାଷା, ପଶୁ ଆଦିର ଲମ୍ବ ଚୁଚୁକ । କୋଶଲୀ ସଙ୍କେତ, ଯଥା ଦୁଧ = ସ୍ତନ ଡକ୍ଟର ଖଗେଶ୍ୱର ମହାପାତ୍ର ମଧ୍ୟ ତାଙ୍କ ‘ଓଡିଆ ଲିପି ଓ ଭାଷା’ରେ ଦେଶିଆ, ଝରିଆ, ଭତରୀ ଆଦିର ଯେଉଁ ଆଲୋଚନା କରିଛନ୍ତି, ତାହା ଏସବୁକୁ ଓଡିଆର ହିଁ ଉପଭାଷା ବୋଲି ବିଚାର କରିଥିବାରୁ ବହୁପ୍ରମାଦଦୃଷ୍ଟି ଗୋଚର ହୁଏ । ବାସ୍ତବରେ ଏ ସବୁ କୋଶଲୀ ଭାଷାର ଉପଭାଷା । ସପ୍ତ କୋଶଳ ମଧ୍ୟରୁ କଳିଙ୍ଗ-କୋଶଳର ଭାଷା ।
।। ଇତ୍ୟଲମ୍ ବିସ୍ତରେଣ ବିଦ୍ୱତ୍ସୁ ।ା

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (୧୨)

0

ଭାଷା ବିଚାର
ଏହା ପୂର୍ବେ କୁହାଯାଇଛି ଯେ, ପ୍ରାକୃତ ଭାଷା ଶୂରସେନ ବା ମଥୁରା ଆଦି ପ୍ରଦେଶରେ ଯେଉଁ ରୂପ ଗ୍ରହଣ କଲା ତାକୁ ଶୌରସେନୀ ପ୍ରାକୃତ କହନ୍ତି । ଏହି ଶୌରସେନୀ ପ୍ରାକୃତ ପୂର୍ବକୁ ଗତିକରି ମଗଧରେ ପହଂଚି ମାଗଧୀ ପ୍ରାକୃତ ନାମରେ ଖ୍ୟାତହେଲା, କିନ୍ତୁ ଏହି ଦୀର୍ଘ ପଥରେ ଯାଉଁ ଯାଉଁ ମଝିରେ ସ୍ୱ ବିଲକ୍ଷଣ ବିଲକ୍ଷିତ ଗୋଟିଏ ରୂପନେଇ ସେଠାରେ ସ୍ଥିର ହୋଇଗଲା । ମଗଧ ଯିବାର ଅଧା ବାଟରେ ଏ ରୂପ ଗୃହୀତ ହୋଇ ଥିବାରୁ ଏ ପ୍ରାକୃତକୁ ଅର୍ଦ୍ଧ ମାଗଧୀ କହନ୍ତି । ପରେ ଏଥିରୁ ଯେଉଁ ଭାଷାମାନେ ବିକଶିତ ହେଲେ ସେମାନଙ୍କୁ ଅର୍ଦ୍ଧମାଗଧୀ ଗୋଷ୍ଠୀ କହନ୍ତି । ଆଧୁନିକ ଗବେଷକମାନେ ଏହାକୁ ପୂର୍ବୀ ହିନ୍ଦୀ ଗୋଷ୍ଠୀ କହନ୍ତି ।

କିନ୍ତୁ ପଶ୍ଚିମୀ ହିନ୍ଦୀ ଠାରୁ ଏହାର ବୈଲକ୍ଷଣର ସ୍ପଷ୍ଟତା ପାଇଁ ଏହାକୁ ଏବେ ଅନେକେ କୋଶଲୀ ଗୋଷ୍ଠୀ କହନ୍ତି । ଯେହେତୁ, ଏ ଗୋଷ୍ଠୀର ଭାଷାମାନ କୋଶଳ (ଉତ୍ତର ଓ ଦକ୍ଷିଣ) କ୍ଷେତ୍ରରେ ହିଁ ଆବଦ୍ଧ ରହିଛନ୍ତି । ସେମାନେ ହେଲେ ଅୱଧୀ, ବଘେଲଖଣ୍ଡୀ, ଛତୀଶଗଢୀ ଓ କୋଶଲୀ । ଅତି ନିକଟ ହେତୁ ଅୱଧୀ ଓ ବଘେଲଖଣ୍ଡୀ ର ପ୍ରଭେଦଅତି ସୂକ୍ଷ୍ମ ହେବାରୁ ଅନେକେ ଏହାକୁ ଅୱଧୀରେ ହିଁ ଅନ୍ତର୍ଗତ କରାନ୍ତି ଅଥବା ତାକୁ ଅୱଧୀ ର ହିଁ ଉପଭାଷା ବୋଲି କହନ୍ତି । ଅତଏବ ଏ ତିନି ଭାଷାର ଏକ କୋଷ୍ଠିକତା ପରିଶିଷ୍ଟରେ ପ୍ରଦତ୍ତ କୋଷ୍ଠକ ୧ ଓ ୨ରୁ ସ୍ପଷ୍ଟ ହେବ ।

ମଧ୍ୟ ପ୍ରଦେଶ ବସ୍ତର ଜିଲ୍ଲାର ଭତରୀ ମାନଙ୍କ ଭାଷାକୁ ଗ୍ରିଅରସନ ଓଡ଼ିଆର ଏକମାତ୍ର ଉପଭାଷା ବୋଲି କହିଛନ୍ତି । ସେତିକିରେ ସନ୍ତୁଷ୍ଟ ରହି ବର୍ତ୍ତମାନ ଯାଏଁ କେହି ଓଡ଼ିଆ ବା କୋଶଲୀ ପ୍ରେମୀ ଏହାର ବିସ୍ତୃତ ଆଲୋଚନା କି ଗମ୍ଭୀର ଅନୁଶୀଳନ କରିଥିବା ଜଣାନାହିଁ । ଏ ଅବହେଳାର ସୁଯୋଗ ନେଇ ଛତୀଶଗଡ ଼ର ଗବେଷକ ମାନେ ଏହାକୁ ଛତୀଶଗଢୀ ର ଅନ୍ତର୍ଗତ ବୋଲି ସିଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି ଓ ଗ୍ରିଅରସନଙ୍କ ନିର୍ଣ୍ଣୟକୁ ଓଡ଼ିଆ ସ୍ଥିତ ଭତରୀଙ୍କ ଭାଷା ବୋଲି କହୁଛନ୍ତି (ଦ୍ରଷ୍ଟବ୍ୟ – ଭାଲଚନ୍ଦ୍ର ତୈଲିଙ୍ଗ ଓ ଅନ୍ୟମାନଙ୍କ ସନ୍ଦର୍ଭ) ଡ: ଖଗେଶ୍ୱର ମହାପାତ୍ର ମଧ୍ୟ ଏଥିପାଇଁ ପରିବେଦନା ପ୍ରକାଶ କରିଛନ୍ତି । (ଓଡ଼ିଆ ଲିପି ଓ ଭାଷା ପୃ: ୭୫)

ବସ୍ତରର ହଲବୀ ଭାଷାକୁ ସମସ୍ତ ଗବେଷକ ମରାଠୀ, ଛତୀଶଗଢ଼ୀ ଓ ଓଡ଼ିଆର ମିଶ୍ରିତ ରୂପ ବୋଲି କହିଥାନ୍ତି । ଏହା ବାସ୍ତବ ହେଲେ ମଧ୍ୟ ତାର ସମୂହ ରୂପ ଦେଖିଲେ କୋଶଲୀ ଭାଷା ହିଁ ଏଥିରେ ପ୍ରମୁଖ ଅଟେ ଓ ଏହାକୁ ଛତୀଶଗଢ଼ୀ ଓ ମରାଠୀ ମିଶ୍ରିତ କୋଶଲୀ ଭାଷା କହିଲେ ମଧ୍ୟ ଅତ୍ୟୁକ୍ତି କି ଅଯଥା ଦାବୀ ହେବ ନାହିଁ ହେଲେ, ଗଭୀର ଅଧ୍ୟୟନ ଓ ତୁଳନାତ୍ମକ ଉପସ୍ଥାପନ ଦ୍ୱାରା ଏହା କହିବାକୁ ବର୍ତ୍ତମାନ କେହି ନାହିଁ । ହଲବୀ ଓ କୋଶଲୀ ସଂପର୍କର କିଂଚିତ ଆଭାସ ପରିଶିଷ୍ଟରେ ପ୍ରଦତ୍ତ କୋଷ୍ଠକ ୪ ଓ ୫ ରୁ ମିଳିପାରିବ ।

ବର୍ତ୍ତମାନ ଏ ଭାଷାର ସ୍ୱତନ୍ତ୍ରତା ଓ ବ୍ୟାପକତା ସୂଚକ କେତେକ ବିଶେଷତାର ବିଚାର ନିମ୍ନରେ କରାଯାଇଛି ।

ରହ ଧାତୁ : ରହ ଧାତୁର ପ୍ରୟୋଗ ଓଡିଆରେ ମାତ୍ର ମୂଖ୍ୟ କ୍ରିୟା ରୂପେ ହୋଇଥାଏ ।
ଯଥା- ମୁଁ ଘରେ ରହୁଛି ।
ହରି କଲିକତାରେ ରହେ ।
ଘରେ ନ ରହନ୍ତି ଗଉଡେ (କେ:କୋ:) ଆଦି ।
କିନ୍ତୁ, କୋଶଲୀ ଭାଷାରେ ମୁଖ୍ୟ କ୍ରିୟା ଭାବେ କ୍ୱଚିତ ବ୍ୟବହୃତ ହେଲେ ହେଁ ସହାୟକ କ୍ରିୟା ରୂପେ ହିଁ ତାର ବ୍ୟବହାର ସମଗ୍ର କୋଶଲ ପ୍ରଦେଶରେ ବ୍ୟାପକ ରୂପେ ଦେଖାଯାଏା ଯଥା:
ହିନ୍ଦୀ- ମୈଁ ଜା ରହା ଥା ।
ବିହାରୀ- ହମ୍ ଜାତ ରହଲି ।
ଅୱଧୀ- ମୈଁ ଜାତ ରହେଉଁ (ରା: ଚ ମା:)
ଜସପୁରୀ- ମୁଇଁ ଯାଉ ରେଲି ।
କୋଶଲୀ- ମୁଇଁ ଯାଉ ଥିଲି ।
ଭତରୀ- ହୁଁ ଯାଉ ରଲି କୋରାପୁଟିଆ
(ଦେଶିଆ)- ମୁଇଁ ଜାଉ ରେଲି
ଦେବଭୋଗୀ- ମୁଇଁ ଯାଉ ରେଲି

ଅଟେ, ଆଏ: ସଂସ୍କୃତ ବୃତ୍ ଧାତୁର ପ୍ରାକୃତ ବଟ୍ଟେ, ବଟ୍ଟଇ ରୂପର ଓଡ଼ିଆ ରୂପ ହେଉଛି ଅଟେ ଓ ଅଟଇ । କୋଶଳ ପ୍ରଦେଶରେ ଏ ଉଭୟ ରୂପ ମୋଟେ ବ୍ୟବହୃତ ହୁଅନ୍ତି ନାହିଁ । ତତ୍ ପରିବର୍ତ୍ତେ ଆସ୍ (ଆଂପଂ) ଧାତୁର ରୂପ ଆସ୍ତେ > ଆସେସ୍ > ଆସେ > ଆହେ > ଆଏ > ଆଏ, ରୂପ ବ୍ୟବହାର କରାଯାଏ । ଅଟେ ସହ ଆଏ ର କୌଣସି ସଂପର୍କ ନାହିଁ । ଭତରୀ ଓ ହଲବୀ ଯାଏ ଏହାର ବ୍ୟବହାର ଅଛି ଯଥା: ମୋର ନାଁଓ ଟୁନୁ ଆୟ ।

ଅଛି, ଅଛେ : ଆପାତ ଦୃଷ୍ଟିରୁ ଅଛେ କୁ ଓଡିଆ ଅଛି ର କୋଶଲୀ ସଂସ୍କରଣ ବୋଲି କହି ଦିଆଯାଇପାରେ, କିନ୍ତୁ ଏହା ପ୍ରାମାଦିକ ଅଟେ । ସଂ ଅସ୍ (ଘଂ-ପଂ) ଧାତୁର ପ୍ରାକୃତ ଆବେଶ ଅଚ୍ଛ (ଅସ୍ତେରଚ୍ଛ, ପ୍ରାଂ ପ୍ରଂ ୧୨-୧୯)ର ଅଛଇ, ଅଛି ଆଦି ରୂପ ଓଡିଆରେ ପ୍ରଯୁକ୍ତ ହୁଏ । କିନ୍ତୁ ଏ ଅସ୍ ଧାତୁର ପ୍ରୟୋଗ କୋଶଲୀ ଭାଷାରେ ନାହିଁ । ତତ୍ ପରିବର୍ତ୍ତେ ସଂ ଆସ (ଆଂ) ଧାତୁର ପ୍ରଚଳନ ଅଛି । ପୂର୍ବୋକ୍ତ ଆଏ ଏହାର ଅନାବିଷ୍ଟ ସିଦ୍ଧ ପଦଆସ୍ତେର ପ୍ରାକୃତ ରୂପ ଅଟେ । ଆସ୍ ର ପ୍ରାକୃତ ଆଦେଶ ଆଚ୍ଛ୍ର ରୂପ ‘ଆଛେ’ ଅଟେ । ଯଥା ପ୍ରାକୃତରେ

ଣବ ମଂଜରି ଲିଜ୍ଜିଅ ବୁଅହ ଗାଛେ,
ପରି ଫୁଲ୍ଲିଅ କେସୁ ଣଅ ବଣ ଆଛେ
ଜଇ ଇତି ଦିଗଂତର ଜାଇହି କଂତା,
କିଅ ବମ୍ମହ ଣଥି କି ବସଂତା । । (ପ୍ରା.ପୈ, ୧୪୪)

ଅୱଧୀରେ ଯଥା:
ଆଗେ ମୁନିବର ବାହନ ଆଛେ
ରାଜ ସମାଜ ଜାଇ ପାଛେ । । (ରା.ଚ.ମା)

ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, କଳାହାଣ୍ଡି, ଖଡିଆଲ ଆଦି ଅଂଚଳମାନଙ୍କରେ ବିଶେଷତଃ ଗାଁ ଗହଳର ଶୁଦ୍ରାଦି ପ୍ରଜାତିକ ଭାଷାରେ ଏହି ଅଛେ କ୍ରିୟାର, ଗଲା ଆଛେ, ଖାଏଲା ଆଛେ, ଘରେ ଆଛେ, ଆଦି ରୂପର ବ୍ୟବହାର ମାନ ରହିଛି :
ଭତରୀରେ ଯଥା – ମୋକେ ମୋର ଆୟା ପୋସଲୀ ଆଛେ । ଆଦି
ହଲବୀରେ ଯଥା – କାଏଁ ବିଚାର ଆଛେ । ଆଦି
ପ୍ରାକୃତରୁ ପଦ ବ୍ୟବସ୍ଥା ଉଠିଗଲା ପରେ ମଧ୍ୟ ଏହା ଆଛି, ଆହି ଆଦି ରୂପରେ ବିଦ୍ୟମାନ ଥିବା ଜଣାଯାଏ । ପରବର୍ତ୍ତୀ କାଳରେ ସମାଜର ଉଚ୍ଚସ୍ତର ବା ଶିକ୍ଷିତ ସମାଜରେ ସରଳୀ କରଣ ଯୋଗୁଁ ହେଉ ବା ଓଡିଆ ଅଛି ର ଅନୁକରଣରେ ହେଉ ଏହାର ରୂପ ‘ଅଛେ’ ହୋଇଯାଇଥିବା ଅନୁମେୟ ।
ଅୱଧୀରେ ଯଥା :
ମତି ଅତି ନିଚ ଉଁଚ ରୁଚି ଆଛି
ଚାହିୟ ଅମିୟ ଜଗ ଜୁରଇ ନ ଛାଛି
ପୁଛିୟ କିସ କହାଁକାର ଆହି । । (ରା.ଚ.ମା)

ତେବେ ଅୱଧୀରେ ମଧ୍ୟ ଏ ପ୍ରୟୋଗ ଲୁପ୍ତ ହୋଇ ଆସି ଏବେ ସଂପୂର୍ଣ୍ଣ ଲୋପ ପାଇଯାଇଥିବା ଜଣାଯାଏ ।
Ach (ଆଛ) appears to have been in frequently used in early Awadhi, but it is entirely absent in modern Awadhi. (B.R. Saksena Evolution of Awadhi, Page 238). We find three instances of “Achh” verb in Jayasi. ‘Achhi’ and ‘Achh’ (Page 333.)

ନିଷେଧ ଅବ୍ୟୟ : ନାହିଁ, ନାଇଁନ, ନା, ନି ମତ୍ ଆଦିର ପ୍ରୟୋଗ ପୂର୍ବୀ ବା ମାଗଧୀ ଗୋଷ୍ଠୀରେ କ୍ରିୟା ପରେ ପ୍ରୟୋଗ କରାଯାଏ । କିନ୍ତୁ କୋଶଲୀରେ ଏହା କ୍ରିୟା ପଦପୂର୍ବରେ ପ୍ରୟୋଗ ହୁଏ ଯଥା :
ହିନ୍ଦୀ – ମେଁ ନହିଁ ଜାତା
କୋଶଲୀ – ମୁଇଁ ନାଇଁ ଯାଏଁ ।
ବଙ୍ଗଳା – ଆମି ଯାଏବୋ ନା ।
ଓଡିଆ – ମୁଁ ଯିବି ନାହିଁ ।
କିନ୍ତୁ ବେଦଠାରୁ ଚାଲି ଆସୁଥିବା ଉତ୍ତରୀୟ ପରଂପରା ହୋଇଥିବାରୁ ଏହା କୋଶଲୀ ଭାଷାର ସ୍ୱୀୟତା ଓ ଗୋଷ୍ଠୀ ଅନୁରୂପତା ହିଁ ଅଟେ । ଯଥା:
‘ଏବା ମେ ପ୍ରାଣ ମାରିଷଃ, ଯସ୍ତନ୍ନ ବେଦକି ମୃଚା କରିଷ୍ୟତି’- ଆଦି ବେଦବାକ୍ୟ, ମା ନିଷାଦପ୍ରତିଷ୍ଟାଂ ତ୍ୱମଗମଃ, ନମେ ପାର୍ଥାସ୍ତି କର୍ତ୍ତବସ’- ଆଦି ଆର୍ଷ ବାକ୍ୟ, ମା ବ୍ରୁହି ଦୀନଂ ବଚଃ, ମା କୁରୁ ଧନ ଜନ ଯୌବନ ଗର୍ବମ- ଆଦି ମହାଜନ ବାକ୍ୟ, ତାସୁ ଜଣଣୀ କିଂ ଣ ଥକ୍କଉବଙ୍କାଭ (ପ୍ରାଂ ପୈଂ)- ଆଦି ପ୍ରାକୃତ ବାକ୍ୟ, ଗାଗର ଛୂବ ନ ଦେଇ (କବୀର), ନହିଁ ଜାନଉଁ କଛୁ ଅଉରୁ କବାରୁ (ରାଂ ଚଂ ମାଂ) ଆଦି ଏହାର ପ୍ରକୃତ ଦୃଷ୍ଟାନ୍ତ । ଏ ଦୃଷ୍ଟିରୁ ଏହାକୁ ମାତ୍ର ହିନ୍ଦୀର ପ୍ରଭାବ କହିଦେବା ଏକଦେଶଦର୍ଶିତା ହିଁ ଅଟେ । ବାକ୍ୟରେ ବଳାଧାନ ବା କବି ସ୍ୱାତନ୍ତ୍ର୍ୟରେ ଅନ୍ୟଥା ପ୍ରୟୋଗ ନିଷିଦ୍ଧ ନ ହେଲେ ସୁଦ୍ଧା ଏହା ସାଧାରଣ ବ୍ୟବହାର ନୁହେଁ ।

ଅକାରର ଅନୁଚ୍ଚାରଣ : ସମସ୍ତ ବିଦ୍ୱାନ ମାନେ ପଦାନ୍ତସ୍ଥିତ ଓ ସ୍ୱରାଘାତ ସ୍ଥାନୀୟ ‘ଅ’ କାରର ଅନୁଚ୍ଚାରଣକୁ ହିନ୍ଦୀର ପ୍ରଭାବ କହିଥାନ୍ତି ଓ ଏହାର ସ୍ପଷ୍ଟତା ପାଇଁ ବା ଓଡିଆ ଠାରୁ ଏହାର ଭିନ୍ନତା ପାଇଁ ହଲନ୍ତ ଚିହ୍ନର ପ୍ରୟୋଗ କରିଥାନ୍ତି । କୋଶଲୀ ଭାଷାର ଏହା ସ୍ୱ ଗୋଷ୍ଠୀ ପୂର୍ବୀ ହିନ୍ଦୀର ଅନୁରୂପ ସ୍ୱାଭାବିକ ହୋଇ ଥିବାରୁ ହଲନ୍ତ ଚିହ୍ନର ଆବଶ୍ୟକତା ନାହିଁ । ହିନ୍ଦୀ, ବଙ୍ଗଳା, ଅସମିଆ କିମ୍ବା ମହାରାଷ୍ଟ୍ରୀ ଆଦିରେ ଏ ଅନୁଚ୍ଚାରଣ ଥିଲେ ହେଁ କେହି ହଲନ୍ତ ଚିହ୍ନ ଦିଅନ୍ତି ନାହିଁ । ଭାଷା ଜ୍ଞାନର ଏହା ଗୋଟିଏ ଅଙ୍ଗ ହୋଇଥିବାରୁ ଅନ୍ୟ ଭାଷା ଭାଷୀକୁ ଶିକ୍ଷା ଦେବା ପାଇଁ ଏହା କରାଯାଇପାରେ । ସାଧାରଣ ଲିଖନରେ ଆବଶ୍ୟକତା ନାହିଁ । ଉଚ୍ଚାରଣ ହେଉ ନ ଥିଲେ ହେଁ ଏହା ଲୋପ ନୁହେଁ । ଗୀତ ଆଦିରେ କିମ୍ବା ସ୍ୱରାଘାତର ସ୍ଥାନ ପରିବର୍ତ୍ତନରେ ଏହା ସ୍ୱତଃ ଉଚ୍ଚାରିତ ହୁଏ ।

ଯଥା- ରାମ୍ ଓ ରାମର୍ । ଆମର ଘରେ ଅଛେ ଦୁର୍ପତି ଝିଅ ତଥା ଆମର ପରାକେ ନାଇଁ ଯିବ ବୁଲିରେ । … … ଆଦି ।

ଦନ୍ତ୍ୟ ଓ ମୂର୍ଦ୍ଧନ୍ୟ ନ : ପ୍ରାୟଃ ସମସ୍ତେ କୋଶଲୀ ଭାଷାର ଦନ୍ତ୍ୟ ଉଚ୍ଚାରଣକୁ ଓଡିଆ ମୂର୍ଦ୍ଧନ୍ୟ ଉଚ୍ଚାରଣର ଅପଭ୍ରଂଶ ବୋଲି କହିଥାନ୍ତି । ଏହା ସଂପୂର୍ଣ୍ଣ ଭ୍ରମାତ୍ମକ ଓ ଏକଦେଶଦର୍ଶିତା ଅଟେ । ପ୍ରାକୃତ ରେ ‘ନୋଣଃ ସର୍ବତ୍ର’ (ପ୍ରା- ପ୍ରଂ ୨-୪୨) ସୂତ୍ର ଅନୁଯାୟୀ ବନ ଆଦି ସ୍ୱାଭାବିକ ଦନ୍ତ୍ୟ ସ୍ଥାନରେ ମଧ୍ୟ ମୂର୍ଦ୍ଧନ୍ୟ ଉଚ୍ଚାରଣ ହୋଇଥାଏ । କିନ୍ତୁ ପୈଣାଚିକ ପ୍ରାକୃତର ‘ଣୋନଃ’ (ପ୍ରାଂ ପ୍ରଂ ୧୦-୫) ସୂତ୍ର ସମଗ୍ର ଗାଙ୍ଗେୟ ଉପତ୍ୟକାରେ ଅସମିଆ ପର୍ଯ୍ୟନ୍ତ ଚଳୁଥିବାରୁ ଓ କୋଶଲୀ ବା ପୂର୍ବୀ ହିନ୍ଦୀ ଏହି କ୍ଷେତ୍ରରେ ପଡୁଥିବାରୁ ସମଗ୍ର ଦକ୍ଷିଣ କୋଶଳରେ ମଧ୍ୟ ତାହା ହିଁ ଅନୁସୃତ ହେଉଛି । ନିମ୍ନ ଉଦ୍ଧୃତି ଏ ପରିପ୍ରେକ୍ଷୀରେ ଅବଧେୟ:

ब्रजभाषा में तो पूबाी भाषाओं की तरह (उfडया को छोडकर) मुध&न्य ण fमलता ही नहीं-वेÀवल तत्सम शव्दों में पद मध्य में यह पाया जाता है । fकन्तु वहां भी उच्चारण शुद्ध प्रfतवेfष्टत न होकर वत्स्य& कोfट का होता है ।’ (ँ. ए. न्न्ब्&ीे प्रां पै. व्यास्व्या, fद्वं भां, पृष्ट 235.)

The cerebral ‘n. now lost in the Ganges Valley east of the Punjab using dialects of western Hindi (It is not found now in Hindustani or Khariboli, in Braj, Kanauj and in Bundeli, in the Kosali dialects, in the Bihari dialects in Bengali and Assamese. It is still present in Oriya, in Punjabi, in Rajasthani, in Gujarati, Sindhi and in Marathi) appear to have been present as a living sound in old Koshali of the “uktivyakti”. (Dr. S. K. Chatterjee ‘uktivyakti’ (study) Sec 27, Page-14) B. S. Vyas ବ୍ୟାଖ୍ୟାରେ ଉଦ୍ଧୃତ Part II, Page 136, 137

ଲ କାର : ପ୍ରତିବେଷ୍ଟିତ ମୂର୍ଦ୍ଧନ୍ୟ ‘ଳ’ ର ଉଚ୍ଚାରଣ ଓଡିଆ ବ୍ୟତିରେକେ ମହାରାଷ୍ଟ୍ରୀ ଗୁଜରାତୀ, ରାଜସ୍ଥାନୀ, ହରିଆଣୀ ଆଦିରେ ଥିଲେ ହେଁ ଗାଙ୍ଗେୟ ଉପତ୍ୟକାର ମୂର୍ଦ୍ଧନ୍ୟ ‘ଣ’ କାର ସାଙ୍ଗେ ତଦ୍ଗୋଷ୍ଟୀକ ଦକ୍ଷିଣ-କୋଶଳର ଭାଷାମାନଙ୍କରୁ ମଧ୍ୟ ଉଭେଇ ଯାଇଛି । ଏଣୁ କୋଶଲୀକୁ ଉପଭାଷା ଭାବି ଏହାକୁ ମୂଳ ଭାଷାରୁ ବିଚ୍ୟୁତି ଭାବିବା, ସମ୍ୟକ ଅବଧାରଣା ନୁହେଁ ।

ଯ କାର : କୋଶଲୀ ଭାଷାରେ ମଧ୍ୟ ବ୍ରଜଭାଷା ଅୱଧୀ ଆଦିପରି ଅନ୍ତ୍ୟସ୍ଥ ‘ଯ’ କାର ପରିବର୍ତ୍ତେ ବର୍ଗ୍ୟ ‘ଜ’ ର ହିଁ ଉଚ୍ଚାରଣ ହୁଏ । ଓଡ଼ିଆ ଅନୁକରଣରେ ଯୋଗୀ, ଯଜ୍ଞ, ଯୁବା, ଯମୁନା ଆଦି ଲେଖି ଦେଉଥିଲେ ମଧ୍ୟ ଉଚ୍ଚାରଣ ‘ବର୍ଗ୍ୟ’ ହିଁ ହୋଇଥାଏ । ଏହା ମଧ୍ୟ ସ୍ୱ ବର୍ଗ ତୁଲ୍ୟ ହୋଇଥିବାରୁ ଓଡିଆରୁ ଅବକ୍ଷୟିତ ନୁହେଁ ।

ଅପିନିହିତି : ଏହା ଆଧୁନିକ ଭାଷା ଶାସ୍ତ୍ରର ଗୋଟିଏ ବିଶେଷ ଉପଲବ୍ଧି । ଏହାର ସଂକ୍ଷିପ୍ତ ପରିଭାଷା ହେଉଛି- “ଓଦ୍ଭଗ୍ଦରକ୍ସଗ୍ଧସକ୍ଟଦ୍ଭ କ୍ଟଲ ବ କ୍ଷରଗ୍ଧଗ୍ଧରକ୍ସ କ୍ଟକ୍ସ ବ ଗ୍ଦଚ୍ଚକ୍ଷକ୍ଷବଭକ୍ଷର ଙ୍ଗସଗ୍ଧଷସଦ୍ଭ ବ ଙ୍ଗକ୍ଟକ୍ସୟ, ଭାଷା ଶାସ୍ତ୍ର ମାନଙ୍କରେ ଏହାର ବିସ୍ତୃତ ଆଲୋଚନା ଥିଲେ ହେଁ, ଏଠି ଅଳ୍ପରେ ତାହା ସମ୍ଭବ ନୁହେଁ । ଓଡିଆରେ ସମସ୍ତ ସ୍ୱରର ସ୍ପଷ୍ଟ ଉଚ୍ଚାରଣ ହେଉଥିବାରୁ ଏ ପ୍ରକ୍ରିୟା ଦେଖାଯାଏ ନାହିଁ । କୋଶଲୀ ଭାଷାରେ ବିଶେଷ କରି ଶବ୍ଦର ପରଭାଗରେ ହାର କାର୍ଯ୍ୟକାରିତା ସ୍ପଷ୍ଟ ଲକ୍ଷଣୀୟ ଯଥା: ପାନି-ପାଏନ, ଦାଲି-ଦାଏଲ, ନଦୀ-ନଏ, ଧୂଳି-ଧୁଇ, ବଢି- ବୁଏଡ, ଘୁଁସ-ଘୁଁଇ, ଦୋଳି-ଦୁଏଲ, କୋଡି-କୁଏଡ, ଗାଳି-ଗୁଏଲ, ପାରିଧି-ପାରେତ୍, ମାନ୍ୟ-ମାଏନ, ଅନ୍ୟ-ଅଏନ, ଶଲ୍ୟ-ଶଏଲ, ଲାବଣ୍ୟ-ଲଏବାନ ଆଦି । ବଚନ-ବୈନ, ନୟନ-ନୈନ, ଗଲି-ଗୈଲ, ଚ୍ଛଲୀ-ଛୈଲ ଆଦି ହିନ୍ଦୀରେ ମଧ୍ୟ ଦେଖାଯାଏ । ଏହା ସ୍ପଷ୍ଟତଃ କୋଶଲୀ ଭାଷାର ପାରିବାରିକ ସୂଚନା ଅଟେ । ଏହାକୁ ଓଡିଆର ଆଂଚଳିକ ବୈଶିଷ୍ଟ୍ୟ ଭାବିବା ଉଚିତ ନୁହେଁ, ଯେହେତୁ ଏହା ଓଡିଆର ପରଂପରା ନୁହେଁ । ଏ ସବୁ ବ୍ୟତୀତ ଭାଷା ଭିନ୍ନତା ସୂଚକ ନିମ୍ନ ବିଭାବମାନଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ ।
୧ । ସଂସ୍କୃତ ଶବ୍ଦର ପ୍ରାକୃତ ବିକଳ୍ପମାନଙ୍କ ଅଲଗା ପ୍ରୟୋଗ ଯଥା-
ସଂ- କିମ, ପ୍ରାଂ-କାଇଁ, କବଣ, କିସ, ଓଡିଆ- କେବଣ, କିସ, କୋଶଲୀ-କାଏଁ ।
ସଂ- ରୁହ୍ + ଣିତ- ରୋହୟତି, ରୋପୟତି ଓଡିଆ-ରୋଇବା, କୋଶଲୀ-ରୋପିବା
୨ । ଗୋଟିଏ ଧାତୁ ଶବ୍ଦର ସାଧ୍ୟ ବା ସିଦ୍ଧ ଅବସ୍ଥାରୁ ବ୍ୟୁତ୍ପନ୍ନ ଏକାର୍ଥକ ଭିନ୍ନ ଶବ୍ଦ ଯଥା-
ସଂ- ବପ୍ତା, ପ୍ରାକୃତ- ବପ୍ପା, ଓଡିଆ- ବାପା ।
ସଂ- ବପ୍ତୃ, ପ୍ରାକୃତ- ବପ୍ପୁ – କୋଶଲୀ- ବପ୍ପୁ > ବୁପ୍ପା > ବୁଆ ।
ସଂ- ଭଗିନୀ- ପ୍ରାକୃତ- ଭଇନୀ, ଓଡିଆ- ଭଉଣୀ, କୋଶଲୀ- ବହନୀ
୩ । ଗୋଟିଏ ଧାତୁ ବା ଶବ୍ଦ ନିଷ୍ପନ୍ନ ଏକାର୍ଥକ ପ୍ରାକୃତ ଆଦେଶର ପୂର୍ବାପର ଅବସ୍ଥାର ପ୍ରୟୋଗ ଯଥା-ସଂ-ମୁଦ୍ ସଂସର୍ଗେ ଧାତୁରୁ- ପ୍ରାକୃତ – ମୁଜ, କୋଶଲୀ-ମୁଜବା, ଓଡିଆ- ବୁଜିବା । ସଂ-କରକ, ପ୍ରାକୃତ- କରଆ, କୋଶଲୀ- କରା, ଓଡିଆ- କୁଆ (ପଥର) ।
୪ । ଭିନ୍ନ ଧାତୁ ବା ଶବ୍ଦ ନିଷ୍ପନ୍ନ ଭିନ୍ନାର୍ଥକ ସମଶ୍ରୁତିକ ଭିନ୍ନ ଶବ୍ଦ ଯଥା : କୋଶଲୀ- କ୍ରିଣ୍, ଦ୍ରବ୍ୟ ବିନିମୟରେ ‘ଘିଣ’ ଆଦେଶରେ ଘିନବା । ଓଡିଆ- ଘିଣି ଗ୍ରହଣେ ଧାତୁରୁ ଘେନିବା-ଗ୍ରହଣ କରିବା । କୋଶଲୀ- ଓହଲବା- ଅବ + ହ୍ୱଲ ଗତୈରୁ ପାଣିରେ ଦୂରକୁ କିମ୍ବା ପ୍ରବାହରେ ତଳକୁ ଭାସିଯିବା, ଓଡିଆ-ଓହଳିବା-ଅବ + ରୂହ ଧାତୁରୁ ତଳକୁ ଲମ୍ବି ଆସିବା
୫ । ଏକାର୍ଥକ-ଭିନ୍ନ ବ୍ୟୁତ୍ପନ୍ନ-ଭିନ୍ନ ଶବ୍ଦ ଯଥା: କୋଶଲୀ- ଜ୍ୟୋତିଃ ରୁ ‘ଜୁଏ’, ଓଡିଆ ଅଗ୍ନିରୁ ‘ନିଆଁ’ କୋଶଲୀ- ଶ୍ମଶ୍ରୁରୁ ‘ମେଛା’, ଓଡିଆ-‘ନିଶ’ କୋଶଲୀ- କୃଷ୍ ବିଲେଖନେ ରୁ-‘କସ୍ନା’ ଓଡିଆ- ଫଳା ବିଶରଣେରୁ-‘ଫାଳ’
୬ । ଭ୍ରମୋପାଦକ ଶବ୍ଦ କେତେକ ଶବ୍ଦ ଏକା ମୂଳରୁ ଆସିଥିବାରୁ ବର୍ତ୍ତମାନ ରୂପରେ ଏକା ଭାଷାର ଭିନ୍ନ ଉଚ୍ଚାରଣ ପରି ଦିଶନ୍ତି, କିନ୍ତୁ ଉଭୟଙ୍କ ବ୍ୟୁତ୍ପତ୍ତି କ୍ରମ ଭିନ୍ନ ହୋଇଥିବାରୁ ଭିନ୍ନ ଭାଷାର ଶବ୍ଦ ବୋଲି ଜଣାଯାନ୍ତି ଯଥା- ସଂ- ବିବାହ, ପ୍ରାକୃତ- ବିଆହ, କୋଶଲୀ-ବିହା, ଓଡିଆ-ବାହା ସଂ-ପ୍ରଥମ, ପ୍ରାକୃତ- ପଢମ, କୋଶଲୀ – ପର୍ହୁଁଆଁ,ଓଡିଆ-ପୋଢୁଆ (ବା ପୋଢୁଅଁ)
୭ । ସ୍ୱକୀୟ ମୂଳରୁ ବ୍ୟୁତ୍ପନ ଶବ୍ଦାବଳୀ ଯଥା- ନିତ୍ୟାନି, ଇଲା, ବିନୋ ବା ବେନୁଆ, ଅନ୍ଧାନ.. ଆଦି
୮ । ଅର୍ଥ ପ୍ରକାଶନରେ ଭିନ୍ନତା ଯଥା- କୋଶଲୀ- ଜର ଆନୁଛେ, ଓଡିଆ- ଜର ଆସୁଛି । କୋଶଲୀ- ପାଏନ ମାରୁଛେ, ଓଡିଆ-ପାଣି ବରଷୁଛି । କୋଶଲୀ- ସକାଲ ପାଏଲା, ଓଡିଆ- ରାତି ପାହିଲାଣି ..ଆଦି ।

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (୧୧)


ଯୂୟଂ ଯୂୟଂ ବୟଂ ବୟମ୍

ସ୍ୱାତ୍ମାବମାନନା ବା ଅନ୍ୟ ଯେ କୌଣସି କାରଣରୁ ହେଉ କୋଶଳ ବାସୀ ଓଡିଆ ଭାଷାକୁ ନିଜର ସାହିତ୍ୟ ଓ ସଂସ୍କୃତିର ମାଧ୍ୟମ ରୂପେ ଗ୍ରହଣ କରି ନେଇଥିବା କଥା କୁହାଯାଇଛି ଗୋଟିଏ ଅନ୍ୟ ଭାଷା କ୍ଷେତ୍ରରେ ଅନ୍ୟ ଗୋଟିଏ ଭାଷା ଏପରି ସର୍ବବ୍ୟାପକ ପ୍ରଭାବ ବିସ୍ତାର କରିଥିବା ଦୃଷ୍ଟାନ୍ତ ଅନ୍ୟତ୍ର ମିଳେ ନାହିଁ । ଭାରତରେ ଇଂଗ୍ରେଜୀର ସର୍ବମୟ ପ୍ରଭାବ ସ୍ୱୀକାର କଲେ ହେଁ, ଏହି ଇଂଗ୍ରେଜୀ ଯୁଗରେ ହିଁ ଭାରତୀୟ ଭାଷା ଓ ସାହିତ୍ୟ ନୂତନ ଯୁଗୀନ ଏତେ ଉନ୍ନତି କରି ପାରିଛନ୍ତି, ଏହା ପ୍ରତ୍ୟକ୍ଷ । କିନ୍ତୁ ‘ଖରା ଘରେ ବର୍ହା ଅଁର୍ରା’ ନୀତିରେ କୋଶଳରେ ଓଡିଆ ହିଁ ସର୍ବମୟ କର୍ତ୍ତା ହୋଇ ଉଠିଛି ଓ କଥିତ ହେବା ବ୍ୟତିରେକେ କୋଶଲୀ ପାଇଁ ସବୁ ବାଟ ଅବରୁଦ୍ଧ କରିଦେଇଛି ତାର ଗତି କି ପ୍ରଗତି ସମସ୍ତ ସ୍ତବ୍ଧ, କେବଳ ସ୍ଥିତି ମାତ୍ର ଅଛି । ସୁଦୂର ମୂଳ ଏକ ହୋଇଥିବା, ଆସନ୍ନ ପଡୋଶୀ ହୋଇ ଶତାବ୍ଦୀ ଧରି ପରିପ୍ଳାବିତ କରି ଆସି ଯେତେ ପ୍ରଭାବିତ କରି, ଅନୁ ପ୍ରବେଶ କରି ଥାଉନା କାହିଁକି, ବାହ୍ୟାଭ୍ୟନ୍ତରତଃ ସୂକ୍ଷ୍ମ ନିରୀକ୍ଷଣ ଦ୍ୱାରା ଏ ଦୁଇ ଭାଷାର ସ୍ୱତନ୍ତ୍ର ମହତ୍ୱ ସ୍ପଷ୍ଟ ଜଣାପଡିଯାଏ ।

ଭୌଗୋଳିକ ଅବସ୍ଥିତି, ଭୂ ପ୍ରକୃତି, ଜଳବାୟୁ ଓ ଅନ୍ୟାନ୍ୟ ପର୍ଯ୍ୟାବରଣର ପ୍ରଭାବ ତତ୍ରତ୍ୟ ପ୍ରକୃତି, ପରିବେଶ, ବନସ୍ପତି ଓ ପ୍ରାଣୀ ଉପରେ ତ ପଡେ ହିଁ, ନିଜ ବୁଦ୍ଧି ବଳରେ କେଉଁଠି ନିଜକୁ ପ୍ରକୃତିର ଅନୁକୂଳ ଓ କେଉଁଠି ପ୍ରକୃତିକୁ ନିଜର ଅନୁକୂଳ କରି ପାରୁଥିବା ମାନବ ଉପରେ ମଧ୍ୟ ଏସବୁର ପ୍ରଭାବ ଅନିବାର୍ଯ୍ୟ ଓ ଅପ୍ରତିକାର୍ଯ୍ୟ । ଏ ସବୁ କାରଣରୁ ତାର ଜୀବନର ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥାଏ । ଭାଷା କ୍ଷେତ୍ରରେ ତାର ବାକ୍ଯନ୍ତ୍ରର ପରିବର୍ତ୍ତନ ସହ ବିଚାର ଧାରା ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହୁଏ । ତାର ଚିନ୍ତନ (Faney) ଦୃଷ୍ଟିକୋଣ (Angle ରୁ Observation or Viewpoint) ଉଚ୍ଚାରଣ, କଥନ ଭଙ୍ଗୀ, ଭାବପ୍ରକାଶର ରୀତି ଆଦିରେ ବିପୁଳ ପରିବର୍ତ୍ତନ ଘଟେ, ଫଳତଃ ମୂଳ ଧାତୁ ମାନଙ୍କରୁ ନୂତନ ଶବ୍ଦ ସୃଷ୍ଟି, ପୁରୁଣା ଶବ୍ଦମାନଙ୍କ ସ୍ୱର ବ୍ୟଞ୍ଜନାଦି ବ୍ୟତ୍ୟୟ ଦ୍ୱାରା ନୂତନତା ଆପାଦନ ଓ ପୁରୁଣା ଶବ୍ଦ ମାନଙ୍କ ଉପରେ ନୂତନ ଅର୍ଥ ଆରୋପ ଆଦି ଘଟିଥାଏ ଓ ମୂଳ ଭାଷା ଗୋଟିଏ ହେଲେ ହେଁ କ୍ଷେତ୍ର ଅନୁସାରେ ଭାଷା ଭିନ୍ନ ହୋଇଯାଏ ଓ ପରସ୍ପରକୁ ଅବୋଧ୍ୟ ମଧ୍ୟ ହୋଇ ଯାଇପାରେ ।
ସ୍ଥୁଳତଃ କହିଲେ, ଆର୍ଯ୍ୟମାନଙ୍କ ସହ ଭାଷା ମଧ୍ୟ ପୂର୍ବ-ପୂର୍ବକୁ ଗତି କରିଛି । ମୂଳ ପ୍ରାକୃତ ଶୌରସେନୀ ପୂର୍ବକୁ ଗତିକରି ମାଗଧୀରେ ପରିଣତ ହେବା ପୂର୍ବରୁ ଅଧା ବାଟରେ କୋଶଳ ଖଣ୍ଡରେ ଗୋଟିଏ ରୂପରେ ସ୍ଥିର ହୋଇଗଲା । ଏକ ପ୍ରାକୃତ ମାନଙ୍କ ଠାରୁ ଯେଉଁ ଯେଉଁ ଭାଷା ମାନ ଉଦ୍ଭୁତ ହେଲେ, ସେମାନଙ୍କୁ ନିଜ ପ୍ରାକୃତ ଅନୁଯାୟୀ ଗୋଟିଏ ଗୋଷ୍ଠୀରେ ଗଣାଯାଏ । ଓଡ଼ିଶାକୁ ପ୍ରାକୃତ ମଗଧ ଦେଇ ଓ କୋଶଳକୁ ଉତ୍ତର କୋଶଳ ଦେଇ ଆସିଥିବା ଓ ଓଡ୍ର ପୀଠରେ ଏ ଦୁଇ ପ୍ରାକୃତର ମିଳନରେ ଓଡିଆ ଭାଷାର ଉଦ୍ଭବ ହୋଇଥିବା ପୂର୍ବେ କୁହାଯାଇଛି । ଦୁଃଖର କଥା ଓଡିଆ ଆଲୋଚକ ମାନେ ଏ ତଥ୍ୟକୁ ଏଡାଇ ଦେଇ, ଓଲଟଗଙ୍ଗା ବୁହାଇ କୋଶଲୀ ଭାଷାକୁ ଓଡିଆରୁ ଜାତ ଉପଭାଷା ହୋଇଥିବାର ହିଁ ଘୋଷା ଧରିଥାନ୍ତି । ଏଠାରେ ମାତ୍ର ତିନୋଟି ଉଦାହରଣ ଦ୍ୱାରା ଏହାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରୁଛି ।
ଭାରତରେ ବର୍ଷାକାଳୀନ ଗୋଟିଏ ଶାକାର୍ଥ ଫଳ ହେଉଛି ବୋଇତାଳୁ, ବୋଇତିଆଳୁ ବା ବୋଇତି କଖାରୁ । ଏହାକୁ ସମାନ ଦୁଇ ଫାଳ କଲେ ପ୍ରତ୍ୟେକ ଫାଳ ଗୋଟିଏ ବଡ ଡଙ୍ଗା ବା ବୋଇତ ପରି ଦିଶେ । ସମୂଦ୍ର ଉପକୂଳ ଅଂଚଳରେ ବୋଇତ ଗୋଟିଏ ସାଧାରଣ ଦୃଶ୍ୟ ହେତୁ ଉପମା ବାଚକ ଏହି ନାମ ପଡିଯାଇଛି । ସମୁଦ୍ରରୁ ଦୂର ଅବସ୍ଥିତ ପ୍ରଦେଶ ମାନଙ୍କରେ ବୋଇତ ସାଧାରଣ ଦୃଶ୍ୟ ନ ହୋଇଥିବାରୁ ଉପଯୁକ୍ତ ହେଲେ ହେଁ, ଏ ନାମର ପ୍ରଚାର ନାହିଁ ।

ସେ ଦେଶ ମାନଙ୍କରେ ଏ ଫଳକୁ କୁମ୍ଭଡା, କୁମ୍ହଡା ବା କୁମଡା ବୋଲାଯାଏ । ଯେହେତୁ ଏହାର ଭିତର ବୀଜ ବ୍ୟତିରେକେ ‘କୁମ୍ଭ’ ବା ‘ମାଠିଆ’ ପରି ଶୂନ୍ୟ ବା ଫମ୍ପା ଥାଏ । ଏହା ଶୁଦ୍ଧ ସଂସ୍କୃତ ଜାତ ଶବ୍ଦ ଅଟେ । କୁମ୍ଭଂ-କୁମ୍ଭାକାରଂ ଲାତି-ଆଦତ୍ତୋକୁମ୍ଭଂ + ଲା ଆଦାନେ + କଃ + ଟାପ୍ଚ, (ଇତି, ଶବ୍ଦ କଳ୍ପଦ୍ରମଃ) କୁମ୍ଭଳା-ଳ = ଡ, ଅତଃ କୁମ୍ଭଡା । ଏହା ସିଝିଗଲେ ମାଖନ (ମ୍ରକ୍ଷଣ > ମକ୍ଖନ > ମାଖନ) ବା ନବନୀତ ତୁଲ୍ୟ କୋମଳ ମେଞ୍ଚା ହୋଇଯାଏ । ଏ ସବୁ ବିଶେଷଣ ସହ ‘ମାଖନ କୁମଡା’ ବୋଲାଯାଏ । ଏ ନାମ ଉତ୍ତର ଭାରତରୁ ବଙ୍ଗ ଯାଏଁ ଚଳୁଛି । ଏ ନାମ ଭାଷା ସହ ଉତ୍ତର କୋଶଳରୁ ଆସିଛି ଯଥା: ରାମଚରିତ ମାନସରେ ଦେଖନ୍ତୁ :
यहां कुम्भड बतिया कोऊ नाहिं ।
जे तरजनी देख मरि जाहिं ॥

ଏହା ଭୌଗୋଳିକ ସ୍ଥିତି ଯୋଗୁଁ ଭାଷା ଭେଦର ଗୋଟିଏ ଉଦାହରଣ । ଭାବନା ଆଦିର ଗୋଟିଏ ପ୍ରକୃଷ୍ଟ ଉଦାହରଣ ହେଉଛି, “ଦହି ମୁଁହାଇବା” । ଓଡିଆରେ କହନ୍ତି- “ଦହି ମୁଁହାଉଛି”, ତାହା କୋଶଲୀରେ ହୁଏ- ‘ମହିବିଲୁଛେ’ । ଏଥିରେ ମନ୍ଥନଦଣ୍ଡ, ଦହି, ମନ୍ଥନ କର୍ମ ଓ ପରିଣାମ ଘୋଲର ବିଚାର କରାଯାଉ ।
ଓଡିଆରେ ମନ୍ଥନ ଦଣ୍ଡକୁ ଖୁଆ ଦଣ୍ଡ କହନ୍ତି । ଏହା କ୍ଷୁତ୍ତ ସଂଚଳନେ ଧାତୁରୁଜାତ, କୋଶଲୀରେ ଏହାକୁ ‘ରଇ’ କହନ୍ତି । ଏହା ରୈ ଶବ୍ଦେ ଧାତୁରୁ ଜାତ । ମନ୍ଥନ କାଳରେ ଏହି ଶବ୍ଦ ଉତ୍ପନ୍ନ କରୁଥିବାରୁ ଏହାର ଏପରି ନାମ । ଏହାର ଅତି ମନୋହର ବିବରଣ ଦେଇଛନ୍ତି ଦକ୍ଷିଣ କୋଶଳର ମହାକବି ଭାରବୀ, ତାଙ୍କ କିରାତାର୍ଜ୍ଜୁନୀୟ କାବ୍ୟରେ ଘୋଷ ବର୍ଣ୍ଣନା ବେଳେ । ଯଥା
ब्रजाजिरे स्वम्बुदनाद शंकिनीः शिखण्डिनामुन्मदयत्सु योषितः ।
मुहुः प्रणुन्नेषु मथां विवर्त्त्तनैर्नदत्सु कुमनेषु मृदंग मंथरम् ॥

ଓଡିଆରେ ମନ୍ଥନ ପାଇଁ ‘ମଥ୍ ’ଧାତୁ ଜାତ ‘ମୁଁହାଇବା’ ଶବ୍ଦ ପ୍ରୟୋଗ କରାଯାଏ । କିନ୍ତୁ କୋଶଲୀରେ ବି + ଲୁଡ୍ ବା ବିଲୋଡନ ଶବ୍ଦ ପ୍ରୟୋଗ କରାଯାଏ । ତେଣୁ ବିଲୁଛେ ହୁଏ ।
धृत कि होई पुनि वारि विलाये (रां चं मां)

ଓଡିଆରେ କର୍ମ ଭାବେ ଦହି ହିଁ କହନ୍ତି, କିନ୍ତୁ କୋଶଲୀରେ ନିମିତ୍ତାର୍ଥ ବା ଉଦ୍ଦେଶ୍ୟର ନିର୍ଦ୍ଦେଶରେ ‘ମହି’ ଶବ୍ଦ ପ୍ରୟୋଗ କରାଯାଏ । ସଂସ୍କୃତରେ ଏଥିପାଇଁ ଉଦସ୍ୱିତ, ମଥିତ, ଘୋଲ ଓ ଛଚ୍ଛିକ ଶବ୍ଦ ରହିଛି । ଓଡିଆରେ ଘୋଲ ପ୍ରୟୋଗ କଲେ କୋଶଲୀରେ ମହି (ମଥିତ) ପ୍ରୟୋଗ କରାଯାଏ ।
ଏବେ ବ୍ୟୁତ୍ପତ୍ତିକ ପ୍ରଭେଦଦେଖିବା ପାଇଁ ଗୋଟିଏ ଶବ୍ଦ ‘ବିବାହ’ର ବିଚାର କରାଯାଉା ଓଡିଆରେ ବିଭା ଓ ବାହା ପ୍ରଚଳିତ ଥିଲେ କୋଶଲୀରେ ‘ବିହା’ ଶବ୍ଦ ପ୍ରଚଳିତ ଅଛି । ବିବାହ ଗୋଟିଏ ସିଦ୍ଧ ପଦା ଓଡିଆରେ ସ୍ୱର ବ୍ୟତ୍ୟୟ ଯୋଗୁ ବିବାହ ଓ ପରେ ‘ବ’ ଓ ‘ହ’ ର ଯୋଗରେ ବିଭା ଶବ୍ଦ ନିଷ୍ପନ୍ନ ହୁଏ କିମ୍ବା ସମବର୍ଣ୍ଣ ଯୋଗୁଁ ବି ର ସମୂହ ଲୋପ ପରେ ବା, ର ଆକାରର ଅନୁବର୍ତ୍ତନ ଯୋଗୁ ବାହା ଶବ୍ଦ ସିଦ୍ଧ ହୁଏ । କୋଶଲୀରେ ଦ୍ୱିତୀୟ ବର୍ଣ୍ଣ ‘ବ’ ର ସମବର୍ଣ୍ଣ ଯୋଗୁଁ ଲୋପ ପରେ ଆ କାରର ଅନୁବର୍ତ୍ତନରେ ବିହା ଶବ୍ଦ ସିଦ୍ଧ ହୁଏ । ଏପରି ଭାଷା ଭେଦର ବିବିଧ ଦୃଷ୍ଟିକୋଣର ବିବରଣ ମୋର ଗୋଟିଏ ଲେଖା ‘କୋଶଳୀ ଭାଷା’ ସପ୍ତର୍ଷି ନଭେମ୍ବର ୧୯୮୨ ଅଙ୍କରେ ଦ୍ରଷ୍ଟବ୍ୟ । ବିସ୍ତାର ଭୟରେ ଏଠି ପୁନରୁକ୍ତି କରୁ ନାହିଁ ।
ଏପରି ଶତାବ୍ଦୀ ଶତାବ୍ଦୀ ଧରି ଓଡି଼ଆ ଓ କୋଶଲୀ ଭାଷା ପରିପ୍ଳାବକ ଓ ପରିପ୍ଳାବିତ ଭାବେ ଏକତ୍ର ରହିଥିଲେ ହେଁ, ଯୂୟଂ ଯୂୟଂ ବୟଂ ବୟମ୍ ହୋଇ ରହିଛନ୍ତି ।

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୧୦)

0

ଲିପି ସମସ୍ୟା
ଏ ଭାଷାର ସ୍ୱାତନ୍ତ୍ର‌୍ୟ ବିଷୟ ଚର୍ଚ୍ଚା ଆରମ୍ଭ ମାତ୍ରେ କି ବିଦ୍ୱାନ ଲେଖକ କି ସାଧାରଣ ବ୍ୟକ୍ତି କହି ଉଠନ୍ତି ଯେ, ସ୍ୱତନ୍ତ୍ର ଭାଷା ହେଲେ ଏହାର ଲିପି କାହିଁ? ସେମାନେ କୁଣ୍ଠ ଦୁଷ୍ଟିରେ ଏହା ବିଚାର କରି ପାରନ୍ତି ନାହିଁ ଯେ, ଏକ ମୂଳିକ ବିଭିନ୍ନ ଭାଷା ପାଇଁ ଭିନ୍ନ ଭିନ୍ନ ଲିପି ଆବଶ୍ୟକ ନୁହେଁ । ଇୟୁରୋପ ର ସବୁଭାଷା ଏକ ମାତ୍ର ରୋମାନ ଲିପିରେ ଲେଖାଯାନ୍ତି । ପରସ୍ପରକୁ ବୁଝିବାକୁ ସୁବିଧା ହେବ ବୋଲି ଅନ୍ତତଃ ସବୁ ଆଧୁନିକ ଆର୍ଯ୍ୟ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଅନେକ ବିଦ୍ୱାନ ପରାମର୍ଶ ଦେଉଛନ୍ତି ।
ବଙ୍ଗାଳୀ ଓ ଅସମିୟା ଏକା ଲିପିରେ ଓ ହିନ୍ଦୀର ସବୁ ଶାଖା ଓ ମହାରାଷ୍ଟ୍ରୀ ମଧ୍ୟ ଏକମାତ୍ର ଦେବନାଗରୀ ଲିପିରେ ଲେଖାଯାନ୍ତି । ସମସ୍ତ ଭାରତୀୟ ଆର୍ଯ୍ୟ ଭାଷା ଦୂର ବା ଆସନ୍ନ ସଂସ୍କୃତରୁ ହିଁ ଆସି ଥିବାରୁ ସମସ୍ତଙ୍କ ବର୍ଣ୍ଣମାଳାର ଆକୃତି ଦେଶ କାଳାନୁଯାୟୀ କିଛି କିଛି ପରିବର୍ତ୍ତିତ ହୋଇ ଆସିଥିଲେ ମଧ୍ୟ ଧ୍ୱନି ସଂଖ୍ୟା ଏକା ହୋଇଥିବାରୁ ଯେ କୌଣସି ଆର୍ଯ୍ୟଭାଷାକୁ ଯେ କୌଣସି ଲିପିରେ ଲେଖା ଯାଇପାରେ । ମୂଳ ଦେବନାଗରୀ ତ ଅଛି ହିଁ । ଗୋଟିଏ ଭିନ୍ନ ଲିପି ନୂଆକରି ସୃଷ୍ଟି କରିବା ଆବଶ୍ୟକ ନାହିଁ । ଏହା ରାଷ୍ଟ୍ରର ମୂଖ୍ୟ ସ୍ରୋତ ବା ସାମୂହିକତା ଠାରୁ ପୃଥକତା ଭାବ ଓ କ୍ଷୁଦ୍ର ଅହଂତାର ପରିଚାୟକ ହେବ । ଇଚ୍ଛା କଲେ ଗୋଟିଏ ନୂତନ ଲିପି ଗଢ଼ିବା-କୌଣସି ପ୍ରକାର ଶ୍ରମସାଧ୍ୟ ନୁହଁ, ଆଧୁନିକ ଉନ୍ନତ ମୁଦ୍ରଣ ଶୀଳ୍ପର ସବୁ ସୁବିଧା ମଧ୍ୟ ତହିଁରେ ରଖାଯାଇପାରେ ଓ ତାହା ସର୍ବଭାରତୀୟ ଆର୍ଯ୍ୟ ଭାଷା ପାଇଁ ଉପଯୋଗୀ ହୋଇପାରେ, ହେଲେ ସେହି ପୁରୁଣା ମଦକୁ ନୂଆ ବୋତଲରେ ଭରିବା କିମ୍ବା ସରୁ ଚକୁଳିକୁ ଦୋସା କହି ଅଧିକ ରୁଚିସହ ଖାଇବା ପରିହେବ । ଶ୍ରୀମୁର୍ମୁଂକ ଦ୍ୱାରା ସାନ୍ତାଲୀ ଭାଷାର ଲିପି ଉଦ୍ଭାବିତ ହୋଇ ଟାଇପ୍ ନିର୍ମାଣକରି ବର୍ତ୍ତମାନ ସାହିତ୍ୟ ମୁଦ୍ରଣ ହେଉଥିବା ଜଣାଯାଏ । ମୂଳଧ୍ୱନି ଓ ବର୍ଣ୍ଣ ବା ଲିପି ଏକା ହେଲେ ହେଁ ଦେଶ କାଳାନୁଯାୟୀ ଉଚ୍ଚାରଣରେ କିଞ୍ôଚତ ପ୍ରଭେଦରହିବା ତ ସ୍ୱାଭାବିକ । ଅନ୍ୟ ଭାଷାର କଥା କାହିଁକି ସ୍ୱୟଂ ସଂସ୍କୃତରେ ମଧ୍ୟ ପାଣିନୀୟ ଶିକ୍ଷା ଅନୁଯାୟୀ ଉଚ୍ଚାରଣ ହେଉନାହିଁ । ଅ କାରକୁ ଉତ୍ତର ପ୍ରଦେଶରେ ଅର୍ଦ୍ଧ ଆକାର ରୂପେ ଉଚ୍ଚାରଣ କଲେ ବଙ୍ଗ ପହଂଚୁ ପହଂଚୁ ତାହା ଓ କାର ର ସୀମା ଭିତରକୁ ଆସିଯାଏ ଓ ଓଡି଼ଆ ରେ ଶୁଦ୍ଧ ଆ କାର ଭାବେ ହିଁ ଉଚ୍ଚାରଣ କରାଯାଏ । “ଜ୍ଞ” କୁ ସମସ୍ତ ଉତ୍ତର ଭାରତରେ “ଗ୍ୟଁ” ଭାବେ ଉଚ୍ଚାରଣ କଲେ ମହାରାଷ୍ଟ୍ରରେ “ଦ୍ନ୍ୟଁ” ଭାବେ ଓ ବଙ୍ଗଳାରେ “ଗ୍ନଁ” ଭାବେ ଉଚ୍ଚାରଣ କରିଥାନ୍ତି । ଅଥଚ ବର୍ଣ୍ଣ ସେଇୟା ହିଁ ଥାଏ । ଅତଏବ ମୂଳଧ୍ୱନି ର ପ୍ରତୀକ ଦେବନାଗରୀକୁ କୋଶଲୀ ଭାଷା ପାଇଁ ଗ୍ରହଣ କରି ସ୍ୱୀୟ ପ୍ରାଦେଶିକ ଉଚ୍ଚାରଣ କରାଯାଉ କିମ୍ବା ପରିଗ୍ରହ ଯୋଗୁଁ ତଥାକଥିତ େଓøଡ୍ରୀ ଲିପି କୁ ଚାଲୁ ରଖାଯାଉ, ଏଥିରେ କିଛି ନ୍ୟୁନତା ଆସିବ ନାହିଁ । ନୂତନ ଆତ୍ମଚେତନାର ଉତ୍ଥାନ ରେ ପୁରାତନ ପ୍ରତି ବିରାଗ କିମ୍ବା ବିଦ୍ୱେଷ ଆସିବା ସ୍ୱାଭାବିକ । ଆଜି ପର୍ଯ୍ୟନ୍ତ କୋଶଳର ସବୁ ସାହିତ୍ୟ ଓଡି଼ଆ ହେଉ ବା କୋଶଲୀ ହେଉ ଏହି ଲିପିରେ ହିଁ ଲେଖା ହୋଇ ଆସିଛି ଓ ସମସ୍ତ ଗ୍ରନ୍ଥ ସଂଗ୍ରହ ତଥା ସଂସ୍କୃତ ଲିଖନ ମଧ୍ୟ ଏହି ଲିପିରେ ଅଛି । ଐତିହ୍ୟକୁ ଏକା ବେଳକେ ପୋଛି ଦିଆଯାଇ ନ ପାରେ । ଯଦି ତହିଁରେ କିଛି ଦୋଷ ତୃଟି ନ ଥାଏ ତ ଅନ୍ୟ ପ୍ରଶ୍ନ ନାହିଁ । ବହୁ ଦଶାବ୍ଦୀ ଧରି ‘ଇଂଗ୍ଳିଶ ହଟାଓ’ ଧ୍ୱନି ଛାଡୁଥିଲେ ମଧ୍ୟ ଆଜି ସ୍ୱାତନ୍ତ୍ର‌୍ୟ ପ୍ରାପ୍ତିର ୪୪ ବର୍ଷ ପରେ ବି ବରଂ ଇଂଗ୍ରେଜୀ ଶିକ୍ଷାର ଅଧିକ ପ୍ରଚାର ପ୍ରସାର କରାଯାଇଛି । ତେବେ ସର୍ବ ସାଧାରଣଙ୍କ ସାମାନ୍ୟ ମନୋଭାବ ଯୋଗୁଁ ହେଉ କି ମୁଖିଆ ଓ ବିଦ୍ୱାନମାନଙ୍କ ସୁଚିନ୍ତିତ ନିର୍ଣ୍ଣୟ ଯୋଗୁଁ ହେଉ, ଯେକୌଣସି ଲିପି ଅଶୋଭନୀୟ ବା ଅନୁପଯୁକ୍ତ ହେବନାହିଁ । ଲିପିର ଦ୍ୱାହି ଦେଇ ଆମକୁ ଡରାଉଥିବା ବ୍ୟକ୍ତିମାନଙ୍କୁ ଉତ୍ତର ଦେଇ ଡକ୍ଟର ଦୋଳଗୋବିନ୍ଦ ବିଶୀ କିଛି ଦିନ ତଲେ ସାପ୍ତାହିକୀ ରୁଦ୍ର ଆହ୍ୱାନରେ ଉପାଦେୟ ଲେଖାଟିଏ ପ୍ରକାଶ କରିଥିଲେ ତାହା ଏ ପରିପେକ୍ଷୀରେ ପଠନୀୟ । ବେଶ ମାର୍ମିକ ଲେଖାଟିଏା
ବର୍ତ୍ତମାନ ପ୍ରାପ୍ତ ବିଭିନ୍ନ ଶିଳାଲେଖ, ମନ୍ଦିର ଗାତ୍ରର ଅଭିଲେଖ ଓ ତାମ୍ରପତ୍ର ଲେଖମାନଙ୍କରୁ ଜଣାଯାଏ ଯେ ସାଂପ୍ରତିକ ଓଡି଼ଆ ଲିପିର ବିକାଶ ସମଗ୍ର କୋଶଲୋତ୍କଳ-କଳିଙ୍ଗରେ ଏକ କାଳୀନ ହୋଇଥିଲା ଓ ଦେବନାଗରୀର ପରିବର୍ତ୍ତିତ ରୂପ ମାତ୍ର ହୋଇଥିବାରୁ ଏହା ପଶ୍ଚିମ ଦିଗରୁ କୋଶଳ ଖଣ୍ଡ ଦେଇ ହିଁ ଯାଇଥିବାର ପରିକଳ୍ପନା ଅମୂଳକ ନୁହେଁ ।
ଗ୍ରିଅରସନଙ୍କ “The Maithili and Bengali alphabets are derived from Bhuler’s proto Bengali. The Oriya alphabets on the contrary derived from Nagari and probably reached Orissa directly from the West (Indian Antiquary Supplement-1932)” ଏ ମତର ଗୁରୁତ୍ୱ କୌଣସି ମତେ ନ୍ୟୁନ କରାଯାଇ ନ ପାରେ । ସ୍ୱର୍ଗୀୟ ପଣ୍ଡିତ ଗୋପୀନାଥ ନନ୍ଦ ମଧ୍ୟ ତାଙ୍କ ‘ଓଡି଼ଆ ଭାଷା ତତ୍ତ୍ୱ’ ଗ୍ରନ୍ଥରେ ଏହି ମତର ହିଁ ସମର୍ଥନ କରିଛନ୍ତି । ଓଡି଼ଶାର ପ୍ରତ୍ନଲିପିବିଦ୍ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ଏ ପ୍ରକାର ସହମତ ସହ ଲେଖିଛନ୍ତି । ତେବେ ମୋଟା ମୋଟି ଭାବରେ କହିବାକୁ ଗଲେ ଖ୍ରୀଷ୍ଟୀୟ ଦଶମ ଏବଂ ଏକାଦଶ ଶତାବ୍ଦୀରେ ଏ ଦେଶରେ ଯେଉଁ ଉତ୍ତର ଭାରତୀୟ ଲିପି ଅନୁରୂପ ଅକ୍ଷର ପ୍ରଚଳନ ଥିଲା, ତହିଁରୁ ଆଧୁନିକ ଓଡି଼ଆ ବର୍ଣ୍ଣମାଳାର ଅଧିକାଂଶ ସୃଷ୍ଟି ହୋଇଛି ବୋଲି ଗ୍ରହଣ କରାଯାଇଛି । (ଓଡି଼ଆ ଲିପିର କ୍ରମବିକାଶ, ଓଡି଼ଆ ସାହିତ୍ୟ ଏକାଡ଼େମୀ, ୧୯୬୦ ପୃ.୨୨)

ନିମ୍ନ ଉଦ୍ଧୃତି ମଧ୍ୟ ପ୍ରକାରାନ୍ତରେ ବା ବ୍ୟାପକ ଦୃଷ୍ଟିକୋଣରୁ ଏହି ତଥ୍ୟକୁ ହିଁ ସମର୍ଥନ କରୁଛି । ଯଥା: “It may be suggested that civilization progressed through the course of this river (Mahanadi) to the Coastal regions of Orissa from the far away hinter land of Madhya Bharat” (The Cult of Jagannath, K. C. Mishra, M. A. D. Phil. (cal) Revenshaw College Cuttack, Page 23) ପୂର୍ବେ ଉତ୍ତର ଭାରତରେ ସମସ୍ତ ଲେଖା ଭୂର୍ଜ ପତ୍ରରେ ମସୀ ଲେଖନୀ ଦ୍ୱାରା ଲେଖା ହେଉଥିଲା । ଏହା ହିମାଳୟରୁ ପ୍ରାପ୍ତ ହେଉଥିଲା । ଦୂର ମଧ୍ୟ ବା ଉପକୂଳ ପ୍ରଦେଶ ମାନଙ୍କରେ ତାହା ଅପ୍ରାପ୍ୟ ହେବାରୁ ସୁଲଭ ତାଳ ପତ୍ରରେ ଲୌହ ଲେଖନୀ ଦ୍ୱାରା ଅକ୍ଷର ଖୋଲା ହୋଇ କାର୍ଯ୍ୟ ସଂପାଦନ କରା ହେଲା । ଅନୁପ୍ରସ୍ଥ ବା ବାମ ଦକ୍ଷିଣ ଗାର ଦ୍ୱାରା ପତ୍ର ଚିରି ଯାଉଥିବାରୁ ଶୀର୍ଷସ୍ଥ ରେଖା ଓ ମାତ୍ରା ଆଦିକୁ ବକ୍ର ବା ବୃତ୍ତାକୃତି କରିବାକୁ ହେଲା । ପ୍ରତ୍ୟେକ ଅକ୍ଷର ର ଲେଖା କେଉଁଠାରୁ ଆରମ୍ଭ କରାଯାଏ, କେତେ ଲେଖି ଲେଖନୀ ଉଠାଇ ଆଉ କେଉଁ ଠାରୁ ଆରମ୍ଭ କରାଯାଏ ଓ ଏପରି କେତେଥର ରେ ବର୍ଣ୍ଣ ପୁରା କରାଯାଏ, ତାହା ବିଚାର୍ଯ୍ୟ । ଏକ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ଲେଖନୀ ନେବା ପାଇଁ ବାରମ୍ବାର ନ ଉଠାଇ ଲେଖନୀକୁ ଘୋଷାରି ନେଲେ ଦୁଇବିନ୍ଦୁ ମଧ୍ୟରେ ଗାର ପଡି଼ଯାଏ ଓ କ୍ରମେ ଏହି ଗାର ବର୍ଣ୍ଣର ଅଙ୍ଗ ହୋଇଯାଏ । ତାଳପତ୍ରରେ ବର୍ଣ୍ଣର ଖୋଦନ ପାଇଁ ଯଥେଷ୍ଟ ଚାପ ଦରକାର ହେଉଥିବାରୁ ଏପରି ହେବା ସ୍ୱାଭାବିକ । ଭୂର୍ଜ ପତ୍ରରେ ଲେଖାଯାଇଥିବା ଦେବ ନାଗରୀ ବର୍ଣ୍ଣ ଯେଉଁଠାରୁ ଆରମ୍ଭ କରାଯାଏ, ତାଳପତ୍ର ଲେଖନ ରେ ଲେଖନୀ ନ ଅଟକିବା ପାଇଁ ଅନ୍ୟ ସ୍ଥାନରୁ ଆରମ୍ଭ କରାଯାଏ । ଏପରି ଲେଖନୀ ବୁଲା ରେ ବର୍ଣ୍ଣର ଆକୃତି ପରିବର୍ତ୍ତିତ ହୋଇଯାଏ । ଏଣୁ ଓଡି଼ଆ ଲିପି ଦେବନାଗରୀରୁ ପ୍ରାରମ୍ଭ ହୋଇ ବିକାଶ କାଳରେ ହୁଏତ ଅନେକ ପ୍ରଭାବରେ ପ୍ରଭାବିତ ହୋଇ ଥାଇପାରେ, କିନ୍ତୁ ଅବଚେତନ ସ୍ଥିତ ଗଭୀର ସଂସ୍କାରର ଅଜ୍ଞାତସାର ପ୍ରରଣାରେ ଶେଷରେ ନିଜତ୍ତ୍ୱକୁ ଫେରି ଆସିଛି । ସକାଳେ ବାଟ ହୁଡି଼ଲା ଲୋକ ସନ୍ଧ୍ୟାକୁ ଘରକୁ ଫେରି ଆସିଲେ ତାକୁ ବାଟହୁଡ଼ା କୁହାଯାଏ ନାହିଁ । ଏ ଲେଖକ ଦ୍ୱାରା ପ୍ରଦର୍ଶିତ ଏକ ‘ବିବରଣ ପଟ୍ଟ’ରେ ଦେବନାଗରୀର ଲେଖନ ସାମଗ୍ରୀ ଓ ଲେଖନ କ୍ରମ ପରିବର୍ତ୍ତନ ଯୋଗୁଁ କିପରି ରୂପ ପରିବର୍ତ୍ତନ କରିଛି, ତାର ଗୋଟିଏ ସଂକ୍ଷିପ୍ତ କ୍ରମ ଦର୍ଶାଇ ଦିଆଯାଇଛି । ଡ: ଖଗେଶ୍ୱର ମହାପାତ୍ର ତାଙ୍କ ଓଡି଼ଆ ଲିପି ଓ ଭାଷା, ପୁସ୍ତକରେ ଲିପିର ବିପାଟନ ବିବିଧ ପାଟନ (vivisection) କରିଛନ୍ତି, ତାହା ତାଙ୍କ ବଦ୍ୱତ୍ତା ଓ ପରିଶ୍ରମର ନିଦର୍ଶନ ଓ ପ୍ରଶଂସ୍ୟ ଅଟେ । ଏ ଦୂର୍ବଳ ବ୍ୟକ୍ତି ଏହି କାର୍ତ୍ତିକେୟ ପରିକ୍ରମା କରି ନ ପାରି ଗଣେଶ ପରିକ୍ରମା ରୁ ଯାହା ପାଇଛି ତାହାକୁ ପଟ୍ଟ ବା ଚାର୍ଟରେ ଲେଖାଇ ରଖିଛି ।
ଉପରିସ୍ଥ ସମସ୍ତ ଉପସ୍ଥାପନାକୁ ଦୃଷ୍ଟିରେ ରଖି ବିଚାର କଲେ, କୁଟିଳ ବ୍ରାହ୍ମୀ ରୁ ଉଦ୍ଭୁତ ଦେବନାଗରୀର ବିବର୍ତ୍ତିତ ରୂପ ବର୍ତ୍ତୁଳ ଶୀର୍ଷକ ଓଡି଼ଆ ଲିପିର ଉଦ୍ଭବ ଓ ବିକାଶରେ ଏହି କୋଶଲ ପ୍ରଦେଶର ମଧ୍ୟ ସମ ଅଂଶ ଓ ଅଧିକାର ଅଛି ଓ ଏହାକୁ ଉପକୂଳ ପ୍ରଦେଶର ଅବଦାନ କହିବା ଉଚିତ୍ ନୁହେଁ । ଏହା କୋଶଳର ମଧ୍ୟ ନିଜସ୍ୱ । ଏହି ଦୃଷ୍ଟିରୁ ଏହାକୁ ବରଂ କୋଶଲୋଡ୍ରୀ କହିବା ଅଧିକ ଯୁକ୍ତି ସଂଗତ ହେବ । ଡ. ବିଶୀ ମଧ୍ୟ ତାଙ୍କ ଲେଖାରେ ଏ ମତ ହିଁ ଦେଇଛନ୍ତି । ଆକୃତି ପରକ ବା ବିବର୍ତ୍ତିତ ରୂପ ଭାବେ ଏହାକୁ ‘ବର୍ତ୍ତୁଳ ଦେବନାଗରୀ’ କହିବା ମଧ୍ୟ ପୂର୍ଣ୍ଣ ଯୁକ୍ତି ସଂଗତ ହେବ ।

Preparing For End of Life(Death)

0

In the Mahabharata, a powerful sprit named Yaksa asks the oldest and wisest of Pandava, Yudhishthira, what is the greatest of all mysteries. The answer given resounds across the millennia: “Everyday countless people die, and yet those who remain live as if they are immortals”.
In our mind, we all know that one day we are all going to die. But we do not want to think about it, talk about it or have anything to do with it, let alone plan for it. But people, young and old die every day, everywhere.There is no escape from death, no matter who we are, how good our health is, or how rich or poor we are, or what good health care we can get.
Most people want a good death. But what is good death? Some people would say there is no such thing as a “good death”, and all deaths are unwanted and unwelcome. Deaths of children and young adults are never welcome. But what if you are and sick and no longer able to care for yourself? What if you become demented and no longer recognized your loved ones? What if you have an incurable and painful disease that has progressed to such an extent that you wish to die?
There is no definition of “good death “says Dr Nuland in his classic book “How We Die” (Alfred A. Knopf.1993). He continues: “The classic image of “good death “and “death with dignity” is a mirage for most dying people. The idea must be discarded. Death rarely acts according to our plan or even to our expectations. For most of us, death will be messy. For too many of us, the manner of death will prove to be beyond our control and no knowledge or wisdom can change that.”
In olden days, treatments options were limited and most people died at home surrounded by their loved ones. Now advanced medicine is full of treatments (respirators, dialysis, defibrillators, chemotherapy, and feeding tubes, to name a few) that postpone death and prolong misery without restoring health.
How can you reasonably be prepared for your death?
1- Think of your death as a rite of passage like-birth, infancy, youth, adulthood, old age, and disability. Those who think about their aging, disability, death, often live better lives and experience better deaths than those who do not. They shape lives of meaning, joy and comfort even as their bodies decline. If you accept the reality and plan for it rather than fight it, your final passage will be easier.
2-Discuss your end- of- life wishes with your family, friends and physicians. Do you want to die in your own home or in a hospital’s intensive care unit (ICU)? Do you want CPR (cardio pulmonary resuscitation), breathing machines (respirators), kidney dialysis, tube feeding or not? If you suffer from pain, do you want enough pain medicine to keep you comfortable and may be less alert or you want to bear some pain but stay alert?
3- Know the trajectory of your illness. Modern healthcare is designed to help people stay alive and most patients also want that when they are sick and scared. If you face a frightening diagnosis, ask your doctor about the treatment plan, the cost, the likelihood of its success and how long you might live. Keep in mind that such predictions are unreliable and most doctors tend to overestimate the benefits of a treatment plan. Prediction of how well a particular treatment will work or not work is not an exact science. Medical prognosis is notoriously difficult. It is usually based on medical studies of a large or small patient population which may not be applicable to you. Each patient is different. Based on your doctor’s answers you may shift the emphasis from treatment to comfort care (hospice care). Do not be afraid of hospice. It will not make you die sooner, but you are more likely to die well. Studies have shown that terminal patients under hospice care live few months longer than those who receive aggressive treatments.
4- No matter the age, disease or disability, live the life you want to as much as you can. Visit friends and family, especially grandchildren or have them visit you. Socialize any way you can. Eat the food you want, travel the places you can and see the shows you want to .Exercise- walk, bicycle, swim, garden, help in the household chores and stay engaged as much as you can. Exercise keeps your body stronger and mind more alert.Do not give off on life even if death may be near.
5- Execute a health-care proxy and designate an individual you trust to make healthcare decisions on your behalf in case you became incapacitated. Many times family members do not agree on the course of treatments for their loved ones and that leads to indecision. A person with legal health care proxy will have the final say in the matter and his/her decision will be legally binding on the doctors and the hospital.
6-Execute a Living- Will or Advance Healthcare Directive, stating your end-of life wishes like home or hospital death, CPR or no CPR, organ donation and funeral wishes. It is important to let your wishes known to your family members and the treating doctors. If you are old or suffering from some terminal illness, execute the health-care proxy and the living will as soon as possible.
7- Saying good-byes.
Make peace within yourself and with your family. Ask and extend forgiveness. It will give you peace of mind. Why die as an angry old man or woman?
Conclusion
“Death is certain for the born, and birth is certain for the dead”, says the Bhagavad Gita. ‘A time to be born and a time to die’ says the Bible. We influence our lives, but we do not control them, and the same goes for how they end. No matter how strong we are or how brave we are, or how religious we are, dying will represent the ultimate loss of control. We cannot hope to fully predict death, just as we cannot hope to fully predict life. But we do not have to be a passive victim. We can shape our life to some extent (not always) all the way to the end-as long as we plan for it. The best way to achieve a peaceful death is by planning ahead and enlisting the help of loved ones.