Monday, May 18, 2026
Home Blog Page 18

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୧୦)

0

ଲିପି ସମସ୍ୟା
ଏ ଭାଷାର ସ୍ୱାତନ୍ତ୍ର‌୍ୟ ବିଷୟ ଚର୍ଚ୍ଚା ଆରମ୍ଭ ମାତ୍ରେ କି ବିଦ୍ୱାନ ଲେଖକ କି ସାଧାରଣ ବ୍ୟକ୍ତି କହି ଉଠନ୍ତି ଯେ, ସ୍ୱତନ୍ତ୍ର ଭାଷା ହେଲେ ଏହାର ଲିପି କାହିଁ? ସେମାନେ କୁଣ୍ଠ ଦୁଷ୍ଟିରେ ଏହା ବିଚାର କରି ପାରନ୍ତି ନାହିଁ ଯେ, ଏକ ମୂଳିକ ବିଭିନ୍ନ ଭାଷା ପାଇଁ ଭିନ୍ନ ଭିନ୍ନ ଲିପି ଆବଶ୍ୟକ ନୁହେଁ । ଇୟୁରୋପ ର ସବୁଭାଷା ଏକ ମାତ୍ର ରୋମାନ ଲିପିରେ ଲେଖାଯାନ୍ତି । ପରସ୍ପରକୁ ବୁଝିବାକୁ ସୁବିଧା ହେବ ବୋଲି ଅନ୍ତତଃ ସବୁ ଆଧୁନିକ ଆର୍ଯ୍ୟ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଅନେକ ବିଦ୍ୱାନ ପରାମର୍ଶ ଦେଉଛନ୍ତି ।
ବଙ୍ଗାଳୀ ଓ ଅସମିୟା ଏକା ଲିପିରେ ଓ ହିନ୍ଦୀର ସବୁ ଶାଖା ଓ ମହାରାଷ୍ଟ୍ରୀ ମଧ୍ୟ ଏକମାତ୍ର ଦେବନାଗରୀ ଲିପିରେ ଲେଖାଯାନ୍ତି । ସମସ୍ତ ଭାରତୀୟ ଆର୍ଯ୍ୟ ଭାଷା ଦୂର ବା ଆସନ୍ନ ସଂସ୍କୃତରୁ ହିଁ ଆସି ଥିବାରୁ ସମସ୍ତଙ୍କ ବର୍ଣ୍ଣମାଳାର ଆକୃତି ଦେଶ କାଳାନୁଯାୟୀ କିଛି କିଛି ପରିବର୍ତ୍ତିତ ହୋଇ ଆସିଥିଲେ ମଧ୍ୟ ଧ୍ୱନି ସଂଖ୍ୟା ଏକା ହୋଇଥିବାରୁ ଯେ କୌଣସି ଆର୍ଯ୍ୟଭାଷାକୁ ଯେ କୌଣସି ଲିପିରେ ଲେଖା ଯାଇପାରେ । ମୂଳ ଦେବନାଗରୀ ତ ଅଛି ହିଁ । ଗୋଟିଏ ଭିନ୍ନ ଲିପି ନୂଆକରି ସୃଷ୍ଟି କରିବା ଆବଶ୍ୟକ ନାହିଁ । ଏହା ରାଷ୍ଟ୍ରର ମୂଖ୍ୟ ସ୍ରୋତ ବା ସାମୂହିକତା ଠାରୁ ପୃଥକତା ଭାବ ଓ କ୍ଷୁଦ୍ର ଅହଂତାର ପରିଚାୟକ ହେବ । ଇଚ୍ଛା କଲେ ଗୋଟିଏ ନୂତନ ଲିପି ଗଢ଼ିବା-କୌଣସି ପ୍ରକାର ଶ୍ରମସାଧ୍ୟ ନୁହଁ, ଆଧୁନିକ ଉନ୍ନତ ମୁଦ୍ରଣ ଶୀଳ୍ପର ସବୁ ସୁବିଧା ମଧ୍ୟ ତହିଁରେ ରଖାଯାଇପାରେ ଓ ତାହା ସର୍ବଭାରତୀୟ ଆର୍ଯ୍ୟ ଭାଷା ପାଇଁ ଉପଯୋଗୀ ହୋଇପାରେ, ହେଲେ ସେହି ପୁରୁଣା ମଦକୁ ନୂଆ ବୋତଲରେ ଭରିବା କିମ୍ବା ସରୁ ଚକୁଳିକୁ ଦୋସା କହି ଅଧିକ ରୁଚିସହ ଖାଇବା ପରିହେବ । ଶ୍ରୀମୁର୍ମୁଂକ ଦ୍ୱାରା ସାନ୍ତାଲୀ ଭାଷାର ଲିପି ଉଦ୍ଭାବିତ ହୋଇ ଟାଇପ୍ ନିର୍ମାଣକରି ବର୍ତ୍ତମାନ ସାହିତ୍ୟ ମୁଦ୍ରଣ ହେଉଥିବା ଜଣାଯାଏ । ମୂଳଧ୍ୱନି ଓ ବର୍ଣ୍ଣ ବା ଲିପି ଏକା ହେଲେ ହେଁ ଦେଶ କାଳାନୁଯାୟୀ ଉଚ୍ଚାରଣରେ କିଞ୍ôଚତ ପ୍ରଭେଦରହିବା ତ ସ୍ୱାଭାବିକ । ଅନ୍ୟ ଭାଷାର କଥା କାହିଁକି ସ୍ୱୟଂ ସଂସ୍କୃତରେ ମଧ୍ୟ ପାଣିନୀୟ ଶିକ୍ଷା ଅନୁଯାୟୀ ଉଚ୍ଚାରଣ ହେଉନାହିଁ । ଅ କାରକୁ ଉତ୍ତର ପ୍ରଦେଶରେ ଅର୍ଦ୍ଧ ଆକାର ରୂପେ ଉଚ୍ଚାରଣ କଲେ ବଙ୍ଗ ପହଂଚୁ ପହଂଚୁ ତାହା ଓ କାର ର ସୀମା ଭିତରକୁ ଆସିଯାଏ ଓ ଓଡି଼ଆ ରେ ଶୁଦ୍ଧ ଆ କାର ଭାବେ ହିଁ ଉଚ୍ଚାରଣ କରାଯାଏ । “ଜ୍ଞ” କୁ ସମସ୍ତ ଉତ୍ତର ଭାରତରେ “ଗ୍ୟଁ” ଭାବେ ଉଚ୍ଚାରଣ କଲେ ମହାରାଷ୍ଟ୍ରରେ “ଦ୍ନ୍ୟଁ” ଭାବେ ଓ ବଙ୍ଗଳାରେ “ଗ୍ନଁ” ଭାବେ ଉଚ୍ଚାରଣ କରିଥାନ୍ତି । ଅଥଚ ବର୍ଣ୍ଣ ସେଇୟା ହିଁ ଥାଏ । ଅତଏବ ମୂଳଧ୍ୱନି ର ପ୍ରତୀକ ଦେବନାଗରୀକୁ କୋଶଲୀ ଭାଷା ପାଇଁ ଗ୍ରହଣ କରି ସ୍ୱୀୟ ପ୍ରାଦେଶିକ ଉଚ୍ଚାରଣ କରାଯାଉ କିମ୍ବା ପରିଗ୍ରହ ଯୋଗୁଁ ତଥାକଥିତ େଓøଡ୍ରୀ ଲିପି କୁ ଚାଲୁ ରଖାଯାଉ, ଏଥିରେ କିଛି ନ୍ୟୁନତା ଆସିବ ନାହିଁ । ନୂତନ ଆତ୍ମଚେତନାର ଉତ୍ଥାନ ରେ ପୁରାତନ ପ୍ରତି ବିରାଗ କିମ୍ବା ବିଦ୍ୱେଷ ଆସିବା ସ୍ୱାଭାବିକ । ଆଜି ପର୍ଯ୍ୟନ୍ତ କୋଶଳର ସବୁ ସାହିତ୍ୟ ଓଡି଼ଆ ହେଉ ବା କୋଶଲୀ ହେଉ ଏହି ଲିପିରେ ହିଁ ଲେଖା ହୋଇ ଆସିଛି ଓ ସମସ୍ତ ଗ୍ରନ୍ଥ ସଂଗ୍ରହ ତଥା ସଂସ୍କୃତ ଲିଖନ ମଧ୍ୟ ଏହି ଲିପିରେ ଅଛି । ଐତିହ୍ୟକୁ ଏକା ବେଳକେ ପୋଛି ଦିଆଯାଇ ନ ପାରେ । ଯଦି ତହିଁରେ କିଛି ଦୋଷ ତୃଟି ନ ଥାଏ ତ ଅନ୍ୟ ପ୍ରଶ୍ନ ନାହିଁ । ବହୁ ଦଶାବ୍ଦୀ ଧରି ‘ଇଂଗ୍ଳିଶ ହଟାଓ’ ଧ୍ୱନି ଛାଡୁଥିଲେ ମଧ୍ୟ ଆଜି ସ୍ୱାତନ୍ତ୍ର‌୍ୟ ପ୍ରାପ୍ତିର ୪୪ ବର୍ଷ ପରେ ବି ବରଂ ଇଂଗ୍ରେଜୀ ଶିକ୍ଷାର ଅଧିକ ପ୍ରଚାର ପ୍ରସାର କରାଯାଇଛି । ତେବେ ସର୍ବ ସାଧାରଣଙ୍କ ସାମାନ୍ୟ ମନୋଭାବ ଯୋଗୁଁ ହେଉ କି ମୁଖିଆ ଓ ବିଦ୍ୱାନମାନଙ୍କ ସୁଚିନ୍ତିତ ନିର୍ଣ୍ଣୟ ଯୋଗୁଁ ହେଉ, ଯେକୌଣସି ଲିପି ଅଶୋଭନୀୟ ବା ଅନୁପଯୁକ୍ତ ହେବନାହିଁ । ଲିପିର ଦ୍ୱାହି ଦେଇ ଆମକୁ ଡରାଉଥିବା ବ୍ୟକ୍ତିମାନଙ୍କୁ ଉତ୍ତର ଦେଇ ଡକ୍ଟର ଦୋଳଗୋବିନ୍ଦ ବିଶୀ କିଛି ଦିନ ତଲେ ସାପ୍ତାହିକୀ ରୁଦ୍ର ଆହ୍ୱାନରେ ଉପାଦେୟ ଲେଖାଟିଏ ପ୍ରକାଶ କରିଥିଲେ ତାହା ଏ ପରିପେକ୍ଷୀରେ ପଠନୀୟ । ବେଶ ମାର୍ମିକ ଲେଖାଟିଏା
ବର୍ତ୍ତମାନ ପ୍ରାପ୍ତ ବିଭିନ୍ନ ଶିଳାଲେଖ, ମନ୍ଦିର ଗାତ୍ରର ଅଭିଲେଖ ଓ ତାମ୍ରପତ୍ର ଲେଖମାନଙ୍କରୁ ଜଣାଯାଏ ଯେ ସାଂପ୍ରତିକ ଓଡି଼ଆ ଲିପିର ବିକାଶ ସମଗ୍ର କୋଶଲୋତ୍କଳ-କଳିଙ୍ଗରେ ଏକ କାଳୀନ ହୋଇଥିଲା ଓ ଦେବନାଗରୀର ପରିବର୍ତ୍ତିତ ରୂପ ମାତ୍ର ହୋଇଥିବାରୁ ଏହା ପଶ୍ଚିମ ଦିଗରୁ କୋଶଳ ଖଣ୍ଡ ଦେଇ ହିଁ ଯାଇଥିବାର ପରିକଳ୍ପନା ଅମୂଳକ ନୁହେଁ ।
ଗ୍ରିଅରସନଙ୍କ “The Maithili and Bengali alphabets are derived from Bhuler’s proto Bengali. The Oriya alphabets on the contrary derived from Nagari and probably reached Orissa directly from the West (Indian Antiquary Supplement-1932)” ଏ ମତର ଗୁରୁତ୍ୱ କୌଣସି ମତେ ନ୍ୟୁନ କରାଯାଇ ନ ପାରେ । ସ୍ୱର୍ଗୀୟ ପଣ୍ଡିତ ଗୋପୀନାଥ ନନ୍ଦ ମଧ୍ୟ ତାଙ୍କ ‘ଓଡି଼ଆ ଭାଷା ତତ୍ତ୍ୱ’ ଗ୍ରନ୍ଥରେ ଏହି ମତର ହିଁ ସମର୍ଥନ କରିଛନ୍ତି । ଓଡି଼ଶାର ପ୍ରତ୍ନଲିପିବିଦ୍ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ଏ ପ୍ରକାର ସହମତ ସହ ଲେଖିଛନ୍ତି । ତେବେ ମୋଟା ମୋଟି ଭାବରେ କହିବାକୁ ଗଲେ ଖ୍ରୀଷ୍ଟୀୟ ଦଶମ ଏବଂ ଏକାଦଶ ଶତାବ୍ଦୀରେ ଏ ଦେଶରେ ଯେଉଁ ଉତ୍ତର ଭାରତୀୟ ଲିପି ଅନୁରୂପ ଅକ୍ଷର ପ୍ରଚଳନ ଥିଲା, ତହିଁରୁ ଆଧୁନିକ ଓଡି଼ଆ ବର୍ଣ୍ଣମାଳାର ଅଧିକାଂଶ ସୃଷ୍ଟି ହୋଇଛି ବୋଲି ଗ୍ରହଣ କରାଯାଇଛି । (ଓଡି଼ଆ ଲିପିର କ୍ରମବିକାଶ, ଓଡି଼ଆ ସାହିତ୍ୟ ଏକାଡ଼େମୀ, ୧୯୬୦ ପୃ.୨୨)

ନିମ୍ନ ଉଦ୍ଧୃତି ମଧ୍ୟ ପ୍ରକାରାନ୍ତରେ ବା ବ୍ୟାପକ ଦୃଷ୍ଟିକୋଣରୁ ଏହି ତଥ୍ୟକୁ ହିଁ ସମର୍ଥନ କରୁଛି । ଯଥା: “It may be suggested that civilization progressed through the course of this river (Mahanadi) to the Coastal regions of Orissa from the far away hinter land of Madhya Bharat” (The Cult of Jagannath, K. C. Mishra, M. A. D. Phil. (cal) Revenshaw College Cuttack, Page 23) ପୂର୍ବେ ଉତ୍ତର ଭାରତରେ ସମସ୍ତ ଲେଖା ଭୂର୍ଜ ପତ୍ରରେ ମସୀ ଲେଖନୀ ଦ୍ୱାରା ଲେଖା ହେଉଥିଲା । ଏହା ହିମାଳୟରୁ ପ୍ରାପ୍ତ ହେଉଥିଲା । ଦୂର ମଧ୍ୟ ବା ଉପକୂଳ ପ୍ରଦେଶ ମାନଙ୍କରେ ତାହା ଅପ୍ରାପ୍ୟ ହେବାରୁ ସୁଲଭ ତାଳ ପତ୍ରରେ ଲୌହ ଲେଖନୀ ଦ୍ୱାରା ଅକ୍ଷର ଖୋଲା ହୋଇ କାର୍ଯ୍ୟ ସଂପାଦନ କରା ହେଲା । ଅନୁପ୍ରସ୍ଥ ବା ବାମ ଦକ୍ଷିଣ ଗାର ଦ୍ୱାରା ପତ୍ର ଚିରି ଯାଉଥିବାରୁ ଶୀର୍ଷସ୍ଥ ରେଖା ଓ ମାତ୍ରା ଆଦିକୁ ବକ୍ର ବା ବୃତ୍ତାକୃତି କରିବାକୁ ହେଲା । ପ୍ରତ୍ୟେକ ଅକ୍ଷର ର ଲେଖା କେଉଁଠାରୁ ଆରମ୍ଭ କରାଯାଏ, କେତେ ଲେଖି ଲେଖନୀ ଉଠାଇ ଆଉ କେଉଁ ଠାରୁ ଆରମ୍ଭ କରାଯାଏ ଓ ଏପରି କେତେଥର ରେ ବର୍ଣ୍ଣ ପୁରା କରାଯାଏ, ତାହା ବିଚାର୍ଯ୍ୟ । ଏକ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ଲେଖନୀ ନେବା ପାଇଁ ବାରମ୍ବାର ନ ଉଠାଇ ଲେଖନୀକୁ ଘୋଷାରି ନେଲେ ଦୁଇବିନ୍ଦୁ ମଧ୍ୟରେ ଗାର ପଡି଼ଯାଏ ଓ କ୍ରମେ ଏହି ଗାର ବର୍ଣ୍ଣର ଅଙ୍ଗ ହୋଇଯାଏ । ତାଳପତ୍ରରେ ବର୍ଣ୍ଣର ଖୋଦନ ପାଇଁ ଯଥେଷ୍ଟ ଚାପ ଦରକାର ହେଉଥିବାରୁ ଏପରି ହେବା ସ୍ୱାଭାବିକ । ଭୂର୍ଜ ପତ୍ରରେ ଲେଖାଯାଇଥିବା ଦେବ ନାଗରୀ ବର୍ଣ୍ଣ ଯେଉଁଠାରୁ ଆରମ୍ଭ କରାଯାଏ, ତାଳପତ୍ର ଲେଖନ ରେ ଲେଖନୀ ନ ଅଟକିବା ପାଇଁ ଅନ୍ୟ ସ୍ଥାନରୁ ଆରମ୍ଭ କରାଯାଏ । ଏପରି ଲେଖନୀ ବୁଲା ରେ ବର୍ଣ୍ଣର ଆକୃତି ପରିବର୍ତ୍ତିତ ହୋଇଯାଏ । ଏଣୁ ଓଡି଼ଆ ଲିପି ଦେବନାଗରୀରୁ ପ୍ରାରମ୍ଭ ହୋଇ ବିକାଶ କାଳରେ ହୁଏତ ଅନେକ ପ୍ରଭାବରେ ପ୍ରଭାବିତ ହୋଇ ଥାଇପାରେ, କିନ୍ତୁ ଅବଚେତନ ସ୍ଥିତ ଗଭୀର ସଂସ୍କାରର ଅଜ୍ଞାତସାର ପ୍ରରଣାରେ ଶେଷରେ ନିଜତ୍ତ୍ୱକୁ ଫେରି ଆସିଛି । ସକାଳେ ବାଟ ହୁଡି଼ଲା ଲୋକ ସନ୍ଧ୍ୟାକୁ ଘରକୁ ଫେରି ଆସିଲେ ତାକୁ ବାଟହୁଡ଼ା କୁହାଯାଏ ନାହିଁ । ଏ ଲେଖକ ଦ୍ୱାରା ପ୍ରଦର୍ଶିତ ଏକ ‘ବିବରଣ ପଟ୍ଟ’ରେ ଦେବନାଗରୀର ଲେଖନ ସାମଗ୍ରୀ ଓ ଲେଖନ କ୍ରମ ପରିବର୍ତ୍ତନ ଯୋଗୁଁ କିପରି ରୂପ ପରିବର୍ତ୍ତନ କରିଛି, ତାର ଗୋଟିଏ ସଂକ୍ଷିପ୍ତ କ୍ରମ ଦର୍ଶାଇ ଦିଆଯାଇଛି । ଡ: ଖଗେଶ୍ୱର ମହାପାତ୍ର ତାଙ୍କ ଓଡି଼ଆ ଲିପି ଓ ଭାଷା, ପୁସ୍ତକରେ ଲିପିର ବିପାଟନ ବିବିଧ ପାଟନ (vivisection) କରିଛନ୍ତି, ତାହା ତାଙ୍କ ବଦ୍ୱତ୍ତା ଓ ପରିଶ୍ରମର ନିଦର୍ଶନ ଓ ପ୍ରଶଂସ୍ୟ ଅଟେ । ଏ ଦୂର୍ବଳ ବ୍ୟକ୍ତି ଏହି କାର୍ତ୍ତିକେୟ ପରିକ୍ରମା କରି ନ ପାରି ଗଣେଶ ପରିକ୍ରମା ରୁ ଯାହା ପାଇଛି ତାହାକୁ ପଟ୍ଟ ବା ଚାର୍ଟରେ ଲେଖାଇ ରଖିଛି ।
ଉପରିସ୍ଥ ସମସ୍ତ ଉପସ୍ଥାପନାକୁ ଦୃଷ୍ଟିରେ ରଖି ବିଚାର କଲେ, କୁଟିଳ ବ୍ରାହ୍ମୀ ରୁ ଉଦ୍ଭୁତ ଦେବନାଗରୀର ବିବର୍ତ୍ତିତ ରୂପ ବର୍ତ୍ତୁଳ ଶୀର୍ଷକ ଓଡି଼ଆ ଲିପିର ଉଦ୍ଭବ ଓ ବିକାଶରେ ଏହି କୋଶଲ ପ୍ରଦେଶର ମଧ୍ୟ ସମ ଅଂଶ ଓ ଅଧିକାର ଅଛି ଓ ଏହାକୁ ଉପକୂଳ ପ୍ରଦେଶର ଅବଦାନ କହିବା ଉଚିତ୍ ନୁହେଁ । ଏହା କୋଶଳର ମଧ୍ୟ ନିଜସ୍ୱ । ଏହି ଦୃଷ୍ଟିରୁ ଏହାକୁ ବରଂ କୋଶଲୋଡ୍ରୀ କହିବା ଅଧିକ ଯୁକ୍ତି ସଂଗତ ହେବ । ଡ. ବିଶୀ ମଧ୍ୟ ତାଙ୍କ ଲେଖାରେ ଏ ମତ ହିଁ ଦେଇଛନ୍ତି । ଆକୃତି ପରକ ବା ବିବର୍ତ୍ତିତ ରୂପ ଭାବେ ଏହାକୁ ‘ବର୍ତ୍ତୁଳ ଦେବନାଗରୀ’ କହିବା ମଧ୍ୟ ପୂର୍ଣ୍ଣ ଯୁକ୍ତି ସଂଗତ ହେବ ।

Preparing For End of Life(Death)

0

In the Mahabharata, a powerful sprit named Yaksa asks the oldest and wisest of Pandava, Yudhishthira, what is the greatest of all mysteries. The answer given resounds across the millennia: “Everyday countless people die, and yet those who remain live as if they are immortals”.
In our mind, we all know that one day we are all going to die. But we do not want to think about it, talk about it or have anything to do with it, let alone plan for it. But people, young and old die every day, everywhere.There is no escape from death, no matter who we are, how good our health is, or how rich or poor we are, or what good health care we can get.
Most people want a good death. But what is good death? Some people would say there is no such thing as a “good death”, and all deaths are unwanted and unwelcome. Deaths of children and young adults are never welcome. But what if you are and sick and no longer able to care for yourself? What if you become demented and no longer recognized your loved ones? What if you have an incurable and painful disease that has progressed to such an extent that you wish to die?
There is no definition of “good death “says Dr Nuland in his classic book “How We Die” (Alfred A. Knopf.1993). He continues: “The classic image of “good death “and “death with dignity” is a mirage for most dying people. The idea must be discarded. Death rarely acts according to our plan or even to our expectations. For most of us, death will be messy. For too many of us, the manner of death will prove to be beyond our control and no knowledge or wisdom can change that.”
In olden days, treatments options were limited and most people died at home surrounded by their loved ones. Now advanced medicine is full of treatments (respirators, dialysis, defibrillators, chemotherapy, and feeding tubes, to name a few) that postpone death and prolong misery without restoring health.
How can you reasonably be prepared for your death?
1- Think of your death as a rite of passage like-birth, infancy, youth, adulthood, old age, and disability. Those who think about their aging, disability, death, often live better lives and experience better deaths than those who do not. They shape lives of meaning, joy and comfort even as their bodies decline. If you accept the reality and plan for it rather than fight it, your final passage will be easier.
2-Discuss your end- of- life wishes with your family, friends and physicians. Do you want to die in your own home or in a hospital’s intensive care unit (ICU)? Do you want CPR (cardio pulmonary resuscitation), breathing machines (respirators), kidney dialysis, tube feeding or not? If you suffer from pain, do you want enough pain medicine to keep you comfortable and may be less alert or you want to bear some pain but stay alert?
3- Know the trajectory of your illness. Modern healthcare is designed to help people stay alive and most patients also want that when they are sick and scared. If you face a frightening diagnosis, ask your doctor about the treatment plan, the cost, the likelihood of its success and how long you might live. Keep in mind that such predictions are unreliable and most doctors tend to overestimate the benefits of a treatment plan. Prediction of how well a particular treatment will work or not work is not an exact science. Medical prognosis is notoriously difficult. It is usually based on medical studies of a large or small patient population which may not be applicable to you. Each patient is different. Based on your doctor’s answers you may shift the emphasis from treatment to comfort care (hospice care). Do not be afraid of hospice. It will not make you die sooner, but you are more likely to die well. Studies have shown that terminal patients under hospice care live few months longer than those who receive aggressive treatments.
4- No matter the age, disease or disability, live the life you want to as much as you can. Visit friends and family, especially grandchildren or have them visit you. Socialize any way you can. Eat the food you want, travel the places you can and see the shows you want to .Exercise- walk, bicycle, swim, garden, help in the household chores and stay engaged as much as you can. Exercise keeps your body stronger and mind more alert.Do not give off on life even if death may be near.
5- Execute a health-care proxy and designate an individual you trust to make healthcare decisions on your behalf in case you became incapacitated. Many times family members do not agree on the course of treatments for their loved ones and that leads to indecision. A person with legal health care proxy will have the final say in the matter and his/her decision will be legally binding on the doctors and the hospital.
6-Execute a Living- Will or Advance Healthcare Directive, stating your end-of life wishes like home or hospital death, CPR or no CPR, organ donation and funeral wishes. It is important to let your wishes known to your family members and the treating doctors. If you are old or suffering from some terminal illness, execute the health-care proxy and the living will as soon as possible.
7- Saying good-byes.
Make peace within yourself and with your family. Ask and extend forgiveness. It will give you peace of mind. Why die as an angry old man or woman?
Conclusion
“Death is certain for the born, and birth is certain for the dead”, says the Bhagavad Gita. ‘A time to be born and a time to die’ says the Bible. We influence our lives, but we do not control them, and the same goes for how they end. No matter how strong we are or how brave we are, or how religious we are, dying will represent the ultimate loss of control. We cannot hope to fully predict death, just as we cannot hope to fully predict life. But we do not have to be a passive victim. We can shape our life to some extent (not always) all the way to the end-as long as we plan for it. The best way to achieve a peaceful death is by planning ahead and enlisting the help of loved ones.

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (9)

0

ପ୍ରବଞନା
ସର୍ବତ୍ର କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀରେ ମଧ୍ୟ ଭାଷା ସଚେତନତାର ଉଦ୍ରେକ ହେଇଥିବାରୁ ଭାଷା କ୍ଷେତ୍ରରେ ନିଜସ୍ୱ ସ୍ୱରୂପ ଥିବା କୌଣସି ବିସ୍ତୃତ କ୍ଷେତ୍ର ନିଷ୍କ୍ରିୟ ରହି ନ ପାରେ । କୋଶଳ ପ୍ରାୟଃ ଏକ କୋଟି ଜନ ବସତିର ଗୋଟିଏ ବିଶାଳ ପ୍ରଦେଶ ହୋଇଥିବାରୁ ସେଠାରେ ମଧ୍ୟ ହଲଚଲ ପ୍ରକାଶ ପାଉଛି । ଏଥିରେ ଉପକୂଳ ଅଂଚଳରେ ପ୍ରତିକୂଳ ପ୍ରତିକ୍ରିୟା ହେଉଥିବା କଥା ପୂର୍ବେ କୁହା ଯାଇଛି । ଏଥିରେ ବିବ୍ରତ ହୋଇ ବୋଧହୁଏ ଓଡ଼ିଶା ସାହିତ୍ୟ ଏକାଡେମୀ, ପ୍ରତ୍ନଲିପି ବିଶାରଦଶ୍ରୀ ସତ୍ୟନାରାୟଣ ରାଜଗରୁଙ୍କ ଦ୍ୱାରା ଲେଖାଇ ‘ଓଡି଼ଆ ଭାଷାର ଉପଭାଷା’ ନାମରେ ଗୋଟିଏ ପୁସ୍ତକ ୧୯୮୨ରେ ପ୍ରକାଶ କରିଛନ୍ତି । ଏଥିରେ ପଶ୍ଚିମ ଓଡ଼ିଶାର ଉପଭାଷା ସମ୍ବଲପୁରୀ ଭାଷା ଶୀର୍ଷକରେ ଯାହା ଚର୍ଚ୍ଚା କରା ଯାଇଛି ଓ ଯେନ ତେନ ପ୍ରକାରେଣ ଏହାକୁ ଓଡ୍ର ପ୍ରାକୃତ ବା ତଜ୍ଜାତ ଭାଷା ବୋଲି ଯେମିତି ଅନାବଶ୍ୟକ ଜୋର ଦିଆ ଯାଇଛି, ସେଥିରୁ ଭାତହାଣ୍ଡିରୁ ଚାଉଳ ଚିପିଲା ପରି ଦୁଇ ତିନିଟି ବିଷୟ ଦେଖାଯାଉ ।
ଲରିଆ ଏହି ପୁସ୍ତକର ୧୦୨ ପୃଷ୍ଠାରେ ଲେଖାଅଛି ଯେ, “ସେମାନଙ୍କ (ଚେଦି ହୈହୟ ସୈନ୍ୟ) ସାହଚର୍ଯ୍ୟ ହେତୁ କେତେକ ଉଡ୍ର ବ୍ୟବସାୟୀ ମଧ୍ୟ ଭାରତରେ ବାଣିଜ୍ୟ ବ୍ୟବସାୟ କରି ହିନ୍ଦୀ ମିଶ୍ରିତ ଉଡ୍ର ଭାଷା ବ୍ୟବହାର କରିବାକୁ ଲାଗିଲେ, ସେମାନେ ଲରିଆ ନାମରେ ପରିଚିତ ହୁଅନ୍ତି” ଏହା ସଙ୍ଗେ ଓଡି଼ଶା ରାଜ୍ୟର ପଶ୍ଚିମାଂଚଳ ଅପେକ୍ଷା ମଧ୍ୟ ପ୍ରଦେଶ ପୂର୍ବାଂଚଳ କ୍ଷେତ୍ରରେ ସେମାନେ ବିପୁଳ ସଂଖ୍ୟାରେ ବାସ କରୁଥିବା ମଧ୍ୟ କହନ୍ତି । ଏଥିରେ ପ୍ରତ୍ୟକ୍ଷ ଜ୍ଞାନର ଅଭାବ ପରିଲକ୍ଷିତ ହୁଏ ।
ଲରିଆ ଶବ୍ଦ ବାସ୍ତବରେ କୌଣସି ଗୋଷ୍ଠୀ କୁ ବୁଝାଏ ନାହିଁ, ଏହା ମୁଖ୍ୟତଃ ଛତୀଶଗଢୀ ଭାଷାର ପର୍ଯ୍ୟାୟ ରୂପେ ବ୍ୟବହୃତ ହୁଏ । ତଦନୁଯାୟୀ ଏ ଭାଷାଭାଷୀ ଲୋକେ ମଧ୍ୟ ଲରିଆ ବୋଲାଯାନ୍ତି ଓ ତାଙ୍କ କ୍ଷେତ୍ରକୁ ମଧ୍ୟ ‘ଲରିଆ ରାଏଜ୍’ ବୋଲାଯାଏ । ଏହା କୋଶଲ ପ୍ରଦେଶ ସୀମା ସଂଲଗ୍ନ ହୋଇଥିବାରୁ ବହୁ ସଂଖ୍ୟାରେ ଲରିଆ ଭାଷୀ ମାନେ ବ୍ୟୃତ୍ତର୍ଥ ଆସି ସ୍ଥାୟୀ ଭାବେ ବସବାସ କରନ୍ତି ।
ଗ୍ରିଅରସନଙ୍କ ସମେତ ବର୍ତ୍ତମାନର ମଧ୍ୟ କେତେକ ବିଦ୍ୱାନଙ୍କ ମତରେ ଲରିଆ ଛତୀଶଗଢୀ ର ହିଁ ପର୍ଯ୍ୟାୟ ବାଚକ ଅଟେ । ତେବେ ବର୍ତ୍ତମାନର ଆଂଚଳିକ ଭେଦଦୃଷ୍ଟିରେ ଅଧ୍ୟୟନ କରି ଗବେଷକ ମାନେ ଏ ଭାଷାକୁ ଛତୀଶଗଢୀର ଓଡି଼ଆ ମିଶ୍ରିତ ନିମ୍ନ ସ୍ତରର ଛତୀଶଗଢୀ ଭାବନ୍ତି । ନିମ୍ନ ଉଦ୍ଧୃତିରୁ ଏହା ସ୍ପଷ୍ଟ ହେବ :
पूर्बी छत्तिसगढी-लरिआ: सामान्य परिचय- “भ्रमबश हिन्दी के बैज्ञानिक अभीतक लरिया को छत्तीसगढी का समानार्थी मानते आये है । कर्नU बाबा rसमंबलपुर को ओडीशा तथा रायपुर-बिलासपुर आदि को लरिया क्षेत्र माानते है ।” ओर इस क्षेत्र कि बोलिओँ को भि क्रमश: ओडिआ तथा लरिआ कहा है। डष्ठा: भाU चन्द्र राब तैलंग ने माना है कि छत्तीसगढी ही पूर्ब को और लरिया कहलाती है । छत्तीसगढी की पूर्बी सीमा पर स्थित ओडिशा के संबलपुर जिले के पार्श्बबत्त्र्ती क्षेत्रो मे छत्तीसगढी का मिश्रित रूप प्रचलित है । उसे लरिया कहते है । स्बर्गीय लोचन प्रसाद पाण्डेय ने लिखा है “इस क्षेत्र के निबासी अपने पश्चिमस्थित छत्तीसगढप्रदेश को लरिया कहते है । बस्तुत: लरिया छत्तीसगढी का ओडिया मिश्रित रुप है ।” (डष्ठा: कान्ति कुमार, छत्तीसगढी भाषा ब्याकरण और कोष । पृष्ठ ६७)
ଏ ବିଷୟର ଅବବୋଧ ପାଇଁ ସଂକ୍ଷେପରେ ଏତିକି ହିଁ ଯଥେଷ୍ଟ ।
ଏହି ଲରିଆ ମାନଙ୍କୁ ଯେଉଁମାନେ ଉପକୂଳ ସହ ବେପାର କରୁଥିଲେ ସେମାନେ ଖାଉଡ ନାମରେ ଅଭିହିତ ହେଉଥିବା ଦର୍ଶାଇ ତାକୁ ଅଳୀକ କଳ୍ପନା ପ୍ରସୂତ ‘ଖା-ଉଡ୍ର’ ଭାବେ ଅର୍ଥହୀନ ବିଶ୍ଳେଷଣ କରି ଧରିମାରି ଓଡି଼ଆ ସିଦ୍ଧ କରିବାର ଯେଉଁ ପ୍ରୟାସ କରିଛନ୍ତି ତାହା ମଧ୍ୟ ବିଚାର୍ଯ୍ୟ । ପୂର୍ବ କାଳରେ କୋଶଳର ଲୋକେ ବଳଦପିଠିରେ ଲଦନ ଲଦି ଉପକୂଳ ସହ ବ୍ୟାପାର କରୁଥିଲେ । ଦୈନିକ ଜୀବନର ନିତାନ୍ତ ଆବଶ୍ୟକ ଲୁଣ ହିଁ ଏକମାତ୍ର ମୁଖ୍ୟ ବାଣିଜ୍ୟ ଦ୍ରବ୍ୟଥିଲା । ଉତ୍ତର ପଟର ଲୋକେ ଓଡି଼ଶାକୁ ଓ ଦକ୍ଷିଣ ପଟର ଲୋକେ କଳିଙ୍ଗ (ପାର୍ବତୀପୁର)କୁ ଲୁଣ ଆଣିବା ପାଇଁ ବଳଦ ଦଳ ଧରି ଯାଉଥିଲେ ।
ଭକ୍ଷା ଭଦ୍ରେ ବଳୀବର୍ଦ୍ଧେ (ଅମରକୋଷ) ସଂ-ଭକ୍ଷା-ପ୍ରାଂ-ଉକ୍ଖା ‘ଆଲ୍ଲିଲ୍ଲୋଲ ବନ୍ତେ ନ୍ତା ମତୁପଃ’ (ପ୍ରାଂ ପ୍ରଂ ୪-୨୫) ଆଲୁ, ଇଲୁ ଉଲ୍ଲ୍, ଆଲ୍, ବନ୍ତ, ଇନ୍ତ ଇତ୍ୟେତା ଆଦେଶାଃ ମତୁପଃ ସ୍ଥାନେ ଭବନ୍ତି । ତଦ୍ ଅସ୍ୟ, ଅସ୍ତି, ଅସ୍ମିନ ବା ଇତି ମତୁପାର୍ଥାଃ । (ତଟô୍ଟୀକାୟାଂ ଭାମହଃ) ତେଣୁ, ଉକ୍ଖା+ଆଲ>ଉକ୍ଖାଲ>ଉଖାଲ>ଉଖାଡ ତଦ୍ବତ – ଉକ୍ଖା+ଆଳୁ>ଉକ୍ଖାଳୁ>ଉଖାଲୁ>ଉଖାଡୁ । ଏହି ଦୁଇଟି ଶବ୍ଦରୁ ବାହୁଲ୍ୟକାତ୍ ଖାଉଡ଼, ଖୁଆଡ଼, ଖାଡୁ ଆଦି ଶବ୍ଦ ନିଷ୍ପନ୍ନ ହୁଏ । ଏହା ବସ୍ତବରେ ବଳଦଦଳର ସ୍ୱାମୀକୁ ବୁଝାଉଥିଲେ ହେଁ, ଲାକ୍ଷଣିକ ରୂଢ଼ୀ ଯୋଗୁଁ ଲଦା ବ୍ୟାପାରରେ ଖଟା ଯାଉଥିବା ବଳଦସମୂହକୁ ବୁଝାଏ । ଖାଡୁ ଲଦୁଛନ, ଖାଡୁ ଲମାଲେନେ (ଲମ୍ବାଇବା-ଯାତ୍ରାରମ୍ଭ କରିବା) ଖାଡୁ ଢ଼ିଲିବା, ଖାଡୁ ଉତରାବା,ଖାଡୁଢ଼ିଲା ଠାନ (ପଡ଼ଉ) ଆଦି ପ୍ରୟୋଗରୁ ଏହା ସ୍ପଷ୍ଟ । ଏହି ଖାଉଡ଼ ଶବ୍ଦ କୋଶଳରୁ ଲଦଉ ମାନଙ୍କ ସହ ଯାଇ ଦଳ ବା ଗୋରୁ ପଲ ଅର୍ଥରେ ଓ ସ୍ୱର ବ୍ୟତ୍ୟୟ ଜନିତ ଖୁଆଡ଼ ଶବ୍ଦ ଗୋରୁ ଗୋଠ ଅର୍ଥରେ ବ୍ୟବହୃତ ହୁଏ । (ପୂ:ଚ:ଓ:ଭା:କୋଷ) ଖାଡି଼ବଳଦ, ଖାଡି଼ମୁଣି ଆଦି ମଧ୍ୟ ଏହାର ବିକୃତି ଅଟେ । (ସ୍ୱରାଣାଂ ସ୍ୱରାବହୁଲମ: ହେଂ) ଏହା ସଂସ୍କୃତରୁ ପ୍ରାକୃତ ହୋଇ ସିଧା ସଳଖ କୋଶଲୀକୁ ଆସିଛି । ଏହା କୋଶଲୀ ଭାଷାର ନିଜସ୍ୱ । ଏଣୁ ଖା ଉଡ୍ର (କୋଶଲୀ ଭାଷାକୁ) ଏ ଆଦେଶ ନିରର୍ଥକ ।
‘କିସମୁହିଁ ଲେଖିବି ବା କିସ ମୋର ଭାକା’ ପୃଷ୍ଟା ୧୩୦ ଟୀକାରେ ସେ ଲେଖିଛନ୍ତି ଭାକା ଶବ୍ଦଟି ଭେକରେ ପରିଣତ ହୋଇ ବୃତ୍ତି ବା ଉପାୟ ଅର୍ଥରେ ବ୍ୟବହୃତ ହୁଏ ।’ ଏହା ସଂମ୍ପୂର୍ଣ୍ଣ ପ୍ରମାଦିକ । କିସ କିମର୍ଥେ, (ପ୍ରା: ପ୍ର: ୯-୧) ସୂତ୍ର ଅନୁଯାୟୀ ଏହା ପ୍ରାକୃତ ଆଦେଶ ଅଟେ ଓ ବଙ୍ଗଲାରେ ବି ବ୍ୟବହୃତ ହୁଏ । ହିନ୍ଦୀରେ ବି ଳରଷ୍ଫରଙ୍ଗଙ୍ଖର ଶବ୍ଦର କାରକ ରୂପ ମାନଙ୍କରେ ରଲଳରଷ୍ଫଜ୍ଞର ଏକ ବଚନରେ ଓ ରଲଳରଷ୍ଫଙ୍ଖର ବହୁ ବଚନରେ ବ୍ୟବହୃତ ହୁଅନ୍ତି । କୋଶଲୀରେ କିସ ର ବ୍ୟବହାର ନାହିଁ ।
ଭାକା ଓ ଭେକ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଶବ୍ଦ । ଏହା ଭାଷା ଓ ଭେଷ, ସଂ, ବେଶ ଶବ୍ଦର ଶ ଠାରେ ଖ ଆଦେଶ କରି ଆଘୋଷୀ କରଣ ଦ୍ୱାରା ନିଷ୍ପନ୍ନ
हिं तन उजला मन साँवला बगुजे का सा भेख aग् मृषा न होई देवरिसि भाखा ।
उमा सो वचन हृदय ध्यारि राखा ।। (रा० च० भा०)
ଓଡି଼ଆରେ- ‘ଭେକଥିଲେ ଭିକ ମିଳେ’ ରୁ ଏହାମଧ୍ୟ ସ୍ପଷ୍ଟ । ବ୍ରଜଭାଖା, ଉତରୀଭାଖା ଆଦିରୁ ଓ କୋଶଲ ଅଂଚଳରେ ଉଚ୍ଚସ୍ୱରରେ ଅଯଥା ଗାଳି ଗୁଲଜ କରୁଥିଲେ ଶରବ୍ୟ ବ୍ୟକ୍ତି (ବିଶେଷତଃ ସ୍ତ୍ରୀ ଲୋକ) ବ୍ୟଙ୍ଗାର୍ଥରେ ‘ଭାକୁଛେ’ ବୋଲି କହିଥାନ୍ତି । ଦେବତା ଆବିଷ୍ଟ ବ୍ୟକ୍ତିର କଥନକୁ ମଧ୍ୟ ‘ଦେବ୍ତା ଭାକୁଛେ’ ଏପରି କହିଥାନ୍ତି । ଶବ୍ଦମାନଙ୍କ ବିଷୟରେ ଯେଉଁ କୋଶଲୀ ଉପରେ ଓଡି଼ଆ ଆଦେଶର ବିବରଣ ପୃଷ୍ଠା ୧୧୨ରେ ଦେଇ ଅଛନ୍ତି, ତାହା ମଧ୍ୟ ପ୍ରାମଦିକ । ବିସ୍ତାର ଭୟରେ ଏଠାରେ ମାତ୍ର ଗୋଟିଏ ଶବ୍ଦର ବିବରଣ ଦିଆ ହେଉଛି । ଚ ସ୍ଥାନରେ କ ଆଦେଶ କରି କୋଶଲୀ ଭାଷାରେ ଲୁଚିବା ସ୍ଥାନରେ ଲୁକ୍ବା ହୁଏ ବୋଲି ଯାହା କୁହା ଯାଇଛି, ତାହା ଅଭୂୟୋଦର୍ଶନରୁ ହେଉ ବା ସ୍ୱେଚ୍ଛାକୃତ ଅଭିସନ୍ଧି ମୂଳକ ହେଉ, ପ୍ରାମାଦିକ ହିଁ ଅଟେ ।
ନି+ ଲିଙ୍ ଧାତୁ ଲୁଚିବା ଅର୍ଥରେ ପ୍ରଯୁକ୍ତ ହୁଏ (ମାତୁର୍ନିଲୀୟତେ କୃଷ୍ଣଃ) ଅପଭ୍ରଂଶ ଭାଷାରେ ନି + ଲୀ ସ୍ଥାନରେ ଅନ୍ୟାନ୍ୟ ଆଦେଶ ସହ ଲୁକ୍ ମଧ୍ୟ ଗୋଟିଏ ଆଦେଶ ଯଥା: ‘ଓ ଗୋରୀ ମୂହ ଣିଜ୍ଜିଅଊ ବବ୍ଦଲି ଲୁକ୍କୁ ମିଅଂକୁ’-ଅଥବା ଜଈ ଜଡ୍ଡା ରୂସଇ ଚିତ୍ତା ହାସଇ, ଅରାଗୀ ପିଟ୍ଠି ଥାପ୍ପିଆ, କର ପାଆ ସଂଭରି କିଜ୍ଜେଭିତ୍ତରି, ଅପ୍ପା ଅପ୍ପି ଲୁକ୍କିଆ…..ଆଦି ଏହି ଧୁଆଁ ବାଣ ବାସ୍ତବତାର ପବନ ପ୍ରବାହିତ ହେଲେ ବିଦ୍ୱଦ୍ଜନ ଚକ୍ଷୁକୁ କେତେ କାଳ ଢ଼ାଙ୍କି ରଖିବ, ବିଚାର୍ଯ୍ୟ ।

“Learn as many languages as possible; it is good. But don’t leave mother tongue”

0

Yogesh Raj Kadasoley, Badugu speaker from Nilgiri region participated in the International Mother Languae Day at Bargarh and says, “We know cow’s milk gives energy. But Desi cow milk gives more energy. Anyhow, does they equal to Mother’s milk? Mother tongue is like one’s eye. You might see that those who learn in English medium doesn’t speak either their tongue or English without grammatical mistakes, when compared to those who learn in their own mother tongue, at least in initial stages. Thus you can understand the mother tongues important.
Learn as many languages as possible; it is good. But don’t leave mother tongue. Because even if you learn through other language you absorb the matter only through your mother tongue. So it is the mother tongue which teaches you basically.

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ (8)

0

ଯତ୍ର ମୁହ୍ୟନ୍ତି ସୂରୟଃ
(୧) “ଓଡି଼ଆ ଭାଷାତତ୍ତ୍ୱବିଦ୍ ମାନେ ସମ୍ବଲପୁରୀ ଭାଷାକୁ ଷ୍ଟାଣ୍ଡାର୍ଡ ଓଡି଼ଆ ଭାଷାର ଏକ ଉପଭାଷା ବୋଲି ନିର୍ଣ୍ଣୟ କରିଛନ୍ତି”
(୨) ବରଂ ମୂଳ ଓଡି଼ଆ ଭାଷାରୁ ପରିବର୍ତ୍ତିତ ବା କ୍ଷୟ ପ୍ରାପ୍ତ ତଦ୍ଭବ ଶବ୍ଦ ସମ୍ଭାର ରହିଛି’ । (ଶ୍ରୀ ପ୍ରମୋଦକୁମାର ପାଢ଼ୀ, ସପ୍ତର୍ଷି ମଇ ୧୯୮୨, ପୃଷ୍ଠା ୧୫)
ଏ ଭ୍ରାନ୍ତ ମତ ପ୍ରାୟଃ ସମସ୍ତ ଆଲୋଚକଙ୍କର । ଏ ଉଦ୍ଧୃତି ସଂକ୍ଷିପ୍ତ ସାର, ଅଥଚ ସ୍ପଷ୍ଟ ଥିବାରୁ ସର୍ବ ମତର ପ୍ରତିନିଧି ଭାବେ ଉପରେ ଦିଆଗଲା ।
ଗବେଷଣା ଶବ୍ଦର ଉତ୍ପତ୍ତି ଇତିହାସ ଓ ଅର୍ଥ ଯାହା ଥାଉ, ବର୍ତ୍ତମାନ ଏହା ଇଂଗ୍ଲିଶ Research ଶବ୍ଦର ପ୍ରତିଶବ୍ଦ ରୂପେ ପ୍ରାୟଃ ସବୁ ଭାରତୀୟ ଭାଷାମାନଙ୍କରେ ବ୍ୟବହୃତ ହେଉଛି । ଶବ୍ଦର ଗଠନ ରୁ ହିଁ ଅର୍ଥର ଦ୍ୟୋତନା ହେଉଛି, ଅର୍ଥାତ୍: Search, what has already been searched ଅର୍ଥାତ୍: ଉଦ୍ଦିଷ୍ଟ ବିଷୟର ପୂର୍ବରୁ ଯେତେ ଆଲୋଚନା ହୋଇଥାଉ ପଛେ ନୂତନ ଭାବରେ ତାର ଆଲୋଚନା କରିବା । ପୂର୍ବସୂରୀମାନଙ୍କ ଗବେଷଣା ଲବ୍ଧ ସଂନ୍ଦର୍ଭ ମାନତ ନିଶ୍ଚୟ ଅଧ୍ୟେତବ୍ୟ, ତେବେ ସେମାନଙ୍କ କାର୍ଯ୍ୟପନ୍ଥା ଯୁକ୍ତିତର୍କ ବା ସିଦ୍ଧାନ୍ତ କୁ ଆଧାର ରୂପରେ ଧରି ନ ନେଇ ସମ୍ପୂର୍ଣ୍ଣ ସ୍ୱାଧୀନ ଓ ନିରପେକ୍ଷ ଭାବେ ମୂଳରୁ ଅନୁସନ୍ଧାନ କରିବା ଓ ସ୍ୱାଧୀନ ଭାବେ ସିଦ୍ଧାନ୍ତ ଗ୍ରହଣ କରିବା ହିଁ ଏ ଶବ୍ଦର ଆରୋପିତ ବା ପରିଭାଷିତ ଅର୍ଥ । ଚର୍ବିତ ଚର୍ବଣର ପୁନରୁଦ୍ଗୀରଣ ଗବେଷଣା ନୁହେଁ ।
ଏହି ପରିପ୍ରେକ୍ଷୀରେ ଗତାନୁଗତିକ ଗୋଟିଏ ଭ୍ରମ ବଶତଃ ସମ୍ବଲପୁରୀ ନାମରେ କଥିତ ଏହି କୋଶଲୀ ଭାଷାର ଅଦ୍ୟାବଧି ଯାହା ବା ଗବେଷଣା ହୋଇଛି ତାହା – “ଏହା ଓଡିଆ ଭାଷାର ଉପଭାଷା’ ଏହାକୁ ହିଁ ଧରିନେଇ ହୋଇଛି । ଅତଏବ : ଅତି ସଂକୀର୍ଣ୍ଣ ବିଚାର ପରିସର ମଧ୍ୟରେ ଅନ୍ୟାନ୍ୟ ସ୍ୱାଧୀନ ଦୃଷ୍ଟି କୋଣରୁ ଏହାର ପରୀକ୍ଷା ନିରୀକ୍ଷା କରାଯାଇ ପାରିନାହିଁ । ଫଳତଃ ‘ଯାବଦ୍ ବିନିଗମନା ବା ସିଦ୍ଧାନ୍ତ, ପ୍ରାରମ୍ଭ ରେ ହିଁ ଶେଷ ହୋଇ ଯାଇଛି । ରଜା ହରିଶ୍ଚନ୍ଦ୍ର ଚାଣ୍ଡାଳଠାରେ ନିଜକୁ ବିକ୍ରୟ କରି, ଚାଣ୍ଡାଳ ବେଶରେ ଶ୍ମଶାନରେ ରହି ଚାଣ୍ଡାଳ ବୋଲାଇଲା ପରି କୋଶଲୀ ଭାଷା ଓଡି଼ଆ ଠାରେ ଆତ୍ମସମର୍ପଣ କରି, ଓଡି଼ଶା ରାଜ୍ୟାନ୍ତର୍ଗତ ରହି ଓଡି଼ଆର ଉପଭାଷା ବୋଲାଇବାରେ ଆଶ୍ଚର୍ଯ୍ୟ କଣ? ତେବେ ସଂପ୍ରତି କୋଶଳ ପ୍ରଦେଶରେ ଯେପରି ଏ ବିଷୟର ବିଚାର ଆଲୋଚନା ଚାଲିଛି, ତାହା ଯେଉଁ ନାମରେ ବା ଯେଉଁ ରୂପରେ ବି ହେଉ, ସେଥିରୁ ଏ ଭ୍ରମ ଧାରଣା ଯେ କ୍ରମେ ଶିଥିଳ ହୋଇ ଆସୁଛି, ଏହା ସ୍ପଷ୍ଟ ।
ଏଠାରେ ପୂର୍ବ ଲେଖକମାନଙ୍କ ଦ୍ୱାରା ଓଡି଼ଆର ପରିଭ୍ରଷ୍ଟ ରୂପ ହୋଲାଉଥିବା ଦୁଇ ଚାରିଟି ଶବ୍ଦକୁ ସଙ୍କେତ ମାତ୍ର ରୂପେ ବିଚାର କରା ଯାଉଛି ।
(୧) ଓଡ଼ଆ-ବାପୁଡ଼ା : କୋଶଲୀ-ବୁପରା
ଏହା ସଂସ୍କୃତ ସାଧ୍ୟ ପଦବପ୍ତୃରୁ ପ୍ରାକୃତ ନିୟମରେ ସ୍ୱର୍ଥେ ଡ. ପ୍ରତ୍ୟୟ ଯୁକ୍ତ ହୋଇ ହୀନତା ବୋଧକ ଭାବେ ପ୍ରଯୁକ୍ତ ହୋଇ ଆସୁଛି । ପ୍ରାକୃତ ରୂପ “ବପ୍ପୁଡ଼ା” ଯଥା
ତୁହ ନାହି ସହି ଅପ୍ପଣା, ପରିତେଜ୍ଜି ଦୁଜ୍ଜଣ ଥପ୍ପଣା, ବଅସନ୍ତ କେଅଇ ସଂପୁଡା ଣହୁଏ ବିଆଦିଅ ବପ୍ପୁଡା (ପ୍ରାଂ ପୈ ୨-୯୭)
(୨) ଓଡି଼ଆ – କୋଇଲି : କୋଶଲୀ – କୋଏଲି କୋଇଲ, କୁଇଲ-କୁଇଲି (ଅଂଚଳ ଭେଦରେ) (ଇ ଓ ଉ ର ସବଳ ଉଚ୍ଚାରଣ ଏ ତଥା ଓ ଅଟେ) ହିନ୍ଦୀ ଖଡି଼ବୋଲି-କୋୟଲ । କଥିତ ଓ ପ୍ରାଚୀନ-କୋଇଲ ଯଥା- “କୁହୁ କୁହୁ ବୋଲେ କୋଇଲିଆ ଅମବାକେ ଡାର, ପିଅ ନହିଁ ଐଲା” (ଲୋକଗୀତ) । ପ୍ରାକୃତରେ କୋଇଲ, କୁଇଲ ଉଭୟ ରୂପେ ବ୍ୟବହୃତ । ଯଥା:
ବହଇ ଜଳଖିଣ ମାରୁଅ ସୀଅଲ ରବଇ ପଂଚମ କୋମଲ କୋଇଲ (ପ୍ରାଂ ପୈଂ ୨- ୧୫୦)
ଝଙ୍କାର ପଲଇ ବଣ ରବଇ କୁଇଲ ଗଣ ବିରହିଅ ହିଅ ହୁଅ ଦର ବିର ସୁସ (ପ୍ରାଂ ପୈଂ ୨- ୨୧୩)
ଏଥିରେ କୋଶଲୀ ଭାଷାକୁ ଭ୍ରଷ୍ଟ ଓଡି଼ଆ କହିବାର ତାତ୍ପର୍ଯ୍ୟ ଓ କାରଣ କିଛିନାହିଁ ।
(୩) ଓଡି଼ଆ – କଲରା : କୋଶଲୀ – କରଲା
ଏହା ବଦ୍ୱଦ୍ବିମୋହର ଗୋଟିଏ ପ୍ରକୃଷ୍ଟ ଉଦାହରଣ ଅଟେ । ଏହାକୁ ଓଡି଼ଆରୁ ବର୍ଣ୍ଣବ୍ୟତ୍ୟୟ ହୋଇ କୋଶଲୀ ହୋଇ ଥିବା କୁହାଯାଏ (ଡ଼.କୁ.ବି.ତ୍ରି.) ସଂ-କାରବେଲ୍ଲ>ପ୍ରାଂ-କାରଏଲ୍ଲ>କାରେଲ୍ଲ>କାରେଲା । ହି-କରେଲା, ସରଳୀକୃତ କୋଶଲୀ-କରଲା । ତତ୍ପର ବିକାଶ ଓଡି଼ଆରେ ବର୍ଣ୍ଣ ବ୍ୟତ୍ୟୟ ହୋଇ ‘କଲରା’ ବଙ୍ଗଳାରେ ବି କରଲା କହନ୍ତି । ଅନ୍ୟ ଉଦାହରଣ ହେଉଛି- ସଂ- ଆଢକୀ ହିଂ- ଅରହର, ରହର, କୋଶଲୀ-ରହଡ଼ (ଉଚ୍ଚାରିତ-ରାହୈଲ) ବର୍ଣ୍ଣ ବ୍ୟତ୍ୟୟରେ ଓଡି଼ଆ-ହରଡ଼ ।
(୪) ତୁବି ଅଦର୍ଶନେ ଧାତୁ ଜାତ ତୋପ ବା କ୍ରିୟାବର୍ଣ୍ଣ ବ୍ୟତ୍ୟୟରେ ପୋତିବା ଆଦି ।
ଏବେ ଦେଶଜ ବୋଲାଉଥିବା କେତେଟା ଶବ୍ଦ ଦେଖାଯାଉ
(କ) ଉଇଲ-ଉଲି । ଉଲ୍ ଦାହେ,-କଞ୍ଚା ଖାଇଲେ ମୁଖ ପୋଡ଼େ । (ଖ) ଉରକୁଲା- ଉରଃକୁଟ । ଆବର୍ଜନା ଗଦା, ଚାରି ଆଡ଼ରୁ ଆବର୍ଜନା ଗଦାଇବା ଯୋଗୁଁ ଉରୋଜବତ୍ ଆକୃତି ବିଶିଷ୍ଟ ହୋଇ ‘ସ୍ତନ ଇବ ଭୁବଃ’ ଉଚ୍ଚ ହେଉଥିବାରୁ ଏ ନାମ ପଡି଼ଛି । (ଗ) ଅଖଲା- ପ୍ରକ୍ଷାଲିତ ରୁ ଉଖ୍ଲା । (ଘ) ଅକ୍ତା- ଅକ୍ଷତ । (ଙ) ଆଁଠି- ସଂ=ଅସ୍ଥି>ପ୍ରାଂ : ଅଟ୍ଠୀ । (ଚ) ଉର୍ଘା- ଉରୋଘାତ । (ଛ) ଅଛାଁଡ୍- ଅକ୍ଷ୍ ସ୍ୱାର୍ଥେ ଡ, ଆଦି ସବୁ ଶବ୍ଦ ସଂସ୍କୃତ, ପ୍ରାକୃତରୁ ଆଗତ ଓ ସ୍ୱତନ୍ତ୍ର ।
ଏପରି ନିତାନ୍ତ ଗ୍ରାମୀଣ ନିରକ୍ଷର ଲୋକେ ଶତାବ୍ଦୀ ଶତାବ୍ଦୀ ଧରି ବ୍ୟବହାର କରୁଥିବା ଚାଷୀମୂଲିଆଙ୍କ ବ୍ୟବହୃତ ଶବ୍ଦ, ଗୃହ ଓ ଗୃହୋପକରଣ ବାଚକ ଶବ୍ଦ, ମାଳୀ ବାଡିରେ ପ୍ରଯୁକ୍ତ ଶବ୍ଦ, ମାଟିପାତ୍ର ଓ ବାଉଁଶ ନିର୍ମିତ ଉପକରଣ ମାନଙ୍କ ନାମ ଆଦି ହଜାର ହଜାର ଶବ୍ଦ ଉପନ୍ୟସ୍ତ କରାଯାଇ ପାରେ ।
ଏବେ ଶବ୍ଦ ବ୍ୟୁତ୍ପତ୍ତିରେ କୋଶଲୀର କଳ୍ପନା ପ୍ରବଣତା ଓ ସୂକ୍ଷ୍ମ ନିରୀକ୍ଷଣ ର ମାତ୍ର ୪ଟି ଦୃଷ୍ଟାନ୍ତ ଉଲ୍ଲେଖ କରାଗଲା:
୧- ଖଗଲା- ଖ= ଆକାଶ=ଶୂନ୍ୟ=ଗୋଲାକୃତି । ଗଳାସ୍ଥିତ ‘ଖ’ ବା ଗୋଲାକୃତି ଅଲଙ୍କାର ବିଶେଷ, ପୂର୍ବନିପାତ । ୨- ଖରା-ସଂ-ଶଶ (ଶଶ୍ ପ୍ଲୁତ ଗତୌ) ଓ-ଠେକୁଆ । ଖଂ-ଆକାଶଂ ଲାତି ଆଦତ୍ତେ ଇବ, ଉତ୍ପ୍ଲୁତ୍ୟ ଉତପ୍ଲୁପ୍ୟ ଗମନା ଲ=ର=ଅତଃ, ଖରା ଶଯ୍ୟାଦି ଗଣରେ ଆଦ୍ୟ ଆକାରର ଏକାର-ଶଯ୍ୟା>ସେଜ୍ଜା>ସେଜ ପରି, ସମ୍ବଲପୁର ଅଂଚଳରେ ଖେରା ମଧ୍ୟ । ୩- ଖକସା- (ଗଡି଼ସା ମାଛ) ଏହା ବାୟୁସେବୀ ବା ଇସକ୍ସ ଭକ୍ସରବଗ୍ଧଷସଦ୍ଭଶ ହୋଇଥିବାରୁ ଜଳର ବାହାରେ ମଧ୍ୟ ବଞ୍ôଚପାରେ । ଡେଇଁ ଡେଇଁ ବା ଗଡି଼ ଗଡି଼ ବହୁ ଦୂରକୁ ଯାଉଥିବାରୁ ଓଡ଼ିଆ ନାମ ଗଡ଼ସି ବା ଗଡି଼ସା । ଏହା ଖଜୁsରି ଗଛର ଖୋପ ମାନଙ୍କୁ ଡେଇଁ ଡେଇଁ ବହୁତ ଉପରକୁ (ଆକାଶକୁ) ଉଠି ଯିବାର ମଧ୍ୟ ଦେଖାଯାଏ । ଖଂ-ଆକାଶଂ କସତି, ଗଛତି ଇତି>ଖକଶଃ । ଭାଷା>ଖକସା (କସ-କଶ ଗତୌ, ସୌତ୍ର ଧାତୁ)
୪- କୁଲିହା ଓ ବିଲୁଆ
ବିଲରେ ବୁଲୁଥିବାରୁ ବିଲୁଆ । ଏହାର ଅତିପ୍ରିୟ ଆହାର କଙ୍କଡ଼ା, ତାହା ସେ ବିଲରୁ ଖୋଜି ଖାଇଥାଏ । ଏଣୁ କୁଲୀରଂହନ୍ତି ଇତି କୁଲୀରହା>କୁଲିହା । ଦେଶୀ ବଚନ-କୁଲିହା, ଲୋକୋକ୍ତି ଅଛି, – ‘କୁଲିହା ଖେକରଲୀ, ବେଟି ଖାଇଯା କଁକରା ଘୋଲି ।’ ଏଥିପାଇଁ ଅଧିକ ଦୃଷ୍ଟାନ୍ତ ଆବଶ୍ୟକ ନାହିଁ । ପାରସ୍ୟ ବଚନ ଅଛି, ଅକ୍ଲ ମନ୍ଦାଁରା ଇଶାରା କାଫି । ଅତଃ ବୁଦ୍ଧିମାନ ଓ ବୁଝିବାଲୋକକୁ ସଂକେତ ମାତ୍ର ଯଥେଷ୍ଟ ।

STEM- EDUCATION FOR GIRLS

0

STEM—Science, Technology, Engineering, and Mathematics—is a term used to group together these academic disciplines. The acronym was coined by US Science Foundation in 1990s. The term is typically used when addressing education policy, and curriculum choices in schools to improve competitiveness in science and technology. According to National Science Foundation 80% of the jobs to be created in the next decade will require some form of math and science skills. STEM fields have remained predominantly male with historically low participation among women since the origin of STEM during the age of enlightenment. It is a cultural thing in most countries in the world with rare exception.

Research shows that children develop interest in STEM fields at the age of eight. Studies suggest that many factors contribute to a child’s interest in STEM. Some of them are : encouragement from the parents and teachers, school curriculum content, hand-on laboratory experience, role models and resource available at homes and at schools. Researchers have found few differences in girls’ and boys’ attitudes toward science in the early secondary school years. However, the attitude changes during the high school and college years. There is a significant gender differences in STEM fields: more boys and fewer girls. This is true in most countries.

STEM Education for Girls in India
I was admitted to All India Institute of Medical Sciences (AIIMS), New Delhi in 1964. Thousands of us took the all India entrance examination for 45 seats. Five seats were reserved for commonwealth students. Out of the 45 students, 22 were female students and one of them stood first. In 2018, 51% of the students admitted to medical colleges in India were female, same percentage as in the United States. But things are very different in the field of engineering. In 1964, IIT Delhi had no female student, not even one. In 2018, among the 23 IITs the enrollment of female student is less than 14%. According to a recent Economic Forum Report, in India, only 14.3% researchers in science are women (Times of India, April 2, 2018). According to the Ministry of Human Resource Development (MHRD) 10-12% of faculty in IITs, IISC, are women. All India Survey of Higher Education (AISHE) shows that less than 30% of students admitted to all engineering colleges in India are female.

Recommendations
India will have the world’s youngest population by 2022 and women of the country will, play a definite role in country’s future. More women, close to 50% have to enter the STEM fields as researchers, scientists, mathematicians, engineers and doctors to make India a developed country.

1-Parents
Girls’ participation in STEM should be encouraged from the primary and secondary school levels. Waiting until they enter high school and college is too late. Ultimately, pursuing a career in STEM is a decision. Your daughter will make for herself but you make sure that she understands her choices. Do not underestimate your own influence on her decision. Stay involved in her education; encourage her to study math and science from the secondary school onward. Provide her as much help as you will provide to your son. Do not let her drop math in high school if you can help it. Do not think that your daughter cannot be an engineer or a mathematician or a scientist, just because she is a girl.

2- Teachers
Almost all studies show that boys and girls have equal capacity to learn what ever subject you teach them-music to mathematics. It is not a gender thing. One gender is not better than the other in learning. Do not treat boys and girls differently when you are teaching any subject including mathematics. There is absolutely no proof that girls are weaker in math or better in music. It is question of interest and effort. Practice is the key.

3- Government, Universities and Society
Government agencies, universities, and society must work together to ensure that women achieve their full potential in all the fields of education, especially in the STEM fields. Companies have to provide more training opportunities to women and make a deliberate effort to hire them. Government and industries must ensure that hiring practices are fee from the insidious sexism and the pay gap between the male and female employees be equalized.

Some of the STEM Jobs
Actuary- Like stat? Actuaries work for insurance companies calculating insurance premiums for various risks. They are very well paid.
Aerospace engineer- she performs calculation and creates mathematical models for space crafts and air crafts.
Agronomist- science and technology of food production.
Architect- an architect designs and overseas building construction.
Astronomer and Astrophysicist- Both involve studying celestial bodies—planets, stars, comet, asteroids.
Atmospheric scientist- work for national weather services, TV stations and emergency management.
Biochemist- works for drug and chemical companies.
Biologist- Studies living organism and can work for agriculture and drug companies.
Biomedical engineer- applies human engineering and technological knowledge to human biology-X-ray, MRI, CT scan, Ultrasound machines and medical monitors.
Chemical engineer- develops new materials for drug and chemical companies.
Civil engineer- works in construction.
Computer engineer- is trained in both computer science and engineering.
Cybersecurity analyst-she safeguards the data of a company and responds to any threat to company’s data.
Electrical engineer- is a wide field including power, telecommunication, computer and electronics.
Environmental engineer-develops solution to air, water, and air pollution and waste disposal.
Epidemiologist- studies disease outbreaks and their prevention.
Financial advisor- studies financial investment, insurance and financial planning. Math and computer knowledge is important.
Geneticist- geneticist is a biologist who studies genes and heredity. It is a growing field.
Geophysicist- studies the features of the Earth and even below the earth’s surface. She can work for oil and gas companies, very well paying job.
Information Technology- specializes in IT and IT solutions.
Marine engineer- designs ships, submarines, boats, oil platforms.
Mechanical engineer- a broad field, she designs machines of all kinds.
Medicine – Medical doctor, Dentist, Nurses and Medical researchers.
Medical physicist- works in medical centers helping doctors treat patients with cancer with radiation.
Microbiologist- studies organisms like algae, fungi, bacteria and viruses.
Mining engineer- works for mines of all kinds.
Nuclear engineer- works in the field of nuclear energy. Very well paying job.
Petroleum engineer- works in the fields of oil and gas.
Physicist- wide open field- from teaching to space agency.
Statistician- a very popular field for women. They can work in many fields—business, healthcare, engineering, marketing etc.
Wildlife biologist- studies how animals in the wild interact with the environment and with each other.
Wind energy engineer- a high demand field- designs, manufactures and maintains wind turbines.

Hybrid Skills
The human brain, that extraordinary computer, is divided into two hemispheres, each responsible for different skill set. The left brain is popularly associated with logic and analytical thought; the right, with intuition and creativity. Many of the good jobs now and in the future, will require being good at both sides of the brain- a “hybrid”. Jobs that combine once –unrelated skills, such as engineering and sales, are at low risk of being automated, according to labor market experts. Their growth will be twice that of other jobs. Hybrid jobs are typically not entry level jobs. They usually require some experience and additional training beyond college but they pay much better (The Wall Street Journal, Jan 22, 2019).Companies like Google, Microsoft, Apple, Disney and many others are looking for workers with hybrid skills.

Foreign visa for STEM graduates
There is a shortage of workers in STEM fields in most developed countries like Germany, U.K, Australia, Canada, Japan and United States. United States now allows foreign students graduating from US colleges and universities with degrees in STEM fields to stay extra 27 months under Optional Practical Training (OPT) visa extension program. During the OPT extension of his/her student visa, a student can work (student visa holders are not allowed to work) full time for a company. If she/he is wanted by the company, the employer can apply for green card or permanent visa on her/his behalf. There are proposals pending now in the US congress to give preference to STEM graduates for the annual green cards lottery. To learn more about these programs visit- www.uscis.gov.

Apps to teach STEM skills
Hopscotch (age7-10)
Lightbot (all ages)
Swift playgrounds (10+)
Learning websites
Khanacademy-www.khanacademy.org
TryComputing.org
TryEngineering.org
Girlswhocode.com
Code.org
Nerd girls-www.nerdgirls.org
Engineer girl-www.engineergirl .org
MIT Open course ware highlights for highschool-www.ocw.mit.edu/high-school

Conclusions
Studies show that there is no difference between boys and girls in learning math or music or any other subject. It is a question of opportunities, guidance from parents, teachers and practice. There are plenty of job opportunities in India and overseas for STEM graduates. The percentage of female students in the STEM fields in India (except medicine) is quite low. Parents, teachers and government should do everything possible to bring the percentage to fifty percent.
Source
Karen Panetta, PhD, and Katianne Williams. Count Girls In-Empowering Girls to Combine Any Interests with STEM to Open Up a World of Opportunity. Chicago: Chicago Review Press, 2018

Dr Saheb Sahu, FAAP.

Language activists rallied at Bargarh to demand constitutional rights of Kosali

Hundreds of language activists from around India today, on International Mother Language Day, rallied at Bargarh organised by Kosali Kriyanusthan Committe and took out a march from Samlei Temple to Biju Patnaik Town Hall with slogan demanding the constitutional rights of Kosali and other unrecognised languages.

In the meeting at Biju Patnaik Town Hall, Coordinator of the organisation Saket Sreebhushan Sahu gave the introductory speech and welcomes the guest. Then the gathering kept two minute silence for the martyrs of Pulwama. Again language workers took oath to protect and preserve mother languages. The language activists expressed their hope that Kosali and all the 38 languages pending under active consideration of the Union Government to be included in the 8thSchedule of the Constitution.

Dr. Joga Singh, Professor in Linguistics and President Campaign for Language Equality and Rights emphasized that Kosali language has as much linguistic strength as any other so called developed languages like English and Hindi. He took examples from the latest scientific terminology and showed how easily those concepts can be expressed through Kosali. He also stated that no community can make any significant progress in any field by handing over linguistic domains such as education to any language other than mother tongue. He stressed that the use of a language other than mother tongue in education, administration, etc. creates appalling social exclusions which can have serious social and political consequences. He called upon Indian people to come forward and reverse the anti-Indian languages policies and practices of Indian governments. He said that the fighting for Indian mother tongues is fighting for India’s future. He lauded the efforts of Kosali Kriyanushthan Committee and its Coordinator Saket Sahu. He assured all kind of support for recognition of Kosali as the first language of Kosal region and its inclusion in the 8th schedule of the constitution.

Aazhi Senthilnathan, Federal Coordinator CLEAR and National Coordinator, Thannatchi Thamizhagam, Tamil Nadu says, Odia goverment should seriously consider the demand. Let me refer an historical event that too happened in this same place 120 years ago. During the colonial period, when the modern Odisha was amalgamated in various provinces like Central Province in the west, Bengal Province in the North and Madras Province in the south, Hindi, Bengali and Telugu were imposed on the Odia people. In 1895, Sambalpur saw agitation against the imposition of Hindi. Thus the Odia speaking people knew the importance of language rights. Now, ironically, in the same region of Odisha, we see the Kosali movement today. Now it is the duty of Odia govermnent and Union government to recognize Kosali.

Another participant Siddhabrata Das, Senior Memeber Bangla Pokkho says, “We must learn from history. Language imperialism has never strengthened a state. I cannot study in my mother tongue, I cannot work in my mother tongue , I cannot get service in my mother tongue then is it my nation ? Who has given the government right to turn me into a second class citizen in own nation? So I demand that government accepts Sitakanta Mahapatra committee recommendations and include Kosali along with all other unrecognized language in the 8th Schedule of the Constitution.”

Author and activist of Angika language, Kundan Amitabh added, the Angika language which is mother language of 6 crore people of 26 districts of Bihar, Jharkhand, West Bengal must be included in the eighth schedule of Constitution as early as possible. Also, all 38 languages recommended by the Sitakanta Mohapatra Committee be included in the Eighth Schedule of the Constitution.

As long as there is no freedom of getting education and employment in mother tongue, it is impossible to achieve the right purpose of the country’s independence.

To save Indian culture, we should endeavour to save all the Indian languages by providing equal opportunities. The language of any country is invaluable resource because it takes thousands and millions of years for any language to be formed and which is also the conductors of different cultures and traditions.

It is very sad that due to political dominance, some languages have found place in the eighth schedule by describing the language of the adjacent largest land as their dialect. For example, Maithili the language of only few thousand people in Bihar’s 2 districts has encroach the land of Angika – the language of millions of people in 26 districts of Bihar, Jharkhand and Bengal. This is causing the destruction of Angdesh culture by declaring the region of Angika as its own. In the same way Odia language has been doing it with Kosali language.

ମାତୃଭାଷାରେ ଶିକ୍ଷା ଦିଆଯାଉନି ଅର୍ଥାତ ଶିକ୍ଷା ହିଁ ଦିଆଯାଉନି

ଶିକ୍ଷାଦାନର ମାଧ୍ୟମ ଅର୍ଥ ଯେଉଁ ଭାଷାମାଧ୍ୟମରେ ଶ୍ରେଣୀକକ୍ଷ ମଧ୍ୟରେ ଛାତ୍ରଛାତ୍ରୀଂକୁ କୌଣସି ବିଷୟରେ ସୂଚନା ଦିଆହୁଏ । ଯଦି ଶିଶୁ ଶ୍ରେଣୀକକ୍ଷ ମଧ୍ୟକୁ ପଶିବା ପୂର୍ବରୁ ସେ ମାଧ୍ୟମ ବା ଶିକ୍ଷାଦାନର ଭାଷା ସହିତପରିଚିତ ନୁହେଁ ତାହେଲେ ତା ପାଇଁ ସେ ମାଧ୍ୟମ ବା ଭାଷା ଏକ ବିଦେଶୀ ଭାଷା । ପରିଣାମ ସ୍ୱରୁପ, ଶିଶୁକୁ ଶ୍ରେଣୀ ମଧ୍ୟରେ ଯାହା ସୂଚନା ବା ପାଠ୍ୟକ୍ରମ ଦିଆହୁଏ ସେ ତାକୁ ବୁଝିବାରେ କଷ୍ଟପାଏ, ପ୍ରାୟ ବୁଝିପାରେନା । ଗୋଟିଏ ଶିଶୁକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ଶିକ୍ଷାଦାନ, ଶିଶକୁୁ ପହଁରା ନ ଶିଖେଇ ମଝି ପୋଖରୀରେ ଛାଡିଦେବା ସହ ସମାନ । ସେଥିପାଇଁ ଶିଶୁକୁ ତା ମାତୃଭାଷାରେ ଶିକ୍ଷାଦାନ ଅତ୍ୟନ୍ତ ଆବଶ୍ୟକ । ମାତୃଭାଷା କହିଲେ ଯେଇଁ ଭାଷା ଶିଶୁ, ଘରେ ନିଜ ମାଁ ବାପା, ପରିବାର ବା ଆଖପାଖ ପରିବେଶରୁ ଶିଖିଥାଏ । ମାତୃଭାଷା ସହିତ ଜନ୍ମରୁ ପରିଚିତ ହୋଇଥିବାରୁ ସେ ଭାଷାର ଶବ୍ଦାବଳୀ ବୁଝିବାରେ କଷ୍ଟହୁଏନା । ୟୁନେସ୍କୋ (UNESCO 2008a) ର ଗବେଷଣା ଅନୂଯାୟୀ ଶିଶୁର ପ୍ରଥମ ଭାଷା ବା ମାତୃଭାଷା ହିଁ ପ୍ରାଥମିକ ସ୍ଥରରେ ଶିକ୍ଷାଦାନ ପାଇଁ ସର୍ବୋକ୍ରୃଷ୍ଟ ଓ ଶେଷ ଭାଷା । ପୃଥିବୀର ସବୁ ବିକଶିତ ଦେଶ ମଧ୍ୟ ପ୍ରାଥମିକ ସ୍ଥରରେ ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିଛନ୍ତି । ଶିକ୍ଷା ବିକାଶର ଚାବିକାଠି । ତେଣୁ ଭାରତ ସରକାର ରାଇଟ ଟୁ ଏଜୁକେସନ ଏକ୍ଟ (Right to Education Act (RTE)) କୁ ୪ ଅଗଷ୍ଟ ୨୦୦୯ ରେ ଅନୁମୋଦନ କରି ବିଶ୍ୱର ୧୩୫ତମ ରାଷ୍ଟ୍ର ବନିଗଲା । ତାର ଧାରା ୨୧ ଅନୁସାରେ ୬ ରୁ ୧୪ ବର୍ଷର ଶିଶୁଂକ ପାଇଁ ଶିକ୍ଷା ହେଲା ଏକ ମୌଳିକ ଅଧିକାର ।
ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଅଧିକାରକୁ ଅନେକ ଆର୍ନ୍ତଜାତୀୟ ସଂସ୍ଥା ମାନ୍ୟତା ଦେଇଛନ୍ତି । ବ୍ୟକ୍ତିର ଅଧିକାର ଜାତୀୟ ବା ଜାତିଗତ, ଧାର୍ମିକ ବା ଭାଷାଗତ ଅଲ୍ପସଂଖ୍ୟକ (୧୯୯୨) ଘୋଷଣା ଆଇନ ଅନୁସାରେ ରାଜ୍ୟମାନକୁ ସଠିକ ବ୍ୟବସ୍ଥା କରିବାକୁ ପଡିବ ଯଦ୍ୱାରା କି, ଯେତେବେଳେ ସମ୍ଭବ, ଅଲ୍ପସଂଖ୍ୟକ ଗୋଷ୍ଠୀର ଲୋକ ଭରପୁର ସୁଜୋଗ ପାଇବେ ନିଜ ମାତୃଭାଷା ପଢିବା ପାଇଁ ବା ନିଜ ମାତୃଭାଷା ମାଧ୍ୟମରେ ପଢିବା ପାଇଁ ।
ହେଲେ “ରାଇଟ୍ ଟୁ ଏଜୁକେସନ୍ ଫର୍ ଅଲ୍” ଆଇନ ଜଘନ୍ୟ ଭାବେ ଓଡିଶାରେ ଉଲଂଘନ କରାହେଉଛି । ବର୍ତମାନ ପଶ୍ଚିମ ଓଡିଶାର ବିଦ୍ୟାଳୟମାନଂକୁ ଓଡିଆ ମାଧ୍ୟମରେ ଶିକ୍ଷା ଦିଆ ହେଉଛି ହେଲେ ପଶ୍ଚିମ ଓଡିଶାର ଶିଶୁମାନଂକ ମାତୃଭାଷା ଓଡିଆ ନୁହେଁ । ପଶ୍ଚିମ ଓଡିଶାର ମାତୃଭାଷା କୋସଲି । କୋସଲି ମାଧ୍ୟମରେ ଶିକ୍ଷା ଦିଆହଉନି, ଅର୍ଥାତ ପଶ୍ଚିମ ଓଡିଶାରେ ଶିକ୍ଷା ହିଁ ଦିଆହଉନି । ପଶ୍ଚିମ ଓଡିଶାର ଶିଶୁ ତାଂକ ମୌଳିକ ଅଧିକାରରୁ ବଂଚିତ । ଏବଂ ଏ ଅଂଚଳରୁ ବିକାଶକୁ ଅପହରଣ କରିନେଇଛନ୍ତି ରାଜ୍ୟ ସରକାର ।
ଗୋଟିଏ ଅଂଚଳର ଶିକ୍ଷାହାର ଗୋଟିଏ ସମାଜ ବା ଅଂଚଳର ବିକାଶର ମାପକାଠି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ଶିଖ୍ୟାହାର ୭୪.୦୪% ଓ ଓଡିଶାର ଶିକ୍ଷାହାର ୭୩.୫% । ଜାତୀୟ ଶିକ୍ଷାହାର ଠାରୁ ସାମାନ୍ୟ କମ । ମାତ୍ର ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଏକ ବିରାଟ ଫାଟ ଅଛି ଶିକ୍ଷାହାର ର । ପୂର୍ବ ଓଡିଶାର ଜିଲ୍ଲାମାନଂକ ଶିକ୍ଷାହାର ଓଡିଶାର ହାରାହାରି ଶିକ୍ଷାହାର ଠାରୁ ଅଧିକ ମାତ୍ର ପଶ୍ଚିମ ଓଡିଶାର ଶିକ୍ଷାହାର ତୁଳନାରେ ଅନେକ କମ । ପଶ୍ଚିମ ଓଡିଶାର ଶିକ୍ଷାହାର ୪୨% ରୁ ୭୦.୬୫% ମଧ୍ୟରେ ରହିଥିବା ବେଳେ ପୂର୍ବ ଓଡିଶାର ଶିକ୍ଷାହାର ୭୦.୫୬% ରୁ ୭୯.୫୯% । ଏ ତାରତମ୍ୟର ଅନେକ ପାରିପାଶ୍ୱିର୍କ କାରଣ ଥିଲେ ମଧ୍ୟ ମୂଖ୍ୟ ହେଉଛି ପୂର୍ବ ଓଡିଶାର ଶିଶୁମାନେ ତାଂକ ମାତୃଭାଷା ଓଡିଆରେ ଶିକ୍ଷା ପାଉଥିବା ବେଳେ ପଶ୍ଚିମ ଓଡିଶାର ଶିଶୁମାନେ ତାଂକ ମାତୃଭାଷା କୋସଲିରେ ଶିକ୍ଷା ପାଉନାହାନ୍ତି ।
ଓଡିଶାର ୪.୨ କୋଟି (୨୦୧୧ ଜନଗଣନା ଅନସାରେ) ମଧ୍ୟରୁ ପଶ୍ଚିମ ଓଡିଶାର ପ୍ରାୟ ୨କୋଟି ଲୋକ ପ୍ରତ୍ୟହ ବ୍ୟବହାର କରନ୍ତି । ପଶ୍ଚିମ ଓଡିଶାର ସାଧାରଣ ଜନଜୀବନରେ ଓଡିଆ ବ୍ୟବହାର ହୁଏନି । ମାତ୍ର ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟକ୍ରମ ଓଡିଆରେ ହୋଇଥିବାରୁ ଏ ଅଂଚଳରେ ନାନା ସମସ୍ୟା ଦେଖାଦେଇଛି । ଶିଶୁମାନେ ଅଧାରୁ ପାଠ ଛାଡି ଚାଲିଯାଉଛନ୍ତି ତେଣୁ ଏ ଅଂଚଳର ଡ୍ରପ-ଆଉଟ ରେଟ ମାତ୍ରାଧିକ । ଓଡିଆ ମାଧ୍ୟମ ଦୂର୍ବୋଧ୍ୟ ହୋଇଥିବାରୁ ଶିକ୍ଷାହାର ବହୁତ କମ ଓ ମାଟ୍ରିକ ଓ +୨ର ଫଳାଫଲ ମଧ୍ୟ ଏ ଅଂଚଳର ଛାତ୍ରଛାତ୍ରୀଂକ ଭଲ ରହେନି । ଉଦାହରଣ ଭାବେ ଗତ ୨୦୧୪-୧୫ବର୍ଷ ବରଗଡ ଜିଲ୍ଲାର ମାଟ୍ରିକ ଫଳାଫଳକୁ ନିଆଯାଇପାରେ ।
୩୦/୭/୨୦୧୨ରେ ସେ ସମୟର ମୂଖ୍ୟ ଶାସନ ସଚିବ ଓଡିଶା ପ୍ରାଥମିକ ଶିକ୍ଷା ଅଧିକାରୀ (OPEPA)କୁ ନିର୍ଦ୍ଦେଶ ଦେଲେ ମାତୃଭାଷାକୁ ଆଧାରକରି ରାଜ୍ୟର ଦଶଟି ଭାଷା; ମୁଣ୍ଡା, ସାନ୍ଥାଲି, କିସାନ, ଓରାନ, କୁଇ, କୋୟା, ବୋଣ୍ଡା, ଜୁଆଂଗ, ସଉରା; ରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିବାକୁ ମାତ୍ର ସେ ତାଳିକାରେ କୋସଲି ନ ଥିଲା ।
ପୁଣି, ଓପେପା ୨୫/୫/୨୦୧୪ରେ ସମ୍ବାଦ ଖବରକାଗଜରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ଭାଷା(ବିଂଝାଲ –ବରଗଡ), (ସାନ୍ଥାଲି, ହୋ– ବାଲେଶ୍ୱର), (କୁଇ–ଗଜପତି), (ଦିବାଇ–ମାଲକାନଗିରି), (ଭୁଂଜିଆ-ନୁଆପଡା), (ପାହାଡି ଭୁଂଜିଆ, ଖଡିଆ– ସୁନ୍ଦରଗଡ)ମାନଂକ ପାଇଁ ମୋଟ ୨୯୫ ଜଣ ଶିକ୍ଷା ସହାୟକ/ସହାୟିକା ପଦ ପାଇଁ ଆବେଦନ କରିବାକୁ ଏକ ବିଗ୍ୟଁପ୍ତି ପ୍ରକାଶ କଲା ମାତ୍ର ସେ ତାଳିକାରେ ମଧ୍ୟ କୋସଲି ନଥିଲା ।
ପଶ୍ଚିମ ଓଡିଶାର ଶିଶୁମାନଂକ ଠାରୁ ତାଂକ ମୌଳିକ ଅଧିକାର ଲୁଟି ନେଇ ତାଂକୁ ସବୁଦିନ ପାଇଁ ଅଶିକ୍ଷିତ ରଖି ଶୋଷଣ କରିବାର ଚକ୍ରାନ୍ତ ରାଜ୍ୟ ସରକାର କରୁନାହାନ୍ତି ତ ? ମନରେ ସଂଶୟ ଜାତ ହୁଏ ପଶ୍ଚିମ ଓଡିଶାକୁ ପିଢି ଦରପିଢି ଅଶିକ୍ଷିତ ରଖି ଏ ଅଂଚଳକୁ ଚିରଅବହେଳିତ ଓ ଅଂଚଳଠୁ ବିକାଶକୁ ଅପହଂଚ ରଖିବାର ଷଡଯଂତ୍ର ଭୂବନେଶ୍ୱର କରୁନି ତ ? ରାଜ୍ୟ ସରକାରଂକ ଏ ମନୋଭାବ ବେଦ ପଢୁଥିବା ବେଳେ ଶୂଦ୍ରମୁନି ଶଂଭୁକୁ ରାମଚନ୍ଦ୍ର ହତ୍ୟା କରିବା ଓ କାଳେ ଏକଲବ୍ୟ ରାଜକୁମାରମାନଂକୁ ଚୁନୌତି ଦେବ ଭାବି ଗୁରୁ ଦ୍ରୋଣଂକ ବୃଦ୍ଧାଂଗୁଳି ମାଗିନେବା ପରି ପ୍ରତୀତ ହୁଏ ।

ସାକେତ ଶ୍ରୀଭୂଷଣ ସାହୁ

“Emphasis on the Recognition of Unrecognized Languages”

International Mother Language Day will be celebrated at Bargarh on 21st February jointly by Kosali Kriyanusthan Committee and Campaign for Language Equality and Rights (CLEAR). Language activist from different states like Dr Joga Singh (Punjabi), Dr Deepak Pawar (Marathi), Senthil Nathan (Tamil), Anand Guru (Kannada), Siddhabrata Das (Bangla), Yogesh R (Badugu), Kundan Amitabh (Angika), etc will join in the national level language fest. Apart from this, many cultural, literary, and social organizations and renowned personalities of the host state will participate in the language extravaganza. Political leaders from all parties of the district have been invited to join the celebration. This year’s celebration of International Mother Language Day will be marked with the release of “Bargarh Demands of Language Rights” emphasizing the demands of inclusion of 38 languages recommended by Sitakanta Mohapatra Committee. A rally will be organized from Samlei Temple to the venue, Biju Patnaik Town Hall followed with taking oath to protect to mother languages and felicitations to activist have been scheduled in the programmee says Saket Sreebhushan Sahu, Co-ordinator Kosali Kriyanusthan Committee in a press meet at Sambadik Bhawan, Bargarh.

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୭) ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

0

ହିନ୍ଦୀର ଭୂତ
ଓଡିଆ ଭାଷାର ଗବେଷକ ମାନେ ମୂଳରୁ ହିଁ କୋଶଲୀ ଭାଷାକୁ ଭ୍ରମ ବଶତଃ ଓଡ଼ିଆ ଭାଷାର ଉପଭାଷା ଭାବି ଏଥିରେ ଉଚ୍ଚାରଣ ଗତ, ବାକ୍ୟ-ଶବ୍ଦ ଗତ ବା ଶବ୍ଦ ସମ୍ଭାର ଗତ ବୈଶିଷ୍ଟ୍ୟ ମାନଙ୍କର ବାସ୍ତବ ମୂଳ ଧରି ନପାରି ସବୁକୁ ହିନ୍ଦୀର ପ୍ରଭାବ କହି ଓ ମୁଖ୍ୟତଃ ଏ ପ୍ରଦେଶର ଅଧିକାଂଶକୁ ମଧ୍ୟପ୍ରଦେଶରେ ରହିବାର ପ୍ରଭାବ କହି ଅଳ୍ପକେ ଦାୟିତ୍ୱରୁ ଖସିଯାନ୍ତି । ବାସ୍ତବରେ ସେତେବେଳର କିମ୍ବା ବର୍ତ୍ତମାନର ମଧ୍ୟପ୍ରଦେଶ ମଧ୍ୟ ପୁରା ପୁରି ହିନ୍ଦୀ ଭାଷା ନୁହେଁ । କୋଶଲୀ ଭାଷା ଉପରେ ଏହାର ପ୍ରଭାବ ନ୍ୟୂନତମ, ଏହା ସନ୍ ୧୯୩୬ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ଥିବା ଓ ବର୍ତ୍ତମାନ ସୁଦ୍ଧା ଥିବା ବନ୍ଧୁଙ୍କ ସହ ଅଳ୍ପ କ୍ଷଣର ଆଳାପରେ ମଧ୍ୟ ବୁଝାଯାଇପାରେ । ଏ ଭାଷା ଏତେ ଦୁର୍ବଳ ନୁହେଁ ଯେ, ଅଳ୍ପକେ ଟଳମଳି ଯିବ ଓ ସ୍ୱୀୟତା ହରାଇ ବସିବ । ଏପରି ହୋଇଥିଲେ, ବହୁ ଶତାବ୍ଦୀର ଆତ୍ମସମର୍ପଣରେ ହୁଏତ କୋଶଲୀ ସମଗ୍ର ଭାବେ ନିଜ ଭାଷାକୁ ଓଡିଆ କରି ପକାଇଥାନ୍ତା ଅଥବା ଓଡିଆ ଏହାକୁ ଉଦରସ୍ଥ କରି ହଜମ କରି ଦେଇ ପାରିଥାନ୍ତା ଓ ବର୍ତ୍ତମାନ ଭାଷା-ଉପଭାଷାର ପ୍ରଶ୍ନ ହିଁ ରହନ୍ତା ନାହିଁ ।

ହିନ୍ଦୀର ପ୍ରଭାବ ଯେ ନାହିଁ, ଏହା କୁହା ଯାଉନାହିଁ । ତେବେ, ତାହା ପ୍ରାଚୀନ ଅପେକ୍ଷା ଆଧୁନିକ ହିଁ ବେଶୀ ହେଉଛି । ସ୍ଥିର ଶାସନ, ଗମନାଗମନର ସୁବିଧା ଓ ନିରାପତ୍ତା ଯୋଗୁଁ ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ଶାଖାର ହିନ୍ଦୀ ଭାଷୀଙ୍କ ବ୍ୟାପକ ପ୍ରସାର, ବଡ ବଡ ଶିଳ୍ପୋଦ୍ୟୋଗ ସ୍ଥାପନ ତଥା ହିନ୍ଦୀକୁ ରାଷ୍ଟ୍ରଭାଷା କରି ହିନ୍ଦୀ ଶିକ୍ଷାର ବ୍ୟାପକ ପ୍ରଚାର ବ୍ୟବସ୍ଥା ଏହାକୁ ଆହୁରି ତ୍ୱରାନ୍ୱିତ କରୁଛି ।

ଭାଷା କି ଉପଭାଷା ଯାହା କିଛି ବି ହେଉ, ଛତୀଶଗଢ଼ୀକୁ ହିନ୍ଦୀ ବୋଲି ଧରିନେଇ ବିଚାର କଲେ ସଂଲଗ୍ନ ପଡୋଶୀ ହୋଇଥିବାରୁ ତାର ଯଥେଷ୍ଟ ପ୍ରଭାବ ପଡିବା ସ୍ୱାଭାବିକ ହିଁ ଅଟେ । ଏହା ଏକ ପାକ୍ଷିକ ନ ହୋଇ ଦ୍ୱିପାକ୍ଷିକ ଅଟେ । କୋଶଲୀ ଭାଷା ନିଜେ ପ୍ରଭାବିତ ହେବା ଅପେକ୍ଷା ଛତୀଶଗଢ଼ୀକୁ ଏପରି ପ୍ରଭାବିତ କରିଛି ଯେ ବର୍ତ୍ତମାନ ପୂର୍ବ ଛତୀଶଗଢ଼ ର ଲରିଆ ଭାଷାକୁ ଓଡି଼ଆ (ଅଜ୍ଞାନ ଓ ରୂଢ଼ରେ ଓଡି଼ଆ, ବାସ୍ତବରେ ଏହା ପଶ୍ଚିମ ଓଡି଼ଶାର କୋଶଲୀ ଭାଷା) ମିଶ୍ରିତ ଛତୀଶଗଢ଼ୀ ବୋଲି ଧରା ଯାଉଛି ।

ଛତୀଶଗଢ଼ୀକୁ କୋଶଲୀ ସହ ଏକା ଗୋଷ୍ଠୀର ଓ ଅବ୍ୟବହିତ ପଡ଼ୋଶୀ ବୋଲି ବୁଝିଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ବରଂ ଏହାହେଲେ ସ୍ୱଗୋଷ୍ଠିକ ବଘେଲୀ ଓ ଦ୍ରାବିଡ଼-ଆଷ୍ଟ୍ରୀୟ ଭାଷାମାନଙ୍କ ବ୍ୟବଧାନ ସତ୍ତେ୍ୱ, ପାଶ୍ୱର୍ସ୍ଥ ଓଡି଼ଆ ଅପେକ୍ଷା ଅୱଧୀ ଭାଷାର ବହୁତର ସତ୍ତାର ମଧ୍ୟ ସମାଧାନ ହେଇଯିବ । କୋଶଲୀଭାଷାରେ ନିତ୍ୟ ବ୍ୟବହାର୍ଯ୍ୟ ଶତାଧିକ ଶବ୍ଦ କେବଳ ‘ରାମ-ଚରିତ-ମାନସ’ରେ ପ୍ରତ୍ୟକ୍ଷ ଦୃଷ୍ଟି ଗୋଚର ହୁଏ । ଅନ୍ୟାନ୍ୟ କାବ୍ୟ ଓ କଥିତ ଭାଷା ତ ପୁଣି-ଅଛି । ଏହା ପରେ ଆଲୋଚ୍ୟ ହେଲେ ହେଁ, ପାଠକମାନଙ୍କ କୌତୁହଳ ଉଦ୍ରେକ ପାଇଁ ଅତି ଗ୍ରାମୀଣ ଶବ୍ଦ ଟିଏ ‘କଲେ-କଲେ’ର ବିବରଣୀ ତଳେ ଦିଆ ଯାଉଛି ।

କଲ – ମଧୁରା ସ୍ଫୁଟଧ୍ୱନିଃ ବା ଅବ୍ୟକ୍ତ ମଧୁରଧ୍ୱନିଃ-ପ୍ରସିଦ୍ଧା, କଲୟତି ମାନ୍ଦ୍ୟଂ କରୋତି ଇତି – ମେଦିନୀ କୋଷଃ । କଲ କଲଃ – କଲାଦପିକଲଃ (ଅତି ସୂକ୍ଷ୍ମଃ) ଯୁଗପତ ସମୁତଥିତ ବହୁଶବ୍ଦାନାମେକୀଭୁତୟୋଃ ତଥାତ୍ତ୍ୱମ, ଯଥା ଗୀତ ଗୋବିନ୍ଦ ୧-୩୮-
‘କ୍ରୀଡ଼ତ୍ କୋକିଲ କାକଲୀ କଲ କଲୈ ରୁଦ୍ଗୀର୍ଣ୍ଣ କର୍ଣ୍ଣ ଜ୍ୱରାଃ’ ( ଇତି:ଶବ୍ଦ କଳ୍ପଦ୍ରୁମଃ) ଅସ୍ଫୁଟତା, ଲାଲିତ୍ୟ, ମାଧୁର୍ଯ୍ୟ ଓ ମାନ୍ଦ୍ୟ, ଏଶବ୍ଦର ଅନ୍ତର୍ନିହିତ ଅର୍ଥ, କ୍ରିୟା ବିଶେଷଣ ଭାବେ ସୂଚିତ ଶବ୍ଦଟି ପ୍ରଯୁ୍କ୍ତ ।

କଲେ କଲେ – (ଅୱଧୀ) – Slowly (Evolution of Awadhi Language, Dr B.R. Saksena, page 307)
କଲେ କଲେ – (ଛତୀଶଗଢ଼ୀ) – ଚୁପଚାପ (ଅତିଧୀରେ, ଅଜାଣତରେ ବା କଲେ ଗୁପ ଡ: କାନ୍ତି କୁମାର-ଉପର କଥିତ ପୃଷ୍ଠା ୧୩୭-୧୪୭
କଲେ କଲେ – (କୋଶଲୀ) – ଅତିଧୀରେ, ଶବ୍ଦ ନ କରି, କେହି ଦେଖୁ ଥିଲେ ନ ଦେଖେଇଲା ପରି ବା କେହି ଜାଣୁଥିଲେ ନ ଜଣେଇଲା ପରି – ଯଥା: କଲେ କଲେ ଆସୁଛେ, କଲେ ଚୁପ କଲେ କଲେ କବାର କରୁଛେ, କଲେ କଲେ କହୁଛେ, କଲେ ଚୁପ ବସିଛେ ଆଦି..

ଆରି ତଲେ ତଲେ ରେ, ଆରି ତଲେ ତଲେ
ପଧାନ ଘର ନୁଆ ଭୁଆସେନ୍ ଚାଲେ କଲେ କଲେ (ପ୍ରାଚୀନ ଲୋକ ଗୀତ)

ବିଦ୍ୱାନ ମଣ୍ଡଳୀ ହିନ୍ଦୀ ପ୍ରଭାବର ଭୂତକୁ ମୁଣ୍ଡରୁ ଉତାରି ଦେଇ ଅଧିକ ବ୍ୟାପକ ଦୃଷ୍ଟି କୋଣରୁ ଗଭୀର ଅନୁଶୀଳନ ଦ୍ୱାରା ଜାଣି ପାରିବେ ଯେ, ଏ ଭାଷା ଓଡି଼ଆ ନ ହୋଇ ଅର୍ଦ୍ଧ ମାଗଧୀ ବା ପୂର୍ବୀ ହିନ୍ଦୀ ବା କୋଶଲୀ ଗୋଷ୍ଠୀର ଗୋଟିଏ ସ୍ୱତନ୍ତ୍ର ଭାଷା ଅଟେ ।