Monday, April 27, 2026
Home Blog Page 19

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(୪):ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

0

ଦୁର୍ଭାଗ୍ୟ
କୋଶଲର ଏହା ବଡ଼ ଦୁର୍ଭାଗ୍ୟ ଯେ ତାର ଭୌଗୋଳିକ ସ୍ଥିତି ହିଁ ତାର ବହୁ ନିର୍ଯ୍ୟାତନାର କାରଣ ହୋଇ ଆସିଅଛି । ପୂର୍ବ ଉପକୂଳ ଓ ମଧ୍ୟଦେଶ ମଝିରେ ଡୁଡୁ ଖେଳର ମଧ୍ୟରେଖା ପରି ଏହାକୁ ଉଭୟ ଆଡ଼ର ସାମରୀକ ଖେଳାଳୀଙ୍କ ପାଦପ୍ରହାର ଓ ମୃଦଙ୍ଗ ତୁଲ୍ୟ ଉଭୟ ଦିଗର କର ତାଡ଼ନ ସହିବାକୁ ପଡି଼ ଆସିଅଛି । ଏପରି ପରିସ୍ଥିତିରେ ନିଜର ପ୍ରାଚୀନ ସଂସ୍କୃତି ଓ ଭାଷାକୁ ରକ୍ଷା କରିବା କେତେଦୂର ସମ୍ଭବ ତାହା ବିଚାର୍ଯ୍ୟ । କୌଣସି ଐତିହାସିକ ପରିସ୍ଥିତିର ବାଧ୍ୟବାଧକତାରେ ଦକ୍ଷିଣ କୋଶଳର ପଶ୍ଚିମ ପଟ ହିନ୍ଦୀକୁ ଓ ପୂର୍ବପଟ ଓଡି଼ଆକୁ ନିଜ ସାହିତ୍ୟ ଓ ସଂସ୍କୃତିର ମାଧ୍ୟମ ରୂପେ ଗ୍ରହଣ କରି ନେବାର ଯେଉଁ ଜଘନ୍ୟତା ସଂଘଟିତ ହେଲା ତାହା ଉଭୟ- ଏ ପ୍ରଦେଶକୁ ଅଭିଶାପ ତୁଲ୍ୟ ହିଁ ହୋଇଛି । ଏତଦ୍ୱାରା ସ୍ୱକୀୟତାର ଏତେ ସଂକଟ ହେଲା ଯେ, ବର୍ତ୍ତମାନ ନିଜର କହିବାକୁ କେବଳ ଭାଷା ମାତ୍ର କଥିତ ରୂପରେ ରହିଯାଇଛି । ବ୍ରିଟିଶ ଅଧିକୃତି ପରେ ମଧ୍ୟ କନ୍ଦୁକ ବତ୍ ଥରେ ବେଙ୍ଗଲ, ଥରେ ମଧ୍ୟ ପ୍ରଦେଶ ପୁନଃ ବେଙ୍ଗଲ ପରେ ବିହାର-ଓଡି଼ଶା ଓ ପରିଶେଷରେ ଓଡି଼ଶାରୁ ପରିଚାଳିତ ହୋଇ ଏ ଅଂଚଳ କଣ ଭୋଗିଛି ତାହା କାହାରିକୁ ଅଜଣା ନାହିଁ । କେବଳ ନିଜ ଭାଷାର ସ୍ୱାତନ୍ତ୍ର‌୍ୟ ରଖିପାରି ନ ଥିବାରୁ ଏ ଦୁର୍ଦ୍ଦଶା ଭୋଗ କରିବାକୁ ହୋଇଛି, ଯାହା ଏବେ ମଧ୍ୟ ଶେଷ ହୋଇନାହିଁ ।

ଆପଣା ହସ୍ତେ ଜିହ୍ୱା ଛେଦି
ସମସ୍ତ ଓଡି଼ଶା ଭାଷୀ ଅଂଚଳକୁ ଏକତ୍ର ରଖିବା ପାଇଁ ଉତ୍କଳ ସମ୍ମିଳନୀ ଆଦି ଦ୍ୱାରା ଯେଉଁ ଆନ୍ଦୋଳନ ହେଲା ତହିଁରେ ସମ୍ବଲପୁର ଅଂଚଳ ମଧ୍ୟ ଯୋଗ ଦେଲା । ଏଥିରେ ଉପକୂଳବାସୀ ଯେ କେତେ ଯୋଗ ଦେଇଛନ୍ତି, ତାହାର କୌଣସି ବିବରଣୀ ନାହିଁ । କେବଳ କାଗଜୀ ଆସ୍ଫାଳନ ମାତ୍ର କରାଯାଉଥିଲା ଓ ଶେଷରେ ଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀକୁ ମଧ୍ୟ ବଚନ ଦେଇ ଧୋଖା ଦିଆ ହେଲା । ଯାହାହେଉ, ସମ୍ବଲପୁର ଅଂଚଳ ନିଜ ଭରସାରେ ହିଁ ଓଡ଼ିଶାକୁ ଆସିଲା । ନୂତନ ଓଡି଼ଶା ପ୍ରଦେଶ ଗଠନ ସମୟରେ ମଧ୍ୟ ଖଡ଼ିଆଳକୁ କେହି ପ୍ରଚାର ବା ଉଦ୍ବୋଧନ ପାଇଁ ଆସିନାହିଁ । ଅତ୍ରତ୍ୟ କେତେଜଣ ଓଡ଼ିଆ ବିରୋଧିଙ୍କ ଅପପ୍ରଚାର ସତ୍ତେ୍ୱ ଖଡି଼ଆଳ, କେବଳ ନିଜ ସାହିତ୍ୟିକ ପରଂପରା, ରାଜା ଆର୍ତ୍ତତ୍ରାଣ ଦେବଙ୍କ ସ୍ୱୀକୃତି ଓ ଜନ ସାଧାରଣଙ୍କ ମୂକ ସମର୍ଥନ କ୍ରମେ ଓଡି଼ଶାରେ ମିଶିଲା । ସେ ସମୟରେ ଯଥେଷ୍ଟ ସଜ୍ଞାନ ଥିବା ଆମେ ବହୁ ଲୋକ ବଂଚିଛୁ । ପ୍ରମାଣର ଆବଶ୍ୟକତା ନାହିଁ । ସ୍ୱାଧୀନତା ପ୍ରାପ୍ତି ପରେ ରାଜ୍ୟ ପୁନର୍ଗଠନ ସମୟରେ ମଧ୍ୟ ସୀମାନ୍ତରେ ପ୍ରଚାର ପାଇଁ ସରକାର କିଛି ବ୍ୟୟ ବରାଦକରିଥିଲେ । ଲେଖକ ସ୍ୱୟଂ ଜଣେ କର୍ମୀ ଥିବାରୁ ସେ ସମୟର କଥା ପ୍ରମାଣ ପୂର୍ବକ କହିପାରେ । ଉଦ୍ଦେଶ୍ୟ କେବଳ ଏତିକି ଯେ, ଏ ଅଂଚଳମାନ ପୁନଃ ଯେପରି ମଧ୍ୟପ୍ରଦେଶକୁ ଚାଲି ନଯାନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ରହି ଯାଇଥିବା ବହୁ ଅଂଚଳର ଚିନ୍ତା କେହି କରି ନଥିଲେ ।
ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ ରହି ଯାଇଥିବା ବହୁ ଅଂଚଳର ଚିନ୍ତା କେହି କରି ନଥିଲେ । ଏ ଅଂଚଳ ମାନଙ୍କରେ ଚେତନା ଜାଗ୍ରତ କରାଇ ସବଳ ନେତୃତ୍ୱ ଦେଇ ପାରିଥିଲେ ଏସବୁ ଅଂଚଳ ଆସି ପାରିଥାନ୍ତା । ନିମିତ୍ତ ମାତ୍ର ଖାଲି କାଗଜରେ ହୁ..ହା କରିଦେଇ ଅଳ୍ପକେ ବହୁତ ସନ୍ତୋଷ ହୋଇ ରହିଲେ । ଲାଭ କେବଳ ‘ବେଙ୍ଗ ପାଣିଆର ହତ୍ୟା କରାଇବାର ପାପ’ ମୁଣ୍ଡାଇଲେ । ଏତତ୍ ସତ୍ତେ୍ୱ କୃତଜ୍ଞତାର ନିଦର୍ଶନ ସ୍ୱରୂପ ‘ଶତାବ୍ଦୀର ସୂର୍ଯ୍ୟ’ (ଯାହା ଉତ୍କଳରେ ଉଦୟ ହୋଇଥିଲା) ପୁୁସ୍ତକର ପୃଷ୍ଠା ୫୫୫ରେ ଶ୍ରୀ ସୁରେନ୍ଦ୍ର ମହାନ୍ତି “ସମ୍ବଲପୁରରେ କିନ୍ତୁ ଓଡ଼ିଆ ଭାଷା ବିଲୋପ ଘେନି ଯେଉଁ ପରିମାଣରେ ଆଲୋଡ଼ନ ବିଲୋଡ଼ନ ପ୍ରକାଶ ପାଇବାର କଥା ତାହାର କୌଣସି ସଙ୍କେତ ନଥିଲା” (ସପ୍ତର୍ଷି ଅଗଷ୍ଟ ୭୨ ପୃଷ୍ଠା ୧୪ । ସମ୍ବଲପୁର ର ଭାଷା ଆନ୍ଦୋଳନ,ଲେ: ଶ୍ରୀ ଶଙ୍କର ପ୍ରସାଦପାଢ଼ୀ ଓ ଶ୍ରୀ ଶ୍ରଦ୍ଧାକର ସୂପକାର) ଏପରି ଲେଖି ଯେଉଁ ଜୁଏ ଲୁଠା ଚେଇଁ ଦେଲେ, ସେଥିରେ ମାନ୍ୟବର ମହତାବଙ୍କ ମତ “ଭାଷା ଆନ୍ଦୋଳନ ବସ୍ତୁତଃ ପ୍ରଥମେ ତୀବ୍ର ଆକାର ଧାରଣ କରିଥିଲା, ସମ୍ବଲପୁର ରେ । ତତ୍କାଳୀନ ସମ୍ବଲପୁର ବାସୀ ବାସ୍ତବିକ ଅନ୍ୟ ଅଂଚଳର ସାହାଯ୍ୟ ବିନା ଏକାକୀ ଯେପରି ସଂଗ୍ରାମରେ ବିଜୟୀ ହେଲେ ଏବଂ ଶେଷରେ ସମ୍ବଲପୁର ମଧ୍ୟପ୍ରଦେଶରୁ ବାହାରି ଆସି ଓଡି଼ଶାରେ ମିଶିଲା, ଏହା ଓଡ଼ିଶା ସାହିତ୍ୟ ଇତିହାସରେ ଏକ ଚାଂଚଲ୍ୟକର ଅଧ୍ୟାୟ” (ଝଙ୍କାର, ଡିସେମ୍ବର ୧୯୮୨ ସଂପାଦକୀୟ ।) ଆଦି କୋଶଲ ବାସୀଙ୍କ ହୃଦୟରେ ‘ବୋଲି ଦେଲା ପ୍ରାଏ ଗୋଳି ଚନ୍ଦନକୁ’ର କାମ କେତେଦୂର କରିବ ତାହା ସ୍ପଷ୍ଟ । ଫଳରେ ଯାହା ହେଉଛି ତାହା ମଧ୍ୟ ସ୍ପଷ୍ଟ । ଥରେ ଲୋକସଭା ସଦସ୍ୟ ଶ୍ରୀ ବନମାଳୀ ବାବୁ ଦେଇଥିବା ଗୋଟିଏ ବିବୃତି ଯାର ସାରାଂଶ “କୋଶଲର୍ କେହି ବୁଆ, ମା ନାଇଁ ନ” କେବଳ ଅଳିକ କଳ୍ପନା ପ୍ରସୂତ ଅଭିଯୋଗର ଅତିରଂଜନ ମାତ୍ର ନୁହେଁ, ନିଷ୍ଠୁର ବାସ୍ତବତା ।

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(3): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

0


ନାମ ନିର୍ବାଚନ

କୌଣସି ଭାଷାର ନାମ ନିର୍ବାଚନ ସମୟରେ ଦୁଇଟି ତଥ୍ୟ ପ୍ରତି ଦୃଷ୍ଟି ଦିଆଯାଇ ଥାଏ । ଯଦି ସେ ଭାଷାଭାଷୀ ନିତାନ୍ତ ଅଳ୍ପସଂଖ୍ୟକ ହୋଇ ଇତସ୍ତତଃ ବିକୀର୍ଣ୍ଣ ହୋଇଥାନ୍ତି ଓ ସେମାନଙ୍କର ନିଜର ବୋଲି କୌଣସି ଦେଶ ନଥାଏ, ତା ହେଲେ ସେମାନଙ୍କ ଭାଷା ତଚ୍ଛ୍ ତତ୍ ଗୋଷ୍ଠୀ ନାମରେ ହିଁ ପରିଚିତ ହୁଅନ୍ତି: କନ୍ଧ, କୋୟା, ପରଜା, ମୁଣ୍ଡା, ଆଦିଙ୍କ ଭାଷା । କିନ୍ତୁ ଯେଉଁ ଭାଷା କହିବାକୁ ଅନେକ ଗୋଷ୍ଟୀ ବା ଜାତି ଥାଆନ୍ତି ଓ ମୁଖ୍ୟତଃ ଗୋଟିଏ ଅଂଚଳ, ଖଣ୍ଡ ବା ଦେଶ ସୀମା ଭିତରେ ଆବଦ୍ଧ ଥାନ୍ତି ତଥା ସେ କ୍ଷେତ୍ରରେ ଅନ୍ୟାନ୍ୟ ଭାଷାଭାଷୀ ଅନେକ କ୍ଷୁଦ୍ର ଗୋଷ୍ଠୀ ଥିଲେ ହେଁ ସେମାନଙ୍କ ସମସ୍ତ ବ୍ୟବହାର ସେହି ମୁଖ୍ୟ ଭାଷାରେ କରନ୍ତି, ସେଠାରେ ଦେଶ ନାମରେ ହିଁ ଭାଷା ମଧ୍ୟ ନାମିତ ହୋଇଥାଏ । ଯଥା : ବଙ୍ଗଲା, ଅସମୀଆଁ, ଗୁଜରାତୀ, ମହାରାଷ୍ଟ୍ରୀ କି ଇଂଗ୍ଲିଶ-ଫ୍ରେଂଚ ଆଦି । ଏ ରୀତି ପ୍ରାଚୀନ ଅର୍ବାଚୀନ ସବୁ କାଳରେ ପ୍ରଚଳିତ । ବୃଦ୍ଧ ବାଗ୍ଭଟ୍ଟ ମଧ୍ୟ ‘ଅପଭ୍ରଂଶସ୍ତୁ ଯଚ୍ଛୁଦ୍ଧଂ ତତ୍ତଦ୍ଦେଶେଷୁ ଭାଷିତମ୍’ ଓ ଭାମହ ମଧ୍ୟ ପ୍ରାକୃତ ପ୍ରକାଶର ସୂତ୍ର ୪-୩୩ ବ୍ୟାଖ୍ୟାରେ ‘ତେନ ସର୍ବ ଏବ ଦେଶ ସଙ୍କେତ ବୃତ୍ତ୍ୟା ଭାଷା ଶବ୍ଦା ପରିଗୃହୀତାଃ’ କହିଛନ୍ତି । ଅତଏବ- ପ୍ରାଚୀନ କାଳରେ ଦେଶ ନାମାନୁସାରେ ଏ ଭାଷା ‘କୋଶଲୀ’ ନାମରେ ପରିଚିତ ଥିଲା, ଏଥିରେ ସନ୍ଦେହ ନାହିଁ ।
ମଧ୍ୟ ଯୁଗରେ ଆରଣ୍ୟକ ବା କାନ୍ତାରକ ର ଦେଶୀୟ ପ୍ରକୃତ ନାମ-ଝାରଖଣ୍ଡ ଅନୁସାରେ ‘ଝରିଆ’ କହୁଥିବା ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ପୂ:ଚ:ଭା କୋଷରେ ଲେଖିଥିଲେ ହେଁ ତାର କୌଣସି ପ୍ରମାଣ ଦେଇ ନାହାନ୍ତି । ଲରିଆ ସହ ସମଶ୍ରୁତିକ ଏ ଶବ୍ଦ ପ୍ରଚଳିତ ରହିଥିବା ଅବିଶ୍ୱାସ୍ୟ ନୁହେଁ,- ଯେହେତୁ ଏ ପ୍ରଦେଶରେ ଆରଣ୍ୟକ ବ୍ରାହ୍ମଣ ଓ କରଣମାନେ ଦେଶୀ ନାମରେ ଝାଡ଼ୁଆ ବୋଲାନ୍ତି ଓ ଝରିଆ ନାମରେ ଗୋଟିଏ ଗଉଡ଼ ଶ୍ରେଣୀ ଅଛନ୍ତି । ଚୌହାନମାନେ ମଧ୍ୟ ‘ଝାଡ଼ଖଣ୍ଡ କେ ନରପତି’ ଦ୍ୱାରା ବିରୁଦିତ ହେଉଥିବା ଜଣାଯାଏ । ଏପରି ହେଲେ ହେଁ ଦେଶର ପରିବର୍ତ୍ତିତ ନାମ ଅନୁସାରେ ‘ଛତୀଶଗଢ଼ୀ’ ଶବ୍ଦ ବ୍ୟାକରଣର ଆଦେଶ ପରି ଲରିଆ ନାମକୁ ସ୍ଥାନଚ୍ୟୁତ କରି ସାରିଲାଣି ଓ ଝରିଆ ନାମ ଆଉ କାହାରି ସ୍ମୃତିରେ ନାହିଁ । ତଥାପି, ପଶ୍ଚିମ କୋଣରେ କିଛି ଅବଶେଷ ରହି ଯାଇଛି ।
ଏ କୋଶଳ ପ୍ରଦେଶର ଭାଷାର ବର୍ତ୍ତମାନ କାଳିକ ରୂପ ଦେଖିଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ସ୍ୱତଃ ସିଦ୍ଧ । ପ୍ରାଚୀନ କାଳରେ ତ ନିଶ୍ଚିତ ଭାବେ ଉପକୂଳ ଅଂଚଳଠାରୁ ଏ ଅଂଚଳ ଲୋକେ ଭିନ୍ନ ଭାଷା କହୁଥିଲେ ଏହା ଅବିସମ୍ବାଦିତ । ଡ: କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ ୧୯୮୧ରେ ପ୍ରକାଶିତ History of Orissa, ଚବଶର ୨୮୪ ରେ ବର୍ତ୍ତମାନ ଭାବ ପ୍ରବାହରେ ଏ ଭାଷାକୁ ନାମିତ କରି ନ ପାରି ଲେଖିଛନ୍ତି । :
“The people of Kosala tract originally spoke a language which was akin to Bhojpuri Prakrit, while the language of the Coastal strip had family affinity with Magadhi” ଏହାସତ୍ତେ୍ୱ ଇତିହାସର କୌଣସି ବିଡ଼ମ୍ବିତ ଯୁଗ ସନ୍ଧିରେ କୋଶଳବାସୀ ଉପକୁଳିଆ ବା ଓଡ଼ିଆ ଭାଷାକୁ ନିଜ ସଂସ୍କୃତି ଓ ସାହିତ୍ୟର ମାଧ୍ୟମ ରୂପେ ଗ୍ରହଣ କରିନେଲେ । ଏହା ହୁଏତ ଦେଶୀୟ ଭାଷାମାନଙ୍କରେ ଲିଖିତ ସାହିତ୍ୟ ସୃଷ୍ଟି ଦେବା ସମୟ ବା ୧୩ଶ କି ୧୪ଶ ଶତାବ୍ଦୀ କାଳ ହୋଇପାରେ । ଏଥିରେ କୋଶଳବାସୀ ଏତେ ଆତ୍ମହରା ହୋଇ ପଡ଼ିଲେ ଯେ କ୍ରମେ ନିଜ ଭାଷାକୁ ଓ ନିଜକୁ ମଧ୍ୟ ଓଡି଼ଆ ବୋଲି ପ୍ରଖ୍ୟାପନ କଲେ । ତଦବଧି ‘କୋଶଲୀ’ ନିଜ ସର୍ବଶକ୍ତି ଖଟାଇ ଓଡି଼ଆ ଭାଷାରେ ହି ସର୍ବବିଧ ସାଧନା କରି ଆସୁଅଛି ।
ଦ୍ୱିତୀୟ ବିଡ଼ମ୍ବନା ଘଟିଲା ବର୍ତ୍ତମାନ ଯୁଗରେ, ଯେତେବେଳେ ଦେଶୀୟ ଶକ୍ତି ସମ୍ମୁଖରେ ସୁରସାର ସୁଖତୁଲ୍ୟ ଦ୍ୱିଗୁଣ ଦ୍ୱିଗୁଣ ବିସ୍ତାରିତ ହେଉଥିବା ଇଂରେଜ ଶକ୍ତିର କବଳରେ ଦେଶୀୟ ସତ୍ତାମାନ ଗୋଟି ଗୋଟି କରି ବିଲୀନ ହୋଇ ଶ୍ରୀମଦ୍ ଭାଗବତ ଗୀତା ଏଗାର ଅଧ୍ୟାୟର ଶ୍ଲୋକ ୨୫ ରୁ ୩୦ର ଦୃଶ୍ୟ ଉପସ୍ଥାପିତ କରୁଥିଲେ । ସେହି ସମୟରେ ବଳରାମ ଦେବଙ୍କ ସମ୍ବର୍ଦ୍ଧିତ ସମ୍ବଲପୁର ରାଜ୍ୟ ମଧ୍ୟ ଇଂରେଜର ଲୌହ ମୁଷ୍ଟିରେ ପଡି଼ଲା ଓ ବୀର ସୁରେନ୍ଦ୍ର ସାଏଙ୍କ ସମସ୍ତ ଆତ୍ମ ବଳିଦାନୀ ପ୍ରଚେଷ୍ଟା ସମୁଦ୍ର ଉଛୁଲେଇବାକୁ ଚିଙ୍ଗୁଡି଼ ଡି଼ଆଁ ଡେଇଁ ତୁଲ୍ୟ ନିଷ୍ଫଳ ହେଲା ।
ସେ ସମୟରେ ଉପକୂଳ ବାସୀଙ୍କ ସଂପର୍କ ସମ୍ବଲପୁର ସହ ନୂତନ ଭାବେ ହେଲା । ସେଠାକାର ଭାଷା ସାମୂହିକ ଭାବେ ଓଡ଼ିଆ ବୋଲାଉଥିଲେ ସୁଦ୍ଧା ତାର ସର୍ବବିଧ ବୈଲକ୍ଷଣ୍ୟ ଦେଖି ସାଧାରଣ ଭାବେ ତାକୁ ‘ସମ୍ବଲପୁରୀ’ ନାମରେ ଡାକିଲେ । ଦେଶୀୟ ରାଜାମାନେ ଇଂରେଜ ଦ୍ୱାରା ସୁରକ୍ଷିତ କୋଷକାର କୀଟ ତୁଲ୍ୟ ନିଜ ନିଜ ରାଜ୍ୟରେ ଆବଦ୍ଧ ସ୍ୱପ୍ନ ସୁଖରେ ନିମଜ୍ଜିତ ଥିଲେ । ତେଣୁ-ଏ ନାମର ଚିନ୍ତା କିଏ କରନ୍ତା ? ଇଂରେଜର କୁଟନୀତି ଯୋଗୁଁ ଏମାନେ ‘ନସଂହତାସ୍ତସ୍ୟ ନ ଭିନ୍ନ ବୃତ୍ତୟଃ ପ୍ରିୟାଣି ବାଞ୍ଚ୍ଥିତ ସୁଭି ସମୀହିତୁମଂ’ ଅବସ୍ଥାରେ ଥିଲେ । କ୍ରମେ ଗମନା ଗମନର ସୁବିଧା ଯୋଗୁଁ ଓ ନିର୍ଭୟତା ଯୋଗୁଁ ବିଭିନ୍ନ ଅଂଚଳ ପରସ୍ପର ନିକଟ ହେଲେ ଓ ସମଗ୍ର କୋଶଳର ଭାଷା ଏକ ହେବାରୁ ଏ ‘ସମ୍ବଲପୁରୀ’ ନାମ ମଧ୍ୟ ‘ଜଳେତୈଳମ୍’ ପରି ପ୍ରାସାରିତ ହୋଇଗଲା ।
‘ଗତାନୁ ଗତିକୋ ଲୋକଃ କୋଲୋକଃ ପାରମାର୍ôଥକଃ’ ହେଲେ ମଧ୍ୟ ବିଭିନ୍ନ ଅଂଚଳରେ ଲୋକେ ନିଜକୁ, ନିଜଭାଷାକୁ ନିଜ ଅଂଚଳ ସହ ସଂଯୁକ୍ତ କରି ବଲାଙ୍ଗିରିଆ, କଳାହାଣ୍ଡିଆ, ଖରଡି଼ଆ (ଖଡି଼ଆଳିଆ) କହନ୍ତି ସିନା, ନିଜକୁ କିମ୍ବା ନିଜ ଭାଷାକୁ ‘ସମ୍ବଲପୁରୀ’ କହନ୍ତି ନାହିଁ । ବାସ୍ତବରେ ବର୍ତ୍ତମାନ ଆକାଶବାଣୀ ଦ୍ୱାରା ସମ୍ବଲପୁରୀ ନାମରେ ପ୍ରଚାରିତ ମୁଖ୍ୟତଃ ଶୃଙ୍ଗାରପରକ ଆପାତ-ରମଣୀୟ ଲୋକ ଗୀତମାନଙ୍କ ଯୋଗୁଁ ହିଁ ‘ସମ୍ବଲପୁରୀ’ ନାମର ବିଶେଷ ପ୍ରଚାର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତୃତୀୟ ଓ ଚରମ ବିଡ଼ମ୍ବନା ଘଟିଲା ଏ ଶତାବ୍ଦୀର ପ୍ରାରମ୍ଭରେ, ଭାରତୀୟ ଭାଷା ସର୍ବେକ୍ଷଣ କାଳରେ । ଗ୍ରୀଅରସନ ବିଭିନ୍ନ ଅଂଚଳରୁ ଯେଉଁ ଭାଷା ନମୂନା ମାନ ସଂଗ୍ରହ କଲେ, ସେଥିରେ କୋଶଲର ବିଭିନ୍ନ ଅଂଚଳ ଯେଉଁ ନମୁନା ମାନ ପଠାଇଲେ ତାହା ପରସ୍ପର ନିରପେକ୍ଷ ହେଲେ ହେଁ ସବୁଯାକ ମାନିକୀ ଓଡି଼ଆ ଭାଷାରେ “ହେ ପିତା” ତୁମ୍ଭ ପାଖରେ ଆମ୍ଭର ଯେଉଁ ଭାଗ ଅଛି ତାହା ଆମ୍ଭଙ୍କୁ ଦିଅ’ ଆଦି ଥିଲା । ଏହା ଆତ୍ମ ବିସ୍ମୃତିର ଚରମ ପରିଣତି-ଦୀନ ମନୋଭାବର ସର୍ବନିମ୍ନ ସୋପନ ଅଟେ । ଆଜି ପ୍ରାୟ ଏକ ଶତାବ୍ଦୀ ପରେ ମଧ୍ୟ କଳାହାଣ୍ଡିର ଶ୍ରୀ ପ୍ରତାପ କେଶରୀ ଦେଓ କି ସମ୍ବଲପୁର ର ଶ୍ରୀ ଶ୍ରଦ୍ଧାକର ସୂପକାର ଏ ଭାଷା କହନ୍ତି କି ?
ଏ ନୂତନ ଜାଗରଣ କାଳରେ ଏ ସମସ୍ତ ବିଡ଼ମ୍ବନାରୁ ମୁକ୍ତ ହୋଇ ନିଜତାର ଉପଲବ୍ଧି କରିବାକୁ ହେଲେ ସାର୍ବଦେଶିକ ପଦ୍ଧତିରେ ଦେଶବୋଧକ ‘କୋଶଲୀ’ ଏହି ପ୍ରାଚୀନ ନାମର ହିଁ ପୁନଃ ଜୀବନ୍ୟାସ କରିବାକୁ ହେବ । ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶୀଙ୍କର ଅନେକ ଆଲୋଚନା ଏ ଦିଗରେ ବଳିଷ୍ଠ ଯୁକ୍ତି ପ୍ରଦାନ କରିପାରିଛି । ତାହା ସବୁ ପଠନୀୟ ।
ଅଳ୍ପ ଦିନର ରୁଢ଼ୀ ଓ ନିତାନ୍ତ ସଂକୀର୍ଣ୍ଣ ପରିସୀମିତତା ବୋଧକ ହେଲେହେଁ ସମ୍ବଲପୁରୀ ନାମ କେତେକଙ୍କ ହଠଧର୍ମିତା-ଦୁରାଗ୍ରହରେ ପରିଣତ ହୋଇଯାଇଛି । ସେମାନେ ଏହା ହୃଦୟଙ୍ଗମ କରିପାରି ନାହାନ୍ତି ଯେ, ଗଭୀର ଅବଚେତନରେ ପ୍ରୋଥିତ ହୀନମନ୍ୟତା ନିଜର ଶୂନ୍ୟତା ପୂରଣ ବା ରକ୍ଷା ଆବରଣ ରୂପେ ଚେତନ ମନରେ ଅହଂକୁଏ ମିଥ୍ୟା ଅଭିମାନ ଓ ଦୂରାଗ୍ରହର ପ୍ରେରଣା ଦେଉଛି ।
ଏ ସବୁକୁ ସୁସ୍ଥ ମନରେ ବିଚାର କଲେ ପଶ୍ଚିମ ଓଡି଼ଶାର ଭାଷାର ନାମ ସର୍ବାଂଚଳିକ ସର୍ବଗ୍ରାହ୍ୟ ହେତୁ ‘କୋଶଲୀ’ ହିଁ ସ୍ୱାଭାବିକ ଓ ଯୁକ୍ତି ସଙ୍ଗତ ଅଟେ । ଏ ବିନୀତ ବ୍ୟକ୍ତି ଏହି ନାମରେ ହିଁ ଏ ଭାଷାର ଚର୍ଚ୍ଚା କରି ଆସୁଅଛି ଓ କରୁଥିବ ।

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(2): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

0

ମୁଖବନ୍ଧ

ସୁଦୂର ପ୍ରାଚୀନ କାଳରୁ ଏକ ବିରାଟ ଦେଶ ‘କୋଶଳ’ ବା ‘କୋଶଳଖଣ୍ଡ’ ନାମରେ ବିଦିତ ହୋଇ ଆସିଅଛି । ଏହା ପ୍ରାୟ ନାଗାଧିରାଜ ହିମାଳୟର ପାଦଦେଶରୁ ଦକ୍ଷିଣରେ ଉତ୍ତର ଗୋଦାବରୀ ପର୍ଯ୍ୟନ୍ତ ତଥା ପୂର୍ବରେ ଉକ୍ରଳର ପଶ୍ଚିମ ସୀମାଠାରୁ ପଶ୍ଚିମରେ ବେନ୍ଗଙ୍ଗା (ବେଣୁ) ବା ବିଦର୍ଭ ଯାଏ ବିସ୍ତୃତ ହୋଇଥିବାର ବର୍ଣ୍ଣନା ମାନ ବିଭିନ୍ନ ସୂତ୍ରରୁ ମିଳିଥାଏ । ଭାରତର ଅତି ପ୍ରାଚୀନ ମହାକାବ୍ୟ ବାଲ୍ମିକୀ ରାମାୟଣରେ ଦୁଇଟି କୋଶଳ ରାଜ୍ୟର ଉଲ୍ଲେଖ ମିଳିଥାଏ । ପ୍ରଥମଟି ଉତ୍ତର କୋଶଳ ଓ ଅନ୍ୟଟି ହେଉଛି-ଦକ୍ଷିଣ-କୋଶଳ । ଭରତ ବର୍ଷର ପ୍ରାଚୀନ ଓ ମଧ୍ୟ ଯୁଗର ପୁରାଣ ତଥା ଅନ୍ୟାନ୍ୟ ପ୍ରାମାଣିକ ଗ୍ରନ୍ଥ ଗୁଡ଼ିକରେ ଦକ୍ଷିଣ-କୋଶଳର ରାଜା, ରାଜ ଧର୍ମ, ଭୂଗୋଳ, ସଂସ୍କୃତି ଓ ଭାଷା ଆଦି ସଂପର୍କରେ ବହୁ ତଥ୍ୟ ଓ ସୂଚନା ମିଳୁଥିଲେ ହେଁ ତଥା ଏହାର ଏକ ମୌଳିକ ମର୍ଯ୍ୟାଦା ଓ ସ୍ୱତନ୍ତ୍ର ସ୍ଥିତି ସତ୍ତା ରହିଥିଲେ ହେଁ, ଆମର ଐତିହାସିକ ଓ ଗବେଷକ ମାନେ ଏହାର ମୌଳିକ ସଂସ୍କୃତି ଓ ଭାଷା ଉପରେ ପ୍ରମାଦଶୂନ୍ୟ ବିବରଣୀ ପ୍ରଦାନ କରିବାରେ ଆଶା ଜନକ ଭାବେ ସଫଳ ହୋଇ ନଥିବାର ଜଣାପଡେ । ଏହାର ମୁଖ୍ୟ କାରଣ ହେଉଛି, ଦକ୍ଷିଣ କୋଶଳର ଲୋକ ସଂସ୍କୃତି ଓ ଭାଷା ଉପରେ ନିରପେକ୍ଷ ଅ୍ମୟନ ନିଷ୍ଠାର ନ୍ୟୁନ ଭାବ । କୋଶଳ ଖଣ୍ଡ ଏତେ ବିଶାଳ ଓ ବିସ୍ତୃତ ଥିଲା ଯେ, ପରବର୍ତ୍ତୀ କାଳରେ ଏହାକୁ ଶାସନର ସୁବିଧା ଦୃଷ୍ଟିରୁ ସପ୍ତଖଣ୍ଡରେ ଭାଗ ଭାଗ କରିବା ନିହାତି ଆବଶ୍ୟକ ହୋଇ ପଡିଥିଲା । ବାୟୁ ପୁରାଣର ୧୨୯ରୁ ୧୩୨ ଶ୍ଳୋକ ମଧ୍ୟରେ ଏହି ସପ୍ତ-କୋଶଳକୁ ନିମ୍ନମତେ ଉଲ୍ଲେଖ କରାଯାଇଛି । ଯଥା୧- ମେକଳ କୋଶଳ ୨- କ୍ରାନ୍ତି କୋଶଳ ୩- ଚେଦି କୋଶଳ ୪- ଦକ୍ଷିଣ କୋଶଳ ୫- କାଶୀ କୋଶଳ ୬- ପୂର୍ବ କୋଶଳ ୭- କଳିଙ୍ଗ କୋଶଳ

ଏପରି ହେଲେ ହେଁ ‘କୋଶଳଖଣ୍ଡ’ ମୁଖ୍ୟତଃ ଉତ୍ତର କୋଶଳ ଓ ଦକ୍ଷିଣ-କୋଶଳ ଭାବେ ହିଁ ବିଦିତ ଥିଲା । ତେଣୁ ବାଲ୍ମିକୀ ରାମାୟଣରେ ଦୁଇଟି ମାତ୍ର କୋଶଳ ସଂପର୍କରେ ଉଲ୍ଲେଖ କରାଯାଇଛି । ଏହି ଉତ୍ତର କୋଶଳ ସରଜୁ ତଟର ଭୌଗୋଳିକ ପରିସୀମା ମଧ୍ୟରେ ବିସ୍ତୃତ ଥିବାବେଳେ ଦକ୍ଷିଣ-କୋଶଳ ବିନ୍ଧ୍ୟାଂଚଳ ପର୍ବତମାଳାର ଦକ୍ଷିଣରେ ବିଶାଳ ଅଂଚଳକୁ ଆବୃତ କରି ବିସ୍ତାରିତ ହୋଇଥିଲା । ଏ ସମଗ୍ର ପ୍ରଦେଶର ଅଧିକାରୀ ହେଲେ ହେଁ ସୂର୍ଯ୍ୟବଂଶୀ ରାଜାମାନେ “ଉତ୍ତର କୋଶଲେଶ୍ୱର” ବୋଲାଉଥିଲେ ଓ ଦକ୍ଷିଣ-କୋଶଳ ସାମାନ୍ୟ ଭାବେ କୋଶଳ ହିଁ ବୋଲାଉଥିଲା । ପରବର୍ତ୍ତୀ ସମୟର ଦକ୍ଷିଣ-କୋଶଳର ରାଜାମାନେ ମଧ୍ୟ “ଦକ୍ଷିଣ କୋଶଳାଧିପତି” ବୋଲାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି । ସେ ଯାହାହେଉ, ବହୁ ସୂତ୍ରରୁ ପ୍ରମାଣିତ ହୋଇପାରିଛି ଯେ- ସମସ୍ତ କୋଶଳ ବିବର୍ତ୍ତନ ଓ ଭାବନାର ମୂଳସୂତ୍ର ବା ‘ମାଇଁ କନ୍ଦା’ ହେଉଛି ଆଦି କୋଶଳ, ଦକ୍ଷିଣ-କୋଶଳ । ଏହା ଏହି ରାଜ୍ୟର ରଜକନ୍ୟା ରାଜା ଦଶରଥଙ୍କ ପାଟରାଣୀ ଶ୍ରୀ ରାମଚନ୍ଦ୍ରଙ୍କର ମାତା “କୌଶଲ୍ୟା” ନାମକରଣରୁ ହିଁ (ଦେଶାନୁସାରୀ ସୂତ୍ରରେ) ସ୍ୱତଃ ଜଣାପଡ଼େ । କୋଶଳର ରାଜକନ୍ୟା କୌଶଲ୍ୟାଙ୍କୁ ବିବାହ କରିବାର ପରବର୍ତ୍ତୀ କାଳରେ ଦଶରଥଙ୍କ ରାଜ୍ୟ ଓ କୋଶଳ ଏକତ୍ର ହୋଇଯିବାରୁ ଏହି ବିଶାଳ ରାଜ୍ୟର ଦୁଇପାଶ୍ୱର୍କୁ ଉତ୍ତର-କୋଶଳ ଓ ଦକ୍ଷିଣ-କୋଶଳ ଭାବରେ ଚିହ୍ନିତ କରାଗଲା । ଏଥିରୁ ଜଣାପଡେ ଯେ ଦକ୍ଷିଣ କୋଶଳ ଅପେକ୍ଷା ଉତ୍ତର-କୋଶଳ ଅର୍ବାଚୀନ ଅଟେ । ପରବର୍ତ୍ତୀ କାଳରେ ରାଜନୈତିକ ଅସ୍ଥିରତା ଯୋଗୁଁ ବିଖଣ୍ଡିତ ହୋଇ ବିଭିନ୍ନ ରାଜବଂଶମାନଙ୍କ ଅଧୀନକୁ ଆସି ଉତ୍ତର କୋଶଳ ‘ଅୱଧ’ ନାମରେ, ମେକଳ କୋଶଳ ବଘେଲ ରାଜପୂତମାନଙ୍କ ଅଧିକାରକୁ ଆସି ‘ବଘେଲଖଣ୍ଡ’ ନାମରେ, ଦକ୍ଷିଣ କୋଶଳର ଦକ୍ଷିଣ ଭାଗ ଛତ୍ତୀଶଗଢ ଓ ପୂର୍ବଭାଗ ସାମାନ୍ୟତଃ “କୋଶଳ” ନାମରେ ରହିଯାଇ ଅନ୍ୟାନ୍ୟ କୋଶଳ ବିଭିନ୍ନ ରାଜ୍ୟରେ ବିଳୀନ ହୋଇ ଯାଇଥିଲେ । ଅନେକ ଐତିହାସିକ କାରଣରୁ ସମଗ୍ର କୋଶଳ ଛିନ୍ନ ବିଛିନ୍ନ ହୋଇ ଅନ୍ୟ ନାମ ମାନ ଗ୍ରହଣ କରିଥିଲେ ହେଁ, ଏହି କୋଶଳ ନିଜ ନାମ କୋଶଳକୁ ଯଥାବତ୍ ରଖିଅଛି । ଏହାକୁ ‘ଅବଶେଷାଦ୍ ବ୍ୟପଦେଶଃ’ କୁହାଯାଇପାରେ । ବହୁ ଯଥାର୍ଥ କାରଣରୁ ଏହାକୁ ମଧ୍ୟ ଆଧୁନିକ ପରିଭାଷାରେ proper Kosal ସ କହିବା ହିଁ ଯୁକ୍ତିଯୁକ୍ତ ହେବ । କୋଶଲୀ ପ୍ରାକୃତ ସହିତ ମୌଳିକ କୋଶଲୀ ସଂସ୍କୃତି ଓ ଭାବର ସ୍ପନ୍ଦନ ଏଠାରେ ହିଁ ଲକ୍ଷଣୀୟ ।

ଆଧୁନିକ ଯୁଗର ଐତିହାସିକ ବିଡମ୍ବନା ବଶତଃ ଛିନ୍ନଛତ୍ର ହୋଇଯାଇଥିଲେ ହେଁ ଭାଷା ଓ ସଂସ୍କୃତି ଦୃଷ୍ଟିରୁ ଏହା ବର୍ତ୍ତମାନର ଓଡ଼ିଶା ରାଜ୍ୟର ପଶ୍ଚିମ ପାଶ୍ୱର୍ସ୍ଥ ଅବିଭକ୍ତ ପାଂଚଟି ଜିଲ୍ଲା-ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ-ଫୁଲବାଣୀ, ଆଠମଲ୍ଲିକ ଅଂଚଳ, କୋରାପୁଟର ଉତ୍ତର ଅଂଚଳ ତଥା ମଧ୍ୟ ପ୍ରଦେଶର ବସ୍ତର ଜିଲ୍ଲାର ଭତରୀ ଅଂଚଳ, ପୂର୍ବପଟର ଦେଭୋଗ, ଫୁଲଝର, ରାୟଗଡ, ସାରଙ୍ଗଗଡ ଠାରୁ ଜସିପୁର ପର୍ଯ୍ୟନ୍ତ ଅଂଚଳ ମାନଙ୍କର ସମଷ୍ଟି ଅଟେ । ଏହି ବ୍ୟାପକ ଅଂଚଳର ଭାଷା ହିଁ ଯଥାର୍ଥରେ କୋଶଲୀ ଭାଷା ଅଟେ ।

ପ୍ରାଚୀନ ସାହିତ୍ୟ ଗୁଡ଼ିକରେ ପ୍ରତିଫଳିତ ଓ ପ୍ରକାଶିତ ତଥ୍ୟ ମାନଙ୍କ ଉପରେ ଭିତ୍ତିକରି କୁହାଯାଇ ପାରେ ଯେ, ଏହି କୋଶଳ ବା ମହାକୋଶଳର ଐତିହ୍ୟ ଖ୍ରୀ.ପୂ. ଓପ୍ତମ ଶତାବ୍ଦୀ ର ବହୁ ପୂର୍ବବର୍ତ୍ତୀ ଅଟେ । ମହାବୈୟାକରଣିକ ପାଣିନୀ ତଦୀୟ ବ୍ୟାକରଣ ରେ କଳିଙ୍ଗ ଓ କୋଶଳ ସମ୍ବନ୍ଧୀ ନିୟମରେ ସୂତ୍ର ପ୍ରଣୟନ କରିଛନ୍ତି ।ଅନେକ ଭାଷ୍ୟକାରଙ୍କ ମତରେ ଏଠାରେ କୋଶଳ ଶବ୍ଦର ପ୍ରୟୋଗ ‘ଦକ୍ଷିଣ-କୋଶଳ’ ନିମିତ୍ତ ହିଁ ଉଦ୍ଦିଷ୍ଟ ଅଟେ । ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଲିଖିତ ଦୁଇଟି ବ୍ରାହ୍ମୀ ଲିପିରେ ମଧ୍ୟ କୋଶଳ ଦେଶର ସାଙ୍କେତିକ ଚିହ୍ନମାନ ଦେଖିବାକୁ ମିଳିଥାଏ । ପ୍ରାୟ ଦୁଇ ହଜାର ମାଇଲ ବୃତ୍ତ ମଧ୍ୟରେ ବିସ୍ତୃତ ହୋଇଥିବା ଏହି ଦକ୍ଷିଣ-କୋଶଳର ସାଂସ୍କୃତିକ ପରମ୍ପରା ମୂଳରେ ବହୁ ପ୍ରାଚୀନ ଯୁଗର ଐତିହାସିକ ଉପାଦାନ ପ୍ରଚ୍ଛନ୍ନ ହୋଇ ରହିଛି, ତେଣୁ ଏହାର ମୂଲ୍ୟବୋଧ ସୁଦୂର ପ୍ରସାରୀ । ସମଗ୍ର ବିଶ୍ୱ ଜଗତକୁ ଦକ୍ଷିଣ-କୋଶଳ ଆପଣାର ଧାର୍ମିକ, ସାଂସ୍କୃତିକ, ଆଟବୀକ ଓ ହୀରକ ଅବଦାନ ଦ୍ୱାରା ଅନୁଗୃହୀତ କରିଥିବାର ବହୁ ଐତିହାସିକ ପ୍ରମାଣ ମାନ ମିଳୁଛି । ବୌଦ୍ଧଧର୍ମ ର ଅବକ୍ଷୟ ଓ ଅପଭ୍ରଂଶ କାଳରେ ଯେଉଁ କେତୋଟି ନୂତନ ଧର୍ମ-ଧାରଣାର ଉଦ୍ଭବ ଘଟିଥିଲା, ତାହାର ଜଠର ଭୂମି ଥିଲା ଏହି ଦକ୍ଷିଣ-କୋଶଳ ବା କୋଶଳ । ବଜ୍ରଯାନ, ସହଜଯାନ, କାଳଚକ୍ରଯାନ, ତନ୍ତ୍ରଯାନ ଓ ସମ୍ବରତନ୍ତ୍ର ଆଦିର ଉନ୍ମେଷ ଭୂମି ଭାବରେ ତଥା ଶାକ୍ତ ଧର୍ମଧାରା, ଶୈବ ଧର୍ମଧାରା, ଭୈରବ ଉପାସନାର ଧାରା, ନାଥ ଧର୍ମଧାରା, ବୌଦ୍ଧ ଧର୍ମଧାରା, ମହିମା ଧର୍ମଧାରା ଓ ବୈଷ୍ଣବ ଧର୍ମଧାରା ର ଉର୍ବର ଚାରଣ ଭୂମି ରୂପରେ କୋଶଳର ଐତିହାସିକ ପ୍ରତିଷ୍ଠା ଓ ମହାନତା ବିଶ୍ୱରେ ବିଦିତ । ସଂପ୍ରତି ସଂସାରରେ ଚହଳ ପକାଇ ପଶ୍ଚିମ ଓଡିଶାର ଭୂଗର୍ଭରୁ ବାହାରୁଥିବା ଅଷ୍ଟବିଧ ରତ୍ନମାନ କେବଳ ରତ୍ନ ହିଁ ନୁହନ୍ତି, ଏଗୁଡିକ ହିଁ ବାସ୍ତବରେ ରତ୍ନମୟ ଭୂମି କୋଶଳର ପ୍ରାଚୀନ ଇତିହାସ । ହୁଏନ୍ସାଂ ଆପଣାର ଯାତ୍ରା ବିବରଣୀରେ ଲେଖିଛନ୍ତି ଯେ, ମଧ୍ୟ-ଦେଶ ରୁ ଲୋକେ ହୀରାନେଇ କଳିଙ୍ଗରେ ବିକ୍ରି କରୁଥିଲେ । ଏହି ମଧ୍ୟ-ଦେଶ ମହାନଦୀ ତଟରେ ଥିବା କୋଶଳଦେଶୀୟ ସମ୍ବଳକ ବା ସମ୍ବଲପୁର ଭିନ୍ନ ଆଉ କିଛି ନୁହେ । ପୂର୍ବ ସମୁଦ୍ର ତଟରେ ‘କୋଶଳ’ନାମକ ଏକ ବନ୍ଦର ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସମ୍ଭବତଃ କୋଶଳ ଦେଶର କୋଶଲୀ ନାମକ ଡଙ୍ଗା ସାହାଯ୍ୟରେ ଯେଉଁ ବନ୍ଦର କୁ କେନ୍ଦ୍ରକରି କୋଶଲୀ ହୀରା, ବସ୍ତ୍ର ଓ କଦ୍ରୁ ଆଦିର ବ୍ୟବସାୟ ଚାଲୁଥିଲା, ବିଦେଶରେ ସେହି ବନ୍ଦର କ ୁ କୋଶଳ ବନ୍ଦର ବୋଲି କୁହା ଯାଉଥିଲା । କୋଶଳ ଦେଶର ନଦୀକନ୍ୟା ମହାନଦୀ ଗର୍ଭରେ ମିଳୁଥିବା ମଣି ମାନଙ୍କ ମ୍ମରେ ମହାନ ବଜ୍ରମଣି ବା ହୀରାର ଭାରି ଆଦର ସୁଦୂର ରୋମରେ ମଧ୍ୟ ରହିଥିଲା ବୋଲି ଗୀବ୍ବନ ମତ ପ୍ରଦାନ କରିଛନ୍ତି । କୋଶଳଖଣ୍ଡର ଅନେକ ବଣ, ପର୍ବତ ଓ ଜନପଦଆଦି ଏହି ପ୍ରକାର ବିଭିନ୍ନ ରତ୍ନ ମାନଙ୍କ ନାମ ସହ ଚିହ୍ନିତ ହୋଇଛନ୍ତି । କୋଶଳର ପ୍ରାଚୀନ ଇତିହାସ ସହ ସଂପୃକ୍ତ ମହାରଣ୍ୟ-ମହାକାନ୍ତାର, ମାୟାଗୁହା ଓ ମଘବାବନ(ଇନ୍ଦ୍ରବଣ) ଆଦି ସାଂପ୍ରତିକ କଳାହାଣ୍ଡିର ପ୍ରାଚୀନ ଇତିହାସ ସହ ଜଡିତ । କୋଶଳର ମାଣିକ୍ୟ ମୟ ଭୁମି ହିଁ ଆଜିର କଳାହାଣ୍ଡି ଓ ଇତିହାସ ଯୁଗର କାରୁଣ୍ଡ ତଥା ମହାକାନ୍ତାର । ତନ୍ତ୍ରଭୂମି-ରତ୍ନଭୁମି ଇନ୍ଦ୍ରବଣ ଏହି ଭୂଭାଗର ଅଂଶାବଶେଷ ଥିଲା । ମାୟାଗୁହା ହିଁ ଏବର ମାରାଗୁଡା । ଯୁଗେ ଯୁଗେ ଏହି ବିସ୍ତୃତ ଅଂଚଳ କୋଶଳ ନାମରେ ହିଁ ପରିଚିତ ହୋଇ ଆସୁଥିବାରୁ ପରବର୍ତ୍ତୀ ସମୟର ସୋମବଂଶୀ ରାଜାମାନେ “ସକଳ କୋଶଳାଧୀପତି” ଓ ଚୌହାନ୍ ନରପତିମାନେ ମଧ୍ୟ ‘କୋଶଳେଶ୍ୱର’ ବୋଲାଉ ଥିଲେ । ଏହି ଭାବନାକୁ ଦୃଢ଼ ସମର୍ଥନ ଜଣାଇଥାଏ ଶ୍ରୀ ଗଙ୍ଗାଧର ମିଶ୍ର କୃତ ସଂସ୍କୃତ “କୋଶଳାନନ୍ଦ ମହାକାବ୍ୟ” ଓ ପ୍ରହ୍ଲାଦଦୁବେଙ୍କର (ସାରଙ୍ଗଗଡ଼ର) ଲିଖିତ “ଜୟ ଚନ୍ଦ୍ରିକା” ହିନ୍ଦୀ କାବ୍ୟ । ପ୍ରହ୍ଲାଦଦୁବେ ସମ୍ବଲପୁର ରାଜା ଜୈତ ସାଏ ବା ଜୟନ୍ତ ସିଂହଙ୍କ ରାଜାନୁଗ୍ରହୀ କବି ଥିଲେ । ଏହାଙ୍କ ଲିଖିତ ‘ଜୟ ଚନ୍ଦ୍ରିକା’ ଏକ ଐତିହାସିକ କାବ୍ୟ ଅଟେ । ଏଥିରେ ସେ ପ୍ରସଙ୍ଗ କ୍ରମେ ସମ୍ବଲପୁରର ତତ୍କାଳୀନ ସ୍ଥିତି ଓ କୋଶଳ ରାଜ୍ୟର ବିଷଦବର୍ଣ୍ଣନା କରିଛନ୍ତି । ଏହି ବର୍ଣ୍ଣନାର କିଛି ଅଂଶ ଏହିପରି,” –
କୋଶଲ ମୁଖ୍ୟ ସଂବଲପୁର ଦେଶା
ତହାଁ ବସତ ଚୌହାନ ନରେଶା
ଇସେ ନଗ୍ର ପୁର ସିମାହିଁ
ଜେହି ଛବି ଜମ୍ବୁ ଦୀପ ମୋ ନାହିଁ । ।
ଚିତ୍ରୋତ୍ପଳା ଗଢ ବହେ ବଢ ତୋରା
ଜହଁ ଓପଜେ ମନି କଂଚନ ହିରା
ଶାସ୍ତ୍ର ସଶାସ୍ତ୍ର ପୁରକ ପୁରବାସୀ
ବିଦ୍ୟା ମେ ମନୁ ଲହରେ କାଶୀ । ।

‘Chauhan Rulers of Sonepur’ ର ପୃଷ୍ଠା ୩ ରେ ଗବେଷକ B.C. Mazumdar ମଧ୍ୟ ଏ ଅଂଚଳକୁ କୋଶଳ ନାମାତ୍ମିକାରେ ବର୍ଣ୍ଣନା କରିଛନ୍ତି ଯଥା, “Balarjuna’s successors made the Sambalpur tract their Kingdom and always designated this tract by the name of “ Kosala” though the trunk of Kosala consisting of Chhathisgarh fell in the hands of other rulers. The term ‘Kosala’ occurring in the records of successors of Balarjuna signifies the Sambalpur tract defined above.”

ଦକ୍ଷିଣ-କୋଶଳର ଏହି ପୂର୍ବାଂଶ ହିଁ ସମ୍ଭବତଃ ପୂର୍ବଖଣ୍ଡ ବା ପୂର୍ବ-କୋଶଳ ଭାବରେ ସମୟ ସମୟରେ କଥିତ ହେଉଥିଲା । ଏହି ପୂର୍ବଖଣ୍ଡରେ ବିଶେଷ ଜନାଦୃତ ଲାଭ କରିଥିବା ଏକ ପ୍ରାଚୀନ ପ୍ରାମାଣିକ ଗ୍ରନ୍ଥ ‘କପିଳସଂହିତା’ରେ ମଧ୍ୟ ଏ ଅଂଚଳ ବା ପ୍ରଦେଶକୁ କୋଶଳ ନାମରେ ହିଁ ନିର୍ଦ୍ଧିଷ୍ଟ ଭାବେ ପରିଚିହ୍ନିତ କରାଯାଇଛି । ଉତ୍କଳର ପୁରୀ, କୋଣାର୍କ ଓ ଭୂବନେଶ୍ୱର ଆଦି ପାବନ ସ୍ଥଳ ତ୍ରୟୀ ପରି ଏଥିରେ କୋଶଳର ପାବନ ତ୍ରୟୀ ସଂପର୍କରେ ନିମ୍ନମତେ ବର୍ଣ୍ଣନା ରହିଛି :
ପୁଣ୍ୟା ସ୍ୱର୍ଣ୍ଣପୁରୀ ପ୍ରୋକ୍ତା, ପୁଣ୍ୟା ଚିତ୍ରୋତ୍ପଳା ନଦୀ କୋଶଳେଷୁ ତ୍ରୟଃ ପୁଣ୍ୟା, ପୁଣ୍ୟୋ ମାର୍ଜାର କେଶରୀ ।ା

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କୋସଳ ବୋଇଲେ ଏହି ଭମିକୁ ହିଁ ଗ୍ରନ୍ଥକାରମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ । ବାବୁ ରେବାରାମ କାୟସ୍ଥ ଙ୍କର “ବିକ୍ରମ ବିଳାସ” କାବ୍ୟରେ ଏହାର ସ୍ପଷ୍ଟ ଦୃଷ୍ଟାନ୍ତ ରହିଛି । ଯଥା –
ପାବନ ଦଚ୍ଛିନ୍ନ କୋଶଲ ଦେଶା
ଜହଁ ହରି ଓତୁ କେଶରୀ ବେଷା ।ା
ଆଧୁନିକ ଯୁଗ ଯାଏଁ ଏ ଅଂଚଳର ସମସ୍ତ ଚିନ୍ତାଶୀଳ ଐତିହାସିକ ଯଥା- ଶ୍ରୀ ରାମଚନ୍ଦ୍ର ମଲ୍ଲିକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଆଦି ଏ ରାଜ୍ୟର ଇତିହାସକୁ କୋଶଳ ଇତିହାସ ନାମରେ ହିଁ ନାମିତ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ସ୍ୱର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେବ କୋଶଳ ଭାବନାର ଜଣେ ପଥିକୃତ୍ ପ୍ରବକ୍ତା ଥିଲେ । କୋଶଲୀ ମୌଳିକତା ଓ ଭାବନା ତେଣୁ ବହୁ ପ୍ରାଚୀନ ଯୁଗରୁ ଅଦ୍ୟାବଧି ରହିଆସିଛି । ବିଶେଷ ଭାବରେ ଏହି ଅଂଚଳରେ ହିଁ ଭାବତ୍ମକ ଦୃଷ୍ଟିକୋଣରୁ ଆବଦ୍ଧ ରହିଥିବା କୋଶଲୀ ଡ଼ଙ୍ଗା, କୋଶଲା ଗଉର, କୋଶଲା ମାଳୀ, କୋଶଲା ଭାଜି, କୋଶଲା-ଖାଦ୍ୟ ଶସ୍ୟ, କୋଶଳେଶ୍ୱର ମହାଦେବ, କୋଶଲେଶ୍ୱରୀ ଦେବୀ, କୋଶଲୀ ବାହ୍ମନ, ଓ ସଂପ୍ରତି ସବିଶେଷ ଗବେଷଣା ଦ୍ୱାରା ନିର୍ଣ୍ଣିତ କୋଶଲୀ ରୀତିର ମନ୍ଦିର ସ୍ଥାପତ୍ୟର ନାମକରଣରୁ ହିଁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ- ଏ ଅଂଚଳର ବ୍ୟାପକ କ୍ଷେତ୍ରରେ ଜନଗଣଙ୍କ ଦ୍ୱାରା ବ୍ୟବହୃତ ଭିନ୍ନ ଧରଣର ଭାଷା ମଧ୍ୟ ‘କୋଶଲୀ ଭାଷା’ ହିଁ ଅଟେ । ଏ ଅଂଚଳ ବା ଦେଶର ଭାଷାର ସଂକ୍ଷିପ୍ତ ପରିଚୟ ହିଁ “କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ ।” କୋଶଲୀ ଭାଷାର ସ୍ୱତନ୍ତ୍ର ଅସ୍ତିତ୍ୱ ନିଶ୍ଚିତ ରୂପେ ଜାଜ୍ଜ୍ୱଲ୍ୟମାନ ।

କୋଶଲୀ ଭାଷାର ପ୍ରତିଟି ଶବ୍ଦ ପ୍ରାଣମୟ ଓ ଗଭୀର ଅର୍ଥ ବୋଧକ । ଏ ପ୍ରଦେଶର ସମସ୍ତ ଗିରି କାନନ, ଘାଟି-ଉଘାଟି, ଉପତ୍ୟକା, ଡାଁଡ, ଭଟ୍ଟା, ନଦୀ, ନାଳ, ଜୀବଜନ୍ତୁ, ସରୀସୃପ, କୀଟପତଙ୍ଗ, ବୃକ୍ଷଲତା, ଚେରମୂଳ, ପୁରପଲ୍ଲୀ, ଗ୍ରାମ, ନଗର, ଜନପଦ, ପଶୁପକ୍ଷୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଠୁ ଆରମ୍ଭ କରି ବ୍ୟକ୍ତିର ନାମକରଣ ତଥା ମାଳୀ ବାଡି଼, କୁମ୍ଭାର ଶାଳ, ଲୁହୁରା ଶାଳ ଓ ହାଟ ବଜାର ଆଦିରେ ବ୍ୟବହୃତ ହଜାର ହଜାର କୋଶଲୀ ଶବ୍ଦ ସିଧା ସଳଖ ସଂସ୍କୃତରୁ ହିଁ ଆସିଛି । ପ୍ରତିଟି ଶବ୍ଦ ମଧ୍ୟରେ ଥିବା ସାଂସ୍କୃତିକ ଓ ପାରିବେଶିକ ଅଭିବ୍ୟଂଜନାର ଶାଶ୍ୱତ ମୈøଳିକତା ହିଁ ଏହାର ସ୍ୱତନ୍ତ୍ର ଅସ୍ତିତ୍ୱକୁ ପ୍ରମାଣିତ କରିଥାଏ । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନରେ ‘ଖମନ’ ଶବ୍ଦଟିର ଆଲୋଚନାକୁ ଆବଶ୍ୟକ ମନେ କରେଁ :
କୋଶଳ ଖଣ୍ଡ ମୁଖ୍ୟତଃ ଏକ ରତ୍ନମୟ ପ୍ରଦେଶ । ତେଣୁ ପ୍ରାଚୀନ ସାହିତ୍ୟାଦି ରେ ଏ ଭୂମିକୁ “ବଜ୍ରଗର୍ଭା ମହାରଣ୍ୟଂ” ବୋଲି ଚିହ୍ନିତ କରାଯାଇଛି । ଏହା ଏହାର କାନ୍ତାରକ, ଆରଣ୍ୟକ, ଝାଡଖଣ୍ଡ (ଝାର୍ଖଣ୍ଡ), ଆଦି ପ୍ରାଚୀନ ଅର୍ବାଚୀନ ନାମରୁ-ସ୍ପଷ୍ଟ ହୋଇଥାଏ । କୋଶଲୀ ଭାଷାରେ ସାଧାରଣ ବନ ପାଇଁ ମଧ୍ୟ ଖମ୍ନା ବା ‘ଖମନ୍’ ଶବ୍ଦର ବ୍ୟବହାର ହୋଇଥାଏ । ଯଥା :
(କ) ‘ଖମନର୍ କାଡ଼ ଘିଚା ଘାଟିରେ ସର୍ଗିଢ଼େଁଟି’
(ଖ) ‘ବଜର୍ଗଡ଼ ଖମ୍ନା,
ଢ଼େଁଡ଼ାମୁଡ଼ା ନାଗ୍-ଧମ୍ନା’ (ଲୋକଗୀତ)
ଏହାର ବ୍ୟୁତ୍ପନ୍ନ ସଂସ୍କୃତ ‘ଖବନ’ ଶବ୍ଦରୁ ହୋଇଛି । ଖ=ଆକାଶ ବା ନଭ । ଖବନ=ଆକାଶ ସ୍ପର୍ଶୀ ବା ନଭଶ୍ଚୁମ୍ବୀ ବନ । ପ୍ରାକୃତ ନିୟମରେ ବ>ମ । ତେଣୁ କରି ହେଲା ଖମନ । ଗହନ ଘନ ବନ ରେ ହିଁ ଆଲୋକ ଓ ବାୟୁ ନିମିତ୍ତାର୍ଥେ ବୃକ୍ଷ ଗୁଡି଼କ ଉଚ୍ଚ ହେଉଥିବାରୁ ତାହା ‘ଖମନ’ ହୋଇପାରେ । କୋଶଲୀ ଭାଷାରେ ସାଧାରଣ ବନ ପାଇଁ ମଧ୍ୟ ‘ଖମନ’ ଶବ୍ଦ ପ୍ରଯୁକ୍ତ ହେଉଥିବାରୁ ପୁର୍ବେ ଏ ସମଗ୍ର ପ୍ରଦେଶରେ ଖମନ ହିଁ ସାଧାରଣ ପ୍ରାୟ ଥିଲା । ତେଣୁ ଏହା ଯଥାର୍ଥରେ “ଘନ ବନ ସମାଚ୍ଛନ୍ନ ମହାରଣ୍ୟଂ” ଭୁମି ହିଁ ଥିଲା । ଏହି ମହାରଣ୍ୟ ପରିବେଶର ଆତ୍ମୀୟତା ଓ ପୃଷ୍ଠଭୁମିରୁ ହିଁ ସିଧା ସଳଖ ସଂସ୍କୃତ ଭାଷାରୁ ନିମ୍ନ କେତୋଟି କୋଶଲୀ ଶବ୍ଦର ସୃଷ୍ଟି ।
କଁଟୁ କୁଆଲି : ଅରଣ୍ୟ ଜାତ କୋଳି ବିଶେଷ । କଟକ କୋଳିଃ > କଁଟୁ କୁଆଲି କଟକ (ସଂ) ପାର୍ବତ୍ୟାଂଚଳ, ଅରଣ୍ୟାଂଚଳ ।
ଖଟକା : ପର୍ବତର ମଧ୍ୟଭାଗ । ଲୋକାକ୍ତି ଅଛି “ଡଙ୍ଗରର୍ ଖଟ୍କା ଆରୁ ଟଁଟିର୍ ଘଟ୍କା କଟକ > ଖଟ୍କା”
କୁଟ୍ରା : ଏକ ପ୍ରକାର କ୍ଷୁଦ୍ର ମୃଗ ବିଶେଷ । କୁଟ୍ଟାର>କୁଟ୍ରା, କୁର୍ରା । କୁଟ୍ଟାର (ସଂ) ପର୍ବତ, ଅରଣ୍ୟ (ରାଜ ନିର୍ଘଣ୍ଟ) କୁଟରାର ପ୍ରୟୋଗ ତେଣୁ ପାର୍ବତ୍ୟଜନ୍ତୁ ବିଶେଷ ଅର୍ଥରେ ହୁଏ ।
କୁଲେର: ଏକ ପ୍ରକାର ଅରଣ୍ୟ ଜାତ ଶାକ, ବୃକ୍ଷ ବିଶେଷ । ଭାଷାରେ ‘କୁଲେର୍’ ଶାଗ । ଏହା କେବଳ ଅରଣ୍ୟ ବା ପର୍ବତରୁ ହିଁ ସଂଗ୍ରହ କରାଯାଏ । ଶବ୍ଦରତ୍ନାବଳୀରେ ପର୍ବତର ପ୍ରତିଶବ୍ଦ ଭାବରେ ‘କୁଲୀର’ ଶବ୍ଦର ଉଲ୍ଲେଖ ରହିଛି । ବନ୍ୟଜାତ ବା ପର୍ବତ ଜାତ ଶାଗ ଭାବରେ – କୁଲୀର > କୁଲେର୍, ଶାଗ୍ ।
ଉସକୁଟୁ: ବଣରୁ ସଂଗ୍ରହ ଚେରିମୁଳି ଔଷଧ ଅର୍ଥରେ । ଆଶେକୁଟୀ > ଉଶକୁଟ ୁ> ଉସକୁଟୁ । ଆଶେକୁଟୀ = ପର୍ବତଃ (ସଂ) ।ା ଇତି, ଶବ୍ଦ କଳ୍ପଦ୍ରୁମ ।ା ଇତ୍ୟାଦି ।
କୋଶଲୀ ଭାଷା କୌଣସି ଭାଷାର ଉପଭାଷା ନୁହେଁ । ଏ ଭାଷାର ସମପ୍ତ ଶବ୍ଦ ମୂଳ ସଂସ୍କୃତରୁ ପ୍ରାକୃତ ମାଧ୍ୟମରେ ବିକଶିତ ହୋଇଛି । ପାଠକମାନଙ୍କ ଆଗ୍ରହକୁ ସମ୍ମାନ ଦେଇ ନିମ୍ନରେ ଅଳ୍ପ କିଛି କୋଶଲୀ ଶବ୍ଦର ବ୍ୟୁତ୍ପତ୍ତି କ୍ରମ କୁ ସଂସ୍କୃତ>ପ୍ରାକୃତ>କୋଶଲୀ କ୍ରମରେ ଦର୍ଶାଇ ଦିଆ ଯାଇଛି ।

ଶବ୍ଦ ବ୍ୟୁତ୍ପତ୍ତି :- ସଂ > ପ୍ରା: > କୋ ଆତସୀ>ଅଳସୀ> ଅଲସି ।ା
ଆତ୍ମା>ଅତ୍ତା>ଆତା ।ା
ଆମ୍ର>ଅମ୍ବଂ>ଆମ ।ା
ଅର୍ଦ୍ଧମ୍>ଅଦ୍ଧଂ>ଅଧା ।ା
ଅଷ୍ଟାଦଶ>ଅଟ୍ଠରହ>ଅଠ୍ର ।ା
ଅସ୍ଥି>ଅଟ୍ଠୀ>ଆଁଠି ।ା
ଆର୍ଦ୍ରମ>ଅଲ୍ଲଂ, ଅଦ୍ଦଂ>ଓଲ୍,ଉଦା ।ା
ଅସ୍ପର୍ଶଃ>ଆଫଂସୋ>ଆଫସି, ଅଫସାରି, ଅଫସରି>ଅପସରି ।
ଆବର୍ତମାନଃ> ଆବତ୍ତମାଣୋ> ଉବ୍ତା ।ା
ଅଶ୍ଳିଷ୍ଟମ୍>ଆଲିଟ୍ଠଂ ଅଲ୍ଠା ।ା
ଅଙ୍ଗାରଃ>ଇଙ୍ଗାଲୋ>ଉଙ୍ଗ୍ଲି ।ା
ଏତାବତ୍> ଇତ୍ତିଅଂ> ଇତ୍କ ।ା
ଉଚ୍ଚୈସ୍> ଉଚ୍ଚଅଂ> ଉଁଚ୍ ।ା
ଉତ୍କରଃ> ଉକ୍କରୋ> ଉକାର ।ା
ଉଦୁମ୍ବରଃ> ଉଡ଼ମ୍ବରୋ> ଡୁମେର ।ା
ଉଲୁଖଳମ୍> ଓକ୍ଖଳଂ ଉଖଲା ।ା
ଉପରି> ଉବ୍ରି> ଉବରି ଉବ୍ରା ।ା
ବୃଷଭଃ> ଉସ୍ହୋ> ଉସ୍ ।ା
ଆର୍ଦ୍ରୟତି> ଉଲ୍ଲେଇ> ଉଇଲ୍ ।ା
ଇକ୍ଷୁଃ> ଉଚ୍ଛୁ> ଛୁଇଁ ।ା
ଈଦୃଶଃ> ଏରିସୋ> ଅରି ।ା
ଔଷଧମ୍> ଓସହଂ> ଓସୋ, ଉସୋ ।ା
କଣବୀରଃ>କଣବୀରୋ>କନେର୍ ।ା
କଦଳମ୍, କଦଳୀ, >କଅଲଂ, କେଲଂ, କେଲୀ, କରଲୀ> କେଲା, କଦେଲ, କଦ୍ଲି ।ା
କର୍ଣ୍ଣିକାରଃ> କଣ୍ଣିଆରୋ> କଁର୍ରା,କନେର୍ ।ା
କାମୁକଃ> କାଉଂଓ୍ୟø> କଉ ।ା
କ୍ରିୟା> କରିଆ> କିରିଆ ।ା
ସ୍କନ୍ଦଃ> ଖନ୍ଦୋ> ଖନ୍ଦ୍, ଖନ୍ଦ୍ଲା ।ା
କ୍ଷମା> ଖମା> ଖେମା ।ା
ସ୍ତମ୍ଭ> ଖଂଭୋ>ଖମ୍, ଖମା ।ା
କ୍ଷିପ୍ତମ୍> ଖିତଂ> ଖେତା ।
ସ୍ଥାଣୁଃ> ଖାଣୁ> ଖାଡା ।ା
ଖଚିତ> ଖସିଓ> ଖୁସା, ଖୁସ୍ନି, ଖୁଚା ।ା
ଖଣ୍ଡିତମ୍> ଖୁଡି଼ଓ, ଖଣ୍ଡିଓ> ଖୁଡି଼ଆ, ଖଁଡିଆ ।ା
କାସିତମ୍> ଖାସିଅଂ> ଖାଁସି ।ା
କୀଳକଃ> ଖୀଲଓ> ଖିଲା ।ା
କୁଜ୍ୱଃ> ଖୁଜ୍ଜୋ> ଖୁଜା, ଖେମ୍ଜା ।ା
ଗର୍ତଃ> ଗଡ୍ଡ଼ୋ> ଗାଡ଼ ।ା
ଗର୍ଦଭଃ> ଗଦ୍ଧହୋ> ଗଧ, ଗଧା ।ା
ଗୃହପତିଃ> ଗହବଇ> ଗଇଁ ।ା
ଚତୁର୍ଗଣଃ> ଚଉଗୁଣୋ> ଚଉଗୁନା ।ା
ଚତୁର୍ଥଃ> ଚଉଟ୍ଠୋ> ଚଉଠ୍ ।ା
ଚତୁର୍ଥୀ> ଚଉଟ୍ଠୀ> ଚଉଠି, ।ା
ଚତ୍ୱରମ୍> ଚଚ୍ଚରଂ> ଚଁଚରା ।ା
ଚିକୁରଃ> ଚିହୁରଂ> ଚଁହରା ।ା
ତୁଚ୍ଛମ୍> ଚୁଚ୍ଛଂ> ଛୁଚା ।ା
କ୍ଷଣଃ> ଛଣୋ> ଛନ୍ ।ା
କ୍ଷିପ୍ତମ୍> ଛୁତଂ> ଛଡ ।ା
କ୍ଷୁଧା> ଛୁହା>ଛେଏଁ, ଛେଏଁ, (ଦେବତା ଆବିଷ୍ଟ କାକରେ) ।ା
ଛାଗଃ (ଗୀ) > ଛାଲୋ (ଲୀ) > ଛେଲ, ଛିଲିଆ ।ା
ଛାୟା> ଛାହା> ଚାହେନ୍, ଛାଏନ୍ ।ା
ଷଷ୍ଠୀ> ଛଟ୍ଠୀ>ଛଟି, ଛୁଟି (ଛୁଟିମାତା) ।ା
ଶିରା> ଛିରା ,ଛିର୍ ।ା
ସ୍ପୃହା> ଛିହା> ଚିହା ।ା
ଜଟିଳଃ> ଜଟିଲେ. ଜଟିଆ, ଜଟ, ଜଟକା, ଜିଟ୍କା=ଜି> ଝି =ଝିଟ୍କା, ଝଟକା ।ା
ଜିହ୍ୱା> ଜିବ୍ଭ୍ୟା> ଜିବ୍ ।ା
ଜୀର୍ଣ୍ଣମ୍> ଜୁଣ୍ଣଂ, ଜିର୍ଣ୍ଣଂ> ଜୁନା, ଜିରା, ଜିର୍ନା ।ା
ଜୀବିତମ୍> ଜୀଅଂ> ଜିଅଁ ।ା
ଧ୍ୱଜଃ> ଝଓ> ଝଜା ।ା
ଧ୍ୱନିଃ> ଝୁଣି> ଝୁନି, ଝୁନ୍ଝୁନି, ଝ୍ନ୍ଝନ୍ ।ା
ଦାହଃ> ଡାହୋ> ଡାହା ।ା
ଦଗ୍ଧମ୍> ଡଢ଼୍ଡଂ, ଡଢ଼ୋ> ଢ଼ୁଡା, ପୁଡାଢ଼ୁଡା ।ା
ନିଷଣ୍ଣଃ> ଣିସ୍ଣଣୋ> ନିସାନ୍ ।ା
ତପ୍ତମ୍> ତବିଅଂ> ତବ୍ତି, ତାବା, ତପଲା ।ା
ତିତ୍ତିରି> ତିତ୍ତିରୋ>ତିତେର୍ ।ା
ସ୍ତମ୍ଭଃ>ଥଂଭୋ>ଥେବା,ଥେବ,ଥେବ୍ ।ା
ସ୍ଥୂଳମ>୍ଥୁଲ୍ଲୋ>ଥୋଲୋ ।ା
ଦଣ୍ଡଃ >ଦଂଡୋ>ଡଣା ।ା
ଦତ୍ତମ୍>ଦିଣ୍ଣଂ>ଦେନି ।ା
ଦଶ>ଦହ>ଦହ ।ା
ଦାହଃ>ଦାଘୋ>ଦାଗ୍ ।ା
ଦୋଳା >ଦୋଲା>ଦୁଲା ।ା
ଧାତ୍ରୀ>ଧାଈ>ଧାଇ ।ା
ନିର୍ଝରଃ>ନିଜ୍ଝରୋ>ନିଝ୍ରା ।ା
ପର୍ଯ୍ୟନ୍ତଃ>ପଜ୍ଜନ୍ତୋ>ପତେ ।ା
ପାଷାଣଃ>ପାସାଣୋ>ପିସେନ୍ ।ା
ପୁତରଃ>ପୋରୋ>ପୋର୍ ।ା
ପୃଥକ୍> ପିଧଂ>ପେଧା ।ା
ପ୍ରବାସୀ>ପାବାସୁ> ଫାବାସ,ଫାବା ।ା
ଭସ୍ମ>ଭବ୍ଷଂ>ଭୁବୁର୍ ।ା
ବିହ୍ୱଳଃ >ଭିବ୍ଭଲୋ>ଭେବଲା ।ା
ମର୍ଦ୍ଧିତମ୍>ମଡ୍ଡିଅଂ>ମଡିଆ,ମାଡିଆ ।ା
ମସୃଣ>ମସଣଂ>ମସନା ।ା
ମାର୍ଜାରଃ>ମଂଜରୋ>ମାଂଜୋ ।ା
ମିରା >ମେରା>ମରାଲ୍ ।ା
ମୃତ୍ତିକା>ମଟ୍ଟିଆ>ମାଏଟ୍ ।ା
ମୃତ୍ୟୁ>ମିର୍ଚ୍ଚୁ>ମିର୍ଚ୍ଚୁକ୍(ଡୁମା) ।ା
ଶ୍ମଶାନମ୍>ମସାଣଂ>ମସାନ୍ ।ା
ରକ୍ତମ>ରତ୍ତଂ>ରତା ।ା
ରତ୍ନମ୍>ରଅଣଂ>ରଏନ୍,ରନି ।ା
ରାଜକୀୟମ୍>ରାଇକକଂ>ରାଏକା ।ା
ବୃକ୍ଷଃ>ରୁକ୍ଖୋ>ରୁଖା ।ା
ଋକ୍ଷଃ>ରିକ୍ଖୋ>ରିଖା,ରଖଡ୍ ।ା
ରୁଗଣ >ଲୁକ୍କୋଣ>ଲୁକ୍କୋ>ଲିକ୍ଲିକା ।ା
ଯଷ୍ଟିଃ>ଲଟ୍ଠୀ>ଲାଏଟ୍, ଲାଠି ।ା
ବଳୀବର୍ଦଃ>ବଇଲ୍ଲୋ>ବୁଇଲ୍ ।ା
ମନ୍ମଥଃ>ବମ୍ମହୋ >ବମିଆ, ବମେଇ ।ା
ବାଷ୍ପ>ବାପ୍ପୋ>ଫାପ୍ ।ା
ବୃଶ୍ଚିକଃ>ବିଚ୍ଛୁଓ>ବିଛୁ ।ା
ବୃହତ୍ତରମ୍>ବଡ୍ଡୟରମ>ବଢେଲ୍ ।ା
ବେଣୁ>ବେଲୁ>ବେଲା ।ା
ଶୃଙ୍ଖଳମ୍>ସଂକଲଂ>ସିକ୍ଲା ।ା
ଶ୍ଲେଷ୍ମା>ସେଲିହ୍ମା>ସେଲ୍ମା,ଲସମ୍ ।ା
ହରୀତକୀ>ହଡ୍ଡଇ>ହଡ୍ଡା ।ା
ହରିଦ୍ରାଃ>ହଲଦ୍ଦୀ>ହଲ୍ଦୀ ।ା
ହୃଦୟମ୍>ହିଅଅଂ>ଭିଅଁ ।ା
କାର୍ଯ୍ୟମ୍>କଯ୍ଯେ>କାଜେ ।ା
ରାକ୍ଷସଃ>ଲସ୍କଶେ>ଲସ୍କର ।ା
ଅହମ୍>ହକେ>ହକ୍ ।ା
ଗୃଧ୍ରଃ>ଗିଦେ୍ଧା>ଗିଦ,ଗିଦନ୍ ।ା
ପ୍ରସାତିକା>ପସ୍ସହୀ>ପସେର୍ ।ା ଇତ୍ୟାଦି… ।

ଏହି ପୁସ୍ତକରେ ବର୍ଷିୟାନ, ଗବେଷକ ଶ୍ରୀ ଜୋଷୀ ଅନେକ ଦିଗରୁ ଆଲୋଚନା କରି କୋଶଲୀ ଭାଷାର ସ୍ୱତନ୍ତ୍ର ମର୍ଯ୍ୟାଦାର ପ୍ରଶ୍ନ ଉତ୍ଥାପନ ପୂର୍ବକ ଯଥାର୍ଥ ଭାବରେ ଏହାର ସ୍ୱତନ୍ତ୍ରତା କୁ ହିଁ ଦାବୀ କରିବା-ସାମ୍ବିଧାନିକ ଓ ଯୁକ୍ତିଯୁକ୍ତ ହୋଇଛି । ଏ ଅଂଚଳର ସ୍ୱ ମାତୃଭାଷା ପ୍ରେମୀ ମାନେ ଏହା ଆଦର କଲେ, ଓ କୋଶଲୀ ବିଦ୍ୱେଷୀ ମାନେ ଏହା ପଠନାନ୍ତର ସଦଭାବପରାୟଣ ହେଲେ ଏ ପ୍ରକାଶନ ର ଉଦ୍ଦେଶ୍ୟ ସଫଳ ହେବ । କୋଶଲୀ ଓ ଓଡି଼ଆ, ଏ ଦୁଇଟି ଭାଷାରେ ଏହି ପୁସ୍ତକର ପାଣ୍ଡୁଲିପି ଆମର ହସ୍ତଗତ ହୋଇଥିଲା । କୋଶଲୀ ଭାଷାରେ ଏହାର ପ୍ରକାଶନ ଆମର ଏକାନ୍ତ କର୍ତ୍ତବ୍ୟ ହୋଇଥଲେ ହେଁ ଆମ ସ୍ୱରକୁ ସମଗ୍ର ଓଡି଼ଶାରେ ଗୁଞ୍ଜରିତ କରାଇବା ଉଦ୍ଦେଶ୍ୟ କୁ ଆଖି ଆଗରେ ରଖି ଆମେ ପ୍ରଥମ ପଦକ୍ଷେପରେ ଏହି ଓଡି଼ଆ ସଂସ୍କରଣଟିକୁ ପ୍ରକାଶ କଲୁ । ପରବର୍ତ୍ତୀ ସମୟରେ ଏହାର କୋଶଲୀ ସଂସ୍କରଣ ପକାଶ କରିବାର ଯତ୍ନ କରାଯିବ ଓ ଆହୁରି ଅନେକ କୋଶଲୀ-ଚେତନା ଓ ଗବେଷଣା ମୂଳକ ପୁସ୍ତକର ପ୍ରକାଶନ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ । ଏଭାଷାର ଗବେଷଣା କ୍ଷେତ୍ରରେ ଏପୁସ୍ତକର ଲେଖକ କବିରାଜ ପ୍ରୟାଗଦତ୍ତ ଜୋଷୀଙ୍କର ସାଧନା ଆହୁରି ଦୀର୍ଘଜୀବୀ ହେଉ, ଏହାହିଁ କୋଶଲାୟନର କୁଶଳ ଓ ମଙ୍ଗଳ କାମନା
।। ଜଏ କୋଶଲ ।ା

କୋଶଲୀ ଭାଷାର ସଂକ୍ଷିପ୍ତ ପରିଚୟ(1): ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

0

ଶ୍ରୀ ଶ୍ରୀ କୋଶଲନାଥଂକ ନାମରେ କୋଶଲ୍ବାସୀ ଓ କୋଶ୍ଲୀ ଭାଷୀଂକ ଉଦ୍ଦେଶ୍ୟରେ ଉତ୍ସର୍ଗୀ କୃତ
ଓଁ କୋଶଲନାଥାୟ ନମଃ

ପ୍ରାକ୍କଥନ

ଗତ ପାଂଚ ବର୍ଷ ପୂର୍ବେ ‘ଓଡି଼ଶା ଲେଖକ ସାମ୍ମୁଖ୍ୟ’ ଦ୍ୱରା ଭୂବନେଶ୍ୱର ଠାରେ ଭାଷା ସମ୍ବନ୍ଧୀୟ ଗୋଟିଏ ସଂଗୋଷ୍ଠୀ(ସେମିନାର)ର ଆମନ୍ତ୍ରଣ ପାଇ ସେଠାରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ ଏ ପ୍ରବନ୍ଧଟି ଲେଖା ହୋଇଥିଲା । ଦୁଃଖର କଥା ମୁଁ ସେଠାରେ ପହଞ୍ôଚ ତା ସ୍ଥକିତ ହୋଇ ଥିବାର ଜାଣିଲି । ସାମ୍ମୁଖ୍ୟର ସଭାପତି ଶ୍ରୀ ସାତକଡି଼ ହୋତାଙ୍କୁ ଏ ବିଷୟ ଜଣାଇ ବାରୁ ସହୃଦୟତା ପୂର୍ବକ ସେ ସଂଧ୍ୟ୍ୟାବେଲେ ଗୋଟିଏ କ୍ଷୁଦ୍ର ମିଳନରେ ଏହାକୁ ପାଠ କରିବା ପାଇଁ ରବୀନ୍ଦ୍ର ମଣ୍ଡପର ଗୋଟିଏ କମରାରେ ବ୍ୟବସ୍ଥା କଲେ । ସେଠାରେ ତାଙ୍କ ବ୍ୟତୀତ ତିନି ଚାରି ଜଣ ମାତ୍ର ଜିଜ୍ଞାସୁ ଉପସ୍ଥିତ ଥିଲେ । ତନ୍ମଧ୍ୟେ ଜଣେ ଖ୍ୟାତନାମା ଓଡ଼ିଆ ଲେଖକ ବି ଥିଲେ । ପ୍ରବନ୍ଧ ପାଠର ଅଳ୍ପ ସମୟ ପରେ ଉକ୍ତ ମହାଶୟ ଏହାକୁ ପୃଥକ୍ତାବାଦ କହି ସର୍ବ ସୌଜନ୍ୟ ତ୍ୟାଗ ପୂର୍ବକ ଘୋର ବିରୋଧ କରି ପଢ଼ିବାକୁ ଦେଲେ ନାହିଁ । ଶେଷରେ ଶ୍ରୀ ହୋତା ଖିନ୍ନ ଚିତ୍ତରେ ମିଳନ ସାଙ୍ଗ କରି ଦୟା ପୂର୍ବକ ରାତିରେ ମୋତେ ନିଜ ଗାଡ଼ିରେ ମୋ ବସାରେ ଛାଡି଼ ଦେଲେ । ସେହି ସଂଗୋଷ୍ଠୀ ଆଉ ହୋଇ ନାହିଁ । ଭାଷା ଚେତନାର ଉନ୍ମେଷ ସର୍ବ ଭାରତୀୟ ସ୍ତରରେ ହେଉ ଥିବାରୁ କୋଶଳ ଅଂଚଲ ମଧ୍ୟ ବାଦ ପଡୁନାହିଁ । ଏଠାରେ ମଧ୍ୟ କିଛି ଚାଞ୍ଚଲ୍ୟ ଦେଖା ଦେଇଛି । ଅନ୍ୟାନ୍ୟ ଛୋଟ ଗୋଷ୍ଠୀର ଭାଷାମାନଙ୍କ ଉନ୍ନୟନ ପାଇଁ ସରକାର ନିଷ୍ଠାର ସହିତ ସଚେଷ୍ଟା ଥିଲା ବେଲେ ଏ ବୃହତ୍ ଅଂଚଳର ଭାଷା ପ୍ରତି ବିରୋଧର ଉଦ୍ଦେଶ୍ୟ ସ୍ପଷ୍ଟ । ଏ ପରିପ୍ରେକ୍ଷୀରେ ଏ ଚାଞ୍ଚଲ୍ୟ ସ୍ୱାଭାବିକ । କୋଶଲୀ ଭାଷୀଙ୍କ କ୍ଷୀଣ ସଂଚେତନା, ସଂଗଠନର ଅଭାବ ଓ ଅଂଚଳ ବିଶେଷର ଆତ୍ମଘାଚୀ ସଂକୀର୍ଣ୍ଣତାରେ ମୁହ୍ୟମାନ ଥିଲାବେଲେ ସରକାରୀ ବେସରକାରୀ ପ୍ରବଳ ବିରୋଧର ସମ୍ମୁଖୀନ ହେଉଥିବା ଏ ଭାଷାର ଦୁର୍ଦ୍ଦଶା ଅକଥନୀୟ । ‘ଓଙ୍ଗି଼ଶା ସାହିତ୍ୟ ଏକାଡେମୀ’ ‘ଓଡ଼ିଆ ଉପଭାଷା’ ( ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ୧୯୮୨) ଓ ‘ପଶ୍ଚିମ ଓଡି଼ଶାର କଥିତ ଓଡି଼ଆ ଭାଷା’ (ଶ୍ରୀ ଗୋପବନ୍ଧୁ ରଥ, ୧୯୮୮) ଏ ଦୁଇଟି ସୋଦ୍ଦେଶ୍ୟ ବରାଦୀ ପୁସ୍ତକ ଓ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସଂଗୃହୀତ ‘କୋଶଲୀ ଶବ୍ଦ କୋଷ’ କୁ ‘ସମ୍ବଲପୁରୀ ଓଡି଼ଆ ଶବ୍ଦ କୋଷ’ ନାମରେ ପ୍ରକାଶିତ କରିବା ଦ୍ୱାରା ଏ ଭାଷାକୁ ସ୍ପଷ୍ଟ । ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ, ସଂପାଦକ, ଓଡି଼ଶା ସାହିତ୍ୟ ଏକାଡେମି, ଏହା ବହୁ ବର୍ଣ୍ଣରେ ରଂଜିତ ଓଡି଼ଆ ଭାଷାର ଆଉ ଗୋଟିଏ ବର୍ଣ୍ଣାଢ଼୍ୟ ଅଭିବ୍ୟକ୍ତି ଛଡ଼ା ନଶ୍ଚୟ ଆଉ କିଛି ନୁହେଁ କହି ଏକା ଚୋଟରେ ବଳି ପଶୁର ବେକ ପରି କଥା ଛିଣ୍ଡାଇ ଦେଇଛନ୍ତି । ଏ ପ୍ରବଳ ବିରୋଧ ସମ୍ମୁଖରେ ସମ୍ବଲପୁରୀ ବାଦୀ କତିପୟ ବୁଦ୍ଧିଜୀବୀଙ୍କ ‘ପଲଲାଗ୍ନି ବିକ୍ଷୋଭ’ ଅକିଞ୍ଚିତ କର ମାତ୍ରା ନିଷ୍ଠାପର କର୍ମୀ ଓ ସଂଗଠନର ଅଭାବରୁ ଏହା ଏକ ଆନ୍ଦୋଳନ ଭାବେ ଗତି ବେଗ ପାଇ ପାରୁ ନ ଥିଲେହେଁ ଭବିଷ୍ୟତ ସୂଚନା ତ ମିଳୁଛି ହିଁ । ପୂର୍ବ ପଟର ଏ ଅବ୍ୟସ୍ତତା ଭିତ୍ତିକ ଶ୍ରେଷ୍ଠଂମନ୍ୟତା ଜନିତ ବିରୋଧ ଓ ପଶ୍ଚିମ ପଟର କ୍ରମ ଜାଗ୍ରତ ଭାଷା ଚେତନାର ଟଣା ଓଟରା ରାଜ୍ୟର ସଂହିତ ଓ ସାମଂଜସ୍ୟ ପ୍ରତି ଯେ ବିପଦସୃଷ୍ଟି କରିବ ଏହି କହିବା ବାହୁଲ୍ୟ ମାତ୍ର । ସଂପ୍ରତି ଭାରତର ଅନ୍ୟତ୍ର ଚାଲିଥିବା ମୁଖ୍ୟତଃ ଭାଷା ଭିତ୍ତିକ ଅସ୍ୱସ୍ତିକର ହଲଚଲକୁ ଦୃଷ୍ଟି ପରିସରରେ ରଖି ଦମନ ବା ନିଷ୍କସନ ମନୋଭାବକୁ ପରିହାର କରି ସହିଷ୍ଣୁତା ସମତା ଓ ସହୃଦୟତା ସହ ବାସ୍ତବତାର ସ୍ୱୀକୃତି ଓ ସମ୍ମାନ ପୂର୍ବକ ଏ ଭାଷାର ଉଦ୍ଧାର ଓ ଉନ୍ନୟନ ହିଁ ଏକ ମାତ୍ର ପନ୍ଥା । ‘ଆରୋପିତ ଭୃଭିରମଷଣା କ୍ଷିଭିଃ’ ସମ୍ମଖୀନ ନ ହୋଇ ‘ଅନ୍ୟୋଽନ୍ୟସ୍ନୈ ବଲଗୁ ବଦନ୍ତ ଏତ’ ନୀତି ଧରିବା ଉଚିତ । ‘ବିବିଧତାରେ ଏକତା’ ଆମର ରାଷ୍ଟ୍ରୀୟ ମୂଳ ମନ୍ତ୍ରର ଏହାହିଁ ନିର୍ଦ୍ଦେଶ । ଏ ପରିସ୍ଥିତିରେ କୋଶଲୀ ଭାଷାର ବାସ୍ତବତାର ସମ୍ୟକ୍ ଜ୍ଞାନ ଉଭୟ ପକ୍ଷ ପାଇଁ ଅପରିହାର୍ଯ୍ୟ । ଏଥିରେ ଏ ପ୍ରବନ୍ଧ ଯଥେଷ୍ଟ ସାହାଯ୍ୟ କରି ପାରିବାର ଆଶା ରହିଛି । ମୁଁ ଗତ ପ୍ରାୟଃ ପାଞ୍ଚ ବର୍ଷ ହେବ ସନ୍ତତ ରୁଗଣ ଓ ଆପାତତଃ ଶଯ୍ୟା ଶାୟୀ ରହୁଥିବାରୁ କୋଶଲୀ ଭାଷାର କିଛି ନୂତନ ଦିଗର ଆଲୋଚନା କରି ପାରୁନାହିଁ । ବାସ୍ତବତାର ସମ୍ୟକ ବିନା ନିଚ୍ଛକ ଉତ୍ତେଜନା ଦ୍ୱାରା କୌଣସି ସତ୍ ଲକ୍ଷ ପ୍ରାପ୍ତ କରାଯାଇ ନ ପାରେ । ବିରୋଧର ଭିତ୍ତି ମଧ୍ୟ ବାସ୍ତବତା ହେବା ଉଚିତ । ମୋର ଏ ଅସହାୟ ଅବସ୍ଥାରେ ଏ ପ୍ରବନ୍ଧର ସଂପାଦନା ଓ ପ୍ରକାଶନର ବ୍ୟବସ୍ଥା ସ୍ୱତଃ ପ୍ରବୃତ୍ତ ହୋଇ ମୁଣ୍ଡାଇ ଥିବାରୁ କୋଶଲ ଭାରତୀର ପରମ ସେବକ ଡ଼: ଦୋଳଗୋବିନ୍ଦ ବିଶୀ ଅତ୍ୟନ୍ତ ଆତ୍ମୀୟ ସହଯୋଗୀ ସୁହୃଦ୍ ହୋଇ ଥିଲେ ମଧ୍ୟ ମୋର କେତେ ଗଭୀର କୃତଜ୍ଞତାର ଭାଜନ ହୋଇଛନ୍ତି ତାହା ପ୍ରକାଶ କରିବାରେ ମୁଁ ଅକ୍ଷମ । କୋଶଲାୟନ ସଂସ୍ଥା ଏହାର ପ୍ରକାଶନ ଭାର ଗ୍ରହଣ କରିଥିବାରୁ କେବଳ ମୋର ନୁହେଁ ବରଂ ସମଗ୍ର କୋଶଲ ଭାଷୀଙ୍କ ଧନ୍ୟବାଦାର୍ହ ।
କୋଶଲ ଭାରତୀ ଜୟତୁ! କୋଶଲ ଭାରତୀ
।। ଇତି।।
ଶ୍ରୀ ପ୍ରୟାଗଦତ୍ତ ଜୋଷୀ
ବିଦ୍ୱତ୍ ବିଧେୟ ଖଡ଼ିଆଳ

Can You Make Your Child Smarter ?

0

Dozens of recent studies shed new light on the extent to which parents can-and cannot-help their children score higher on the popular and widely based measure of intelligence, the intelligent quotient (IQ).
Intelligent Quotient
An intelligent quotient (IQ) is total score derived from several standardized tests designed to assess human intelligence. IQ scores have been shown to be associated with such factors as morbidity (sickness) and mortality (death), parental social status and, to a substantial degree to parental IQ. While the hereditability of IQ has been investigated for nearly one hundred years, there is still debate about the significance of heritability estimates and the mechanism of inheritance. That is, what percentage of the IQ is inherited from the parents and how.
The American Psychological Association has concluded that IQ score do have high predictive validity for individual differences in school achievement and adult occupational status. The Association states that individual differences in intelligence are substantially influenced by both genetics and environment.
The median score for IQ is 100, and one standard deviation (SD) is 15. By this definition, approximately two thirds of the population scores are IQ 85and IQ 115. About 2.5 percent of the population score above 130 and 2.5 percent below 70. There are no overall score differences between females and males.

(Wikipedia.org/wiki/intelligence-quotient. Dec, 26,2018)

How Can You Increase Your Child’s IQ?
Researchers have been battling for decades over whether a person’s IQ is fixed for life or can be increase through efforts. One area of agreement is that while intelligence is determined mainly by genetic factors, the environment shapes how these genetic factors play out. This is especially true during the first few years of life, when the brain is malleable.
Enriching The Environment
A stimulating home environment is pivotal to increase the child’s IQ. According to Richard E. Nisbett, emeritus professor of psychology at the University of Michigan, engaging children in lively conversations with challenging vocabulary can help- a form of verbal tennis game at the dinner table. Another powerful factor is interactive reading with children under 4, inviting them to participate on their ideas. Such activity is linked to IQ gains of more than six points (2013 study).
Working Memory Training
Carefully designed video-training programs show promise in improving children’s working memory, or the capacity to hold information in mind for short periods of time. Several recent studies found evidence that working- memory training may improve children’s math or reading skills or their fluid intelligence: the ability to reason in novel situations (Journal of Numerical Cognition June 2017). The training was delivered via video games.
Playing card and board games like Set, Blink or Mastermind may have similar effects. Free apps targeting working memory and other skills are described at the University of California, Riverside’s Brain Game Center (WWW.BRAINCENTER.UCR.EDU).
Staying in School
This might seems like a no- brainer. Students gain about one to five additional IQ points for every year they remain in school. Researchers believe that raising IQ may require the kind of sustained involvement that comes with attending school, with practices and challenges it entails.
According to a 2015 study of 10,500 twins(Wall Street Journal Dec, 26, 2018, P-A11) learning music does not increase a child’s IQ. However music lessons can teach a child self –control, including focus attention and memorization. New studies have shown that playing chess does not improve the IQ either, but children who play chess score higher in math.
Conclusion
People who have higher IQ in general do better in life. IQ score depends on parental genes and the environment. Children cannot choose their parents but parents can improve their children’s IQ by reading to them, challenging them on their thinking and working to improve their working- memory. It is important that parents keep the child at school even if the child is not a so called “good student”. It will improve the child’s IQ and her/his chance of doing better in life.
Dr Saheb Sahu, FAAP

ସେକ୍ସପିଅରକର ହାମଲେଟ । । ଅନୁବାଦ ସାକେତ

ଦୃସ୍ୟ – ଚାଏର

(ମଚାନ)

(ଏଇଛନ ହାମଲେଟ, ହୋରାସିଓ, ମାରସେଲସ )

ହାମଲେଟ -ଦେଖୁଛ ଧୁକା କେନ୍ତା ମାରୁଛେ ସିତ ହୁଲହୁଲେଇ ଆନୁଛେ
ହୋରାସିଓ – ସିତ ତ କନକନେଇ ଜଉଛେ
ହାମଲେଟ – ସମିଆଁ କେତେ ହେବା ନ ?
ହୋରାସିଓ – ରାଏତ ଅଧାଅଧି ନେଇଁ ହେଇଥିବା
ମାରସେଲସ – ନେଇଁ ରାଏତ ଅଧା ହେଲା ନ
ହୋରାସିଓ – ରାଏତ ଅଧା ହେଲା ନ
ମୁଇଁ ଜାନି ନି ପାରଲିଁ
ବଏଲେ ଭୁତ ପେତେନ ବାହାରବାର ସମିଆଁ ହେଇଗଲା

(ମହଲ ଆଡୁ ବାଜନା ସୁଭିଛେ )

ଇ ବାଜନା, ବାଜନା ର ମାନେ କାଣା କୁମାର
ହାମଲେଟ – ମାନେ ରଜା ଆଏଜ ଚେତିଛନ
ଆର ମଦର ସାଂଗେ ନାଚଗାନା ର ମଜା ଚାଖୁଛନ
ଠାନେ କର ମଦ ଜେନ୍ତା ସରୁଛେ କି ବାଜନା ବାଜୁଛେ
ହୋରାସିଓ – ଇନର ଚାଲି ଏନ୍ତା ଆଏ ?
ହାମଲେଟ – ହଁ ଏନ୍ତା ଉସତ ମନାସନ
ହେଲେ ମୋର ମନକେ
ଜଦି ବି ମୁଇଁ ଇନ ଜନ୍ମିଛେଁ
କି ଏନ୍ତା ଚଲନି ଥି ବଢିଛେଁ
ତବବି ଉସତ ହେତିଁ
ଇ ପରଂପରା କେ ନେଇଁ ମାନି ବରଂ ଭାଂଗିଦେଲେ
ଆମର ଇ ମଦୁଆ ଚଲନ କଥା
ଦୁସ୍ରା ମାନେ ବି ହେସନ
ହଁସସନ ଆର ହିନ ଭାବସନ
ମଦୁଆ ବଲି ହୁଡସନ
ଆର ଜେତେ ଭଲ କାମ କଲେବି
ହିନ ନଜରେ ଦେଖସନ
ଖାଲି ଗୁଡାଦୁକର ବ୍ୟକ୍ତିଗତ ଭୁଲଲାଗି
ଜେନଥିର ଲାଗି ତାହାକୁ ଦୋସ ଦିଆ ନି ଜାଏ
କାରଣ ସେ ଦୋସ ସେମାନେ ଜନ୍ମୁ ଧରି ଏଇଥିସନ
ଆର ଜନମ ହେବାରଥି ତ କାହାରିର କିଛି ଦୋସ ନେଇଁ
ରକତ ଅନସାରେ ମୁନୁସ
ଜନ୍ମୁ କେତେଟା ଗୁନ ପାଇଥିସି
କି ଅଭ୍ୟାସ ବେଭାର କରି ବଦଲିଥିସି
ଇ ଗୁନ ଚାହେ ଜନ୍ମୁ ପଉ କି ବେଭାର ନୁ
ନିହାତି ଖରାପ ଚଲନ ଆଏ
ଆର ମୁନୁସ ର ଖରାପ ଚଲନ
ତାର ହଜାର ଭଲ ଗୁନ କେ ନକସାନ କରିଦେସି

(ଭୁତ ବାହାରିଛେ)

ହୋରାସିଓ – ଦେଖ କୁମାର ଫେର ବାହାରଲା

ହାମଲେଟ – ରଖ୍ୟାକର ପ୍ରଭୁ
ସରଗୁ ଏଇଛ କି ନର୍କୁ
କାଣା ତମର ଇଛା
ଖରାପ ଚାହଁ କି ଭଲ
ତମେ ଜେନ ରୁପ ଧରି ମୋର ସାମନେ ଏଇଛ ଜେ
ତମକେ କେତେଟା କଥା ପଚ୍ରାମି ବଲୁଛେଁ
କାଁ ବଲି ଡାଖମି ତମକେ
ମାହରାଜ, ବାପା କି ରାଏଜର ରଜା ଘରର
କହ କିଏ ଅ ଜେ ତମେ
ଏନ୍ତା ଅଚିହ୍ନାର କରି ମତେ ଉଖଲା ନେଇଁ ହେଇଦିଅ
ମସାନପଦା ନେ ତମର ସୁରତା ଘର ର ମୁହଁ ଖୁଲା ହେଇଛେ
ତମେ ଭଟାକେ ବାହାରି ପାରବ ବଲି
ସେନର ଅସ୍ଥି କଲସ ଫାଟି ପଡିଛେ
ଇ ସବୁ ର ମାନେ କାଣା ହେଇପାରେ
ଜିଏ ଦିନେ ମରି ସାଏଲା ନ
ଆଏଜ ଜୁଦ୍ଧା ଭେସେ ସେ ଫେର ପୁରଥି ନ
ତୁଫା ଜନକ ଉକ୍ୟା ରାଏତ ବି
ମଲା ଉଆଁସ ବରନ୍ୟା ଡରଡରନ୍ୟା ଲାଗୁଛେ
ଆମେ ପ୍ରକୃତିର ଭକୁଆମାନେ
ହରୋବଟୋ ଘବରେଇ ହେଇ ତତାପନା ଖଁସରି ବସଛୁଁ
ଏନ୍ତା ଅକଲ ବାହାରନ୍ୟା କଥା ଭାବି
କହ ଇଟା କାଁଜେ ? କାଏଥିର ଲାଗି
ଆମେ କାଁ କରି ପାରମୁଁ ?

( ଭୁତ ଦେଖିଛେ ହାମଲେଟ କେ)

ହୋରାସିଓ – କୁମାର ସେ ତମକେ ଠାରୁଛେ ତାର ସାଂଗେ ଜିବାର କେ
ଜେନ୍ତା ଆର କାଣା କହେବାର କେ ଚାହୁଁଛେ
ତମକେ ଏକ୍ଲାକେ

ମାରସେଲସ – ଦେଖ କେନ୍ତା ସୁତର ହେଇ ଠାରୁଛେ
ଛିନା ଠାନ କେ ଜିବାର କେ
ହେଲେ ତାର ସାଂଗେ ନେଇଁ ଜ

ହୋରାସିଓ -ଜାଣା ବଏଲେ ବି ନି ଜ

ହାମଲେଟ – ନେଇଁ କହେଁ ନେଇଁ ହେଲେ
ସାଂଗେ ଜିବାର କଥା

ହୋରାସିଓ – ଭୁତର ପଛେ ନେଇଁ ଜ କୁମାର

ହାମଲେଟ -କାଁଜେ, କାଣା କେ ଡରବାର ଅଛେ
ଜିବନ କେ ମୁଇଁ ଆର ହେତେ
ଦାମକ୍ୟା ନେଇଁ ଭାବବାର
ଆର ଆତ୍ମାକେ ମୋର
ଇ ଭୁତ କାଏଁ ନକସାନ କରବା
ଆତ୍ମା ଜେ ଅମର ଆଏ
ମତେ ଫେର ଡାଖୁଛେ ଭୁତ, ଜାଏସିଁ ତାର ପଛେ

ହୋରାସିଓ – କେନ୍ତା ହେବା ଜଦି ସମୁଦ୍ର କେ କଢେଇ ନିଏ
କି ନେଇ ପାହାଡେ ପିଟି ଦିଏ
ସେଟା ସମୁଦ୍ର ନ ଝୁଲେଇରଖି
ନାନା ଭୟାନକ ରୋପ ଧରସି
ଆର ତମର କଥା ସବୁ କେ ଭୁର୍ଲେଇ
ତମକେ ଜଖା ବନେଇ ଦେଲେ ?
ଭାବ ଟିକେ
ହେଡକି ଉଁଚା ଠାନ ବିନା ଡରହେ ବି ମୁଡ ଖରାପ କରିଦେବା
ଆର ହେତକି ଉପ୍ରୁ ଜେତେବେଲେ
ତଲକେ ଦେଖବ ଆର ସମୁଦ୍ର ର ସବଦ ସୁନବ

ମାରସେଲସ – ତମେ ନେଇଁ ଜ କୁମାର ( ଧରି ପକେଇଛେ )

ହାମଲେଟ – ହାତ ଅଲଗ ତମର
ହୋରାସିଓ – ଆମର କଥାଟିକେ ମାନ, ନେଇଁ ଜ ତମେ
ହାମଲେଟ – ମୋର ଭାଗ୍ୟ ଡାକୁଛେ
ଦିହଁସାରା ଛିରପଟ ଟାନି ଟାନି ହଉଛେ
ସିକାରି ସିଂହ ବାଗିର
ତଥାପି ମତେ ଡାଖୁଛେ ତାଏଲ
ହାତ ଛାଡ ମୋର
ନେହେଲେ ଜିଏ ଧରବା
ତାହାକେ ଭୁତ ବନେଇ ଦେମିଁ
କହେଲିଁ ପରେ ଛାଡ
ତମେ ଚାଲ ମୁଇଁ ଜଉଛେଁ ପଛେ ପଛେ

(ଭୁତ ଆର ହାମଲେଟ ଜେଇଛନ)

ହୋରାସିଓ – ଜାନି ଜାନି ବିପଦ କେ ବରନ କରୁଛନ
ମାରସେଲସ – ଚାଲ ଜିମାଁ ପଛେ ପଛେ
ତାହାକୁ ଏନ୍ତା ଏକ୍ଲା ଛାଡି ଦେବାର ଟା ଠିକ ନି ହୁଏ
ହୋରାସିଓ – ଜଉଁ ଜିମା, କାଣା ହେବା ଜେ କହି ନି ହେବାର
ମାରସେଲସ – ରାଏଜ ଉପ୍ରେ କିଛି ଗୁଟେ ବିପଦ ଘଟୁଛେ
ହୋରାସିଓ – ଉପରବାଲା ସବୁ ଇସାରା କରବା
ମାରସେଲସ – ଜଉଁ ଦେଖମାଁ ଚାଲ
(ଜେଇଛନ )

ନବୀନ ଲୋନ ଛାଡ କାଏଁଜେ ନାଇଁ କଲେ ?

ଡିସେମ୍ବର ୧୧ ତାରିଖ । ୫ ଟା ରାଜ୍ୟର ନିର୍ବାଚନ ଫଲାଫଲ ଆସଲା । ୩ଟା ବଡ ରାଜ୍ୟରେ ବିଜେପି କେ ହରେଇ କରି କଂଗ୍ରେସ ସରକାର ଗଠନ କଲା । ସରକାର ଗଠନ କରୁନ ସାଏର ନିର୍ବାଚନ ବେଲେ ଦେଇଥିବା କଥା ରଖିକରି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ଛତିିସଗଡ, ଆର ରାଜସ୍ଥାନ ରେ ଚାଷୀ ଲୋନ ଛାଡ, ବୋନସ, ରାଜ୍ୟର କଂପାନୀ ମାନକୁ ୭୦% ସ୍ଥାନୀୟ ନିଯୁକ୍ତି ଆଦି ଲାଗୁ କରିକରି କଂଗ୍ରେସ ୨୦୧୯ ଲାଗି ମାହୋଲ ବନାବାର ମୁଲ କରିଦେଇଛେ ।
୨୦୧୯ରେ ହେବାର କେ ଥିବା ସାଧାରଣ ନିର୍ବାଚନ ସାଂଗେ ଓଡିଶା ବାଗିର ରାଜ୍ୟ ମାନକର ନିର୍ବାଚନ ବି ହେବା । ନିର୍ବାଚନ ଆଘୋନୁ ଭୋଟର ମାନକୁ ଲୁଭାବାର ଲାଗି ସରକାର ଭିନେ ଭିନେ ଯୋଜନା ଘୋସଣା କରସନ । ଛତିିସଗଡ ଆର ମଧ୍ୟପ୍ରଦେଶର ନୁଆଁ ସରକାର ର ଚାଷ ଲୋନ ଛାଡ, ୭୦% ସ୍ଥାନୀୟ ନିଯୁକ୍ତି, ଧାନ ର ଦାମ ବଢାବାର, ଆଦି ଜାତୀୟ ଗଣ ମାଧ୍ୟମରେ ଚହଲ ପକେଇଛେ । ତାର କାରଣ ହଉଛେ, କଂଗ୍ରେସକେ ଜେନ ବିଶ୍ୱାସ ମିଲିଛେ ସେ ବିଶ୍ୱାସକେ ବନେଇକରି ରଖବାର କେ ଚାହୁଁଛେ । ଆର ୪ ମାସ ଗଲେ ହେବାରକେ ଥିବାର ସାଧାରଣ ନିର୍ବାଚନରେ ସେ ଭାବମୁର୍ତି ନେଇକରି ଫେର ଭୋଟ ମାଗବା । ରାଜ୍ୟରେ ତ ସରକାର ବନିଗଲା କେନ୍ଦ୍ରରେ ବି ସରକାର ବନାବାର ଲାଗି ସେ ଭାବମୁର୍ତି ନିହାତି କାମ ଆଏବା ।
ହେଲେ ଓଡିଶା ସରକାର କେନ୍ତା ଚାଷ ଲୋନ ଛାଡ, କି ବୋନସ ନାଇଁ ବଢାଲେ କି ବେକାରୀ ପିଲା ମାନକର ଲାଗି ନିଯୁକ୍ତି କେ ନେଇକରି କିଛି ଘୋଷଣା ନାଇଁ କରବାର ଚର୍ଚା ର ବିଷୟ ହେଇଛେ । ଯେତେବେଲେ କି ରାଜ୍ୟର କଂଗ୍ରେସ ସଭାପତି ନିରଂଜନ ପଟନାଏକ କଂଗ୍ରେସ ଶାସନ କେ ଆସବାର ୫ ଘଂଟା ଭିତରେ ଚାଷ ଲୋନ ଛାଡ କରବା ଆର ସୋଲାର ପଂପ ଦେବାର ବି କହିଛନ । ସେ ସମାନ କଥା ବିଜେପି ତରଫ ନୁ ଧମେନ୍ଦ୍ର ପ୍ରଧାନ ବି ସରକାର ବନାଲେ ଚାଷ ଲୋନ ଛାଡ କରମୁଁ ବଲି କହିଛନ । କିନ୍ତୁ ତାର ପଲଟିଆ ବିଜେଡି ସରକାର କିଛି ଜୁନହା ଯୋଜନା କେ ମିଶେଇକରି ଚାଷୀ ମାନକର ଲାଗି ୧୦୦୦୦ କୋଟି ର କାଲିଆ ଯୋଜନା ଘୋଷଣା କରିଛନ । ଭଲକରି କାଲିଆ ଯୋଜନା କେ ଦେଖଲେ ମୁଟାମୁଟି ଭାବେ ଜନାପଡସି ଚାଷୀର ବେଂକ ଖାତାରେ ଇହାଦେର ଲାଗି କିଛି ପଏସା ପକେଇ ଦିଅ । ତାର ମନ ଭୁର୍ତିକରି ରହୁ ।
କଂଗ୍ରେସ ଆର ବିଜେପି ର ଲୋନ ଛାଡ ଜବାବରେ ଗୁଟେ ହଲକା ଜୁନହା ଅଦରକାରୀ ଯୋଜନା ଘୋଷଣା କରବାର କାରଣ ହଉଛେ ନବୀନ ପଟନାଏକ କଂଗ୍ରେସ ଆର ବିଜେପି କେ ରାଜ୍ୟରେ ଗଂଭୀରତାର ସହିତ ନାଇଁ ନେବାର । କାଲିଆ ଯୋଜନା ଘୋଷଣା କଲାବେଲେ ବି କହେଲେ, ମୋଦି ଜେତକି କଥା ୨୦୧୪ରେ କରମି ବଲି ଲୋକକୁ ପ୍ରତିଶୃତି ଦେଇଥିଲେ ସେ ଭିତରୁ ଗୁଟେ ବି ନାଇଁ କରି । ଆର ରାଜ୍ୟ କଂଗ୍ରେସ ର ଇହାଦେର ଥିତି ଦେଖିକରି ବୋଧେ ଅନଦେଖା କରିଦେଲେ । କଂଗ୍ରେସର ନେତୃତ୍ୱ ସେହି ନିରଂଜନ ପଟନାଏକ କର ହାତେ ଅଛେ ଜିଏ ଥରେ କହିଥିଲେ, “ନବିନ ପଟନାଏକ କର ଲାଗି ମୁଇଁ କଂଗ୍ରେସର ସଭାପତି ବନିଛେଁ” ।
ଜଦି ଛତିସଗଡ ଆର ମଧ୍ୟପ୍ରଦେଶରେ ଜେନ୍ତା ହାତେ ଗଂଗାଜଲ ଧରିକରି କଂଗ୍ରେସ ର ନେତା ମାନେ ଚାଷ ଲୋନ ଛାଡ କରବାର କିରିଆ କରି ଲୋକର ବିଶ୍ୱାସ ଆର ଭୋଟ ଜିତି ପାରିଥିଲେ ସେନ୍ତା କିଛି ହେଲେ କିଛି ବି ହେଇପାରେ । ରାଜନୀତିରେ କିଛିବି ହେଇପାରେ । ରାଜନୀତି ସଂଭାବନାର ଖେଲ ଏ ।

ସେକ୍ସପିଅରକର ହାମଲେଟ ଅନୁବାଦ ସାକେତ

ଦୃସ୍ୟ – ୩
( ପୋଲୋନ୍ୟସ ର ଘର । ଲରେଟ, ଓଫେଲିଆ )

ଲରେଟ – ସାମାନ ପତର ତ ଜାହାଜେ ଲଦା ହେଲା ନ
ଏତକର ମୁଇଗ୍ଦଁ ଜାଏସିଁ
ପବନ ମାରୁଛେ ବେଲକେ
ଜାହାଜ ଛାଡି ଦେବାର କଥା
ଦେଖ, ଚିଠି ଲେଖି ତୋର କଥା ଜନଉଥିବୁ

ଓଫେଲ୍ୟା – ଚିନ୍ତା ନେଇଁକର ଲେଖମି
ଲରେଟ – ଆର ସୁନ, କୁମାର କେ ଟିକେ ଦେଖିକରି ଚଲବୁ
ମିଲାମିସା ହେଲେ ବି
ତାର କଥା କେ ହେତେ ନାଇଁ ଧରବୁ
ତୋର ନିକେ କୁମାର ତାର ଉସ୍ତାର
ସମିଆଁ କାଟି ଆଏସି
ଆର ତତେ ହେନ୍ତା ଉପର ଛଲକ୍ୟା ଭଲପାଏସି
ତାର ମନଦିଆ ଫଗୁନେ ଫୁଟଲା ଫୁଲ ବାଗିର ଟା
ଘଡେ ମହକି ଫେର ଝରିଜିବା
ମିଠା ବାସନାଦିଆ ଦିନକ୍ୟା ଟା

ଓଫେଲିଆ – ଆଛା, ବଏଲେ ଏନ୍ତା ଆଏ ନେଇଁ
ଜାହା ହେଲା ହେଇଗଲା
ଇନୁ ଇଆଡ ଆର ନେଇଁ

ଲରେଟ – ଜେ ପଚରାବାର ନେଇଁନ
ଜେନ୍ତା ଡେନାବାହା ଫଏଲେଇ ଦିହଁ ବଢସି
ମନ ଆତ୍ମା ବି ଭିତ୍ରେ ଭିତ୍ରେ ବଢି କାମ କରୁଥିସି
ଇ ଘଡି ସେ ତତେ ଭଲ ପେଇପାରେ
ମନ ବି ତାର ଦୁସ୍ରା କିଛି ନି ଭାବି
ଖାଲି ତତେ ଚାହିଁ ପାରେ
ହେଲେ ଭୁଲି ନେଇଁ ଜା ଜେ
ରଜାର ପୁଓ ଏ ହାମଲେଟ
ଇ ରାଏଜ ର ଭାବି ରଜା
ଆର ରଜାଗଜା ଲୋକ ର ମନ ଉଖଲା ହେଇ ନି ପାରେ
ସୋଜ ଲୋକ ବାଗି ର ମନମାନି ସେ ଜିଁ ନି ପାରେ
ରାଜକୁମାର ହେଇ ଜନମ ହେଇଛେ
ଜାତ ଜନମ କେ ନିସଚେ ହେତଉଥିବା
ତାର ସିଆନି ଇ ରାଏଜ ର ରାନି
ସୁରଖ୍ୟା ସମବୃଦ୍ଧି ଦେଖି ହିଁ ବାଛବା
ରଜା ର ରାନି ବଛା, ତାର ପରଜା ର ହାତେ
ଜଦି ସେ ତତେ ଭଲ ପଉଛେଁ ବଲୁଛେ
ତ ତାର କଥାର ହାବ ଭାବ
ଠାନ ସମିଆଁ ଦେଖି ହୁସୈର ରହେବୁ
ନାଇଁ ବଏଲେ ମାହରାଜ ପାହେ ନାଇଁ ଚଲେ
ତୁଇ ବିଚାର କର
ମାନ ମହତ ତୋର କେତେ ଅପମାନ ସହିପାରବା
ଜଦି ଚିକନ ମିଠା ମିଠା କଥା କେ କାନ ଦେଇ
ମନ ଗହନା ଦେଇ ପାରବୁ
କି କୁଆଁରି ବଖ୍ରା ର ବଂଦ କବାଟ ର ସିକଲା ଖୁଲି
ସତିପନ ସଁପି ଦେଇ ପାରବୁ
ଓଫେଲ୍ୟା, ମୋର ସୁନା ବହେନ ସୁନ
ଜୁଗି ରହି ବୁଝି ବିଚରିକରି ଚଲ
ପିରତି ଭୁଖା ନୁ ଦୁରିଆ ରହେଲେ ଭଲ
ଆର ମଧୁରଭାବ ସେନୋର ଉଧାରିଆ ଧାର ଫିରେଇଆନ
ଜନ ସାଂଗେ ଜୁଲେଇ, ଆବରନ ଖୁଲି ସୁଂଦର ଦେଖେଇ ହେଇ
ସୁତରମାନେ ବି ଭୁଲ କରସନ
ଭଲ ଗୁନ ମାତ୍ରେ ତ ବଦନାମୁଁ ପାର ନେଇଁ
କହଁଡୋ ଫୁଟି ପାଖୁଡା ମେଲାବାର ଆଘୁଁ
କିରା ଫୁଲକେ ଚରି ଦେସି
ନୁଆଁ ନୁଆଁ ତରଲ ଜୁବା ବଏସେ
ଖରାପ ଚଲନ ସାଂଗେ ବଢା ଜଲଦି
ବିପତିକେ ପର୍ଘେଇ ଆନସି
ହୁସିଆର, ଜୁଗି ରହି ଚଲଲେ ନିରାପଦ
ଜୁବା ବଏସ ବିନ ତହଁକେ ବି ଭୁଲ କରସି

ଓଫେଲିଆ – ତୋର ସବୁ କଥା ମାନି ଚଲମିଁ
ମୋର ମନ କେ ଜୁଗି ରହେମିଁ
ବଡା ନିର୍ଦଇ ପଣ୍ଡିତ ବାଗିର
ସସ୍ତା ଥି ସର୍ଗ ର କଡା ବାଟ ଟା ବତେଇଦେଲୁ
ଝନେ ଝନେ ଗୁର୍ଦୁ ପଢି ସୁନି
ଲୋକକୁ ବଡା ବଡ ବଡ କଥା କହେସନ
ହେଲେ ନିଜେ ନାଇଁ ମାନନ
ସହଜ ସୁବିଧା ଆରାମ ରେ ଜିଁସନ
ଆର ନିଜର ନିଅମ ଭାଂଗି ଦେସନ

ଲରେଟ – ମୋର କଥା ଛାଡ
ମୁଇଁ ବହୁତ ଦୁରିଆ ରହୁଛେଁ
ହାଦେ, ବାପା ଅଉଛନ

( ଏଇଛେ ପୋଲୋନ୍ୟସ )
ଦୁଇ ଥର ଆର୍ସିବାଦ ଦୁଇ ଗୁନ କାମ ଦେବା
ଆର ଥରେ ଆର୍ସିବାଦ ଦିଅ
ଜିମି ନ ଏତକର

ପୋଲୋ – ଏତକିବେଲ ଇନ ଅଛୁ ତାଏଲ ଲରେଟ
ଡଂଗା କେ ନେଇଁ ଜେଇ ଉଛୁର କରୁଛୁ
ପବନ ମାରୁଛେ ପାଲ ଉଡୁଛେ
ଡଂଗା ତିଆର ହେଇ ସବ ଟାଖିଛନ ତତେ
ଜା ଏତକର ମୋର ଆର୍ସିବାଦ ତୋର ସାଂଗେ ଅଛେ
ମନେରଖ
ମୋର ଇ କଥା କେତେଟା ଜେନ୍ତା ସୋର କରିଥିବୁ
ମନ ର କଥା ମନେ ରଖିଥିବୁ
ଟୁଣ କେ ନେଇଁ ଆନବୁ
କି ଖରାପ ଭାବନା ସବୁ କେ କବାରେ ନାଇଁ ଲଗାବୁ
ସାଂଗ ହେଲେ ବି ଅତି ମିସି ଜେଇ
ଫେପଲ୍ୟା ନେଇଁ ହେବୁ
ପହେଲା ବୁଝବୁ ପରଖିବୁ ଫେର ସାଂଗ ହେବୁ
ଅଜନା ଅଚିହ୍ନା ର ସାଂଗେ ନାଇଁ ବୁଝିସୁଝି
କେଭେ ନେଇଁ ମେସବୁ
ହୁସିଆର, କାହାର ସାଂଗେ କେଭେ
ଝମେଲା ନେଇଁ କରବୁ
ଜଦି ଦୈବାତ କେନସି ଗୁଲମାଲ ଥି ଅଲଝିଗଲୁ
ତ ନିଜର ପଖ୍ୟ ଟା ସାଫ ରଖବୁ
ସମକୁ ସୁନ ହେଲେ କାହାକେ ଉପଦେସ ନେଇଁଦେ
ସମକିର ର ଉପଦେସ ସୁନ ହେଲେ ମନ ର ହିସାବେ ଚଲ
ନିଜର ଆଏ ଭିତ୍ରେ ଦାମକ୍ୟା କପଡା ପିଂଧଲେ ବି ଅତି ଫୁଲ ଫାନସଟା ନେଇଁ ପିଂଧବୁ ପିଂଧା ଉଢା ନୁ ଲୋକ ମୁନୁସ କେ ଚିହ୍ନସନ
ଆର ବିଦେସେ ଖାନଦାନି
ଲୋକ ତାକର ପିଂଧାଉଢା କପଡା ଲତାଥି ବଡା ଖର୍ଚା କରସନ
ଉଧାର ଦେବୁ ନେଇଁ କି ଆନବୁ ନେଇଁ
ଉଧାର ଦେଲେ ପାଏସା ସାଂଗେ
ସାଂଗ କେ ବି ହରାବୁ
ଉଧାରି ଚଲନ ମୁନୁସ କେ ଦାଇତ୍ୱହିନ କରିଦେସି
ଇ ସବୁ କଥା ମନେ ରଖିଥିବୁ
ଆର ଇ ସବୁଥିର ଉପ୍ରେ
ମୋର ସେସ କଥା
ନିଜେ ନିଜକେ ସତ ହିସାବେ ରଖଲେ
ବାକି ସବୁ ଆପେ ଠିକ ହେଇଜିବା
ଜେନ୍ତା ରାଏତ ଗଲେ ଦିନ ଆଏସି
କେଭେବି କାହାକେ ମିଛେ ଢାଁପି ରଖି ନାଇଁ ପାରୁ
ଜା ଏତକର
ମୋର ଆର୍ସିବାଦ ସବୁବେଲେ ତୋର ସାଂଗେ ଅଛେ

ଲରେଟ – ଜଉଛେଁ ବାପା
ପୋଲୋନ୍ୟସ – ଜା ସବେ ଟାଖିଥିବେ
ଲରେଟ – ଜଉଛେଁ ଓଫେଲ୍ୟା
ମୋର କହେଲା କଥା ସବୁ ସୋର କରିଥିବୁ

ଓଫେଲ୍ୟା – ମନ ର ବଖ୍ରା ଥି ତାଲା ଦେଇ ରଖଲିଁ
ଆର ଚାବି ତୁଇ ନିଜେ ରଖିଥା

ଲରେଟ – ଜଉଛେଁ ସେ ( ଜେଇଛେ)
ପୋଲୋ – କାଣା କହିଛେ ତତେ ଓଫେଲ୍ୟା
ଓଫେଲ୍ୟା – କିଛି ନେଇଁ ବାପା
ତମକେ ଭଲ ଲାଗବା କି ନେଇଁ ଜେ
ହାମଲେଟ ବାବଦେ

ପୋଲୋ – ଓହୋ, ହଁ ହଁ ସୋରହେଲା
କିଏ ଗୁଟେ ମତେ ବି କହେଲା ଜେ
ସେ ତୋର ସାଂଗେ ବନେ ବେଲ ବେଲ ବସୁଛେ
ଆର ତୁଇ ବି ବେଧଡକ ମିସୁଛୁ ତାର ସାଂଗେ
ଜଦି ଇଟା ସତ – ଜେନ୍ତା ମୁଇଁ ସୁନିଛେଁ
ତତେ ଚେତେଇ ଦଉଛେଁ ଜେ ତୁଇ ଜାନି ନି ପାରବାର
ମୋର ଝି ହିସାବେ ଜେନ ମାନ ସମ୍ମାନ
ନେଇ ଠିଆ ହେଇଛୁ
ତୁଇ ବୁଝି ନି ପାରବାର
ତମର ତମର ଭିତ୍ରେ କାଣା ଚାଲିଛେ ?
ସତ କରି କହ ମତେ

ଓଫେଲ୍ୟା – ହଁ ବାପା ଆଏସନ
ବେଲ ବେଲ ତକ ରହେସନ
ଆର ତତେ ଭଲ ପାଏସିଁ ବଲି
କିସମ କିସମ କରି କିରିଆ କରସନ

ପୋଲୋନ୍ୟସ – ପିରତି ! ଛିରେ ବେଡି
ଛୁଆକର ବାଗିର କେନ୍ତା କହେସୁ
ଜେନ ବିପଦଟେ ବୁହୁଛେ ଜେ
ତୁଇ ଜାନି ନି ପାରବାର
ତୋର କହେତି କେ ତତେ ଜେନ ଭଲପାଏସି ଜେ
ତୁଇ ବିସାସ କରସୁ

ଓଫେଲ୍ୟା – ମୁଇଁ ଜାନି ନି ପାରବାର ବାପା
ମୁଇଁ ଜେନ୍ତା କରବାର କଥା

ପୋଲୋନ୍ୟସ – ବେଡି ମୁଇଁ କହୁଛେଁ ସୁନ
ଏକଦମ ଭେକଲିଟା
ବଡା ସହଜ ହିସାବେ ତାର ଚିକନ କଥାକେ ନେଇ
ମନ ଦେଇ ବସିଛୁ
ହେଲେ ସେ ହେନ୍ତା ନେଇସେ
ଭଲକରି ଟିକେ ନିଜେ ଭାବ
ଆର ବଂଦକର ଇ ଭାବ ଦିଆନିଆ
ନେଇ ଦେଇ ନେହେଲେ ସେସେ
ଜେନ୍ତା ଭକୁଆ ନେଇଁ ହେଇ ଜଉ

ଓଫେଲ୍ୟା – ନେଇଁ ବାପା ଭକୁଆ ନେଇଁ ବନନ
କିରିଆ କରିଛନ ମନ ଦେଇଛନ
ପୋଲୋନ୍ୟସ – ଦୁଇ ଦିନ ଲାଗି ମଜାକ କରୁଛନ
ଓଫେଲ୍ୟା – ମାହାପ୍ରୁ ର ନାଁ ଧରି ମୋର ଦିହିଁ ଛିଁ କିରିଆ କରିଛନ
ପୋଲୋନ୍ୟସ – ଚୋପକାଣିଆ,
ଚୋପକାଣିଆ ଆଏ ବେଡି ଚେରେମାନକୁ ଧରବାର କେ
ମୁଇଁ ଜାନିଛେଁ
ରକତ ତତଲେ ଅମାନ୍ତୁ ମନ ଉସକି
ଆଏସି ନିସାର ଧାସେ ନାନା କିରିଆ କରସି
ଜୁଏ ଧଂଗ ଧଂଗ ଜଲସି ନୁନି
ବଡା ଉକ୍ୟା ଦିସସି
ହେଲେ ତପ୍ତି ନେଇଁ ଥେ
ଆର ଜେତେ ଜୋର ଜଲସି
ସେତେ ଜୋର ଖପି ବି ଜାଏସି
ଜାଏଁ ଜାଏଁ କିରିଆ କଲେ ବି
ତୁଇ ହେନ୍ତା ଭୁର୍ତି ନେଇଁ ଜିବୁ
ଏତେ ସସ୍ତା ଥି ଧରାଛିଆଁ ଦେଇ
କୁଆଁରିପନ କେ ଖଏତ ନେଇଁକର
କଥାବାର୍ତା କେ ଉଜନ ଦେଇ ଟିକେ ଉଁଚା କର
ତେହରୁ କଥାକର
ଆର ରାଜକୁମାର ହାମଲେଟ
ଭୁଲି ନେଇଁ ଜା ଜେ ସେ ଜୁଆନପିଲା
ଆର ତୋର ନୁ ସେ ଅଧିକ ଖୁଲାଖୁଲି
ଜହ ଉସାସେ ଜିଁ ପାରବା
ସିଧା ସିଧା ବଏଲେ
ତାର କଥା କିରିଆ କେ ଅଜଥା ବିସାସ ନେଇଁକର
ସବୁ ଫସକା ଟା
ଜେତକିରି କଥା ସେତେ ଦମ ନେଇଁ
ଛୁଛା ଫାଲତୁ ପିରତି ର ଜାବତ୍ୟ ଅନୁରୋଧ
ସତେ ଭଲ ପାଏଲା ବାଗିର ଫଟ କରୁଛେ
ସତ କହେଲା ବାଗିର ଢଁପ କରୁଛେ
ତତେ ବନେଇ ଚୁନେଇ ଫାଂଦେ ପକଉଛେ
ବେସ ମୋର ଏତକି କହେବାର ଥିଲା
ସିଧା ଖୁଲା ଖୁଲି କହି ଦଉଛେଁ ଜେ
ଇନୁ ଇଆଡ ତୋର ଉସ୍ତାର ସମିଆଁ ଥି
କୁମାର ସାଂଗେ କଥା ହେଇ ନକସାନ କରିଛୁ ବଏଲେ
ଜାନବୁ !
ଇଟା ମୋର ତାଗିଦ ଆଏ
ଆ ମୋର ସାଂଗେ
ଓଫେଲ୍ୟା – ତମେ ଜେନ୍ତା କହେବ ମାନମିଁ ବାପା

Rewiring Education

0

I just a read a good book titled “Rewiring Education, How Technology Can Unlock Every Student’s Potential” by John D. Couch. Mr. Couch was Apple’s Vice President of Education, has always been a proponent of personal learning. He shares his experience of 50-plus years in education and technology. The book is 244 pages long and was published in 2018. Here is my take away from the book.
Nature Versus Nurture
The nature (gene)-versus –nurture (environment) debate has dominated educational field for decades. Proponents of the theory believed that nature is largely responsible for our intelligence and abilities and because of that we can learn and achieve so much. In other words, our potential is all in our genes. On the other side of the debate are those who believe that nurture (environment), not nature (gene), is what matters.
Research now suggest that, while of course we inherit the genes from our parents, including the ones that contribute to intelligence, our environment (i.e., things we experience) is key to how those genes are expressed, and even if they are expressed at all. Our environment affects and collaborates with our genes, forcing them to adapt. This field of science is called epigenetics. According to epigenetists, people actually affect their own genome’s behavior.
What Factors Affect Students Success
1- Motivation
The most important component to achieving success is motivation. If a student wants to learn something badly enough, a bad parent, teacher, and school combined would not stop him/her from learning. Motivation is prerequisite for effective learning.
The Art of Motivation
There is indeed a lot of science and psychology behind motivation, but it can be just as much an art. Like most complex things- there is no ‘one right way’ to boost motivation. All variables must be taken into consideration. What motivates me today might not motivate me tomorrow.
Here are few suggestions:
A- Student Choice
Giving children choice in how they learn things can go a long way toward making it more engaging. The more engaged children become, the more motivated they become to remain engaged. Making learning fun, engaging, and relevant are keys to making learning experience better.
B- Realistic: To be or Not?
Everybody cannot become a professional athlete or physicist. Be realistic. But always being ‘realistic” destroys our ability to think differently and stay creative.
C- Encourage Failure and Practice Practice
We learn not in spite of our failures, but because of them. We should encourage a pattern of intelligent failing by children.
Researchers suggest that what we call natural talent is actually the result of practice. According to research,around ten thousand hours of practice offers highest chance of reaching expert level in chosen field- music to athletic (about two and half hours of practice every dayfor 13years).
The Grit Factor – (Persistence, Perseverance or Grit)
Grit as defined by Angela Duckworth, is one’s ability to persevere in the pursuit of long-term goals. Good thing is grit can be taught.
Types of Learning
A- Personalizing Learning
Personalizing learning means tailoring the teaching to each student rather than using one- size –fits –all methods which are the most common method of teaching in most schools now. It does not mean that there must be a 1:1 teacher/student ratio. Each student learns in different ways-some are visual learner, some are auditory and some are reader. Teachers should pay attention to that when they can.
B- Collaborative Learning
Some of the best learning that takes place is not just personalized but collaborative as well. Students learn from each other and the teacher acts as a facilitator.
C- Pedagogical Method
In this method the teacher knows it all and the students have to listen without questioning. They have to memorize the facts. It is the least effective method of learning.
D-Learning by Doing
Learning by doing is one of the best ways to learn. We make mistakes and learn. Mistakes are often critical to learning. In most high schools hand- on real world learning is completely missing.
The Learning Space
Educational futurist David Thornburg, in his book “Campfire in Cyberspace”, describes three types of primary learning space.
The Campfire – (Story Telling)
One of the best places for hearing story has been over a campfire, where parents, grandparents have shared their wisdom through a combination of fiction and real-life tales. The campfire is an example of the one-to-many model, where typically one person speaks to many others at once. It is a teacher directly addressing students while walking excitedly around the classroom, sharing wisdom from the real world, helping to bring theories to life. Lecturing motionless from the front of the class in monotone voice as student fight to stay awake is also a form of the one-to-many model, but it’s not campfire.
The Watering Hole
The watering hole is a learning space where an expert shares information with multiple learners. They can be formal or informal. The space can be the cafeteria, coffee room or other break rooms. All the modern companies like Apple, Google are deliberately creating this kind of spaces. Just a place to exchange ideas.
The Cave
In this cave metaphor the learners have the opportunity to spend time alone, reading, writing, thinking, and reflecting on the information they receive from other spaces. Many libraries provide this kind of spaces- away from the main traffic of the library.
New Opportunities – Online Learning
1- Khan Academy – (www. khanacademy.org)
Khan academy is a non-profit educational organization started by Salman Khan in 2008. It is an online school that specializes in creating free and easy- to- understand learning videos on a wide variety of topics- Lessons and Practice via You Tube. It has nearly 10 million students from all over the world. Khan Academy has a great reputation and has been backed by people like Bill Gates and others.
2- Massive Open Online Courses (MOOCs)
These are courses provided by mostly for profit organizations including many famous universities like Harvard and MIT. Many of the courses are free but most of them are paying courses.One can earn a degree or certificate in a particular field. Some these well-known sources are:
Udacity-www.udacity.com
Harvard/MIT-edX- www.edx.org
Coursera- www.corsera.com
3-Woz-U –www.woz-u.com
In 2017 Apple’s co-founder Steve Wozniak has launched a new online educational platform called Woz-U, offering coding and multiple IT programs to ‘expose digital engineering concepts to students to nudge them toward a possible tech-based career.”
Educational Technologies
1- 3D Printings
These machines, often not much bigger than a traditional printer, allow students to turn any digital file into three-dimensional physical objects. In medicine, 3D printing is even being used to print human-like organs that, doctors believe, will one day eliminate the need for organ donor. It is one of the best emerging technologies.
2-Interactive Books
Interactive books are different than e-books. In interactive book 3D animations of images and videos literally pop off the page. The reader gets a multidimensional example of the concepts being discussed. Apple I Book is an example of a platform where all kinds of digital books are hosted.
3- Immersive Technologies
Virtual Reality (VR), Augmented Reality (AR) and Mixed Reality (MR) – are all part of a broader field called immersive technology, also known as immersion. VR uses a head set to place us inside a digital world, AR- brings the digital world to our physical world, and MR is a combination of both.
My personal recommendation is the Ted Talk web site for learning on all kinds of topics.
TED Talks- (Ted.com)
TED stands for technology, entertainment and design. Ted was conceived by Richard Sal Wurman in 1984. Ted talks and conferences are held throughout North America Europe, Asia and other parts of the world. They address a wide range of topics. The speakers are all experts in their field and are given a maximum of 18 minutes to present their ideas. In 2018, more than 2,600 Talks are freely available on the web site Ted.com. More than one billion people from all over the world have watched the videos. You must try to watch at least one video to get some idea about it.
Source:
John Couch and Jason Towne. Rewiring Education: How Technology Can Unlock Every Student’s Potential. Dallas, TX, Ben Bella Books Inc. 2018.

Dr Saheb Sahu

ହାମଲେଟ । । ସେକ୍ସପିଅର । । ଅନୁବାଦ: ସାକେତ

ଦୃସ୍ୟ -୨
(ରାଜମହଲ ଭିତରର ଗୁଟେ ବଖରା, ଏଇଛନ ରଜା, ରାନି, ହାମଲେଟ, ପୋଲୋନ୍ୟସ, ଲରେଟ, ଭୋଲ୍ଟିମାଡ, କର୍ନେଲ୍ୟସ, ଦରବାରି ଆର ପ୍ରହରି )

ରଜା – କୁମାର
ମନେ ମୋର ଦଦାର ମରନ କଥା ମଥି ହଉଛେ
ସୁରତା ଲହର ଭିଜେଇ ଭିଜେଇ ତାଜା କରୁଛେ
ରଜା ଦରଦ ଦୁଖ କେ ଦବେଇ ଦେଲେ
ସାରା ରାଏଜେ ଫେର ସେ ଦୁଖ ଉବକି ଅଉଛେ
ଆର ରାଏଜେ ଦର୍ଦେ ଝରାଲା ଆଁଖଲ ର ଆଁଖି
ସଁକରି ସମି ଜଉଛେ
ହେଲେ ବିବେକ ମନ କେ ସଂଭଲଉଛେ
ତାର ସୁରତା ଥି ବୁଡି ଜଉଥିଲେ ବି
ରାଏଜ ଭାର କଥା ଭୁଲି ନେଇଁ ଜିବାର
ଜେଭେ ଘଡେ ତାର କଥା ସୋର କରସିଁ
ଫେର ଆର ଘଡି ରାଏଜ ର କଥା ଭାବସିଁ
ଜିଏ ଦିନେ ମୋର ବହୁ ଥିଲେ
ଆଏଜ ସେ ସିଆନି
ଆର ଇ ଜୁଦ୍ଧବର୍ନ୍ୟା ରାଏଜ ର ରାନି

ମନର ବଖରା ଥି ଜେତେ ଉସତ ତେତେ ଦୁଖ
ଗୁଟେ ଆଖୁଁ ସୁଭ ର ଆଁଖଲ ବଏଲେ
ଆର ଆଁଖୁ ଅସୁବ ର ଆଁଖଲ
ଛନେ ବିହାଘର ର ଗହ ଗହ କେ ଉସତ ଲାଗଲେ
ଆର ଘଡି କାମଘରେ ମନ ବୁତରି ଜଉଛେ
ଉସତ ଆର ଦରଦ ସମାନ ସମାନ
ତମେ ସବେ ସବୁବେଲେ ଭାବି ବିଚାରି
ମତେ ରାଏଜ କାମେ ସାହାଜ ସହଜୋଗ କରିଛ
ଆର ଭାବୁଛେଁ ଏନ୍ତା ସବୁଦିନେ ସାହେଜ କରୁଥିବ
ସବେ ତ ଜାନିଥିବ
ଜୁଆନ ଫୋଟିନବ୍ରା, ଦଦା ର ମରନ ଖବର ସୁନି
ଆମକେ ଟିକେ ହଲକା ଥାବ କରୁଛେ
ଭାବୁଛେ ରାଏଜ ଛିନ ଛତର ହେଇ ଜେଇଛେ
ଆର ମଉକାର ଫାଏଦା ନେବାରକେ
ତହଁକି ଉତକୁଛେ ଆର
ଖବେର ପଠେଇଛେ
ତାକର ନୁ ଜବତ କଲା ରାଏଜ ଫିରେଇ ନେବାରକେ
ବାକି କଥା ତ ଇ ସବୁ ବାବଦେ ଜାନିଛ
ଇହାଦେ ଇ ସଭାର କବାର ହେଲା
ଆଗକେ କେନ୍ତା କରମା ବିଚାର କର
ତାର କକା ନରୱେ ର ରଜା କେ
ଅବସ୍ୟ ଆଗତୁରିଆ ଜନେଇ ଦେଇଛେଁ ଜେ
ଇ ବାବଦେ ତାହାକେ କେନସି ସାହେଜ ନାଇଁ କରବେ
ଆର ଆଗକେ ବଢବାର କେ ମନା କରବେ
କାଁଜେ ବଏଲେ
ସେ ତାର ତାର ଗୁଟେ ସନ୍ୟ ଦଲ ଗଢି ପକେଇଛେ
ଆର ଜୁଦ୍ଧ ଲଢବାର କେ ତିଆର ହଉଛେ
ବଏଲେ ତମେ କର୍ନେଲ୍ୟସ ଆର ଭାଲ୍ଟିମାଡ
ଚିଠି ନେଇକରି ନରୱେ ଜ
ତମକେ କିଛି ଅଏଧକା କରା ନେଇଁ ପଡେ
ସବୁ କଥା ଖୁଲାଖୁଲି ଲେଖା ହେଇଛେ
ଜ ଏତକର ତମର କାମେ ଲାଗିପଡ

କର୍ନେଲ୍ୟସ-ଭାଲ୍ଟିମାଡ – ଆପଣକର ଆଦେସ ଆମର କବାର ମାହରାଜ
ଆର ଜେତକି ଦରକାର ସେତକି ନିସଚେ କରାହେବା
କାମ ବାକି ନେଇଁ ରହେ ମାହରାଜ

ରଜା – ମୋର ସଂଦେହ ନେଇଁନ
ତମେ ନିସଚେ କାମ କରବ
ଜ ତମେ ମୋର ହାର୍ଦିକ ବିଦାୟ
( ଦୁହେଁ ଜେଇଛନ)

ଆରେ ଲରେଟ, ଆର ତମର ଖବର କାଣା
କାଣା ଗୁଟେ ଦରଖାସ୍ତ କଥା କହୁଥିଲ
ତମେ କାଣା ଚାହୁଁଛ ଲରେଟ
ହେଲେ ମନା କରିଦେବାର ବାଗିର
କଥା ନାଇଁ କହେବ
ଅବସ୍ୟ ମୁଇଁ ନି ଭାବବାର ଜେ
ତମେ ହେନ୍ତା ଅନୁରୋଧ କରବ
ଆର ମୁଇଁ ମନା କରିଦେମି
କି ତମର ଇଚ୍ଛା ଥି ମୋର ହଁ ନେଇଁ ନ
କି ହେନ୍ତା କେନସି କଥା ଜେନଟା କି
ତମେ ଠିକସେ ମୋର ସାମନେ କହି ନି ପାରବାର
ମୁଡ଼ ମନର କାମେ ହେତକି ନି ଆସିଥିବା
କି ହାତ ଟୁଣ ର
ଜେତକି ତମର ବାପା ଇ ରାଏଜ ର ଲାଗି
ରଜା ର ଲାଗି କରିଛନ ଜେ
କହ ଲରେଟ ତମକେ କାଣା ଦର୍କାର ?

ଲରେଟ – ଆପଣକର ଅନୁମତି ଆର ଆର୍ସିବାଦ ଦର୍କାର ମାହାରାଜ
ଫ୍ରାନ୍ସ ଫିରିଜିବାର କେ
ଉସତ ମନେ ସେନୁ ଆଇଥିଲିଁ
ଆପଣକର ରାଏଜଭିସେକ ଦେଖି
ଆର ମୋର କର୍ତବ୍ୟ କରି
ଏତକର ତ ମୋର କବାର ସରଲା ମାହରାଜ
ତ ଫେର ଫ୍ରାନ୍ସ ଫିରିଜିମିଁ ବଲୁଛେଁ
ଅନୁମତି ଦଉନ ମାହରାଜ

ରଜା – ତମର ବାପା ନୁ ଅନୁମତି ମାଗଲ ନ କି ନେଇଁ
କାଁ ବଏଲେ ପୋଲୋନ୍ୟସ ?

ପୋଲୋନ୍ୟସ – ଖାଲି ତ ଜିମି ନ ଜିମି ନ ବଲି ଥୁତରି ପକଉଛେ
ସେସକେ ବାଧ୍ୟ ହେଇ ତାର ମନକେ
ଜା ହେଲେ ବଏଲିଁ
ଆର ଆପଣକୁ ବି ବିନତି କରୁଛେଁ
ତାହାକେ ଜିବାର କେ ଅନୁମତି ଦଉନ

ରଜା – ସମିଆଁ ଟା ତମର ପଖିଆ ହେଇଛେ ଲରେଟ
ଜ ମନମାନି ବେଭାର କର
ଏତକର ମୋର ପୁତରା ଆର ପୁଓ ହାମଲେଟ ର ପାଲି

ହାମଲେଟ – (ମନକେମନ) ହଁ, ସଂପର୍କିୟ ନୁ ଟିକେ ଅଏଧକା
ହେଲେ ଆମର ସଂପର୍କ ଜେତକି ଭାବ ର
ସେନୁ ଟେିକ କମ

ରଜା – କୁମାର ଏତକିବେଲ ଜାଏକ ବି କେନ୍ତା
ଦୁଖ ର ବାଦଲେ ଘେରେଇ ହେଲା ବାଗିର ଦିସୁଛୁ

ହାମଲେଟ – ନେଇଁ ନେଇଁ ନେଇଁ ମାହରାଜ
ହେନ୍ତା କିଛି ନେଇଁସେ
ବାହାରେ ଟିକେ ଜହବେଲ ଖରା ଥି ରହିଗଲି ତ

ରାନି – କୁମାର ଆର କେତେଦିନ ଇ ରାଏତ ବାଗିର
ଇ ନିସ୍ତେଜ ବରନ୍ୟା ଚେହେରା ଧରିଥିବୁ
ଛାଡ ବାବୁରେ ସବୁ
ଘଡେ ନିଜର ବାଗିର କାରି ଇ ରାଏଜ କେ ଦେଖି ଦେଖ
ରାଏଜ ତୋର ଉସତ ମନର ହଁସ ହଁସ ଚେହେରା
ଦେଖବାର କେ ଚାହୁଁଛେ
ହମିସା କାଣା ଆଏଁଖ ଉଲମେଇ ରହୁଛୁ ?
ଜେନ୍ତା ମାଏଟ ତଲର ତୋର ବାପାକେ ଦେଖୁଛୁ
ତୁଇ ଜାନିଛୁ
ମରନ ଟା ନୁଆଁ କି ବିଚିତ୍ର ନୁହେଁ
ସମକିରର ଲାଗି ଆଏସି
ସବୁ ଜନମ କେ ମରନ ତୟ ଆଏ
ମରନ ଅମର ଆଏ

ହାମଲେଟ – ହଁ ମାହରାନି
ମରନ ନୁଆଁ ନୁହେଁ

ରାନି – ଜଦି ନୁଆଁ ନୁହେଁ, ସମକୁ ସମାନ ଆଏ
ତ ଫେର ତୁଇ କାଏଁଜେ ଏତକି ଅଲଗା ବାରି ହଉଛୁ

ହାମଲେଟ – ମୁଇଁ ଦେଖେଇ ହଉଛେଁ ମାହରାନି ?
ନେଇଁ ନେଇଁ ହେନ୍ତା ଦେଖେଇ ନି ହେବାର
ଦରଦ କେ ଜାନିଛେଁ
ଦେଖେଇ ହେବାରଟା ନେଇଁ ଜାନି
ଦିସୁଥିମି ହେନ୍ତା
ଇ କଲା କୋଟ ଗାଢା ପଛରା
ଲମା ଲମା ସାଁସ
ଆର ଆଁଖଲ ନଦିର ଧାରା
କି ଉଦାସ ଚେହେରା
କି ଆର କେନ କେନ ଦୁଖି ମନ ର ଚିହ୍ନା ନୁ
ମତେ ଜାନି ନି ପାର
ଇ ସବୁ ଦିସସି ଉପରଛଲକ୍ୟା
ଦୁଖ ଦେଖେଇ ହେବାରକେ
ଜିଏ ପାରି ସେ ବେଭାର କରି ପାରେ
ହେଲେ ଦୁଖ କେତେ ଅଛେ ଭିତ୍ରେ ଜେ
ଇ ସବୁ ଉପରଛଲକ୍ୟା ଚିହ୍ନା ଜନେଇ ନି ପାରେ
ଆର ଆପଣ ଜାହା ଦେଖୁଛନ ସବୁ ଉପରଛଲକ୍ୟା ଭେସ

ରଜା – ଭଲକଥା କୁମାର
ପୁଓ ହିସାବେ ବାପାର ସୁରତା ଥି ଜରୁର କାଂଦବାର କଥା
ଆର ଇ କଥା ବି ଜାନବାର କଥା ଜେ
ହେନ୍ତା ତୋର ବାପା ତାର ବାପା କେ ହଜେଇଥିଲା
ତାର ବାପା, ତାର ବାପାକେ ହଜେଇଥିଲା
ଆର ପୁଓମାନକର କର୍ତବ୍ୟ ଆଏ
ବୁଆ ର ମରନ ଦୁଖେ ଗୁଟେ ସମିଆଁ ସିମାତକ
ନିସଚେ ଦୁଖମନା ହେବାର
ହେଲେ ଜଣେ ଜଦି ଏନ୍ତା କାଂଦିବସଲା
ଆର ଛାଡବାର କେ ନାରାଜ ହେଲା
ତ ତାହାକେ ସହଜେ
ମାହାପ୍ରୁ ବି ମାଫ କରି ନି ପାରେ
ମୁନୁସ ପିଲାକେ ଦୁଖ ଦୁର୍ବଲ କରିଦେସି
ଦୁର୍ବଲମନ ଦୁର୍ବଲ ଦିମାଗ
ଅବୁଝା ଲୋକ କେ ମାହାପୁରୁ ସାହା ନି ହୁଏ
ଆମେ ଦହ ଦହ ଜାନି ଜାନି
ଗୁଟେ ଫି ଦିନିଆ ଜିନିସ ଲାଗି
ଅଏଦକା ଦୁକମନା କାଏଁଜେ ହେମା ବାବୁ
ଜେନଟା କି ଦିନେନା ଦିନେ ବାଧ୍ୟ ଘଟବା
ନେଇଁ ନେଇଁ ଇଟା ବିଦ୍ରୋହ ଆଏ ମାହାପ୍ରୁ ବିରୁଦେ୍ଧ
ବୁଧି ବିବେକର ଏକଦମ ଉଲଟ୍ୟା କଥା
ଜନମକେ ମରନ ନିସଚିତ ଆଏ

ମୁଇଁ ତତେ ବିନତି କରି କହୁଛେଁ
ତୁଇ ଇ କଂଦାବୁବା ଛାଡ
ଆର ମତେ ଟିକେ ଦେଖ
ଜେନ୍ତା ତୋର ବାପାକେ ଦେଖୁଥିଲୁ
ଆର ଇ ରାଏଜ ଜାନୁ ଜେ
ତୁଇ ଇ ତକ୍ତା ର ଉତରଅଧିକାରି
ମୁଇଁ ବି ତତେ ହେତକି ଭଲ ପାଏସିଁ
ଜେତେ ଗୁଟେ ବାପ ତାର ପୁଓକେ ଚାହେଁସି
ଜଦି ଫେର ତୁଇ ପଢିଜିମି ଭାବୁଛୁ
ବଏଲେ ଆର ନେଇଁ ଜା ନ
ଇନ ମୋର ପାଖେ ରହି
ରାଜକାଜ ଥି ଟିକେ ସାହେଜ କର
ଜେନ୍ତା ଗୁଟେ ଦରବାରି, ସଂପର୍କିୟ କି ପୁଓ କରସି

ରାନି – ତୋର ମାଁ ର ଗୁହାରି କେ ତ ମନା ନାଇଁ କରି ଦଉ
ରହିଜା ଇଠାନେ
ନାଇଁଜା ପଢି

ହାମଲେଟ – ତମର ବୋଲ ଜେତେ ପାରମି ନିସଚେ କରମି

ରଜା – ତୋର ଉତର ସୁନି ମତେ ଉସତ ଲାଗଲା
ତୋର ଇ ବେଭାର ମୋର ମନକେ ଛିଁ ଗଲା
ତୁଇ ନିଜକେ ଆମର ନୁ କେଭେ ପର ନି ଭାବବୁ
ଆସ ରାନି ଆମେ ଉସତ ମନାମା
ଖାଏମା, ପି’ମା ଆର
ବଜା ଗଜା ନାଚେ ଗିତେ ମହଲ ଦୁଲକେଇ ଦେମା
( ଦୁହେଁ ଜେଇଛନ )

ହାମଲେଟ – ଓ, ଇ ଟାନ ମଉସ ଲୁଥାଲୁଥା ପଘଲି
ଓସ ବୁଂଦା ବାଗିର ତଗଲି କାଏଁ ନି ଜିବାର
ନିଜକେ ଘାରିହେଲେ ଜଦି ପାପ ନେଇଁ ଲାଗତା
ପରାନ ଟା ଉଡି ଜାଏତା କାଏଁ
ଜିବନ ଟା କେନ୍ତା ନିସୋସ ନିସ୍ତେଜ
ନିହାତି ଅର୍ଦବା ଲାଗୁଛେ
ପୁରଥି ଟା ଜାବତ୍ୟ ବାସି ବାସି ଗଂଧି
ସିଗବିଗା ଲାଗୁଛେ
ଦୁନିଆଁ ଟା ଏକଦମ ବିନମାଲି ର ବାଏର
ନେଇଁ ହେଲା ଅର୍ଦବା ଅଦରକାରି ଗଛ ବାଏର ଭଏର
ଭୋଲ ନିସାଥି ମାତିଛନ ସିଆନ ସ୍ୟାନି
ଗଂଧି ଫଏଲାବାର ବିହନ ବୁନା ଥି
ଭାବି ନେଇଁ ହୁଏ ଲୋକ ଏନ୍ତା କେନ୍ତା କରୁଛନ
ଦୁଇମାସ ନେଇଁ ପୁରିଥିବା ବାପା ର ମରବାର
ଏଭର ରଜା ନୁ କେଡେ ବଢିଆ
ଜୁଲାଲେ ସେଟାୟର ଆର ହାଏପରିଏନ
କେତେ ଗହକି କେତେ ସଉକ କରୁଥିଲେ ମାଁ କେ
ମଜା ଆଏ ପବନ ର ଜେ ତାକର ଥଉନ ଥଉନ
ମାଁ ର ଗାଲ କେ ଛିଁ ଦେବା
ହେ ମାହାପ୍ରୁ ! ସୋର କଲେ କଏଲଜା ଜଲି ଜଉଛେ
ପେଟ ଜଲି ଜଉଥିଲେ ବି ଜେଭେ ଜିଏ
ବାପା ର ପାଖ ନି ଛାଡୁଥାଇ
ମାସେ ନି ପୁରବାର ତାଏଲ ସେ ଫେର
ଛି ଛି ଛି ଛି ଛାଡ ଛାଡ ଛାଡ ଛାଡ
ଭାବି ନେଇଁ ହେବାର ହିନମନିଏନ
ମାହେଜି ବଏଲେ ହିଁ ଅଲାଜୁଗ୍ୟେନ
ମାସେ ଅଧେ ସେ ଜୁତା ଜୁହ୍ନା ହେଇଥିବା
ଜେନଟା ପିନ୍ଧି ବାପା ର ମୁର୍ଦାର ପଛେ ଲମିଥିଲା
ନିଓବେ ବାଗିର ହେଁକାତେଲ-କାଏଁଜେ ସେ, ଏନ୍ତାଜେ ସେ,
ହେ ମାହାପ୍ରୁ…
ପସୁ ଜଂତୁ ଜିଏ କାରନ ଜାନି ନେଇଁ ପାରେ
ବି ଆର ଦିନାଦୁ କାଂଦିଥିତା – ମୋର କକାକେ ବିହା ହେଇଗଲା
ବାପାର ଭାଏ, ହେଲେ କେଭେ ବାପା ର ବାଗିର ନେଇଁସେ
ଆର ମୁଇଁ ହାରକ୍ୟୁଲସ – ମାସେ ଭିତ୍ରେ
ତାର ଫଟ ଆଁଖଲ ଆଏଁକ କେ
ଭିଜେଇ ଭିଜେଇ ଫୁଲେଇ ଦେବାର ଆଘୋନୁ
ହରବରେ ବିହା ହେଇଗଲା
ବନେ ନେଇଁ ହେଲା, କି କିଛି ବି ବନେ ନେଇଁ ହୁଏ
ହେଲେ ମତେ ତୁମ ପଡବାରକେ ପଡବା
ଚାହେ ଭିତ୍ରେ କଏଲଜା କୁହୁଁଲି ଜଉ

(ହୋରାସିଓ, ମରସେଲସ, ବର୍ନାଡୋ, ଏଇଛନ)

ହୋରାସିଓ – କେନ୍ତା ଅଛ କୁମାର

ହାମଲେଟ – ତମକୁ ବନେ ଦେଖି ବଡା ଉସତ ହେଲିଁ
ନିଜକେ ପଛେ ଭୁଲିଜିମି ହେଲେ ହୋରାସିଓ କେ, କେଭେ ନେଇଁ

ହୋରାସିଓ – ହଁ କୁମାର, ହୋରାସିଓ ତମର ସବୁଦିନର ସେବକାରି

ହାମଲେଟ – ସେବକ ନେଇଁ ସାଂଗ
କହେବ ବଏଲେ ଚାଲ ନାଁ ପଲଟେଇ ଦଉଁ
ହେଲେ ପଢା ଛାଡି ଇନ କେନ୍ତା
ଆର ମାରସେଲସ ତମେ ?

ମାରସେଲସ – ହଁ କୁମାର,

ହାମଲେଟ – ତମକୁ ଦେଖି ବଢା ଉସତ ଲାଗଲା
ଆର ବର୍ଣ୍ଣାଡୋ ତମେ ବି ଏଇଛ
ହେଲେ ତମେ ଇନ କେନ୍ତା ହୋରାସିଓ

ହୋରାସିଓ – ପଢା ଛାଡିକରି ଘର ଆଏବାରଟା
ମୋର ଗୁଟେ ବଏସ୍ରା ହେଇଗଲା ନ କୁମାର

ହାମଲେଟ – ତମର ସତ୍ରୁ ନୁ ବି ହେନ୍ତା କଥା ସୁନବାର କେ ନେଇଁ ଚାହେଁ
କି ମୋର କାନ କେ ସୁନବାର କେ ବି
ଫୁସଲେଇ ନି ପାର
ମୁଇଁ ଜାନିଛେଁ
ତମେ ତ ହେନ୍ତା ପାଠଚୋର ନେଇସେ
ଇଠାନେ କାଁ କରୁଛ
ହଁ ମୋର ଦ୍ୱାରା ଜଦି ହେଇପାରବା ବଏଲେ
ତମେ ଇଠାନୁ ଜିବାର ଆଘୋନୁ
ତମକୁ ଗୁଟେ ପୁଖତ ମଦୁଆ ବନେଇ ଦେଇ ପାରମି

ହୋରା – ତମର ବାପା ର କାମଘର ଏଇଥିଲି କୁମାର

ହାମ – ମଜାକ କାଏଁ କରୁଛ ହୋରାସିଓ ମାଁର ବିହାଘର ଏଇଥିବ

ହୋରା – ଦେଖତ କାମଘର ନେଇଁ ସରବାର
ବିହାଘର ସରିଗଲା

ହାମ – ଗୁଟେ ଭୁଜି ଥି ଜୁଡେ କବାର ପଟିଜିବା
କାମଘର ର ତୁନ ବିହାଘରେ ବି ପରସି ହେବା
କାଏଁ ପାପ କରିଥିଲି ଗଲା ଜନମେଁ
ଇ ସଜା ମିଲୁଛେ ହୋରାସିଓ
ଘାଏ ଘାଏ ବାପା କେ ଆଏଁଖ ସାମନେ ଦେଖଲା ବାଗିର ଲାଗୁଛେ

ହୋରା – କେନ କୁମାର ?

ହାମ – ମନ ଭିତ୍ରେ
ହୋରା – ଥରେ ଦେଖିଥିଲିଁ ତାହାକୁ
କେତେ ବଢିଁଆ ରଜା

ହାମ – ସବେ ବନୁ ବଲୁଥିଲେ
ଆର ଥରେ ହେନ୍ତା ଲୋକ ଟେ ମିଲବାର ଟା ମୁସକିଲ

ହୋରା – କୁମାର,
ଗଲା ରାତି ତାହାକୁ ଦେଖଲା ବାଗିର ଲାଗଲା

ହାମ – କାହାକେ ଦେଖଲ ?

ହୋରା – ମାହାରାଜ କେ ଦେଖିଛେଁ କୁମାର
ତମର ବାପା କେ

ହାମ – ବାପା କେ ,

ହୋରା – ଦମ ଧର କୁମାର
ଆର କାନ ଦେଇ ସୁନ ମୋର କଥା
ସାଖି ଅଛନ ଇମାନେ

ହାମ – କହ କହ ହୋରାସିଓ
ହୋରା – ଗଲା ଦୁଇ ଦିନ ହେଲା ଅଧରାତ୍ୟା
ଇ ଦୁହିକର ପହରା ବେଲିଆ
ପୁରା ସ୍ୱଏକାଦ ସେ ଚେହେରା
ଗୁଡୁମୁଡୁ ଏକଦମ ତମର ବାପା ର ମୁଖଡା ପୁରା
ସେହି ଭେସ ସେହି ଠାଟ
ଜେନ୍ତା ମାହରାଜ ଇତାକର ସାମନେ ଠାଡ
ଇମାନେ ତ ପୁରା ଜାଡ କାଠ
ଟୁଣ ମୁଡ ନି ଫୁଟଲା
କଥା ନି ବାହାରଲା
ଜେନ୍ତା ଇମାନେ ଡରହେ ସବୁ ମତେ କହେଲେ
ଆର ରାଏତ ସାଂଗେ ମୁଇଁ ନିଜେ ଗଲିଁ
ଜେନ୍ତା ଜେନ୍ତା ବତେଇଥିଲେ
ସେନ୍ତା ସେନ୍ତା ଫେର ବାହାରଲେ
ମୁଇଁ ତ ଚିନହିଛେଁ ତମର ବାପା କେ
ମୋର ଦୁହି ହାତ ହେତକି ସମାନ ନାଇଁ ଥିବା
ଜେତକି ମାହରାଜକର ମୁଖଡା ସାଂଗେ
ସେ ଛାଏଁ ଦିସୁଥିଲା

ହାମ – ଜେ କେନ ଦେଖଲ ?

ମାର – ସେ ପହରାଦିଆ ମଚାନ ନ
ହାମ – ନେଇଁ ପଚରାଲ ତାହାକେ

ହୋରା – ହଁ କୁମାର,
ମୁଇଁ କେତେ ପଚରାଲି
ହେଲେ କିଛି ଉତର ନାଇଁ ଦେଲେ
ଘାଏ ତ ମୁଡ ଉଠେଇକରି
କାଣା କହେବେ କାଏଁ ବଲୁଥିଲିଁ
କେନ ଥିଲା ସେ କୁକ୍ରା ଜେ ତ ଗୁଗେଇ ବସଲା
ହେଟା ତ ପଲେଇ ବସଲା ଜେ ନାଇଁ ଦିସଲା ନ

ହାମ – ଆସରିଜ କଥା

ହୋରା – ହେଲେ ଆମେ ଦେଖିଛୁଁ କୁମାର
ଇଟା ସତ ଆଏ ଆର
ଇସବୁ କଥା ତମକେ କହେବାର ଟା
ଆମର କର୍ତବ୍ୟ ଭାବଲୁଁ

ହାମ – ଠିକ କଲ କହେଲ ଜେ
ମତେ ଡର ଲାଗଲା ନ
ଆଏଜ ବି ପହରା ଦେବ କାଏଁ ?

ମାର-ବର୍ଣ୍ଣା- ହଁ କୁମାର

ହାମ – କାଣ ସାଜୋ ସସତର ସବୁ ପିନ୍ଧିକରି ଏଇଥିଲେ

ମାର-ବର୍ଣ୍ଣା – ହଁ କୁମାର

ହାମ – ପୁରା ଗୁଡୁମୁଡ ?

ମାର-ବର୍ଣ୍ଣା – ହଁ କୁମାର

ହାମ – ବଏଲେ ମୁହଁ ତାକର ନେଇଁ ଦେଖିଥିବ

ହୋରା – ନେଇଁ ନେଇଁ ଦେଖଲୁଁ, ମୁହଁ ଖୁଲାଥିଲା

ହାମ – କେନ୍ତା, ଦୁଖମନା ଦିସୁଥିଲେ ଭାଏଲ

ହୋରା -ରାଗି ନୁ ଦୁଖି ଦିସୁଥିଲେ ଜହ

ହାମ – ସେଥା କି ଲାଲ

ହୋରା – ନେଇଁ ବଡା ସେତା ଦିସୁଥିଲେ
ହାମ – ତମକେ ଦେଖୁଥିଲେ

ହୋରା – ହଁ ଏକସକଁଟି

ହାମ – ମୁଇଁ ସେନ ଥିଲେ

ହୋରା – ତମେ କାବା ହେଇଜେଇଥିତ

ହାମ – ହଁ ହଁ ରହେଲା ବନେ ଘଡେ ?

ହୋରା – ହଁ, ଝନେ ବିନା ହରବରେ
ସହେ ଜାଏକ ଗନି ପକଏଇଥିତା

ମାର ବର୍ଣ୍ଣା – ଆର ବେଲ ହେଇଥିତା

ହୋରା – ନେଇଁ ମୁଇଁ ଦେଖଲା ବେଲକେ ନି ଥେଇ ନ

ହାମ – ଡାଢି ତାକର ପାଚିଥିଲା ନ ? ନେଇଁ ?

ହୋରା – ଜିଁ ଥିଲା ବେଲେ ଜେନ୍ତା ଦେଖିଥିଲିଁ
ଧୋବ ଧୋବ ହେଇଥିଲା ନ
ହାମ – ଆଏଜ ରାତି ମୁଇଁ ଜୁଗି ଜିିମିଁ
ଭାଏଲ ଫେର ବାହାରଲେ

ହୋରା – ଫେର ବାହାରବା, ଜରୁର ବାହାରବା

ହାମ – ଛଏଁରା ଜଦି ବାପାର ମୁଖଡା ଧରି ବାହାରେ
ତ ନିସଚେ କଥା ହେମି
ଚାହେ ଜାଣା ହେଇଜଉ
ଖାଲି ଗୁଟେ ବିନତି
ଏତକିବେଲ ତକ ତ କାହାକେ ନି କହେବାର
ଇ ବାବଦେ ଆର ଆଗକେ ବି ନେଇଁ କହେବ ନ
ଜାଣା ବି ହେବା ଆଏଜ ରାତି ଫେର
ଖାଲି ଆଏଁଖ କାନ ଖୁଲିପାର
ଟୁଣ ମନା
ତମକେ ପୁରସ୍କାର ଦେମି
ଏତକର ଜ ତମେ
ପହରା ମଚାନ ନ ଏଗାର ବାର ଆଡେ ଫେର ଭେଟ ହେମାଁ

ସବେ – ତମର ମାନ ଆମର କବାର

ହାମ – ଜେନ୍ତା ତମକେ ଭଲ ପାଏସିଁ
ହେନ୍ତା ମତେ ବି ଭଲ ପାଉଥିବ

( ସବେ ଗଲେ)

ବାପାର ଭୁତ ଜୁଦ୍ଧର ଭେସେ ଅସତ୍ର ଧରି ବୁଲୁଛେ
କିଛି ଠିକ ନେଇଁନ
ନିସଚେ ଅସବିଧା ହେଇଛେ
କେନ ରାଖ୍ୟାସର କାରନାମା ବାଗିର ଲାଗୁଛେ
ଠିକ ଅଛେ ରାଏତ ଆସୁ
ହେତକି ବେଲ ତୁମ ପଡି ଥଉଁ
ଦୋସ ଗୁନାହ ପାପ
ଜେତେ ଲୁକାଲେ ନାଇଁ ଲୁକେ
ଜରୁର ଉକିଆ କେ ଦିସବା ।