Education, Home

ଧନୀ ବାପ ଗରିବ ବାପ

Spread the love

ଆଏଜ ଆପଣମାନକୁ ଧନି ହେବାର ସୂତ୍ର ବତାମିଁ ।

କାଁଜେ ବହୁତ କମ ଲୋକ ଧନୀ ହେସନ ଆର ବାକି ଲୋକ ଗରିବ କି ମଧ୍ୟମ ବର୍ଗର ଜୀବନ ଜିଁସନ ।

ଗୁଟେ କଥାନି ନୁ ମୁଲ କରମାଁ । ରର୍ବଟ ର ଦୁଇଟା ବାପ ଥିଲେ । ଝନେ ପିଏଚଡି ଡିଗ୍ରୀ କରିଥିଲା ଆର ଝନେ ଆଠ ପାସ ନି କରିଥେଇ । ଦୁହେଁ ସ୍ମାର୍ଟ ଆର ମେହନତି ଥିଲେ । ଦୁହେଁ ରର୍ବଟ କେ ଅଲଗ ଅଲଗ ଶିକ୍ଷା ଦଉଥିଲେ:

ପିଏଚଡି ବାଲା – ପଏସା ସବୁ ଝମେଲା ର ମୁଲ ଏ ।
ଆଠ ପାସବାଲା – ଗରିବି ହିଁ ସବୁ ଝମେଲା ର ମୁଲ ।
ପିଏଚଡି ବାଲା – ଆମେ ମହଂଗା ସାମାନ ନି ଘିନି ପାରୁଁ
ଆଠ ପାସ ବାଲା – ମହଂଗା ସାମାନ ଘିନବାର ଲାଗି ଉପାଏ ବାହାର କର
ପିଏଚଡି ବାଲା – ମେହନତ କରି ପାଠ ପଢିକରି ଗୁଟେ ବଡ କଂପାନୀରେ ଚାକରି କର
ଆଠ ପାସବାଲା – ମେହନତ କରି ପାଠ ପଢ ଆର ନିଜର କଂପାନୀ ଖୁଲ ଆର ଚାକରି ଦେ

ରର୍ବଟ ଦୁହି ବାପାର ନୁ ଶିଖିକରି ତାର ନିଜର ମଗଜ ଖଟେଇକରି ତାର ଆଠପାସ ବାଲା ବାପାର କଥାକେ ଅପନାଲା ଯିଏକି ପଛେ ମିଆଁମି, ଫ୍ଲୋରିଡାର ସବୁ ନୁ ଧନୀ ଲୋକ ବନଲା । ଆର ତାର ଶିକ୍ଷାକେ ଅପନେଇକରି ରର୍ବଟ ବି ନିଜେ ଗୁଟେ କୋଟିପତି ବନଲା ।

ଇଆଡେ ତାର ପିଏଚଡିବାଲା ବାପା ଜୀବନ ଭଏର ପଏସା ଲାଗି ସଂଘର୍ଷ କରୁଥିଲା । ରର୍ବଟ ତାର ବାପା ନୁ ଆର୍ଥର୍ିକ ଶିକ୍ଷା ପାଇଥିଲା । ଯେନ ନୁ କି ସେ ଖର୍ଚା ଆର ସଂପତି ଭିତରେ ଫରକ ଯାନି ପାରିଥିଲା । ସଂପତି (asset) ବଏଲେ ଯେନଟାକି ତମର ଲାଗି ପଏସା କମାବାର ଧାର ବନବା । ଦେୟତା(liability) ବଏଲେ ଯେନଟା କି ତମର ନୁ ଧନକେ ନେଇଯାଏସି । ଧନୀ ଲୋକ ସଂପତି ଘିନସନ ହେଲେ ମଧ୍ୟମ ବର୍ଗର ଲୋକ ଜହ ଦେୟତା ଘିନସନ । ଉଦାହରଣ, ଦୁଇଟା ସାଂଗ ଥିଲେ, ବବ ଆର ବିଲ । ଦୁହେଁ ସମାନ ପୋସ୍ଟରେ ଥିଲେ, ସମାନ ଦରମା ପାଉଥିଲେ । ସେମାନେ ଦରମା ପାଏଲେ କି :

ବବ ଗେଜେଟ, ମୋବାଇଲ, ବ୍ରାଣ୍ଡେଡ କପଡା, ଜୁତା, ବାଇକ ଆଦି ଘିନବା ଯେନଟାକି ତାହାକେ ଘଡେକର ଲାଗି ଭଲ ଲାଗବା ଆର ଧନୀ ବାଗିର ଅନୁଭବ ଦେବା । ହେଲେ ସେ ଭାବି ନି ପାରେ ଯେ ସେଟା ତାର ଲାଗି ଦେୟତା ଏ, କାରଣ ସେ ଜିନିଷମାନେ ତାର ନୁ ପଏସା ଛଡେଇ ନଉଛନ । ଆର ଭବିଷ୍ୟତରେ ସେ ସାମାନ ମାନକର ଦେଖରେଖ ରେ ବି ଧନ ଖର୍ଚା ହେସି ଆର ଭବିଷ୍ୟତରେ ସେ ସାମାନ ମାନକର ମୁଲ ହଜିଯାଏସି, ସେନୁ କିଛି ଫାଏଦା ନି ମିଲେ ।

ହେଲେ ବିଲ ସେ ସବୁ ସାମାନ ନି ଘିନେ । ଅତି ଦରକାରି ସାମାନ ହେଲେ ଘିନବା ନେହେଲେ ପଏସା ବଁଚେଇକରି ରଖବା । ସେ ବଣ୍ଡ, ଷ୍ଟକ, ଜମିନ ଘିନବା ନେହେଲେ କି ନିଜର କୌଶଲ ବଢାବାରରେ ଖର୍ଚା କରବା । ଯେନ ଠାନୁ କି ଭବିଷ୍ୟତରେ ଧନ ମିଲି ପାରବା ।

ଦୁଇ ବଛର ଉତାରୁ ବିଲ ଗୁଟେ ଲାଖ ପତି ବନିିଗଲା । ହେଲେ ବବ ପଏସା ଲାଗି ସଂଘର୍ଷ କରୁଥାଏ ନ । ଆର ତାର କମ ଦରମା କେ ବାନୁ ଥେ ନ ।
ଗରିବ ଲୋକର କମାନି ଯେନ ଥି ଖର୍ଚା ହେସି ସେଟା ତାକର ସବୁ କମାନି ଖାଏଜାଏସି ।

ମଧ୍ୟମ ବର୍ଗର କମାନି ପ୍ରାୟ ଦେୟତା ରେ ଖର୍ଚା ହେସି । ଯେନଟାକେ ସେମାନେ କମାନି ଭାବସନ ।

ଧନୀ ବର୍ଗର ଲୋକ ତାକର କମାନୀ ସଂପତିରେ ଖର୍ଚା କରସନ ଯେନଟାକି ତାହାକୁ ଆର ଧନ ଦେବାର ଥି ସାହେଜ କରସି ।

ଆପଣକୁ ଯଦି ଧନୀ ହେବାର ଅଛେ ବଏଲେ ଆପଣ ଯେନ ଧନ କମାଲେ ସେଟା ନୁହେସେ, ଆପଣ କେତେ ଧନ ଛଁଛି ପାରଲେ । ଆପଣକୁ ଖାଉଟି ମାନସିକତା ନୁ ବିନିଜୋଗକାରୀ ମାନସିକତା ଅପନାବାରକେ ପଡବା ।

(ଇ ଲେଖା ରର୍ବଟ କିୟୋସାକିଂକର ପ୍ରସିଦ୍ଧ ବହି “ରିଚ ଡେଡ ପୋର ଡେଡ” ଆଧାରରେ ଲେଖା ହେଇଛେ । )

Previous ArticleNext Article