Government & Politics, Home

ଦାଦନ ପାସପୋର୍ଟ

Spread the love

ମୁନୁଷ ପଏସା କମାବାର ଲାଗି ଗୁଟେ ଠାନୁ ଆର ଗୁଟେ ଠାନକେ ଜାଏସି କି ଜିବାର କେ ବାଧ୍ୟ ହେସି ଯେତେବେଳେ ତାର ନିଜର ଜାଗାରେ ମୁନୁଷର ଶିଖଲା କୌଶଲ ହିସାବେ ତାହାକେ ପେଶା ନି ମିଲେ କି ପଏସା କମାବାର ସୁଜୋଗ ନି ମିଲେ । ଇଟା ଗୁଟେ ନୁଆଁ ଜିନିଷ ନୁହେ । ମୁନୁଷ ସଭ୍ୟତାର ସିରଜିନା ଦିନୁ ଠାନ ବଦଲଉଛେ ।

ଆଏଜକା ଇହାଦେର ଓଡିଶାର ପଶ୍ଚିମ ଭାଗ ବା କୋଶଲାଂଚଲରେ ବି ଅଂଚଳରେ କାମ ନି ମିଲୁଥିବାର ଲାଗି ଆର ଦୁଇ ପଏସା ଅଏତକା କମାବାର ଲାଗି ବାହାର ରାଏଜକେ ଖଟି ଜଉଛନ । ବିଶେଷକରି ତାମିଲନାଡୁ, ଛତିଶଗଡ, ଆନ୍ଧ୍ର, ଭୁଦେଇ(ଉତ୍ତର ପ୍ରଦେଶ) ବାଗିର ଜାଗାକେ କରବାର ଲାଗି ଯାଉଛନ । ସେଠାନକେ ପ୍ରାୟ କମ ପଢା ଦିନ ମଜରିଆ ମାନେ ଭିନେ ଭିନେ କାମ ଜେନ୍ତା କି ଇଟା ଭାଟିରେ ମଜଦୁରି, କାର୍ପେଟ ଫେକ୍ଟ୍ରିରେ କାମ ଲାଗି ଯଉଛନ । ହେଲେ ଦାଦନ ଭୁତିଆର ମାନେ କମ ପଢା ହେଇଥିବାର ଲାଗି ରେଲ ଥି ଗଲା ଆଏଲା ବେଲେ, ଅଲଗ ରାଏଜର ଅଲଗ ଭାଷା ସଂସ୍କୃତି ଭିତରେ ନିଜକେ କେତନି କେତନି ଅସବିଧା ଭିତରେ ପାଇଥିସନ । ହଠାତ କେନସି ଅଘଟନଟେ ହେଇଗଲେ ସେ ଠାନର ପୁଲିସକେ କି ଇନର ପୁଲିସକେ ଜନାବାର ଏତକିରି ସେମାନକର ଉପାୟ ନି ଥାଏ । ଆର ଇଟା ଭାଟିରେ କାମ କରବାର ଲାଗି ତାମିଲନାଡୁ ଯାଉଥିବା ଭୁତିଆର ମାନେ ଯେହେତୁ ବନ୍ଧୁଆ ହିସାବେ ଯାଏସନ, ସେନ ଦଲାଲ ଆର ମାଲିକ ର ଅତ୍ୟାଚାର ର ଶିକାର ହେସନ । ଆପଣ ଖବର କାଗଜ ଲେହଁଟାଲେ ଦାଦନ ର ଦୁଖ ବାବଦେ ଫି ଦିନ କିଛି ନା କିଛି ଖବର ପାଏବେ ।

ସେଥିର ଲାଗି, ଦାଦନ ଯିବାରଟାକେ ବନ୍ଦ ନାଇଁ କରିକି ଦାଦନ ର ପ୍ରକିୟା କେ ସରକାର ସରଲ ଆର ତାର ନିରିକ୍ଷଣ ଭିତରେ ରଖଲେ ଦାଦନ ଭୁତିଆର ମାନକୁ ସୁବିଧା ହେତା । ସରକାର କେ ଜହ କିଛି କରା ନି ପଡେ, ଖାଲି ଯେନମାନେ ଦାଦନ ଯାଉଛନ ସେ ଭୁତିଆର ମାନେ ନିଜର ଥାନା ଆର ତହସିଲ ଅଫିସ ନ ପଂଜିକୃତ କରିପକାବେ ଆର ସେନ ତାକର ସବୁ ବିବରଣି ରହିଯିବା ଆର ଯେନ୍ତା ଭାରତର ନାଗରିକ ମାନେ ବାହାର ଦେଶକେ କାମ କରିଗଲେ ପାସପୋର୍ଟ ବନାସନ ସେନ୍ତା ତହସିଲ ଅଫିସ ଆର ଥାନାର ମିଳିତ ହିସାବେ ଦାଦନ ଭୁତିଆର ମାନକୁ ବିଶେଷ ପାସପୋର୍ଟ ଦିଆଯିବା । ଓଡିଶା ସରକାର ଠାନେ ଦାଦନ ଯାଉଥିବାର ଲୋକର ବିବରଣୀ ରହେଲା । ସରକାର କାଣା କରବା ଭୁତିଆର ଯେନକେ ଦାଦନ ଯିବା ସେନର ପୁଲିସ କେ ଗୁଟେ ନକଲ ବିବରଣୀ ମେଲ କରିଦେବା କି ଯେନ୍ତା କରି ହଉ ପଠାବା । ଆର ଦାଦନ ଭୁତିଆର ସେ ଯାଗାକେ ପହଁଚିଲେ କି ସେନର ପୁଲିସକେ ପହଁଚିଲି ବଲି ନିଜର ହାଜିରା ଦେଖେଇ ଦେବା । ବେଶ ଏତକର ଦୁହି ଆଡର ସରକାର ର ନଜର ଭିତରେ ଦାଦନ ଭୁତିଆର ରହେଲା । କିଛି ବି ଅଘଟନ ଘଟଲେ ସରକାର କେ କେନସି ପଦକ୍ଷେପ ନେବାରକେ ସୁବିଧା ହେବା ।

ସାକେତ ଶ୍ରୀଭୂଷଣ

Previous ArticleNext Article