Education, Health, Home

ସଫଲ ଲୋକର ୫ ଅଭ୍ୟାସ

Spread the love

ମନୋବିଗ୍ୟାନ ଆର ସଫଲତାର ଆବିଷ୍କାର ନୁ ଜନା ପଡିଛେ ଯେ ୯୫% ଯାହା ଆମେ ଭାବସୁଁ, ଅନୁଭବ କରସୁଁ, ପଦକ୍ଷେପ ନେସୁଁ ଆର ପାଇ ପାରସୁଁ ସେ ସବୁ ଆମର ଅଭ୍ୟାସ ଲାଗି । ସରଲ ଶବଦ ଥି କହେଲେ, ଆପଣକର ଅଭ୍ୟାସ ହିଁ ଆପଣକୁ ସଫଲ କି ବିଫଲ ବନାସି । ବହୁତ କମ ଲୋକ ସଫଲ ହେସନ କାରଣ ବହୁତ କମ ଲୋକ ଭଲ ଅଭ୍ୟାସକେ ସଂସ୍କାର ବାଗିର ମାନସନ । ସେ ସଫଲ ଲୋକ ମାନକର ୫ଟା ଅଭ୍ୟାସ ଜାନମା ଯେନଥିରୁ କି ଆପଣ ବି ନିଜର ଜୀବନ କେ ସଫଲ ବନେଇ ପାରବେ
୧) ଉଁଚା ଆତ୍ମ ଧାରଣା
ଛୁଆବେଲର କଥା ଯେତେବେଲେ ମୁଇଁ ଦୁକାନ କେ ଘିନି ଯେଇଥିଲି । ଦୁକାନର ମାଲିକ ଗୁଟେ କଥା କହିଥିଲା, ସେ କାଏଁଜେ କହେଲେ ନି ଜାନି ହେଲେ ସେ କଥା ଠିକ ସେ ସୋର ଅଛେ, “ବେଟା ତୋର ଭବିଷ୍ୟତ କେତନି ବଢିଆ ହେବା । ତୋର ଜୀବନରେ ଜରୁର କେତେନି କାମ କରବୁ” । ସେ କଥାଟା ମତେ ଏତେ ଭଲ ଲାଗିଥିଲା ଯେ କହ ନେଇଁ । ମୋର ଛୋଟ ଦିମାଗ ଭିତରେ ଇ କଥାଟା ଏନ୍ତା ପଶିଯେଇଥିଲା ଯେ, ମୁଇଁ ଭାବେଁ ଜୀବନରେ ଜରୁର କିଛି କରମି । ସେ କଥାଟା ମୋର ଆତ୍ମ ଧାରଣାକେ ଉଁଚା କରିଦେଇଥିଲା । ଆର ଏଜ ବି ଅଛେ । ଛୁଆବେଲୁ ଏନ୍ତା ଅନୁଭବ ମାନେ ହେସି, କେତନି ସକରାତ୍ମକ ଆର କେତନି ନକରାତ୍ମକ । ଯେନଟାକି ଛୁଆବେଲୁ ନେଇକରି ଭିନି ଭିନ ଜିନିଷକେ ନେଇକରି ଆମର ଆତ୍ମ ଧାରଣା ବନାସି । ଯାହାର ପ୍ରଭାବ ଘାଏ ଘାଏ ଜୀବନ ଭଏର ବି ରହେସି ।
ଆତ୍ମ ଧାରଣା କେନ୍ତା କାମଦେସି ଗୁଟେ ଉଦାହରଣ ଦଉଛେଁ :
ମନେକରୁନ ଆପଣ ଭାବସନ ଯେ ମାସକ ୩୦ ହଜାର ହିଁ କମେଇ ପାରବେ ବଏଲେ ମାସକ ୩୦ ହଜାର ହିଁ କମାବେ ସେନୁ ଜହ ନାଇଁ । ଯଦି ଆପଣକର ଚାକରି ପଲେଇଯିବା ଆର କମ ପଏସାରେ ନୁଆଁ ଚାକରି କରୁଛନ ବଏଲେ ବି ଆପଣକର ମସ୍ତିଷ୍କ ଆପଣକୁ ଉପାୟ ବତେଇକରି ୩୦ ହଜାର ଆମଦାନି ବତେଇଦେବା । ତ ସେଥିର ଲାଗି ନିଜର ଆତ୍ମ ଧାରଣା ହମିଶା ଉଁଚା ବନେଇକରି ରଖୁନ ।
୨) ଅନୁଶାସନ
ଅନୁଶାସନ ବାବଦେ ମୋର କେତନି ନକରାତ୍ମକ ବିଚାର ଥିଲା । କାରଣ ସ୍କୁଲ ନ ଜବରଦସ୍ତି ଶିଖା ହଉଥିଲା । ଫିଲିମ ମାନକୁ ବି ହିରୋ ମାନେ ଅନୁଶାସନ ନି ମାନ ନ । ହେଲେ ଅସଲ ଜୀବନର ସଫଲ ଲୋକ ଅନୁଶାସନ କେ ମାନସନ । ଆର ଅନୁଶାସନ ହିଁ ତାକର ସଫଲତାର ଗୁଟେ ବଡ କାରଣ ବଲି ଧରା ଜାଏସି । ଆତ୍ମ ଅନୁଶାସନ ବାବଦେ ଆପଣମାନେ କାଣା ଭାବସନ ନି ଜାନି ହେଲେ ଇତାର ସବୁନୁ ଭଲ ପରିଭାଷା ଆଲବର୍ଟ ହବଟ ଦେଇଛନ । ଆତ୍ମ ଅନୁଶାସନ ଆମର ତାକତ ଏ ସେ କାମ କେ କରବାର କେ ଯେନଟା ଆମର ଲାଗି କରବାର ଜରୁରି ଏ ଆର ସେଟା ବି ଠିକ ସମିଆଁରେ ଚାହେ ସେ କାମ କରବାର ଲାଗି ଆମକେ ଟିକେ ବି ମନ ଲାଗେ କି ନି ଲାଗେ ସେନୁ ଫରକ ନି ପଡେ ।
ଉଦାହରଣ – ତୟ କଲେ କି କାଏଲ ଠାନୁ ଆପଣ ୬ ବଜେନୁ ଉଠବେ । ଇ କାମ କରବାରକେ ଆପଣକୁ ତହଁକ ଠାନୁ ଆତ୍ମ ଅନୁଶାସନ ଜହ ଦରକାର । ତହଁକ କରି ଦିନେ କି ଦୁଇ ଦିନ କି ସପ୍ତେ ଉଠବେ ହେଲେ ଆତ୍ମ ଅନୁଶାସନ ଥିଲେ ଜୀବନ ଭଏର ୬ ବଜେ ନୁ ଉଠି ପାରବେ । ଇଥିରୁ ଆପଣକୁ ଆତ୍ମ ସମ୍ମାନ ଆର ଆତ୍ମବିଶ୍ୱାସ ବଢିଜିବା । ଆର ସେତକି ସଫଲ ବି ହେତେଲ ଜିବେ । ଆତ୍ମ ଅନୁଶାସନ ଧନି ଲୋକମାନକର ସେ ଅଭ୍ୟାସ ଏ ଯେନଟା ତାହାକୁ ସମିଆଁରେ କାମ ସାରିକରି ଆଗକେ ବଢବାର ଥି ସାହେଜ କରସି ।
୩) ମନ କେ ମାନସିକ ପ୍ରୋଟିନ ଦଉନ
ଆମର ଦିହଁ ବାଗିର ଆମର ମନକେ ବି କାମ କରବାର ଲାଗି ଗୁଟେ ଭଲ ଖାନା ଦରକାର ହେସି । ଖାନା ବଏଲେ ମୁଇଁ ଖଅଏବାର ଜିନିଷକେ ନାଇଁ କହେବାର । ମୁଇଁ ସେ ଜିନିଷକେ କହୁଛେଁ ଯେନଟା ଆମର ମସ୍ତିଷ୍କ ଦିନ ଭଏର ଖାଉଥିସି ଯାହାକେ ସୂଚନା ବା ଗ୍ୟାନ ବଲସୁଁ । ଯଦି ଭାବୁୁଛନ କି ଆପଣକର ମସ୍ତିଷ୍କ ଆପଣକୁ ସଫଲ, ଖୁସ ଆର ଆଗକେ ବଢବାର ଲାଗି କାମ କରୁ ନା କି ଅଲସୁଆ, ଦୁଖି ଆର ଅସଫଲ । ତ ସକରାତ୍ମକ ଗ୍ୟାନ ଆର ଖବର ଦେବାର କଥା ନା କି ନକରାତ୍ମକ ଯେନଟାକି ଏଜକାଏଲ ମିଡିଆ ଦଉଛେ ।
ଫରାରି, ଲେମ୍ବୋଗିନି ବାଗିର ମହଂଗା କାର ର ବିଗ୍ୟାପନ ଟିିଭି ଥି ନି ଆସେ । କାରଣ ଯେନ ଲୋକମାନେ ସେ କାର ଘିନସନ ସେମାନେ ଟିଭି ମିଡିଆ କି ହେନ୍ତା ଫାଲତୁ କଥା ମାନକୁ ନିଜର ମୁଡେ ନି ଭରନ । କାରଣ ସେମାନକୁ ଜନାଥିସି ଯେ ଭବିଷ୍ୟତରେ ସେ ଜିନିଷମାନେ ସେମାନକୁ କାମେ ନି ଆସେ । ବରମ ତାକର ସମିଆ ନକସାନ କରି ତାକର ଭିତରେ ନକରାତ୍ମକ ନି ଭରିଦଉ । ସେଥିର ଲାଗି ସବୁ ସଫଲ ଲୋକର ହମିଶା ଗୁଟେ ଅଭ୍ୟାସ ସକରାତ୍ମକ କଥା ମୁଡେ ଭରବାର ।
୪) ଫି ଦିନ ଲକ୍ଷ ତୟ କର
ଆମର କେନସି ବି ଲକ୍ଷକେ ହାସିଲ କରବାର ଲାଗି ଆମର ସମିଆଁକେ ଠିକ ସେ ବିନିଯୋଗ କରବାର ଜରୁରି ଏ । ଆପଣ ସବୁ ଦିନ ଶୁଇବାର ଆଘୋନୁ ଗୁଟେ ତାଲିକା ବନଉନ କାଲକେ କାଣା କାଣା କରବାର ଅଛେ । ଆର ସେ ତାଲିକା ଥି ଗୁଟେ ଏନ୍ତା କାମ ଜରୁର ରଖୁନ ଯେନଟା ଆପଣକୁ ଆଗକେ ନେବା । ଇ ସରଲ ଅଭ୍ୟାସ ଆପଣକୁ ଧିରେ ଧିରେ ବହୁତ ଆଗକେ ନେବା ।
୫) ଦିହଁ ପା
ସଫଲ ଆର ଅସଫଲ ଲୋକ ଭିତରେ ୨ଟା ବଡ ଫରକ । ସଫଲ ଲୋକ ନିଜର ଦିହଁ ପା କେ କେତନି ଧ୍ୟାନ ଦେସନ । ସେମାନେ ଯୋଗ, ଡାଏଟ, ଆଦି କରସନ । ହେଲେ ଜହ ଅସଫଲ ଲୋକ ଟିକେ ବି ନିଜର ଦିହଁ ପା ର ଜତନ ନି କରନ । ସେମାନେ ଜହ ମେହନତ କରବାର ଚକ୍କର ଥି ନିଜର ଦିହଁର କଥା ଭୁଲି ଜାଏସନ । ଇଥି ତାକର ସମିଆଁ ବି ନକସାନ ହେସି ଆର ପଏସା ବି । ଆମେ ଯେତେ ପଏସା କମାଲେ ବି ଦିହଁ ଯଦି ଠିକ ନି ରହେବା ବଏଲେ ଆମକେ କିଛି ବି ଭଲ ନି ଲାଗେ ।ସେଥିର ଲାଗି ସଫଲ ଲୋଗ ମାନେ ନିଜର ଦିହଁ ପା ର ଜତନ ଜହ ରଖସନ ।
(ଇ ଲେଖା ବ୍ରାଏନ ଟ୍ରେସିଂକର ପ୍ରସିଦ୍ଧ ବହି “ମିଲିଅନ ଡଲାର ହେବିଟସ” ଆଧାରରେ ଲେଖା ହେଇଛେ । )

Previous ArticleNext Article