Monday, April 27, 2026
Home Blog Page 25

‘ଏକ ଫୁକା ଫାଇବ ରୁପିଜ’

0

କେନସି ବି ଭାସା ର ବ୍ୟାକରଣ ଆର ଲେଖବାର ଢାଁଚା ହମିସା ବଦଲୁଥିସି । କୋସଲି ଭାସା ର ବ୍ୟାକରଣ ବି ହେନ୍ତା ଗୁଟେ ବିବର୍ତନ ର ଧାରେ ବୁହୁଛେ ବଏଲେ ଭୁଲ ନାଇଁ ହୁଏ । ଗୁରଦୁଟେ କାରଣ ରୁ ଭାସା ଆଖର-ପାଖର ଜିନିସ ରୁ ପ୍ରଭାବିତ ହେସି, ବିସେସକରି କେନସି ଗୁଟେ କି ଜୁଡେ ଜିନସ କେ କାରକ ଆନ ବଲି କହି ନାଇଁ ହୁଏ, ଜେନ୍ତା ବେପାର-ବନିଜ, ବିହା-ବରପନ, ସାଂସ୍କୃତିକ ଲେନ-ଦେନ ଏନ୍ତା ଗୁର୍ଦୁ କାରଣ ମାନେ ଅଛେ ଜେନଟା ଗୁଟେ ଭାସା କେ ପ୍ରଭାବିତ କରସି, ଗୁଟେ ଭାସା ଥି ଆର ଗୁଟେ ଭାସା ର ସବ୍ଦ ମିସସି, ଚଲସି ଆର ଭାସାମାନେ କେତେ କେତେ ବେଲେ ଜେ ନିଜର ନିଜର ଭିତରେ ସବ୍ଦ ର ଲେନ-ଦେନ କରସନ ବଡା କଠିନ ଏ କହେବାରଟା । ଗୁଟେ ଭାସା ଏକଦମ ‘ସୁଦ୍ଧ’ ହିସାବେ ଚଲବାରଟା କଠିନ ଏ ଆର ବୋଧେ କେନସି ଭାସା ଆଏଜକା ଇ ଦୁନିଆ ଥି ତାର ‘ସୁଦ୍ଧ ରୁପ’ ଥି ନେଇଁ ଚଲବାର । ମୁଇଁ ଜେନ ‘ସୁଦ୍ଧ’ କଥା କହୁଛେଁ ସେନ ମୋର ସେ ‘ସୁଦ୍ଧ ଭାସା’ ର ଅର୍ଥ କାଣା ଏ ବି କହେବାର ଜରୁରି ଭାବୁଛେଁ ।

ମନେକର ଗୁଟେ ଅଂଚଲ ନ ଦସଟା ଗାଁ ଅଛେ ଆର ସେ ଦସ ଖଁଡ ଗାଁ ଥି ଦସଟା ଜାତି ର ଲୋକ ରହେସନ ଆର ସେ ଅଂଚଲ ନ ‘ଅ’ ବଲି ଭାସାଟେ ବେଭାର କରସନ । ହେଲେ ଆପଣମାନେ ସବେ ଜାନିଥିବେ ଆର ଅନୁଧ୍ୟାନ କରିଥିବେ ଜେ, ଜଦି ଗୁଟେ ଘରେ ପାଁଚ ଲୋକ ବି ଥିବେ ବେଲେ ସେ ପାଁଚ ଲୋକ ପାଁଚ କିସମେ କଥାବାର୍ତା କରୁଥିବେ; କେଭେ ବି ସବୁ ଲୋକ ର କଥାବାର୍ତା ହେବାର ଢାଁଚା ସମାନ ନୁହେସେ କି ଭାସା କେ ବେଭାର କରବାର ତରିକା ସମାନ ନୁହେସେ । ଇ ଭାସା ର ବେଭାର କରବାର ଭିନ୍ନତା ନୁ ହିଁ ଗୁଟେ ଭାସା ଭିତରେ ବି ସାମାନ୍ୟ ସାମାନ୍ୟ ହଲକା-ଫୁଲକା ଫରକ ରହେସି ଆର ସେ ଜେନ ଦସଟା ଜାତି ର ଆର ଦସ ଖଁଡ ଗାଁ ର ଲୋକ ର ବେଭାର କରୁଥିବାର ଭିନେ ଭିନେ ଭାସା କେ ଅଂଚଲ ର ମୁଖିଆ ଭାସା ନୁ ଚିହ୍ନବାର ଲାଗି ଭାସାବିଗ୍ୟାନିମାନେ ତାକର ସୁବିଧା ଲାଗି ସେ ଭିନେ ଭିନେ ଭାସା କେ ମୁଖିଆ ଭାସା ‘ଅ’ ର ଉପଭାସା ବଲି କହେସନ ହେଲେ ପ୍ରକୃତ ରେ ଉପଭାସା ବଲି ହେନ୍ତା କିଛି ନେଇଁନ; ହେ ଦସ ଖଁଡ ଗାଁ ର ଦସଟା ଜାତି ର ଭାସା ବି ଗୁଟେ ଗୁଟେ ଭାସା ଆନ କିନ୍ତୁ ଭାସା ବିଗ୍ୟାନ ର ସୁବିଧା ଲାଗି ମୁଖିଆ ଭାସା ‘ଅ’ ର ଉପଭାସା ବଲି ଧରି ନିଆ ଜାଏସି କାରଣ ସେ ଦସି ଖଁଡ ଗାଁ ର ଆର ଦସି ଜାତି ର ଲୋକ ର ଭାସା ର ଭିତରେ ତାଲମେଲ ଆର ସଂପର୍କ ଅଛେ ବଲି ନେହେଲେ ପ୍ରକୃତ ରେ ‘ଅ’ ଭାସା ହଉଛେ ହେ ଦସି ଖଁଡ ଗାଁ ର ଆର ଦସି ଜାତି ର ମିସରି ଭାସା, ଆର ସେ ଦସି ଖଁଡ ଗାଁ ଥି ଫେର ଅଲଗ ଅଲଗ କୁଟୁମ ଅଛନ, ସେ ଅଲଗ ଅଲଗ କୁଟୁମ ର ଭାସା ବି ଜେନ୍ତା କଲେ ଅଲଗା, ସେ କୁଟୁମ ମାନକର ଭିତରେ ବି ତ ଅଲଗ ଅଲଗ ଲୋକ ଅଛନ ସେମାନକର ଭାସା ବି ତ ଅଲଗା ତ କେନସି ଭାସା ଏକଦମ ସୁଦ୍ଧ ବଲି କହି ପାରମା କାଏଁ ? ମୋର କହେବାର ମାନେ ଗୁଟେ ଭାସା ରେ ପରତ ପରତ ହେଇକରି ସବ୍ଦମାନେ ମିସରି ହେଇକରି ଥିସି । ପୁରାପୁରି ଏକା ସବ୍ଦ କି ଏକା ଢାଁଚା ର କଥାବାର୍ତା ଗୁଟେ ଘରେ, ଗାଁ ନ କି ଅଂଚଲ ନ ନାଇଁ ମିଲେ ।

ଇ କଥାଟା କେ ଆର ଟିକେ ସଫା କରିଦେସିି; ଆମର ଅଂଚଲ ଜେଭୁ ଅଛେ ସେ ଦିନୁ ଇନ ଜିଏ ଜିଏ ବି ହଉ କିଛି ଲୋକ ରହୁଥିଲେ । ସେମାନେ ତାକର ଦରକାର ବେଲେ କଥାବାର୍ତା ବି ହଉଥିଲେ । ସେମାନେ କଥାବାର୍ତା ହେଲାବେଲକେ ଜାଣା ହଉ ଗୁଟେ ଭାସାଟେ ବେଭାର କରୁଥିଲେ । ଫେର ଆମର ଅଂଚଲ କେ ଭିନେ ଭିନେ ସମିଆଁ ଥି ଭିନେ ଲୋକ ସାସନ କରିଛନ । ନଲ, ନାଗ, ସର୍ବବାହୁପ୍ରିୟ, ଚୋଲ, ଗଂଗ, ସୋମ, କାଲଚୁରି, ଚୁହାନ, ମରାଠା, ଇଂରେଜ ଇତ୍ୟାଦି ଇତ୍ୟାଦି । ସାସକମାନେ ବାହାରୁ ବି ଆଇଛନ । ବାହାର ର ଲୋକ ତାକର ସାଂଗେ ତାକର ଭାସା ଆନିଛନ, ଇନର ଲୋକର ସାଂଗେ କଥାବାର୍ତା ଲେନଦେନ କଲା ବେଲକେ ସେ ଭାସା ଆର ଆମର ଭାସା ମିସିଛେ । ମୁନୁସ ବଡା ସୁବିଧାବାଦି । ତାହାକେ ଜେନଟା ସୁବିଧା ଲାଗସି ହେଟା କରସି । ମନେକର ହେ ସମିଆ ରେ ଗୁଟେ ଫୁକା ବେପାରି ବିଦେସି ସନ୍ୟମାନକୁ ଫୁକା ବିକୁଥିବା ବେଲେ କହୁଥିବା: ‘ଏକ ଫୁକା ଫାଇବ ରୁପିଜ’ । ସେ ଫୁକା ବିକଲା ବେଲକେ ବ୍ୟାକରଣ ଦେଖବା କି ତାର ବେପାର ? ଏଭର ଉଦାହରଣଟେ ଦଉଛେଁ ଆମର ଆଡକେ ରାଜସ୍ଥାନିମାନେ ମାଏଟ ବୁହା ଟ୍ରାକ୍ଟର ଆର ଜେସିବି ମାନେ ଧରିକରି ଆଏସନ । ସେମାନେ ଜେତେବେଲେ କିରାନା ଦୁକାନ କେ ସାମାନ ଘିନି ଜାଏସନ କି ସ୍ଟୋଭ ଜାଲବାର ଲାଗି କିରୋସିନି ଘିନି ଜାଏସନ, ରାଜସ୍ଥାନି କୋସଲି ଥି ନାଇଁ କହେ କି କିରାନା ଦୁକାନି କି କିରୋସିନି ଦୁକାନି ରାଜସ୍ଥାନି ନେଇଁ ବୁଝେ ହେଲେ ସେମାନକୁ ଲେନଦେନ କରବାର ଥି ଅସବିଧା ନେଇଁ ହୁଏ । ରାଜସ୍ଥାନି ଆର ଦୁକାନି ତାକର ସୁବିଧା ଲାଗି ସେମାନେ ଗୁଟେ ମିସାଗୁଲା ଭାସା ବନେଇନେସନ; ସେଟା ଚଲସି, ଭାସା ବନି ଜାଏସି । ଏନ୍ତା ହିଁ ହେସି ସବୁ ଭାସା ର ବିକାସ ।

ଭାସା ଜେତେବେଲ ତକ କଥାବାର୍ତା ଥି ଥିସି ତ କିଛି କଚରକାଚର ନାଇଁ । ଜେତେବେଲେ କେନସି ଭାସା ଥି ଲେଖବାର ମୁଲ ହେସି ତାହାକେ ନାନାଦି ଜିନିସ ଦରକାର ହେସି; ତାହାକେ ଗୁଟେ ବ୍ୟାକରଣ ଦରକାର, ଗୁଟେ ଲିପି ଦରକାର । ଆର ଝମେଲା ମାନେ ମୁଲ ହେସି ଆର ସେସକେ ଝମେଲା ମାନେ ଖତମ ବି ହେସି । ଆମର ଭାସା ଜଦି ବି କେତନି କେତେ ଦିନୁ କଥାବାର୍ତା ରେ ଚଲି ଅଉଥିଲା ହେଲେ ବି ଲିଖିତ ହିସାବେ ତାର ଥିତି ଖାସ କିଛି ନାଇଁ ଥାଇ । ହେଲେ ଉସତ ର କଥା ଏଭେ ଏଭେ ଆମର ଭାସା ଥି ଲେଖବାର ଗୁଟେ ଜୋରଦାର ତହଁକ ଟେ ଦେଖବାର କେ ମିଲୁଛେ । ଜାନବାର କେ ମିଲୁଛେ ଜେ ପ୍ରାୟ ସହେ କୁଡେ ବଛର ତଲେ ୧୮୯୧ ମସିହାରେ ‘ସମ୍ବଲପୁର ହିତୈଷିଣୀ’ ରେ କବି ମଧୁସୁଦନକର କବିତା ଟେ ଛପା ହେଇକରି ବାହାରିଥିଲା । ତେହରୁ ପଲେଇ ଆସୁନ ସତୁର ଦସକ ଆଡକେ; ୧୯୭୧/୭୨ ଆଡେ ଆମର ଭାସା ର ବ୍ୟାକରଣ ଆଲୋଚନା କେ ଆସିଛେ । ମୁଖିଆ କରି ଦୁଇ କିସମ ର ବ୍ୟାକରଣ ଢାଁଚା ଚଲଲା । ଗୁଟେ ‘ଦନ୍ତ୍ୟ ସ ନିଅମ’ (ହ୍ରସ୍ୱ ନିଅମ) ଆରଟା ଚିରାଚରିତ ଓଡିଆ ବ୍ୟାକରଣ ଢାଁଚା । ‘ଦନ୍ତ୍ୟ ସ ନିଅମ’ ସହଜ ଆର ସଠିକ ହେଇଥିଲେ ବି ପ୍ରଚାର ପ୍ରସାର ର କମି ନୁ ଗୁଟେ ସିମିତ ଲେଖକ ଗୁସ୍ଟି ଭିତରେ ରହିଜେଇଛେ । ଆର ପଖ୍ୟେ ଉଡିଆ ବ୍ୟାକରଣ ଥି କୋସଲି ଲେଖବାର କାରଣ ହଉଛେ, ଆମେ ଛୁଆ ଦିନୁ ସ୍କୁଲରେ ଉଡିଆ ପଢୁଛୁଁ, ଉଡିଆ ବ୍ୟାକରଣ ସାଂଗେ ପରିଚିତ ଅଛୁଁ ଆର ସବୁ ନୁ ବଡ କଥା ହେଲା ଆମର ସବୁ ପିଢି ର ସବୁ ଲେଖକ ବା ଆମର ଭାସା-ଭାସି ର ସବୁ ଅଂଚଲ ର ଲୋକର ନିକେ ‘କୋସଲି ଗୁଟେ ସ୍ୱତଂତ୍ର ଭାସା ଆର ତାର ସ୍ୱତଂତ୍ର ବ୍ୟାକରଣ ଅଛେ’ ଇ କଥାଟା ନୁହେ ପହୁଁଚେ ତେଲ । ଏନ୍ତା ପରିସ୍ଥିତି ରେ ଗୁଟେ ଲେଖକ କି କବି କି ସୃଜନସିଲ ଲୋକ ଲେଖବାର କେ ଜେତେବେଲେ ବସବା ସେ ନିଜର ସୃସ୍ଟି ଉପରେ ଜହ ଧ୍ୟାନ ଦେବା କି ଭାସା ର ବ୍ୟାକରଣ ଦେଖବା ? ଆର ହେନ୍ତେହି ତ ସବୁବେଲେ ଉଡିଆ ଏକାଡେମି ଆର ଉପକୁଲ ଅଂଚଲ ର ଲୋକମାନେ କୋସଲି କେ ଦବାବାର ଅହରହ ଚେସ୍ଟା କରୁଛନ । ‘ଦନ୍ତ ସ ନିଅମ’ ଥି ଫ୍ରଫେସର ହୃଦମଣି ପ୍ରଧାନ, ପ୍ରଫେସର କେସରଂଜନ ପ୍ରଧାନ, ଡ. ସନ୍ତୋସ କୁମାର ରଥ, ପ୍ରାବଂଧିକ ନିମାଇଁ ଚରଣ ପାଣିଗ୍ରାହି, ଉତ୍ପନ୍ନ ଭୋଇ, ପିତାମ୍ବର ଗୁରୁ ଆଦି ମୁଖିଆ ସାହିତିକ ମାନକର ସାଂଗେ ମୁଇଁ ନିଜେ ବି ଇ ନିଅମ ରେ ଲେଖସିଁ । କୋସଲି ବ୍ୟାକରଣ ର ପାଏନ ଥିର ହେବାର କେ ସମିଆ ଲାଗବା । ଇଟା ଖାଲି ଆମର ଭାସା ସାଂଗେ ନାଇଁ ଘଟବାର, ସବୁ ଭାସା ଥି ଏନ୍ତା ସମିଆ ଘାଏ ଘାଏ ଏସି ଆର ତାର ଆପେ ଥିର ହେଇ ଜେସି । ଇଂରାଜି ଭାସା ବି ୧୬୦୦ ସଦି ଆଡକେ ହିଁ ଜାଇକରି ଥିର ହେଇଛେ । ଇଂରାଜି ରେ ବି ଗୁଟେ ବଢେ ଘିଚାଟନା ଥିଲା ଜାହାକେ ଗ୍ରେଟ ଇଂଗଲିସ ଭାୱେଲ ସିଫ୍ଟ (Great Vowel Shift) କହେସନ । ସଂସ୍କୃତ ରେ ବି ଦୁଇ କିସମ ର ସଂସ୍କୃତ ଚଲୁଥିଲା; ବୈଦିକ ସଂସ୍କୃତ ଆର କ୍ଲାସିକାଲ/ପାଣିନି ସଂସ୍କୃତ । ତ ଇହାଦେ ଆମର ଭାସା ଥି ଜେନ ବ୍ୟାକରଣ କେ ନେଇଁ କରି ଘିଚାଟନା ଅଛେ ସେଟା ଗୁଟେ ବହୁତ ବଡ କଥା ନେଇଁସେ । ଇଟା ଗୁଟେ ଭାସା ବିବର୍ତନ ର ଅବସ୍ଥା ଏ । ବରଂ ଆମେ ମାନେ ଉସତ ହେବାର କଥା ଜେ ଆମର ଭାସା ଇ ଅବସ୍ଥା ତକ ପହଁଚିଲା ନ ଆର ଆମେ ସବେ ଚେସ୍ଟା କରବାର କଥା ଜେ କେନ୍ତା କରି ଇ ଅବସ୍ଥା ନୁ ଜଲଦି ପାର ହେଇକରି ଆଗକେ ବଢମା ।

ଇହାଦେ ର ଲାଗି ମୋର ସବୁ କୋସଲି ଲେଖକ ଭାଇ ବୁହେନ ମାନକୁ ବିନମ୍ର ଅନୁରୋଧ ଜାହାକେ ଜେନ ବ୍ୟାକରଣ ଠିକ ଲାଗୁଛେ ସେ, ସେ ନିଅମ କେ ଧରି କରି ଲେଖୁନ; ହେଲେ ଲେଖବାର ବଂଦ ନାଇଁ କରୁନ । ଲେଖି ଚାଲୁନ, ଆମକେ ଲେଖା ଦରକାର ଅଛେ, ଭଲ ଲେଖା ଦରକାର ଅଛେ ଆର ଗୁର୍ଦୁ ପରିମ।।ଣ ରେ ଦରକାର ଅଛେ ।

ସାକେତ ଶ୍ରୀଭୂଷଣ ସାହୁ

ବାଂଧ କଲା

0

ପସଚିମ ଉଡିସା ବା କୋସଲାଂଚଲ ନ କପଡା ବୁନବାର ଗୁଟେ ବଢେ ଟେ ପରଂପରା ଅଛେ । ଆଏଜ ଇନର କପଡା ଦେସେ ଆର ଦେସ ବାହାରେ କେତନି ନାଁ କରିଛେ, ବିସେସ କରି ସାଢି । ସପଟାପର, ବଁକେଇ, ହବସପୁରି ସମକର ଘରେ ଘରେ ଚିହ୍ନାର । ସାଢି ର ବାହାରେ ବେଡ ସିଟ, ଟେବୁଲ କ୍ଲଥ, ପରଦା, ଡ୍ରେସ କପଡା, ସାଟ କପଡା, ୱାଲ ହେଂଗିଗ, ଦୁପଟା, ସ୍ଟୋଲ ଆଦି । ଇ ସବୁ କପଡା ବୁନାହେସି ଗୁଟେ ବିସେସ କଲାତ୍ମକ ସୈଲି ରେ ଜାର ନା ଁ ହଉଛେ ବାଂଧ । ଇ ବାଂଧ କଲା କେ ଟାଏ ଏନ ଡାଏ ବି ବଲସନ । ପହେଲା ନୁ କପଡା ବୁନବାର ସୁତା କେ ଟାଏ ଏନ ଡାଏ ତରିକା ଥି ମନପସନ ଡିଜାଇନ ଲାଗି ରଂଗ କରାଜାଏସି । ଫେର ସେ ସୁତାରେ କପଡା ବୁନଲା ବେଲକେ ମନ ପସନ ର ଡିଜାଇନ ଉପକି ଆଏସି । ଇ ସାଢି ମାନକୁ ମଂଦିର ଚିତ୍ରକଲା ନୁ ଅନୁପ୍ରେରିତ ହେଇକରି ବନାହେସି ଡିଜାଇନ । ବୁନାକାର ମାନେ ଜହକରି ସୋନପୁର ପାଖର ସର୍ଗିପାଲି (୫୦୦ ଝନ), ବରପାଲି, ବିଜେପୁର, ତରଭା, ପାଟଣାଗଡ, ଆର ବରଗଡ ନ ଅଛନ ।

କୁତ୍ରିମ ସୁତା କପଡା ର ପ୍ରଚାର ହେଲେ ବି ଲୋକ ପ୍ରାକୃତିକ ସୁତାର କପଡା ବେଭାର କରବାର କେ ପସନ କରସନ । ସୁଖ ଆର ସୌକ ଲାଗି ବାଂଧକଲା ର କପଡା ସବୁ ନୁ ଭଲ ବଲି କୁହାଜାଏସି । ବାଂଧକଲା ଗୁଟେ ପାରଂପାରିକ କଲା, ଚିତ୍ରକାର ଚିତ୍ରବନାଲା ବାଗିର । ଇଟା ଚିତ୍ରକଲା ନୁ ଆର କଠିନ ଆଏ ବଏଲେ କିଛି ଭୁଲ ନି ହୁଏ । ତାର ସିରଜିନା ଥି ଥିସି ଚମତକାର ପରିକଲ୍ପନା, ପ୍ରକ୍ରୁତିର ଚିତ୍ର, ଗଛଖୁଟ, ଫୁଲ, ଫଲ, ପତର, ମାଛ, ନଏଦ, ସମୁଦ୍ର, ହରିଣ, ହାତି, ବାଘ, ଘୁଡା, ସିଂହ, ପାହାଡ ପରବତ ଆର ଅନଗନା ଚେରେ ଚିରଗୁଁଲ ସାଂଗେ ମୁନୁସ । ବାଂଧ କଲା ଥି ମୁନୁସ ର ଅବିକଲ ଚେହେରା ବନାବାର ଟା ସମ୍ଭବ ଆଏ । ଖାଲି ସେତକି ନେଇଁସେ, କପଡା ର ଗୁଟେ ଫାଲେ ମାଛ ବଏଲେ ଆର ଫାଲେହଁସ ଦେଖି ପାରବେ । ଗୁଟେ ଆଡେ ପଦମଫୁଲ ବଏଲେ ଆର ଆଡେ ହରିଣ ଦେଖି ପାରବେ ।

ସପଟାପର
ସପଟାପର ସାଢି ବିସେସକରି ସୋନପୁର, ବରପାଲି, ଆର ବାଉଁସ୍ରି ନ ବୁନାହେସି । ଇ ପସାପାଲି ସାଢି ଡିଜାଇନ ର ବିସେସତ୍ୱ ହଉଛେ ତାର ଦିହଁ ଜାକିର ଚେସବୋର୍ଡ ବାଗିର ମାନେ ଧୋବ କଲା/ଲାଲ ଖାନା ମାନେ ବନାହେଇଥିସି । ସାଧାରଣ ହିସାବେ ଇ ସାଢି ସୁତି, ଟସର, ସିଲ୍କ, ସିଲ୍କ ଆର ଟସର ମିସା ନୁ ବନାହେସି । ସାଢିର ମୁହଁ ସୁନାରଂଗିଆ ସୁତା ଥି ବନା ହେସି । ସାଢିର ଧଡି ଆଲଂକାରିକ କରାହେଇଥିସି ।
ସପଟାପର ସାଢି ଥି ବୁନାକାର ଫୁଲ, ଦୃସ୍ୟପଟ, ଜ୍ୟାମିତିକ ଆକୃତି, ଆର ଭିନେ ଭିନେ ଡିଜାଇନ ଅଡର ଅନସାରେ ବନା ହେଇପାରସି । ପସାପାଲି ର ମୁହଁ ଥି ସଁଖ, ଚକ୍ର, ଫୁଲ, ଜିବ ଜଂତୁ, ଚେରେ ଚିରଗୁଁଲ ଆଦି ବାନା ହେସି ।

ହବସପୁରି
ହବସପୁରି ସାଢି ପ୍ରାୟ ସୁତି କପଡା ଥି ବୁନା ହେସି ଚଂଧ ମାନକର ପାରଂପାରିକ ଗୁଡି, ଝୁରି, ଆର ଫୁଲ ବୁନାହେସି । ଅନେଇସ ସ ସତାବ୍ଦି ନ ମୁଲକରି କଲାହାଁଡି ଜିଲାର ହବସପୁର ଗାଁ ନ ଇ ସାଢି ବୁନା ହଉଥିଲା ବଲି ତାର ନାଁ ହବସପୁରି ଦିଆହେଇଛେ । ଇହାଦେ ଚିଚୈଇଗୁଡା ନ ୩୦ ଟା ବୁନାକାର ଅହରହ ଦିନରାଏତ ମେହନତ କରି କରି ଇ ସାଢି କେ ବଁଚେଇଛନ । ଚିଚୈଇଗୁଡା ର ମାସ୍ଟର ବୁନାକାର ଉଗ୍ରସେନ ମେହେର ହବସପୁରି କେ ପୁନରଜିବିତ କରବାର ମୁଖିଆ ପାଟ କରିଛନ । ହବସପୁରି ସାଢି ର ବୁନାକାର ମାନକର ଲାଗି ଚିଚୈଗୁଡା ହେଣ୍ଡଲୁମ କୋପରେଟିଭ ସୋସାଇଟି ବାନାହେଇଛେ ।

ବଁକେଇ
ବଁକେଇ ସାଢି ର ନାଁ ଗଂଜାମ ଜିଲା ର ଚିକିଟି ତହସିଲ ର ବୋମକେଇ ଗାଁ ର ଅନସାରେ ହେଇଛେ । ବଁକେଇ ପାରଂପାରିକ ବାଂଧ ଆର କପଟା ଜାଲ ସୈଲି ଥି ବୁନା ହେସି । ସାଧାରଣ ହିସାବେ ବଁକେଇ ସାଢି ବାମହନ ଜାତି ପୁଜା ପାଟ କଲାବେଲେ ପିଂଧୁ ଥିଲେ । ଇ ବଁକେଇ ସାଢି ଥି କରଲା, ଅତସି ଫୁଲ, କଁଠି ଫୁଲ, ମାଛି, ରୁଇ ମାଛ, କେଁଛୋ, ପଦମ, ମଜୁର ଆର ଚେରେ ଆକୃତି ବୁନା ହେସି । ବଁଇ ସାଢି ଥି ହଲଦି, ଲାଖ, ଆଦି ପ୍ରାକୃତିକ ରଂଗ ବେଭାର ହେସି ।

ଆମର ଅଂଚଲ ର ବାଂଧକଲା କେ ଜେନ କେତେ ଝନ ଦୁନିଆ ଦରବାର ନ ନେଇକରି ଚିହ୍ନାର କରିଛନ ସେ ଭିତରେ କୃତାର୍ଥ ଆଚାର୍ଜ୍ୟ, କୁଂଜବିହାରି ମେହେର, ଚର୍ତୁଭୁଜ ମେହେର ଆଦି ମୁଖିଆ ଆନ ।

ରାଧେସ୍ୟାମ ମେହେର
ସମଲପୁର ର ରାଧେସ୍ୟାମ ମେହେର ୧୯୨୬ ମସିହା ରେ ପହେଲା କରି ବାଂଧକଲା ବେଭାର କରି ହାତ ବୁନା ସାଢି କେ ପ୍ରସିଦ୍ଧ କରାଲେ । ସେଥିର ଲାଗି ତାହାକୁ ବିହାର ସରକାର ର ପରଦା ଏଜେନ୍ଟ ବନେଇଦିଆ ହେଇଥିଲା । ପଛେ ଉଡିସା ରାଏଜ ବନଲା ବେଲକେ ସେ ଉଡିସା ର ପରଦା ଏଜେନ୍ଟ ବନଲେ । ସେ ସମଲପୁର ନ ଉକ୍ରଲ ପରଦା ଏଜେନ୍ସି ପ୍ରତିସ୍ଟା କଲେ ଜାର କାମ ହେଲା ଗବେସଣା, ଉତ୍ପାଦନ, ଆର ବିକ୍ରି । ସେ କୋଅପରେଟିଭ ମୁଭମେନ୍ଟ ର ସକ୍ରିୟ ସଦସ୍ୟ ଥିଲେ । ମେହେର ଆର୍ଟ ଫେବରିକ୍ସ କୋପରେଟିଭ ସୋସାଇଟି ଗଠନ ଆର ସମ୍ବଲପୁର ଆଂଚଲିକ କୋପେରେଟିଭ ମାର୍କେଟିଂ ସୋସାଇଟି ଲିମିଟେଡ କେ ଗଠନ କରିଥିଲେ । ସେ ଜିଁ ଥିବାର ତକ ସମଲପୁର ମୁନିସିପାଲିଟି ର ସଦସ୍ୟ ରହିଥିଲେ ।

ପଦ୍ମସ୍ରି କୃତାର୍ଥ ଆଚାର୍ଜ୍ୟ
ବରଗଡ ଜିଲା ର ଦେବକିଟିକରା ଗାଁ ନ ୨୦ ମାର୍ଚ ୧୯୦୦ ମସିହା ରେ ଜନମ ହେଇଥିଲେ । ସେ ୧୯୩୦ ମସିହାରେ ସମ୍ବଲପୁରି ବସ୍ତ୍ରାଲୟ ହେଣ୍ଡଲୁମ କୋପରେଟିଭ ସୋସାଇଟି ର ପ୍ରତିସ୍ଠା କରିଥିଲେ ଜେନଟାକେ ଓଡିସା ସରକାର ୧୯୫୪ ମସିହାରେ ସ୍ୱିକୃତି ଦେଇଥିଲା । ଇ ସଂସ୍ଥା ଉତ୍ପାଦନ ଆର ବିକ୍ରି ଦୁହି ଥିର କାମ କରୁଛେ । ଇହାଦେ ଇଟା ଉଡିସାର ସବୁ ନୁ ବାଂଧକଲା କୋପରେଟିଭ ର ବଡ ସଂସ୍ଥା ଆଏ । ଇଥି ବୁନାକାର ମାନକୁ ସାହେଜ-ସହଜୋଗ କରାହେସି ଆର ତାକର ସାମାନ ବିକବାର ଥି ସାହେଜ କରସି ।

ପଦ୍ମସ୍ରି କୁଂଜବିହାରି ମେହେର

ବରଜ ଭୁଲିଆ ର କପଟା ପଟେ
କପଟା ପଟେ କେ ମାଏଝି ଗୁଟେ

ଇ କଥା ଟା ଲୋକର ଟୁଁଡେ ଥିଲା ସମଲପୁରି ସାଢି ର ଝନେ ମାହାନ ବୁନାକାର ସିଲ୍ପଗୁରୁ ପଦ୍ମସ୍ରି କୁଂଜବିହାରି ମେହେର କର ବାପା ବ୍ରଜମୋହନ ମେହେର କର ଲାଗି । ନିଜର ପୁରଖା ମାନକର ଦିନୁ କପଟା ବୁନି ଆସୁଥିେଲେ କୁଂଜବିହାରି ମେହେର କର କୁଟୁମ । କପଟା ବୁନବାର ଟା ଥିଲା ତାକର କୁଟୁମ ର ପେସା । କପଟା ବୁନିକରି ତାକର ଗାଁ ବୁଡାପାଲି ପାଖର ବିଜେପୁର ହାଟେ ବିକୁଥିଲେ ।
ଜିବନି
ଜନମ – ୨୨.୧୧. ୧୯୨୮
ମରନ – ୩୦.୬.୨୦୦୮
ଗାଁ – ବୁଡାପାଲି
ବାପା – ୰ବ୍ରଜମୋହନ ମେହେର
ମାଁ – ୰ଖିରବତି ମେହେର
ସିଖ୍ୟା – ପାଁଚ
ବୁନବାର ସିଖ୍ୟା – ତାକର ବାପା ବ୍ରଜମୋହନ ମେହେର କର ନୁ ବାର ବଛର ର ଅତି କଁଚା ବଏସେ କପଟା ବୁନବାର ବିଦ୍ୟା ସିଖି ବସଲେ
ସିଆନି – ୰ହାରାବତି ମେହେର କେ ବିହା ହେଲେ ।
ପୁଓ – ଦୟାଲୁ ମେହେର, ସୁରେନ୍ଦ୍ର ମେହେର, ମିନି
ବହ – ସ୍ୱର୍ଣ୍ଣଲତା, ସାନ୍ତିଲତା
୧୯୬୯ ମସିହା ରେ ବେପାର ବଢାବାର ଲାଗି ବରପାଲି ଆସଲେ ।
ବିଦେସ ନ କଲା ପ୍ରଦର୍ସନ
୧୯୮୬ ରେ ଆମେରିକା ର ଫିଲାଡେଲଫିଆ ର ପୋର୍ଟ ଅଫ ମ୍ୟୁଜିଅମ ଦ୍ୱାରା ଉଜୁକକଲା ଭାରତ ପ୍ରଦର୍ସନି ରେ ଦେସର ପ୍ରତିନିଧିତ୍ୱ କରିଥିଲେ । ଆର ତିନ ମାସ ରହି କରି ବାଂଧ ବୁନା ର ଜିବନ୍ତ ପ୍ରଦର୍ସନି କରିଥିଲେ ।
୧୯୮୯ ରେ ହକଂ ନ ଏସିୟ ହସ୍ତସିଲ୍ପ ପ୍ରଦର୍ସନି ରେ ଭାରତ ର ପ୍ରତିନିଧି ହିସାବେ ଭାଗ ଆର ଲଂଡନ ବୁଲିଥିଲେ ।
ସାଢି (ସୁତା, ବାପ୍ତା, ପାଟ, ମଠା)
ମନ୍ଦାର ଫୁଲିଆ (୧୯୪୩), ପୁସ୍ପାବତି (୧୯୫୦), ରତ୍ନାବତି (୧୯୫୧), ଗଜଗମନି (୧୯୫୨), ମୃଗନୟନି(୧୯୫୩), ମରାଲଗମନି(୧୯୫୩), ପଦ୍ମାବତି (୧୯୫୫), ଚମ୍ପକମାଲିନି (୧୯୫୬), ଭାନୁମତି (୧୯୫୮), ଇନ୍ଦୁମତି (୧୯୫୯), କଲିଂଗରତ୍ନ (୧୯୬୪), ମିନନୟନି (୧୯୬୮), ପଦ୍ମ ଆର ସୁର୍ଜ୍ୟ (୧୯୭୦), କଟିକେସରି (୧୯୭୦), ଆୟୁଧା (୧୯୭୨), ସ୍ନେହମୟି (୧୯୭୩), ତରଂଗିଣି (୧୯୭୪), ପାଟଲିପ୍ରଭା (୧୯୭୫), କଲିଂଗ ସୁନ୍ଦରି (୧୯୭୭), କେକି ଚନ୍ଦ୍ରିକା (୧୯୭୮), ପୁପ୍ପ ମଂଜରି (୧୯୭୮), ଭାରତ ରତ୍ନ (୧୯୭୯), ଭାରତି କୁସୁମ (୧୯୮୧), ପତିପ୍ରାଣା (୧୯୮୨), ପ୍ରଗତି ରତ୍ନ (୧୯୮୩), ମାଲିନି ତୋୟା (୧୯୮୪), ପଂଚ କନ୍ୟା (୧୯୮୬), ସାକୁନ୍ତଲମ(୧୯୮୮), କାଲିନ୍ଦିନି (୧୯୮୯), କାସ୍ମିରି ବିମ୍ବ (୧୯୯୦), କୋଣାର୍କ ଚିତ୍ରାବଲି (୧୯୯୧), କଲାରତ୍ନ (୧୯୯୨)
ୱାଲ ହେଂଗିଂଗ
ହଂସ-ପଦ୍ମ, ଦି ଗ୍ଲୋରି ଅଫ ଓଡିସା (୧୯୭୨), ବାପୁଜି କେ ଅବଦାନ (୧୯୭୨), ନବଗୁଂଜର (୧୯୭୪), ଦସ ଅବତାର(୧୯୭୪), ଭକ୍ତବତ୍ସଲ ଭଗବାନ (୧୯୭୪), ଗାଂଧିଜିଂକ ତିନି ମାଂକଡ (୧୯୭୮), ବୁଦ୍ଦଦେବ(୧୯୭୮), ରୁସିଆର ମହାପୁରୁସ ଲେନିନ (୧୯୮୨), ସ୍ୱଭାବ କବି ଗଂଗାଧର (୧୯୮୨), ସ୍ରିୟା ଭକ୍ତିମତି (୧୯୮୫), ସ୍ଟେଚ୍ୟୁ ଅଫ ଲିବର୍ଟି (୧୯୮୬), ତିନି ଠାକୁର (୧୯୮୯), ସୁର୍ଜ୍ୟ ପୁଜା, ଜ୍ୟୋତିର୍ମୟି ମା ସରସ୍ୱତି (୧୯୯୦)(ସମ୍ବଲପୁର, ଉକ୍ରଲ, ଆର ବ୍ରହ୍ମପୁର ବିସ୍ୱବିଦ୍ୟାଲୟ ସିଣ୍ଡକେଟ ହଲରେ ଝୁଲୁଛେ)
ସମ୍ମାନ, ପୁରସ୍କାର, ଆର ସମ୍ବର୍ଦ୍ଧନା
୧୯୭୦ – ପ୍ରଧାନମଂତ୍ରିି (ଇଂଦିରା ଗାଂଧି) ସଚିବାଲୟ ପ୍ରସଂସା ପତ୍ର
୧୯୭୧ – ଲଂଡନ ନୁ ପ୍ରସଂସା ପତ୍ର
୧୯୭୨ – ଓଡିସା ରାଜ୍ୟ ପ୍ରଥମ ପୁରସ୍କାର
୧୯୭୩ – ପ୍ରଗତି ସଂଘ, ସମ୍ବଲପୁର ନୁ ମାନପତ୍ର
୧୯୭୭ – ରାଏଜଘରିଆ ହସ୍ତସିଲ୍ପ ପ୍ରଦର୍ସନି ରେ ସମ୍ମାନିତ
୧୯୭୯ – ସମ୍ବଲପୁର ଜିଲ୍ଲା ପ୍ରଦର୍ସନି ନ ମାନପତ୍ର
୧୯୮୩ – (କ)ନିଖିଲ ଭାରତ ହସ୍ତସିଲ୍ପ ବୋର୍ଡ ନୁ ପ୍ରସଂସାପତ୍ର ଆର ରାସ୍ଟ୍ରିୟ ପୁରସ୍କାର(ଖ) କବିଭବନ ବରପାଲି ନୁ ମାନପତ୍ର ୧୯୮୬ – (୧)ଆମେରିକାର ଫିଲାଫିଆ ନ ସାର୍ଟିଫିକେଟ ଅଫ ଏଚିଭମେନ୍ଟ ସମ୍ମାନ
(୨) ଆମେରିକାର ଫିଲାଡେଲଫିଆ ନ ବେଲ ଅଫ ଲିବର୍ଟି ସମ୍ମାନ
(୩) ଆମେରିକାର ଗ୍ରିନମଣ୍ଡ ମହିଲା କଲେଜ ନୁ ୫୦୦ ଡଲାର ପୁରସ୍କାର
(୪) ବରପାଲି ଗଂଗାଧର ସାହିତ୍ୟ ପରିସଦ ଆର ଜନସାଧାରଣ ନୁ ଅଭିନନ୍ଦିତ, କଲାଭୁସଣ ଉପାଧି ପାଏଲେ
(୫) ପ୍ରଧାନମଂତ୍ରି (ରାଜିବ ଗାଂଧି) କାର୍ଜ୍ୟାଲୟ ନୁ ପ୍ରସଂସାପତ୍ର
୧୯୮୭ – ବାସନ୍ତି, ବରପାଲି ନୁ ମାନପତ୍ର
୧୯୮୮ – ଓଡିସା ସାଂସ୍କୃତିକ ସମାଜ, ସମଲପୁର ନୁ ସମ୍ବର୍ଦ୍ଧିତ
୧୯୮୯ – (୧)ହଂକଂ ରାଜ୍ୟ ଗୋସ୍ଟି ପ୍ରଦର୍ସନି ରେ ପୁରସ୍କାର(୨)ଉକ୍ରଲ ପାଠକ ସଂସଦ, କଟକ ନୁ ସମ୍ମାନିତ
୧୯୯୦ – ସାରଲା ସମ୍ମାନ
୧୯୯୨ – ସମଲପୁର ବିସ୍ୱବିଦ୍ୟାଲୟ ରଜତ ଜୟନ୍ତି ଉଛବ ନ ଉପରାସ୍ଟ୍ରପତି ସଂକର ଦୟାଲ ସର୍ମା ନୁ ସମ୍ବର୍ଦ୍ଧିତ
୧୯୯୪ – ବରହମପୁର ବିସ୍ୱବିଦ୍ୟାଲୟ ନୁ ସମ୍ବର୍ଦ୍ଧିତ
୧୯୯୫ – (୧) ଉକ୍ରଲ ବିସ୍ୱବିଦ୍ୟାଲୟ ସୁବର୍ଣ୍ଣ ଜୟନ୍ତି ଉଛବ ନ ସମ୍ମାନିତ (୨) ଲାୟନ୍ସ କ୍ଲବ, ପାଟଣାଗଡ ନୁ କଲାଗୌରବ ଉପାଧି
୧୯୯୮ – (୧) ବାସନ୍ତି, ବରପାଲି କଲେଜ ନୁ ସମ୍ବର୍ଦ୍ଧନା (୨) ମହିଲା ମହାବିଦ୍ୟାଲୟ, ବରଗଡ ନୁ ସମ୍ବର୍ଦ୍ଧନା (୩) ସ୍ୱତଂତ୍ର ଉକ୍ରକ ଦିବସ ଆର ବରଗଡ ଜିଲ୍ଲା ପ୍ରତିସ୍ଠା ଦିବସ ରେ ସମ୍ବର୍ଦ୍ଧନା (୪) ନୁଆଁ ଦିଲ୍ଲି ନ ରାସ୍ଟ୍ରପତି କେ ଆର ନାରାୟଣନ ନୁ ପଦ୍ମସ୍ରି ସମ୍ମାନ (୧୨/୪/୯୮) (୫) ନୁଆଁଖେଇ ଭେଟଘାଟ ସମଲେସ୍ୱରି ମଂଦିର, ସମଲପୁର ନ ସମ୍ବର୍ଦ୍ଧନା
୨୦୦୪ – ସିଲ୍ପଗୁରୁ ସମ୍ମାନ
କଲାଭାରତି ଥାପନା
୧୯୯୮ ମସିହା ରେ ସମଲପୁରି ବାଂଧକଲା ଥି ବେଭାର ହଉଥିବାର ସାଜୋସାମାନ, ବାଂଧକଲା ର ଗବେସଣା, ବାଂଧକଲା ସିଲ୍ପି ମାନକୁ ପ୍ରସିଖ୍ୟଣ, ଆର ପ୍ରଚାର ପ୍ରସାର ଲାଗି ଉଜୁକ କରବାର ଉଦେସ୍ୟ ରେ ହସ୍ତତନ୍ତ ବାଂଧକଲା ର ସଂଗ୍ରହାଲୟ କଲାଭାରତି ଥାପନା କଲେ । ସେ ତାକର ବିଦେସ ଭ୍ରମଣ ଆର ବାଂଧକଲା କେ ନେଇକରି କେତେଟା ବହି ଲେଖିଛନ ସେଟା ମାନେ ହେଲା, ଆମେରିକା ଡାଏରି (୧୯୮୯), ହଂକଂ ଅନୁଭୂତି (୧୯୯୪), ବାଂଧଶିଳ୍ପିର ସାଧନା (୨୦୦୪) ।

ପଦ୍ମସ୍ରି ଚର୍ତୁଭୁଜ ମେହେର
ଜିବନି
ଜନମ – ୧୩/୧୦/୧୯୩୫
ବାପା – ନିଲମଣି ମେହେର
ମାଁ – ମାୟାବତି ଦେବି
ପୁଓ – ପୌଲସ୍ତି ମେହେର, ସଂକର ମେହେର
ଗାଁ – ସୋନପୁର
ସିଖ୍ୟା – ସ୍କୁଲ ତକ
ବୁନବାର ସିଖ୍ୟା – ତାକର ବାପା ନିଲମଣି ମେହେର, ତାକର କାକା ସିତାରାମ ମେହେର ଆର ଗୋଲଖ ମେହେର ନୁ ସିଖିଥିଲେ
ଚର୍ତୁଭୁଜ ମେହେର ଛୁଆ ଥିଲାବେଲେ ତାକର ମାଁ କେ ହରାଲେ ଆର ସାତ ବଛର ବେଲକେ ତାକର ବାପା କେ ସାଏଟିକା ବେମାର ହେଇଗଲା । ତିନ ବୁହେନ ଆର ବେମାରି ବାପ ର କୁଟୁମ ଚଲାବାର ଲାଗି ସେ ଆର ତାକର ନାନି ମଂଗା ନ କାମକଲେ । ୧୯୪୭ ମସିହାରେ ସେ ସୋନପୁର ର ବୁନବାର ଫେକ୍ଟ୍ରି ନ କାମକଲେ । ୧୯୫୦ ରେ ରାଧେସ୍ୟାମ ମେହେର କର ଉକ୍ରଲ ପରଦା ଏଜେନ୍ସି ସମଲପୁର ଲାଗି କପଡା ବୁନଲେ ।
ସମ୍ମାନ, ପୁରସ୍କାର, ଆର ସମ୍ବର୍ଦ୍ଧନା
୧୯୫୭ – ୪ର୍ଥ ସର୍ବ ଭାରତିୟ ହେଣ୍ଡଲୁମ ସପ୍ତାହ ଉଛବ
୧୯୫୯ – ୬ସ୍ଟ ସର୍ବ ଭାରତିୟ ହେଣ୍ଡଲୁମ ସପ୍ତାହ ଉଛବ
୧୯୯୧ – ଉକ୍ରୃସ୍ଟ ଉଦ୍ୟୋକ୍ତା ସମ୍ମାନ, ହେଣ୍ଡଲୁମ ସପ୍ତାହ ଓଡିସା
୧୯୮୨ ରେ ସେ ନିଜାର ବୁନବାର ସଂସ୍ଥା ଥାପନା କଲେ ।
୧୯୮୪ ରେ ଏକ୍ସପାର୍ଟ ବୁନକାର ପଦବି ଛାଡଲେ ।
୧୯୯୧ – ରାଜ୍ୟ ପୁରସ୍କାର
୧୯୯୨ – ଚିନ୍ତା ଓ ଚେତନା, ଜାତିୟ ପୁରସ୍କାର
୧୯୯୫ – ବୟନ ଚାରୁକଲା ପୁରସ୍କାର, ଓଡିସା ସରକାର
୧୯୯୫ – ରାଜ୍ୟ ପୁରସ୍କାର
୧୯୯୭ – ବିସ୍ୱକର୍ମା ପୁରସ୍କାର
୨୦୦୨ – ବିଜୁ ପଟନାୟକ ବୁନାକାର ସେବା ସମ୍ମାନ
୨୦୦୫ – ପଦ୍ମ ପୁରସ୍କାର
୨୦୦୫ – ପ୍ରିୟଦର୍ସିନି ପୁରସ୍କାର
୨୦୦୫ – ସିଲ୍ପଗୁରୁ ସମ୍ମାନ
୧୯୯୬ – ଇଂଡୋନେସିଆ ବାଲିଜାତ୍ରା
୧୯୯୯ – ଜାତିୟ ହସ୍ତତଂତ ପ୍ରର୍ଦସନି ଦିଲ୍ଲି
୨୦୦୨ – କେଭିଆସି ପ୍ରର୍ଦସନି ବମ୍ବେ
୨୦୦୩ – ସେନ୍ଟ୍ରାଲ ସିଲ୍କ ବୋର୍ଡ ପ୍ରଦର୍ସନି, ବେଂଗଲୋର
ଚର୍ତୁଭୁଜ ମେହେର କର ବାଂଧକଲା ସିଲ୍ପ ରେ ମୁଖିଆ ଅବଦାନ ବଏଲେ ସେ ରାଧାକୁଂଜ ସାଢି ରେ ପାରଂପାରିକ ଟାଏ ଏଣ୍ଡ ଡାଏ ସୈଲି ଥି ଫିର-ଫିରବି ସୈଲି ମିସେଇଛନ । ପୁରୁଣା ଜାଲା ସୈଲି କେ ସୁଧରେଇକରି ଜଜବଜ ଆକୃତି ବନେଇପାରଲେ । ତାକର ଚକ୍ରବଂଧ-ବୃଖ୍ୟବଂଧ ସିଲ୍କ ସାଢି ଥି ପାରଂପାରିକ ଟାଏ ଏନ ଡାଏ ବେଭାର କରାହେଇଥିଲେ ବି ଇଥି ଗୁଟେ ସୁଖ୍ମ କବିତା ରୁପ ଅଛେ ଆର ବହୁତଟେ ପାରଂପାରିକ ଲଖ୍ୟଣ ଅଛେ । ସେ ବୁନବାର ତରିକା କେ ସହଜ କରେଇଛନ ଜେନଥିକି ଜଲଦି ବୁନି ହେସି ।
ସେ ବୟନ ବିହାର ଥାପନା କରିଛନ ଆର ସେନ ସହ ସହ ବୁନାକାର ତାକର ଦେଖରେଖ ରେ କାମ କରସନ ।

ଦୟାଲୁ ମେହେର
ପଦ୍ମର୍ସି କୁଂଜବିହାରି ମେହେର କର ବଡଖା ପୁଓ ହଉଛନ ଦୟାଲୁ ମେହେର । ସେ ବରପାଲି ହାଇସ୍କୁଲ ନ ପଢିଛନ । ପାଠ ସାଂଗେ ସାଂଗେ ବାଂଧ କଲା ବି ଏକେ ସାଂଗେ ବାପା ର ନୁ ସିଖୁଥିଲେ । ତାକର ବିହା ୧୯୭୭ ସାଲେ ସ୍ୱର୍ଣ୍ଣଲତା କର ସାଂଗେ ହେଇଥିଲା ଆର ତାକର ତିନଟା ପୁଓ ଝି ଅଛନ; ନବ କିସୋର, କିନି ଆର ଦେବ କିସୋର । କୁୁଟୁମ ବସିଆ ବାଂଧକଲା ପ୍ରତି ସର୍ମପିତ ଆନ । ୨୦୦୮ ମସିହା ରେ ରାସ୍ଟ୍ରପତି ପୁରସ୍କାର, ୧୯୮୪ ରାଜ୍ୟ ପୁରସ୍କାର
୧୯୯୩ ଭାରତିୟ ଜାତିୟ ପୁରସ୍କାର ।
ତାକାର ସିଆନି ସ୍ୱଣ୍ଣଲତା ବି ବାଂଧ କଲା ଥି ବହୁତ ନାଁ କମେଇଛନ ଦେସେ ଆର ଦେସ ବାହାରେ । ୧୯୯୯ ସାଲେ ପାଇଛନ ଜାତିୟ ପୁରସ୍କାର । ହରିଆନା ସରକାର ନୁ ପାଇଛନ କଲାନିଧି ଉପାଧି । ଦେସର କୁଡେ ଝନ ମାହେଜି ବୁନକାର ଭିତରୁ ଝନେ ହେଇ ଆଫ୍ରିକା ଜେଇଥିଲେ ସେକେଣ୍ଡ ଆଫ୍ରିକା ଇଂଡିଏନ ଫୋରମ ସମିଟ ନ ବାଂଧକଲା ପ୍ରର୍ଦସନ କରବାର ଲାଗି ।

ସୁରେନ୍ଦ୍ର ମେହେର
ସୁରେନ୍ଦ୍ର ମେହେର ହଉଛନ ପଦ୍ମର୍ସି କୁଂଜବିହାରି କର ସାନ ପୁଓ । ତାକାର ଜନମ ୧୯୫୯ ମସିହା ରେ ବରପାଲି ନ ହେଇଥିଲା । ସେ ବି ବାଂଧକଲା ର ଝନେ ପୁଖତ କାରିଗର ଆନ । ତାକର ଡିଜାଇନ କଲା ସାଢି କଲା ରତ୍ନ ଲାଗି ତାହାକୁ ୧୯୯୧ ସାଲେ ରାସ୍ଟ୍ରପତି ନୁ ମିଲିଛେ ଜାତିୟ ପୁରସ୍କାର । ଇତାର ଆଘୋନୁ ସେ ୧୯୮୭, ୧୯୮୮ ଆର ୧୯୮୯ ମସିହା ରେ ଲଗାତାର ତିନ ଥର ରାଜ୍ୟ ସ୍ତରିୟ ପୁରସ୍କାର ଜିତି ରଚିଥିଲେ ଇତିହାସ । ସେ ୧୯୯୩ ରେ କଲାନିଧି ପୁରସ୍କାର ବି ପାଇଛନ । ଭାରତର ପ୍ରତିନିଧିତ୍ୱ କରି ସେ ଜାଇଥିଲେ, ଅଲଗୁରେଆର ସେନ୍ଟର, ଦୁବେଇ(ୟୁଏଇ), ସାନଫ୍ରାନସିସ୍କୋ , ୟୁଏସଏ, (୧୯୯୭) । ତାକର ଅମର କୃତି ମାନେ ଦିଲ୍ଲି ର ଆର୍ଟ ଗେଲେରି ଅଫ କ୍ରାଫ୍ଟ ମ୍ୟଜିଅମ ଆର ଏସିଏନ ଆର୍ଟ ମ୍ୟଜିଅମ, ସାନଫ୍ରାନସିସ୍କୋ ନ ପ୍ରର୍ଦସିତ ହଉଛେ ।

ଇନ୍ଟର୍ଭ୍ୟୁ ଲାଗି ଟିପ୍ସ

0

‘ନୌକରି’ ଆର ‘ଚାକିରି’ ଇ ଦୁଇଟା ସବ୍ଦକେ ଭଲକରି କେଭେଁ ପରଖିଛନ କେଁ ? ଇ ଦୁଇଟା ଏଜ କେଲ ଜୁଗର ବଡ଼ ପନିଆଁର ଚିହ୍ନା ଏ କହେଲେଁ ଭୁଲ ନାଇଁ ହୁଏ ବୋଧେ । ହେଲେଁ ଟିକେ ଅନୁମାନ କରୁନ ତ! ମୋର ହିସାବେ ତ ‘ନୌକର ନୁ ନୌକରି’ ଆର ‘ଚାକର’ ନୁ ‘ଚାକିରି’ ବାହାରିଛେ । ଆଘୋ କାଲେ ରଜା ମାହାରାଜ ନୁ ଚାସି, ସୁଖବାସି, ଗଁତିଆ, ବିର୍ତିଆ ନୁ ପାନ ଦୁକାନି ତକ ଚାକରଟେ ଗୁତିଟେ କି ପିଲାଟେ ରଖବାର ଆଘୋନୁ ତିକରେଇ ତିକରେଇ ତାର ବାବଦ ଥି ବୁଝୁଥିଲେ, ଜାନବାର ଲାଗି ଚାହୁଁଥିଲେ । ହେ ପରିଖ୍ୟା କହୁନ କି ଜଣେ କେ ଭିତରିଆ ଜାନବାର ତରିକା କହୁନ, ତାକେ ଏଜ କେଲ ‘ଇନ୍ଟରଭ୍ୟୁ’ ନାଁ ଦିଆ ହେଉଛେ ।
ଆମେ ସଭେ ଜାନିଛୁଁ, ‘ଇନ୍ଟରଭ୍ୟୁ’ ର ନାଁ ସୁନଲେଁ ଟିକେ, ସମକୁ ଗହଦି ଜେସି, ସେ ନୁଆଁ (freshers) ହଉକି ଅଭିଗ୍ୟଁ (experienced) ଚାକରିଆ ହଉ । ହେଲେଁ ହେଥିଁ ଘବରାବାର ଲେଖେଁ ହେନ୍ତା କିଛି ନାଇଁନ । ଜଣେ ଜଦି ଆପଣଙ୍କୁ ଡ଼ାକିଛନ ମାନେ ସେ ବିସ୍ୱାସ କରସନ ଆର ସେ ନିସଚିନ୍ତ ହେବାର ଲାଗି ଚାହେଁସନ ଜେ, ଆପଣ ତାକର ଚାକରି ଲାଗି ଫିଟ ଆନ ବଲି । ଆର ଅଲଗା ହିସାବେ ଭାବଲେ ଆପଣ ବି ସେ ଚାକିରି ଲାଗି ଫିଟ କି ନୁହେଁ, ହେଟା ଇନ୍ଟରଭ୍ୟୁ ହିଁ ଜନାସି । ଇଥିଁ ଡ଼ରବାର, ଘବରାବାର କି ଦୁଖମନା ହେବାର ଦରକାର ନାଇଁସେ । ଇନ୍ଟରଭ୍ୟୁ ର ମାନେ ନୁହେଁ ଜେ ଜିଏ, ଇନ୍ଟରଭ୍ୟୁ ଦେଇ ଏବା ସେ ସବୁ ଜାନିଥିବାର କଥା । ବହୁତ ଥର ତ ନିଜର ଭାବନା (thinking), ବିଚାର (idea), ଆଉ ନିଜକେ ସାମନାବାଲା ର ଆଘେ ଭଲ କରି ଥାପନା କରବାର କଲା ହିଁ ଇନ୍ଟରଭ୍ୟୁ ନୁ ସାଫୁଲ କରସି ।

ଚାକିରି ଖୁଜବାର କି ବଦଲାବାର ଆଗରୁ କାଣା କରବାର କଥା
(୧) ସଂସ୍ଥା, ପାହ୍ୟା, ଆଉ କାମକେ ପହେଲା ଭଲ ଭାବେ ପରଖୁନ
(୨) ନିଜକେ ହାୱା ନୁ ନେ ଉଡ଼େଇ କରି ସାଧାରଣ (realistic)ବନୁନ । ନିଜର ପଢ଼ାସୁନା (qualification) ଆଉ ସିମା (limitations) କେ ଜାନୁନ ।
୩) ଇନ୍ଟରଭ୍ୟୁ ଆଘୋନୁ ସଂସ୍ଥା ସାଂଗେ ପରିଚିତ (familiar) ହଉନ ଆର ଦରକାରି କାଗଜ-ପତର (ପ୍ରମାଣ ପତର ଆଦି) ମାନେ ତିଆର ରଖୁନ ।
ଆବେଦନ ପତ୍ର (Curriculum Vitae, Resume, Biodata)
(୧) ଅର୍ଜି ଜହ ଲମ ନେ ହେବାର କଥା, ଏକା ପୁରା ହଇଥିବାର କଥା
(୨) ଆପଣକର ସବୁ ଜୋଗ୍ୟତା, ଆର ଆଗର ଚାକରି ର ଅଭିଗ୍ୟଁତା ଆର କାମର ପୁରା ବିବରଣି ଜେନ୍ତା ଜନେଇ ପାରବେ ହେଟାକେ ନଜର ନ ରଖି କରି ପଏନ୍ଟ ହିସାବେ ଲେଖୁନ
୩) ଆଉ ଅର୍ଜି ପକାବାର ସେସ ଦିନ (deadlines) କେ ବି ନେଇ ଭୁଲବେ
ଇନ୍ଟରଭ୍ୟୁ ରେ କାଣା କରବାର କଥା (Do’s)
(୧) ସଂସ୍ଥା ହିସାବେ କପଡ଼ା ପିନ୍ଧୁନ । ନେ ହେଲେ ବି ସଫା ପୁରା ସାର୍ଟ ଆର ତାହାକେ ଖାପ ଖେଲା ବାଗିର ପେନ୍ଟ ବେଭାର କରୁନ ।
(୨) ଇନ୍ଟରଭ୍ୟୁ ର ସମିଆଁ ଆଉ ଠାନ କେ ଭଲ କରି ଜାନୁନ । ୧ଠ ମିନିଟ ଆଘୋନୁ ପହଁଚିବାର ଚେସ୍ଟା କରୁନ । ଜହ ଦୁରିଆ ହେଲେ ଆଘୋନୁ ପହଁଚିକରି ସେନ ସଜେଇ ହେବାର ବେବସ୍ଥା କରୁନ ।
(୩) ସବୁ ଲୋକକୁ ଭଲ ବେଭାର କରୁନ କିଏ ଜାନିଛେ ଆପଣକର ଇନ୍ଟରଭ୍ୟୁ ଆଗର ବେଭାର ବି ଇତାର ଭାଗଟେ ହଇପାରେ ।
(୪) ଭଲ କରି ହାତ ମିଲଉନ (firm handshake), ନଜର ମିଲେଇ କରି ରଖୁନ (eye contact) ଆଉ ସାମନା ର ଲୋକ ସ୍ୱାଗତ କଲେ, ମୁହେଁ ଗହଗହ ଭାବ ରଖୁନ ।
(୫) ସାଖ୍ୟାତକାରକର୍ତା (interviewer)ର ନାଁ ଠିକସେ ସୁନୁନ ଆର ତାହାକୁ Mr. କି Mrs. ଲଗେଇ ନାଁ ନେହେଲେ ବର୍ଗ (tittle) ରେ ସମ୍ବୋଧନ କରୁନ
(୬) ସିଟରେ ସିଧା ବସୁନ ଆର eye contact ରଖୁନ
(୭) ପ୍ରସ୍ନ ବୁଝି ନେ ପାରଲେ ଆର ଥରେ ପଚରାବାର କେ କହୁନ । ପ୍ରସ୍ନ ନେ ବୁଝିକରି ଉତର ନେ ଦଉନ ।
(୮) ଭଲ ଭାସା ବେଭାର କରୁନ, ଆର କହେଲା ବେଲକେ ଉଁ, ଆହ, you know, think ଆଦି ବେଭାର ନେ କରୁନ ।
(୯) ଉତର ର ଗୁଟେ ଧାର ରଖୁନ, ମୁଲୁ ମୁଖିଆ କଥା (major point) ମଝିଁ ତାର ଉପରେଁ ବିଚାର ଆର ସେସକେ ଆପଣକର ମତାମତ ରଖୁନ ଆର ସକାରାତ୍ମକ (positive) କରୁନ ।

କାଣା ନେ କରବାର କଥା
(୧) ନିଜର ସଂସ୍ଥା କି ସାହେବ (employer) ବାବଦ ଥି ନକାରାତ୍ମକ (negative) କଥା ନେ କହୁନ
(୨) ଚାକିରି ଥିଲେ ବି ଇନ୍ଟରଭ୍ୟୁ କେ ଖାମଖିଆଲି ନେ ନଉନ
(୩) ଖାଲି ଦରମା ଉପରେ ଜୋର ନେ ଦଉନ କାମ ଉପରେ ବି କଥା ହଉନ
(୪) ଚୁଇଙ୍ଗମ ଖାଇ, ସିଗରେଟ ପି, କରି ଇନ୍ଟରଭ୍ୟୁ ନେ ଦଉନ
(୫) ଇନ୍ଟରଭ୍ୟୁ ମଝିଁ ଫୋନ କଲ ନେଉ ଉଠଉନ । ମୋବାଇଲ ବନ୍ଦ କରବାର ଟା ହିଁ ବଢ଼ିଆ
କେତେଟା ସାଧାରଣ ପ୍ରସ୍ନ
(୧) ନିଜର ବାବଦ ଥି କହୁନ ?
(୨) ଆପଣ ନିଜର ଚାକରି ଛାଡ଼ି, ଆମର ଠାନକେ କାଏଁଜେ ଆସୁଛନ?
(୩) ଆମର ସଂସ୍ଥାରେ ଆପଣ ଫିଟ ବଲି କାଏଁଜେ ଭାବୁଛନ?
(୪) ଆସବାର ପାଁଚ ବରସ ଭିତରେ ଆପଣ ନିଜକେ କେନୁ ଦେଖସନ?
(୫) ଆପଣଙ୍କର ବଫୁ (strength) କାଣା, ଦୁର୍ବଲତା (ଙ୍ଗରରଳଦ୍ଭରଗ୍ଦଗ୍ଦ) କାଣା?
ଇନ୍ଟରଭ୍ୟୁ ପରେ
(୧) ସାଖ୍ୟାତକାରକର୍ତା (ଇନ୍ଟରଭ୍ୟୁଅର) କେ ଧନ୍ୟବାଦ ଦେବାର ଟା ନେ ଭୁଲୁନ ।
(୨) ଭଲକରି ହାତ ମିଲେଇ ବିଦା ହଉନ, ଜେନ୍ତା ଆପଣ ଆର ଥରେ ଭେଟ ପଡ଼ବାର କେ ଚାହୁଁଛନ
(୩) ସେସେ, ଜଦି ଜରୁରି ବଏଲେ ଲକ୍ଟକ୍ଷକ୍ଷକ୍ଟଙ୍ଗ ଙ୍କକ୍ଟ୍ର ଜ୍ଞବସକ୍ଷ ଟେ ବି ପଠଉନ ।

ମାଏଝିି ଅଧିକାର

ମାଏଝିି ଅଧିକାର ବଏଲେ ମାଏଝିି ଆର ଟୁକେଲ ମାନକର ସର୍ବସମ୍ମତ ସ୍ୱାଧିନତା ଆର ନାରି ସସତ୍ରିକରଣ କେ ବୁଝାସି । ଇ ସବୁ ଅଧିକାରକେ କେନସି ବିସେସ ସମାଜରେ ମାନିଛନ, ନେଇଁ ବି ମାନି, ଅନଦେଖା କରା ହେଇଛେ, ଆଇନ ଦ୍ୱାରା ଦବେଇ ଦିଆ ହେଇଛେ ଆର ଲୋକ ଚଲନି ଆର ବେଭାରର ନାଁରେ ବି ଚେପେଇ ଦିଆହେଇଛେ । ନାରି ସ୍ୱାଧିନତାର କଥା ଉଠଲା ବେଲେ ଆମେ ଜାନବାର ଲାଗି ପାଏମା ଜେ ମାଏଝିମାନେ ପୁରାତନ କାଲୁ ମୁନୁସ ମାନକର ଉପରେ ଏନ୍ତା ହିସାବେ ନିର୍ଭର କରି ଆଉଛନ ଜେ ସେମାନେ ତାକର ଭିତରର ଥିବା ନାରି ସକ୍ତିକେ ଜାନି ଏଖା ନାଇଁ ପାରି ଆର ଇ କଥାକେ ଇତିହାସ ଆର ସାମାଜିକ ପ୍ରଥା ପୁରୁସ ପ୍ରଧାନ ହେବାର ଟାହିଁ ଦୋସି ଆଏ ବଲି ପ୍ରତିରୋଧକାରିମାନେ ଫୁଟିକରି କହେସନ ।

ମାଏଝିମାନକର ସମସ୍ୟା ସାଂଗେ ଜୁଡିଥିବାର ସମସ୍ୟାମାନେ ହେଲା: ଦୈହିକ ଐକ୍ୟ ଆର ସ୍ୱୟଂତା, ଭୋଟ ଅଧିକାର, ସରକାରି ଅଫିସରେ କାମ କରବାର, ସମାନ କାମ ସମାନ ଦରମା,ସଂପତିର ମାଲିକାନା, ସିଖ୍ୟା, ସନ୍ୟ ବିଭାଗରେ କାମ କରବାର ଆର ବୈବାହିକ, ଧାର୍ମିକ, ଆର ପୈତୃକ ଅଧିକାର ।

ଡ. ଜମାଲ ଏ. ବାଦୱିନକର ହିସାବେ ମାଏଝିମାନକର ଇହାଦେର ଥିତି ନା ତ ମୁନୁସମାନକର ଦୟାନୁ ନା ତ ପ୍ରାକୃତିକ ପ୍ରଗତି ନୁ ଆଏ । ବରଂ ଇଥିର ଲାଗି ମାଏଝି ସମାଜ ମେହନତ, ତ୍ୟାଗର ହି ଫଲ ଆଏ ଜେତେବେଲେ କି ସମାଜ ତାକର ସହଜୋଗ ବିସେସ କରି ବିସ୍ୱଜୁଦ୍ଧ ଆର ତକନିକି ପରିବର୍ତନ ବେଲାକେ ନୁରୁଥିଲା ।

ପୁରାତନ ସଭ୍ୟତାରେ ମାଏଝି
ପୁରାତନ ଭାରତରେ ମାଏଝିମାନେ ମୁନୁସମାନକର ସାଂଗେ ସମାନ ଅଧିକାର ପଉଥିଲେ । ହିଂଦୁଧର୍ମ କହେସି, ଗୁଟେ ଭଲ ସିଆନି ସେ ଆଏ ଜେନ ମାଏଝି ନିଜର ମନ, କଥା ଆର ଦିହିଁକେ ନିଜର ବସରେ ରଖିପାରବା ସେହିଁ ଇ ଦୁନିଆଁ ନ ପ୍ରସିଦ୍ଦି ପେଇ ପାରବା ଆର ତାର ସ୍ୱାମିର ଘରକେ ସରଗ ବନେଇ ପାରବା ।

ପୁରାତନ ଏଥେନ୍ସର ମାଏଝି ହମିସା ନାଗରିକ ହିସାବେ ଥିଲା ଆର ସେ କେନସି ମୁନୁସର ହେପାଜତରେ ରହୁଥିଲା ଜେନ୍ତା କି ବାପ, ଭାଏ କି ଆର କେନ ପୁରୁସ ଆତ୍ମିୟ । ବିହାବେଲେ ମାଏଝିର ସ୍ୱିକୃତିକେ ଦରକାରି ବଲି ଧରା ନି ହଉଥେଇ ଆର ତାକର ମାଁ ବାପ କି ମୁନୁସର ଇଛାରେ ଚଲବାରକେ ହଉଥିଲା ।

ଇସଲାମରେ ସଂସ୍କାର
ଇସଲାମ ଧର୍ମରେ ମାଏଝିମାନକର ଥିତିରେ ସୁଧାର ଆନବାର କାମ କରାହେଲା ୬୧୦ ନୁ ୬୬୧ ଭିତରେ ଜେତେବେଲେ ଆରବର ମାଏଝିମାନକୁ ବିହା, ଛାଡପତ୍ର, ଆର ଜନମଜାତ ଅଧିକାରମାନେ ବଢେଇ ଦିଆଗଲା । ଆରବର ମାଏଝିମାନକର ସାଧାରଣ ଥିତିରେ ମାଏଝିର ପୁରା ବ୍ୟକ୍ତିତ୍ୱକେ ଚିହ୍ନା ଜଉଥିଲା । ଜୌତୁକ ଆଘୋନୁ ଜାହାକେ କନିଆ ଟୁକେଲର ଦାମ ହିସାବେ ଦିଆ ହଉଥିଲା ସେଟା ମାଂଗଲିକ ଉପହାର ବନିଗଲା ଆର ମାଏଝିର ବ୍ୟକ୍ତିଗତ ସଂପତି । ଇତାରପରେ ଇସଲାମ’ର ନିଅମ ଅନସାରେ ବିହାକେ ଚୁକ୍ତି ହିସାବେ ଦରାଗଲା ଜେନଥିକି ମାଏଝିର ସ୍ୱିକୃତି ଜରୁରି ଥିଲା । ମାଏଝିମାନକୁ ଜନମଜାତ ଅଧିକାର ମିଲଲା ଆର ତାର ନିଜର କମାନିରେ ବି ତାର ଅଧିକାର ରହେଲା ।

ମଧ୍ୟ ଜୁଗ
ବା’ର ସ’ ସତାବ୍ଦି ପରେ ବନିଥିବାର ଇଂଗଲିସ ସାଦାରଣ ନିଅମ ଅନସାରେ ଜାହା ସଂପତି ମାଏଝିର ଥିବା ସେଟା ବିହାହେଲେ ମୁନୁସର ହେଇଜଉଥିଲା । ଇଂଗଲିସ ନିଅମ ଗୁଟେ ମୁନୁସକେ ତାର ମାଏଝିର ସଂପତିକେ ତାର ମାଏଝିର ବିନା ଅନୁମତିରେ ଅଲଗା କେନକେ ଡେହଁକାବାରକେ ମନାଥିଲା ତଥାପି ବି ମୁନୁସର ଅଧିକାର ଥିଲାଜେ ସଂପତିର ଦେଖରେଖ କରିପାରବା ।

ଫରାସିରେ ମାଏଝିମାନକୁ ଇ ସମିଆଥି ତାକର ନ୍ୟାଇକ ଅଧିକାରନୁ ଅଲଗେ ରଖା ହେଇଥିଲା ଜେନଟାକି ପଛେ ୧୯୬୫ରେ ଫିରେଇ ଦିଆଜେଇଥିଲା । ଇଉରୋପରେ ବି ସ’ୁଲ ସ’ ସଦିର ପୁର୍ନଉଧାର ପରେ ମାଏଝି ସକ୍ତିର ଉତଥାନ ହେଇଥିଲା

ଅନେଇସ ସ’ ସତକ
ଅନେଇସ ସତକରେ ନାରିର ଥିତିକେ ନେଇକରି ଦାର୍ସନିକ ଜନ ସ୍ଟୁଆଟ ମାଇଲ୍ଡ ଲେଖସନ ସଭ୍ୟତା ଆର ଖ୍ରସ୍ଟିଆନ ଧର୍ମ ମାଏଝିର ଅଧିକାରକେ ହମିସା ପୁର୍ନଥାପନା କରିଆସିଛେ । ମାଏଝିଟା ପ୍ରକୃତରେ ମୁନୁସର ବଂଧୁଆଗୁତି ଆଏ ନିଅମ ହିସାବେ ଦେଖଲେ ହେନୁ କମ ନି ହୁଏ ।

ଭୋଟର ଅଧିକାର
ଅନେଇସ ସ’ ସଦିରେ ମାଏଝିମାନେ ଭୋଟ ଦେବାର ଅଧିକାର ଆର ସରକାର ଆର ନିଅମ ବନାବାରେ ଭାଗନେବାର ଲାଗି ଆଂଦୋଲନ କଲେ । ୧୮୯୩ରେ ନ୍ୟୁଜିଲାଂଡ ମାଏଝିମାନକୁ ଜାତିୟ ସ୍ତରରେ ଭୋଟ ଦେବାର ଅଧିକାର ଦେଇକରି ପହେଲା ଦେସ ବନଲା । ଅସ୍ଟ୍ରେଲିଆ ୧୯୦୨ରେ ଅଧିକାର ଦେଲା ବେଲକେ ୟୁଏସଏ, ବ୍ରିଟେନ ଆର କାନାଡା ପହେଲା ବିସ୍ୱଜୁଦ୍ଧ ପରେ ଦେଲେ ।

ଜାତିସଂଘ ଆର ମାଏଝିି ଅଧିକାର

୧୯୪୬ରେ ଜାତିସଂଘ ମାଏଝିମାନକର ଥିତିକେ ନେଇକରି ଗୁଟେ କମିସନ ବନାଲା । ୧୯୭୫ନୁ ଧରିକରି ମିଲିତ ଜାତିସଂଘ ଧାଡେ ଧାଡ ପୁରଥି ଜାକର ମାଏଝିମାନକର ସମସ୍ୟା ଉପରେ ସମ୍ମେଲନ ଉଜୁକ କରିଥିଲା । ଆଏଜତକ ଚାଏରଟା ବିସ୍ୱ ସମ୍ମିଲନି ହେଇଛେ । ପହେଲାଟା ୧୯୭୫ରେ ମେକ୍ସିକୋ ସିଟିରେ, ଦୁସରା ୧୯୮୦ରେ କୋପେନହେଗେନରେ, ତିସରା ୧୯୮୫ରେ ନାଇରୋବିରେ ଆର ସେସଟା ୧୯୯୫ରେ ବେଜିଂରେ ।

ଇ ସମିଆ ଭିତରେ କୁଡେ ସଦିର ମାଏଝି ସମାଜରେ ବଢି ଚଢି କରି ଭାଗ ନେଇଛେ ଆର ନିଜର ଅଧିକାରକେ ଜାହିର କରିଛେ । ଇ କଥାର ପ୍ରମାଣ ଦେସି ଆମେରିକା । ସଦିର ମୁଲ ବେଲକେ ଜେନ ମାତ୍ର ୫% ଟୁକେଲ ଡାକ୍ତର ଥିଲେ ୨୦୦୫ର ସର୍ଭେ ଅନସାରେ ସେନ ତାକର ସଂଖ୍ୟା ହଉଛେ ୫୦% । ଆର ବି ଟୁକେଲମାନେ, ମାଏଝିମାନେ ଅପିସ ସହଜୋଗି, ଫେକ୍ଟ୍ରି, ବେପାରରେ ବି ଜୋଗ ଦେଇକରି ନିଜର ଗୁଡେ ଠିଆ ହେଇଛନ ।

ମାଏଝିମାନକର ଚିନ୍ତା ଧାରା ବି ବଦଲି ଜେଇଛେ ସେମାନେ ରଂଧାଘରର ଚାର୍ହିକାଁଥିନୁ ବାହାରିକରି ନିଜର ଭିତରେ ଥିବାର ସୃଜନାତ୍ମକ ଚିନ୍ତା ଆର ଦଖ୍ୟତାକେ ଦୁନିଆଁ ସାଂଗେ ବାଁଟିବାରକେ ମନ କରୁଛ । ସେ ବି ଦୁନିଆର ମୁଖିଆଧାରେ ନିଜକେ ସାମିଲ କରବାରକେ ସୁଜୋଗ ଆର ଚେସ୍ଟା କରୁଛେ । ଆସୁନ ସବେ ତାହାକୁ ସ୍ୱାଗତ କରମାଁ ।

ବରଗଡ ଧନୁଜାତ୍ରା: ପୁରଥିର ସବୁନୁ ବଡ ଖୁଲା ମଚାନ

0

ବରଗଡ ଧନୁଜାତ୍ରା ଆଏଜ କୋସଲାଂଚଲ ର ସିମନା ଡେହଁକି କରି ସାରା ଦୁନିଆଁନେ ତାର ପେହଚାନ ବନେଇଛେ । ପୁରଥିର ସବୁନୁ ବଡ ଖୁଲା ମଚାନର ମାଏନତା ପାଇଛେ । ଧନୁଜାତ୍ରା ଗୁଟେ ମହାନ ନାଟ ପରଂପରା ଜେନଟାକି ସମିଆର ଧାରେ ବୁହି ବୁହି ଗୁଟେ ଅପନାର ଧାରା ବନେଇ ପକେଇଛେ । ଇ ଧାରେ ସେ ନାଟର କଲାକାରନୁ ଦେଖେନହାରି ତକ ସମକୁ ନେଇଜାଏସି ଦ୍ୱାପର ଜୁଗର ପୌରାଣିକ ମାହୋଲକେ । ଏଗାର ଦିନ ଏଗାର ରାଏତ ତକ ବରଗଡ ସହର, ଜିରା ନଏଦ ଆର ଅମାପାଲି ବନି ଜାଏସି ସତକେ ସତ ଦ୍ୱାପର ଜୁଗର ମଥୁରା, ଜମୁନା ଆର ଗୋପ । ଧନୁଜାତ୍ରାର ଉଛବିଆ ମାହୋଲ, ଫୁସ ମାସର ନିସ୍ତିଆ ପାଗେବି ବରଗଡ ସହର ଆର ତାର ଆଖର ପାଖର ଅଂଚଲକେ ଜମକେଇ ଦଉଥିସି ।

ଇତିହାସ
ବରଗଡର ଧନୁଜାତ୍ରା କେଭେ ଆର କେନ୍ତା କରି ମୁଲ ହେଲା ଇତାକେ ନେଇ କରି ଭିନେ ଭିନେ ଲୋକର ଭିନେ ମତ ଅଛେ । କିଏ ବଲସି ୧୬ସ’ ଆଡେ ମୁଲ ହେଇଥିଲା ବେଲେ କିଏ ୧୮ସ’ ବଲସି । ହେଲେ ପଚରା ଉଚରା ନୁ ଜନା ପଡସିଜେ ୧୯୪୭କେ ଇତାର ପରିକଲ୍ପନା କରା ହେଇଥିଲା ଆର ଧନୁ ସଂକ୍ରାତି ଦିନ ସୁବ ଦିଆ ହେଇଥିଲା । ବିଧି ଅନସାରେ ୧୨ ଜାନୁଆରି ୧୯୪୮, ଫୁସ ମାସର ସୁକ୍ଲ ପଖ୍ୟ, ସସ୍ଟି ତିଥି ସୁକୁରବାର ଦିନ ପୁର୍ବ ଭାଦ୍ରପଦ ନଖ୍ୟତ୍ରରେ ବରଗଡର ପହେଲା ‘ଦିବ୍ୟ ମହୋଛବ ଧନୁଜାତ୍ରା’ ମୁଲ ହେଇଥିଲା ଆର ୨୬ ଜାନୁଆରି ୧୯୪୮, ଫୁସପୁନି, ସମା’ର ଦିନ ସକାଲର ୯ ବଜେ ସେସ ହେଇଥିଲା । ଇହାଦେ ଜେନ ସରକାରି ଉଁଚା ବାଲିକା ବିଦ୍ୟାଲୟ ଅଛେ ଠିକ ପୁଲିସ ଟେସନ ସାମନେ, ହେନ ପହେଲା ଧନୁଜାତ୍ରା ହେଇଥିଲା ବଲି କହେସନ । ଜାତ୍ରା ମୁଲ କଲା ବେଲକେ ଆଘୋନୁ ସ୍ୱର୍ଗତ ଚନ୍ଦ୍ରମଣି ଦାସ ଆର, ଆର ଝନାଦୁ ମଥୁରା ଜେଇକରି ସେନୁ ଦେଖି ଆସିକରି ଇ ଜାତ୍ରାର କଲ୍ପନା କରିଥିଲେ । ଜେନମାନେ ପହେଲା ଉଜୁକ କରିଥିଲେ ସେମାନେ ହେଲେ:
୰ଚକ୍ରଧର ନାୟକ (କାଂଗାଲି ନାୟକ), ୰କୃସ୍ନ ଚନ୍ଦ୍ର ନାୟକ, ୰ତିଲ ପ୍ରଧାନ, ୰ରୁସଭ କର, ୰ ଲଖ ପ୍ରଧାନ, ୰ ଅପର୍ତି ପାଣିଗ୍ରାହି, ୰ ବୃନ୍ଦାବନ ବିସି, ୰ ବିପିନ ସରାଫ, ୰ ଗୋପାଲ ସରାଫ, ୰ମୁନୁ ବାରିକ, ୰ କିସନ ଡାଏବର, ୰ରଘୁମଣି ଦାସ, ୰ରତନ ଦର୍ଜି, ୰ବିପିନ ସାହୁ, ୰ କପିଲେସ୍ୱର ଦାସ, ୰ ବସନ୍ତ ଦାସ, ୰ସଂକର ଦାସ, ୰ବଂଧୁ ମାହାପାତ୍ର, ୰ଲଖ୍ୟପତି ଦାସ, ୰ଚଂଦ୍ରମଣି ଦାସ, ୰ଧନୁ ପଧାନ, ୰ଭୁଲକୁ ସାହୁ, ୰ଛାଲ ମାସ୍ଟ୍ରେ, ୰ନରେନ୍ଦ୍ର ସରାପ, ୰ରାହାସ ସରାପ, ୰ରାମକୃସ୍ନ ହୋତା, ୰ରାଖି ସାହୁ, ୰ଲଲିତ ମୋହନ ସାହୁ, ୰ଲଲିତ ଦାସ, ୰ସିବ ବରେଇ, ୰ଧନପତି ବିରତିଆ, ୰ଗଜପତି ବିରତିଆ, ୰ନିଲମଣି ପୁଜାରି, ୰ସଦାସିବ ସଡଂଗି, ୰ବିସ୍ନୁ ପଧାନ, ୰ରାମ ଭୋଇ, ୰ଉଡାନ ପୋଡ, ୰ଘାସି ପଧାନ ଆଦି ।

ମଝି ୧୯୫୩-୫୪ ଆଡେ ବଛରଦୁ ଲାଗି ଜାତ୍ରା ବଂଦ ହେଇଜେଇଥିଲା ଆର ୧୯୬୧ ନୁ ଫେର ମୁଲ କରାହେଇଥିଲା । ପହେଲା ପହେଲା ଜାତ୍ରା ପଂଦର ଦିନ ତକ ହଉଥିଲା । ଫେର ୧୯୬୨ରେ ଚିନ ଜୁଦ୍ଦ ବେଲକେ ଜାତ୍ରାକେ ୧୨ ଦିନ କରାହେଲା । ୧୯୬୪ରେ ରାଏଜଭର ଛାତ୍ର ଆଂଦୋଲନ ବେଲକେ ୧୧ ଦିନିଆ କରାହେଲା । ୧୯୭୪-୭୫ ବେଲକେ ମରଡି ପଡିଥିଲା ବଲି ଜାତ୍ରାକେ ସାତ ଦିନେ ସାରି ଦିଆହେଲା ।

ପିଠ ଭୁଇଁ ଆର ଉଦେସ୍ୟ
ହେ ସମିଆକେ ବରଗଡ ଅଂଚଲ ନ ‘ଲିଲା’; କୃସ୍ନ ଲିଲା, ରାମ ଲିଲା, ଭରତ ଲିଲା, ସବର ଲିଲା ଆଦିର ବଡା ଜୋର ସୋର ଚଲନ ଥିଲା । ଏତେ କିସମର ଲିଲା’ର ଚଲନ ଥିଲେ ବି କୃସ୍ନଲିଲାକେ କାଁଜେ ବଛା ହେଲା ? ଇ ତାର ପଛାଡେ ବି ଉଦେସ୍ୟ ଅଛେ ବଲି ସବୁ ଥର ଧନୁଜାତ୍ରାକେ ଲଲିତ ସାହୁ କହୁଥିଲେ ଜେ ବରଗଡ ଧନୁଜାତ୍ରା ସାଂଗେ ଭାରତର ସ୍ୱାଧିନତା ସଂଗ୍ରାମ ଜଡିତ ଅଛେ । ଇଂରେଜ ସାସନ ବେଲକେ ବରଗଡ ଇଂରେଜମାନକର ଗୁଟେ ଆଡ୍ଡା ଥିଲା । ସେ ବେଲର ବରଗଡ ଇହାଦେର ପଦମପୁର ଆର ନୁଆଁପଡା ତକ ଲମିଥିଲା । ସେ ସମିଆକେ ଇଂରେଜମାନକର ଉଢାରେ ବେପାରିମାନେ ଗରିବ-ଦୁଖିମାନକର ସାଂଗେ ଅନିଏ କରୁଥିଲେ । ଜେନ୍ତା ଇଂରେଜମାନକର ଆଡ୍ଡା ବନିଥିଲା ବରଗଡ ହେନ୍ତା ସ୍ୱାଧିନତା ସଂଗ୍ରାମିମାନେ ବି ଜୋଟ ଖଉଥିଲେ । ବାଏଲଟିକ୍ରାର ଫକିରା ବେହେରା, ଦୟାନନ୍ଦ ସତପଥି, ମାନପୁରର ଘନସ୍ୟାମ ପାଣିଗ୍ରାହି, ଗଣନାଥ ପାଣିଗ୍ରାହି, ଚନ୍ଦ୍ରସେଖର ପାଣିଗ୍ରାହି, ବରପାଲିର ଭାଗିରଥି ପଟନାଏକ, ଜମ୍ବୋବତି ପଟନାଏକ, ସମଲେଇ ପଦର’ର ପାର୍ବତି ଗିରି, ବରଗଡର ପ୍ରଭାବତି ଦେବି, କମଗାଁ’ର ବିରଂଚି ପ୍ରଧାନ ସାଂଗେ ପାଏନମୋରା’ର କେତନି ସ୍ୱାଧିନତା ଲାଗି ସଂଗ୍ରାମି ବନିଥିଲେ । ବରି ଆସ୍ରମର ମାଲତି ଚୌଧୁରି, ସମଲପୁରର ଲଖ୍ମି ନାରେନ ମିସ୍ର, ନରସିଂ ଗୁରୁ ଆଦି ଇମାନକୁ ପ୍ରେରଣା ଦଉଥିଲେ । ଇମାନକର ଛଡା ଅଧେ ଲୁକନ୍ୟା ଇମାନକୁ ସାହେଜ କରୁଥିଲାବେଲକେ ଇଂରେଜମାନକର ଚାଟୁକାର ବନିକରି ବେପାରିମାନେ ଇମାନକର ଗତିବିଧି ବାବଦରେ ଇଂରେଜମାନକୁ ଜନଉଥିଲେ । ଜେନଥିର ଲାଗି କିି ସାଧାରଣ ଲୋକ ରିସମି ହଉଥିଲେ ହେଲେ ଡରହେ କହି ନି ପାରୁଥେଇ । ଫେର ଅଗସ୍ଟ ୧୫, ୧୯୪୭କେ ଦେସ ସ୍ୱାଧିନ ହେଲା । ଦେସେ ଚାର୍ହିଆଡେ ଇଛବ, ଆନନ୍ଦ । ହେନୁ ବରଗଡ ହେଲେ କେନତେହି ତଲି ପଡତା । ହେଲେ ବରଗଡିଏ ଏନ୍ତା ହିସାବେ ସେ ଉଛବ ମନାବାର ଚାହୁଁଥିଲେ ଜେନେ କି ତାକର ମନ ଭିତରେ ଚାଟୁକାରମାନକର ଲାଗି ଦବି ରହେଲା ସେ ରାଗରୋସକେ ବି ଜାହିର କରବାର ଚାହୁଁଥିଲେ ।

ଉଡିସାନେ ପୁରଭୁଁ ଚଲିଆଏଲା ମୁଗଲ ତାମସା ଢାଁଚା ନ ଇତାକେ ସହଜ ହିସାବେ କରିହେବା ବଲି ତୟ ହେଲା ଆର ଫେର ଧିରେ ଧିରେ ମାଜି ହେଇ ହେଇ ଆଏଜକା ଖୁଲା ମଚାନ ରୋପ ଧରିଛେ । କୃସ୍ନ ଆର ବଲରାମକେ ଚାସି, ମୁଲିଆର ପ୍ରତିକ ବଲିକରି ଧରିନେଲା ବେଲକେ ଅତ୍ୟାଚାରି କଂସାସୁରକେ ଇଂରେଜ ଆର ଚାଟୁକାର ବେପାରି ଗୁସ୍ଟିକେ କଂସର ପାତ୍ରମଂତ୍ରି ହିସାବେ ଚିତରା ହେଲା । ଅପର୍ତି ପାଣିଗ୍ରାହି ଆର କାଂଗାଲି ନାଏକକର ପରିକଲ୍ପନା ସମକିରର ମନକେ ଆଏଲା । ହେଲେ ଇନ ଗୁଟେ ସମସ୍ୟା ବାହାରଲା ଜେ ଜେନ ବେପାରି ଗୁସ୍ଟିକକେ ସେମାନେ ଦେଖାବାରକେ ଚାହୁଁଥିଲେ ଜେ ଭାରତ ସ୍ୱାଧିନ ହେଲା ନ ଆର ସେମାନେ ତାକର ଅଧିନରେ ନେଇଁ ନ । ହେଲେ ଇଟା ସେତେବେଲେ ସଂଭବ ଆଏ ଜେତେବେଲେ ସେ ବେପାରିମାନେ ନାଟ ଦେଖବେ । କାହାକେ ତ ଜବରନ ନାଟ ଦେଖିଚାଲ ବଲି ନି ପାର । ଇ ବେଲକେ ଅପର୍ତି ପାଣିଗ୍ରାହିକର ମତ ଦେଲେ ଜେ ବେପାରିମାନକର ଘର ସାମନେ ଜେଇକରି ନାଟ କଲେ ସେମାନେ ଦେଖବାରକେ ବାଧ୍ୟ ହେବେ । ତାରପରେ ଖାଲି ଜେ ଗୁଟେ ବେପାରି ଚାଟୁକାର ଥିଲା ହେନ୍ତା ନେଇସେ, ଗୁରଦୁଟେ ବେପାରି ଥିଲେ ଆର ସମକିରର ଘର ସାମନେ ନାଟ କରବାର ଥିଲା । ସେ ସମିଆର ଦରକାର ହିସାବେ ମୁଲ ହେଲା ଚଲତି ମେଲା ରଂଗ ମଚାନ । ଜେନ କି ଚରିତ୍ର ମାନକର ସାଂଗେ ମଚାନ ବଦଲୁଥିବା ଆର ଚଲତି ମଚାନ ସାଂଗେ ଦେଖେନହାରି ବି ଚାଲୁଥିବେ । ଆଘୋନୁ ବରଗଡ ଧନୁଜାତ୍ରା ବାଗିର କେଭେ କେନସି ନ ଇ କିସମର ମଚାନ’ର ପରିକଲ୍ପନା କିହେ ନି କରିଥେଇ କି କେନସି ନାଟ ସାସତ୍ର ଥି ବି ଲେଖା ନି ହେଇ । ମୁଲଦିନୁ କଂସ ମାହରାଜ ହେନ୍ତା ପାତ୍ରମଂତ୍ରି ସାଂଗେ ଘୁଡା ଥି ନଗର ବୁଲୁଥିଲେ ଫେର ୧୯୫୦ ନୁ ଘୁଡାର ବଦଲା ହାତି କରାହେଲା । ଇ ଘୁଡା, ହାତି ଆର ବଜା ସବୁ ବିଜେପୁର, ଭେଡେନ, ବରପାଲି ଜମିଦାର ଘରୁ ଆସୁଥିଲା ।

ଧନୁଜାତ୍ରାର ନାଟ ଆର ଚରିତ୍ର
ଜଦି ବି ଧନୁଜାତ୍ରାରେ ଜାତ୍ରା ସବ୍ଦ ଅଛେ ତଥାପି ଜାତ୍ରା’ର ଗୁଣମାନେ ଧନୁଜାତ୍ରାନେ ନେଇଁ ନ । ଇ ଉଛବର ବିସେସତା ଇଟାଜେ ନାଟକର ସବୁ ଅଧ୍ୟାୟ ସହରର ଭିନେ ଭିନେ ଠାନେ ଅଭିମଂଚିତ ହେଇକରି ତାକେ ପୁରଥିର ସବୁନୁଁ ବଡ ଖୁଲା ମଚାନ ନାଟକ ବନିପାରିଛେ । ଇ ନାଟକର କଥାବସ୍ତୁ ପୌରାଣିକ ଆଏ ଆର ସ୍ରିମଦ ଭାଗବତ ଗିତାକେ ଉଧା କରିକରି ଚାଲସି ନାଟକ । ଦେବକି-ବାସୁଦେବ ର ବିହାଘର ନୁ ମୁଲହେଇକରି କଂସର ମରନ ଆର ଉଗ୍ରସେନର ରାଜ୍ୟଭିସେକ ତକ ଅଭିମଂଚନ ହେସି ।
ରାଧାକୃସ୍ନ ମଂଦିର ବନସି କଂସର ଜେଲଖାନା, ବେଣୁବାବା ମଠ ହେସି ନନ୍ଦର ଘର, କାଲିଆ ଦଲନ ଆର ନାବକେଲି ହେସି ଜୁଡେ ବଂଧେ, ଆମ୍ବେଦକର ଛକେ ଗୋପିମାନେ କୃସ୍ନକେ ମନା କରସନ ମଥୁରା ନେଇଁ ଜ ବଲି, ସୁଦାମା କେ ଜର୍ଜ ହାଇସ୍କୁଲ ନ ଭେଟସନ କୃସ୍ନ ଆର କୁବଜାକେ କାଲି ମଂଦିର ଛକେ ଠିକ କରସନ । ଏନ୍ତା ହିସାବେ ନାଟକଟା ଉତାରକେ ଉତାର ମଂଚିତ ହେସି ।

ଇ ନାଟକରେ କଂସର ଦରବାର ନ ସବୁ ନୁ ମୁଖିଆ ଘଟଣାମାନେ ଘଟସି । କଂସର ଦରବାର ଗୁଟେ ଦସ ଫୁଟ ଉଁଚାର ମଚାନ । ସବୁ ଦିନ ବେଲବୁଡେ କଂସର ଦରବାର ବସସି । କୃସ୍ନକେ ମାରବାର ଲାଗି କିସମ କିସମ ସଡଜଂତ୍ର କାରାହେସି ଆର ମନୋରଂଜନ ଲାଗି ଭିନେ ଭିନେ ଅଂଚଲନୁ ଆଏଲା କଲାକାରମାନେ ନାଚ ଗିତ ଦେଖାସନ ।
ଇ ଜାତ୍ରାର ଆର ଗୁଟେ ବଡ ବିସେସତା ହଉଛେ ଅଲଗ ଅଲଗ ଠାନେ ଏକେସାଂଗେ ମଂଚନ ହେସି ଭିନେ ଭିନେ ଅଧ୍ୟାୟ । ଗୁଟେ ଆଡେ ମଥୁରା ନ କଂସର ଦରବାର ଚାଲିଥିଲେ ସେ ଆଡେ ଗୋପ ନ ବି କୃସ୍ନଲିଲା ଚାଲିଥିସି । ଉଜୁକକର୍ତାମାନେ ଜହ ଲୋକ ଦେଖି ପାରବେ ବଲି ସମିଆ ସେ ହିସାବେ ତୟ କରିଛନ, ଉପରବେଲି ୨ ବଜେ ନୁ ବେଲବୁଡାର ୯ ବଜେତକ ମଥୁରା ବେଲକେ ଦୁଇ ପହରର ୧ ବଜେ ନୁ ବେଲବୁଡାର ୬ ବଜେ ତକ ଗୋପ ନ ନାଟକ ଚାଲସି । ଜେନ ମାନେ ଇ ଜାତ୍ରାର ଭିନେ ଭିନେ ଚରିତ୍ରଥି ଅଭିନୟ କରସନ, ସେମାନେ ପୁରା ଜାତ୍ରାର ମୁଲୁ ସେସ ସେ ଚରିତ୍ରରେ ହିଁ ରହେସନ ।

ସୁରେନ୍ଦ୍ର କୁମାର ହୋତା, ବରଗଡ

ବୁଲାକିର ଡାଏରି ନୁ ସମଲେଇ ଆର ସମଲପୁର

0

ସମଲେଇ ପିଠ କେତନି ପୁରନା ଆର ସମଲେଇ ଦେବି କାହିଁ କେତେ ଦିନୁ ଇନର ମୁଲ ଅଧିବାସିମାନକର ନୁ ପୁଜା ପାଇ ଆସୁଛେ । ଭାରତ ଆର ଭାରତ ବାହାରେ ସମଲପୁର, ତାଂତ୍ରିକ ବୌଧ ଧର୍ମ ର ପ୍ରଚାର ପ୍ରସାର ସାଂଗେ ଜଡିତ । ଇଠାନେ ପିଟୋପାଦ ସାମ୍ବର ତଂତ୍ର ରଚନା କରିଥିଲେ ଆର ସେ ଅଦୃସ୍ୟ ହେବାର ସିଦ୍ଧି ବି ପାଇଥିଲେ । ଅସ୍ଟମ ସଦି ର କେନ ଗୁଟେ ସମିଆଁ ଥି ଇଂଦ୍ରଭୁତି ସମ୍ବଲକା (ସମଲପୁର) ର ରଜା ଥିଲେ ଆର ସେ ତାଂତ୍ରିକ ବୌଧ ଧର୍ମ ର ପ୍ରଚାରକ ଥିଲେ । ସେ ‘ଗ୍ୟାନସିଦ୍ଧି’ ର ଲେଖକ ଥିଲେ । ତାକର ବୁହେନ ଲଖ୍ମିଂକରା ବି ତାଂତ୍ରିକ ବୌଧ ଧର୍ମ ଥି ପୁଖତ ଥିଲେ । ଲଖ୍ମିଂକରା ୮୪ଟା ସିଦ୍ଧଗୁରୁ ଭିତରୁ ଝନେ ବଲି ମନାଜାଏସି ଆର ତାଂତ୍ରିକ ବୁଦ୍ଧ ଧର୍ମ ର ସହଜଜାନ ବାହାର କରିଥିଲେ ଆର କେତନି ପ୍ରସିଦ୍ଧ ଥିଲେ । ମଧ୍ୟ ଜୁଗ ବେଲକେ ସମ୍ବଲ/ସମ୍ବଲକା (ସମଲପୁର) ଗୁଟେ ପ୍ରସିଦ୍ଧ ତାଂତ୍ରିକ ବୌଧ ଧର୍ମ ର ପିଠ ଥିଲା ।
ଇଂଦ୍ରଭୁତିଂକର ବଜ୍ରଜାନ ଆର ଲଖ୍ମିଂକରାଂକର ସହଜଜାନ ଅସ୍ଟମ ସଦି ଆଡକେ ବନେ ଫଏଲିକରି ଗୁଟେ ତାଂତ୍ରିକ ସଂସ୍କୃତି ର ଚଲନ ଚଲେଇ ଦେଇଥିଲା । ଅନୁମାନ କରାଜାଏସି ଜେ ସମଲେଇ ପିଠ ବି ସେନୁ ଅଛିଆଁ ହେଇ ନେଇଁ ରହି । ମଂଦିର ର ଗରଭ ଘରେ ଜେନ ଭୟାନକ ବିନ ଆକାର ର ପଖନ ର ମଝା ନ ଆଏଁଖ ବାଗିର ଦୁଇଟା ସୁନା ର ପତର ଆର ଗାଏ ଟୁଁଡ ବାଗିର ଆକାର ତଂତ୍ର ର ପ୍ରଭାବ ଅଛେ ବଲି ଅନୁମାନ କରାଜାଏସି । ଇ ସଂଦର୍ଭ ରେ ଗର୍ଭଗୃହ ର ସାମନା ରେ ଜେନ ହଲ ଅେଛେ ସେନ ସାରେ ମୁନୁସ ପାହା ର ଚିହ୍ନା ଗୁଟେ ପଖନ ପିଁଢା ଥି ଆଠଟା ପାଖୁଡା ବାଲା ପଦ୍ମ ଥାଲି ଆକୃତି ର ତାର ଦୁହି ତରା କେ ଖୁଦା ହେଇଛେ ।

ଇ ପାହା ଚିହ୍ନା କେ ସିତଲ ମାତା ବଲି ପୁଜା କାରାହେସି । ଇ ପ୍ରକାର ପାହା ଚିହ୍ନା ଘୁଡାର, ରାନିପୁର-ଝରିଆଲ ଆର ନରସିଂଗନାଥ ନ ଦେଖବାର କେ ମିଲସି । ବିସ୍ୱାସ କରାଜାଏସି ଜେ ତାଂତ୍ରିକ ଧର୍ମିମାନେ ସିଦ୍ଧାଚାର୍ଜ୍ୟକର ପାହା ଚିହ୍ନା ପୁଜା ଅଢୁଆ ଚଲୁଥିଲା । ଦୁସରା ଭାସା ରେ କହେଲେ ସମଲପୁର ୨ୟ ରୁ ଅସ୍ଟମ ସତାବ୍ଦି ଭିତରେ ତାଂତ୍ରିକ ବୌଧ ଧର୍ମ ର ବଡ ପିଠ ଥିଲା ଆର ତେର’ସ ତକ ବି ଥିଲା ହେଲେ ଫାଁକି ବସି ଥିଲା ନ ।

ଲଂକାପୁରି ର ରଜା ଜଲେନ୍ଦ୍ରକର ପୁଓ ସିବୋଲା କେ ବିହା ହେଇଥିଲେ ଲଖ୍ମିଂକରା । ହେଲେ ଲଖ୍ମିଂକରା ତାକର ତାଂତ୍ରିକ ସାଧନା ଜାରି ରଖଲେ ଆର ସେ ଜାଗା ମହାଜୋଗ ପିଠ ନାଁ ରେ ଚାର୍ହିଆଡେ ଖ୍ୟାତି ବଢଲା । ସାତ ବରସ ତକ ସାଧନା କରି କରି ସିଦ୍ଧି ପେଇଥିଲେ ଆର ଭଗବତି ଲଖ୍ମିଂକରା ବା ଦେବି ଲଖ୍ମିଂକରା ନାଁ ଥି ଦୁନିଆଁ ଭର ପ୍ରସିଦ୍ଧି ପେଇଥିଲେ ।

ଇତିହାସକାରମାନେ ମତ ଦେସନ ଜେ ଲଂକା ବା ଲଂକାପୁରି ଆଧୁନିକ ସୁବର୍ଣ୍ଣପୁର ଏ । ସେ ହିସାବେ ଲଂକେସ୍ୱରି ବି ଲଖ୍ମିଂକରା ହେଇଥେଇପାରନ ବଲି ଅନୁମାନ କରାଜାଏସି । ଫେର ଘାଏ ଲୋକ କଥାମାନେ ବି ସୁନବାର କେ ମିଲସି ଜେନ ନ କି ସମଲେଇ ଆର ଲଂକେସ୍ୱରି ଗୁଟେ ଆନ ବଲି ବର୍ଣ୍ଣନା ଅଛେ । ଜଦି ଲଖ୍ମିଂକରା ଆର ଲଂକେସରି ଗୁଟେ ଆର ଲଂକେସରି ଆର ସମଲେଇ ବି ଗୁଟେ ଆନ ବଏଲେ ଲଖ୍ମିଂକରା ଆର ସମଲେଇ ବି ଗୁଟେ ଆନ ଜାହାକେ କି ସମଲପୁର ର ଲୋକ ପୁଜା କରସନ ।

ଲୋକ କଥା

୧୫୪୦ ନୁ ୧୫୪୭ ଭିତରେ ସ୍ୱତଂତ୍ର ପାଟନା ରାଏଜ କେ ନରସିଂଗ ଦେବ ସାସନ କରୁଥିଲେ । ତାକର ରାଜଧାନି ଇହାଦେ ର ପାଟନାଗଡ ପାଖେ ମାୟାବତି ନଏଦଖଁଡି ଥିଲା । ସୁନବାର କେ ମିଲସି ଜେ ସରାବନ ମାସର ଅଁଧାର ପଖେ ଝୋ ଝୋ ଝଁକେର ଧରିଥେ ଆର ନରସିଂଦେବ କର ରାନି ଗରଭ ଦୁଖ ଥି ବଡା ଛଟକୁଥାନ; ତାକର ଜିବନ ବିପଦ ଥି ଥିଲା । ସେ ବେଲକେ ପୁଖତ ଧେଇ ଗୁଟେ ମାୟାବତି ନଦି ର ଆର ପିଠି ରହୁଥିଲା । ହେଲେ ଝଁକେର ର ମାଡକେ ନଏଦ ଫୁଲି କରି ବଡା ଡରଡରନିଆ ହେଇଥାଏ । ହେଲେ ବଲରାମ ଦେବ ନଏଦ ଲହଁକି କରି ସେ ପିଠ କେ ଜେଇକରି ଧାଇ କେ ନିଜର ଖଂଦେ ବସେଇ କରି ଆନଲେ । ଧାଇ ରାନି କେ ଉପଚାର କଲା ଆର ରାନି ଗୁଟେ ସୁଂଦର ପିଲା ଜନମ ଦେଲେ ଜାର ନାଁ ପଛେ ହମିର ଦେବ ରଖା ହେଲା । ରଜା ନରସିଂଦେବ ତାକର ଭାଇ ର ସେବା ଥି ଖୁସ ହେଇକରି ତାହାକୁ ବଢେ ଜାବର ଜମିନ ଦେଲେ ଜେନଟା କି ‘ହୁମ ଦେସ’ ନାଁ ଥି ଜନାଗଲା ଆର ପଛେ ‘ସମଲପୁର ରେଜ’ ।

ନିଜର ବିରପନ ଥି ବଲରାମ ଦେବ ଜେତେବେଲେ ଅଲଗା ଅଲଗା ଇଲାକା ମାନକୁ କବଜା କରି ବସଲେ ରଜା ନରସିଂଦେବ କାବୁ କରବାରଲାଗି ସୈନ୍ୟ ପଠାଲେ ହେଲେ ତାକର ସନ୍ୟମାନେ ହାରିଗଲେ । ତେତକେ ରଜା ନିଜେ ଜୁଦ୍ଧ ର ଡକରା ଦେଲେ ଆର ଅଂଗନଦି ଖଁଡି ସାଲେଭଟା ନ ଡେରା ପକାଲେ । ଇଆଡେ ବଲରାମ ଦେବ ଚେରୁପାଲି ନ ଡେରା ପକାଲେ । ଇ ଜୁଦ୍ଧ ର କଥାଟା ରାଜମାତା କେ ବାଧଲା । ରାଜମାତା ତାକର ଦୁହି ପୁଓ ନରସିଂ ଦେବ ଆର ବଲରାମ ଦେବ କେ ଅଂଗ ନଦି ର ଖଁଡି କଲାପଥର ବଲି ଗୁଟେ ଠାନେ ଠିଆ ହେଇକରି ବଏଲେ, ଇ କଲାପଥର ଟା ତମର ଦୁହି ଲୁକର ରାଏଜ ର ସିମା ଏ, ଇଟାକେ ଜିଏ ଡେହଁକିବା ଆର ଜୁଦ୍ଧ କରବା ସେ ତାର ମାଁ କେ ହରନ କଲା ସାଂଗେ ସମାନ ଆଏ । ସେନୁ ଜୁଦ୍ଧ ବଂଦ ହେଇଗଲା । ନରସିଂଦେବ ଆର ରାଜମାତା ପାଟନାଗଡ ଫିରି ଆଏଲେ ଆର ବଲରାମ ଦେବ କନଗାଁ ଗଡ କେ । ଇ କଥା କେ ସାରଂଗଗଡ ର କବି ପ୍ରହଲ୍ଲାଦ ଦୁବେ ତାକର ଜୟଚନ୍ଦ୍ରିକା କାବ୍ୟ ଥି ବଁଣିହା ହିସାବେ ବର୍ଣ୍ଣନା କରିଛନ:
ମାତା ସହିତେ ଆପହିରାଜା ତାହୁଂଚାବତ କୋ ଆୟେ
ନଦି ବହ୍ମନି ସେ ରୁପମାତା ପୁତ୍ରହି ସତ୍ୟ କରାୟେ
ନଦି ନାକି କୋ ସିମା ଚପଲେ ସୁନୋ ପୁତ୍ର ତୁମ ଦୁଇ
ମେରା ହରନ ଦୋସ ସୋ ପୈହୈ ବଚନ ତାଗିୟେ ମୋଇ
ଭାତ୍ରମାତା ଦୋଉ କୋ ବନ୍ଦେ ଚଲେ ଦେବ ବଲରାମା
ଜୈସ୍ଠ ଭ୍ରାତ ମାତ ହୈ ପହୁଁଚେ ପୁନିପୁର ପାଟନା ଧାମା

ବଲରାମ ଦେବକର ସବୁନୁ ଜୁନହା ରାଜଧାନି ହଉଛେ କନଗାଁ । ଇତାର ପରେ ବରଗଡ ଆର ନୁଆଁଗଡ କେ ରାଜଧାନି ବନେଇଥିଲେ । ସେସେ ସମଲପୁର କେ ରାଜଧାନି ବନେଇଥିଲେ ।

ସେ ଦିନୁ ନରସିଂଦେବ ପାଟନାଗଡ ଆର ବଲରାମ ଦେବ ହୁମ ଦେସ ର ରଜା ହେଲେ ଆର ଜୁଡେ ଅଲଗ ଅଲଗ ରାଏଜ ବନଲା । ବଲରାମ ଦେବ ୧୫୪୦ ରୁ ୧୫୫୭ ତକ ହୁମ ଦେସ ର ରଜା ଥିଲେ ବଲି ଇତିହାସକାର ମାନେ କହେସନ ।

ବଲରାମ ଦେବ ଚୌହାନ ବଁସ ର ନିହି ହୁମ ଦେସ ନ ପହେଲା କରି ଇହାଦେ ର ବରଗଡ ପାଖେ ଜିରା ନଦି ର ଡେବରି ମୁହଁ ନ ନିଜର ରାଜଧାନି ଥାପନା କରିଥିଲେ । ଫେର ପଛେକା ସାସନ ର ସୁବିଧା ଲାଗି ରାଜଧାନି କେ ବାରପାହାଡ ପର୍ବତମାଲା ପାଖେ ନୁଆଁଗଡ କେ ନେଇଥିଲେ ଆର ସେନୁ ଫେର ଚାଉଁରପୁର ନ ତାକର ଡେରା ଲଗେଇଥିଲେ । ବଲରାମ ଦେବ ଗୁଟେ ଭଲ ଜୁଦ୍ଧା ସାଂଗେ ସାଂଗେ ସିକାର ସଉକିଆ ବି ଥିଲେ ।

ସୁନବାର କେ ମିଲସି ଜେ ଦିନେ ପରେ ରଜା ସିକାର ଲାଗି ମାହାନଦି ର ଆର ପିଠି ବୁଲୁଥାନ ଆର ଅଚାନକ ଗୁଟେ ଖରା ଦେଖଲେ କି ତାକର ସିକାରି କୁକୁରମାନକୁ ତାର ପିଛା ଥି ଲଗେଇ ଦେଲେ । ହେଲେ ଟିକେ ବାଗିର କୁଦେଇଛନ କି ନେଇଁ ସିକାରି କୁକୁର ମାନେ ଉଲଟିଆ ଡର୍ହେ ନରଦିତେଲ ପଲେଇ ଅଉଥାନ । ଦେଖଲେ ଖରା ହିଁ କୁକୁରମାନକୁ ଖେଦି ଆନୁଥାଏ ଆର ସେସକେ ମାହନଦି ର ଡେବରି ମୁହଁ ନ ଗୁଟେ ବଢେ ଜାବର ସେମେଲ ଗଛ ତଲେ ଉଭାନ ହେଇଗଲା । ରଜା ଇ ଦୃସ୍ୟ ଦେଖିକରି ଚମକି ପଡଲେ ଆର ଭାବଲେ ଇଠାନେ ନିସଚେ କିଛି ଦୈବି ସକ୍ତି ଅଛେ । ରଜା ଡେରା କେ ଫିରି ଆଏଲେ । ସେ ରାତି ରଜା ଗୁଟେ ଅଦଭୁତ ସପନ ଦେଖଲେ, ସପନ ଥି ମାଁ ସମଲେଇ ଉଭା ହେଇକରି ବଏଲେ “ମୁଇଁ ଗୁମା ଦର୍ହ ନ ରହୁଛେଁ ତୁଇ ମତେ ଆନିକରି ସେମେଲ ଗଛ ତଲେ ମଂଦିର ବନେଇକରି ଥାପନା କର” । ଏତକି କହି କରି ମାଁ ଉଭା ହେଇଗଲେ । ଧାର୍ମିକ ଆର ସାସନ ସୁବିଧା ଲାଗି ଆର ଦିନ ସକାଲୁ ବଲରାମ ଦେବ ମାହନଦି ର ଡେବରି ମୁହଁ ନ ନିଜର ରାଜଧାନି ଥାପନା କରବାର ଲାଗି ତୟ କରିନେଲେ । ସେ ମାଁ ସମଲେଇ କେ ସେମେଲ ଗଛେ ପାଖେ ଗୁଟେ ମଂଦିର ବନେଇକରି ସେନ ତାର ଥାପନା କଲେ । ସେ ବେଲକେ ସମଲପୁର ଗୁଟେ ଛୋଟ ଗାଁ ଥିଲା । ସମଲେଇ ମଂଦିର ୧୬ସ ସତାବ୍ଦି ର ମଝା ଆଡକେ ବନା ହେଇଛେ ବଲି ଜନାପଡସି । ଆର ଫେର ଘେ ୧୬୫୭ ରୁ ୧୬୬୫ ଭିତରେ ଛତ୍ର ସାଏ ମଂଦିର କେ ନୁଆଁ କରି ବନେଇଥିଲେ ଆର ମଂଦିର ର ଦେଖରେଖ କରବାର ଲାଗି ସେବାୟତ ମାନକୁ ୪୦ଟା ଗାଁ ଦେଇଥିଲେ । ସେ ଭିତରୁ କିଛି ଗାଁ ର ନାଁ ହେଲା ଜୟଘନ୍ଟ, କଲାମାଟି, ଆମସଡା, କଟାପାଲି, ନୁନିଆ ଜାମପାଲି, କରପୁଲ, ଚାଉଁରପୁର ଆଦି । ଇତିହାସକାରମାନେ ଇଟା ବି କହେସନ ଜେ ବଲରାମ ଦେବ ମଂଦିର ବନାବାର ଆଘୋନୁ ସମଲେଇ ଦେବି ର ପୁଜା ସେନର ଆଦିବାସି ମାନେ ୩ୟ ସତାବ୍ଦି ନୁ କରତେଲ ଅଉଥିଲେ ।

କଲାପାହାଡ କଥା
କଲାପାହାଡ ବଂଗାଲ ନବାବ ର ସେନାଧକ୍ଷ ଥିଲା । ସେ ଉଡିସା ଆକ୍ରମଣ କଲାବେଲକେ ସମଲପୁର ବି ଆସିଥିଲା ଆର ଦୁର୍ଗାପାଲି ନ ତାର ଡେରା ପକେଇଥିଲା । ସେ ଖାଲି ମଂଦିର ମାନକୁ ଧସକଉଥିଲା ଆର ସେନର ସୁନା-ରୁପା ସଂପତି ବୁହି ନଉଥିଲା । ସମଲପୁର ଆସବାର ଆଘୋନୁ ସେ ପୁରି ର ଜଗନ୍ନାଥ ମଂଦିର କେ ବି ଜାଇଥିଲା ଆର ସେନର ସୁନା-ରୁପା ସବୁ ବୁହି ନେଇକରି ମଂଦିର କେ ଛାରଖାର କରିଦେଇଥିଲା । ମାହପୁରୁ ର ମୁର୍ତିକେ ସେ ପୁଡେଇ ଦେଇଥିଲା । ହେଲେ ସମଲପୁର ର ସମଲେଇ ମଂଦିର କେ ସେ ଟାମଡି ବି ନି ପାରଲା ବଲି ଲୋକ କଥା ମାନେ ସୁନବାର କେ ମିଲସି । ଦିନେ ବେଲବୁଡିଆ ପରେ କଲାପାହାଡ ର ଡେରା କେ ସୁଂଦର ଧାଂଗରି ଟୁକେଲ ଗୁଟେ ଦହି, ଗୁରସ, ଛେନା ଆର ଏନ୍ତା ଗୁରସ ର ବନାଲା ସାମାନ ମାନେ ବିକି ଆନିଥିଲା । କଲାପାହାଡ ର ସନ୍ୟମାନେ ସେ ଖାନା ମାନେ ଘିନଲେ ଆର ଖାଇ ଆନଲେ ଜେ କାଣା ବାଗିର, କଲାପାହାଡ ବି ଖେଇଥିଲା । ଖେଇସାରି ସବେ ସୁଇଛନ ଆର ସଖାଲୁ ଉଠଲା ବେଲକେ ପରେ ସବେ ଝାଡାବାଁତି ହେଇକରି ଦୁର୍ବଲ ହେଇଗଲେ, ଆର ଅଧେ ମରିଗଲେ ବି । ତାର ପରେ କଲାପାହାଡ ତାର ସନ୍ୟ ଧରିକରି ଫିରିଗଲା । ବିସ୍ୱାସ କରାଜାଏସି ଜେ ମାଁ ସମଲେଇ ଖୁଦ ନିଜେ ଧାଂଗରି ଦହିବାଲି ଭେସ ଥି କଲାପାହାଡ ର ସନ୍ୟମାନକୁ ଦହି ଆର ଗୁରସ ଖୁଏଇ କରି ଦୁର୍ବଲ କରିଥିଲା । ଗୁରଦୁ ଦିନ ତକ କଲାପାହାଡ ଆନିଥିବାର ବଢେ ଜାବର ଘନ୍ଟି ସମଲେଇ ମଂଦିର ମୁଖସାଲା ନ ରଖା ହେଇଥିଲା ତେଲ ଆର କେତନିଟେ କବର ସମଲେସ୍ୱରି କଲେଜ ପାଖର ଆମବୁରେଇ ନ ଦିଆହେଇଛେ ଜେନଟା କି କଲାପାହାଡ ର ସନ୍ୟମାନକର ଏ ବଲି କହେସନ ।

ସମଲେଇ ମଂଦିର ନ ବଲି

ସମଲେଇ ଦେବି ଆର ସମଲେଇ ମଂଦିର କେ ନେଇକରି କେତନି କଥାନି ସୁନବାର କେ ମିଲସି । ମୁଲୁ ମୁଲୁ ପରେ ମଂଦିର ନ ମୁନୁସ ବଲି ଦିଆ ହଉଥିଲା ଫେର ପଛେକା ପରେ ମୁନୁସ ବଲି ବଂଦ କରି କରି ସେନ ପୋଡ ବଲି ଦିଆ ହେଲା । ସେସକେ ପୁରାପୁରି ବଲି ଦେବାର ଟା ବଂଦ କରି ଦିଆ ହେଇଛେ । ଇ ସବୁ ଲୋକ କଥା ଆର ଚଲନି ଗୁଟେ କଥା ପ୍ରମାଣିତ କରସି ଜେ ସମଲେଇ ଦେବି ଆଦିବାସି ଆର ହିନ୍ଦୁମାନକର ଭିତରେ ସଂପର୍କ ଥାପନା କରବାର ଗୁଟେ ବହୁତ ବଡ ମାଧ୍ୟମ ଆନ । ଲୋକ କଥା ଅନସାରେ ଥରେ ଗୁଟେ ସିଦ୍ଧ ବାମହନ ସମଲପୁର କେ ଆଇଥିଲା । ତାହାକେ ମଂଦିର ର ପୁଜାରିମାନେ ବଲି ଦେବାର କେ ଧରିନେଲେ ବେଲେ ସେ ବାମହନ ବଏଲା, ତମେ ମତେ ଦେବି ର ଠାନେ ଏକଲା ଛାଡି ଦିଅ; ତାର ଜଦି ଖେବାର ଥିବା ବଏଲେ ଖେବା । ବାମହନ ର କଥା ଥି ତାହାକେ ମଂଦିର ଭିତରେ ଏକଲା ବଂଦ କରିଦେଲେ । ଆର ଦିନ ସକାଲୁ ବାମହନ ବିନା ଖ୍ୟତି ରେ ବାହାରଲା । ଇ ଘଟଣାଟା ରାଏଜସାରା ଫଏଲି ଗଲା ଆର ଲୋକ ଭାବଲେ ସମଲେଇ ଦେବି ବାମହନ କେ ପ୍ରସନ୍ନ ହେଇଛନ । ଇ କଥା ଟା ସେତକି ବେଲର ରଜା ବଲିଆର ସିଂ ର କାନେ ବି ପଡଲା । ସେ ତେହରୁ ମଂଦିର ନ ମୁନୁସ ବଲି ବଂଦ କରାଲେ ଆର ତାର ବଦଲା ପୋଡ ବଲି ଦିଆହେଲା । ଧିରେ ଧିରେ ଇହାଦେ ପୋଡ ବଲି ବି କମି କରି ବୁକା ଆର ଗଂଜା ବଲି ଚଲୁଛେ ।

କିଛି କଥାନି ସମଲେଇ ଦେବି କେ ଦକ୍ଷ ଜଗ୍ୟଁ ପରେ ସତିଂକର ଦିହଁ ର ଅଂସ ମାନେ ଜେନ କିଛି ଠାନେ ପଡିଥିଲା ସେ ଭିତରୁ ସମଲେଇ ପିଠ କେ ବି ଗୁଟେ ବଲି ଜୁଡୁଛେ । ସମଲେଇ ଦେବିକଂର ମୁର୍ତି ସାଂଗେ ଉଡିସାର କେନସି ସାକ୍ତ ଦେବିଂକର ସାଂଗେ ମେଲ ନେଇଁ ଖେ । ସମଲେଇଂକର ପାସ୍ୱର୍ ଦେବତା ହଉଛନ ପିତାବଲି ଆର ପିତାବଲି ହଉଛନ କଂଧମାନକର ଦେବି । ଦକ୍ଷ ଜଗ୍ୟଁର ସତି କଥାନି କେ ସମଲେଇ ପିଠ ସାଂଗେ ଜୁଡବାର କାରଣ ହଉଛେ ଆଦିବାସିମାନକର ଭିତରେ ବିସ୍ୱାସ ଆନବାର ଜେ ସମଲେଇ ହିନ୍ଦୁମାନକର ବି ଦେବି ଆନ ।

ସମଲେଇଂକର ମୁଲ ପୁଝାରି ହଉଛନ ସଁରା ଆର ଝରା ଜାତି ର ଲୋକମାନେ । ଇମାନକର ମୁଖିଆ କାମ ଥିଲା ମାହନଦି ନୁ ହିରା ନୁରବାର । ଥରେକା ହେନ୍ତା ହିରା ନୁରୁନ ନୁରୁନ ପେନ ଭିତରେ ବଢେ ପଖନଟେ ପେଲେ । ସେମାନେ ସେ ଭିତରେ ହିରା ଥିବା ଭାବି ସେଟାକେ ଆନକରି ନଏଦଖଁଡି ର ସେମେଲ ଗଛ ତଲେ ରଖିଥିଲେ ହେଲେ ପଛେକା ଜାନଲେ ଜେ ସେଟା ପଖନ ନେଇସେ ପଖନ ମୁର୍ତି ହେଇକରି ଦେବି ର ରୋପ ଏ । ଫେର ସେ ଦେବି ମୁର୍ତି କେ ସେ ଦିନୁ ସେନ ପୁଜା କରି ବସଲେ । ଇନୁ ଜନା ପଡସି ଜେ ସମଲେଇ ଗୁଟେ ଅନବାମହନ ଦେବି । ହେଲେ ସାସକମାନେ ସେ ଆଦିବାସିମାନକର ଭାବନା କେ ରଖିକରି ସାଂଗେ ମୁଖିଆ ଧାରା ର ହିନ୍ଦୁ ସଂସ୍କୃତି ସାଂଗେ ସେଟାକେ ମିସେଇଛନ ।

ଚୌହାନ ରଜାମାନେ ସମଲେଇ ପିଠ ର ସବୁ ଆଦିକାଲିନ ଚିହ୍ନାମାନକୁ ରଖବାର ଲାଗି ସବୁ କିସମ ର ଜତନ କରିଛନ ଜେନ୍ତା ଦେବି ର ଏନିକୋନିକାଲ ଛବି, ଦେବି ର ଅନବାମହନ ପୁଝାରି, ରକତ ବଲି ଆଦି । ଇତାର ସାଂଗେ ସେମାନେ ମଂଦିର ମାନକୁ ନୁଆଁ କରି ଚିକନ-ଚାକନ କରି ବନେଇଛନ, ସେନ ପୁଜା ର ପଦ୍ଦତିମାନେ ଧିରେ ଧିରେ ଚଲେଇଛନ, ପୁଜା, ପୁଝାରି ଆର ମଂଦିର ଲାଗି ଜମିନ ମାନେ ଦାନ କରିଛନ । ଆର ଧିରେ ଧିରେ ଆଦିବାସିମାନକର ସଂସ୍କୃତି କେ ହିନ୍ଦୁ ସଂସ୍କୃତି ସାଂଗେ ଜୁଡିଛନ ଆର ମୁଲ ଅଧିବାସି ମାନକୁ ଖୁସ ରଖିକରି ନିଜର ରେଜ ଚଲେଇଛନ ।

ସାକେତ ଶ୍ରୀଭୁଷଣ ସାହୁ

ଆଜିବିକା

0

ଜୁଆନ ପିଲାଟେ ଜେନ୍ତା ଇସକୁଲ ସାରିକରି ଆଏସି ତାର ସାମନେ ହାଜର ହେଇଜାଏସି ଆଗକେ ପଢବାର ଲାଗି ବିସୟ ବାଛବାର ଅସବିଧା । ତାର ଲାଗି କେନଟା ଠିକ, କଲା, ବିଗ୍ୟାନ, ବନିଜ କି ଡାକ୍ତରି କି ଇଂଜିନିଅରିଂ? ଇ ଫଏସଲାଟା ତାକେ ତାର ଭବିସ୍ୟତର ଜିବିକା ଜିବନକେ ସାଁକୁର କରିଦେବା । ସେ ଖାଲି ତାର ପଢଲା ପାଠ ଅନସାରେ ସେଥି ମିଲୁଥିବାର ଚାକରି କରି ପାରବା ନ । ସେଥିର ଲାଗି ସେ ଏନ୍ତା ବିସୟ ବାଛବାର କଥା ଜେନ୍ତା କି ପଛେ ତାହାକେ ପସ୍ତାବାରକେ ନି ପଡୁଥିବାର କଥା । ବଏଲେ ଇ ବିସୟ ବାଛବାରଟା ଗୁଟେ କେତେନି ମହତ୍ୱଭରା କଥା ଆଏ ।

ଆମେ ଜେନ ଇନ ବାରଂବାର ଆଜିବିକା (career), ଆଜିବିକା ବଲି ଆଲୋଚନା କରୁଛୁଁ, ସେ ଆଜିବିକା ବଏଲେ କାଣା ଆଏ ଟିକେ ଆସୁନ ଜାନିନେମା ।
ତମେ ଗୁଟେ ନିର୍ଦ୍ଦିସ୍ଟ ପାଠ ପଢିସାରଲା ପରେ ଗୁଟେ କାମ/ଧନ୍ଦା କରବ । ସେହି କାମର ଅଭିଗ୍ୟଁତା ସାଂଗେ ସାଂଗେ ବଢି ବଢି ତମକୁ ସେ କାମ/ଧନ୍ଦାର ଭିନେ ଭିନେ ପଉଁଚନେ ଭିନେ ଭିନେ କାମ କରବାରକେ ପଡବା ।

ଆଜିବିକା ଜୋଜନା (career planning)

ଆଜିବିକା ଜୋଜନା ବଏଲେ ସେ ପ୍ରକିୟା ଜେନ କି ତମେ ନିଜର ଆଦର୍ସର ସଠିକ କେରିଅର ବାଛସ ନିଜର ପଢା, ନିଜର ପ୍ରାକୃତିକ ଦଖ୍ୟତା, କାର୍ଜ୍ୟ ପ୍ରାଥମିକତା, ବ୍ୟକ୍ତିଗତ ବୈସିସ୍ଟ୍ୟ, ଆର ତମର କାମ କରବାର ତରିକାନୁ ହାସିଲ କରିଥିବାର ଗୁଣ, ଆତ୍ମ ବିସ୍ୱାସ, ମନୋବୃତି, କାମ ସାଂଗେ ଖାପ ଖୁଆବାର ଆଦି ।

ଆଜିବିକା ଜୋଜନା ପ୍ରକ୍ରିୟା (career planning procedure)

୧ ) ପହେଲା କଥା ହଉଛେ ତମକୁ ନିଜର ପ୍ରାଥମିକ ପ୍ରାକୃତିକ ଦଖ୍ୟତା, ବ୍ୟକ୍ତିଗତ ବୈସିସ୍ଟ୍ୟ ଆର ଇଚ୍ଛା ଜାନବାରକେ ପଡବା । ମାନସିକ ଅସୁବିଧା ଜେନଟାମାନେ ବାଟ ଛେଁକୁଛନ ।
୨) ଦୁଇରେ ତମେ ନିଜକେ ଠିକସେ ଜାନିସାରଲା ପରେ ନିଜର ଠାନେ କାଣା କାଣା ସୁଜୋଗ ଅଛେ, କେନ କେନ କାମର ଲାଗି ଖାପ ଖେଇପାରବ, ବିଚାର କର । ଇ ବେଲକେ ତମେ କେତେଟା କଥା ମୁଡେ ରଖିଥିବ-
• କାମ କରବାର ମାହୋଲ ଆର ସର୍ତ
• ଟ୍ରେନିଂ ଆର ଜୋଗ୍ୟତା
• ରୋଜଗାରର ଭବିସ୍ୟତ
• ପାରିସ୍ରମିକ ଆଦି
୩) ଫଏସଲା ବେଲକେ ନିଜର ନୁ ବଡମାନକର ସାଂଗେ ବସିକରି କି ଜାହାର ସେ ବାବଦରେ ଅଭିଗ୍ୟଁତା ଥିବା ତାର ନୁ ଆଗ ପଛ ବୁଝା ବିଚରା କରି କରି ଫଏସଲା କର ।
୪) ଇହାଦେ ତମର ଫଏସଲାକେ କାର୍ଜ୍ୟକାରି କରବାର ଅଛେ । କେତେଟା ମହତ୍ୱଭରା ତଥ୍ୟ ଜେନଟାକି ଇ ଫଏସଲା ନେବାରଥି ସାହାପକ ହେବେ ସେଟାମାନକୁ ବୁଝବାରକେ ପଡବା । ନିଜର ପ୍ରାକୃତିକ ଦଖ୍ୟତା ର ଭୁମିକା (Role of Aptitudes), ହାସିଲ କରବାର ଜରୁରି (Need to Achieve), ବ୍ୟକ୍ତିତ୍ୱ (personality), ଆତ୍ମ ବିସ୍ୱାସ (self confidence), ଖାପ ଖୁଆବାର (adjustment), ଭାବନାତ୍ମକ ବିଚଖ୍ୟଣ (Emotional Intelligence), ମାନସିକ ବାଧା (Psychological Hurdles)

ପ୍ରାକୃତିକ ଦଖ୍ୟତା (Aptitudes) ତୟ କରବା ତମେ କେନ ପ୍ରକାର କାମମାନେ କରିପାରବ ।

ବ୍ୟକ୍ତିଗତ ବୈସିସ୍ଟ୍ୟ (Personality Traits) ବ୍ୟକ୍ତିଗତ ବୈସିସ୍ଟ୍ୟ ବି ତମର କେରିଅର ଫଏସଲା କଲାବେଲକେ ଗୁଟେ ବଡ ଭୁମିକା ନିଭାସି । ତମେ ମାନସିକ ସ୍ତରରେ ସେ କାମ ଲାଗି ଲାଏକ ଅ କି ନେଇସେ ଜନା ପଡସି ।

ଆତ୍ମ ବିସ୍ୱାସ (Self-confidence) ର ଅଭାବରେ ଅସଫଲ ହେବାରଟା ସାଧାରଣ କଥା । ତମେ ଭଲ ପଢାଲିଖା କର କି ବଢିଆ ମାର୍କା ଆନ କାମ ନି ଦିଏ ।

ଖାପ ଖୁଆବାର (Adjustment) ସ୍ତର, ଭଲ, ଗୁରଦୁ ଭଲ, ଅତି ଭଲ କି ଖରାପ, ତମର ମାନସିକ, ସାମାଜିକ, ଆର ପଢାପଢି ଖେତ୍ରକେ ସରଲ କରିଦେଇପାରେ ନେହେଲେ ବାଧା ବି ଉପଜେଇ ପାରେ । ତମେ ଜଦି ଭିନେ ଭିନେ ଥିତିରେ ନିଜକେ ଖାପ ଖୁଏଇ ପାରବ ବଏଲେ ତମେ ବେସି ଦିନ ତିସ୍ଟି ପାରବ ।

ମାନସିକ ବାଧା (Psychological Hurdles) ମାନକର ଭିତରୁ ମୁଖିଆ ହଉଛନ, ପ୍ରାକୃତିକ ଦଖ୍ୟତା ସମଂଧିୟ ଗ୍ୟାନର ଅଭାବ, ଧ୍ୟାନ ର ଅଭାବ, ଉଦାସ ମନୋଭାବ, ପ୍ରେରଣାର ଅଭାବ, ଉଖଲା ସ୍ୱଭାବ, ହିନ ଭାବନା ଆଦି ।

ମୌକା (chance) – ଘାଏ ଘାଏ ଇ ସବୁ ପ୍ରସ୍ତୁତି ଭୁଲ ବି ହେଇଜାଏସି । ଆୟତ ବାହାର୍ନିଆ ପ୍ରାକୃତିକ ପରିସ୍ଥିତି ଜେନ୍ତା ଜୁଦ୍ଦ, ବନ୍ୟା କି ଅଚାନକ କେନସି ନୁଆଁ ତକନିକି ବିକାସ ତମର ପ୍ରସ୍ତୁତିକେ ବାଧା ବି ଦେଇପାରେ ।

ମୁଟା ମୁଟି ଭାବେ କହେବାରକେ ଗଲେ ଆଜିବିକା ପ୍ରସ୍ତୁତି ବେଲକେ ଭଲସେ ବିସ୍ଲେସଣ କରବାର ଜରୁରି ଆଏ । ତମର ମାନସିକ, ସାରିରିକ ତାକତକେ ପରଖି ନିଅ, ନିଜର ଇଚ୍ଛାକେ ଜାନି ନିଅ ଆର ନିଜର ଆର୍ଥିକ ସ୍ଥିତିକେ ବି ନେଇଁ ପାସିରବ (ଅବସ୍ୟ ଇହାଦେ ବେଂକମାନେ ସହଜୋଗ କରବାରକେ ଆଗକେ ଆସଲେ ନ) । ଆର ଫେର ସବୁ ବୁଝି ସାରଲା ପରେ ଜାହା ଠିକ ଲାଗୁଛେ ସେ ପାଠ ପଢ । ତମର ଦଖ୍ୟତା ତମର ସଫଲତାର ସିମା ତୟ କରବା ।

ବୁଲାକି ର ଡାଏରି ନୁ ପାଟନାଗଡ

0

ଚୁହାନମାନକର ପାଟନା ରାଏଜ ର ଥାପନା କେ ନେଇକରି ଲୋକ କଥାମାନେ ସୁନବାର କେ ମିଲସି । ସଠିକ ତାରିଖ କି ମସିହା ଜନା ନି ପଡବାର ସେଥିର ଲାଗି ଅନୁସନ୍ଧାନ ଜରୁରି ।

ଜେତେବେଲେ ଦିଲ୍ଲି ର ସୁଲତାନ ରାଜପୁତନା ଅଧିକାର କରିନେଲେ, ସେନ ର ରାଜପୁତ ରଜା ହମିର ଦେବ ଜୁଦ୍ଦ ଥି ମରିଗଲେ ବେଲକେ ତାକର ରାଜପୁତ ରାନି ତାର ଇଜତ ଆର ମାନ ବଁଚାବାର ଲାଗି ସେନୁ ପଲେଇ ଏଲେ । ସେ ରାନିର ନାଁ ଆସାବତି । ହମିର ଦେବ ଆର ଆସାବତି ଉତର ଭାରତ ର ମେନପୁର ପାଖେ ରହୁଥିଲେ ।
ଆସାବତି ସେନୁ ପଲେଇ ଆସି କରି ବୁଡାସମର, ଗୁଟେ ଛୁଟିଆ ବିଂଝାଲ ରେଜ, ନ ପହଁଚିଲେ । ବୁଡାସମର ସଂଖ୍ୟାରେ ବିଂଝାଲ ବହଲିଆ ରେଜ ଥିଲା ଆର ଆଦିବାସି ତାକତ ର ଗୁଟେ ପିଠ । ସେନର ବିଂଝାଲ ସର୍ଦାର ଆସାବତି କେ ଦୟା ଦେଖେଇ କରି ଛଏଁରା ଦେଲେ । ଫେର ଦିହେଁ ଥିବାର ଆସାବତି ସେନ ଗୁଟେ ପୁଓ ଜନମ ଦେଲେ ଜା’ର ନା ରଖାହେଲା ରମେଇଁ । ଆର ରମେଇଁ ଫେର ଆଗକେ ଜେଇ କରି ପାଟନା ରାଏଜେ ଚୁହାନ ବଁସ ଥାପନା କଲେ ।

ବିଂଝାଲମାନକର ମୁଲ ଦ୍ରାବିଡ ଏ । ବିଂଝାଲମାନେ ଖଁଡା, ବର୍ଛା, ଆର ସର କେ ପୁଜା କରସନ । ସେମାନେ ମାତୃସକ୍ତି କେ ପୁଜା କରସନ ତାର ନାଁ ଲାଖେସରି ଆର ଡଂଗର ଦେବତା । ବିଂଝାଲମାନେ ସିକାର ଆର ଜୁଦ୍ଧ ସଉକିଆ ଜେତ । ସେମାନେ ବିନ୍ଧ୍ୟବାସିନି ଦେବି ଆର ନରସିଂନାଥ କେ ପୁଜା କରସନ । ସେମାନେ ତାକର କେନସି ପୁଜାପାଟଥି ବାମହନ ନି ଲଗାନ । ସେମାନେ ପୁଜାଧଜା ଲାଗି ତାକର ବିଂଝାଲ ପୁଜାରି ଲଗାସନ ।

ସେ ସମିଆଁ କେ ପାଟନା ନ ଆଟ-ମଲିକ ମାନକର ସାସନ ଚଲୁଥିଲା ଆର ତାକର କେନସି ମୁଖିଆ ନି ଥେଇ ବରଂ ଆଟ ଟା ମଲିକ ମିସିକରି ସାସନ କରୁଥିଲେ । ହେ ବେଲକେ ପାଟନା ବୁଡାସମର ଉପରେ ନିର୍ଭର କରୁଥିଲା । ଇ ସମିଆ ଟା ସୋସଣ ଆର ଅତ୍ୟାଚାର ଥି ଦବିକରି ଥିଲା । ଆର ବି ଇ ସମିଆଁ କେ ତଂତ୍ର-ମଂତ୍ର ଆର ରକତ ବଲି ଦେବାର ବାଗିର ପ୍ରଥାମାନେ ଜୋର ଚଲୁଥିଲା । ଏନ୍ତା ଜେ ପାଟମେସରି ଦେବି ନ ମୁନୁସ ବଲି ଦିଆହଉଥିଲା । ଆର ଫି ଦିନ ଗୁଟେ ଲେଖା ଲୋକ ପାଟମେସରି ଲାଗି ଆଟ-ମଲିକ ମାନେ ଜୁଗାଡ କରୁଥିଲେ । ଇ ବଲି ଦେବାର ଲାଗି ଚାଲାକ ଆଟ-ମଲିକମାନେ ଗୁଟେ ଚଲନି ଖଂଜିଥିଲେ ।

ସେମାନେ ଫି-ଦିନ ସାଦା ଲୋକମାନକର ଭିତରୁ ଗୁଟେ ଲେଖା ନେତା ବାଛୁଥିଲେ ଆର ସିଂହାସନ ଥି ବସବାର ଆଘୋନୁ ପାଟମେସରି ଗୁଡି ନିକେ ନଉଥିଲେ ଦେବି ର ଆର୍ସିବାଦ ଲାଗି । ପ୍ରକୃତରେ ସେତାକେ ବଲି ଦେବାରକେ ନିଆ ହଉଥିଲା । ତାହାକେ ଦେବିକେ ମୁଡିଆ ମାର ବଲୁଥିଲେ ଆର ସେ ମୁଡିଆ ମାରଲା ବେଲ କେ ତାହାକେ ବଲି ଦେଇ ଦଉଥିଲେ । ତେହରୁ ବାହାରକେ ଆସିକରି ଲୋକ କୁ ବଲୁଥିଲେ, ଦେବି ତାହାକେ ପସନ ନି କଲା ଆର ଖେଇଦେଲା । ଆର ଏନ୍ତା କରି କରି ଆଟ-ମଲିକମାନେ ଫି ଦିନ ଗୁଟେ ଲେଖା ବଲି ଦଉଥିଲେ ।

କିମ୍ବଦନ୍ତି କହେସି ଜେ ପାଟନା ନ ଗୁଟେ ବାମହନ ଥିଲା । ଦିନେ ସେ ବାମହନ ବୁଡାସମର ଆଡକେ ବୁଲି ଏଲା ବେଲକେ ଜାନବାର କେ ପାଏଲା ଜେ ବୁଡାସମର ର ବିଂଝାଲ ସର୍ଦାର ଗୁଟେ ଚୁହାନ ରାନି ଆର ତାର ପୁଓ କେ ଆସରା ଦେଇଛେ । ତେହରୁ ବାମହନ ବିଂଝାଲ ସର୍ଦାର କେ ଅନୁରୋଧ କଲା ଆର ଆସାବତି ଆର ରମେଇଁ କେ ପାଟନା କେ ଆନିକରି ତାର ଘରେ ରଖଲା । ତେହରୁ ଦିନାଦୁ ଗଲା କି ବାମହନ କେ ଆଟ-ମଲିକମାନେ ପାଟନା ର ମୁଖିଆ ବନାବାର ଲାଗି ବାଛଲେ । ବାମହନ ମରବାର ଡର୍ହେ ଇ କାମ ଲାଗି ରମେଇଁ କେ ପଠାଲା ।

ରମେଇଁ କେ ଆଟ-ମଲିକମାନେ ଦେବି ଗୁଡି କେ ନେଲେ ଆର ମୁଡିଆ ମାର ବଏଲେ । ରମେଇଁ ଚଲାକ ହେଇ କରି ଆଟ-ମଲିକ ମାନକୁ ବଏଲା, “ମୁଇଁ ମୁଡିଆ ମାରି ନି ଜାନେ କେନ୍ତା ମାରସନ ଜେ ତମେ ଟିକେ ବତେଇ ଦିଅ” । ତେହରୁ ଆଟ-ମଲିକ ମାନେ ଜେନ୍ତା ଲାଂଗ-ଛାଟ ହେଇ ମୁଡିଆ ମାରିଛନ କି ରମେଇ ସେନ ରଖାହେଲା ଖଁଡା ଥି ସମକୁ ମାରି କରି ମଂଦିର ଭଟାକେ ଏକଲା ଜିନ୍ଦା ବାହାରଲା । ତେହରୁ ଲୋକ ଭାବଲେ ଦେବି ରମେଇଁ କେ ପାଟନା ର ଗାଦି ଲାଗି ବାଛଲା ଆର ଆର୍ସିବାଦ କରିଛେ । ଆର ତେହରୁ ଲୋକ ବି ରମେଇଁ କେ ପାଟନା ର ରଜା ବଲି ମାନିନେଲେ । ଫେର ପାଟନାଗଡ ନ ମୁଲ ହେଲା ଚୁହାନ ରେଜ ଆର ରମେଇଁ ଦେବ ହେଲେ ଚୁହାନମାନକର ପହେଲା ରଜା ।

ରମେଇଁ ଦେବ କେ ପାଟମେସରି ଆର୍ସିବାଦ କରବାର କଥା ସୁନିକରି ବୁଡାସମର ର ବିଂଝାଲ ସର୍ଦାର ଉସତ ମନେ ଆସିକରି ରମେଇଁ କେ ରାଜତିଲକ ଲଗାଲେ ଆର ପାଗ ଭିଡି କରି ଅଭିସେକ କରାଲେ । ଏଭେ ବି ରାଜଭିସେକ ବେଲ କେ ପାଟନାଗଡ ର ବିଂଝାଲ ମୁଖିଆମାନେ ରଜାର ପାଗ ଭିଡସନ । ଇଟା ବିଂଝାଲ ମାନକର ଲାଗି ଗୁଟେ ସମ୍ମାନ ଆର ବିସେସ ଅଧିକାର ର କଥା ଏ ।

ହେଲେ ଇତିହାସକାର ମାନକର ଅନସାରେ କେନସି ଅଇତିହାସିକ ସୁରାଗ ନେଇଁ ମିଲବାର ଜେ ଚୁହାନମାନେ କେଭେ କୋସଲ ଅଂଚଲକେ ଏଲେ ବଲି । ଏନ୍ତା ବି ହେଇପାରେ ଜେ ଗୁଟେ ଗୁସ୍ଟିର ମୁଖିଆ ଏତେ ତାକତବର ହେଇ ଜେଇଥିବା ଜେ ସେ ବାମହନମାନକର ଉପଦେସ ଆର ସାହେଜ ଥି ନିଜକେ ଚୌହାନ ବନେଇଥିବା ବି । ଜେନ କିସମେ ରମେଇଁ ଦେବ ନିଜର ଠାନ ଆର ତାକତ କେ ପେସରେଇଛେ ଜେ ଅନୁମାନ କରାଜାଏସି, ବିଂଝାଲମାନକର ପୁରା ସହଜୋଗ ଥିଲା । ଅଲଗା ହିସାବେ କହେଲେ, ଆଟ-ମଲିକମାନକର ଚେର ଉଖଡାବାର କାମ ଥି ରମେଇଁ କେ ବିଂଝାଲମାନେ ସାହେଜ କରିଛନ । ହେତିର ଲାଗି ପାଟନା ରାଏଜେ ବିଂଝାଲମାନକର ମେନ ଜହ ବଲି ଲୋକ କହେସନ ।

ଇନ ମୁଖିଆ କଥା ହଉଛେ ଆଦିବାସିମାନେ ନିଜର ଧାର୍ମିକ ପରିଧି, ସାଂସ୍କୃତିକ ପରିଚୟ ଭାଂଗିକରି ବିକାସ ଲାଗି ସହଜୋଗ ର ହାତ ବଢେଇଛନ । ଆଟ-ମଲିକମାନେ ଆଟଟା ତାକତବର ମୁଖିଆ ଥିଲେ । ସେମାନକର ଭିତରୁ ଝନେ ପାଟନାଗଡର ଗଡପତି ଥିଲେ । ରମେଇଁ ପାଟନାଗଡ ର ଗଡପତି କେ ଖତମ କରି କରି ଇନ ଆଟ-ମଲିକ ସାସନ ଖତମ କରିଥିଲେ ଆର ବାକି ଅଂଚଲ ନ ବାକି ସାତଟା ମଲିକ ମାନକୁ ସାସନ କରବାର କେ ଦେଲେ । ଫେର ରମେଇଁ ବାମହନ ମାନକର ଉପଦେସ ଥି ରେଜ କାମ କରି ବସଲେ ଆର କଲେ କଲେ ପାଟନା ଆର କୋସଲ ଅଂଚଲ କେ ବାମହନ ସଂସ୍କୃତି ପସି ବସଲା ବା ଆର୍ଜ୍ୟକରଣ, ହିନ୍ଦୁକରଣ ହେଇବସଲା ।

ଇ ହିନ୍ଦୁକରଣ ନୁ ରାଜନିତିକ ଢାଁଚା ଥି ବି ପରିବର୍ତନ ଘଟଲା । ଇଠାନେ ବିସ୍ୱାସ କରବାର ଥି କେଡ ନି ହୁଏ ଜେ ପାଟନାଗଡ ନ ବାମହନ-ଖ୍ୟତ୍ରିୟ ମାନକର ସହଜୋଗି ସାସନ ଚଲୁଥିଲା । ଗୁଟେ ଅଲଗ, ସ୍ୱାଧିନ ରାଏଜ କେ ଚଲାବାର ଲାଗି ଚୁହାନମାନେ ଭୋଗ ଆର ଭାଗର ଉଧା ଧରଲେ । ସେମାନେ ଲୋକକୁ ଚାସ କରବାର କେ ତହଁକାଲେ ଜେନଥୁଁ କି କମାନି ବଢବା ଆର ରେଜ ଚଲିପାରବା କାରଣ ସିକାର ଆର ଆଦିବାସିମାନକର ପାରଂପାରିକ ଚାସ ଥି ରେଜ ଚଲାବାର ଟା କଠିନ ହଉଥିଲା ।

ସାକେତ ଶ୍ରୀଭୂଷଣ ସାହୁ

ଡାଲଖେଇ

0

ଦସରା ମାସ, ଉଜଲ ପଖ ର ଅସ୍ଟମି ଦିନ କୋସଲାଂଚଲ ନେ ଭେ ଜିଁତା ମନାହେସି । ଇ ଦିନେ ଗାଁ ର ଟୁକେଲମାନେ ନିଜର ଭେ ର ମଂଗଲ ଲାଗି ନିର୍ଜଲା ଉପାସ ରହେସନ । ହେ ଦିନ ରାତି ପୁଜା ସରଲା ପରେ ଡାଲଖେଇ କୁଠି ନ ରେତ ଭର ଆର ଇ ଦିନୁଁ ପୁନି ତକ ଫି ରେତ ଡାଲଖେଇ ନଚା ହେସି ।

ଡାଲଖେଇ ପ୍ରକୃତ ଥି ଗୁଟେ ଦେବି ଆନ । ତାକର ଆସ୍ଥାନ କେ ଡାଲଖେଇ କୁଠି ବଲସନ । ଡାଲଖେଇ ନାଁ ଟା ଦେବିଂକର ନାଁ ଅନସାରେ ଦିଆହେଇଛେ । ଜେହେତୁ ସେ ନାଚଟା ତାକର ପୁଜା ବେଲ କେ ନଚା ହେସି । ଆଘୋ ର ଲୋକ ଝାର-ଖମନ ର ପସୁ ଜଂତୁ ଆର ବିପଦ-ଆପଦ ନୁ ବଁଚାବାର ଲାଗି ଦେବି କେ ପୁଜା କରୁଥିଲେ । ଫେର ଧିରେ ଧିରେ ଡାଲଖେଇ ଦେବି ବନଦୁର୍ଗା ଆର ଦୁର୍ଗା ସାଂଗେ ଏକେ ନାଁ ରେ ଜନା ଗଲା । ଇ ପୁଜା ସାଂଗେ ଜଡିତ ଥିବାର ନାଚି ଥି ଗାଁର ସମକିର ର ସୁଖସାନ୍ତି ଲାଗି ପ୍ରାର୍ଥନା କରାହେସି ।

ଡାଲଖେଇ ପୁଜା
ଅସ୍ଟମି ଦିନ ଟୁକେଲମାନେ ନଏଦଖଁଡି କି ବଂଧଘାଟେ ଠୋଲ ହେସନ । ଗାଧିପାଧି ସାରିକରି ତାକର ଭିତ୍ରୁ ଝନେ ନଏଦ କି ବଂଧ ଭିତ୍ରୁ ସାତ ଉଁଝଲା ବେଲ ଆନିକରି ପୁଜା କରବାର ଲାଗି ଗୁଟେ ପିଁଢା ବନାସନ । ସେଥି ଆମ ପତର ଥୁଇ କରି ତେହିଁ ର ଉପରେ ଜଲଲା ସଏଲତା ରଖସନ । ଇ ପୁଜା ସାତଥର ସାତଟା ଟୁକେଲ ସାତ ଉଁଝଲା ବେଲ ଆନିକରି କରସନ । ତେହରୁ ଡାଲଖେଇ କେ ପୁଜା କରାହେସି । ଡାଲଖେଇ ପୁଜା ବେଲକେ ନାଚ ଗିତ ହେସି ।

ନଁମି ଦିନ ଫେର ଟୁକେଲମାନେ ଡାଲଖେଇ କୁଠି ନ ଠୋଲ ହେସନ ଆର ଜାହା ଜାହା ପୁଜା ଖଂଜା ଲାଗିଥିସି ସବୁକେ ଠାନେ କେ ଜୁଗରାସନ ଆର ବଜା-ଗଜା କରି କରି ବଂଧକେ ଉହଲେଇ ନେସନ । ତବ ବି ଦସରା ର ଦସମି ତକ ସବ ଡାଲଖେଇ ନାଚିଥି ମାତାଲ ହେଇ ଥିସନ । ସାରା ଗାଁ ବିନସୁରିଆ ହେଇ ଜେଇ ଥିସି ଇ ନିସା ଭରା ନାଚି ଥି ।

ଡାଲଖେଇ ପୁଜା ହିସାବେ ମନାହେସି ହେଲେ ନାଚ ଗିତଟା ତାର ଜିବନ ଏ । ନାଚନିମାନେ ଅଧଖଣିଆ ଜନ ଆକାରୁ ଠାଡ ହେଇକରି ନାଚସନ । ପହେଲା ଦୁଇ ପଦ ଗିତ ଗେଇ ଦେବେ ଆର ଫେର ଡାଲଖେଇ ପାରେ ବଜା ର ସୁରେ ଅଁଟା ଲୁହି କରି ନାଚସନ । ଜୁଲି ଜୁଲି ହେଇ ଗାନା ବାଜନା ର ତାଲେ ପ୍ରସ୍ନ ପଚରା ପଚରି, ବିର୍ଝା ଖିର୍ଜା ହେସନ । ଡାଲଖେଇ ର ଗିତମାନେ ସାଂଗେ ସାଂଗ ପଦ-କେ-ପଦ ଭିରେଇ କରି ଖିଆଲ ମସଗୁଲ, ବିର୍ଝାଖିର୍ଜା, ପ୍ରେମ, ପୁରାଣ ଆଦିର କଥା ବସ୍ତୁକେ ନେଇକରି ଗେସନ ।

ଜେନ୍ତା-
ଡାଲଖେଇରେ ଡାଲଖେଇରେ
ଆସିଲା ଦସରା ବାଜିଲା ଢୁଲ
ଜେତେ ଗୁପିମାନେ ହେଇଛନ ଠୁଲ
ଡାଲଖେଇ ଗିତର ସାଂଗେ ଢୋଲ, ନିସାନ, ତାସା, ମୁହୁରି ଆଦି ବାଜସି ।

ଡାଲଖେଇ କୁଠି
ଡାଲଖେଇ କୁଠି ବଏଲେ ଜେନ ଡାଲଖେଇ ପୁଜା କରାହେସି ସେନ କାଁଥିତି ସୁଲଟା ଦେବତାର ଚିତ୍ର ବନା ହେଇଥିସି । ମଝା ନ ଦୁର୍ଗା ଆର ଆଖି ପାଖି ବାକି ଦେ ଦେବତା ର ଚିତ୍ର ବନା ହେଇ ଥିସି । ସବୁ ଦେବା ଦେବି ର ଚିତ୍ର ଅଲଗା ଚେର ଚେର ଖୁଟିଆ ଗୁଟେ କୁଠି/ବଖରା ଥି ବନାହେସି । ସେ ଦେବାଦେବିମାନେ ହେଲେ, ଗଣେସ, ସରସ୍ୱତି, ଦୁର୍ଗା, ଇସ୍ୱର, ପାର୍ବତି, ବ୍ରହ୍ମା, ଲଖ୍ମି, କେଁଛୋ, ରାବଣ, ହନୁମାନ, କାର୍ତିକ, ଅଏଲ, ରଏଲ, ଝୁରି, କୁବେର ଆର ବରୁନ । ଝୁରି ଆର କୁବେର ବିସ୍ଟୁଁ ମାହାପୁରୁ ର ଦସ ଅବତାର ଭିତରୁ ଦୁଇଟା ଅବତାର ଆନ ଆର ରାବଣ ଜଦି ବି ଗୁଟେ ଅସୁର ଥିଲା ତଥାପି ବି ସେ ଦେବି ଦୁର୍ଗାର ଗୁଟେ ବଡ ଭକ୍ତ ଥିଲା । ରାମ ମାହାପୁରୁ ସେତୁବଂଧ ସୁବ ଦେଲା ବେଲକେ ରାବଣ କେ ପୁରୋହିତ ହିସାବେ ଡାଖିଥିଲେ । ଅଏଲ ଆର ରଏଲ ଦୁହି ବୁହେନ ପହେଲା କରି ଡାଲଖେଇ ପୁଜା ମୁଲ କରିଥିଲେ ।

ସାକେତ ଶ୍ରୀଭୂଷଣ ସାହୁ

ବୁଲାକିର ଡାଏରି ନୁ ରାନିପୁର-ଝରିଆଲ

0

ରାନିପୁର ଆର ଝରିଆଲ ଗାଁ ଟିଟଲାଗଡ ପାଖର ବଂଗୋମୁଡା ବ୍ଲକ ନ ଅଛେ । ଇ ଟିଟଲାଗଡ ହଉଛେ ଖ୍ରି.ପୁ. ୫ମ ସତାବ୍ଦି ଥି ମଧ୍ୟଭାରତ ଆର ଦଖିଣ ପଥ ସାଂଗେ ପାନିକର ବତାଲା ତୈତଲ ଜନପଦ ଏ । ଇନ ତେଲ ନଦି ର ଛୁଟିଆ ବାହି ତୋଂଗ ବୁହି ଜଉଛେ । ନରସିଂନାଥ, ମାରାଗୁଡା, ପୋଡାଗଡ, ଅସୁରଗଡ, ବେଲଖଂଡି, ସଇଁତଲା ଆର ପାଟନାଗଡ ବାଗିର ଅଇତିହାସିକ ଠାନ ମାନେ ଘେରେଇ କରି ଅଛନ ରାନିପୁର ଝରିଆଲ କେ । ଦଖିଣ-ପସଚିମ କେ ପ୍ରସିଦ୍ଦ ସୋମେସ୍ୱର ସାଗର ଅଛେ ଜାହାକେ ହେ ଠାନ ର ଲୁକେ ଜୁଗିବଂଧ ବଲସନ । ଉତର ପୁର୍ବ କେ ବି ଗୁଟେ ନଲା ଅଛେ ଆର ଭିନେ ଭିନେ ଆକାର ର ମଂଦିରମାନେ ଏକଲା ଏକଲା ତୁମ ପଡି ଠିଆ ହେଇଛନ ମନ ଦୁଖେ ।

ଇତିହାସ କହେସି ଇ ମଂଦିର ସବୁ ମଧ୍ୟ ଜୁଗ ର ପହେଲା ଆଡର ଏ । ସୋମେସ୍ୱର ମଂଦିର ର ଗୁଟେ ପଖନ ଖୁଦେଇ ନୁ ଜନା ଜେସି ଜେ ସୈବ ଆଚାର୍ଜ୍ୟ ଗଗନ ସିବ ତାର ଦାତା ଥିଲେ ଆର ପଖନ ଥି ସୋମତିର୍ଥ ବଲି ବି ଲେଖା ହେଇଛେ ଜେନଟାକି ୩/୪ ସତାବ୍ଦି ର ପୁରାନମାନକୁ ବି ଲେଖାହେଇଛେ । ବେଲେ ରାନିପୁର-ଝରିଆଲ ଗୁଟେ ସୈବ ତିର୍ଥ ର ମାନ୍ୟତା ୩/୪ ସତାବ୍ଦି ନୁ ପାଇ ସାରିଛେ । ଆର ବି ସୈବ ଧର୍ମ କୋସଲ ଆର କାନ୍ତାର ଅଂଚଲ ଥି ନଲମାନକର ରାଜୁତି ବେଲୁ, ୪ର୍ଥ ସତାବ୍ଦି ର ମଝାନୁ, ପ୍ରଚଲିତ ଥିଲା । ଇ କଥାଟା ଏଭେ ମାରାଗୁଡା କୁଡଲା ପରେ ଜନା ପଡିଛେ । ଆର ବି ଜନା ପଡଲା ଜେ, କେତନିଟେ ସୈବ ବିହାରମାନକୁ ଭାଂଗି ଦିଆ ହେଇଛେ ବୋଧେ ସବୁ ବାହୁପ୍ରିୟମାନେ ବୈସ୍ନବ ଧର୍ମି ଥିଲେ । ମାରାଗୁଡା ର ସୈବ ବିହାରମାନେ ଭାଂଗିଦେଲା ପରେ ସୈବ ଗୟା ଉତର ଦଖିଣ କେ ବଢି ଜେଇଛେ । ଆର ପୁରାନ ଥି ବତାଲା ସୋମ ତିର୍ଥ ଠାନେ ଥାପନା ହେଇଛେ । ତଂତ୍ର ଧର୍ମ ର ଜେନ ବିହନ ବୁନା ହେଇଥିଲା ତାର ଫଲ ରାନିପୁର ଝରିଆଲ ନ ଫଲିଥିଲା । ସମ୍ବଲ (ଇହାଦେର ସମଲପୁର) ର ଇଂଦ୍ରଭୁତି ଆର ଲଖ୍ମିଂକରା ଜେନ ତଂତ୍ରଜାନ ଚଲେଇଥିଲେ ସେଟା ଇ ଅଂଚଲ ନ ଲୋକପ୍ରିୟ ଥିଲା ।

ଜେତେବେଲେ ଇ ଅଂଚଲ ନ ୮ମ/୯ମ ସତାବ୍ଦି ଆଡକେ ସୋମବଂସିମାନେ ରାଜୁତି କରୁଥିଲେ ସେତେବେଲେ ଧାର୍ମିକ ବିକାସ ଜୋରସୋର ହେଇଥିଲା । ହେ ସମିଆଁ ନ ହିଁ ପ୍ରାୟ ବଡଭାଗି ସ୍ଥାପତ୍ୟମାନେ ବନା ହେଇଥିଲା । ପ୍ରମାଣ ର ଅଭାବ ଥି ଇଟା କହେବାରଟା ବଡା ମୁସକିଲ ଜେ ଇ ଅଂଚଲଟା କେଭେ ଏନ୍ତା ସୁଇନ ପଦା ହେଇଗଲା । ପଂଦର ସ ସତାବ୍ଦି ନ ମୁସଲମାନ ମାନକର ଆକ୍ରମଣ ଇ ଅଧୋପତନ ର କାରଣମାନକର ଭିତରୁ ଗୁଟେ ହେଇଥେଇପାରେ । ଇନ ଆପଣମାନକୁ ଠାନ ଠାନ ପାହା ଚିହ୍ନାମାନେ, ଜେନଟା କି ନିରାକାର ବାଦ ବୌଧବାଦ ପୁଜାର ଚିହ୍ନା ଦେଖବାର କେ ମିଲିଛେ । ବେଲେ କୁହା ଜେଇପାରେ ଜେ ୩ୟ ସତାବ୍ଦି ଆଘୋନୁ ଇନ ବୌଧ ଧର୍ମ ସାଂଗେ ଜଡିତ ଥିଲା ।

ଚଉସଠି ଜୁଗନି ମଂଦିର

ଇ ଗୁଲାକାର ବିନ ଛାନିର ମଂଦିର ୬୪ ଜୁଗନିକର ଲାଗି ସୋମବଂସିମାନେ ବନେଇଥିଲେ । ଇଟା ମର୍କଡା ପଖନ ଥି ବନା ହେଇଛେ । ମଝା ନ ଗୁଟେ ଛେନ-ଥିଲା ଦୁଆର ମୁହଁ ନ ଛ ହତିଆ ନାଚୁଥିବାର ସିବ ମୁର୍ତି ଅଛେ ଆର ଚାର୍ହିଆଡେ ଗୁଲା ହେଇକରି ଖୋପମାନକୁ ଜୁଗନି ମୁର୍ତିମାନେ ଅଛେ ।
ଖୋପମାନେ ୧୦୦ ସେ.ମି. ୫୦ ସେ.ମି.ର ଅଛେ ଆର କାଁଥି ୨.୬୦ରୁ ୨.୬୫ ମିଟର ।

ଲେହରି ଗୁଡି

ପହେଲା ନୁ ଇ ଗୁଡିଟା ଖାକରା ପ୍ରଣାଲି ଥି ବନା ହେଇଛେ । ଇହାଦେ ଜିରେ ନି ଜିରେ ଅବସ୍ଥା ଥି ଥିବାର ଇ ଗୁଡି ବୋଧେ ତାଂତ୍ରିକସିଦ୍ଦ ଲୁଇ ପା ର ନାଁ ଥି ଦିଆ ହେଇଛେ । ଇଟା ସୋମେସ୍ୱର ସାଗର ର ଖଣି ବନା ହେଇଛେ ।

ଇ ଲେହରି ଗୁଡି ର ଅର୍ଦ୍ଧବେଲନାକାର ଛେନ ଦ୍ରାବିଡମାନକର ସୈଲ ସିଖର ପ୍ରଣାଲି ଥି ବା କାଲିଗନ ଖାକରା ଢାଁଚା ଥି ବନା ହେଇଛେ । ଇ ସ୍ଥାପତ୍ୟ ର ବିସେସତା ସସ୍ଟ ସତାବ୍ଦି ଆଡର ବଲି ଅନୁମାନ କରାଜେସି । ଇ ଗୁଡି ର ବାସ୍ତୁକଲା ର ବିସେସତା ଆଘୋର ମଂଦିରମାନକର ସ୍ଥାପତ୍ୟ ସଂରଚନା ନୁ ଜହ ଭିନେ ନୁହେଁସେ । ଇ ମଂଦିର ଥି ମୁର୍ତିକଲା ର ଅନୁପସ୍ଥିତି ନୁ ଫଟିକ କରିଦଉଛେ ଆଘୋର ସାକ୍ତ ପିଠମାନକର ବିସେସତା କେ । ଆର କହିହେବା ଜେ ଇଟା ୫ମ ସତାବ୍ଦି କି ୬ସ୍ଟ ସତାବ୍ଦି ର ପହେଲା ଆଡକେ ଇ ଗୁଡି ବନା ଜେଇ ଥେଇପାରେ ବଲି । ଇ ଅଂଚଲ ଥି ମଂଦିର ବନାବାର କାର୍ଜ୍ୟକ୍ରମ ପୁରାତନତାକେ ଆମେ କମସେ କମ ୫ମ ସତାବ୍ଦି ଆଡର ବଲି କହି ପାରମାଁ ଜେତେବେଲେ କି ଇ ଅଂଚଲ ନ ନଲମାନେ ରାଜ କରୁଥିଲେ । ଆର ଇହାଦେ କୁଂଦାସାଖି ବାଗିର ଠିଆ ହେଇକରି ଥିବାର ସହ ସହ ମଂଦିର ଭିନେ ଭିନେ ଆକାର ର ଆର କେତନି ଆଘୋନୁ ଖପିଗଲା ମଂଦିର ସବୁ ଇ ଅଂଚଲ ର ମହାନ ରୁପର କଥା ହିଁ କହୁଛନ ।

ସୋମେସ୍ୱର ମଂଦିର

ଇ ମଂଦିରଟା ବାକି ମଂଦିର ନୁ ଟିକେ ଭଲ ଅବସ୍ଥା ଥି ଅଛେ । ଇ ମଂଦିରେ ଗଗନ ସିବକର ପଥର ଲେଖା ମିଲିଛେ –
ସୋମସ୍ୱାମି ସିଦେ୍ଧସ୍ୱର
ଲଖ୍ମିନାମ ଚତୁର୍ଥ ନାମ

ଇନ ଗୁଟେ ଦୁର୍ଗା, ଭୁରସବ, ନାଗ, ଦ୍ୱାରପାଲ ଦେଖବାର କେ ମିଲସି । ଗର୍ଭଗୃହ କେ ପସଲା ବେଲକେ ତାର ଲିନଟେଲ ନ ଗଜଲଖ୍ମି ଦେଖବାର କେ ମିଲସି । ବାଟ ମୁହଁ ନ ମୁର୍ତିିଟେ ବୋଧେ ବୁଦ୍ଧ କି ସିଦ୍ଧ ଧ୍ୟାନ ମୁଦ୍ରା ଆର ମଝାନ ସିବ ଲିଂଗ ବୋଧେ ସୋମେସ୍ୱର ଦେଖବାର କେ ମିଲସି । ଏଭେ ସେ ଠାନେ ସିବ ପାର୍ବତି ମୁର୍ତି ଦୁଇଟା ରଖି ଦିଆ ହେଇଛେ । ଜଗମୋହନା ଥି ଖଜୁରାହୋ ମଂଦିର ବାଗିର କକ୍ଷସାନ ନମୁନା ଦେଖବାର କେ ମିଲସି । କକ୍ଷସାନ ନେ ଜେନ ଛେଁକେନ ଦିଆ ହେଇଛେ ସେଟା ପୁଡା ଇଟା ଆର ପଖନ ଥି ବନା ହେଇଛେ ।

ରାନି ଗୁଡି

ଇନ ପାଖେ କେନ ବୋଧେ ରାନି ରହୁଥିବା ହେତିର ଲାଗି ଇଠାନର ନାଁ ଟା ରାନିପୁର ପଡିଛେ । ଇ ଠାନେ ଖପେନି ଖପେନି ଅବସ୍ଥା ନ ସିବ ଗୁଡିଟେ ଅଛେ । ଅନୁମାନ କଲେ ଜନା ଜେସି ଜେ ୪ଟା ଭାଗ କରି କରି ବନା ହେଇଥିଲା । ମଧ୍ୟପ୍ରଦେସ ର ରାନୋଦ ଠାନେ ଜେନ ପଥର ଲେଖା ହେଇଛେ ସେଠାନେ ରାନି ପଦ୍ରା ବିସେ ନେ ଲେଖା ହେଇଛେ । ଅନୁମାନ କରାଜେସି ଜେ ସେଟା ରାନିପୁର ଏ ବଲି ।

ଇଂଦ୍ରଲାଠ ମଂଦିର

ଇଟା ଗୁଟେ ଅନୋଖା ମଂଦିର ଏ । ଭିନେ ଭିନେ ହିସାବେ ସିବ ଆର ବିସ୍ନୁ ମଂଦିର ବଲି ବର୍ଣ୍ଣନ କରାହେଇଛେ । ତାର ଉଁଚା ୬୦ ଫୁଟ ନୁ ଜହ ହେବା ଆର ବାଲିଆ ପଖନ ମଚାନ ଥି ଠିଆ ହେଇଛେ । କିଛି ଇତିହାସକାର କହେସନ ଇଟା ପ୍ରକୃତ ଥି ଗୁଟେ ବିସ୍ନୁ ମଂଦିର ଏ ବଲି । ପଛେକା ଇତାକେ ସିବ ମଂଦିର ବଲି ଦିଆ ହେଇଛେ । ହେଲେ ଭଲକରି ଅନୁଧ୍ୟାନ କଲା ପରେ ଜନା ପଡିଛେ ଜେ ଇଟା ଗୁଟେ ସିବ ମଂଦିର ଏ । ମଂଦିର ଭିତରେ ସିବ, ପାର୍ବତି, ଗଣେସ ଆଦି ଅଛନ । ସିବ ଲିଂଗ ନୁ ଜେନ ପେନ ଧାର ବାହାରୁଛେ ସେଟା ପ୍ରାକୃତିକ ଏ । ଇଂଦ୍ରଲାଠ ମଂଦିର ଆର ଚଉସଠି ଜୁଗନି ମଂଦିର କିଏ ବନେଇଛେ କହି ନି ହେବାର । ବେଗଲାର ଆର ୱିଲିଅମ ମତ ଦେସନ ସିରପୁର (ଛତିସଗଡ) ର ମଂଦିର କେ ସପ୍ତମ ସଦିର ବଲି ତ ରାନିପୁର ଇଂଦ୍ରଲାଠ ବି ସେ ଏକା ଢାଁଚା ଥି ବନା ହେଇଛେ ହେତିର ଲାଗି ସମାନ ସମିଆଁ ର ବଲି ଅନୁମାନ କରା ହଉଛେ ଆର ବି ସପ୍ତମ ସଦିର ନଲା ରଜାମାନେ ବୈସ୍ନବ ଧର୍ମ ପ୍ରିୟ ଥିଲେ ଆର ତାକର ମୁଖିଆ ରାଜୁତି କାମ ରାଜିମ, କଲାହେଁଡ, ବଲାଂଗେର, ଅଂଚଲ ନ ଥିଲା ବଏଲେ ତାକର ସଂପର୍କ କେ ବି ମନା କରି ନି ହୁଏ । ଜଦି ବି ଠିକସେ କିଏ ବନେଇଛେ କହି ନି ହେବାର ତଥାପି ବି ଗୁପ୍ତମାନକର ପରର ସ୍ଥାପତ୍ୟ କଲା ଇ ମଂଦିର ମାନକୁ ଝଲକିସି ।

ସୋମତିର୍ଥ

ସୋମତିର୍ଥ ବଏଲେ ବଲାଂଗିର ଜିଲାର ଜାଁଲା ଗାଁ ରାନିପୁର ଆର ଝରିଆଲ କେ ବୁଝାସି । ବେଗଲାର କହେସନ ଇନ ପ୍ରାୟ ୧୨୦ଟା ମଂଦିର ଭିନେ ଭିନେ ନାପ ଆର ଆକୃତି ର ଥିଲା ଆର ଇହାଦେ ସେନୁ ୫୭ଟା ଅଛେ । ହେଲେ ପଛର ଗବେସନା ନୁ ଜନାଜାଏସି ଜେ, ପାଖାପାଖି ୨୦୦ଟା ମଂଦିର ର ନିହିର ଠାବ କରା ହେଇଛେ । ଜେନଟା କି ୨ କିମି ତକ ଫଏଲି କରି ଅଛେ । ଏତେଟେ ମଂଦିର ଏକେ ସାଂଗେ ବାନାବାର ନୁ ଫଟିକ ଏଜେ ଦିନେକା ଇଠାନେ ଗୁଟେ ତିର୍ଥ ଥିଲା । ଆର ସେମାନେ ମତ ଦଉଛନ ଜେ ସୋମତିର୍ଥ ନାଁଟା ସୋମେସ୍ୱର ସିବଂକର ନାଁ ଅନସାରେ ହେଇଛେ ଜେନଟାକି ବାମନ ପୁରାନ ଥି ଲେଖା ହେଇଛେ । ପରଜିଟର ର ଅନସାରେ ପୁରାଣମାନେ ୩ ସଦି ଆଡେ ଥିଲା ବଲି ଜୋର ଦେଇକରି କହିହେବା । ସେ ପୁରାଣମାନେ ସୋମତିର୍ଥ ର ସିବ ର ନାଁ ସୋମସିତଲ ଆର ଗୋପାଲ ପୁଜା ପଉଥିଲେ । ଆର ବି ଦାବିକେ ଜୋର କରି ଦେସି ସୋମ ସାଗର, ସୋମେସ୍ୱର ସିବ ମଂଦିର ଆର ବିସ୍ନୁ ମଂଦିର ।

ସାକେତ ଶ୍ରୀଭୁଷଣ ସାହୁ