Monday, April 27, 2026
Home Blog Page 23

କୋସଲି ର ଜନକ କୋସଲରତ୍ନ ପଣ୍ଡିତ ପ୍ରୟାଗଦତ ଜୋସି

0

ଜନମ – ୨୫/୨/୧୯୧୩, ଦେହାନ୍ତ -୧୯/୧୦/୧୯୯୬, ବାପା – ଚନ୍ଦ୍ରସେଖର ପାଟଜୋସି, ମାଁ – ବୃନ୍ଦାବତି ଦେବି

ପଢାପଢି ପ୍ରତି ତାକର ଛୁଆବେଲୁ ଆଗ୍ରହ ଥିଲା  । ଆଠ ସେଣି ତକ ଖଡିଆଲ ସ୍କୁଲ ନ ପଢିଥିଲେ ତେହରୁ ୧୯୩୨ ରେ ରାଏପୁର ନୁ ମେଟ୍ରିକ ପରିଖ୍ୟା ପାସ କରି ଖଡିଆଲ ଭର୍ଣ୍ଣାକୁଲାର ସ୍କୁଲ ରେ ସିକ୍ଷକ ହିସାବେ ଜୋଗ ଦେଇଥିଲେ  । ଫେର ୧୯୩୪-୧୯୩୮ ମସିହା ରେ କାସିରେ କବିରାଜ ଧର୍ମଦାସ ଚରକାର୍ଜ୍ୟ ନ ଆର‌୍ୟୁବେଦ ପଢଲେ ଆର ସିଖଲେ  । ସେ ଅଖିଲ ଭାରତିୟ ଆର‌୍ୟୁବେଦ ର ବିଦ୍ୟାପିଠ ବାରାଣାସି କେନ୍ଦ୍ର ରେ ୧୯୩୮ ରେ ପରିଖ୍ୟା ଦେଇ ସର୍ବଭାରତିୟ ସ୍ତର ରେ ପହେଲା ଠାନ ଆବରି କରି ସୁନା ପଦକ ପାଇଥିଲେ  । ସେ କାସି ନ ଥିଲା ବେଲକେ ୪ଖଁଡ ସଂସ୍କୃତ ଆର‌୍ୟୁବେଦ ଗ୍ରନ୍ଥ ର ହିନ୍ଦି ଟିକା ଲେଖିଥିଲେ  ।

ସ୍ରି ଜୋସି ୧୯୩୦ ରୁ ସ୍ୱାଧିନତା ସଂଗ୍ରାମ ନ ଝାସ ଦେଇକରି ଦେସ ସେବା ଲାଗି ମନ କରିଥିଲେ  । ୧୯୩୮ରେ ପଢାପଢି ସାରିକରି ସକ୍ରିୟ ହିସାବେ କଂଗ୍ରେସ ଥି ଜୋଗ ଦେଇଥିଲେ ଆର ୧୯୫୦ ତକ ପ୍ରଦେସ କଂଗ୍ରେସ କମିଟି ଥି ଥିଲେ  । ୧୯୫୦ ରେ ସେ ଖଡିଆଲ ର ପହେଲା ସରପଁଚ ହିସାବେ ଦାଇତ୍ୱ ନେଇଥିଲେ । ତାକର ସମିଆ ରେ ବହୁତ ସମାଜ ସଂସ୍କାର କାମ ଆର ନୁଆଁ ପରିଜୋଜନା ମାନକର ନିହି ପକେଇଥିଲେ  ।

ସେ ସମିଆ ର ଖଡିଆଲ ର ମାହୋଲ ଜେନ୍ତା ଥିଲା ଜେ ସେ ଛ ପଢଲା ବେଲୁ ନାଟ ଥି ବାହାରିଥିଲେ ଆର ପଛେକା ସେ ଗୁଟେ ପୁଖତ ଅଭିନେତା, ନିର୍ଦେସକ ଆର ନାଟ ଲେଖକ ବନିଥିଲେ  । କୋସଲି ଭାସା ଥି ‘କପଟ ବିବାହ’ ବଲି ଗୁଟେ ନାଟ ବି ଲେଖିଥିଲେ । ସ୍ରି ଜୋସି କେତେଟା କବିତା ଆଦି ଲେଖିଥିଲେ ବି ସେ ମୁଖିଆ କରି ପ୍ରାବଂଧିକ  ।

ସ୍ୱତଂତ୍ର କୋସଲି ଭାସା ର ସାମ୍ବିଧାନିକ ମାନ୍ୟତା, ସାହିତ୍ୟ ଆର ଭାସା ର ପ୍ରଚଲନ ଲାଗି ୧୯୮୦ ମସିହା ନ ନିଜର ଉଦ୍ୟମ ନ କୋସଲି କୁରିଆ ଥାପନା କରି କୋସଲି ଭାସା ସାହିତ୍ୟ ପରିସଦ ଗଠନ କରିଥିଲେ  ।

ଦିନେ କିଏ ଝନେ ତାହାକୁ ପଚରେଇଥିଲେ, “ଆପଣକଂ ଅଂଚଳର କେତେ ଲୋକ କହନ୍ତି, ଆମ କୋଶଲୀ ଭାଷାରେ ଆନ୍ତରିକ କଥା, ହୃଦୟର ଗଭୀର କଥା କହି ହୁଏନି” । ସେ ତାର ଉତର ରେ ବଏଲେ, “କାହାକେ ଇନେ ଠେଂଗା ଗୁଟେ ପଛବାଟୁ ମାରଲେ ବୁଆ ବଲି ବାହାରବା, ବାପା ବଲି ନେଇଁ ବାହାରେ, ସେତକି ବେଲେ ଜନା ପଡିଜିବା ଜେ ଇ କେନ ଭାସି ର ଲୋକ ଆଏ”  । ଗୁଟେକେ ଛୋଟ ଦେଖାବାର ଲାଗି କେତନି କଥା ବାହାରସି ।

କୋସଲି ସାହିତ୍ୟ ରତ୍ନ, କୋସଲ ସ୍ରି ଜୋସିଂକର ବହୁମୁଖି ପ୍ରତିଭା ଲାଗି ଭିନେ ଭିନେ ଅନୁସ୍ଟାନ ମାନେ ତାହାକୁ ସମ୍ମାନିତ କରିଛେ ସେ ସମ୍ମାନ ମାନେ ହେଲା:

  • ଖଡିଆଲ ସାହିତ୍ୟ ସମିତି ଓ ଖରିଆର ରୋଡ ସଂସ୍କୃତି ଓ କ୍ରୀଡା ଅନୁଷ୍ଠାନ ୧୯୭୯
  • ପଂଚପାଖୁଡା ଅନୁଷ୍ଠାନ, ଭବାନିପାଟଣା ୧୯୮୦
  • ମହାବୀର ସାଂସ୍କୃତିକ ଅନୁଷ୍ଠାନ ୧୯୮୪
  • ହୀରାଖଣ୍ଡ ବସନ୍ତ ମିଲନ ସମାରୋହ ୧୯୮୫
  • ଓଡିଶା ଲେଖକ ସାମ୍ମୁଖ୍ୟ ୧୯୮୬
  • ଯଦୁମଣି ସାହିତ୍ୟ ସଂସଦ, ଉଦୟପୁର ୧୯୮୭
  • ସମ୍ବଲପୁରୀ ଲେଖକ ସଂଘ ୧୯୮୮
  • ଓଡିଶା ସାହିତ୍ୟ ଏକାଡେମୀ ୧୯୮୯
  • ଖଡିଆଳ ସାହିତ୍ୟ ସମିତି ନୁ କୋଶଲୀ ସାହିତ୍ୟ ରତ୍ନ ଉପାଧି ୧୯୯୨
  • ଅଶୋକ ଚନ୍ଦନ ସ୍ମୁତି ସମିତି ପାଟଣାଗଡ ୧୯୯୨
  • ନିଖିଲ ଉକ୍ରଲ କୋଶଳୀ ସମ୍ମେଲନ ୧୯୯୫
  • ଖଡିଆଲ ସାଂସ୍କୃତିକ ଅନୁଷ୍ଠାନ ଆର କୋଶଲୀ ଭାଷା ସାହିତ୍ୟ ପରିଷଦ ୧୯୯୫
  • ସମଲପୁର ଚେତନା ପରିଷଦ ନୁ କୋଶଲ ଶ୍ରୀ ଉପାଧି ୧୯୯୫
  • ନରସିଂନାଥ ଟ୍ରସ୍ଟି ୧୯୯୫
  • ୧୯୯୦ ଥି ପ୍ରକାସିତ କୋସଲି ଭାସା ର ସଂକ୍ଷିପ୍ତ ପରିଚୟ ବହି ଭାସା ବିସେସତ୍ୱ ର ନିଛକ ପ୍ରତିଛବି  । ତାକର ଆର ଲେଖା ମାନେ:
  • କୋସଲ ଭାସା – ଗିରିଝର, ଭବାନିପାଟଣା ନଭେମ୍ବର ୮୧, ଅଗ୍ନିଶିଖା, ସମଲପୁର , ୮୧
  • ଖଡିଆଲ ଅଂଚଲ ର ଲୋକଭାଷା, ସପ୍ତର୍ଷି ଜୁନ ୮୧
  • ଉପଭାଷା ନୁହେଁ – ଦୈନିକ କୋଶଲ, ସମଲପୁର (୧୭/୧୦/୮୧)
  • ଅବହେଲିତ ଭାଷା – ଦୈନିକ କୋଶଲ, ସମଲପୁର (୧୫/୧୨/୮୪)
  • କୋଶଲୀ ଭାଷା – ଡିବିଡିବି, ଭବାନିପାଟଣା, ୨୧/୬/୮୨
  • ସ୍ୱତଂତ୍ର କୋଶଲୀ ଭାଷା – ଦୈନିକ ହୀରାଖଣ୍ଡ (୧୫,୧୭,୧୯,୨୦/୮୩), ସପର୍ଷି, ନଭେମ୍ବର ୮୩, ସେପ୍ଟେମ୍ବର, ୮୪, ଧୁଆଁ ଆର ଧୁକା, ସପ୍ତର୍ଷି ଜୁଲାଇ ୮୬, (ସଂକ୍ଷିପ୍ତ ପରିଚୟ) ମାର୍ଚ ୮୮, ଲିପି ବିଚାର , ମାର୍ଚ, ଏପ୍ରିଲ, ୯୦
  • କୋଶଲୀ ଭାଷାରେ ଘର ସଂପର୍କୀୟ ଶବ୍ଦାବଳୀ – ଗିରିଝର, ଭବାନିପାଟଣା ନଭେମ୍ବର ୮୪
  • ପଶ୍ଚିମ ଓଡିଶାର ଭାଷା କୋଶଲୀ – ହୀରାଖଣ୍ଡ, ବସନ୍ତ ମିଲନ ସ୍ମରଣିକା ଜାନୁଆରୀ ୮୫

ସ୍ୱାଧିନତାର ଉତାରୁ କୋସଲି ସାହିତ୍ୟ: କୋସଲି ସାହିତ୍ୟର ଇତିହାସ

0

ଦେସ ସ୍ୱାଧିନ ହଉଥିଲା । ସ୍ୱାଧିନତାର ପରେ ପସ୍ଚିମ ଓଡିସାରେ ଛାପାଖାନା ମାନେ ବସି ସାରିଥିଲା ନ ଆର କୋସଲି ସାହିତ୍ୟ ରଚନା ଜାରି ରହିଥିଲା ଆର ଗତି ଆଘୋର ନୁ ତେଜ ହେଇଥିଲା । ଦେସେ ରାଜନିତିକ ଆର ସାମାଜିକ ପରିସ୍ଥିତି ବଦଲୁଥିଲା । କୋସଲି ସାହିତ୍ୟ ରେ ବି ଗୁଟେ ନୁଆଁପନ ନେଇ କବି ଲେଖକ ମାନେ କଲମ ଚଲେଇଥିଲେ । ଇ ନୁଆପଁନ ଥି ସମାଜ ର ନଂଗଲା ଚେହେରା କେ ଚିତରେଇଥିଲେ । ସମାଜ ର ବାସ୍ତବ ସତ କେ ଦେଖେଇଥିଲେ ।

ସ୍ୱାଧିନତା ପରେ ପରେ ୧୯୪୯ ମସିହାରେ ନାଁ କରା କବି ଖଗେସ୍ୱର ସେଠ କର “ପଏରଛା ସତି” ଆସଲା ।
୧୯୫୩ ସତ୍ୟନାରାୟଣ ବହିଦାରକର କବିତା ସଂକଲନ “ସ୍ରିଂ ପଚମି” ବାହାରିଲା ସମଲପୁର ମେହେର କବି ପ୍ରେସ ନୁ ।
୧୯୫୯ରେ ବାହାରଲା କବି ସସିଭୁସଣଂକର ଲମ୍ବା କବିତା ରଖ ମାଁ ପଲସା ଗୁଛା ।

କୋସଲି ଭାସାରେ ସାହିତ୍ୟ ଗଢବାର ତହଁକ ଆର ବଢିଛେ ଥିଲା । ଜେତକି ନୁଆଁ ସାହିତିକ ଆସିଛନ ସେତକି ନୁଆଁ ସାହିତ୍ୟ ଆସିେଛେ କୋସଲି କେ । ଇ ସମିଆଁରେ କୋସଲି ଭାସା ଲାଗି ମଚାନ ବନିଛେ ଭିନ ଭିନ ସାହିତ୍ୟ ପତରିକା ।

୧୯୬୫ – ପଂଚମୁଖି ପତ୍ରିକା ବାହାରଲା । ଇଥି କୋସଲି ଲେଖାମାନେ ବାହାରଲା । ୧୯୭୪ରେ ଅବଗାର କୋସଲି ଭାସାର ଲେଖା ମାନକୁ ନେଇ ନୃପତି ଦେହରି କର ସଂପାଦନା ଥି ଝରନ ପତ୍ରିକା ବାହାରଲା । ତାର ପରେ ଇହାଦେ ତକ ପ୍ରାୟ ୮୦ଟା ପତ୍ର-ପତ୍ରିକା କୋସଲି ଭାସାରେ ବାହାରିଛେ ।

ଇ ସମିଆଁର ଜେନ କବିତା ଚର୍ଚାକେ ଆସିଥିଲା ସେଟା ହେଲା
୧୯୫୧ ରେ ବାହାରଲା ସୁନାଧର ବାଗ କର କୋସଲ ଦେସେ ଦିନେ
୧୯୫୬ ବିରେନ୍ଦ୍ର ମିସ୍ର – ଅନୁଭୁତି
୧୯୫୬ – ନବିନ କିସୋର ମିସ୍ର – ଫୁଲର ସରି ମୁନୁସ
୧୯୫୬ – ଗୋପେନ୍ଦ୍ର ବାରିକ – ବରସା ମାସ
୧୯୫୬ – ମୋତିଲାଲ ପଣ୍ଡାକର ସଂକଲନ – ଦର୍ପନ ବାହାରିଥିଲା
୧୯୫୮- ରାଜାରାମ ମେହେର – କିଆ କହଡ (କଟକ ଧର୍ମଗ୍ରନ୍ଥ ଷ୍ଟୋର)
୧୯୫୮- ସସିଭୁସଣ ମିସ୍ର ସର୍ମା -ସମଲପୁରି ରସକବିତା
୧୯୫୮- ନାକଫିଡି ନନ୍ଦ – ଝାର, ଗଉଡପିଲା
୧୯୫୮- ନରସିଂହ ପ୍ରସାଦ ନନ୍ଦ – ଝୁୁର ଝୁୁର ପାଏନ ବରସାର ବେଲେ
୧୯୫୮ – ମୁରାରି ପ୍ରସାଦ ମିସ୍ର – ଜାଇଫୁଲରେ
୧୯୫୯ – ଚଏତନ ପାଏନଗିରି – କେତନି କେତେ
୧୯୫୯ – ସ୍ୱାମି ବିସ୍ୱାମିତ୍ର ଭରଦ୍ୱାଜ – ଧାନଦୁଆ
୧୯୫୯ – ଅଭିମନ୍ୟୁ ପଧାନ – ଅଗସ୍ଟ ପନ୍ଦର
୧୯୫୯ – ଖେଲେରେ ଖେଲେ, ପାପିର ଡାକ – ବିରଂଚି ନାରାୟଣ ଦାସ
୧୯୬୦ ତକ ପ୍ରକାସିତ ହେଲା ୨ଟା କାବ୍ୟ ୧୦ଟା କବିତା ସଂକଲନ
୧୯୬୦ – ବାଂଛାନିଧି ମେହେର ଚସାପିଲା ମୁଇଁ
୧୯୬୧ -୧୯୭୦ – ୧୦ ଟା ସଂକଲନ
୧୯୭୧-୧୯୮୦ – ୧୮ଟା ସଂକଲନ
୧୯୮୧ -୧୯୯୦ – ୪୦ଟା ସଂକଲନ
୧୯୯୧-୨୦୦୦ – ୬୬ଟା କାବ୍ୟ/କବିତା ସଂକଲନ

ସତୁର ଦସକ ଆଡକେ କୋସଲି ସାହିତ୍ୟ କେ ଧରିଛେ ଆଧୁନିକତା । ଦେସର ରାଜନୈତିକ ଦୃସ୍ୟପଟ ବଦଲିବାର ସାଂଗେ ସାଂଗେ ଦେସ ବିକାସ ର ବାଟେ ବଢିଚାଲିଥିଲା ଆର କୋସଲି ବି ସେ ବାଟେ ପଛେ ପଛେ ଲମିବସିଥିଲା । ଅଧ୍ୟାପକ ଜୟଦେବ ଡନସନା କର ୧୯୭୮ରେ ବାହାରିଥିବାର ୟୁଲିସିସ ଆର ସାଲେଗ୍ରାମ କବିତା ସଂକଲନ କେ କୋସଲି ଭାସାର ପହେଲା ଆଧୁନିକ କବିତା ସଂକଲନ ବଲି ଧରାଜଉଛେ ।

ଇତାର ପରେ ପରେ କୋସଲି-ଭାସା ସାହିତ୍ୟର ପ୍ରଚାର ପ୍ରସାର ଜୋର ଧରିଛେ ଆର କେତନି କବି ଲେଖକ ଆଗକେ ଆସିଛନ କୋସଲି ର ସେବା କରବାର ଲାଗି ।

୧୯୮୨ ମସିହା ନ ପଣ୍ଡିତ ଜୋଷୀଂକର “ସପ୍ତର୍ଷି” (ସମ୍ବଲପୁର ୟୁନିଭର୍ସିଟି ନୁ ପ୍ରକାସିତ) ଥି ପ୍ରକାସିତ ପ୍ରବଂଧ “ସ୍ୱତଂତ୍ର କୋଶଲୀ ଭାଷା” ଚହଲେଇ ଦେଇଥିଲା ଅଂଚଲର ସବୁ ବୁଦ୍ଧିଜିବି ମାନକୁ । କୋସଲି ନାଁକେ ସମର୍ଥନ କରି ଡ ଦୋଲଗୋବିନ୍ଦ ବିଶୀ ଆମର ଭାସାର ବ୍ୟାକରଣ ବହି “କୋଶଲୀ ଭାଷା ସୁନ୍ଦରୀ” (୧୯୮୪) ଲେଖଲେ, “କୋଶଲ ଶ୍ରୀ” (୧୯୮୮) ତିନ ମାସିଆ ପତ୍ରିକା ଛାପଲେ । ସେ ସାଂଗେ ପଣ୍ଡିତ ଜୋଷୀକର ଅନୁଷ୍ଠାନ “କୋଶଲୀ ଭାଷା ସାହିତ୍ୟ ପରିଷଦ” ତରଫନୁ “କୋଶଲ ଭାରତୀ” ପତ୍ରିକା ବାହାରଲା । ବଲାଂଗିର ନୁ ଭି କେତନି ସମାନ ମନୋଭାବର ଲୋକ ମିସଲେ “କୋସଲି” ପଦ କେ ସମର୍ଥନ କରବାର ଲାଗି ।

ଡ. ନୀଲ ମାଧବ ପାଣିଗ୍ରାହୀ, ହେମଚନ୍ଦ୍ର ଆଚାର୍ଯ୍ୟ, ପଦ୍ମଶ୍ରୀ ହଲଧର ନାଗ

୧୯୯୧ ଆଡକେ ହଲଧର ନାଗ ଆସଲେ କୋସଲି କାବ୍ୟ ସାହିତ୍ୟ ଜଗତକେ । ଇ ସମିଆଁରେ ଏଖା ନିଲ ମାଧବ ପାଣିଗ୍ରାହି ଆସିଛନ । ସେ “ନିଶାନ” ପତ୍ରିକା ସଂପାଦନା କରୁଥିଲେ । ସଂଗିତ ଆର ସଂସ୍କୃତରେ ଭାସାରେ ଗୁହେର ଗ୍ୟାନ ଥିଲା । ସେ କୋସଲି ଭାସା ଥି “ମାହଭାରତ” ଲେଖିଛନ ଆର ହେମଚନ୍ଦ୍ର ଆଚାର୍ଜ୍ୟ୍ୟ ତାକର ନୁ ପ୍ରେରଣା ପାଇକରି “ରାମରାହା” ଲେଖଲେ । ହେଲେ ଗୁଟେ ଚନା ବିକୁଥିବା ସାଧାରଣ ଲୋକ ଅସାଧାରଣ କାବ୍ୟ ପ୍ରତିଭା ଲାଗି କୋସଲି ସାହିତ୍ୟ ର ଗୁଟେ ଦସକ ନୁ ଉପରେ ରାଜ କରି ଏଇଛନ । ତାକର କାବ୍ୟ ସବୁ “ହଲଧର ଗ୍ରନ୍ଥାବଲି” ନାଁରେ ୧୯୯୮ ମସିହାରେ ବାହାରଲା ଆର ତାକର କବିତା ସଂକଲନ “ସୁରୁତ” ନାଁରେ ବାହାରିଲା । ଇହାଦେ ର କୋସଲି ସାହିତ୍ୟ ରେ ସମକିର ନୁ ବେସି ପ୍ରସିଦ୍ଧି ପାଇଥିବାର କୋସଲି କବି ହଉଛନ ହଲଧର । ତାକର ନାଁ ରେ ବନବିଦ୍ୟାଲୟ ଅଛେ, ପାଠାଗାର ଅଛେ, ସଭା ମଂଡପ, ବିଦ୍ୟାଲୟ ବଖରା ଆଦି ନାମିତ କରାହେଇଛେ । ସେ ୪୦୦ ନୁ ଜହ ଅନୁସ୍ଠାନ ନୁ ସମ୍ମାନ-ସମ୍ବର୍ଦ୍ଧନା ପାଇଛନ । ତାହାଂକୁ ୨୦୧୬ ମସିହାରେ ପଦ୍ମସ୍ରି ସମ୍ମାନ ମିଲିଛେ ।

ହଲଧର ଛନ୍ଧବଦ୍ଧ ପାରଂପାରିକ କବିତା ଲେଖିକରି କେତନି ନୁଆଁ ଜୁଆନ କବିକୁ ପ୍ରଭାବିତ କରିଛନ ତାକର ଧାରାରେ ଲେଖବାରକେ । ହେଲେ ଇ ସମିଆଁରେ କୋସଲି ର ଆଧୁନିକ ଦିଗ ବି ବରକସ ହେତେଲ ଜେଇଛେ । ସିଖିତ ପଢାପିଲା, କଲେଜ ଅଧ୍ୟାପକ, ଆର ସଚେତନ ନାଗରିକ ମାନେ ବି କୋସଲି ଭାସାରେ ଲେଖବାର କେ କଲମ ଉଠେଇଛନ ।

କୋସଲି ପତ୍ରପତ୍ରିକା
ମଂଗଲୁ ବିସ୍ୱାଲ ଆର ଦ୍ୱାରିକା ନାଥ ନାୟକ କର ସଂପାଦନା ଥି “ଭରନି”, ଗୌରାଂଗ ପାଣ୍ଡେ କର ସଂପାଦନା ଥି “ନୁଆଁସକାଲ”, କିସୋର ସାହୁ କର ସଂପାଦନା ଥି “ନୁଆଁ ଝରନ”, ସାକେତ ସ୍ରିଭୁସଣ ସାହୁଂକର ସଂପାଦନା ଥି “ବେନି” ଆଦି ପତ୍ରିକା ବାହାରିଛେ ଆର କେତନି କବି ଲେଖକ କୁ ମଚାନ ଦେଇଛେ ।

୩୬ଟା କବି କେ ନେଇ ବନଲା କବି କୁଟୁମ ଗାଁଗାଁ ବୁଲି କୋସଲି କବିତା ପାଠ କରିଛନ । ଇତାର ମୁଲିହାର ନିତିସ ଆଚାର୍ଜ୍ୟ ଥିଲା ବେଲକେ ହଲଧର ଥିଲେ ମେରଖୁଟା ।

ଇ ସମିଆଁକେ ପସଚିମ ଓଡିସାରେ କୋସଲି ଭାସାର ଚର୍ଚା ଜୋର ଧରିଛେ । ସଭା-ସମିତି ନ କୋସଲି ଭାସାର ସାମ୍ବିଧାନିକ ମାନ୍ୟତା ବିସୟ କଥା ଉଠିଛେ ଆର ଧିରେ ଧିରେ ଆନ୍ଦୋଲନ ର ରୁ ନେଇଛେ । କୋସଲି ଭାସାରେ ତିନଟା ଜିନିସ କେ ନେଇ ସବୁ ନ ଜହ ଚର୍ଚା ହେଇଛେ; ୧) ବ୍ୟାକରଣ, ୨) ନାମକରଣ ୩) ସାମ୍ବିଧାନିକ ମାନ୍ୟତା ଆର ଘାଏ ଘାଏ ଭାସାକର୍ମି ମାନକର ଭିତରେ ମତଭେଦ ଥିବାର ବେଲକେ ଇଟା ଗୁଟେ ପରିବର୍ତନକାଲିନ (Transitory Phase) ସମିଆଁ ଆଏ ବଲି ବହୁତ କମ ଲୋକ ବୁଝି ପାରୁଥିଲେ ।

୨୦୦୦ ରୁ ଇହାଦେତକ କୋସଲି ସାହିତ୍ୟ ରେ ସମାନ୍ତରାଲରେ ନାଟକ ଲେଖା ଆର ମଂଚନ ଚାଲିଛେ । ନାଟକ ହଁକାବାଦି ଆର ଉଛବମାନେ ଉଜୁକ ହଉଛେ । ପତ୍ରପତ୍ରିକାମାନେ ଲଗାତାର ବାହାରୁଛେ । କଥାନି ଆର ପ୍ରବନ୍ଧ ବିଭାଗ ବି ବନେ ଉବାଗର ହଉଛେ । କବିତା ର କଥା ହେଲେ ହଲଧର ନାଗ ଇହାଦେ ଫି ଦିନ ଗା ଗାଁ ସଭା ସମିତି କରୁଛନ । କବିତା ପାଠ ମାନେ ବି ନିଅମିତ ହଉଛେ । ହାସ୍ୟକବି ମାନେ ନିଜର ଛାପ ଛାଡିଛନ ।

ଇ କବି ମାନକର ବାହାରେ ଇହାଦେ ପ୍ରାୟ ୨ ଦର୍ଜନ ପାଖକେ ହାସ୍ୟକବି ନିଅମିତ ସୋ ମାନେ କରୁଛନ । ପତ୍ରପର୍ତ୍ରିକା କେ ଦେଖଲେ ପ୍ରାୟ ୫ ହଜାର କବି ଲେଖକ ଇହାଦେ କୋସଲି ରେ ଲେଖୁଥିବାର ଜନା ପଡସି ।

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୪):କୋସଲି ସାହିତ୍ୟର ଇତିହାସ

0

କବି ଚିନ୍ତାମଣି (୧୮୭୩-୧୯୪୩) ସୋନପୁର ଜିଲା, ବିରମାହାରାଜପୁର ପାଖର ଅଚଣ୍ଡା ଗାଁ ନ ଜନମ ହେଇଥିଲେ । ସେ ବିହା ବରପନ, ନଚନିଆ, ଡାଲଖାଇ, ରସରକେଲି, ଜାଇଫୁଲ, ମାଏଲା ଜଡ, ଦୁଲିଗିତ, ହଲିଆ ଗିତ, କରମା ଗିତ ଆଦି ଲେଖିଛନ । ତାକର ଗିତମାନେ ରେଢାଖୋଲ, ବଉଦ, ଆଠମଲ୍ଲିକ, ବିରମାହାରଜପୁର, ବରଗଡ, ସମଲପୁର ଆର ବାମଡା ଆର ଆସାମର ଚା’ବଗିଚାରେ ବି ଲୋକ ଗାଏବାର ପ୍ରମାଣ ମିଲିଛେ । ତାକର ପିଣ୍ଡବ୍ରହ୍ମାଣ୍ଡ ସ୍ୱରୁପ ଲେଖାଟା କବି ଜତନକର ଭୁଲାମନ ଚଉତିସା ଢାଁଚା ଥି ଲେଖା ହେଇଛେ ।

ପିଣ୍ଡବ୍ରହ୍ମାଣ୍ଡ ସ୍ୱରୁପ

ଚୁରନି ଗାଇ ଚମକୁ ଥାଇ

ଚାରିଆଡେ ଗଲା ଚୁରାଇ ଖାଇ

ଚାରଟା ପାଁଚଟା ଚରୁହା ଥାଇ

ଚୋର ପସିଗଲା ଧାଆଁରେ ଭାଇ

ହଇକି ଭୁଲା ମନରେ

ଚେତା ହୋଇ, ଘରେ ଥିବୁ ଶୋଇ ଯେ । ୧ ।

ଛନ ଛନକେ ଛଇଲି ବାଘ ପିଲାକେ

ଛୁରକି ନେଇଣ ହାନୁଛୁ ବେଁକେ

ହଇକି ଭୁଲା ମନରେ

ଚୁଁଟା ମାରିଥା ଡେବରି ନାକେ ଯେ । ୨  ।

( ଲେଖା ସମିଆଁ ୧୯୦୦ -୧୯୧୦)

ଗଂଗାପ୍ରସାଦ ପଣ୍ଡା (୧୮୯୮, ଜାନୁଆରି ୨୧) ପୃଥ୍ୱୀରାଜ ହାଇସ୍କୁଲ ନ ସିଖ୍ୟକ ଥିଲେ । “ପାଟଣା ଦୀପିକା” ଆର “ଚତୁରଂଗ” ଦୁହି ପତ୍ରିକାର ସଂପାଦନା କରୁଥିଲେ । ତାଂକର ପ୍ରସିଦ୍ଧ କବିତା ବର୍ଷା ଆହ୍ୱାନ ୧୯୩୭ ରେ ପାରିଜାତ ପତ୍ରିକାରେ ବାହାରିଥିଲା । କବି ତାକର ୪୪୭ଟା କବିତା ର ପାଣ୍ଡୁଲିି “ସଂଗିତ ପ୍ରସାଦ” ନାଁଥି ନିଜର ହାତେ ଲେଖିଜାଇଛନ । ଇ ପାଣ୍ଡୁଲିି ୧୯୨୭ ମସିହା ରେ ବନେଥିଲେ ।

ବର୍ଷା ଆହ୍ୱାନ

କଜଲ କଲିଆ ପାଗଲ ବାଦଲ ମାନ୍ଦଲ ବଜାଇ ବଜାଇ

ଦୁଲକି ଦୁଲକି ଚମକି ଚମକି ବିଜଲି ନଚାଇ ନଚାଇ

ଝୁୁର ଝାପୁର ଟୁୁର ଟାପୁର ବରସ ଅଛରା ଅଛରା

ଡହକ ବିକଲ ବଡା କଲବଲ କଲାନ ଜେଠର ଖରା ।

ସହି ଖରାତରା ଦରମରା ଧରା ନାହିଁତ ଶୋଭାର ପଶରା

ସଭିଏଁ ଉଛନ ରଡି ଛାଡୁଛନ ତତେ କରିଛନ ଆଶରା

ଆରେ ବରସା ଚଷାର ଭରସା ଦରଦର ଦେ ବରସି

ମାଖନ ଝୁନଗା ବନକ ମୁନଗା ଲହମନ୍ଦା ପଡୁ ଲହଁସି

ଚାଁ ଚମେଲୀ ମଲ୍ଲି ଶିରଲି କଦମ କୁନ୍ଦ ଫୁଲ

ଗାଧିାଧିକରି ଉଜଲ ଦିଶବେ ଖେଲବେ କରବେ ଗେଲ

ଶାଗୁଆ ଘାସର ଗାଲିଚା ଉପରେ ସାଧବ ଘରର ବହୁ

ଲାଲ ଜରଜର ପାଟଲୁଗା ପିନ୍ଧି ଲାଜେ ତରତର ହେଉ

ବନ୍ଧକଁଟା ମୁଡା ଢୁଡାମାରୁଟୁଡା ଯୋର ନଦୀଯାଉ ଉଛଲି

ନୂଆଁ ପାନିାଇ ଡେଗି ଡେଗିକରି ବେଂଗଝୁରି ପଡୁନ ଉପଲି

ଟିକରା ଟାଂଗର ଜଂଗଲ ଡଂଗର ପାହାଡ ପରବତ ଖୋଲ

ଡାହିର ଟିିଥୁଁ ଡାହୁକ ଡାକବା ମୟୁର କରବା ନାଟ

ଖୁଲଖୁଲହସି ଧରତୀ ରାନିରେ ପିନ୍ଧବା ଶାଗୁଆ ପାଟ

ରାମଲଇଖନ ଗଲେ ମୃଗ ମାରି ଗାଏବା ଆଗର ହଲିଆ

ଅରତତ କରି ପଛର ହଲିଆ ଧରବା ଗୀତର ପାଲିଆ

ଚରୁହା ପିଲେ ଖେଲବେ ମଉଜେ କେଲିବାଡି ଡାହି ମାକଡି

ବୁଢା ପୁରାତନ ଅଲସୁଆ ଯାକ ଖେଲବେ ଅଠର ବାଗଡି

ଛପଲ ଛାପଲ କାଦୋଚିଖଲ ଗିଲଗିଲ ଅନ୍ଧାର କରି

ଆରେ ବରଷା ହସା ଏ ରସା ନାଇଁ କର ଆଉର ଡେରି ।

କପିଲ ମହାପାତ୍ର

କପିଲ ମହାପାତ୍ର ଥିଲେ ଗଂଗା ପ୍ରସାଦ ପଣ୍ଡାକର ସମସାମଇକ । ସ୍ରି ମହାପାତ୍ର ସାରଂଗଗଡ ଦରବାର ର କବି ଥିଲେ । ସେ “ଗଁଲିଆ ରାମାୟଣ” ଲେଖିଥିଲେ ଆର ଗାହାକ ହିସାବେ ଗାଁ ଗାଁ ବୁଲି ଲୋକର ମନୋରଂଜନ କରୁଥିଲେ । ଗଁଲିଆ ରାମାୟଣ ର ଲେଖବାର ସମିଆଁ ୧୯୨୦-୩୦ ବଲି ଗବେସକ ମାନେ ମତ ଦେସନ ।

ଲାଲ ସିବନାରାୟଣ ଦେବ (୭/୨/୧୮୭୭-୧୯୫୮) ହଉଛନ ଖଡିଆଲ ରଜା ବିର ବିକ୍ରମ ଦେବ କର ସାନ ଭାଏ । ଖଡିଆଲ ଅଂଚଲରେ ୧୯୪୦ ଆଘୋନୁ ଜେନ ସବୁ ଲେଖା ଥିଲା ସେ ସବୁକେ ଲାଲ ରୁଦ୍ରମାଧବ ଦେବ ଆର ପଣ୍ଡିତ ପ୍ରୟାଗଦତ ଜୋଷୀ ସଁକଲିକରି ଖଡିଆଲ କୁସୁମ ବହି ଆକାରେ ଛାପୁଥିଲେ । ଲାଲ ସିବନାରାୟଣ ଦେବ କର ଚଇତ୍ରା କବିତା ବାହାରିଥିଲା ସେଥି । ୧୯୫୨ରେ ପ୍ରକାସିତ ହେଲା ଲାଲ ସିବନାରାୟଣ ଦେବ କର କାବ୍ୟ ଭୋଟର ଟାୟା ।

ଚଇତ୍ରା

ଇଟା ବଡେ ମସକୁଲ ରେ ଇଟା ବଡେ ମସକୁଲ

ଇ ଦିନେ ଦିଗୁନ ରଂଗ ରସିଆର ହଉଥିସି ଗୁଲଗୁଲ ରେ  । ।

ଖରା ନାଇଁ କି ସିତ ନାଇଁ ଥିସି ସମତୁଲ

ଝରନ ପାଏନ ପଖନେ ନାଚି ଗାଏସି କୁଲକୁଲ

ଲଟି ଲଟିନେ ଚୁଲି ଟେକି

ଡାକୁଥିସି ବୁଲବୁଲ ରେ  । ୧ । ।

କଁଲି ପତର ହାତ ମଲକେଇ ଗଛ ଲହ ମାନେ ହଲି

ରଜା ରାନି ଆସବେ ବଲି କରସନ କେଲି

ରସଦ କାସଥେ ଡୁମେର ଗମେର

ଥିପୁଥିସନ ମହୁଲ ରେ  । । ୨ । ।

୧୯୪୨ରେ ବଲାଂଗିର ରେ କୋସଲ ସାହିତ୍ୟ ସମ୍ମିଲନି ଉଜୁକ ହେଇଥିଲା । ଇ ସମ୍ମିଲନିରେ ଲିଖିତ ପଦ୍ୟ ହଁକାବାଦି ହେଇଥିଲା । ସେ ହଁକାବାଦି ଥି ପରିକ୍ଷିତ ଖଣ୍ଡୁଆଲକର “ମୋର ଘର” ସୁନା ପଦକ ଜିତିଥିଲା । କବିତା ଟା ଅକ୍ଟୋବର ୨୯, ୧୯୪୨ରେ ପାଟଣା ଦୀପିକା ରେ ବାହାରିଥିଲା । ପରିକ୍ଷିତ କର ସମସାମଇକ ଆର ଦୁଇ ଝନ ହେଲେ ସ୍ରିଧର ଉଦଗାତା, ଆର ଦିବ୍ୟସିଂ ନାଏକ । ଉଦଗାତା ୧୯୪୦ ଆଡକେ “ବାଟ ପଡିଛେ ଆଡି ତଲେ ତଲେ” ଲେଖିଥିଲେ ଆଉ ନାଏକ ୧୯୩୦ ଆଡକେ । ୧୯୪୫ ଆଡକେ ବିଧୁଭୁସଣ ଗୁରୁ ହିସାବେ ଆର ଝନେ କୋସଲି ସାହିତିକ ବାହାରଲେ ପସ୍ଚିମ ଓଡିସା ନ । ତୁସରା ବଲାଂଗିର ର ମୁଲ ନିବାସି ଆକସବାଣି କଟକ ନୁ ୧୯୪୮ ରେ ଗିତିକାର ହିସାବେ ସ୍ୱିକୃତି ପାଇଥିଲେ ଆର ରମାଇ ହାଇସ୍କୁଲ ପାଟଣାଗଡ ନ ସିଖ୍ୟକ ଥିଲେ । ତାକର ଲେଖାମାନେ ବନସ୍ରି କବିତା ସଂକଲନ ଥି ବାହାରିଥିଲା ।

କୋସଲ ବାଲ୍ମିକି ଇନ୍ଦ୍ରମଣି ସାହୁ

ଜନମ – ୨୯/୯/୧୯୨୩, ଦେହାନ୍ତ – ୧୧/୯/୨୦୦୬, ବାପା – ମଂଗଲୁ ସାହୁ , ମାଁ – ବୈଦେହି ସାହୁ

ବିଧୁଭୁସଣ ଗୁରୁକର ସାହିତ୍ୟ ସାଧନା ଥି ଅନୁପ୍ରେରିତ ହେଇ ତାକର ଝନେ ଛାତ୍ର ଇନ୍ଦ୍ରମଣି ସାହୁ କୋସଲି ଥି ଲେଖବାର ମୁଲ କରିଥିଲେ । ସେ କୋସଲି ରାମାୟଣ ଲେଖିଥିଲେ ଆର ସେଥିର ଲାଗି ତାହାକୁ “କୋସଲ ବାଲ୍ମିକି” ଉପାଧି ମିଲିଥିଲା । ୧୯୫୦ ରେ ବାହାରଲା ତାକର କୋସଲି କବିତା ସଂକଲନ “କୁରେଫୁଲ” କେ କୋସଲି ର ପହେଲା କବିତା ସଂକଲନ ବଲି ଧରାଜାଏସି । ୧୯୫୩ରେ ଫେର ଇନ୍ଦ୍ରମଣି ସାହୁଂକର କବିତା ସଂକଲନ “ଝାରମଲି” କୋସଲ କଲାମଂଡଲ ପ୍ରେସ ବଲାଂଗିର ନ ଛପା ହେଇ ବାହାରିଲା । ୧୯୫୪ରେ ଇନ୍ଦ୍ରମଣି ସାହୁ କର ତିସରା କବିତା ସଂକଲନ “ଚସା କର ଭରସା” ବାହାରଲା ।

୧୯୪୫ ସାଲେ ବଲାଂଗିର ପୃଥିରାଜ ହାଇସ୍କୁଲ ଛାଡଲା ବାଦ ଆଘର ପାଟନା ସ୍ଟେଟ କସ୍ଟମ ଏ.ଏସ.ଆଇ କାମେ ଜୋଗ ଦେଇଥିଲେ । ହେଲେ ଦେସର ସ୍ୱାଧିନତା ସଂଗ୍ରାମ ଡାକ ଥି ନୌକରି ନୁ ଇସ୍ତଫା ଦେଇ କୃସକ ଦଲେ ମେସଲେ ଗୁରା ଆର ରଜାମାନକର ଅନିଏ ଅତ୍ୟାଚାର କଥା ଉପରେ ଗାଂଧିପାଲା ଲେଖି ଗାଁ ଗାଁ ପ୍ରଚାର କରଉଥିଲେ ।

୧୯୫୪ ନୁ ୫୮ ତକ ଜୋଗିମୁଣ୍ଡା ଗ୍ରା.ପ. ର ସରପଁଚ ଆର ୧୯୭୫ ରେ ପାଟଣାଗଡ ପଂଚାୟତ ସମିତି ଚେୟାରମେନ ଥିଲେ । ୧୯୭୨ ଭୋଟ ଥି ସ୍ୱାଧିନ ପ୍ରାର୍ଥି ହିସାବେ ଠିଆ ହେଇଥିଲେ । ୧୯୪୭ ମସିହା ନୁ ବଲାଂଗିର ଜିଲ୍ଲା କଂଗ୍ରେସ ଦଲ ଭିନେ ଭିନେ ପଦ ଥି ରହିଥିଲେ । ସେ ୧୯୪୯-୫୧ତକ କବିରାଜି ଟ୍ରେନିଂ କରଲେ ଆର କବିରାଜି କରୁଥିଲେ ।

୧୯୪୮-୫୦ ସାଲ ଭିତରେ ତାକର କବିତା ସଂକଲନ କୁରେଫୁଲ, ଝାରମଲି, ଆର ଚସାକର ଭରସା ବାହାରିଥିଲା । ତାକର ସବୁନୁ ଚର୍ଚିତ ସାହିତ୍ୟ କୃତି ହଉଛେ କୋସଲି ରାମାୟନ ଜେନଟା ତାହାକୁ ଅମର କରିଦେଲା । ଇତାର ବାହାରେ ସେ କୋସଲି ସବ୍ଦ ଠୁଲେଇଛନ । ସହ ସହ ଜଣାନ, ଭଜନ, ଡଁଡ, ବିହା ଆର ବାହାକ ଗିତ ବି ଲେଖିଛନ ।

ସମ୍ମାନ ଆର ସମ୍ମାନ ଦେଇଥିବାର ଅନୁସ୍ଟାନ
• ୧୯୮୨ ପାଟଣାଗଡ ସାଂସ୍କୃତିକ ପରିସଦ
• ୧୯୮୨ ଗଂଗାଧର ସାହିତ୍ୟ ସମିତି ର ବିସୁବ ମିଲନ
• ୧୯୯୫ ରେ ପାଟଣାଗଡ ଲାଏନ୍ସ କ୍ଲବ
• ୧୯୯୬ ରେ ରୁଦ୍ର ଆହ୍ୱାନ
• ୧୯୯୬ ରେ କୋସଲ ସାଂସ୍କୃତିକ ସଂଘ
• ୧୯୯୭ କୋସଲ ସ୍ରି ଉପାଧି
• ୧୯୯୭ ଅସୋକ ଚନ୍ଦନ ସ୍ମୁତି ସମିତି, ପାଟଣାଗଡ
• ସିନେ୍ଧକେଲା ନ କୋସଲ ବାଲ୍ମିକି ଉପାଧି
• ପସଚିମ ଉଡିସା ସାହିତ୍ୟ ସଂସ୍କୃତି ସମ୍ମାନ, ସମ୍ବଲପୁର ବିସ୍ୱବିଦ୍ୟାଲୟ
• ଓଡିସା ସାହିତ୍ୟ ଏକାଡେମି
• ଭୁବନେସ୍ୱର ନୁଆଁଖାଇ ଭେଟଘାଟ

୧୯୪୦ ମସିହା ଆଡକେ ପଦମପୁର ଅଂଚଲର ଚଇତନ୍ୟ ପୁରୋହିତ ରଚନା କରିଥିଲେ “ଭିମ ଚରିତ” କେ ଆଧାର କରି କୋସଲି କବିତା । “ବସ୍ତର ହରଣ” ଲେଖିଥିଲେ ଧନେସ୍ୱର ମହାପାତ୍ର । ୧୮୯୪ ମସିହାରେ ସେ ଭଟଲି ଅଂଚଲର ସୁକଡା ଗାଁ ନ ଜନମ ହେଇଥିଲେ ଆର ୧୯୮୫ ମସିହାରେ ପରାଣ ଛାଡିଥିଲେ  ।

ଆର ଝନେ ସ୍ୱାଧିନତା ଆଘୋର କବି ହେଲେ ମାୟାଧର ସେଠ । ସେ “ଭଜୁଥା” କବିତା ର କବି । ପଦମପୁର ପାଖର ଆର ଝନେ କବି ପର୍ସୁରାମ ଝରା ସ୍ୱାଧିନତା ଆଘୋନୁ ଲେଖିଥିଲେ “ଚେରେ ବିହା” କବିତା । ସେ ବେଲକେ ଚଇତନ ଦାସ ବଲି ଆର ଝନେ କବି ଲେଖିଥିଲେ “ଚଢେଇ ଚଉତିସା” । ସ୍ୱାଧିନତା ଆଘୋର କେତନିଟେ ବେନାମି କବି ର ଲେଖା ଭିନେ ଭିନେ ଗବେସକ ଆର ସଂଗ୍ରାହକ ସଁକଲିକରି ସପ୍ତର୍ଷିରେ ଛାପିଥିଲେ ସେଟା ମାନେ ହେଲା ଦଣ୍ଡନାଟ ଗିତ, ସବରିର ନାଁ ଦିଆ, ସୁନ୍ଦର, ହରିହାଟ ଆଦି ।

 

 

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୩):କୋସଲି ସାହିତ୍ୟର ଇତିହାସ

0

ବାଲାଜି ମେହେର
ବାଲାଜି ମେହେର ଥିଲେ ଗଂଗାଧର ମେହେର କର ସମସାମଇକ । ଗଂଗାଧର ଓଡିଆ ଥି ଲେଖଲା ବେଲକେ ବାଲାଜି କୋସଲିରେ ଲେଖୁଥିଲେ । ବାଲାଜିକର ପହେଲା କବିତା ଗୁଁଡିଆ ୧୯୭୨ମସିହା ଜାନୁଆରିରେ ସପ୍ତର୍ଷିରେ ବାହାରିଥିଲା । ଇ ଗୁଁଡିଆ କବିତା ଟା ୧୯୧୨ ମସିହାରେ ଜେତେବେଲେ ଇଂଲଣ୍ଡର ଜୁବରାଜ ସସ୍ଠ ଜର୍ଜ ସମଲପୁର ଆସିଥିଲେ ତାକର ସ୍ୱାଗତରେ ସମଲପୁର ଫ୍ରେଜର କ୍ଲବ ନ ପଢିଥିଲେ । ତାକର ଆର ଲେଖା ମାନେ ହେଲା କୁମ୍ଭାର ପସରା, ଗଉଡ ଗମନ, ସୁନାରି ପସରା ଆର ବରଗଡ ବଜାର । ଇ ସବୁ ଲେଖାମାନେ ୧୯୭୨ ର ସପ୍ତର୍ଷି ରେ ବାହାରିଥିଲା ।
ଗୁଁଡିଆ
(୧)
ଶୁନ ଶୁନରେ ପାଲିଆ ଭାଇ
ଗୁଁଡିଆର କଥା ଦେଉଛେଁ ଗାଇ
ଘର ଦୁଆର ଡାଁଣ ଖୁଲି
ବେଲ ବୁଡଲେ ଗୁଁଡିଆର ପାଲି ।
ଗବର ଗଦା ଉରକୁଲା
ତହିଁକେ ଗୁଁଡିଆ ମିଲକିଲା ।
ପୋଡ ପିଛାଲଁ ପୁରା ପୁରା
ବସିଥିବେ ତରା ତରା ।
ଠାନ ଠାନ କରି ପନ୍ଦର ଠାନେଁ
ଚାବି ଆନୁଥିବେ ନାକେ କାନେଁ
ପୋଡ ପାନି ଦେଲେ ବୁଡି
ଗୁଁଡିଆ ଉଡଲେ ଆଶା ଛାଡି ।
ଗାଁ ଗୁହାଲେ ଗୁଁଡିଆ ବିଜେ
ଆଗେ ଘୁନ ଘୁନ ଘଁଟି ବାଜେ ।
(୨)
ଗୁଁଡିଆର କନିଆଁ ଦୁଇ ଗୁଟି
ଘୁନଘୁଟି ଆଉର କୁରକୁଟି ।
ସେ ଦିନେ ତାଁକର ମଂଗଲବାର
ଦେବୀକେ ଦେବେ ରକତଧାର ।
ନାଇଁ ଦେଲେ ନାଇଁ ଚଲେ
ଗୁଁଡିଆ ଗଲା ରାତିର ବେଲେ
ଦେଖଲା ତଷୁ କୁହୁଲା ଦିଆ
ଗୁଁଡିଆ ବଏଲା ନାଇଁରେ ବୁଆ ।
ଗଲେଁ ମଲିଁ ରକତ ଭୁଗି
ଜୀବନ ଯିବା ମାଏଝିର ଲାଗି ।
ନୂଆଁ ମାଏଝି କରମି ପଛେଁ
ଜୀବନ ଯିବା ମିଛେଁ ମିଛେଁ ।
କୁହୁଲା ଘର ମତେ ଅଡୁଆ
ଏନତା ବିଚାର କରଲା ଗୁଁଡିଆ ।
ଯାଇ ବସଲା ଲୁକର ଭିଲହି
ଠାନ ଜାନି ଜାନି ହୁଂଗମି ବଲି ।
ଜନେ ବସିଥିଲା ପଛ କରି
ଚୁତଲେ ବସଲା ପଟକରି ।
ଲମ ଲମ ଗୋଡ ଲପଲପ
ମୁହଁ ସୁଜି ହୁଂଗେ ଟପ ଟପ ।
ହାଏ କରି ଦେଲା ଥାପର ପିଟି
ଧରି କରିଁ ଦେଲା ସଏଲତା ବଟି ।
ପଲାଲା ତରସର ରଖଲା ଜାନ
ଗୁଁଡିଆଁର କନିଆଁ ଧଏଲା କାନ ।
ମଂଗଲା ଦେବୀର ଉଷା ବରତ
ଆଏଜ ତତେ ନଇଁ ମିଲଲା ରକତ ?
ନାଆଁକେ ମରଦ ଗଁଡିଆଁଟା
ଦୁଇ ମାହେଜିର ଭଡୁଆଟା ।
ଯାହା ରାଂଧିଥିଲୁ ଖାଏଲୁ ସବୁ
ଆଉର ଖାଏବୁ କାଏଁ ପରସି ଦବୁଁ ।
ସଂଗେ ଶୁଇକରି ଗଡଗଡୁ
ଘଏତା ହେବାର ମୁହୁଁଟା ପୁଡୁ ।
ଗୁଁଡିଆ ବଏଲା ସୁନରେ ନଟି
ଦେଇଥିଲା ଯେନ ଥାପଡ କୁଟି ।
ଦର ବଜକିଆ ନାଇଁ ବାଜଲା
ବାଜିଥିଲେ କାଏଁ ଜୀବନ ଥିଲା ।
ନାଇଁ ବାଜିକରି ଉଁରଲି ପଡଲି
ତିନଘଡି ଯାକେ ମୁରଛା ଗଲିଁ ।
ପାଁଚ ଘଡି ନ ପାଏଲି ଚେତା
ମରିଯାଇଥିଲେ କେନତା ହେତା?
ଭଂଗା ଧୁନଥି ମାଏଲେ କାଁଡ
ଘଏତା ମଲେ ମାଏପୋ ରାଁଡ ।
ଆନି ଦଉଥିଲେ ପିତଲ ପିତଲ
ଟେଁଡି ଦଉଥିଲେ ବୁତଲ ବୁତଲ ।
ଆନି ଦେଇଥିଲେ ଖୁଜି ଢୁଁଡି
ସବୁ ଦେଉଛେ ନାକେ ଟେଁଡି ।
ମାହେଜି ଜନମ ବଢେ ସାଫୁଲ
ଖାଇ ଜାନସନ କାପୁଲ କାପୁଲ
କନିଆଁ ଛାଡି ଆଏଜ ପଲାମିଁ
ସବୁଦିନେ କାହୁଁ ଆନି ଦେମି ।
ଭଲ ପଛେ ନାଇଁ ବଲବ ମତେ
ଚୁରେଇ ରକତ ଆନମି କେତେ ।
ମନ ଚିହ୍ନି କରି ମାଏପୋ ହିତ
ବାଲାଜି ରଚଲା ଗୁଁଡିଆ ଗିତ ।
(୩)
ଯେତେ ଗୁଁଡିଆର ପହିଜ କରା
ମକରା ବଏଲା ରହରେ ଟୁରା ।
ମନେ କଲା ମହା ରୋଷ
ଜାଲ ଖେଲଲା ବାର କୋଶ ।
ଘର ଦୁଆର ପଛକୁତି
ଜାଲ ଖେଲଲା ଯତଖତି
ଘରଦୁଆର ଭଂଗାପୁଲା
ନାଇଁ ରଖଲା ଟିକେ ମେଲା ।
ବେଲ ବୁଡଲା ଘୁଟଲା ରାତି
ଖଏଲେ ଶୁଇଲେ ଲିଭେଇ ବତି
ଦୁରୁଁ ଗୁଁଡିଆ ଦରକିଲା
ଜାଲ ଦେଖିକରି ସରକିଲା
ସଂଗ ଧରିକରି ଯିମିଁ ହେଲେଁ
ନାଇଁ ପଡମିଁ ମକରାର ଜାଲେଁ ।
ଗୁଁଡିଆ ଯାଇଛେ ସାହିକେ ସାହି
ଟଁଢେଇ ଯାଇଛେ ରକତ ଚୁହି ।
ଭେଟ ପଡଲେ ଏକା ଠାନେ
ଦେଖଲେ ଘରେ ଶୁଇଛେ ଝନେ ।
ଦୁହିଁକେ ଦୁହେଁ ହେଲେ ଯୁକତ
ଶୁଇଲା ଲୁକର ବାଁଧଲେ ବକତ ।
ମୁନୁଷ ରକତ ଟେଁଢେଇ ଚୁହେ
ଗୁଁଡିଆ ଚାବଲା ଟଁଢେଇ ଦିହେ ।
ଟଁଢେଇର ଦିହ ଦୁରଗଁନ୍ଧି
ଗୁଁଡିଆ ଚାବଲା ରାକସଁଧି ।
ଚଡଡୋ ଥାପଡ ପିଟଲା ଟାନେ
ଗିଜ ମଲକା ଗୁଁଡିଆ ଜାନେ ।
ଧମକେ ଗୁଁଡିଆ ଦେଲା ମୁତି
ଶୁଇଲା ଲୋକ ଉଠଲା ଚେତି ।
ଉଠି ବସିକରି ଧଏଲା ଚୁନ୍ଦି
ରଶି ଆନି ଗଛେଁ ଦେଲା ବାନ୍ଧି ।
ତେଁତେଲ ଝାଁଟର କୁର୍ଡା
ଦୁହି ଗିଜେ ଦୁଇ ସର୍ଡା ।
ଉଁଚଲି ଉଁଚଲି ପଡେ ଛାଲ
ଗିଜ ଫାଟିଗଲା ଫାଲ ଫାଲ ।
ପିଟଲା ପିଟଲା ଦେଲା ଛାଡି
ଦୁଇ ଲାତ ଦେଲା ଯାରେ ଶାଲି ।
ଟଁଢେଇ ପଲାଲ ଜାନ ଧରି
ଗୁଁଡିଆ ରହେଲା କୋଡ ବାରି ।
ଆଁଟେ ଖିଡକି ଦେଲା କିଲି
ଗୁଁଡିଆ ବଏଲା ମଲି ମଲି ।
ସକାଲୁ ଖିଡକି ଦେଲା ପେଲି
ଗୁଁଡିଆ ଗଲା ବାଟେଁ ଚାଲି ।
ରକତେଁ ରକତେଁ ସର ସର
ପଲାଲା ଗୁଁଡିଆ ତର ସର ।
ବେଲସୁଁ ଗୁଁଡିଆଁର କନିଆ ଯୁଡେ
ଗୋଡଧୁଆ କଲେ ଧୁତି ଖଁଡେ ।
ବସେଇ ଶେଯେ କଲେ ଗେଲ
ମର୍ଦନା କଲେ ମାନେ ତେଲ ।
ବାଲାଜୀ ରଚଲା ଚଟପଟ
ନିଦ ପଡିଗଲା ଝଟପଟ ।
(ଲେଖା ସମିଆଁ ୧୯୧୨)

ଲଖମଣ ପତି
ବାଲାଜି ମେହେରକର ଆର ଝନେ ସମସାମଇକ ହଉଛନ ଲଖମଣ ପତି । ବରଗଡ ଜିଲା ବିଜେପୁର ପାଖର ଖରମୁଡା ଗାଁରେ ୧୯୦୦ ଆଡକେ ତାଂକର ଜନମ । ଲଖମଣ ହଉଛନ ନାଟକ ସାହିତ୍ୟ ର ଲେଖକ । ତାକର ଲେଖାମାନେ ହେଲା ସବର ଲିଲା, ଭୁଲିଆ ପସରା, କଁରରା ପସରା, ଆର ତେଲି ପସରା, ମୁନୁସ ବରନ, ମାଏଝି ବରନ ଆଦି ।

ତେଲି ପସରା
ଝଟପଟ ଝପଟ ବାଲି
ଯେନତା ବାଡିକେ ତେନତା ଛେଲି ।
ଶୁନ ଶୁନରେ ପାଲିଆ ଭାଇ
ତେଲି ପସରା କହେମି ମୁଇଁ ।
ତେଲେନ ମାଏଝି ପସରା ବସା
ଖୁସି ଦେଇଛେ ଢଲିଆ ଖୁସା ।
କେହି ସରି ନୁହେଁ ମୁଡ କୁରାକେ
ଖୁସି ଦେଇଛେ କାନ ତରାକେ ।
ଚକେଇ କରି ବସି ଦେଇଛେ
ହଲେଇ ଗେହ୍ଲେଇକଥା କହୁଛେ ।
ପିତଲ କାଠର ଚାନ୍ଦିଆ ମାନ
ଦୁଇ ପଏସିଆ ସବକେ ସାନ ।
ଜୁଡା ବୁରି ସୁରଷୋ ବରେଇ
ରୋଜ ପେରିଛେ ସରେଇ ସରେଇ ।
ଗହକି ଗଲେ ତେଲେନ ପାଶ
ତେଲେନ ବଲେ ନେବ ଆସ ।
ଭଲ ମିରତେଲ ଛାଏ ଦିଶୁଛେ
ଯେତକି ନେବଲୋ ତେତକି ଅଛେ ।
ଗହକି ବଏଲେ ଭଲ କହୁଛୁ
ତୁଇ ଡୁରିତେଲ ମିଶେଇ ଦେଇଛୁ ।
ତମର ଜୀବକା ତମକୁ ଉତମ
ତେଲ ଦିଶୁଛେ ହଲଦି ରକମ ।
ପାଁଚ ପଏସା ମାନକେ ନେବୁ
ହିଟା ମାଠୁଲ ନାପି ଦେବୁ ।
ଶୁନଲା ତେଲେନ ଗହି ଟୁଁଡ
ବାସି ପଖାଲେ ବୁରୋଗୁଁଡ ।
କେତେ ନେବୁ କହ ବଏଲା
ପସରା ଭିତରୁ ମାନ ଧଏଲା ।
ଧସ ମାନକେ ତେର ଅନା
ଦୁଇ ପଏସା ତହିଁର ଉନା ।
ତେଲି ପସରା ଏତକି ହେଲା
କହେ ଲଏଖନ ବାମହନ ପିଲା ।
(ଲେଖା ସମିଆଁ ୧୯୧୦ -୧୯୨୦)

ବାଲାଜି ମେହେର ଆର ଲଖମଣ ପତିକର ପସରା କବିତାମାନେ ସଂଚାର ନାଚ ବେଲକେ ଗାହାକ ମାନେ ଗାଇ ଗାଇ ନାଚୁଥିଲେ । ସେଥିର ଲାଗି ଇ କବିତାମାନକର ପହେଲା ନୁ ସୁନ ସୁନ ରେ ପାଲିଆ ଭାଇ ନୁ ମୁଲ ହେଇଛେ ।

ମୌଲାନା ମୁସ୍ତକିମ ଖାଁନ ଗୌନ୍ତିଆ
ବାଲାଜି ଆର ଲଖମଣଂକର ଆର ଝନେ ସମସାମଇକ ଥିଲେ ମୌଲାନା ମୁସ୍ତକିମ ଖାଁନ ଗୌନ୍ତିଆ । ସେ ବି ପସରା କବିତା ସୈଲିରେ ତୁରି ପସରା ଲେଖିଥିଲେ । ତାକର ଜନମ ଝାରସୁଗଡା ଜିଲା ଲଖନପୁର ପାଖର ରେମତା ଗାଁ ନ ହେଇଥିଲା ।

ତୁରି ପସରା
ତୁରି ତୁରିଏନ ପସରା ଧରି
ହାଟକେ ଗଲେ ଯୁଗାଡ କରି ।
ତୁରିଏନ ମାଏଝି ବାଲ ଭୁରସି
ପାଏନ ଦେଇ କରି ରାିଁ ଦେଇସି ।
ମୁଠେ ଚାଉଁରୀ ବାଲେ ଭରି
ମାନ ଏଡେ ଖୁସା ଦେଇଛେ ପାରି ।
ପିଠି ପାରେ ଛୁଆ ଭିଡି ଦେଇଛେ
ଅଁଟାକେ ହଲେଇ ଚାଲି ଯଉଛେ ।
ଟୁଲି ଭୁଗଲି ଚାଉଲ ଧୁଆ
ସାକୁସ ପେରୀ ଝାିଁ ଡାଲିଆ ।
ଝାଁ ଝପଲି ଶାଗ ଛଟନୀ
ଛଟନା ଡଲା କୁଲା ଚାଲନୀ ।
ତଲେଇ କୁଲେଇ କୁଁଡଲି ଟୁା
ଖଲେଇ ମୁଖୀ ଡୁଆ ଖଏଡକା ।
ଝାପ ଗେଡୁଆଁ ତୁନ ପରସା
ଅନକା ବୁହିଛେ ଗୁଛା ଗୁଛା ।
ଖଟ ଖଟଲି ଝୁରି ପେଟାରୀ
ଢୁଲଂଗୀ ଛତା ଛତୁର କରି ।
ମାଗଲେ ଗହକି ହେଇ ରୁଁଡ
ନାଇଁ ପଟେ ବଲି ହଲାସି ମୁଁଡ ।
ଯାର ମନକେ ଯେନଟା ହେଲା
ବାଛିକୁଛି ନେଲେ ମୁସ୍ତକିମ କହେଲା ।
(ଲେଖା ସମିଆ ୧୯୨୦-୧୯୨୫)

ଭୁଲାମନ ଚଉତିଶା/ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୨):କୋସଲି ସାହିତ୍ୟର ଇତିହାସ

0

ପାଟଣା-ବୁଡାସମର ଇଲାକା ନ ଜତନ ଆର ରତନ ବଲି ଦୁଇଟା ଗାହାକ-ବାହାକ ବୁଲି ବୁଲି ସଂପର୍ଦା କରୁଥିଲେ ଆର ସେମାନେ ପ୍ରାୟ ୧୫୦-୨୦୦ ବଛର ଆଘୋନୁ କବି ଯତନ ‘ଭୁଲାମନ ଚଉତିସା’ ଲେଖିଥିଲେ । ଭୁଲାମନ ଚଉତିସା ସମ୍ବଲପୁର ବିସ୍ୱବିଦ୍ୟାଲୟର ସାହିତ୍ୟ ପତ୍ରିକା ସପ୍ତର୍ଷିରେ ଜୁନ-ଜୁଲାଇ ୧୯୮୭ରେ ସ୍ରି ଅଭିମନ୍ୟୁ ପଧାନ ସାଁକଲିକରି ବାହାର କରେଇଥିଲେ । ଚଉତ୍ରିସ ପଦ ର କବିତା ନୁ କିଛି ପଦ:

କହୁଛେଁ ଶୁନ କର୍ମହୀନ
କିଏ ଦେଖିଛେ ଉଆଁସ ଜହ୍ନ
କୁଇଲି ଗୀତର ଅର୍ଥ ଶୁନ, ହଇକି ଭୁଲାମନରେ
କେତେ ସୁତରେଁ ବହେ ପବନ ଯେ । ୧ ।
ଖଏରଚା ଯାକ ଖଡିରେ ଲିଖ
ଖଏରଚା ସଲେଁ ପାଇବୁ ଦୁଖ
ଖାଇସାଏଲେ ଖପରା ଫିକ, ହଇକି ଭୁଲାମନରେ
ଖେଲ ଖେଲୁଥିମାଁ ଦୁହି ଲୁକ ଯେ । ୨ ।
ଗୁତେ ଗୀତା ଗାଇଲେ ହେତା
ଗଂଜାଇ ଖାଏଲେ ବାବାଜି-ମାତା
ଗିଆନ କରଲେ ରାଏତ ସରତା, ହଇକି ଭୁଲାମନରେ
ଗୁରୁ ସେବିଥିଲେ ଜଗତ ଜିତା ଯେ । ୩ ।
ଘଡିକେ ଘଡି ଘୋର ଲହଡି
ଘୁଡକା ଶବଦ ଦେଇଛେ ରଡି
ଘର ଭାଂଗିଗଲେ ବଉଁଶା ଛିଡି, ହଇକି ଭୁଲାମନରେ
ଘରୁ ଘରନୀ ପଲାଏ ଛାଡି ଯେ । ୪ ।
ଙ ଅକ୍ଷର ଅବନାଅକ୍ଷର
ଅହରନିଶି ବସି ଭଜନା କର
ଅର୍ଥ କର ଅର୍ଥ ନଥିଲେ ବରତ କର, ହଇକି ଭୁଲାମନରେ
ଅଷ୍ଟ ଦୁର୍ଗତିରୁ ହେବୁ ପାର ଯେ । ୫ ।
ଚଂଚଲା ଚାନ୍ଦ ଚରଣା ବିନ୍ଦ
ଚିତ ନିବେଶିଲେ ଚାହିଁବ ଅନ୍ଧ
ଚାରି ପୁରାନରୁ ବାରସ କନ୍ଧ, ହଇକି ଭୁଲାମନରେ
ଚିହ୍ନି ଗାଇବୁ ଛାନ୍ଦକୁ ଛାନ୍ଦ ଯେ । ୬ ।
ଛାନ୍ଦକୁ ଛାନ୍ଦ ଛାଡ ସଂବାଦ
ଛାଡିଦେଲେ କାହିଁ ପାଇବୁ ଭେଦ
ଛନ୍ଦ କପଟକୁ ହୃଦରୁ ଖେଦ, ହଇକି ଭୁଲାମନରେ
ଛୁରି ଦାଢେ ନ ପକାଅ ପାଦ ଯେ । ୭ ।
ଜୁଲକି ସୁନା ଜୀବନ ଘେନା
ଜିଇଁବି ବଲି କରୁ ଭାବନା
ଜମୁନା କୁଲରେ ନନ୍ଦର କାହ୍ନା, ହଇକି ଭୁଲାମନରେ
ଯେବେ ଥିବ ତୋର ପୂର୍ବ ବାସନା ଯେ । ୮ ।
ଝଟତି ଯିବୁ ଝୁଁଟାଇ ହେବୁ
ଝୁମରା ଲାଗଲେ ଶୁଇ ପଡବୁ
ଝଲକା ପିନ୍ଧଲେ ଭେଲକା ହେବୁ, ହଇକି ଭୁଲାମନରେ
ଝୁଲି ବାଟରେ ନାବ ବାହିବୁ ଯେ । ୯ ।
ନ୍ୟନ ବହି ନପାରେ ଭେଦି
ନିଦାନ ଭୂଇଁଟି ପରମ ସନ୍ଧି
ନନ୍ଦ ନନ୍ଦନ କରୁନା ନିଧି, ହଇକି ଭୁଲାମନରେ
ନିଜ ଦେହରେ ପାରିବୁ ସାଧି ଯେ । ୧୦ ।
ଟରକୋ ବୁଢା କାଠର ଘୁଡା
ଟକର ମକର ପଡେ ପାହୁଡା
ଟାନ-ପନକଲେ ଖାଇବୁ କୁଡା, ହଇକି ଭୁଲାମନରେ
ଟାନି ଧରିଆ ଲଗାମ ଯୁଡା ଯେ । ୧୧ ।
ଠଣ-ସୁନ୍ଦର ଠାକୁର ବର
ଠିକ ଚିହ୍ନି କରି ଥାପନା କର
ଠୁଳ ଶୂନ୍ୟ ପରେ ଯାହାର ଘର, ହଇକି ଭୁଲାମନରେ
ଠାସେ କହେ ଯତନେ ପାମର ଯେ । ୧୨ ।
ଡକୁଆ ଚୁର ଅନ୍ଧାର ଘର
ଡିବିରି ଲିଭଲେ ଫେରି ନି ପାର
ଡରି ଡରି ପଶ ନୁହଁ ତତ୍ପର, ହଇକି ଭୁଲାମନରେ
ଡକା ପଡିବ ସମନ ପୁର ଯେ । ୧୩ ।
ଢୁକିଲା ବେଲେ ଢେକେଇ ହେଲେ
ଢିଲା ହଇ ଗାଏ ଭିରକି ଗଲେ
ଢୁକିବାର ବାଟ ନାଇଁ ପାଏଲେ, ହଇକି ଭୁଲାମନରେ
ଢିଲା ଚରୁଛି ସମନ ଆଳେ ଯେ । ୧୪ ।
ଅର୍ଜି ଦିଅ ଅନର୍ଥ ନୁହଁ
ଅଦାଲତେ ଯାଇ ହାଜର ହୁଅ
ଅକିଲ ଧର ଜବାବ ଦିଅ, ହଇକି ଭୁଲାମନରେ
ଆନ କଥାକୁ ମନେ ନ ନିଅ ଯେ । ୧୫ ।
ତରକି କରି ତିରନ ଧରି
ତିରି ରଂଗ ସଂଗ ଦେବୁ ପାସୋରି
ତେବେ ଯିବୁ ଭବ ସାଗରୁ ତରି, ହଇକି ଭୁଲାମନରେ
ତୋର ଶରୀର ଚିହ୍ନିଲେ ହରି ଯେ । ୧୬ ।
ଥବିର ଘର ଥୟ ନ କର
ଥାପିଲା ଦେବତା ନ ଦିଏ ବର
ଥିର ମନେ ବସି ସାଧନା କର, ହଇକି ଭୁଲାମନରେ
ଥିଲେ ବୁଦ୍ଧିଗ୍ୟାନ ହେତୁ କର ଯେ । ୧୭ ।
ଦଏବ ଧାତା ଦେଇଛେ ଚିନ୍ତା
ଦେଉଳ ଗଢି ଯେଉଁ ବିଧାତା
ଦୃଢ ମନେ ଭଜ ହଇ ଏକତା, ହଇକି ଭୁଲାମନରେ
ଦୁଇ ଦିନ ପାଇଁ କେତେ ଚିନ୍ତା ଯେ । ୧୮ ।
ଧନୀ ପୁରୁଷ ଧୁରିଆ ଦେଶ
ଧୁର୍ମ କୁହୁଡି ଚଇତ ମାସ
ଧରମ ଉପରେ ପରମହଂସ, ହଇକି ଭୁଲାମନରେ
ଧର୍ମ ଥିଲେ ବଇକୁଣ୍ଠ ବାସ ଯେ । ୧୯ ।
ନୂଆଁ ହୋଇଛି ନାଇଁ ଜାନୁଛି
ନାଗରୀ ସଂଗତେ ମନ ଚଲୁଛି, ହଇକି ଭୁଲାମନରେ
ନିଶା ଖାଇ ହେତୁ ବୁଡାଉଛି ଯେ । ୨୦ ।
ପଢିବୁ ପାଠ ପାଇବୁ ଭେଟ
ପଡିଛି ସଡଖ ଗୋଠ ଠୁଁ ମଠ
ପାଂଚ ଲୁକ ସଂଗେ ନ ଚାଲ ବାଟ, ହଇକି ଭୁଲାମନରେ
ପାଂଚ ପ୍ରକୃତିରେ ନଟକୂଟ ଯେ ।୨୧ ।
ଫରକି ଥିବୁ ଫାନ୍ଦେ ପଡିବୁ
ଫୁଲଫୁଟା ଧୁତି ନାଇଁ ପିନ୍ଧିବୁ
ଫୁଲ ମାଖିଲେ ଦର୍ପନ ଦେଖିବୁ, ହଇକି ଭୁଲାମନରେ
ଫିରି ଯମ ପୁରରୁ ଆସିବୁ ଯେ । ୨୨ ।
ବଡ ଦେଉଲ ବହୁତ ଚୂଲ
ବାଇଶୀ ପାବଛେ ହଇଛି ଠୁଳ
ବଟବୃକ୍ଷେ ଅଛି ଦକ୍ଷିଣ ପାଳ, ହଇକି ଭୁଲାମନରେ
ବିଜେ କରିଅଛନ୍ତି ଆଦିମୂଳ ଯେ ।୨୩ ।
ଭକତ ଜନେ ଭାବଇ ମନେ
ଭକୁଆ ଯତନ ଅଧମ ଭଣେ
ଭାବଗତ ପଦ ରଖିଥା ମନେ, ହଇକି ଭୁଲାମନରେ
ଭବୁଁ ରକ୍ଷାକର ସାଧୁଜନେ ଯେ । ୨୪ ।
ମଲାବେଲକୁ ମାୟାଜାଲକୁ
ମୂଷାପରି କାଟ କାଳ ଫାଶକୁ
ମନେ ରଖିଥିବୁ ହରିକଥାକୁ, ହଇକି ଭୁଲାମନରେ
ମିଛ ମଣିବୁ ପର କଥାକୁ ଯେ । ୨୫ ।
ଜଗିଲେ ବାଟ ପାଇବୁ ଭେଟ
ଯମୁନା କୂଲରେ ନନ୍ଦର ଚାଟ
ଯୋଗୀବେଶ ଧରି ବାନ୍ଧିଛି ଥାଟ, ହଇକି ଭୁଲାମନରେ
ଯେବେ ଜାନିବୁ ତୁ ନାମ ରଟ ଯ ।୨୬ ।
ରା ଅକ୍ଷର ରାବଣେଶ୍ୱର
ରଘୁନାଥ ଦଶରଥ କୁମର
ରାମଲଇଖନ ଲେଖି ଶରୀର, ହଇକି ଭୁଲାମନରେ
ରଥ ଶୂନ୍ୟେ ଚାଲେ ତତ୍ପର ଯେ । ୨୭ ।
ଲାଭେ ସଂସାର ଲୋଭ ନ ମର
ଲାଲ ମହାକାଲ ପୁଡା ଅଂଗାର
ଲୁହା ସଂଗେ ଅଗ୍ନି ଖାଉଛି ମାର, ହଇକି ଭୁଲାମନରେ
ଲାଂଚ ଖାଇଯିବୁ ଯମଘର ଯେ । ୨୮ ।
ବହୁତ କଥା ବୁଝିଲେ ହେତା
ବଡ ଦେଉଲର ବଡ ଦେବତା
ବଡ କାମ କଲେ ବଡ ଶକତା, ହଇକି ଭୁଲାମନରେ
ବୁଦ୍ଧି ଦେବେ ବୃଦ୍ଧ ପିତାମାତା ଯେ ।୨୯ ।
ଶ୍ରୀଭାଗବତ ସହସ୍ରେ ମତ
ସଂସାର ଖୁଜିଲେ ନପାଉଁ ଅର୍ଥ
ଶରୀର ଖୁଜିଲେ ପାଇବୁ ନିତ୍ୟ, ହଇକି ଭୁଲାମନରେ
ଶିରୀଭଗବତ ଭାବ-ଗତ ଯେ । ୩୦ ।
ଷୋହଲ ବଖରା ସହିତେ ଧରା
ଶରୀରରେ ଝାଲ ନୋହିବ ପରା
ସଂସାରେ ଉଦୟ ହୋଇଛି ଧାରା, ହଇକି ଭୁଲାମନରେ
ସରି ଯାଉଛି ଦିବସ ଖରା ଯେ । ୩୧ ।
ସରକାରକୁ ସହି କଥାକୁ
ସାକ୍ଷୀ ରଖିଥିବୁ ସାତ ଜଣକୁ
ସାତଟଂକା ଦେବୁ ଆଠ ଜଣକୁ, ହଇକି ଭୁଲାମନରେ
ସତ କହିବେ ଭଲମନ୍ଦକୁ ଯେ । ୩୨ ।
ହେଜିବୁ ଯେବେ ହରିଂକି ତେବେ
ହରଷ ମନରେ ଭେଟିବୁ ତେବେ
ହରେକ ଦୂରୀତ ହରିବେ ତେବେ, ହଇକି ଭୁଲାମନରେ
ହଟ କିଶୋର ଅଛନ୍ତି ଭାବେ ଯେ । ୩୩ ।
କ୍ଷମା ସାଗର କ୍ଷିତିରେ ସାର
କ୍ଷମ ସୁନ୍ଦର ସେ କମଲାବର
କ୍ଷମା କରିଦେବେ ଦୁଖକୁ ତୋର, ହଇକି ଭୁଲାମନରେ
କ୍ଷନ୍ଦେ ଭଣେ ଯତନ ପାମର ଯେ । ୩୪ ।

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୧):କୋସଲି ସାହିତ୍ୟର ଇତିହାସ

0

ଓଡିସା କେ ଛାପାଖାନା ଆସଲା ୧୮୩୮ରେ ଆଉ ୧୮୬୧ ରୁ ପତ୍ରପତ୍ରିକା ଛାପବାର ମୁଲ ହେଲା । ସେ ବେଲର ବାମଣ୍ଡା ରଜା ସାର ବାସୁଦେବ ସୁଢଲ ଦେବକର ପୃସ୍ଠପୋସକତା ଆର ପଣ୍ଡିତ ନୀଲମଣି ବିଦ୍ୟାରତ୍ନକର ସଂପାଦନାରେ ବାହାରୁଥିବା ସମ୍ବଲପୁର ହିତୈଷିଣୀ ପତ୍ରିକା ରେ ଓଡିଆ ସାଂଗେ ସାଂଗେ କୋସଲି ଭାସା ର ଲେଖା ବି ଛପା ହଉଥିଲା । ୧୮୯୧ ମସିହାରେ କବି ମଧୁସୁଦନ କର ଗୁଟେ କବିତା ବାହାରିଥିବାର ଜନା ପଡିଛେ । ସେତାକେ ପହେଲା ପ୍ରକାସିତ କୋସଲି କବିତା ବଲି ଧରା ଜାଏସି ।

କହ ଗୋ ଦୁତି ମୁଇଁ କେନ୍ତା କରସିଁ ଗୋ
ନନ୍ଦପୁଅ କାହ୍ନାକେ ଦେଖଲେ ବଡା କାବା ଲାଗୁଛେ ଗୋ ।
ଦିସୁ ଥିସି କଲିଆ ଟରଟର
ପିନ୍ଧିଥିସି ହଲଦିଆ ଜରଜର
ଧୋବ ଫରଫରଟେ ଜାନବାରିର ଟେ
ବେକେ ଉଲେଇ ହେସି ଗୋ?
ଜମନା ନଏଦକେ ଗାଧି ଗଲେ
ବସିଥିସି କଦମ ତଲେ
ଦେଖଲେ ଧାଏଁସି ସାଂଗେ ଗୁଡାସି
ସାଂଗେ ଗାଧି ବସସି ଗୋ ।
କାଏଁ କାଏଁ ମନ୍ତର ଜନ୍ତର ଆଏସି ତାହାକେ
ମୁସା ଡିଇଁସା ହେସି ଘାଏକେ
ଜାହା ଖାଏସି ଗୁରସ ଖିରସା
ସବୁ ଚୁରେଇ ଖାଏସି ଗୋ ।
ଛିନା ବେଲେ ଘରକେ ଜାଇ
ହରଦମ ଡାକେ ମାଇଁ ମାଇଁ
ଡାଁଡେ ବୁଲେ ପଡାକେ ଗଲେ
ଖୁଲି ବାଖଲି ହେସି ଗୋ ।

ହେଲେ ଇତାର କେତନି ଆଘୋନୁ କୋସଲ ବାହିରେ ଗିତ ଆର କବିତା ଲେଖବାର ସୁଚନା ମିଲିଛେ । ଛାପବାର ଅଭାବ ନୁ କେତନି ଟେ ଲେଖା ଝାରେ ଫୁଟି ଝାରେ ମୁର୍ଝେଇ ଗଲା ବାଗିର ହେଇଛେ । ଦେସର ସ୍ୱାଧିନତା ଆଘୋନୁ କେତନିଟେ କବି କୋସଲି ଭାସା ରେ ଲେଖୁଥିବାର ପ୍ରମାଣ ମିଲିଛେ । ସେ ଭିତରୁ କିଛି ହେଲେ କବି ଜତନ, ଚଇତନ ଦାସ, ବାଲାଜି ମେହେର, ଲଖମଣ ପତି, ଗଂଗାପ୍ରସାଦ ପଣ୍ଡା, ମୌଲାନା ମୁସ୍ତକିମ ଖାନ, କପିଲ ମହାପାତ୍ର, ପରିକ୍ଷିତ ଖଣ୍ଡୁଆଲ, ଧନେସ୍ୱର ମହାପାତ୍ର, ମାୟାଧର ସେଠ, ସ୍ରିଧର ଉଦଗାତା, ବିଧୁଭୁସଣ ଗୁରୁ, ଇନ୍ଦ୍ରମଣି ସାହୁ, ଚିନ୍ତାମଣି ସାହୁ, ଦନେଇ, ବୈଦ୍ୟନାଥ, ନାକଫୁଡି ପଣ୍ଡା, ସତ୍ୟନାରାୟଣ ବହିଦାର ଆଦି । ସ୍ୱାଧିନତା ଆଘୋରୁ ଓଡିଆ ପତ୍ରତ୍ରିକା ମାନେ ଜେନ୍ତା ଜିଜ୍ଞାସୁ, ପାରିଜାତ, ପାଟଣା ଦୀପିକା, ଶଂଖ ଆଦି ନେ ଭିନେ ଭିନେ କୋସଲି କବିମାନକର କବିତା ବାହାରୁଥିଲା । ୧୯୪୪ ମସିହାରେ ଶଂଖ ପତ୍ରିକାର ସଂପାଦକ ଡ. ମାୟାଧର ମାନସିଂହ ତାକର ପତ୍ରିକାରେ କୋସଲି ଭାସାର ଲେଖା ଛାପିକରି ସମାଲୋଚନା ର ସିକାର ହେଇଥିଲେ । ସେ କବିତା ଟା ହଉଛେ ନାକଫୁଡି ପଣ୍ଡା ଂକର ‘ପାସରି ଦେବୁ କାଏଁ ନ’ ।

ପାସରି ଦେବୁ କାଏଁ ନ …?
ପିଲା ଦିନର୍ ସାଂଗ୍ ସର୍ସା ପାସ୍ରି ଦେବୁ କାଏଁନ ।
ମୁଡା ବନ୍ଧର୍ କନ୍ଦାକୁଡା ସୋର୍ ଅଛେ କି ନେଇଁନ ?
ସଂଜ ବେଲର୍ ଲୁକଲୁକାନି
ଡାଁଡ୍ ଖୁଲିର୍ ଖକ୍ ।
ଗୁଡି ମଡପର୍ ଖୁମ୍ ଖୁମାଲୋ
ଛୁର୍କି ସଇ ସତ୍ ।
ନଏଦ୍ ପହଁରା ବାଲିର୍ ଘର
ଦୁଲି ଝୁଲା ବଡା ସୁଖ୍ ।
ଆଏଜ୍ ଦିନ୍କେ ହେତେଇ ଦେଲେଁ
ଲାଗୁଛେ ବଡା ଦୁଖ୍ ।
ସୋର୍ ଅଛେ କି ନେଇଁନ?
ପିଲା ଦିନର୍ ସାଂଗ୍ ସର୍ସା
ପାସ୍ରି ଦେବୁ କାଏଁନ ।୧ ।
ପରର୍ ଘର୍ ଘର୍ ହେବା ତୋର୍
ପରର୍ ବୁଲେଁ ସାର୍ବୁ ଦିନ୍
ନେଇଁ ଚଲେ ତୋର୍ ଇଚ୍ଛା ।
କାହିଁର୍ ଚିହ୍ନାର୍ କାହିଁର୍ ଜନାର୍
ଜୁଟେଇ ଦେବା ବୁଆ ।
ଫୁଫ୍ଲା ବାହ୍ମନ୍ ହାତ୍ଧର୍ବା
ଶୁଲ୍କ ଅଖାଡୁଆ
କୁକୁର୍କେ ଭି ଠାକୁର୍ ବଲିଁ
ମାନ୍ବୁ ସବୁ ବେଲେଁ ।
କାଏଁ ପାରୁଛୁ ତର୍କି ଥିବୁ
ପଡିଜିବା ଭାଏଲ୍ ଗାଲେଁ
ସେନକେ ଯିବୁ ଯେଭେଁ
ପିଲା ଦିନର୍ ସାଂଗ୍ ସର୍ସା ନେଇଁ ଭୁଲ୍ବୁ କେଭେଁ । ୨ ।
(ଶଂଖ, ଦେବଗଡ, ୧୯୪୪)

ଆଦିକବି ଜୁଗ ଦାସ: କୋସଲି ସାହିତ୍ୟର ଇତିହାସ

0

ସୁହ୍ଲ ସ’ ସତାବ୍ଦି ବେଲକେ ସାରା ଭାରତ ରେ ଲିଖନ ପଦ୍ଧତି ସଂସ୍କୃତ ଭାସା ରେ ଥିଲା । ହେଲେ ସେ ସମିଆଁ ରେ କୋସଲି ସାହିତ୍ୟ ଲାଗି ଗୁଟେ ଚମକ୍ରାର ଘଟିଥିଲା । ନରସିଂନାଥ ପାଖର ଜୁଗ ଦାସ ବଲି ଝନେ କନ୍ଧ କବି “ଶ୍ରୀ ନୃସିଂହ ଚରିତ” କାବ୍ୟ କୋସଲି ଭାସା ରେ ଲେଖିଥିଲେ । ସେ ନରସିଂନାଥ ମନ୍ଦିର ର କନ୍ଧ ଜାତି ର ପୁଝାରି ମାନକର ବଂସଧର ଆନ । ସେ ନିଜେ ଲେଖିଛନ:
ପାରାକୃତ ଭାଷାରେ ମୁଁ କରଇଁ ଲେଖନ
ଭୋ ସାଧୁ ସୁଗ୍ୟଁ ଜନେ ଦୋଷ ମୋ ନ ଘେନ । ( ପୃ ୧୩୬)
ସେ ଆର ଥରେ ବି ଲେଖିଛନ:
ପରାକୃତ ଭାଷାରେ ମୁଁ କରଇ ପରକାଶ । (ପୃ୧୪୧)
ପରାକୃତ ଭାଷା – ପ୍ରାକୃତ ଭାସା ( ଗୁଟେ ଅଂଚଲ ର କଥିତ ଭାସା ଅର୍ଥାତ ନରସିଂନାଥ ଅଂଚଲ ର କଥିତ ଭାସା, କୋସଲି ରେ ଲେଖା ହେଇଛେ । ଇ ପୁରାଣ କାବ୍ୟ ର ଲେଖବାର ସମିଆଁ ୧୫୫୦-୧୬୫୦ ଭିତରେ ବଲି ମତ ପାଇଛେ । ୧୫୫୦-୧୬୫୦ ସମିଆଁ ଆଡେ ଜେନ କୋସଲି ଭାସା ଚଲୁଥିଲା ସେଟା ଇହାଦେ ର କୋସଲି ନୁ କେତନି ଭିନେ । ତଥାପି ଇହାଦେ ବେଭାର ହଉଥିବା ଗୁର୍ଦୁଟେ କୋସଲି ସବ୍ଦ କାବ୍ୟ ରେ ବେଭାର ହେଇଛେ ଜେନ୍ତା ନୁନି, ମରୁଡି, ଧୁନି, ଗହ ଗହ, ଖେଦି, ନିସତ, ଛିନୁ ଛିନୁ, ମଡିଆ, ହଁସା ହଁସି, ଖୁଜାମାରି, ଖେଦି, ହାଦେ, ଖଲ ଖଲ, ଅଲାର ଧୁଆ, ଲୁଟିଚୁରି ଆଦି । ଇ କୋସଲି କାବ୍ୟ ରେ ଧାମନ୍ତ, ଯୁନ, ସୋମେନ୍ଦ୍ର, ରହସି, ନିଭାକଲେ, ଥୋକାଏ, ରଂଚନା, ଯେଥେ, ଭାର୍ଜନା, ମାୟେସ, ପାରୁଶେ, ଆଂଚେବନ, ସିମସ୍ଥାନେ, ଏନ୍ତା କେତନି ଜୁନ୍ହା ସବ୍ଦ ବେଭାର ହେଇଛେ ଜେନଟା ମାନେ କି ସାରଲା ଦାସଂକର ‘ମାହାଭାରତ’ ଥି ବି ଦେଖବାର କେ ମିଲସି । ତାର ଅର୍ଥ କୁହାଜେଇପାରେ ଜେ ଜୁଗ ଦାସ, ସାରଲା ଦାସଂକର ସମସାମଇକ । ଇହାଦେ ର କୋସଲି ସବ୍ଦ ବେଭାର ହେଇଥିବାର ଧାଡି ମାନେ:

ତତେ କୋଲେ ଧରି ଭାରିଯା ତୋର କାନ୍ଦୁ (ପୃ ୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୂମିରେ ପାରି ବିବଶ୍ର କଲା ଆଭରଣ (ପୃ ୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଛାଡରେ ପାପିଷ୍ଠ ମୂଢ ମୁହଁ ତୋର ପୋଡୁ (ପୃ ୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବେଲବୁଡି ଅନ୍ଧାର ହୋଇଲା ନିଶି ପୁଣି (ପୃ ୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିଲି ତାହାଂକର ଭବିସ ଯେ ରୂ (ପୃ ୨୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଆଡେ ତ୍ରିଶି ଦୀର୍ଘ ତାର ଶରୀର ବଢିଲା (ପୃ ୩୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଯେଡେ ହୋଇବି ବୋଇଲେ ତେଡେ ଶରୀର ବଢଇ (ପୃ ୩୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶୁଣି ଦେବତାୟେ ଯେ ଦୁର୍ଗାକୁ କଲେ ତୁସ୍ତି (ପୃ ୩୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଜୀବଜନ୍ତୁ ଦେଖି ମାୟେ ଯାନ୍ତି ଆଡ ହୋଇ (ପୃ ୩୬)
ଦିଅ କି ନ ଦିଅ ତୋତେ କହିଲିରେ ବାଇ (ପୃ ୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦଇବର ଯୋଗ ମୁଁ ଯେ ତତେ ଭେଟିଲଇଁ (ପୃ ୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିଣ ଅସୁର ଜେ ହୋଇଲା ଅଚାବୁହା (ପୃ ୪୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦୁର୍ଗାଦେବୀ ବୋଇଲେ ରେ ନୁନିମାନେ ଯାଅ (ପୃ ୪୧ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେହୁ ଦେବୀ ଧାଇଁଣ ଯେ ଗଲାରେ ଉଲୁମିଲେ । ( ପୃ ୪୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେହୁ ତତେ କଲା ଯେ ୟେ ଭବିସ ରୂ (ପୃ ୪୯ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେବୀ ମାନଂକୁ ବହନ ଚାଲଲୋ ବଇଲେ ( ପୃ ୪୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଧିକ ତୋର ଜୀବନରେ ମୁହଁ ତୋର ପୁଡୁ (ପୃ ୫୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଗୋମାତା ବନ୍ଦେନୀକି ଇଶ୍ୱର ନେଲେ ଖେଦି
କଟାର ଘେନି ମୁଣ୍ଡ ପକାଇଲେ ଛେଦି ( ପୃ ୬୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କ୍ଷେତ୍ରିଂକର ପୁତ୍ର ହୋଇ ନିସତ କି ହୋଇ
ମାରିବା ଅସୁରଂକୁ ଯେ ବେଗ ଚାଲ ଭାଇ (ପୃ ୬୪)
ପାସର ରାଜାରାଜ୍ୟ ପଲାଇଲେ ଛାଡି ( ପୃ୬୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବାହୁବଲେ ପେଲି ପକାଇଲା ନିଶାଚର (ପୃ ୬୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶୁଣିକରି ଗିରିବର ହେଲା ଅଚାବୁହା ( ପୃ ୭୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଅପାଲନ ଗରୁ ଯେବେ ଲଭଇ ରମଣ ( ପୃ ୭୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଧାର ଛିନୁ ଛିନୁ ଯେ ସକଲ ପାପ ଗଲା ( ପୃ ୮୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୀତ୍ୟାହିଂ ବୋଲନ୍ତି ଯାଇଥିଲି ହାତଗୋଡ ଧୋଇ (ପୃ ୯୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ମୀନ ସଂଗେ ମୀନ ହୋଇ ପଉଁରୁଛି ତଲେ (ପୃ ୯୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦୁଇଂକି ଦୁଇଜନ ହୋଇଲେ ହଁସାହଁସି ( ପୃ୯୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ନୃସିଂହ ଦେବତାକୁ ଯେ ବିଲାଇ ମଣିଲୁ (ପୃ୯୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବେନିଗୋଟି ରାମ ଦେଖି ହେଲେ ଅଚାବୁହା (ପୃ୯୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଡାହୁକ ପନସ ସେ ଯେ ନାନବୃକ୍ଷ ଗୋଟା (ପୃ ୯୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୀତୟା ସୁନ୍ଦରୀ ଯେ ହୁଲହୁଲି ଦେଲେ (ପୃ ୯୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଗୋଦାବରୀ କୂଲରେ ରହିଲେ ଯାଇକରିଁ ( ପୃ ୯୯ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୋମେନ୍ଦ୍ର ଭାଇକି ରାଜ୍ୟୁ ବାହାର କରିଦେଲେ (ପୃ୯୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମରାବ ଦେଇ ଗଂଗା ବହିଲେ ଖଲ ଖଲ ( ପୃ ୧୦୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କନ୍ଦା କନ୍ଦମୂଲ ଭିନେ ସିଝାଇ ଖାଇବି (ପୃ ୧୦୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ହାଇମାରି ବିକୋଦର ଉଠିଣ ବସିଲା (ପୃ୧୦୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ତାମ୍ବିରେ ନାପିଲେ ହେବ ନଉସସ୍ର ପୁଡା ( ପୃ ୧୦୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ପୁଣି ପଥରକୁ କଲା ମହୁଲ ଭଜା ଚଟୁ (ପୃ ୧୦୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶିର ଲୁଆଇଣ ଭୀମ ଭିତରେ ପଶଇ ( ପୃ୧୦୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ହାବୁଡା ହାବୁଡି ହୋଇଲେ ବେନି ଜନ (ପୃ୧୦୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଉଲୁଟାଇ ଅସୁର କୁ ବସିଲା ବେଗେ ମାଡି ( ପୃ ୧୦୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମ ଡାବର ମାଟି ଘେନି ଯୁଧ୍ୟକୁ ସେ ଯିବ (ପୃ ୧୧୦)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଅରିତୁରେ ଆମ୍ବ ଯେବେ ବଉଲିଣ ହେଲା ଗଜା (ପୃ ୧୧୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମର ରୁିଲା ବୃକ୍ଷ ହେଲା ପର୍ବତର (ପୃ ୧୧୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିକରି ଆଶ୍ରିଜ ହୋଇଲେ ବ୍ରହ୍ମଚାରୀ (ପୃ୧୧୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଖଲ ଖଲ ହୋଇ ଦୁଧ ହୋଇଲା ବାହାରି ( ପୃ୧୨୦)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ମଡିଆ ଘରେ ନେଇ ଦେବତା ଉଲାଇଲେ (ପୃ ୧୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଫଲହାର ବିହନ ତୁ ରୁିବୁ ବହନ (ପୃ ୧୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ରାଜାର ମୁଖ ଚାହିଁ ସେ ଉଲଗି ହୋଇଲା (ପୃ ୧୨୫)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଉଲକୁ ପଦିଷ୍ଟା ଯେ କରିଣ ରାଜନ (ପୃ ୧୨୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଘୁଁରୁ ଘୁଁରୁ ମାଡିଆ ଗୁଣ୍ଡ ହେଲା ବାରଖଣ୍ଡି (ପୃ ୧୨୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କିଛୁ କିଛୁ ଧନରତ୍ନ ଦେଲେ ରାଣୀମାନେ (ପୃ ୧୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ରାଣୀମାନେ ବସିଲେ ଉଢୁନା ମାନ ଦେଇ (ପୃ ୧୩୮)
ବାଟରେ ଖୁନ୍ଟ ପିଟିଣ ଲୁଟିଜୁରି ନ୍ୟନ୍ତି (ପୃ ୧୩୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଖୁଟକାଟି ତାସ କରି କନ୍ଦରା ମାଟିକଲେ (ପୃ୧୩୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେ ବୋଲଇ ତୋହର ମାଆକୁ ନିଏ ମୁହିଁ ( ପୃ ୧୪୦)

ମରନ ଗିତ: କୋସଲି ସାହିତ୍ୟର ଇତିହାସ

0

ମରନ ମୁନୁସ ଜିବନ ର ଅଛଡା ଅଂଗ । ମୁନୁସ ଜନମ ହେଲେ ମରନ ତୟ । ମୁନୁସ ର ମରନ ହେଲେ ତାର ମାହେଜି ଆର ଝି ମାନେ କାନ୍ଦିଥିସନ ।

ମଗସିର ମାସ ସୋର ହଉଛେ ରଜା ଗୋ
ଗୁରବାର ଦିନେ କିଏ ପଦମପୁଲ ଆନିଦେବା ରଜା ଗୋ
ମଡା ଖେବାର କେ ମନ କରୁଥିଲ ରଜା ଗୋ ।
କିଏ ଆର ମତେ ଡାକି ଆନବା ବାପା ଗୋ
ଫୁସ ମାସ କେ କିଏ ହେତାବା ବାପା ଗୋ
ଅଲି ଅର୍ଦଲି କାହାକେ କରମି ବାପା ଗୋ
ସରିଗଲେ ଜିନିସ କାହାକେ ମାଦମିଁ ବାପାଗୋ ।
ମାଁ ର ମରନ ଖବର ପାଇ ଝି କାନ୍ଦସି
ଦିନେ କଡା କଥା କହିନ ଥିଲୁ ମାଁ ଗୋ
ମନ ଦୁଖ ଥିଲେ ପଚରଉଥିଲୁ ମାଁ ଗୋ ।
ଆଇ/ବାଇ/ନାନି ମରିଗଲେ ନାତେନ କାନ୍ଦସି
କେତେ କଥାନି କହୁଥୁଲୁ ନାନି ଗୋ
ପାଖେ ବସଇ ଗଲ କରୁଥୁଲୁ ନାନି ଗୋ
ସବୁ କେ ପସିସରି ଦେଲୁ ନାନି ଗୋ । ।

(୪.୭) ଖେଲ ଗିତ
ପସଚିମ ଓଡିସା ରେ କେତନି କିସମର ଖେଲ ଗିତ ଅଛେ । ଖେଲ ଗିତ କେତନି କିସମର ହେଇପାରବା । ଜେନ୍ତା ଛିଲୋଲାଇ, ହୁମୋ ଆଦି ଭିନେ ଭିନେ ଖେଲଗିତ ର ନାଁ ମାନେ ।

ଛିଲୋଲାଇ ଗିତ
ଛିଲୋଲାଇ
ଆ ଖେଲମା ଭାଇ
ଭାଇ ଗଲା ରୁସି
ଦେ ଗୋ ମାଁ ପିସି
ହଟାଲିରେ ହଟାଲି
କୁକୁର ଗୁହୁଁ ଚଟାଲି

ହୁମୋ ବଉଲି ଗିତ
ହୁମୋ ବଉଲି ଗିତ ହୁମୋ ଖେଲଲା ବେଲକେ ଗାଇଥିସନ । ଇ ଖେଲ ଟୁକେଲ ମାନେ ଗାଁ ଖୁଲି ଖେଲସନ । ଟୁକେଲ ମାନେ ଦୁଇ ଗୁସ୍ଟି ହେଇକରି ହାତ ଜୁରା-ଜୁରି ହେଇ ହୁମୋ କେଲି ଥିସନ । ଗୁଟେ ଦଲ ଗିତ ଗାଏତେଲ ଆର ଗୁଟେ ଦଲ ଆଡକେ ଜାଏସି । ଫେର ସେ ପଦ ର ଜବାବ ଦେବାର କେ ଆର ଦଲ ହେନ୍ତା ସାମନା ର ଦଲ ଆଡକେ ଗିତ ଗାଏତେଲ ଜାଏସି । ତୁରତା-ତୁରତି ଉତା-ଉତି ପଦକେ-ପଦ ଭିରେଇ ଦୁହି ଦଲ ଭିତରେ ଜେନ ଗିତେ ଗୁତା-ଉଚାର ହେସି ଦେଖଲା ବେଲକେ ବଡା ଜମକ ଲାଗସି ।
ହୁମୋ କି ହୁମାଇ ସାରେ ବଉଲିରେ
ହୁମୋ କି ହୁମାଇ ସାରେ
ହୁମୋ ନନ ନନ ଦସ ବଉଲି ରେ,
ହୁମୋ ନନ ନନ ଦସ
ନ ଖାଉଁ ନ ପିଉଁ ଗୁଆ ପଣସ,
ନ ଖାଉଁ ନ ପିଉଁ ଗୁଆ ପଣସ
ନ ଜାଉଁ ତୁମର ଦେସ ବଉଲିରେ
ନ ଜାଉଁ ତୁମର ଦେସ । ।

ଜିରା ଲବଂଗ ଆର କଲା କୋକିଲ
ନୁଆପଡା ଜିଲାର ସିନାପାଲି ବୋଡେନ ଅଂଚଲରେ ଜନକ ରାତି ର ଉକିଅ ଥି ଗାଁର ଟୁକେଲ ମାନେ ଇ ଗିତ ଗାଇଥିସନ ।

କଲା କୋକିଲରେ, ପକା ଚୁଆଁ ତଲେ ରସି
ଗାଆଁର ଗହଁଟିଆ ସାଇକେଲେ ବସି
କଲା କୋକିଲରେ ପାନ ଖାଏ ହସି ହସି । ୧ । ।
କଲା କୋକିଲରେ, ସଡକେ ଚେପୁଲୁଁ ଗିଟି
ଗହଁଟିଆ ବାବୁକେ ଚାବିଲା ଚାଁଟି
କଲା କୋକିଲରେ ଜାହାନା ଗୁନିଆଁ ଡାକି । ୨ । ।
ଇଟା ଭାଟି ଅଛେ ଇଟାରେ ଜିରା ଲବଂଗ
ଇଟା ଭାଟି ଅଛେ ଇଟା
ତୁମର ଗାହାର ପାନ ସରଗ ମିଠା
ଆମର ଗାହାଁର ପାନ ମିଠା ରେ ଜିରା ଲବଂଗ । ୧ । ।
ଗଚକେ ଚଘିଲା ଗେରୁରେ ଜିରା ଲବଂଗ
ଗଛକେ ଚଘିଲା ଗେରୁ
ଛ କୁଟା ଭଲିଆ ଧଂଗରା ହେଲୁ
ଧାଂଗରିକେ ଝୁରି ମଲୁରେ ଜିରା ଲବଂଗ । ।

ବାଂଗିରି
ଥାଲିରେ ଭାଂଗିଲି ପାନ ବାଂଗିରିରେ
ଆକାସେ ଉଦିଛେ ରୁପେଲି ଜନ
ହୁମୋ ଖେଲିବାକେ ମନ ବାଂଗିରିରେ
ଚଟୁ କରେ ହାଇ ହାଇ ବାଂଗିରିରେ
ପିଁଢାରେ ବସିଲେ କାଏଁ ଲାଭ ପାଉ
ହୁମୋ ଖେଲିଆ ମୋର ବହୁ ବାଂଗିରିରେ

(୪.୮) ଲୋକ କଥା
ଢଗଢମାଲି
ସେମେଲ ଗଛେ କୁହୁନି ରେଥି ଦେଲା
କେଡେ କେଡେ ଟା ଗଲେ ନ ହଟି ଚିଂଗରି ବୁରି ହଉଛେ କଁଟି
ନାକ ତଲେ ମେଛା ଜାହାର ଜେନ୍ତା ଇଛା
ବିହାଘର ବେଲେ ବାଏଗନ ରୁଆ
ତୁଇ ମନ ଧରୁଛୁ ଜାହାକେ ମୁଇଁ ଘଏତା କରିଛେଁ ତାହାକେ
ସିଂଗ ଧରମୁଁ ଆମେ ଗୁରସ ପିବ ତମେ
ଚିଂଗରି ଚିଲେ ମୁଡେ ଗୁହୁ
ଦାଁତ ଥିଲେ ଚନା ନାଇଁ ଚନା ଥିଲେ ଦାଁତ ନାଇଁ
ଛୋଟ ଲୋକ ବଡ ପାଏନ ପାଏ ହଗତ ମୁତତ ଗିତ ଗାଏ
ମାଡ କେ ମାହାଦେବ କଁପେ
ଅତି ମଧୁର କିରା ଖାଏ
ବିରହି ମାଡେ କୁଲୁଥ ଚେପଟା
ପରହର ଭଅତେ କୁକୁର ମାଡ
ଏ ପୁତା, ବେଲା ଦେଖି ବୁତା
ଚୋର କେ ଚନ୍ଦନ ବିଲେଇ କେ ଘଂଟି

ଧଂଦା/ବଖାଣି
(୧) ଆଗଟା ମିଠା, ମଝି ଖଟା, ମୁଲଟା ବାସେ
ଉ : ଗୁରସ, ଧୁଇଲା ବେଲକେ ଟିକେ ବଖରାସି, ମଝି ଦହି ଆମିଲ (ଖଟା) ଆଉ ଆଗଟା
ଘି ମିଠା ଲାଗସି
(୨) ଆମଲି ମଜା, ମୁଂଜି ନାଇଁ ତାର ଭୁଇଁ ଗଜା
ଉ : ଛତି ର ମୁଂଜି ନାଇଁନ ଭୁଇଁ ଫୁଟସି
(୩) ଅରଖ ଚେରର ପରଖ ପଏଁଖ, କେନ ଚେରର ତିନଟା ଆଏଁଖ?
ଉ : ନଡିଆ ନଡିଆ ଗଛ ଡେଂଗା..ପତର ପଏଁଖ ଲେଖେଁ…ନଡିଆର ତିନଟା ଆଏଁଖ
(୪) ଅତାଲ ତାଲ ପାନି ଖରସି ଚୁତେ
ଉ : କେଁଛୋ, ପାଏନ ଉପରେ କେଁଛୋ ଖରସି ଚୁତେ ଲେଖେଁନ ଦିସସି
(୫)ଆଏଗନ ନେଇସେ ବାଏଗନ ଟା ବଇଦ ନେଇସେ ସିଂଗ ଦୁଇଟା
ମୁନୁସ ନେଇସେ ଚାଲେ ବାଟ, ଦେଉଲ ନେଇସେ ଫାଡେ କବାଟ
ଉ : ଘୁଲି ଚାଲଲା ବେଲକେ ତାର ଦୁଇଟା ସିଂଗ ବାହାରିଥିସି, ଦେଉଲ ଲେଖେନ ଦିସସି
ଆର ଛିଁ ଦେଲେ କବାଟ ଢାିଁ ଦେସି
(୬) ଆଏଲ ଗଲ ବନେ କଲ ମଜା କରୁଛ କାହାକେ
ମୋର ସସୁର ବିହା ହେଇଛନ ତମର ସସୁରର ମାଁ କେ
ଉ : ସାସ-ଜୁଏଁ, ସାସର ସସୁର ହଉଛନ ଜୁଏଁର ଅଜା ସସୁର…ଜୁଏଁର ସସୁରର ମାଁ ହେଲେ
ଜୁଏଁର ଆଇ ସାସ
(୭)ଆଏଁଖ ଜୁଡେକେ ଅଏନ ଲେଂଜେ ପିଉଛେ ପାଏନ
ଫୁଲ ଫୁଟିଛେ ଉପରେ, ଢେଁଟି ରହିଛେ ଭିତରେ
ଉ : ଡିବରି ଜଲୁଥିଲେ ଆଏଁଖକେ ସୁଂଦର ଦିସସି, ବଏଲତା ତେଲ ପି’ସି, ଜଲୁଥିଲେ ଫୁଲ
ଫୁଟଲା ଲେଖେ ଦିସସି…ବଏଲତା (ଢେଁଟି)
(୮)ଆଁଖ ବାଁକ ତାହିଁ ବସଲା ବୁଢା କାଁକ
ବୁଢା କାଁକ ଉଡିଗଲା ପୁରଥି ଟା ଅଂଧାର ହେଲା
ଉ : ବେଲ/ସୁରୁଜ

(୪.୯) ମଂତ୍ର ସାହିତ୍ୟ
ମଂତର ମାନେ ସିରଜିନା ର ଆଦିମ କାଲୁ ମୁନୁସ ବେଭାର କରି ଆସୁଛେ । ବିସେସ କରି ଆଦିବାସି ମାନକର ଫି ଦିନ ଚଲନି ଥି ମଂତର ର ବେଭାର ଜହ । ଭିନ ଭିନ କବାରେ ବେଭାର ହେସି ମଂତର ଜେନ୍ତା ଭୁତ-ପେତେନ ନୁ ମୁକଲିବାର କେ, ଦେବତା ଉତରାବାର କେ, ନସେନ-ପେସେନ ଭଗାବାର କେ, ରୋଗବେମାର ଛଡାବାର କେ । ସାଁ, ବେଛୁ ଆଦି ବିସାନ ର ବିସ ଉତରାବାର କେ ବି ମଂତର ବେଭାର ହେସି । ଇତାର ବାହାରେ ଦେ-ଦେବତା କେ ପୁଜା କରବାର ଲାଗି ବି ମଂତର ବେଭାର ହେସି । ମଂତର ର କିସମ ଅନେକ । ଜେନ୍ତା ଖେଦାନ, ବନ୍ଧନ, କିଲନ, କବଚ ଆଦି ।
ହନୁମାନ କବଚ
ଓଁ …..
ଜୟ ଜୟ ହନୁମାନ କିରତି କୁଣ୍ଡଲି ଧାରି
ସ୍ରିରାମଂକ ଦୁତ ସିତାଂକ ସୁଖହାରି
ଲଖେ କବଚ ରୁ କବଚ ସାର
ପଢିଲା ଲୋକ ହୁଅଇ ନିସ୍ତାର
ଆୟୁସ ବଢଇ ରଜିକ ଛିଡଇ
ଦିନକେ ଥରେ ଏହା ଜେ ପଢଇ
ବାର ଥର ପଢେ
ସତ୍ରୁ ତିନି ମାସରେ ମରେ

ବିହା ବରପନ ଗିତ: କୋସଲି ସାହିତ୍ୟର ଇତିହାସ

0

(୪.୫.୧)ଗୌର ବାଡି/ ବନା ବାଡି
ଗୌର ବାଡି ନାଚ କେ କଲାହାଣ୍ଡ ଅଂଚଲ ରେ ବନା ବାଡି କହେସନ । ଗୌର ବାଡି, ଗୌର ଜାତି ର ପାରଂପାରିକ ନାଚ । ଗୌର ବାଡି ଥି ଦୁଇଟା ନଚନିଆ ହଁକାବାଦି ହେଇ ନାଚସନ ଆର ଆଠ ନୁ ଦସ ଝନକର ଦଲ ବନେଇକରି ବି ନାଚସନ । ୩୨ ସଂଘାଡ ସୈଲି ବେଭାର ହେସି ଇ ନାଚ ରେ । ଗୌର ବାଡି ନାଚ ଥି କେନ୍ଦୁ ବାଡି ବେଭାର ହେସି । କେନ୍ଦୁ ବାଡି ର ଉପର ର ଛାଲି କେ ଛାଁଚି ଦିଆ ହେସି । ତେହରୁ ଲହ ଥି ଗୁରେହି ଅଲପରେ ପୁଡେଇ ଦେଲା ଉତାରୁ ପୁଡଲା ଭାଗ କଲା ହେିସ ଆର ରହିଗଲା ଭାଗ ଧୋବ । ସୁନ୍ଦର ଆକର ଛାପି ହେସି ବାଡି ଥି । ବାଡି ଥି ଝୁଟି କାଟଲା ବାଗିର ଦିସସି । କଲାହାଣ୍ଡି ଅଂଚଲ ରେ ଝୁଟି କେ ବନା କହେସନ । ଆର ସେ ବାଡି ବେଭାର କରି ନାଚୁଥିବା ନାଚ କେ ବନାବାଡି କହେସନ । ନଚନିଆ ନାଚଲା ବେଲକେ ୨ଟା ବାଡି ବେଭାର କରିଥିସି । ନଚନିଆ ମାନେ ତାକର ଦିହେଁ ପିଠଉ ଥି ଚିତରେଇ ହେଇଥିସନ । ଝୁମକା, ବଏଁସି, ଢୋଲ ଆଦି ବନାବାଡି ସାଂଗେ ବଜା ଜାଏସି ।

ବନାବାଡି ର ଗିତ

କାହ୍ନା ଭାଇ ଲଛମି ଘେନ ମୋ ଦଇନି
ଜଏ ମାଁ ଜାଦବ କୁଲ ମଉଡମଣି
ଜଏ ଚଣ୍ଡି ସମଲାଇ ମାଁ ଠାକୁରାଣି
ସଂକଟ ତାରିନି ମାଁ ଦୁର୍ଗତି ନାସିନି
ବିଦେ ଆପଦେ ମାଁ ଗୋ ହେଉ ଅଗ୍ରଣି
ଜଏ ମାଁ ଜାଦବ କୁଲ ମଉଡମଣି । ।

ବନାବାଡି ନାଚଲା ବେଲକେ ଦୁଇ ଝନ ମାର ଲାଗଲା ବାଗିର ଲାଗସି । ଦୁହି ନଚନିଆ ଦୁହି ହାତେ ଦୁଇଟା ବାଡି ଧରିଥିସନ ଆର ସାମନା ର ନଚନିଆ କେ ଆକ୍ରମଣ କରୁଥିସନ ଆର ସାମନା ର ନଚନିଆ ନୁ ନିଜକେ ବଁଚଉଥିସନ ।

ଦ୍ୱାପର ଜୁଗରେ ପ୍ରଭୁ ନନ୍ଦ ନନ୍ଦନ
ଗୋପ ଗୋପାଲକ ସଂଗେ ମେଲ ହୋଇଣ
ବାଜଇ ରଂଗେ ଢୋଲ ଟାମକ ବାଁସୁରି
ସିରରେ ପାଗ ବାନ୍ଧି କେନ୍ଦୁବାଡି ଧରି
କରୁଥିଲେ ଇ ତାଂଡବ ଧର୍ମ ଲେଖନି
ଜଏ ମାଁ ଜାଦବ କୁଲ ମଉଡମଣି । ।

ଗଉର ଜାତି ର ଇତିହାସ ଜୁଡିଛେ ଇ ନାଚ ସାଂଗେ । ହରିବଂସ ପୁରାଣ ରେ ବନାବାଡି ର ଉଲ୍ଲେଖ ଅଛେ । ବନାବାଡି ଗିତ ଅନସାରେ ଗଉର ମାନେ ୧୬ ପ୍ରକାର ।

ଭୋଜପୁରି ଗୋପପୁରି ସୋଲ ଖଣ୍ଡିଆ
ମଗଧ ଗୋକୁଲ ଲହୋରିଆ ଝରିଆ
ନନ୍ଦ ଦ୍ରାବିଡ ଜଚକ ଦୁତ କୋରିଆ
ଅହିର ଅବଦ ଅସକ କୋସଲିଆ
ଏ ସୋଲ ଜାଦବ କୁଲ ମାଁ ପାଟରାଣି
ଜଏ ମାଁ ଜାଦବ କୁଲ ମଏଡମଣି । ।

(୪.୫.୨) ଲହକି
ବିଂଝାଲ ଗୁଟେ ଆଦିବାସି ସଂପ୍ରଦାୟ । ଇମାନକର ସାମାଜିକ ଜିବନ ଅଲଗ ମାନକର ଠାନି ଭିନେ । ସେମାନକର ବିହା ବରପନ ବେଲକେ ଜେନ ଗିତ ଚଲସି ସେଟା କେ ଲହକି ବଲସନ । ଲହକି ଥି ଗିତ ଆର ନାଚ ଦୁହିଟା ମିସି ଥିସି । ମୁଖିଆକରି ଲହକି ଥି ବିର ରସ ଆର ପ୍ରେମ ରସ ଦେଖବାର କେ ମିଲସି । ବିଂଜାଲ ମାନକର ବିହା ବେଲକେ, ବାପ, ପୁଓ, ମାଁ, ଭାଏ, ବୁହେନ, ସାସ, ସସୁର, ଦିଅର, ଦେଢସସୁର ଏନ୍ତା କି ବର କନିଆ ବି ଠାନେକେ ନାଚସନ । ବିଂଝାଲ ମାନକର ବିହା ଦୁଇ ଦିନ ଧରିକରି ହେସି ଆର ଦୁଇ ଦିନ ଧରିକରି ସେମାନେ ନାଚ ଗିତ କରସନ । ଲହକି ଥି ଢୋଲ, ନିସାନ, ମୁହୁରି, ତାସା, ଟିମକିଡି ଆଦି ବାଜିଥିସି । ଲହକି ର ମୁଖିଆ ବିଭାଗ ମାନେ ହଉଛେ: ୧) କେଲି କରଂଜ ମାଲି ୨) ରସ ନିଆଲି ମଲି ୩) ଜହ୍ନିଫୁଲ ୪) ଝରିରେ ଝରା ୫) ସୁଆ ରାଂଗେନ ବହୁ ୬)ମୋର ବନ୍ଧୁ ନିଲ ରତନ ରେ ବଲା ୭)ଜୁରାଜୁରି ୮) ଜାଇଫୁଲ

କେଲି କରଂଜ ମାଲି
ଚଁଟିଆ ସମିଲା ପୁଲେ ରେ କେଲି କରଂଜ ମାଲି
ଝାଲେ ବୁହି ଗଲେ ପିରତିର ବେଲେ
ପୁଛିମି ପନତର ଫାଲେଁରେ କେଲି କରଂଜ ମାଲି
ଆଉଛୁ ଜାଉଛୁ ଲୁହିବୁ ନାଇଁ
ପାଇ ନେବା ଖଟ ର ବାହି ରେ କେଲି କରଂଜ ମାଲି ।

ରସ ନିଆଲି ମଲି
କୁକୁର ସୁଇଲା ଖାରେଁରେ ରସ ନିଆଲି ମଲି
ଗୁନା ହଜାଇଲୁ ମହୁଲ ଝାରେଁ
କାଏଁ ବଲି କହେବୁ ଘରେଁ ରେ ରସ ନିଆଲି ମଲି
କାଲିକେ ସୁନାରେ ଗୁରି କେ ବନା
ଚକା ମୁହେଁ ଫୁଲ ଗୁନା ରେ ରସ ନିଆଲି ମଲି ।
ଗାଆଁ ଖୁଲି ଉଡେ ଧୁଲିରେ, ରସ ନିଆଲି ମଲି
ମାଲି ଘରର ଫୁଲେ ସେଜାଇ ଥିଲିଁ,
ମୋର ଧନ ଆଏବ ବଲି ରେ ରସ ନିାଲି ମଲି
ନିଆଲି ମଲି ର ନାଇଁ ନ ଚଲନ
ରାତି ଦେଖେ ଦରପନ ରେ ରସ ନିଆଲି ମଲି ।

ଜହ୍ନିଫୁଲ
ବାରିର ଖଟଖଟିଆରେ ଜହ୍ନିଫୁଲ
କେତେ ଫଟ ଜାନେ ଫଟ ଫଟିଆରେ ଫଟଫଟିଆ
ଲଗାଇ ଦେଲା ତାଟିଆ ରେ ଜହ୍ନିଫୁଲ
ଜହ୍ନିଫୁଲ ର ବାଇ ଖୁସା ଢଲେଇ ରେ ଖୁସା ଢଲେଇ
ନାଇଁ ଜାନେ ଛୁଆ ଖେଲେଇ ରେ ଜହ୍ନିଫୁଲ ।

ଝରିରେ ଝରା
ଝରିରେ ଝରା ଗିତ ଥି, ଫ୍ରେମ ରସ ଥିଲେ ବି ସେଥି ଫି ଦିନିଆଁ ଜିବନ ଦୁଖ ର ଝଲକ ସୁନ ବାର କେ ମିଲସି ।
ଝରିରେ ଝରା, ଖପର ଘରେ ଉଦେ ତରା
ଝିଆ ଜନମ କଲୁ ସରଗର ତରା, ସରଗର ତରା
ଝରିରେ ଝରା ଜୁଏଁ କଲୁ ଦରମରା,
ଲେତି ଟାଁକୋ ଟାକୋଁ ସୁଖା ବେହେରା, ସୁଖା ବେହେରା
ଝରିରେ ଝରା, ନାଇଁ ନ ଜୁଏଁର ଚେହେରା ।
ଝରିରେ ଝରା, ପାନି ଗଲା କୁରେଁ କୁରେଁ,
ରଜା ସୁଇଅଛେ ଜହଲ ଘରେ, ଜହଲ ଘରେ,
ଝରିରେ ଝରା, ପାଗଲି ନୁରୁଛେ ଝାରେଁ
ନାଇଁ କାନ୍ଦ ସୁଆ ନାଇଁ କାନ୍ଦ ସାରି, ନି କାନ୍ଦ ସାରି,
ଝରିରେ ଝରା ତୋର ରଜା ଆଏବେ ଫିରି ।
ଇ ଉପରର ପଦ ଟା ଘେଁସ ଜମିଦାର କୁଂଜେଲ ସିଂ କର ଝି ପୁଣ୍ଣିମାର କଥା ଲିଖା ହେଇଛେ । ପୁଣ୍ଣିମା ର ମୁନୁସ ଗୋବିନ୍ଦ ସିଂ ବି ସହିଦ ହେଇଥିଲେ । ପୁଣ୍ଣିମା ନିଜର ମୁନୁସ ବିନା ପାଗଲ ହେଇ ନୁରୁଥିଲେ । ନୁରି ନୁରି ରାତି ଝାର କେ ବି ପଲେଇ ଜଉଥିଲେ । ଲୋକ ଗିତ ଗୁଟେ କିସମେ ଅ-ଲିଖିତି ଇତିହାସ ଥିଲା ସେ ସମିଆଁର ।

ସୁଆ ରାଂଗେନ ବହୁ
ଇ ଟା ଖାଲି ମୁନୁସ ପିଲା ଗାଏସନ ।
ସିଏର ଲଟିସ ଥିଲେ ଭାଇ ଝୁଲେସ ମାକର
ମଦନ ସିଂ ଚଢି ଜଉଛେ ବୁଢା ଡଂଗର
ବୁଢା ଡଂଗର ପଖନ ଖୁଲେ ହୁକା ହୁକା ଭାଲୁ
ଚନ୍ଦନ ଲୁଗା ଗୋଡ ପଏଁରି, ସୁଆ ରାଂଗେନ ବହୁ ଗା
କେତେ ଅଁଟା ମଲକେଇ ଚାଲୁ ।
ମୋର ବନ୍ଧୁ ନିଲ ରତନ ରେ ବଲା
ମୋର ବନ୍ଧୁ ନିଲ ରତନରେ ବଲା କାହିଁକି ଡାକିଲୁ ମତେ
ବିରହି ଦଲଲା ଲେଖେଁ ଦଲିମିଁ ତତେ
ମୋର ବନ୍ଧୁ ନିଲ ରତନରେ ବଲା ନାଇଁ ଚିହ୍ନି ପାରୁ ମତେ ଜେ,
ତତେ ନେତିଁ ନେତି ତୋର ଭାଏ କେ ନେତିଁ
ମୋର ବନ୍ଧୁ ନିଲ ରତନରେ ବଲା, ବରଗଡେ ଭାଡା ବାହାତିଁ ଜେ
ମୋର ବନ୍ଧୁ ନିଲ ରତନରେ ବଲା ଜହଲ ଖାନା ଦେଖେଇ ନେତିଁ ଜେ ।

ଜାଇଫୁଲ କରା ପାଏନ
ଆମ ଖାଏଲିଁ ଜାମ ଖାଏଲିଁ ପକେଇ ଦେଲିଁ ଟାଁକୋ
ବନ୍ଧ ତଲର କାଗଜ ପତର ସୁନ୍ଦର ବରିହା କେ ଡାକୋ
ସୁନ୍ଦର ବରିହା ବଏଲା ଭେଇ ପାଟନା କେତେ ଧୁର
ଆପେ ରଜା ବିଜେ କଲେ ବଉଦ ନାଗପୁର
ବଉଦ ନାଗପୁରୁଁ ପାଟନା ସଡକ ଦିଁ ତାଲା
ଭିତରେ ଭିତରେ କୁଂଜଲ ସିଂ ରାଏଜେଁ ମତାଲା
କିେ ଦେଲା ଗୁର ଗଂଜଇ କିଏ ଦେଲା ଚୁରା,
ସିଂହଡା ଘାଟିନେ ମାରଗଲା ଜାଏଫୁଲ କରାପାଏନ,
ମୁକୁଟବନ୍ଧା ଘୁଡା ହୋ….

(୪.୫.୩) ଖଟିଗଲା ବେଲର ଗିତ
ଭୁଆସେନ ଖଟିଗଲା ବେଲକେ ଜେନ ଗିତ ଗାଇଥିସନ ସେଟାକେ ଭୁଆସେନ ଗିତ ବଲି ବି କହେସନ । ବିହା ସରଲା ଉତାରୁ ଟୁକେଲ ତାର ସାଂଗ ସରସା, କୁଟୁମ ର ଲୋକକୁ କାନ୍ଦି କାନ୍ଦି ଜେନ ଗିତ ଗାଇଥିସି ସେଟାକେ ଭୁଆସେନ ଗିତ କହେସନ ।

ସୋନପୁର ସହର ରୁଖା ବଇଠା ବାପା ଗୋ,
ନିତି ପୁଛୁଥିଲି ବାପା ଅଇଁଠା ବାପା ଗୋ,
ସକାଲର କଂସା ପଡି ରହିବ ବାପା ଗୋ,
ସଂଜ ହେଲେ ବାପା ପଡି ରହିବ ବାପା ଗୋ । ୧ । ।
ମୁଇଁ ଥିଲି ତମର ଗେହ୍ଲଇ ଝିଅ ବାପା ଗୋ
ମାଁ ର ଗେହ୍ଲା ତ ତାହାରି ପୁଆ ବାପା ଗୋ
ମାଁ ର କଥା ମାନି ଦେଉଛ ଦୁରେ ବାପା ଗୋ
ମୁଇଁ ତ ରହେମି ସମସଲପୁରେ ବାପା ଗୋ । । ୨ । ।

ଟୁକେଲ ବିହା ହେଇ ସାସ ଘରକେ ଖଟିଗଲା ବେଲକେ ନିଜର କୁଟୁମ ଆର ଲାଗେ ଲେସର ମାନକୁ ଛାଡି କରି ଜଉଥିବାର ଦୁଖ ଥି ଗିତ ହିସାବେ ମନର କଥାକେ କହିଥିସି ।

ମୁଗ ବାଛୁଥିଲିଁ ତମର କାକି ଗୋ
ସାନ ଝି କେ ଖେଲଉଥିଲି କାକି ଗୋ
ମନ ଜାନି ତୁନ ରାନ୍ଧି ଦଉଥିଲ କାକି ଗୋ ।

ତିହାର-ବା’ର ଗିତ: କୋସଲି ସାହିତ୍ୟର ଇତିହାସ

0

କୋସଲ ବାହି ନ ତିହାର-ବା’ର ଜଜବଜ ମାନସନ । ମୁଖିଆ ତିହାର ମାନେ ଚାସ ଆର ଆଦିବାସି ମାନକର ଚଲନି କେ ଆଧାର କରି ମନାହେସି । ନୁଆଁଖେଇ, ଫୁସପୁନି, କରମା, ବନାବାଡି/ଗୌର ବାଡି, ଆଦି ଗିତ ମାନେ ତିହାର ବାର ବେଲକେ ସୁନବାର କେ ମିଲିଥିସି
(୪.୪.୧) ନୁଆଁଖେଇ
ନୁଆଁଖେଇ ଅନ୍ନ ପୁଜା ର ପରବ । ଇ ପରବ ବୈଦିଗ ଜୁଗୁଁ ଚଲି ଆସୁଛେ । ମୁନି ରୁସି ମାନେ ପଂଚ ଜଗ୍ୟଁ କରୁଥିଲେ । ସେ ପାଁଚ ଟା ଜଗ୍ୟଁ ହେଲା, ସିତା ଜଗ୍ୟଁ (ଜୁତବାର), ପ୍ରଭାପନ୍ନ ଜଗ୍ୟଁ (ବୁନବାର), ପ୍ରଲମ୍ବନ ଜଗ୍ୟଁ (କାଟବାର), ଖଲା ଜଗ୍ୟଁ (ମଡାବାର), ପ୍ରୟୟନ ଜଗ୍ୟଁ( ସୁରଖିତ ରଖବାର) । ନୁଆଁଖେଇ ତିସରା ଜଗ୍ୟଁ, ପ୍ରଲମ୍ବନ ଜଗ୍ୟଁ ନୁ ମୁଲ । ଇଥି ଅନ୍ନ କେ କାଟିକରି ଅନ୍ନ ଦେବି କେ ପୁଜା କରି ତାହାକେ ଚଢା ଜାଏସି ।
ଆଝିର ସମିଆଁ ରେ ପସଚିମ ଓଡିସା/କୋସଲ ଅଂଚଲ ରେ ନୁଆଁଖେଇ ପାଲନ ବଡା ଉସନାକି ଥି ମନା ଜାଏସି । ପହେଲା ନୁଆଁଖେଇ ର ତିଥି ଧାର୍ଜ୍ୟ ହେସି । କଲାହାଣ୍ଡି ଅଂଚଲରେ ଦସରା ଦସମି ଦିନେ ନୁଆଁ ଖାଏସନ । ହେଲେ ବାକି ପସଚିମ ଓଡିସାର ସବୁ ଆଡେ ନୁଆଁଖେଇ ଭୁଦୋ ମାସର ପଂଚମି ତିଥି ନ ପାଲନ କରାହେସି । ନୁଆଁ ଖାଏବାର ପନ୍ଦର ଦିନ ଆଘୋନୁ ଜିଏ ଜେନ୍ତା ଘର-ଦୁଆର ଲିପା-ପୁଛା କରସନ । ନୁଆଁ କପଡା-ଲତା, ହାଟ-ବାଟ କରସନ । ନୁଆଁଖେଇ ଦିନ ସଖାଲୁ ଗାଁର ବାମହନ/ଝାଁକର ମାହାପୁରୁ ଠାନେ ପୁଜା କରି ସାରଲା ଉତାରୁ ସମକିରର ଘରକେ ନୁଆଁ ଚରା ବାଁଟିସନ । ଘର ମାନକୁ ସଖାଲୁ ଉଠିକରି ଖେତ କେ ଜେଇକରି ଧାନ ଗଛ କେ ପୁଜା କରସନ । ଘରେ ଗୁହାଲେ ଗାଏ-ଗୋରୁ କେ ପୁଜା କରସନ । ନିଜର ଇସ୍ଟଦେବି, ଦେବତା କେ ପୁଜା କରସନ ଆର ନୁଆଁ ଲଗାସନ । ତାର ଉତାରୁ ଘରେ ସବେ ଠାନେକେ ବସିକରି ନୁଆଁ ଚରା ଖାଏସନ । ନୁଆଁ ଚରା ଖାଇ ସାରଲା ଉତାରୁ ସାନ ମାନେ ବଡ ମାନକୁ ଜୁହାର କରି ଆର୍ସିବାଦ ନେଇଥିସନ । କିଛି ଲୋକ ଗିତ ରେ ନୁଆଁଖାଇ:
ଚୁଆଁ ଚୁଆଁ ଚୁଆଁ…..
ବିଦେସ ନାଇଁ ଜା ଅଧୁଆ ମୁହାଁ
ଭୁଦୋ ଥି ଖାଏମାଁ ନୁଆଁରେ
ଏ ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ
ଗଂଜା ମାର ମଜା
ଗଂଜା ଗଂଜା ବଲି ଡାକୁଛେ ପୁଇ
ଗଂଜା ଜେଇଛେ ମଚା ସୁଇ ରେ
ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ । । (୧)
ମୁନୁଗା ଗଛ ର ଛାଇ ରେ
ମୁନୁଗା ଗଛ ର ଛାଇ
ଟାଡ ବାହାସୁତା ଦେମି ବନେଇ ରେ ଦେମି ବନେଇ
ଆମେ ଗାଁ କେ ଜିମା ନୁଆଁଖାଇ,
ସୁରୁବାଲି ସୁରୁ ସଜନା
ବନା ଲହ ମାଡି ହେଲୁ ବନା, ସୁରୁବାଲି ସୁରୁ ସଜନା । । (୨)
(୪.୪.୨) ଫୁସପୁନି
ଫୁସପୁନି ସସ୍ୟ ଅମଲ ର ତିହାର । ପସ୍ଚିମ ଉଡିସା ରେ ବିସେସ କରି ଧାନ ଚାସ ମୁଖିଆ ଚାସ ଏ । ଧାନ କେ ମଡେଇକରି ଘର କେ ଅନି ସାରଲା ପାରେ ଖଲା ଛାଡ କରାଜାଏସି । ଫୁସ ମାସ ତକ ପ୍ରାୟ ବଛରେ କର ଚାସ ସରି ଜେଇଥିସି । ସେ ଦିନ ହଲିଆ, ଗୁତି ମାନକର ବି ହିସାବ ଛିଡେଇ ଦିଆହେସି । ସାହକାର ମାନେ ଜିଏ ଜେନ୍ତା ଉସତ ହେଇକରି ହଲିଆ ମାନକୁ କପଡା-ଲତା, ଖାନା-ପିନା ଦେସନ । ହଲିଆ ମାନକର ବାହାରେ ଗାଁର ଆର ବି କବାର-ଗୁତା କରୁଥିବାର ଲୋକ ଜେନ୍ତା, ନରିହା, ଝାଁକର, ଆଦି ସାଁହକାର ମାନକର ନୁ ଛେରଛେରା ମାଗସନ । ଫୁସପୁନି ଉତାରୁ ଚରୁହା ବି ଫେର ଚାସ ମୁଲ ନି ହେବାର ତକ ଗାଏବଲଦ ଚରାବାର ଛାଡି ଦେସି । ଫୁସପୁନି ଦିନ ସଖାଲୁ ଗାଁର ଗରିବ ଛୁଆମାନେ ଘର ଘର ବୁଲି ଛେରଛେରା ଗିତ ଗାଇ ଗାଇ ଛେରଛେରା ମାଗସନ ।
ଛେରା ଛେରା ଗିତ
ଛେର ବୁଢି ଛେରଛେରା…..
ଇ ଘର ର ବୁଢି କାହିଁଗଲା…
ପିଠା ମଡା ଦେମି ବଲିଥିଲା….
ଫୁସପୁନି ଦିନେ ଆର କିଏ କିଏ ଡଣା ନାଚି ନାଚି ବି ଛେର ଛେରା ମାଗସନ
ଡଣା ଗିତ
ମାଁ ଗୋ ମା ସମଲେଇ ସୁନୁଛୁ କି ନେଇଁ
ମାଁ ମାଁ ବଲି ତତେ ଡାକୁଅଛେ ମୁଇଁ
ମାଁ ଗୋ ମାଁ ସମଲେଇ ସୁନୁଛୁ କି ନେଇଁ ।
ଆନି ତୋର ସେମେଲ ଗଛ
ପୁଜାକଲୁଁ ବାରମାସ
ସାରା ଜିବନ ପୁଜା କରମୁଁ
ତୋର ପାଦେ କରୁଛୁଁ ଦଇନି ।
ଫୁସପୁନି ଦିନେ କାହାରିର ପୁଜା କରା ନିଜାଏ । ଖାଲି ଉସତ ଆନନ ଭିତରେ ସବେ ପିଠା-ମଡା, ଝୁରି-ସିକାର ବନେଇକରି ଫୁସପୁନି ମାନସାନ ।
(୪.୪.୩) କରମା ଗିତ
କରମା ଗିତ କରମସାନି ଦେବି କେ ପୁଜା କଲା ବେଲକେ ନାଚି ନାଚି ଗାଇଥିସନ । କରମା ତିନ ଦିନ ଧରି କରି ମାନସନ; ଉଜୁଲ ପଖ ଭୁଦୋ ଦସମି ଠାନୁ ଦ୍ୱାଦସି ତକ । ସୁରୁ ଟେ ରେଂଗାଲ କି ହଲନ ଡାଲ କେ କରମା ଡାଲ ହିସାବେ ପୁଜା କରାଜାଏସି । କରମା ଡାଲ କେ ଦେହରି ପୁଜା କରି କରି କରମ ସାନି ଗୁଡି/ପୁଜା ଠାନ କେ ମାନ୍ଦଲ କୁବଜା ବଜାତେଲ ଆନସନ । ତେହରୁ ସେନ କରମ ସାନି ର ଚଲନି ହିସାବେ ଡାଲକେ ଥାପନା କରି ପୁଜା କରା ଜାଏସି । କରମ/କରମା ମାନେ ଭାଗ୍ୟ । ଲୋକ ମାନେ ନିଜର ବଦିଆଁ ହିସାବେ କରମ ସାନି ଠାନେ ପୁଜା କରସନ ଆର ଦେହରି ତାକର ତରଫୁ ପୁଜା କରସି ଆର ଉତର ମାନେ ଦେସି । କରମ ସାନି ଦେବି ଦେହରି ଦିହେଁ ଥିସନ ବଲି ବିସ୍ୱାସ କରାଜାଏସି । ପୁଜା ସରଲେ ରେତ ଭଏର ସଖାଲ ପୁଆ ତକ ନାଚ-ଗିତ ଚାଲସି । ସଖାଲେ ଫେର ଦେହରି କରମା ଡାଲ କେ ନାଚି-ନାଚି, ଗାଇ-ଗାଇ, ଘର-ଘର ବୁଲାସନ । ସେସକେ ଗାଁ ର ବନେ୍ଧ କି ନଦି ନେଇକରି ଡାଲ କେ ଉହଲେଇ ଦେସନ ।
ଗଂଗା ରୁ ହେଲୁ ଜନମ ଆଦିମାତା ତୋର ନାମ
କିଏ ହେବ ତୋର ସରିସମ ମା, ସିଂହର ପିଠିରେ ତୋ ଆସନ ।
ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ
ଜୁହାର ମାଁ ଗୋ କରମସାନି
ତୋର ପାଦେ ଦଇନି ମାଁ
ଅପୁତ୍ରିକେ ପୁତ୍ର ଦାନି
ନିର୍ଧନି କେ ଧନ ଦଉ ଆନି ମାଁ
ତୋର ପାଦେ କରୁଛେଁ ଦଇନି ।
ଙଙଙ ଙଙଙ ଙଙଙ
ଆଙଋୁଏ ପାନି କେ ଦଲି ବାଲି ଦିସେ ଝିଲିମିଲି
ମାଛ ମଗର ଗଲେ ଚାଲି ଗୋ ଫୁଲେଇ ଗାଲି
ତୋହର ମାଁ ଜାତ୍ରା କେଲି ।
ଗଂଗାରୁ କାଢିଲେ ବାଲି ଜୁଆ ଜଗାଇଲେ ମୁଗ ବିରିର ଜେ
ସାତ ଗୋଟି ବାଉଁସ ଟୁୁଲି ।
ଡାକ ସୁଣି ମାହେସ୍ୱରି ଚମକି ଜଲୁ ବାହାରି
ଛେନା ପଣା ତୋତେ ଦେଲେ ଢାଲି ମାଁ
ଘେନାକର ଦୁଖର ଗୁହାରି ।