Monday, April 27, 2026
Home Blog Page 22

ଟାଖେନ: ସାକେତ

ଖବର ପାଏଲିଁ ସେମାନେ ପରେ ଏଗାର ବଜେ ଆଡକେ ଇବାଟୁ ଜିବେ । ବଏଲେ ମତେ ବସସ୍ଟେଣ୍ଡନ ତାହାକୁ ଟାଖବାରକେ ପଡ଼ବା । ସେମାନେ ଆଏଲେ ଆମେ ଏକା ସାଂଗେ ଜିମୁଁ । ମୁଇଁ ସାଂଗେସାଂଗ ଗାଧିାଧି କରି ବସସ୍ଟେଣ୍ଡକେ ଆଏଲିଁ ।

ପାନଦୁକାନର ଘଡିଥି ସାଢେଦସ ବାଜିଥିଲା । ଦୁକାନ ସାମନାର ବେଁଚଥି ଲୋକ ପେକ ବଇସଛନ । କଲବାଜନାନୁ ହିଂଦି ଫିଲିମର ଗାନା ସୁନୁଛନ । ଘାଏ ଘାଏ ଗାନା ନାଇଁ ସୁନିକରି ପ୍ରଧାନମଂତ୍ରି, ମୁଖ୍ୟମଂତ୍ରି କି ଗାଂଗୁଲି ନେହେଲେ ଅମିରକେ ଅଧେ ବାନିଲେ ଅଧେ ବନେ ବଲୁଥାନ ।

ହେତକିବେଲ ଦେଖଲିଁ ମତେ କିହେନି ପଚରାବାର କେହିଁ ବାହାରଲୁ ବଲି । ଭଲଗାନାଟେ ଲାଗିଛେ ତ, ସବେ ଏକବାରି ଝୁମିଡୁଛନ । କିଏ ବସି ବସି ଗୋଡ ହଲଉଛେ ତ କିଏ ବିନା ଆବାଜେ ଥାପଡି ମାରିକରି ଝୁମୁଛନ । ଇମାନେ ଏନ୍ତା ଝୁମୁଥିବେନ; ମତେ ନି ପଚରନ ନ । ସବୁଥିରର ମୁଲ ଦୁକାନି । କୁହା ପାନପତର କାଟି କାଟି କଲଗାନା ସାଂଗେ ଗାଇ ଦେଖୁଛେ । ସୋଜ ସୋଜ ହେଲେ ନୋଟଟେ ଭଂଜା ମାଗଲି । ନୋଟକେ ଟେବୁଲନ ଥୁଇବାର ବେଲ, ଡ୍ରୟରନ ଭରି ଦେଲା । ଠକ ବଗ ଝୁରିକେ ଟାଖିଥିଲାନ । କଲ ଗାନାର ଆବାଜ ଟିକେ କମେଇଦେଲା ।
– କାଣା?
-ଭଂଜା ଦେ ବୋ ।
– ନି ହୁଏ ବୋ ।
– ଦେ ବୋ ଦେ ।
– ନି ହୁଏ ବୋ, ଇଟାତ ଦୁକାନ ଖୁଲୁଛେଁ, କେନ ବିକଲିଁ ନ ଜେ ।

ପାନ ଦୁକାନେ ଟଁକା ଭଂଜେଇ ନି ପାରଲିଁ । ନେଇଁ ଇନ ଆର ନି ରହେଁନ । ନେହେଲେ ଇମାନେ ସୋଜ ସୋଜ ଗୁଂଦଲେଇ ହଉଛେ ବଲବେ । ବୁଢାମାସ୍ଟ୍ରେ ଖରାତାପୁଛନ । ମାସ୍ଟ୍ରେକର ନିକେ ଜିମିଁ ? ଗଲେ କଡା ଗଣ୍ଡା ବିସା ନୁ ମାନସାଂକଟେ ପଚରେଇ ଦେବେ ନେହେଲେ ଗୁଟେ ଅଖାଡୁଆ ଧଂଦା, “ସାଠେଟା ମଇସି ପଂଦରଟା ଖୁଟା, ବିନ ଜୁଲିକରି ବାଂଧରେ ବେଟା” । ଆର ଫେର ସୋଜ ସୋଜ ହେଲେ ମୁଇଁ ଗୁଂଦଲେଇ ହେମିଁ ସେ ଅଖାଡୁଆ ପ୍ରସ୍ନମାନକର ସମାଧାନ କରବାରଥି । ନେଇଁ ଆଏଜ ସମିଆଁ ନେଇଁ । ଦୁଇଟା ସାଂଗକେ ହୋଟେଲ ଆଡେ ଡାଖଲିଁ । ପଏସା ଭଂଜାବାର ବାହାନାଥି ଜଲଖିଆ ଖୁଆଲିଁ ।

– କାହିଁ ବାହାରଲୁ ବୋ ?
– ବାହାରିଛେଁ ଗାଁ ଟେ ।
– ପୁରୁବ ଜିବୁକି ପସ୍ଟିମ ଜିବୁ ?
– ପୁରୁବକେ ଟିକେ ଜିମିଁ ।
– ପୋଗ୍ରାମ ଅଛେ ?
– ହଏ ।
– କେଁ ଥି ଜିବୁ ସେ, ହେଆଡର ସବୁ ବସ ତ ଗଲାନ ।
– ନେଇଁ ଆମର ପାଟିବାଲେ ଇଆଡୁ ଆଏବେ, ତାକର ସାଂଗେ ଜିମିଁ ।
– ଆର କେତେବେଲେ ଆଏବେ ସେ, ବେଲା ହେଲାନ ଆରୁ । ଆମେ ଜାଏସୁଁ ଭେଇ ଗାଧିାଧି ଗଲେନି ।
– ଆସୁଥିବେ ବୋ, ହେମାନକର କଥା ନି ଜାନୁ, ମାହା ଝମେଲିଆ ଲୋକ ।

ହୋଟେଲ ସାମନାର ଖଟେ ଏକଲା ବଇସଛେଁ । ଏଗାରଟା ବାର ହେଲା, ବାର ନୁ ଏକ । ବେଲ ଟିକେ ଟିକେ କରି ମୁଡ ଉପରୁ ଖସିରତେଲ ଜଉଛେ । ହଁ କାଣା ହେଇଥିବା ବଲି ଘାଏ ମନକେ ଭୁର୍ତେଇ ହେଲେ ଆର ଘଡି ମନ କେନସି ଜିନିସଥି ବିସ୍ୱାସ ନି କରବାର । ମନକେ ମନ ନାନା କିସମର ଚିନ୍ତା ଦୁସଚିନ୍ତା ପସୁଛେ; ମନ ଘବରେଇ ହଉଛେ, ଗୁଲିଘାଁଟି ହଉଛେ । ନେଇଁ ନେଇଁ କେନ୍ତା ନେଇଁ ଆଏବେ? ଜେନ୍ତା କଲେ ଆଏବେ । ଆଏବି ନି, କହିଛନ ଆରୁ କେନ୍ତା ନେଇଁ ଆଏବେ । ମନ ଘାଁଟିସାଁଟି ହେଇ ହେଇ ବେଲ ଲେହେଁଟି ଗଲା । ଧରସାର ସେ ପିଠୁ ହୁଲକେ ତତଲା ପବନ ସୁଖା ଝରଲା ପତର ମାନକୁ କିଂଦ୍ରେଇ କିଂଦ୍ରେଇ ଆନିକରି କେଚେରେଇ ଦଉଥାଏ ସାମନାଥି । ସୁଖା ଝରଲା ପତରମାନେ ଉଡୁଛନ ଇନୁ ସେନକେ ନେହେଲେ ମନକେ ଲାଗଲେ ଅଟକୁଛନ ବାଟେ । ନେହେଲେ ଉଡୁଛନ ଜେ ଗାଏଚରୁଆ ପିଲାମାନେ ପାଚେନ ବାଡି ଧରି ଭୁତ ଭୁତ ବଲି ଦଉଡୁଛନ ପତରମାନକର ପଛେ ।

ବସସ୍ଟେଣ୍ଡର ଲୋକ ମତେ ସଖାଲୁ ଦେଖଲେ ନ, ମୁଇଁ କାହାକେ ଟାଖିଛେଁ । ଚିହ୍ନାର ଲୋକମାନେ ପଚରଉଛନ, ଇବୁଆ ସଖାଲୁ ଜୁଗିଛୁ କାଏଁ ଜେ ବୋ, ନେଇଁ
ଆଏବାର ତାଏଲ ସେମାନେ? ଜା ଘରକେ ଜା, ହେମାନେ ଆର ନି ଆସନ ନ । ବସସ୍ଟେଣ୍ଡର ପାନଦୁକାନି ଘରୁ ଖେଇପିଇକରି ଫେର ଦୁକାନ ଖୁଲଲା ନ । ନେଇଁ ଆର ଟାଖି ନି ହୁଏ । ଟାଖବାର ସବୁ ସିମା ଲହଁକି ଗଲାନ । ଜଦି ବି ଇହାଦେ ଫେର ଟାଖମି ବଏଲେ ବି ଆର କାମ ନି ଦିଏନ । ନିସଚେ କାଣା ଅସବିଧା ହେଇଥିବା ଜେ ପ୍ରୋଗ୍ରାମ କେନସେଲ ବି କରି ଦେଇଥେଇପାରନ । ପାଖର ପେ-ଫୋନ କେ ଜେଇ କରି ପଚରେଇ ଦେଖଲିଁ, ଖବର ପାଏଲିଁ ସେମାନେ ଅଲଗା ଗୁଟେ ବାଟୁ ପଲେଇ ଜେଇଛନ ।

ଇସ୍, ମୁଇଁ କେଡେ ବୁଡବକ । ନି ବୁଝି ନି ସୁଝି କରି ଗୁଡାଦୁ ନି ହେଲା ଲୁକର କଥାକେ ସତ କଲିଁ । ନିଜର ପାଠସାଠ ଛାଡିକରି ଦିନଭଏର ତାହାକୁ ଟାଖି ରହେଲିଁ । ଦିନାଦୁ ଗଲେ ପରିଖ୍ୟା, ‘ମନି ବେଂକିଂ’ନୁ ନମରଟେ ଦେଖିଥିଲେ ସୋଜ ଜେଇଥିତା । ସେମାନକୁ ବହୁତ ରାଗ ଲାଗଲା । ମୁଇଁ ଜାହାକୁ ସତ କରି କରି ଦିନ ଭଏର ଟାଖି ପାରଲିଁ ସେମାନେ ନି ଆସିପାରୁଁ ବଲି ଟିକେ ଖବର ଦେଇ ନି ପାରଲେ । ଦିହଁମୁଡ ଉଜନ ଉଜନ ଲାଗୁଥାଏ । ମନ ବିରକ୍ତ ଲାଗୁଥାଏ । ଟିକେ ଉସାସ ଲାଗବା କାଏଁ ବଲି ବରତଲର ଚଉତରାଥି ବସି ଦେଖଲିଁ । ଗୋଠୁଁ ଗାଏ ବଲଦ ଘରମୁହାଁ ହଉଥିଲେ । ଦିନ ଭଏର ବୁଲି ବୁଲି ଚେରେ ଚିରଗୁଁଲ ବରଗଛେ ଥାକୁଥିଲେ । ଚେରେମାନେ ସଖାଲପୁଆ ଜାଏକ ତୁମ ପଡବାର ଆଘୋନୁ ତାକର ତାକର କଥା ହଉଥିଲେ ଜେ ସେମାନେ ଆଏଜ କେତେ ଧୁର ଉଡିଛନ । କିଏ କେତେ ନୁଆଁ କିସମର ଖାନା ଖେଇଛେ ଆର ତାକର ଛୁଆମାନକର ଲାଗି କିଏ କାଣାଁ ଆନିଛେ । ମୋର ସୋର ନି ବଇସଛେଁ ଜେ ବଇସଛେଁ ନ । ଚେରେମାନେ କେତେବେଲୁ କଲର କାଟର ହେଇ ତୁମପଡଲେନ । ଧୁରିଆର ମଂଦିରର ସଁଖଘଁଟ ବି କେତେବେଲୁ ବାଜି ସାରଲାନ ଜାନି ନି ପାରଲିଁ । ଠକେଇ ହେଲିଁ ବଲି ମନ ଘାଏ ଖୁଟ ଲାଗଲେ ଘାଏ ଭୁରତେଇ ହଉଥାଏ ଆର ଘରକେ ଫିରୁଥେଁ । ଗାଁ ମୁଡସାର ଆଖଡାସାଲୁ କର୍ଣ୍ଣ ପାଟ କରସି ରାଧୁର ଟୁଣ ଢାପିଁ ଆନୁଥାଏ, “ଜନମ ଆର ମରନ ଖାଲି ତମର ହାତର କଥା, ବାକି ସବୁ ମୋର ହାତର କଥା । ମୋର ଭାଗ୍ୟର ବିଧାତା ତମେ ନେଇଁ ସେ, ମୁଇଁ ଆଏଁ ।”

ଛଣିଆ: ସାକେତ

ଧାଏରରେ ………… ଧାଏରରେ ………. ।

ଢନ ଢନ କରି ଟିନଡବା ବଜେଇ ବଜେଇ ଖେତର ଇ ମୁଡସୁ ସେ ମୁଡସା ନର୍ଦି ନର୍ଦି ଜୁଗନୁ ଅଥା ହେଇଗଲା । ଅଁଟାନୁ ଡୁବି ବାହାର କରି ଭାଂଗ ଗଫେ ଖାଏଲା ।
“ମୁନୁସ ବଜେଇ ହେଇଜିବ ମାହାଁ । ସସୁରର ପିଚିପିଚି ଚେରେମାନେ ସାଧିଦଉଛନ । ନି ପାରିହେଲାରେ ବାବୁରେ, କାଣା କରି ହେସି ଜେ?”

ସତେ ଜେନ୍ତା କୁହୁଡିଆ ପାଗେ ହଜଲା ଟଂଗା ନୁରି ପକାଲା । ଜେନ୍ତା ଆର୍କମେଡିସ ସୁତ୍ର ପାଇକରି ଗାଧୁଆଘରୁ ନଂଗଲା ହେଇ ଇଉରେକା ଇଉରେକା ବଲି ନର୍ଦିଥିଲା, ଜୁଗନୁ ବି ଛଣିଆ ଛଣିଆ ବଲି ମିଲକି ଦେଲା କେନଆଡେ । ଆର ସାଂଗେ ଘଡେକେ ଫେର ହାଜର । ବୁହି ଆନଲା କେନୁଜେ ଖଣେ ସାଟ, ଗୁଟେ ମେରା, ବିଡାଦୁ ନଡା, ଅର୍ଛିଲା ପାତଲିଟେ ଆର ଲାଂଗେ ପଟ । ଠୁଲାଲା ସାମାନ କେ ଜେନ ଜେନ ଠାନେ ଖଂଜବାର କଥା ଖଂଜୁଛେ । ମନଫୁଲା ଗିତ ଗଉଛେ:

ହା..ହା..ହା…ହା..ହା…
ଆମେ ଛଣିଆ ବନଉଛୁଁ
ଛଣିଆରେ ଛଣିଆ ତୁଇ ବଡ ଗୁନିଆଁ
ଚେରେମାନେ ଆସିଲେ ମୁର୍କୁଟି ଖାଇବୁ
ଛଣିଆର ପେର୍ରାପେଟ ବରଗଡ ହାଟ
ପେଟର ଉପରେ ତତେ ପିଂଧେଇ ଦେମା ସାଟ ।

ଜେଇନଛୁ ଇଟା ମାହଜନର ପୁଓର ସାଟ ଆଏ । ରଂଗ ଖେଲଲା ବେଲର ରଂଗ ଲାଗିକରି କେନ୍ତା କାବରି ଚିତରି ଭିରଭିରନିଆଁ ଦିସୁଛେ । ଆର ତାଏଲ, ଆର ଗୋ ଚେରେ ମାନେ ଆଏବେ । ବେଟେ କେତେ ଦହସତ କରୁଥିଲେ । ଆଁଖିର ବାଲ ଏଡେ ଏଡେଟା ବଲବ ସାଧି ପକଉଥିଲେ ।

ଛଣିଆର ଦିହେଁ ମାହାଜନର ପୁଓ ବାଗିର ସାଟ । ମୁଡେ କଲା ପାତଲି, ସେଥି ଢେଲା ଢେଲା ଆଏଁଖ, ନାକ, ଚଏଣ ଆର ସବୁବେଲେ ଜିସୁଖ୍ରିସ୍ଟ ବାଗିର ମେଲା କରିଥିବାର ହାତେ ବଂଧା ହେଇଛେ ଡବାଥି ବନାଲା ଘଂଟି । ପବନ ବାଜଲେ କି ଘଂଟି ଢନ ଢନ ବାଜସି, ମୁଡର ପାତଲି ଘଡିର ପେଣ୍ଡୁଲମ ବାଗିର ହଲସି ।

ଜୁଗନୁର ଉସତ କହେଲେ ନି ସରେ । ପାର୍ବତିବି ଗଣେସକେ ଜିବନ ଦେଇକରି ହେତକି ଖୁସ ନି ହେଇଥିବେ । ସତେ ସେ ବୈଜ୍ଞାନିକ ମାନକର ରୋବଟ ଠାନୁ ଆର କାଣା ଗୁଟେ ଅଏଧକା ଭଲ ଜିନିସ ବନେଇ ପକେଇଛେ । ଜୁଗୁନୁ ଛଣିଆଁର ଭଉଁର ଭଉଁର କିଂଦ୍ରି କିଂଦ୍ରି ଦେଖୁଥିଲା ଜେନ୍ତା ସେ ଇତାର ଆଘୋନୁ କେଭେ ଛଣିଆ ନି ଦେଖିଥେଇ ।

ଛଣିଆ ଠାନେ ଜୁଗନୁର ମନଭରି ଆଏଲା । ଛଣିଆକେ ଖେତର ଭାର ସିଁ ଦେଇକରି କୁରମା ନ ଘାଏ ବସଲା । କାନେ ଖୁଚଲା ଖଁଡିଆ ବିଡିକେ ଫିକିଦେଲା
ଆର ନୁଆଁ ବିଡିଟେ ପହଁଟାଲା । ପାଗ ହିଟେଇକରି କରିଆକେ ପକେଇଦେଲା ଆର ଘଡେ ଛାଟହେଇ ସୁଇଲା । ଛଣିଆର କଥା ଭାବି ଭାବି କେତେ ବେଲେ
ସୁଇପଡଲା ଜେ ଜନା ନେଇଁ ।

ଆଏଜ କାଲି ଛଣିଆର ଡରେ ଆର ଚେରେ ମାନେ ବେ’ସା ଖେଇ ନି ଆସବାର ନ । ଆର ଜେନ ମାନେ ବି ଆଏସନ, ରୁଇ ଘୁରେନ ନ ବସସନ, ଛଣିଆକେ ଦେଖସନ ହେଲେ ବେ’ସା ଭିତରକେ ଜିବାରକେ ସାହାସ ନି କରନ । ଆର ଜଦି ପବନ ଭୁରେ ମାରୁଛେ ବଏଲେ ଡବାର ଢନ ଢନ ଆର ଛଣିଆର ମୁଡହଲା ଚେରେ ମାନକୁ ଆର ଡର ଡରନିଆ ଲାଗସି ।

ଜେନ୍ତା ବେଲ ବୁଡିଜାଏସି, ଭୁତଭୁତିଆ ହେସି, ଛଣିଆର ରାଏରକମ ବଦଲି ଜାଏସି । ମାହାଜନର ପୁଓର କାବରି ଚିତିରି ସାଟ କେନ ଜଂଗଲି ଜାନବରର ଛାଲ ବାଗିର ଦିସସି । ମୁଡର ପାତଲି ଭଉଁର ଭଉଁର କିଂଦିରସି । ସତେ ଜେନ୍ତା ତାର ମୁଡେ କେନ ଅନମୁନସିଆର ଭୁତ ପସିଛେ ।
ଛଣିଆ, ଛଣିଆ ନେଇସେ, ସେ ଇ ରାତିର ମାଲିକ ଆଏ । ଇହାଦେ ତାର ହାତର ଡବା ଗୁଟେ ଅଲଗା ସୁରେ ବାଜୁଛେ । ସେ ସବଦ ସୁନିକରି କେନ କେନ ଥିଲା ଚେରେମାନେ ଉଡି ଆଏସନ । ଇ ଚେରେକର ଗତାଗତ ଖାଲି ରାତିର ବେଲିଆ । ସେମାନେ ରୁଇ ଘୁରେନ ନ ନି ବସନ, ବସସନ ଛଣିଆର ଖଂଦେ । ତାକର ଭିତରେ ଫୁସୁର ଫାସର ହେସି, ସେସେ ଛଣିଆ ମୁଡହଲାସି । ସେମାନେ ଉଡି ଜାଏସନ ସାଗୁଆ ବେସା ଭିତରକେ । ସେନ ମନମାନି କରସନ । ମନସୁସ୍ତା ଚରସନ, ବୁଲସନ । ଫେର ପେଟ ପୁରିଗଲେ, ମନଭରି ଗଲେ ଢଲତେଲ ଆସିକରି ସାଗୁଆ ଘାଁସର ସେଜେ ଆରାମ କରସନ ।

ଜୁଗନୁ ଝୁମୁରାନୁ ହଡବଡେଇ କରି ଉଠଲା । ଭମକିଲା ବାଗିର ବେବଲେଇ ଗଲା । ଉଠିକରି ଛଣିଆକେ ଦେଖଲା । ଏକସକଁଟି ଦେଖଲା । ମୁଡର ପାତଲି ଭଉଁର ଭଉଁର କିଂଦରୁଛେ ଆର ହାତର ଡବା ଦମକଲର ଘଂଟି ବାଗିର ବାଜୁଛେ । ମାହାଜନର ପୁଓର କାବରି ଚିତରି ସାଟେ ଛଣିଆ ଅବିକଲ ମାହାଜନର ପୁଓ ବାଗିର ଦିସୁଥିଲା । ଘଂଟି ହେନ୍ତା ବାଜୁଛେ ନ ଦମକଲ ବାଗିର । ମୁଡର ପାତଲି କିଂଦ୍ରି କିଂଦ୍ରି ରାଖ୍ୟାସ ବାଗିର ହଁସୁଛେ । ମାହାଜନର ପୁଓର ଭେସେ ଛଣିଆ ପାହେ ପାହେ କରି ଜୁଗନୁ ଆଡକେ ଆସୁଛେ । ଡରେ ଜୁଗନୁର ଦିହୁଁ ଝାଲ ବୁହିଗଲା । ନର୍ଦିଲା ବିନସୁରିଆ ହେଇ । ବାଟ ଜେନ ଜେନ ଆଡେ ଦିସୁଥାଏ ଖେତେ ଖଲେ ସେସେ ଆଡେ ନରଦୁ ଥାଏ । ବେଲ ବୁଡାର ଅଂଧାର ଚାର୍ହିଆଡକେ ଢାପିଁ ଆନୁଥାଏ ।

ନାଟୁଆ: ସାକେତ

ପାଖାପାଖି ତିରିସଫୁଟ ହେବା ଲମେ ଆର ପଂଦରଫୁଟ ଜାଏକ ଉସାର ହେବା ଇସକୁଲର ଇ ତରାର ବଖ୍ରା । ହେଟା ଆଖଡାସାଲ ଆଏ ସେମାନକର ।
ମାସ୍ଟ୍ରେ ଆଖଡାସାଲର ସିକଲା ଖୁଲିକରି ଲାଇଟ ଜଲେଇଦେଲେ । ସାଠେ-ପାୱରିଆ ବଲ କୁଠାଟାକେ କଁଟକେ କଁଟ ନାପଲା ବାଗିର ଉକିଆ କଲା । ମାସ୍ଟ୍ରେ ବିରକ୍ତ ହେଇ ଜଉଥିଲେ, “କେନ୍ତା କିସମରଟା ଗୁଡାଦୁ ବୋ ଇମାନେ, ଟିକେବି ସମିଆ ଗ୍ୟାନ ଜନାନାଇଁ ଜେ । ଛିସ, କେହିଁ ଏନ୍ତାଟା ଗୁଡାଦୁ କୁ ନେଇକରି ନାଟ କଲିଁ ଜେ” ।
– ହେତାର ଦୁକାନେ ଟିକେ ପାନ…
– ଦେଖ ଆର ଦୁଇଦିନ ଗଲେ ଡ୍ରାମା ସ୍ଟେଜ ହେବା, ଆର କେତେନିଟେ ଜିନିସ ବାକି ଅଛେ ତାଏଲ କରବାର କେ । ସବେ ଆଏଲନ, ନିର ଜେ ?
– ଟିକେ ଛାଡିକରି ଆଏବା ପରେ ତାର କେଁ କାମ ଅଛେ ।
– କେନ୍ତାକରି ରିହେରସେଲ ହେବାସେ, ଜଣେବି ନି ରହେଲେ ଡ୍ରାମା ହେଇନି ପାରେ ନା । ଆଏଜ ଦିନ ଜାଏକ ଜେତକି ରିହେଲସେଲ ହେଲାନ, କେଭେବି ଥରେ ଠିକସେ ନି ହେବାର ତାଏଲ । ବେଲେ କାଣା କରମା ଇହାଦେ ?
– ଜେତକି ଲୋଗ ଅଛୁଁ ସେମାନକରଟା କରୁଁ, ହେ ଆଏଲେ ଫେର କରମା ।
– କର ।
ମାସ୍ଟ୍ରେକର ମନ ବୁତରି ଗଲା ବାଗିର ଲାଗଲା । ହେନ୍ତା ଅଧାଲୁକେ ରିହେରସେଲ ମୁଲ ହେଲା ।
“ଆସିଥିଲିଁ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି”
– ନାଇଁ ନାଇଁ ହେନ୍ତା ନାଇଁ । ଇ ଆଡେ ଦେଖ । ଆଗକେ ଜା’ନୁ । ଦେଖ ଏନ୍ତା ଆଏବୁ । ତୁଇ ଆସୁଛୁ ଜେ ଅଡିଏନ୍ସକେ ପଛ କରିଦଉଛୁ । ଗୁଟେ କଥା ମନେରଖବ ଜେ, ଆମେ ନାଟ ଲୋକକୁ ଦେଖାବାର ଲାଗି କରୁଛୁଁ, ଲୁକାବାର ଲାଗି ନୁହେଁ । ଆରଥରେ ଆ । ବେସ ବେସ, ହରିଣକେ ନୁରି ନୁରି ତୁଇ ହେ ଗଛତଲ ଜାଏକ ଆଏବୁକି ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଆଏବା । ସକୁନ୍ତଲା ଜେ?
– ହେ ଘାଏ ସକୁନ୍ତଲାରଟା କରିଦଉଥଉ ।
– ସବୁବେଲେ ଗୁଟେ ହେନ୍ତା କରିହେବା । ଘଡେଛନେ ସିନେ । ଇହାଦେ ତାର କେତେଟା ନୁଆଁ ସିଚୁଏସନ ଆର ଡାଏଲଗ କରା ହେଇଛେ । ପ୍ରକ୍ସି କଲେ ସେ ଜାନବା କେନ୍ତା କରି ? କେନ୍ତା ହେଇଛେ ଜାନିଛ । ଇନ ଗଛତଲେ ଦୁସ୍ମନ୍ତ ଠିଆ ହେଇଛେ । ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଗାଧିକରି ଆସୁଛେ । ସବେ ଖାକେ ମଠିଆ ଗୁଟେ ଗୁଟେ ଧରିଛନ ଆର କଥା ହେତେଲ, ହଁସତେଲ ଆସୁଛନ । ଆର୍ଟ ଡାଏରେକ୍ଟର ଟିକେ ଧ୍ୟାନଦିଅ; ସକୁନ୍ତଲା ଆସୁଛେ, ଆକାସର ରଂଗ ବଦଲି ଜଉଛେ । ନିଲିଆଟା ଧିରେ ଧିରେ ଇନ୍ଦ୍ରଧନୁ ବାଗିର ସାତରଂଗିଆ ହେଇଜଉଛେ । ଜଂଗଲଟା ଜାକର ଜିବଜଂତୁ, ଗଛଖୁଟ, ଡଂଗରଝରନା, ଚେରେଚିରଗୁଁଲ ଭୁଲିଜେଇଛନ ନିଜର ନିଜର ରଂଗ ଆର ମାଖିଛନ ରଂଗରଂଗିଆ ଫଗୁ । ମ୍ୟୁଜିକ, ଝୁମେର ଟାଇପର ଏନ୍ତା କାଣା ଗୁଟେ ବଜଜେ ଜେନ୍ତା ସକୁନ୍ତଲାକେ ସବେ ଟାକିଛନ, ଆର ସକୁ ଆସୁଛେ କି ସାରା ଜଂଗଲ ନାଚି ପକଉଛେ । କିହେ କାହାରିର କଥା ସୁନବାରକେ ଆର ନେଇନ । ସତେ ଜେନ୍ତା କାଏଁ ନିସା ଲାଗିଛେ ଜେ, ସବେ ନିଜର ନିଜର ଧୁନଥି ମାତିଛନ । ଲାଇଟ, ସୁନ, ସକୁ ଗୁଟେ କବିର ସପନ; ଆସୁଛେ । ଜେନ୍ତା କଢଟେ ନୁ ଫୁଲଟେ ଫୁଟୁଛେ । ସକୁର ଆଏବାର ଆଘୋନୁ ଚାର୍ହିଆଡ଼ ଅଂଧାର ଥିଲା । ତାପନେ ଆସୁଛେ କି ଚାର୍ହିଆଡ଼େ ଧିରେ ଧିରେ କରି ଉକିଆ ହଉଛେ । ଜେନ୍ତା ସକୁ ସତେ ବେଲ ଆଏ ଉଦୁଛେ । କେତେ କେତେ କଥା ଭାବିଛେଁ ଆର ଏନ୍ତା କଲେ ହେବା ? ମାସ୍ଟ୍ରେ ଗୁଟେ ସାଁସେ ସବୁ କହିଦେଲେ ଆର ଲମା ସାଁସଟେ ନେଇକରି କାଁଥିଥି ଫେରଥରେ ଉଧେଇ ହେଲାବେଲକେ ନିର ଆଖଡାସାଲର ଦୁଆରବଂଧେ ଚପଲ ଖୁଲୁଥିଲା । କିଏ ଗୁଟେ ବଏଲା, ‘ଆଏଲେ ଲାଟସାହେବ’ । ମାସ୍ଟ୍ରେ ନିରକେ କିଛି ନାଇଁ କହେଲେ ହେଲେ ତାର ସୁକେ ସୁକେ ଦୋସିଟେ ବାଗିର ସଫେଇ ଦେଲା ।ତଥାପି ବି ମାସ୍ଟ୍ରେ କିଛି ନାଇ କହେଲେ । ମାସ୍ଟ୍ରେକର ତୁମ ପଡବାରନୁ ସବେ ବୁଝିଗଲେ । ଚୁ ଚାପ ସବେ ନିଜର ନିଜର ପୋଜିସନ ନେଇଗଲେ । ମାସ୍ଟ୍ରେ ସମକୁ ନଜରେ ଦେଖି ନେଇ ସ୍ଟାର୍ଟ ବଏଲେ । ରିହରସେଲ ମୁଲ ହେଲା ।
– ଧର ଧର ଧର ଧର
ମାର ମାର ମାର ମାର
-ମୁନୁସକେ ହଏରାଣ କରୁଛେ ଛାର ହରିଣ ଛୁଆଟେ
– ଧର ଧର ଧର ଧର
ମାର ମାର ମାର ମାର
– ଆସିଥିଲିଁ ଇ ଜଂଗଲକେ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି ।

ସୋଜହେଲେ ମାସ୍ଟ୍ରେ ଠିକଅଛେ, ଏତିକି ଦୁର ଠିକଅଛେ ବଲିକରି ବାକି ଲୋକର ମନ ଭୁରତେଇ ଦେସନ । ହେଲେ ମନ ତାକର ଦାନଛିନୁ ବାଭନ ବାଗିର ଆର ଆର ବଲି ଖୁନଖୁନଉ ଥିସିନ ।

ମାସ୍ଟ୍ରେ ଠିକା ବୁଝସନ ଆର୍ଟିସ୍ଟମାନକର ମନର କଥା । ସେମାନେ ବୋର ହେଇଗଲେ କି ଛୁଟିଆ ବ୍ରେକଟେ କଲେ । ଗୁଟେ ଗୁଟେ କରି ସଭେ ପଲେଇ ଗଲେ ଜିଏ ଜାହାର ମାର୍ଗେ । ଛୁଟିଆ କାମଟେ ନୁ ବି ଟିକେ ଉସ୍ତାର ପାଏଲେ ବଢେଟେ ଉସାସ ଲାଗସି । ହେଲେ ମାସ୍ଟ୍ରେ ହେନ୍ତା ବସି ରହେଲେ ଆଖଡ଼ାସାଲର କାଁଥିଥି ଉଧେଇ ହେଇକରି । ବାକି ମାନକର କାଣା ଜଉଛେ ନାଟ ରିହେରସେଲ ହେଲେ କି ନାଇଁ ହେଲେ । ସେଟା ଡାଏରେକ୍ଟରର ମୁଡ଼ଦୁଖା ।

ମାସ୍ଟ୍ରେକର ଆଁଖି ଆଁଖେ ସପନ । ସେ ନାଟ କରତେ । ଦେଖେଇ ଦେତେ ନାଟଟା ଖାଲି ମନଭୁର୍ତା ଜିନିସ ନୁହେ । ଇଟା ଜିବନର ସତ ଆଏ । ନାଟୁଆ ମାନେ କମ ନୁହନ ଗୁଟେ ଗୁଟେ ଦେବତା ଆର ସବୁ ସ୍କ୍ରି୍ଟ ଗୁଟେ ଗୁଟେ ଗିତା, ବାଇବେଲ କି କୁରାନ । ତାହାକୁ ଲାଗସି, ତାହାକୁ କିହେ ବୁଝିନି ପାରବାର । ରିସେ କେଚରେଇ ହେସନ । ଉକୁବୁକୁ ଲାଗସି ତାହାକୁ । କଲବଲ ହେସନ ଛୁଆକର ବାଗିର । ସତେ କିଏ ତାକର ସପନର କୁଲିହାଘରକେ ଧସକେଇ ବିଦରେଇ ଦଉଛେ । ସେ ସେ କଥାକେ ଅହରହ ଇଁଚରଉଛନ ନ । ଗୁଂଦଲେଇ ହଉଛନ । ମନେ ମନେ ପୁଟପୁଟେଇ ହଉଛନ । ଜାହା ଭାବୁଛନ କାହାକେ କହି ନେଇପାରବାର କି ସେ ଭୁଲି ନି ପାରବାର । ମନେ ଆଉ କିଛି ନେଇଁ ଗୁଟେ ଭାବନା; ସେ ନାଟୁଆ ନାଟ କରବେ । ଆଏଁଖ ଆଗାଡ଼େ ଝଲସି ଜଉଛେ ଗୁଟେ ଗୁଟେ ସିନ ମନେ ଭାବଲାଟା । ଆର ସେ ହଜି ଜଉଛନ ସେ ଭିତରେ । ନିସା ଲାଗିଛେ ନାଟର ନାଟୁଆକେ । ବଜା ତାର ସୁକେ ସୁକେ ବାଜୁଛେ ଭରନି ପାର । ବଜାର ସୁରେ ସୁରେ ବଦଲୁଛନ ମାସ୍ଟ୍ରେ । ମାସ୍ଟ୍ରେକର ଦିହଁର ରଂଗବରନ ବଦଲି ଜଉଥିଲା; ବଦଲି ଜଉଥିଲା କପଡ଼ାଲତାନୁ । ସାଠେ-ପାୱରିଆ ବଲର ଉକିଆଥି ବି ମାସ୍ଟ୍ରେକର ଦିହେଁ ଉବକିଲା ଚିହ୍ନାମାନେ ଫଟିକ ବା’ରି ହଉଥିଲା । କପାଲଫୁଲି ଜେଇଥିଲା, ମେଛା କର୍ରା କର୍ରା ମେଛା, ଚଣେ ରଜାର ହଁସି, ମୁଡେ ମୁକୁଟ, କାନେ କୁଂଡଲ, ବେଁକେ ମାଲି, ବାହାଥି ବାହାଟି, ଛାତିଥି କବଚ, ଅଁଟାଥି ଅଁଟାପଟି ସବୁ ସବୁ ବଦଲି ଜେଇଥିଲା । ମାସ୍ଟ୍ରେ ରଜା ବାଗିର ଦିସୁଥିଲେ । ସ୍ୱଏକାଦ ତାକର ନାଟ ‘ସକୁନ୍ତଲା’ର ଦୁସ୍ମନ୍ତ ରଜା ବାଗିର ।

ବଜାର ସୋର ବଦଲି ଜଉଥିଲା । ଦୁସ୍ମନ୍ତ ହରିଣକେ ନୁରି ନୁରି ଅଥା ହେଇ କରି ଗଛତଲେ ଟିକେ ଥାକିଛେ ବେଲକେ ସକୁନ୍ତଲା ଧିରେ ଧିରେ ତାର ସଖିମାନକର ସାଂଗେ ଆସିଛେ । ସକୁନ୍ତଲା ତାର ଦୁହି ସଖିମାନକର ମଝି ଜୁଡେ କଅଁଲି ପତର ଭିତରେ କଢଟେ ବାଗିର ଦିସୁଛେ । ଖାକେ ମଠିଆ ଧରିଛନ, କଥା ହଉଛନ ଆର ହଁସୁଛନ । ସେମାନେ ଆସୁଛନ । ରଂଗ ବଦଲି ଜଉଛେ ଆକାସର, ଗଛର, ଖୁଟର, ଡଂଗର , ଝରନା ସମକିରର । ଜଂଗଲ ଜାକିର ଝୁମିଡୁଛନ ଇ ଅବେଲର ଫଗୁନଥି । ପି’ଛନ ନିସାକି କେନ୍ତାଜେ ନାଚୁଛନ ବେସୁରିଆ ହେଇ । ରଜା ଦୁସ୍ମନ୍ତ ସକୁନ୍ତଲାକେ ଦେଖିକରି ନିଜକେ ପାସରି ଦଉଥିଲା । ତାହାକେ ସୋସକଲା । ଦୁସ୍ମନ୍ତ ସକୁନ୍ତଲାକେ ପାଏନ ମାଗଲା । ସକୁ ଖାକର ମଠିଆନୁ ପାଏନ ରୁକିଦେଲା । ଦୁସ୍ମନ୍ତ ଆଁଠୁାରିକରି ପାଏନ ପୁଥିଲା, ଦେଖୁଥିଲା । ପାଏନ ପୁଥିଲା ଦେଖୁଥିଲା ସକୁନ୍ତଲାକେ ଜେ ଚାର୍ହିଆଏଁଖ ଗୁଟେ ହେଇଗଲା । ପି’ଲା ଅମୃତ କି ନିସା ଜେ ହଜି ଜାଇଥିଲା ତ ହଜିଜେଇଥିଲା ଜେ ଆର ହଜିଗଲା । ମାସ୍ଟ୍ରେ ଭୁଲି ଜଉଥିଲେ ଘରଦୁଆର ଲୋକବାକ, ବଂଧୁବାଂଧବ ପରାପାଟ ଗାଁସହର ସବୁ ।

ବାଲଝୋଟ: ସାକେତ

ବେଲ ଟିକେ ଉହରି ଥିଲାନ । ହଜହଜିଆ ନାତିମାନେ ଦୁଆରେ ବିସ-ଅମୃତ ଖେଲୁଥାନ । ନାତିମାନକୁ ଦେଖି ଦେଖି ବାରଣ୍ଡାନ ଅଜା ଆରାମି ଚେୟାରଥି
ପେପର ପଢି ବସଲେ । ପେପରଥି ସବୁଦିନିଆ ଏକା ଖବର ଦେଖି ଅଜା ବୁଢା ସୋଜ ଖାଲି ଦୁଇ ତିନ ଥର ଇଆଡ ସିଆଡ ଲେହଁଟେଇ ପୁଲଟେଇ ପେପର ନା’କେ ଧରିଥାନ ପଢୁଛେଁ ବଲି । ହେଲେ ମନ ଥିଲା ଛୁଆକର ବିସ-ଅମୃତଥି ।

ବିସ-ଅମୃତ ବଢା ମଜାକିଆ ଖେଲ । ମାଇ ଜେନ ପିଲାକେ ବିସ ବଲିକରି ଛିଁ ଦେବା, ସେ ପିଲା ଅମୃତ ନାଇଁ ପାଏବାର ତକ ମଲା ବାଗିର ଅଚଲ ହେଇଜିବା ।
ବସି ରହେବା ହେ ଠାନେ ଜେନ ଠାନେ ମାଇ ଛିଁ ଦେଇଥିବା । ନର୍ଦି ନି ପାରେ, ଖେଲି ନି ପାରେ, ମାଇ କେ ଟିହେଇ ନି ପାରେ:
“ମାଇ ତଲର ଧନିଆଁ
ବଏଁସି ବାବୁର କନିଆଁ
ଖିଜିନି ଖିଜିଗଲା
ଅଁଟାରେ ଦାଦୁ ହେଲା
ବଇଦ ଉସୋ ଦେଲା
ନି ଛାଡଲା କାହାର ଗଲା
ଖିଜିନି ଘରର କାଏଁ ତୁନ
କିରା ସରସର ମୁଗ ତୁନ” ।
ଆର ମାଇର ଅଜାନତକେ ଜେତେବେଲେ ତାର ସାଂଗର ପିଲାମାନେ ସେତାକେ ଅମୃତ ଦେବେ; ସେ ଫେର ଜିଁ ଉଠବା, ନାଚବା, କୁଦବା, ଖେଲବା ।

ବିସ ପାଇକରି ବସି ରହେବାରକେ କାହାକେ ଅଏନ ନି ଲାଗେ । ସବେ ଦୁରିଆ ରହେସନ ବିସନୁ । ସକସପିଲା ନର୍ଦିକରି ପଲେଇ ଜାଏସନ ହେଲେ ଦୁର୍ବଲଟାମାନେ, ମାଇ ପାସକେ ଆଏଲେକି ବାଲଝୋଟ କରିକାସନ ଡରେ । ଭାଏଲ ମାଇ ବିସ ଦେଇ ଦେଲେ ଅଚଲ ହେଇଜିବେ; ସେମାନେ ଆର ଉଠି ନି ପାରନ । ଫେର ଅମୃତ ପାଏବେ ନାଇଁ ପାଏବି କିଏ ଜାନିଛେ । ବାଲଝୋଟ ମାଫ ଆଏ ସବୁଥିରର । ବାଲଝୋଟ କରିକାଲେ ଜେତେବେଲ ଚାହେଁଲେ ସେତେବେଲ ଥାକି ପାରବ ।

ଅଜା ଭେକା ଛାଡନୁ ଦେଖୁଥିଲେ ଛୁଆମାନକର ବିସ-ଅମୃତ ଆରୁ ବାଲଝୋଟ କରା ଖେଲ । ଆର ଏକସକଁଟି ଦେଖୁଥିଲେ ନାତିମାନେ ଧିରେ ଧିରେ ତାକର ଛୁଆ ବେଲର ସାଂଗ ହେଇ ଜେଇଛନ ଆର ସେ ବି ତାକର ଭିତରେ ଗୁଟେ ଛୁଆ । ଖେଲୁଛନ ବିସ-ଅମୃତ । ତାକର ସବୁ ସାଂଗ ନର୍ଦୁଛନ, ମାଇକେ ଟିହଉଛନ ।

ହେଲେ ତାପନେ ନାଇାଁରବାର । ମାଇ ବିସ ଦେବାରକେ ଆଏଲେକି ବାଲଝୋଟ କରିକଉଛନ । ଅଜା ବାଲଝୋଟ କରୁଛନ । ତାପନେ ଘାଏ ଥାକବେ, ସାଂଗେ ଥାକି ପଡବେ ଉଡି ଜଉଥିଲା ଚେରେ ଡେନା ଫେରକେଟେଇ କରି, ଥମି ପଡବେ ଖଲଖଲାତେଲ ନର୍ଦୁଥିବାର ନଏଦ ଆର ହରହୁରିଆ ଧୁକା । ଅଜା ଫିରିଜିବେ ବନେ ଦିନାଦୁ ପଛକେ । ମାନସାଂକଟେ କେ ବି କଲାପଟାଥି କସୁନ କସୁନ ଭୁଲକରି ଦେଇଥିଲେ ଜେ ଫେର ମୁଲୁସଟ୍ରୁ ମେଟେଇ ଠିକ କରିଦେବେ । ଆର ଫେର ବାଲଝୋଟ କରବାର ଲାଗି ହାତ ମୁଡକେ ନେଲେ ହେଲେ ମୁଡେ ତାକର ବାଲ ନେଇନ ଧରିକରି ବାଲଝୋଟ କରବାର କେ ।

କୁଲିହାଘର: ସାକେତ

ସେସକେ ସବି ଜିତି ହିଁ ଗଲା । ଆଏଜ ତାର ମନର ମୁନୁସକେ ଭେଟବା । ପାହା ତଲେ ନାଇଁ ଲାଗବାର ।
ଦୁଇ ବଛର ତଲର ଜୁଡେ ମନର ଲୁକାଚୁରା ଭେଟଘାଟ ଜେତେବେଲେ ସବିର ବାପାଠାନେ ଧରାପଡି଼ ଜେଇଥିଲା; ଆର ପାଁଚ ଲୋକରନୁ ପାଁଚଟା କଥା ସୁନିକରି ତାକର ମୁଡ଼ ସରମେ ତଲ ହେଇଜଉ; ତାର ଆଘୋନୁ ଜୁଡ଼େ ଭାବର ଦିଆନିଆଁକେ-ସମକିରର ସାମନେ, ସମାଜର ଆଗାଡେ-ଜୁଡେ ଘରର ଦିଆନିଆଁଥି ବଦଲେଇ ଦେଲେ । ନେହେଲେ ସବିଜେ ତାକର ଗୁଟେବଲି ଝି ।
ଆଏଜ ସବିର ବିହାଘର । ଝୁଟି, ଆମ-ତୁରନ, ବମ-କାଗଜ, ଜରି-କାଗଜଥି ଘରଟା ଝଲକି ଜଉଛେ । ଦୁଲଦୁଲି, ହୁଲହୁଲିଥି ପରାଟା ଗହଗହ ଲାଗୁଛେ ।
“ସବି, ହାଦେ ତୋର ବଉଲ ଘରେ ଆଏଲେ ନ । ଜରେ ମାଁ ଜ, ଭିତରକେ ଜ ।” ରାଂଧନିଆ ମାନକୁ ଜିନିସ ପତର ବାହାର କରେଇ ଦଉନ ଦଉନ କହେଲେ ସବିର ମାଁ ।
ଆଏଜ କାହାରିର ଫୁର୍ସତ ନେଇଁ । ସବକେ ସବ ଲାଗି ପଡିଛନ କେନ ଗୁଟେ ବଢ଼େଟେ ସେତୁବଂଧା କାମେ । ସତେ ଜେନ୍ତା ଇ ସେତୁ ତାହାକୁ ବେଲଉଦବାର ଆଘୋନୁ ବାଂଧବାରକେ ପଡ଼ବା । ଇଟା ରଜାର ଆଦେସ ଆଏ ।
ସବିକେ ତାର ବଉଲ, ମକର, ସାଂଗ, ସଏରତା ସଜେଇ ଦଉଛନ । ମେହେଂଦି, ଅଏଲତା, କଜଲ, କୁମକୁମ ଜେନ ଜେନଟା ଜେନଜେନ ଠାନେ ମଖାବାର କଥା ମଖେଇ ଦଉଥାନ । ସଜାଲା ବେଲକେ ମଝି ମଝି ତାକର ତାକର ଭିତ୍ରେ କାଏଁ କାଏଁ କଥା ହେଇକରି ସୋଜ ସୋଜ ହଁସି ପକଉଥାନ । ସବିର ସାଂଗମାନେ ଜେତିକି ହଁସନ, ସବି ସେତିକି ଲାଜେ ହୁଏ ।
ବାରଣ୍ଡାନ ଛୁଆମାନେ ଗୁଗାଲେ, “ସେମାନେ ଆଏଲେନ, ଆଏଲେନ, ଇସକୁଲନ ଅଛନ, ଚାଲଦେଖିଜିମା” ।
ସବିର ମାଁ ନରଦି ଆଏଲେ, “ଏ ନୁନି ମାନେ ଟିକେ ଝଟକରି ସାର ସେମାନେ ଆଏଲେନ ପରେ” ।
ସବିକେ ସଜେଇ ସାରିଥିଲେନ, ଖାଲି ସେସଥରର ଲାଗି ଦେଖି ନଉଥିଲେ ଜେ ଜେନଜେନଟା ଜେନ ଜେନ ଠାନେ ଲାଗବାର କଥା ଲାଗିଛେ କି ନେଇଁ । ସତେ ଜେନ୍ତା ଗୁର୍ଦୁ ଦିନର ଅସଫଲ କାରିଗରଟେ ଆଏଜ ତାର ମାସ୍ଟରପିସର ଫିନିସିଂଗ ଟଚ ଦଉଛେ । ଆଏଜ ସେ ସଫଲ ହେବା ।
ସବି କେନ ପୁରାଣର, ଗୁର୍ଦୁଦିନୁ ବାପ ହେବାର ଇଛାଥି ଜଗ୍ୟଁ କରିକରି ଝିଟେ ପାଇଥିବାର, ରଜାର ଝି ବାଗିର ଦିସୁଥାଏ ।
ଉପର ମହଲାନୁ ବରାତ ଦେଖୁଥିବାର ଛୁଆମାନେ ‘ହୋ’କରି ନର୍ଦିି ଆଏଲେ । ଘରର ଭୁଆସେନମାନେ ଜାଗର ବଏଠା ଧରି ନର୍ଦି ଆଏଲେ । ବଜା ବାଜୁଛେ, ବରତିଏ ନାଚୁଛନ ଗାଁ ଖୁଇଲ ଦୁଲକି ଜଉଛେ । ଘରର ପୁରଖାମାନେ ବରପିଲାକେ ପର୍ଘେଇ ଆନଲେ । ମାଏଝି ଟୁକେଲ ଗାଲ ସେଁକଲେ, ହାତ ଧରିକରି ବେଦିସାଲକେ କଢେଇନେଲେ । ବାଭନ ମଂତ୍ର ପଢଲା, ବିହା ମୁଲହେଲା ଆର ଠିକ ହାତ ବଂଧନ ପଡଲା ବେଲକେ ବରାତି ପାଟିର ପିଲାଟେ ଆସି ବରପିଲାର କାନେ କାଣା ଫୁସୁର ଫୁସୁର କଲା । ବରପିଲା ଟଂଗ ଟାଂଗ କରି ଉଠଲା ।
“ଇଟା କାଣା ଗୁଟେ ଫାରସ ଲଗେଇଛନ, ନାଇଁ ହୁଏଁ ବିହା ।”
ଟୁକେଲ ଘରର ଜେତେ ସିଆନ ପୁରଖା ବୁଢାଲୋକ ବେଦିନୁ ଉଠି ପଲେଇଜଉଥିବାର ଦୁହି ପିଲାକୁ ଘେରିନେଲେ । ପହେଲା ବୁଢାମାନେ ବୁଝେଇ ଦେଖଲେ ।
“ଦେଖ ବାବୁ, ଜାହାତ ହେଲାନ ହେଲାନ । ଆମେ ନାଇଁ ଜାନି, ଆମର ଭୁଲ ହେଇଗଲା । ଚାଲ, ବେଦି ଛାଡିକରି ଏନ୍ତା ନାଇଁ ଉଠି ଆସନ । ବନେ ନୁହେସେ ଇଟା ।”
ବରପିଲାର ଆଡୁ ଆର ଝନଦୁ ଢୁଁଡି ହେଲେ ସେନ ।
– ଆମେ କାଣା ଇନକେ ଲେଥା ଖାଏବାର ଲାଗି ଏଇଥିଲୁଁ?
– ଦେଖ ବାବୁ ତମେତ ଜାନିଛ ଆମର ଜାତି ମାଂସ ମନା ହେଇଛେ ।
-କିଏ କହେଲା ହୋ, ଏରିଆ ଜାକିର ଲୁକେତ କରୁଛନ, ହେମାନକୁ ତ କେନସି ଜାଏତ ମନା ନି କରବାର ଆର ଖାଲି ତମକୁ ଏକବାରି ଧରୁଛନ । ଜ ଜ, ନି ଦେଇ ପାରୁଁ ବଏଲେ ତ ପଟିଜାଏତା ।
ବୁଢା ମାନକର ଠାନେ ଆର ଉତର ନି ଥେଇ ନ । ସବେ ସବିର ବାପାକେ ଦେଖୁଥିଲେ । ମୁହଁ ତାକର ଲାଲ ଦିସୁଥିଲା, ଆଁଖିର ପାଏଁନ ତରା ତରା ହେଇ ଜଉଥିଲା, ଚଏଣ ଥରି ଜଉଥିଲା କାଣା ପଦେ କହେମି ବଲି ହେଲେ କହି ନି ପାରୁଥେଇ ।
ବରପିଲା ଫିରିଜଉଥିଲା । ମନର ଆଲବମଥି ଲଟକିଲା ଦୁଇ ବଛର ତଲର ଗୁଟେଗୁଟେ ଫଟୁ ଆଲବମନୁ ବାହାରିକରି ଛିଛି ବିଛି ହଉଥିଲା ପବନେ ଆର ଫେର ମିସି ଜଉଥିଲା ଧୁଲି ।
ଜୁଡେନିଜୁଡେ ହେଲା ସଦ୍ୟବନା ସେତୁ ନୁ ଛଁଚା ଘିଚି ନେବାରକେ ସେତୁ ଧସକି ବିଦରି ଜଉଥିଲା ଛୁଆକର କୁଲିହାଘର ବାଗିର ।

ମେହଜି ଆର ଫେସନ

0

ଦୁନିଆ ର ସବୁ ଆଗ ଧାଡ଼ିଆ ଦେସ ମାନକର ଲେଖେଁ, ଆମର ଦେସ ଭାରତ ନ ବି ଲୋକକର ଇଚ୍ଛା ଆଉ ପ୍ରସିଦ୍ଧି ପେବାର ଭୋକ ଟା ମେଟ୍ରୋ ସିଟି ର ଅଟୋର ମିଟର ଲେଖେଁ ଧେଏଁ ଧେଏଁ ବଢ଼ୁଛେ । ମେହଜି ବି ହେଥୁଁ ବାଦ କେନ୍ତା ପଡତେ ଜେ! ହେ ପ୍ରସିଦ୍ଧି ଲାଗି ସେମାନେ ବି କିଛି ଦାମ ଚୁକାବାର କେ ତିଆର ଅଛନ । ସେ ଘର ର ମେହଜିି ହଉ କି, ନୁଆଁ ପିଢ଼ି ର ଚାକରିଏନ, ସଭେ ନାଁ କରା ହେବାର କେ ଜେନ୍ତା ଦୌଡ଼ି ପଡ଼ଲେ ନ ।

ଏଜ ଦୁନିଆଁ ନ ସବକେ ଗ୍ଲେମର ଦରକାର । ଫେସନ, ସ୍ଟାରଡ଼ମ ଆର ସାମାଜିକ ହକାବାଦି ନ ସଭେ ଜେନ୍ତା କାମଦାମ ଛାଡ଼ି ଲାଗି ପଡ଼ିଛନ । ଗଣମାଧ୍ୟମ ବି ଜାହାକେ ଜାଣା ଆର ଜେନ୍ତେଇ ଦରକାର, ଦେବାରକେ ନେ ପଛେଁ ପଡବାର ।

ଉଦାହରଣ ହିସାବେଁ, ଟୁକେଲକର ଭିତରେଁ ଧେଁ ଧେଁ ବଢୁଥିବାର ଫେସନ ଚିନ୍ତାଧାରା କେ ନିଆଜଉ । ମିଡ଼ିଆ ଭି ଫେସନ ଇଣ୍ଡସ୍ଟ୍ରିକେ ବହୁତ ଦଉଛେ । ଆଜିର ଭାରତ ର ମେହଜିି ଫେସନ, ସାରା ଦୁନିଆଁ ନ ନାଁ କଲା ନ । ସୁନ୍ଦରି ହକାବାଦିମାନେ ବି ତାକେ ହୋମଗାଡ଼େ ଘି ରୁକଲା ଲେଖେଁ ସାଙ୍ଗ ଦଉଛେ । କେଁ ସ୍କୁଲ, କେଁ କଲେଜ ସବୁନୁ ଟୁକେଲମାନେ ଫେସନ ଆଉ ସୋ ବିଜ ଆଡକେ ଘିଚି ହଉଛନ । ସବେ ପତଲି ଆର ଛରହରି ହଇ ନିଜର ମୁଡ଼େଁ ମିସ ମୁକୁଟ ଟେ ଦେଖବାର କେ ଚାହୁଁଛନ । ଛୋଟ ସହର ହଉକି ମେଟ୍ରୋ, ସବେ ହକାବାଦି ଉଜୁକ କରୁଛନ ଆର ସଭେ ସେଥୁଁ ଭାଗନେବାକେ ଚେସ୍ଟା ବି କରୁଛନ । ଗୁଟେ ସାଧାସିଧା ଟୁକେଲ କି ମେହଜି ନୁ ମିସ ମୁକୁଟ ପାଏବାରଟା ଗୁଟେ ଲମା ପ୍ରକ୍ରିୟା ଏ । ଖାଲି ଟୁକେଲ କି ମେହଜି ର ଉଁଚା, ଜେନଟା କି ବଦଲା ଜାଇ ନେ ପାରେ, କେ ଛାଡ଼ି ଦେଲେଁ ଦିହଁ ର ସବୁ ଅଙ୍ଗକେ ଛୋଟ ବଡ, ଇଆଡ ସେଆଡ କରାଜାଇ ପାରୁଛେ । ଆପଣ ଜାନିଥିବେ ସୁନ୍ଦରି ମୁକୁଟ ଲାଗି ସୁସ୍ମିତା ସେନକେ silicon breast implant କରବାକେ ପଡ଼ିଥିଲା । ସିଲିକନ ଇଞ୍ଜେକସନ ତ ଗାଲ, ଚଏଣ, ନାକ କେ ବି ସୁନ୍ଦରିଆ କରବାର ଲାଗି ବେଭାର ହଉଛେ । ସ୍ରିଦେବି, ସିଲ୍ପା ସେଟ୍ଟି, ୟୁକ୍ତା ମୁଖି ଆଦି ଆଗ ଧାଡ଼ିଆ ହିରୋଇନକର କଥା ଅଜନା ନୁହେଁ କାହାକେ । ମାଏଝିକର ଭିତରେଁ ଅସୁନ୍ଦର ଦିସବାର ଡ଼ର, ଆର ସୁନ୍ଦର ଦିସବାର ତହଁକ ହିଁ ହେ ଫେସନ ସାମାନ ବନଉଥିବାର ସଂସ୍ଥା ମାନକୁ ଫାଏଦା ଜୁଗଉଛେ ।

ହେଲେ, ଇତାର ଆର ଫାଲ ବି ଦେଖୁନ । ଗୁଟେ ସତ, ସରଲ, ଆର ଗହଗହ ଭାରତିୟ ମେହଜି, ଜେ କି ଗାଲର ବ୍ରଣ କେ ମେଟାବାର ଥୁଁ ଜହ, କପାଲ ର ସିନ୍ଦୁର ବିନ୍ଦୁ କେ ଜହ ଗାଢ଼ା କରବାରକେ ଚାହେଁସି, ଜେନଟା କି ତାର ବର ର ଲମା ଜିବନ ସାଙ୍ଗେ ଜଡ଼ିତ ଏ । ସେ ଅଧିକାର କାଣା ନେ ଜାନି, ଜାନିଛେ ତାର କର୍ତବ୍ୟ ପାଲନ କରବାର ।
ଏଜ କେନସି ସୁନ୍ଦରି ହକାବାଦି କେ ବିରୋଧ କଲେଁ ଆମର ମିସ ଇଂଡିଆ ଆର ମୁକୁଟଧାରି ମେହଜିମାନେ, ମେହଜି ଅଧିକାର ର କଥା ଉଠାସନ । କିନ୍ତୁ ହେ ସୁନ୍ଦରି କି ସେଲେବ୍ରିଟି ମାନେ କେଭେଁ, ମନ କି ଦିହେ ନ ଟିକେ ବି ଦୁଖ କରସନ କାଏଁ, ଗାଁ ଗହଲି ର ଟୁକେଲ ଛୁଆ ଭ୍ରୁଣ ହତ୍ୟା କଥା ସୁନିକରି? ହଁ ଆମେ ଫେସନ ହକାବାଦି କେ ବିରୋଧ ନେ କରବାର, ହେଲେଁ ନାଁ କରା ହେଲା ଉତରୁଁ ତାକର ସାମାଜିକ ଜିମ୍ମେଦାରି କେ ବି ନେ ଭୁଲବାକେ କହୁଛୁଁ । ଟୁକେଲଟେ ଜନମ ହେଲା ପରେଁ ପିଲାଟେ କରବାର କେ ଜୋର ଦେବାର ଠାନୁ ପିଲାଟେ ଜନମ କଲା ପରେଁ ଆଉ ନେ ଜନମ କରବାର ଜେନ୍ତା ତହଁକ ଲାଗିଛେ । କେ ଜାନେ ଫେର ଟୁକେଲଟେ ନେ ହଇଜାଉ ନ ।
ଆମେ କାହାକେ ପୁରନା ପରମ୍ପରା ଥୁଁ ବାନ୍ଧି ହ ବଲି ନେ କହେବାର । ହଁ ମେହଜି ହିସାବେ ଜେନ ସ୍ୱାଭିମାନ ଟେ ରହେବାର କଥା, ସେଟା ନିସଚେ ସମକିରର ନୁ ଥାଉ, ସେ ଗଅଁଲି ହଉକି ଇ ଜୁଗର ସ୍ମାର୍ଟ ମେହଜି ଟେ ହଉ । ମେହଜିଟେ ସରଲ, ଚାଲୁ କି ଫେସନବାଲି ହେବାର ଠାନୁ ଇଟା ଜହ ଜରୁରି ହଉ କି, ସେ ଦୁନିଆ ର କେନସି କନେ ବି ଥାଉଁ, ନିଜର ଉପସ୍ଥିତି କେ ଦର୍ଜ କରୁ । ଆର ସମାଜ ଥି ଆମେ ବି ସିଖବାର କଥା ଜେ, ଡ଼େଙ୍ଗା, ବୁଠି, ମୁଟା, ପତଲା, କଲା, ଗୁରା, ଜାହାବି ହଉ, ସବୁକେ ସୁନ୍ଦରତା ନଜରେ ଗ୍ରହଣ କରବାଟା ହିଁ ଠିକ ଏ । କାଏଁଜେ ବଏଲେ ସୁନ୍ଦରତା ଦିହେନୁ ନୁହେ ମନୁଁ ଫୁଟସି ତ ଖାଲି ଦିହେ ନୁହେଁ, ଆସୁନ ଜିଇଁବାର ତରିକା କେ ସୁନ୍ଦର କରମା ।

ଜୁଏ: ସରୋଜ ସ୍ରିଭୁସଣ ସାହୁ

ଲୁକେ ମତେ ବେସ୍ୟା ର ପୁଓ ବଲସନ । ସତକଥା । ଅଧେ ବଲସନ ବୁଢା ସରପଁଚ ର ପୁଓ ତ ଅଧେ ହରି ମାହାଜନ ର ପୁଅ । ମୁଁଇ କାହାର ପୁଅ ଆଏଁ ମୁଁଇ ନେଇଁ ଜାନି । ଏବେ ଜାନବାର ଥି ଆଗ୍ରହ ବି ନେଇଁନ । ମାଁ ତ ନେଇଁନ ବାପର ସାର୍ଟିଫିକେଟ ଦେବା କିଏ? ଲୋକକୁ ଗାଲି ଦେଇକରି କି ପିଟି, ଇ କଥାକେ ତ ବଦଲେଇ ନି ହୁଏ । ମୋର ଜନମ ଆର ତାର କାରଣମାନେ ମୋର ଆୟତ ବାହାରିଆ କଥା ଇଟା ଭାବି ମନ ବୁଝାସିଁ । ଏବେ ବଁଚିଛେ ବଲେ ବଁଚିବାକେ ପଡବା ଆର ଇ ଜେନ ବଁଚୁଛେ ଇ ଜିବନ ସାଂଗେ ମୋର ସଂପର୍କ ଅଛେ ଜନମ ର କାରଣ ସାଂଗେ ନେଇଁନ ।

ମୋର ଇ “ମୁଇଁ” ପଦକେ ନେଇକରି ବାହାଦୁରି ମାରବାର କିଛି ନେଇଁନ ଜେନ୍ତା ସରପଁଚ ବୁଢା କଥା-କଥାକେ କହେସି “ମୁଇଁ କିଏ ଆଏଁ… … ଅମକା ଗଁତିଆ ର ପୁଓ । ବାଘ ଆଏଁ… ବାଘ” । କି ହରି ମାହାଜନ ଜେନ୍ତା କହେସି “ଆରେ ମୁଁଇ କାର ପୁଓ ଆଁଏ ଜେ ନେଇ ଜାନି?” ଅମକା ସେଠ କା ବେଟା । ତୁଇ ତ ତୁଇ, କୁଲିହା ବାଗିର ଚାଲାଖଟାମାନେ ବି ନେଇ ଠକି ପାରନ ମତେ । ଏନ୍ତା ବାଘ କି କୁଲିହା ସାଂଗେ କଁଟି ହେବାର ନେଇଁ ନ କି ମୁଇଁ ବଲି କରି ରଡବାର ନେଇଁନ । ମୁଁଇ ମୁନୁସ ଛୁଆ ଏଁ ମୁନୁସ ହେଇକରି ରହେମି । ଅଲଗା ଲୁକର ମୁଇଁ ଆନିକରି ମୋର ଲାଗି ବଢେ ମୁଇଁଟେ ବନାବାର ସୌକ ବି ନେଇନ ।

ବଢା ଚାଲାଖ ବଲସନ ମୋର ମାଁ’କେ । ସେ ସରପଁଚ ବୁଢାର ହଉ, ହରି ମହାଜନ ର ହଉ କି ଆର କାହାର ବି ହଉ ବନେ ଥୁଡେ ଧନ ସଂପତି ରଖିଦେଇଥିଲା ମୋର ଖେବାର ଲାଗି । ମୁଇଁ ଜାନିଛେ ବଏଲେ ମୋର ମାମୁଁକେ । ମାମୁଁ ବଏଲେ ହେନ୍ତା ମାମୁଁ; ଅସଲି ନେଇଁସେ । ମାଁ ବୃନ୍ଦାବନ ଗଲା କି ଏଲା ବଲସନ । ଗୁର୍ଦୁ ପିଉଥିଲା, ପିଇ ପିଇ ମଲା, ଭାଗ୍ୟ ଭଲକେ ଦୁସେର ହେଇଥିଲିନ । ସୁନା ରୁପା ଥୁଡେ ବି ବଁଚିଗଲା ।

ଏବେ ମୁଇଁ ବିଏ ଫାଇନାଲ କରୁଛେଁ । ଚିନ୍ତା ବଏଲେ ସରପଁଚ ବୁଢାର ପୁଓ, ଆର ଅଲେଖ, ହେ ମହାଜନ ର ପୁଓ; ମୋର ବଡ ସାଂଗ ଦୁହିଟା, ଗୁଟେ କିଲାସେ ବି ପଢସୁଁ । ଘର ବଏଲେ ମୋର ଗାଁ ମୁଡସାଥିନ, ତ କୁକରା-ମରା, ସିଗରେଟ-ପିଆ, ମଦ ପିଇକରି ବାଁତିକରା ଇ ସବୁକେ ଟିକେ ସୁବିଧା, ହେଥିର ଲାଗି ବଂଧନଟା ଟିକେ ମଜବୁତ । ଆର ଗୁଟେ କଥା, ପରିଖ୍ୟା ବେଲକେ କୁସଚେନ ସିଲେକ୍ଟ କରି ଟେସ୍ଟ ପେପରନୁ ଚିରିଦେବାର କାମ ବି ତ ମୋର ଏ । ଜେନ ଟୁକେଲ ବାବଦ ଥି ଜାଣା କଥା ହେଲେ ବି କାହାରିର ସୁନବାର ନେଇଁନ, ଇ ସବୁ ସୁବିଧା ଅଛେ ଇନ । ଅଲେଖ ର ବୁଆ ହରି ମହାଜନ ବଢା ଆକଟ କରସି ମତେ, ମତେ ବଏଲେ ମୋର ଇ ଘରକେ । ସାଂଗ ହେଁସି ଜେହେତୁ ପିଇବାର ବି ସିଖଲିଁ, ହେଲେ ଇମାନକର ବାଗି ସବୁଦିନ ନେଇଁ ପିଁଏ । ପି’ କରି ହୁଡାକୁଦା ମାଡପିଟ ନେଇକରେଁ । ପି’ଲେ ତ ଘରୁ ନେଇଁ ବାହାରେଁ । କାଂଦସିଁ ପର୍ସ ଭିତର ର ଫଟୁ ଦେଖି ଚିଠି କେତେଟା ପଢସିଁ । ହେ ନିଲିଆ ଡାଏରି ଭିତର ର ଚିଠି । ଜେତକି ପି’ଥିସିଁ ହେତକି କାଂଦସିଁ । ହେ ଦୁହେଁ ହଁସସନ ମୋର କାଂଦିକେ । ଏତକି ବେଲକେ ତାକର ସୋର ପଡସି କେଭେ କେନ ଫୁଲ କି ଚଁପାର ଲାଗି କେନ୍ତା ବ୍ଲାଉଜ ଘିନିଦେଇଥିଲେ କି କେନ ବଜାର ଦିନ କାଁ ମାଲି ଘିନି ଦେଇ ଥିଲେ କେନ ରଏବାରି କି ସମାରି ର ଲାଗି । ଇ କଥା ଅବସ୍ୟ ସେ ଦେନାବାଲା ଆର ସେ ନେଲାବାଲି ଭିତର ର କଥା, ମୋର କିଛି ମତଲବ ନେଇଁନ ଇଥିନ । ହେଲେ ଇ କଥା କହି ସେସକେ ମୋର କାଂଦିର ଦାମ-ମୁଲ ପଏସା-ପତର ଥିନ କରବେ; ବଡା ବାଧସି ।

ହେ ଫଟୁ ଜେନ ଦେଖିକରି କାଂଦସିଁ ହେଟା ଲିଜାର ଫଟୁ । ହଁ ଲିଜା କେରଲି ଖ୍ରିିସ୍ଟିଆନ ଟୁକେଲ, ନର୍ସର ବୁହେନ । ଗିତ କଂପିଟିସନ ଥିନ ସବୁ ଥର ପହେଲା । ମୋର ସାଙ୍ଗେ ପଢୁଥିଲା । ଇନୁ ବଦଲି ଗଲା ବେଲକେ ଜେନ କାଂଦିଥିଲା ହେ କାଂଦିଟା ମୋର ନିକେ ଡେହେଁକି ଆସିଛେ ।

ପଏସା-ପତର ବଲେ ଚିନ୍ତା ଆର ଅଲେଖ ନ ସଂସାର ଜାକିର ବୁଧି ଅଛେ, କେନ୍ତାକରି ଆଏବା-ଜିବା, ଅଗଲିବା ଇଟା ଭଲ କରି ଜନା ଅଛେ ହେ ଦୁହେଁ କୁ । ଇଥର ପହେଲା କରି ଗାନ୍ଧି-ଜୟନ୍ତି ପାଲନ କଲୁଁ, ଆମର ସଂଘ ବାଲେ, ହେ ଦୁହେଁକର ପ୍ଲାନ ଥିନ । ଭାଟିବାଲା, ଗାଡିବାଲା ଏନ୍ତା ବାଲାମାନକର ନୁ ପଏସା ଅନାହେଲ।। ସଭା ହେଲା ଭାସଣ ଦେବାର ଲାଗି ସଭେ ଘୁଁଚଲେ ଜେ ମତେ କହେବାକେ ପଡଲା । ହେ ଦୁହେଁ ନୁଆଁ ଢିଲା ଖଣେ ଲେଖାଁ ବି ପିନ୍ଧିଥିଲେ । ମୁଇଁ ଜାନିଛେଁ ହେଟା ଭାଟି ର ପଏସା ଥିନର ଟା । ସଫେଇ କାମ ହେଲା କେନସି ନାଲି କି ସଡକ ତରାର ନେଇ । ଆମର ଘର ପାଖେ ବଏଲେ ବେଡି ଘର ତରାର ହେ ଖାଲି ଜାଗା ସଫା କରାହେଲା । ମୁଇଁ ସୁନିଥିଲିଁ ହେଥିନ ପରେ ହରି ମାହାଜନ ଘିନୁଆ ମୁଖଫଲି ସୁଖାବା ଆର ଅଧେକେ ସରପଁଚ ଘର ର ରାଏସ ସୁଖା ହେବା, ଇଟା ଭିତରିଆ କଥା । ଅବସ୍ୟ ମତେ କିଛି କରା ନେଇଁ ଲାଗି ଆମେ ତିନହେଁ ତ ସିଗରେଟ ପିଇତେଲ କାମ ତଦାରଖ କରୁଥିଲୁଁ । ଚିନ୍ତା ଆର ଅଲେଖ ଥର ଦୁଏ ତିନେ ବେଡି ଘରକେ ପେନ ପିଇ ଜେଇଥିଲେ । ମୁଇ ନେଇଁ ଜାଇ । ନାଁ ଖାଲି ବେଡି ନେଇସେ ବିଲକୁଲ କଥାବାର୍ତା ନେଇଁ କହିପାରେ ମାତରକ ଦେଖବାକେ ବଏଲେ ଗୁଟେ ଚାଉଲେ ଗଢା ଏ । ଭାରି ସୁତରଟା । ଘରୁ ବାହରଲେ ଛାତିଥିନ ଥୁକ ଦେସି ।

ଜାହା ହଉ କି ନେଇଁ ରାତି ବନେ ଭୁଜିଟେ ହେଲା ମୋର ଘର ନ ।

ଆମେ ତିନହେଁ ପି’ଲୁଁ । ବନେଟିକେ ଲେଖା ପି’ଲୁଁ । ମର କାଂଦି ମୁଲହେଲା, ହେ ଦୁହେଁ ମତେ ହଁସଲେ । ଦୁହେଁ କାଣା ଟୁପୁର ଫୁସୁର ହେଲେ ଆର ଚିନ୍ତା ବାହାରିଗଲା । ବେଡିର ବୁଆ ସାଙ୍ଗେ ସାଙ୍ଗେ ଫେନ ଆଏଲା । ଅଲେଖ ପଚାସ ଟଙ୍କିଟେ ଧରେଇ ଦେଲା ଆର କହେଲା ବୋବା କୁକୁରା ପଟେ କେନନୁ ଖୁଜି ଆନ ତ । ଚିନ୍ତା ଦସ ଟଙ୍କିଟେ ଧରେଇ ଇଟା ନେ ମଦ ପିଇବୁ ବଏଲା । ଏବେ ତ ଖାଇ ସାରିଛୁଁ ଫେର କାଁ ଭୋକ କଲା ଜେ କୁକୁରା ମଗଉଛନ କିଛି ନେଇଁ ବୁଝି ପାରଲିଁ ମୁଇଁ । ବେଡି ର ବୁଆ ଉସତ ହେଇଗଲା । ଟିକେ ଛାଡି ଦୁହେଁ ବାହାରି ପଡଲେ ।

ସିଗରେଟ ପିଇତେଲ ଲିଜାର ଚିଠି ପଢୁଛେଁ, ଏତକି ବେଲକେ ଢଣନ ଢାଣନ ଖୁରି-ଗିନା ଫିକା ଆବାଜ ଆଏଲା । ବାହାରି ଦେଖଲି, ବେଡି ଘର ଆଡୁ ଆବାଜ ଆସୁଛେ । ପାସକେ ଜାଇ କବାଟ ଠେଲି ଦେଖଲିଁ ଜେ ଭିତର ଆଡୁ ବନ୍ଦ ହେଇଛେ । ଲାତେ ମାରଲିଁ ଜେ ଭିତର ଆଡୁ ସିକଲା ହିଟି ଗଲା । ଗରିବ ଲୁକର କବାଟ ତ । ଦେଖଲା ବେଲକେ ଚିନ୍ତା ଆର ଅଲେଖ ଅଛନ ଭିତରେ । ବେଡି କାଂଦୁଛେ । ମୁଇଁ ଆର କିଛି ନେଇଁ ଭାବି ନ ଘିଚିକରି ଦୁହେଁକୁ ଥାପଡେ ଲେଖା ପିଟଲିଁ । ବେଡି ର ବୁଆ କୁକୁରା ର ବେଁକ ଧରି ଆଉଥିଲା । ଇ ହେପକାବାର ଦେଖି ଏ …ଏ….ବଲି ଦଗା ଦେଲା ମତେ ଆର ଜନାଦୁଏ ଲାଲଟିନଟେ ଲେଖାଁ ଧରି ହାଜର ହେଇଗଲେ । କାଣା ହଉଛେ ବୋ ଇଟା ବଲି ରଡିକରି ମତେ ପଚରାଲା ବେଡିର ବୁଆ । ମୋର କହେବାର ଆଘୋନୁ ଅଲେଖ, “ଜା ତୋର ଘର ଭିତରକେ ଜା ଦେଖବୁ” ବଏଲା । କୁକରା ଛାଡି ଘର ଭିତର କେ ଦଉଡିଲା । ମୋର କାଣା କହେବାର ଆଘନୁ ବରକସ ଠେଙ୍ଗାଟେ ପଡଲା ପିଠି ।

ମନ୍ଦିର ନ ଇ ଗାଁର ସବୁ ନିଏ-ନିସପତି ହେସି । ମୋର ମନ୍ଦିର ବଲସି ସରପଁଚ ବୁଢା ହେଲେ ସାତ ବଛର ତକ ପଟି ପଡିଥିଲା ବଜାର ଦିନ । ତାର ଜେନ ବୈଠକି ଘର ଆରୁ ଇ ମଂଦିର ଏକା ସାଂଗର (ଜଁ’ଲା-ଜିଆ ବଲ ତ) ସିମେନ୍ଟ, ପଥର, ଗେଟି, ବେଲ ସବୁ ଏକାସାଂଗେ ଅନାହେଇଥିଲା । ହେଥିନର ଲାଗି ମୋର ମଂଦିର ବଲସି ବାଗି ଲାଗୁଛେ । ମଂଦିର ପିଣହାଁନ ସରପଁଚ ବୁଢା, ହରି ମାହାଜନ ଆରୁ ନିତେଇ ବାମହନ ବସିଛନ । ଦିପ ର ଉକିଆଥିନ ପିତଲ ର ସିଂହାସନ ଚକଚକଉଛେ ହେଲେ ମହାପୁରୁମାନେ ନେଇଁ ଦିସବାର । ଲିଭିଗଲେନ ବାଗିର ଲାଗୁଛେ । ଇ ସିଂହାସନ ହରି ମାହାଜନ ଦେଇଥିଲା । ଥରେ ତାର ଗଂଜେଇ ଧରା ପଡିଥିଲାତ, କଥାଟା କୋର୍ଟ-କଚରି ନେଇ ଜାଇ ଥାନାଥିନ ଛିଡିଗଲା । ସେଟା ସ୍ୱୟଂ ମାହାପୁରୁ ରଖ୍ୟାକଲେ, ତାର ବଦଲା ଥିନ ଇ ସିଂହାସନଟେ ପାଏଲେ । ମହାପୁରୁର ଭାଗ୍ୟ, ତେତକର ପିତଲ ସିଂହାସନେ ବସଲେ ।
ବାକି ଲୋକମାନେ ତଲେ ବସିଛନ ହେଲେ ବେଡି କି ଚିନ୍ତା କି ଅଲେଖ କିହେ ନେଇ ଦିସବାର । ବେଡିର ବୁଆ ଅଛେ । ମଦର ଗଂଧି ବାରି ହଉଛେ ।
– “ଇତାକେ, ଇ ସଲାକେ ଟୁରା ପିଲା ବଲି ଆହା କରି ଗାଁ ଥିନ ରଖଲା ବେଲକେ କେନ୍ତା କାମ କରୁଛେ । ପସୁ ଚଲନ ନେଇଁଗଲା । କେନ୍ତା କରି ହେଲେ ଜିବା ? ସଲା କାହାର ପୁଓ ଆଏ ଜେ?” ନିତେଇ ବାମହନ ଟାଁଚି ଟାଁଚି ଇ କଥା କହେଲା ।

ଏତକି ବେଲକେ ଗାଁ ମୁଡସାନୁ ଉକିଆ ଦିସୁଛେ ଆର କୁହୁଁଲା ବାହାରୁଛେ । ଆର କାହାରିର କଥା ନାଇଁ ସୁନି ନ ସିଧା ନରଦିଲିଁ ମୋର ଘରନିକେ । ହୁ ହୁ ଜଲୁଛେ । କାଣା କରମି କିଛି ଭାବି ନେଇ ପାରଲିଁ, ଭିତରକେ ପସଲିଁ । ନଜରଟା ନିଲିଆ ଡାଏରି ଆର ପର୍ସ ଉପରେ ପଡଲା । ଧରିକରି ବାହାରିଗଲିଁ ।

ସଡକ ର ଆର ଫାଲେ ତାକର ଘର ଆଗମୁଡେ ବେଡି ଠିଆ ହେଇଛେ । ପାଖକେ ଗଲିଁ । ସାମନାଥି ମଠିଆଟେ ଭାଂଗି ତଲ ଉଦା ହେଇଛେ । ଖପରି ଖେଲେଇ ହେଇ ପଡିଛେ । ବେଡି ର ଆଁଖୁ ଲହ ଧାର ଧାର ବାହାରୁଛେ, ଜୁଏର ଧାଜଥିନ ମୁଁହ ଚକଚକେଇ ଜଉଛେ ସତେ ଜେନତା ଗୁଟେ ଦେବି, ପ୍ରତକ୍ଷ ଦେବି । ରାଗିଛେ କିଏ ତାର ଏଡେ ସୁଂଦର ମଠିଆ ଭାଂଗି ଦେଲା ବଲି । ତଥାପି ହେ ଛିଛିବିଛି ହେଇ ଥିବାର ଖପରି ସବୁ ବହୁତ ସୁଂଦର ଦିସୁଛେ; ଆମର ଗାଁର ମଂଦିର ନୁ ସୁଂଦର ଦିସୁଛେ, ନେଇଁ, ସବୁ ମଂଦିରନୁ ସୁଂଦର ଦିସୁଛେ ପୁରି ନୁ କୋଣାର୍କ ନୁ । ଖାଲି ରାଗଲେ କାଁ ହେବା, ଦେବି ନିସଚଲ କାଁ ହେଲାଜେ ? ମଠିଆ ଜୁଡବାର କେନସି ମଂତ୍ର ନେଇଜାନି କି ଅଭିସାପ ଦେବାର ପାସରି ଦେଇଛନ । ନେଇଁ ମୁଇଁ ପାସରି ଦେଇଛେଁ, ସେ ବେଡି ଆଏ, ବେଡି ।

ଡାଏରି ଫାରି ଚିଠି ଅଛେ କି ନେଇ ଦେଖଲିଁ; ଅଛେ । ଜୁଏ ନେଇ ପୁଡେଇପାରି । ଲେହେଁଟି ଦେଖଲି ଘରୁ ହୁ ହୁ ଜଲୁଛେ ଜେନ୍ତା ମୁଇଁ ବଁଚୁଛେଁ, ଜେନ୍ତା ମୋର ଜିବନ ଏ ।

କାଣିି ବଗ: ସାସ୍ୱତ ସାହୁ

କଲେଜ ଛାଡ଼ଲା ଉତାରୁଁ ସିରବଛ ଗୁଟେ ନାମକରା ଫଟୋଗ୍ରାଫର ହେବାର ସପନ ଦେଖସି । ପାଁଚ ହଜାର୍ ଟଁକାର୍ କେମ୍ରାଟେ ଧରିକରି ଝାର-ଜଂଗଲ, ମାଲେ-ବାହାଲେ, ବଝା-ବାତଲିଆ ବାଗିର ବୁଲୁଥିସି । ଜିବ-ଜଁତୁକର ଫଟୁ ଥି ତାର ଜହ ମନ । ଥରେ ଗୁଟେ ଜାତିଅ ସ୍ତରର ଫଟୁ ଉଠା ପ୍ରତିଜୋଗିତା ଲାଗି ଘୁସନା ହେଲା । ନୁଆଁ ପ୍ରତିଭା ଖୁଜବାର ଆରୁ ତହଁକ ଦେବାର ଲାଗି ଥିଲା ପ୍ରତିଜୋଗିତା । ପୁରୁସ୍କାର ପଏସା ପଚାସ ହଜାର ଟଁକା । ସିରବଛ ଲାଗି ଜେତେତେ ଆଏ । ଆଲମାଲ ପାଇଗଲେଁ ଦାମକିଆ କେମରା ଟେ ଘିନମି ବଲି ମନେ ମନେ ଭାବି ନେଲା । ଫଟୁ ଇଂଟରନେଟ ରେ ପଠା ହେବା । ଦୁଇ ଦିନ ସମିଆ ଅଛେ । ଜେତକି ଉଠେଇ ଥିଲା ଉଲଟେଇ ପୁଲଟେଇ ଦୁଇ ଚାଁପ ଦେଖିନେଲା । କେନସିଟା ମନକେ ନାଇଁ ପାଏଲା । ହଠାତ ତାର ମନକେ ଉପେଟେ ଢୁକଲା – ବଁଗଟେ ଝୁରି ଟାକେ ଖପକରି ଠଁଟେଁ ଧରୁଥିବା ବେଲେଁ ଲକଠକ ଫଟୁ ଘିଚା ହେବା ।

ବାଏର ପଛ ଆଡ଼ର ଡୁଲି ଥି ପାଏନ ଚପା ହଇଛେ । କାଣି ବଁଗ ଟେ ସବୁଦିନ ଆଏସି । ସଖାଲ ଧରମୁ ସିରବଛ ଡୁଲି ନ ହାଜର । ଦେଖଲା ତାର ଆଘୋନୁ ବଁଗ ଟା ଅମରି ଜାଇଛେ । ବଁଗ ଜୁଗିଛେ ଝୁରିକେ ସିରବଛ ଜୁଗିଛେ ଫଟୁ ଘିଚବାର ମଉକା କେ । ସଖାଲ ଟା ମଏଧାନ ହେଲା, ମଏଧାନ ବେଲ୍ବୁଡ଼ା । କାହିର୍ ଝୁରି କାହିର ଫଟୁ । ମୁହୁଁ ଉଲମେଇ କରି ସିରବଛ ଫିରି ଆଏଲା । ସେଦିନ ରାତିଁ ସିରବଛ ଖାଇ ବସଲା ବେଲେଁ – ଆରୁ ଗୁଟେ ରୁଟି ଦେ ଗୋ – ବଲି ମାଁ କେ କହେଲା । ତାର ମାଁ ଥାଲି କେ ରୁଟି ଟେ ଫିକି କରି କହେଲେ – କାମ ଧଂଧା କିଛି ବଲି କିଛି ନାଇଁ ଖାଲି ଖାଇ ମରୁଥା । ସିରବଛ ଦୁଖମନା ନାଇଁ ହେଲା । ଉଲଟା ଆରୁ ଗୁଟେ କଥା ତାର ମନକେ ଜୁଟଲା ।
ତାର ଆର ଦିନ ଝାଇଁ ଝୁରି ଟେ ଧରିକରି ଡୁଲି କେ ଗଲା । କେମରା ସଜବଜ କରି ବଁଗ ପାସ କେ ଝୁରିଟା ଫିକି ଦେଲା । ବଁଗ ଜେନ୍ତା ଟପକରି ବେଁଟଲା ସିରବଛ ସେନ୍ତା ଖଚକରି ଫଟୁ ଘିଚିନେଲା । ଲେକିନ ଗୁଟେ ଆବାଜ ସୁନିକରି ସେ ହିଟି ପଡ଼ିଥିଲା ନ । ଝୁରି କେ ଥୁକିକରି ବଁଗ କହୁଥିଲା – ତୁଇ ଫଟୁ କରବାର ଅଛେ ବଲି ଝୁରି ଟୁଡ଼େଁ ଧରିଥିଲିଁ । ନେହେଲେଁ ଫିକଲା ଜିନିସ ଖାଏବାର ଟା ମୋର ଧରମେ ନାଇଁ ନ । ମୁଇଁ ପଛେ ଆରୁ ଦୁଇ ଦିନ ଭୁଖେଁ ରହେମି ନିଜେ ଧରଲା ଝୁରି ଖାଏମି । ତୋର ଫଟୁ ଦୁସରା ଝନେ ଚୁରେଇ କରି ପୁରୁସ୍କାର ପାଏଲେ ତତେ କେନ୍ତା ଲାଗବା?

ସେଦିନ ରାଏତ ତକ ସତ ଆରୁ ସପନ ସିରବଛ ର ମୁଡ଼େଁ ଗୁଲେଇ-ଘାଁଟି ହେଇ ଜାଉଥାଏ । ଫଟୁ ପଠାତିଁ ନାଇଁ ପଠାତିଁ ହଇ ହଇ ସେସକେ ପଠେଇ ଦେଲା । ତାର ଆର ଦିନ ୱେବ୍ସାଇଟ ରେ ପୁରୁସ୍କାର ତାଲିକା ଥି ନିଜର ନାଁ ଦେଖି କରି ଡେଢ଼ ପୁରୁସ ଡେହେଁକି ପକାଲା ସିରବଛ । ତଲେଁ ପଡ଼ଲା ବେଲେଁ ଏକା ତାର ମୁହୁଁ ତାର ସୁଖେଁ ବାହାରି ପଡ଼ଲା – ଇ ପୁରୁସ୍କାର ତୋର ଆଏରେ କାଣି ବଁଗ !

ପାହାଡସ୍ରିଗିଡା, ବରଗଡ

ନାକଫୁଡି ପଣ୍ଡା

0

ଜନମ – ୯/୯/୧୯୨୪, ଦେହାନ୍ତ – ୧୧/୧୦/୨୦୧୨
ନାକପୁଢି ପଣ୍ଡାକର ଜନମ ସୋନପୁର ନ ହେଇଥିଲା । ହାଇସ୍କୁଲେ ପଢଲା ବେଲୁ ସେ ନାଟେ ବାହାରୁଥିଲେ । ୧୯୪୩ ମସିହା ବେଲକେ ତାକର ସାଂଗମାନକର ସାଂଗେ ମିସିକରି “ସବୁଜ ସଂଘ” ବଲି ଗୁଟେ ଅନୁସ୍ଠାନ ବନେଇଥିଲେ । ସେ ବେଲର ମାହରାଜ ସୁଧାଂସୁଭୁସଣ ସିଂହଦେଓ ଆର୍ଥିକ ସହଜୋଗ କରୁଥିଲେ “ସବୁଜସଂଘ” କେ ଆର ‘ସାଧବୀ,’ ‘ନଷ୍ଟ ଚରିତ୍ର’ ବାଗିର କୁଡେ ନୁ ଅଏତକା ନାଟ ପରସିଥିଲେ । ନାକଫୁଡି ପଣ୍ଡା ନିଜେ ୩୦ ନୁ ଅଏଧକା ନାଟ ର ନିର୍ଦେସନା ଦେଇଥିଲେ । ସେ କୋସଲି କବିତା ଲେଖବାର ଥି ବି ଆଗାଡେ ଥିଲେ । ତାକର କୋସଲି କବିତା ପାସରି “ଦେବୁ କାଏଁ ନ… ?” ୧୯୪୪ ମସିହା ରେ ଡ. ମାୟାଧର ମାନସିଂହ କର ସଂପାଦିତ ‘ଶଂଖ’ ପତ୍ରିକା ଥି ବାହାରିଥିଲା । ସେ ସମିଆର ପ୍ରସିଦ୍ଧ କବିତା ମାନକର ଭିତରୁ ଗୁଟେ ଥିଲା “ଦେବୁ କାଏଁ ନ… ?” । ସେ ପଚାସ ନୁ ଅଏତକା କୋସଲି କବିତା ଲେଖିଛନ ।

ପାସରି ଦେବୁ କାଏଁ ନ…!

ପିଲା ଦିନର ସାଂଗ ସରସା ପାସରି ଦେବୁ କାଏଁ ନ ।
ମୁଡା ବଂଧର କଂଦାକୁଡା ସୋର ଅଛେ କି ନେଇଁନ ?
ସଂଜ ବେଲର ଲୁକଲୁକାନି
ଡାଁଡ ଖୁଲିର ଖକ ।
ଗୁଡି ମଡପର ଖମ ଖମାଲୋ
ଛୁରକି ସଇ ସତ ।
ନଏଦ ପହଁରା ବାଲିର ଘର
ଦୁଲି ଝୁଲା ବଡା ସୁଖ ।
ଆଏଜ ଦିନକେ ହେତେଇ ଦେଲେ
ଲାଗୁଛେ ବଡା ଦୁଖ ।
ସୋର ଅଛେ କି ନେଇଁ ନ?
ପିଲା ଦିନର ସାଂଗ ସରସା
ପାସରି ଦେବୁ କାଏଁନ । ୧ ।

ପରର ଘର ଘର ହେବା ତୋର
ନିଜର ଘର ଛୁଚା ।
ପରର ବୁଲେ ସାରବୁ ଦିନ
ନେଇଁ ଚଲେ ତୋର ଇଚ୍ଛା ।
କାହିଁର ଚିହ୍ନାର କାହିଁର ଜନାର
ଜୁଟେଇ ହେବା ବୁଆ ।
ଫୁଫଲା ବାହ୍ମନ ହାତ ଧରବା
ଶୁଲକ ଅଖାଡୁଆ
କୁକୁର କେ ବି ଠାକୁର ବଲିଁ
ମାନବୁ ସବୁ ବେଲେ ।
କାଏଁ ପାରୁଛୁ ତରକି ଥିବୁ
ପଡିଜିବା ଭାଏଲ ଗାଲେଁ ।
ସେନକେ ଜିବୁ ଜେଭେଁ
ପିଲା ଦିନର ସାଂଗ ସରସା ନେଇଁ ଭୁଲବୁ କେଭେଁ ।୨ ।

(ପ୍ରକାସିତ – ‘ଶଂଖ’, ଦେବଗଡ, ୧୯୪୪, ସଂପାଦକ, ଡ.

ଉଜଲବତି ପଣ୍ଡା

0

ଜନମ: ୧୯୨୫, ସରଗବାସ: ୧୮/୧୧/୨୦୧୨

ଉଜଲବତି ପଣ୍ଡାଂକର ଜନମ ବରଗଡ ଜିଲା ସୋହେଲା ପାଖର ଅର୍ଜୁଣ୍ଡା ନ ହେଇଥିଲା । ତାକର ବାପା ହଉଛନ “ଗଁଲିଆ ରାମାୟଣ” ର ରଚୟତା କପିଲ ମାହାପାତ୍ର ଆର ମାଁ ହଉଛନ ସୁନାଫୁଲ । ଉଜଲବତି ଭଟଲି ପାଖର ନୁଆଁପାଲି ର ଗୁଣମଣି ପଂଡା କୁ ବିହା ହେଇଥିଲେ । ତାକର ବାପ ବାଗିର ଉଜଲବତି ବି ଆସୁକବି । ନାଟ ଲେଖବାର ଆର ସିଖାବାର ଥି ମାହିର । ସାଂଗେ ସମପରଦା ଆର ସଂଚାର ଗାହାକେନ ବି ଥିଲେ । ସେ ଦୁଇ କିଲାସ ତକ ପାଠ ପଢିଥିଲେ । ଉଜଲବତି ରାମାୟଣ ଲେଖବାର ଆଘୋନୁ ଲିଲା, ନାଟ, ଆର ଭଜନ ମାନେ ବି ଲେଖିଥିଲେ । ତାକର ଲେଖା ମାନେ ହେଲା: ଗୌରାଂଗ ଲୀଲା, କୃଷ୍ଣ ଲୀଲା, ରାମ ଲୀଲା ଆର ଚନ୍ଦନ ଯାତ୍ରା । ନାଟକ: ରୁକ୍ମିଣୀ ବିଭା, ଜଳନ୍ଧର ବଧ, ଆଦ୍ୟକାଣ୍ଡ ରାମାୟଣ, ଶଶୀରେଖା ପରିଣୟ ଓ ଭାଗ୍ୟର ଲେଖା ।

ତାକର ରାମାୟଣ ବିସେନେ ପ୍ରଫେସର ହୃଦମଣି ପ୍ରଧାନ ଲେଖସନ:
“ଉଜଲବତିକର ରାମକଥା ଛୁଟିଛେ ଛାଟେଛାଟ, ପାଠକ ଆର ସ୍ରୋତା ର ତରଲ ଢଲମଲ ମନକେ ଖାଲି ରାମରସେ ବୁଥବୁଥା କରବାକେ । ସାହିତ୍ୟତ୍ତତତ୍ୱମାନକର ଇ ଏଖେ ଗୁଟେ ତତ୍ୱ (ରସ ତତ୍ୱ) ରାମରସ ଉଜଲବତିକର ରାମେଣ ଥି ଛୁଆ ଟେ ବି ଜେନ ଚାଟି ପୁଛିକରି ଖାଇ ପାରବା ହେଟା ହିଁ ଇ ରାମକଥା ର ମହାନତା । ତଥାବ, ଭାସାର ଚମତକାରି ଆରୁ ସାହିତ୍ୟର ହିରାନିଲା ବି ଇ ନ ମିଲବା । ବାକି ହେ ସବୁ ବି ଛୁଆକର ଟା ଆରୁ ମା ମାନକର ଟା । ମା-ଛୁଆକର ନିରିହପନ ଆରୁ ସରଲତା ।

ବିସ୍ୱାମିତ୍ର ମୁନି ରାମ-ଲଖ୍ୱଣ କୁ ନେଇ କରି ଜଉଛନ:
ଘୋର ଜଂଗଲ ପାହାଡତଲ କଟକଟଉଛେ ଝାର
ବିସ୍ୱାମିତ୍ର ବଏଲେ ପିଲେ କେନ୍ତା ହେମା ପାର ।
ରାମ ଲଖ୍ୱଣ ବଏଲେ ଗୁରୁ ଛୁଛାଟାକେ ଡରସ
ବାଟେ ଘାଟେ ଛଏରା ଦେଖଲେ ଥକିକରି ବସସ । (୧.୭-୮)
ଇନୁ ଆର ଜହ ସରଲ, ସହଜ, ଆର ସୁନ୍ଦର ଆମର ଭାସାଥି କାଣା ହଇପାରେ ।
***            ***                 ***         ***           ***
ଜେନ ନ ଜେନ୍ତା ମହାକାବ୍ୟର ବିସୁଦ୍ଧ ଅଲଂକାର, ଅତିସୟୋକ୍ତି ଦେଖବାକେ ମିଲସି । ଜେନ୍ତା:
ଏତକି ବେଲକେ ତାଡକା ଅସୁରେନ ଡୁଲଂଗି ଏଡେ ଆଁ
ଉପରେ ଉପରେ ଉଡି ଜଉଛେ କୁଲା ଉଡେ ଉଡେ କାନ (୧.୯)
ରାମ-ରାବନ ଜୁଧ୍ୟ ନ ରାବନ ଜେନ କହୁଛେ ରାମକୁ, ତେହିର ଅତିସୟୋକ୍ତି ଦେଖୁନ:
ମାରି ମାରି ଥକିଗଲେ ରାବନ ଦେଖି ହଁସଲା
ତାଡକା ସୁବାହୁ ବାଲି ବାଗିର ମତେ ଭାବଲୁ କାଏଁ ବଏଲା ।
ସିଂଘର ଆଗେଁ ସସାର ଖେଲ ବିଲେଇର ଆଗେ ମୁସା
ନାଗର ସାଂଗେ ବେଂଗ ଲଢୁଛେ ଦେକତ ତୋର ଭରସା । (୬.୫୮୨-୩)
***            ***                 ***         ***           ***
ଇନ ଅତିସୟୋକ୍ତି (Epic Exaggeration) ବି ଅଛେ ଆରୁ ସ୍ଲେସ(Irony) ବି ଅଛେ ।
***            ***                 ***         ***           ***
ଆରୁ ଗୁଟେ କଥା ହେଲା ସମାଜର ରିତିନିତିର କଥା । ଉଜଲବତି ଇ ଇଲାକାର ରିତିରିବାଜ, ଇହାଦେର ଆମର ସମାଜର କଥା ଆରୁ ଆମର ଲୋକମାନକର ଚାଲଚଲନ ବି ଜେନ୍ତା ଦେଖିଛନ ସେନ୍ତା ଗାଇଛନ ।

“ବର ବରଲେ ଘଡି ସାଏକଲ ରେଡିଓ ସୁନାର ମୁଦି
ଗଂଗା-ଜମୁନା ପଛରି ସାଂଗେ ସୁପରଫାଇନ ଧୁତି (୧.୩୦)”

ଇନ ଗଁଲି ଗାଁ ନ ଜେନ୍ତା ହେସି:
“ଦୁହି ସମଧି ଜୁହାର ଭେଟ ପାନ-ବିଡି-ସିଗରେଟ (୧.୨୫)”

ତେହିଁର ଲାଗି କଲରିଜ(ST Coleridge) ବଲୁଛନ, ଏ ଭାଇ, ଇ ସମଭବ-ଅସମଭବ ବିଚାରକେ ମନୁ ଅଲଗେଇକରି (Willing Suspense of Disbelief ) କାବ୍ୟ କବିତା (ସାହିତ୍ୟ) ପଢ କି ସୁନ ।