Monday, April 27, 2026
Home Blog Page 21

ଦର୍ଜିବୁଢାର ମରନ କଥା : ସାକେତ

କୁକ୍ରାଡଖୁଁ ରଡି ରଡି କାଂଦୁଛେ ଜେ କାଂଦୁଛେ ନ । କାଣା ହେଲା ବଲି ଦର୍ଜିବୁଢାର ବାଟର ପରଛି ଗଜଗଜେଇ ଜଉଛେ ଲୁକେ । ବୁଢା-ବୁଢି, ମାହେଜି-ମୁନୁସ, ଛୁଆ-ପିଲା ଅଉଛନ ଜଉଛନ ଆର ଦର୍ଜିବୁଢା ସମକୁ ବୋଲ ବୋଲ କରି ଗଲାରାତିର ସେ ସେ କଥାକେ କହୁଥାଏ, “ମୁଇଁ କାହୁଁ ଜାନତି ନେହେଲେ, ହେ କୁକ୍ରାଡଖିଆ ପାସ ପାସ ଭଟାକେ ଟିକେ ବାହାରିଛେଁ ବେଲକେ ତ ଲାଲ ଚହ ଚହ ଘୁଡାଥି କିଏ ଗୁଟେ ଜେ ଏକବାରି ଉଚାଁପୁରା ହେଇ ଝମକରି ଫିକିହେଲା ଆର ଧଏଲା ଲବାନ କି ତ ଏଖେ ଗୁଟେ ସରପଟକେ ଉଭାନ । କାଣା ହେଲା କାଣା ନେଇଁ ବଲି ଝୁମରାର ସୁରେ ଧଂଦି ହଉଥାଏଁ ବେଲକେ ସୁଲକି ଆଡୁ ସୁବୁକ ସୁବୁକ କାଂଦି ସୁଭଲା । ପାସକେ ଜେଇ ଦେଖଲିଁ କି ତ ଧୁଏଲ ସରସର ହେଇ ତରାକେ ଅଜେଇ ହେଇ ପଡିଛେ । ଇ ଫାଲ ଇତାର ଜେ ହୋସ ନେଇଁ । ସେନୁ ତତାପନା ବୁହି ଆନଲିଁ ଆର ମୁଡେ ପାଏନ ଟିକେ ଛୁପା ଛୁପି କଲିଁ ବେଲକେ ତେନେ ଜେଇ ହୋସ ଏଇଛେ ।” ଦର୍ଜିର ଘରେ ଜେତେ ଢୁଁଡି ହେଇଥିଲେ ସମକିରର ମନେ ନାନା ଭାବନା; ଇହାଦେ କେନ୍ତା କରୁଛେ ଦର୍ଜିର ଝି, କାଣା ହେଲା ସତେ ସତେ, କିଏ ଆଏ ସେ ଲାଲ ଚହ ଚହ ଘୁଡାବାଲା? ସବେ ତାହାକେ ଦେଖବାରକେ ଚାହୁଁଥିଲେ । ସବେ ତାର ଟୁଣୁ ସୁନବାରକେ ଚାହୁଁଥିଲେ । ହେଲେ ଦର୍ଜିର ଝି କେ ହୋସ ଆଏଲା ବେଲୁ ସେ ହେନ୍ତା ବସଲା ଛଁଚେ ବଇସଛେ ଜେ ବଇସଛେ ନ; ଜେନ୍ତା ପଖନର ମୁର୍ତି । ଟୁଣୁ ବିଲକୁଲ କଥା ନି ବାହାରୁଥେଇ । ସାମନାଥି କାଣା ହଉଛେ ନେଇଁ ହଉଛେ, କିଏ ଜଉଛେ କିଏ ଅଉଛେ ଜାନି ନି ପାରୁଥେଇ । ଭେକଲି ବାଗିର ଏକସକଁଟି ଖାଲି ଜେନଆଡେ ଦେଖଲେ ଦେଖୁଥାଏ ଜେ ଦେଖୁଥାଏନ । ବୋଧେ ବାରମ୍ବାର ତାର ସାମନେ ଗୁଟେ ଡରଡରନ୍ୟା ଦୃସ୍ୟ ମୁଲୁସେସ ସେସେଥି ଘଟତେଲ ଜଉଛେ ଆର ସେ ଦୃସ୍ୟର ଫଟୁ ସବୁ ଜେନ୍ତା ତାର ଆଁଖି ଉବକି ଛାପି ହଉଛେ ଆର ଡର ଜେତେ ଲେପିହେଇ ଢାଁପି ଦେଇଛେ ଆଏଁଖକେ । ଜେନ୍ତା ଢୁଁଡି ରାଖ୍ୟାସେନର କଥା ସୁନି ଆଇର କୁଲେ ସରପଟି ଦଉଥିଲା କି ଡରଡରନ୍ୟା ସପନଟେ ଦେଖି ହଠାତ ଉଠିପଡି ବେବଲେଇ ଜେଇ ନିସାସ ଆର ଧୁକଧୁକି ତେଜକେ ଉଟୁସ ପୁଟୁସ ଅବାକ ହେଇ ଜେଇଛେ । ସେନ୍ତା କାଁଥିକୁଡେ ଗୁଟେ ଛଁଚେ ଉଧେଇ ହେଇଛେ ଜେ ହେଇଛେ ନ ଜେନ୍ତା ସେ ବି ସେ କାଁଥିର ଖଣେ ।

ଦର୍ଜିର ଝି କେ ଲାଗିକରି ତାର ଆଖର ପାଖର ଭାବ ବିସାସର ଜେନ ମାହେଜି ଟୁକେଲ ବଇସଥାନ ଆର ଚାହା ପାଏନ, ଖାନାପିନା ପେସରେଇ କରି ସେନୁ ଟିକେ ଟିକେ ବାରମ୍ବାର ଜଁଚେଇ କରି ନିଜର ବଲି ସେଁକେଇ ହଉଥାନ । ସେ ଭିତ୍ରୁ ମାହେଜିଟେ ଟିକେ ଉସାର ପିସାର ହେଇ ନେଇଁ ଜାନଲା ନୁଆଁ ଲୋକକୁ ବଲୁଥାଏ, “ୟା ଇଏ ପରେ ଗୋ ଭଟାକେ ହେ ସୁଲକି ଆଡକେ ବାହାରିଥାଏ ହେଟା ଆର କି ତ କାଣା ଜେ ମାଁ ଇତାର ଉପରକେ ତ ଢୋଡଗିଧା ବାଗିର ଝାଁପି ପଡଲା ଏକବାରି ଆର ଅଂଘାକରି ଧଏଲା ଆର ସିଧା ଘୁଡାଥି ବସେଇକରି ମଝା ଗାଁଖୁଲି ପରେ ଭଉଁର ଭଉଁର କିଂଦ୍ରାଲା । ଆଗୋ, ଟୁକେଲ ଲୋକ କିଂଦ୍ରେଜେ ପରେ ୟା, ତତଲା ପବନ ଝଉ ମାରଲା ବାଗିର ହେଇ ଜଉଥାଏ । ଚେତା ବୁଡି ସାସଁ ଉଡିଗଲା ବାଗିର ପଡିଥାଏ” । ଲାଲ ଚହଚହ ଘୁଡାଥି ଉଁଚାପୁରା ଲୋକଟେ ମଝା ଗାଁଖୁଲି ଭଉଁର ଭଉଁର କିଂଦ୍ରାବାର କଥାଟା ବହୁତ ଲୋକକୁ ହଠାତ ଅବିସାସ ଲାଗଲା । ପିଲାଟିଆଟାମାନେ ତ ସୁନୁନ ସାଏର କି ଲାଲ ଚହଚହ ଘୁଡାକେ ହଁସିଥି ଉଡେଇ ଦେଲେ ହେଲେ ବୁଢାମାନେ କଥାଟାକେ ବଢା ଗୁହେରୁ ନାପଲେ । ଜୁଗ ଜାହା ହେଲାନ, ଆଏଜ କାଲି ତ ଲୋକ ଆରୁ ଦେ ଦେବତା ବଡ ସାନ ମାନବାର ନେଇଁ । ପିଲାକର କଥା ଛାଡ, ସିଆନଟାମାନେ ତ ଜାନିଜାନି ପୁହୁରଝୁର କରୁଛନ । ସବୁକେ ଲହଁକି ଗଲେ ନାଇଁ ହେବା ଏନ୍ତା, ତାର ଗୁଟେ ସିମା ଅଛେ । ଇଟା ଜନେଇ ଦେଲାନ, ଦେଖ ଏତକର କେନ୍ତା ବିପଦ ସବୁ ଗୁଡାବା ଜେ । ଅମକା ଗୁନିଆଁକେ ଡାଖ, ଢିମକା ବଇଦକେ ଡାଖ, ବାଭନକେ ଦେଖେଇ ବଲ ବଲି ବୁଝା ସୁଝା କରବାରକେ ତୁର୍ତାତୁର୍ତି ଦର୍ଜି ବାଭନକେ ଡାଖଲା ଆର ଉପାଏ ବାହାରକରି ରିସ୍ଟଖଂଡନ ହୋମଲାଗି ଜୁଟି ପଡଲା । ବାଭନ ଭିତର ବଖ୍ରାଥି ରିସ୍ଟଖଂଡନ ହୋମ ମୁଲକଲା । ମଂତ୍ର ତଂତ୍ର, ଧୋପ କୁହୁଲାଥି ଗୁମକି ଜଉଥିବାର ହୋମଠାନେ ବାଭନ, ଦର୍ଜିର ଝି ଆର ତାକର ଘର ପାସର ସେ ମାହେଜି ଥାନ । ବାହାରର ପର୍ଛିଥି ଦର୍ଜି ଅତି ଜରୁରି ଫଟା କପଡାଟେ ସିଲେଇ ବସିଥାଏ । ହେଲେ ମନ ତାର ଦୁସ୍ରା କେନଆଡେ ଘିଚି ନଉଥାଏ । ମିସିନର ଚକ ଥମିଲ ହଉଥାଏ । ଫଟା କପଡାଗଦା ହେନ୍ତା ଟେବୁଲ ଉପ୍ରେ ପଡିଥାଏ ଆର ଦର୍ଜି ଖୁଟ ବାଗିର ଠଁକଉଥାଏ ସାମନାର ଲିମଗଛକେ । ତାର କନିଆଁ ମଲାଦିନୁ ସେ ସବୁଦିନ ପାଏନ ଦେଇ ଦେଇ ବଡ କରିଛେ ଗଛକେ । ଡେଂଗ ଡାହଲୋ ହେଇ କେରା କେରା ଫୁଲେ ଦୁହୁଲୁଛେ । ଦର୍ଜି ଠଁକଉଥାଏ ଆର ଗଛୁ ଫୁଲ ଝରି ପଡୁଥାଏ । ବୁଢା ଦୁଇ ପହରେ ସପନୁ ଥାଏ…

“ଢୁଁଡି ରାଖ୍ୟାସ ଆଘୋ ମଗର ରୋପ ଧରେ । ଟାଂଗର ଖୋଲ, ପଖନ କର୍ପନ ହଂଦଲେଇ ଆନେ । ବଂଧ ଜାକର ଝୁରି ସେସ କରିଦିଏ । ହେଲେ ଆର ନି ପାରବାର ନ । ବଲ ବଏସ ଗଲା, ବୁଢା ଅସୁର ବାଟ ମୁହଁତକ ଆଏଲା ଆର ଜୁଗି ଜୁଗି କିଛି ନେଇଁ ପେଇକରି ସେସକେ ଖୋଲ ଭିରକେ ଫିରିଜେଇ ଉଟୁସ ପଟୁସ ହୁରଗୁନି ହେଇ ହୁଁକରାଲା । ହୁଁକରାଲା ହୁଁକରାଲା ଆର ଭୋକର ମାଡକେ ସେସକେ ନିଜର ଦିହୁଁ ଛିଡେଇ ଛିଡେଇ ସିକାର ଖେଇ ବସଲା । ଭିତର ବଖ୍ରାନୁ ବାଭନର ରିସ୍ଟଖଂଡନ ହୋମର ମଂତ୍ର ସୁଭୁଥାଏ ଆର ହଠାତ କିଏ ଭଟାର ପର୍ଛିଆଡୁ ଗୁଗେଇ ଉଠଲା, ସତେ ଜେନ୍ରା ରିସ୍ଟଖଂଡନ ହୋମର ମାଡକେ ବଘଲା ଦେବତା କି ଭୁତ କିରକିରାତ ଦର୍ଜି ଘର ଛାଡି ପଲଉଥାଏ, ବେଲକେ ଭାବ ବିସାସ ଦେଖେଇ ହଉଥିବାର ଘର ପାସର ସେ ମାହେଜି ନର୍ଦି ଆଏଲା ଭଟାର ପର୍ଛିିକେ ଆର ତାର ପଛେ ପଛେ ଦର୍ଜିର ଝି ଆର ବାଭନ । ଦର୍ଜିବୁଢା ତଲମୁହାଁ ହେଇ ଉଲମି ପଡିଥାଏ । ସିଲାବାର କପଡା ରକତ ସରସର, ମିସିନ ସାରା ବୁଟବୁଟା । ରକତ ଥିପି ପଡୁଥାଏ ମିସିନର ବଂଦଚକା ବାଟୁ ତଲେ । ଘରପାସର ସେ ମାହେଜି ଆର ଦର୍ଜିର ଝି ର ରଡି ରଡି କାଂଦବାରକେ ଫେର ସଖାଲର ବାଗିର ଆର ଗୁଟେ ଭିଡ ଜମି ଜେଇଥିଲା । ହେଲେ ଭିଡର ପ୍ରସ୍ନବାଚିର ଚେହେରା ଡରି ଜେଇଥିଲା । ଅବିସାସକେ ବି ଗୁଂଦଲେଇ ହେଇ ହେଇ ବିସାସ କରୁଥିଲା । କେନଟା କେନ୍ତା ବୁଝିନିପାରି ଅବାକ ହେଇଜଉଥିଲା । ଜାତିଭେଇ ଠୋଲଠାଲ ହେଇ ରିତିନିତି ଅନସାରେ ବୁଢାକେ ମାଏଟଦେଇ ଆଏଲେ । କାମ ଦସା ସରଲା । ବଂଧୁ ବାଂଧବ ଜିଏ ଜେନ୍ତା ପଲାଲେ ହେଲେ ସେ ଘର ପାସର ମାହେଜି ଦର୍ଜିର ଘରେ ଗୁଂଦେଲେଇ ହଉଥାଏନ । ଟିକେ ଛିନା ଦେଖିକରି ମନେ ଗୁଂଦଲେଇ ହଉଥିଲା କଥାଟା ପଚରାଲା ଦର୍ଜିର ଝି, “ବଡି କଥାଟେ ପଚରାମି କହେବୁ ? ସେ ଦିନ ତ ମୁଇଁ କାହାକେ କିଛିନି କହ ି କି ଆଏଜତକ ବି କାହାକେ ସେ ଦିନ କେନ୍ତା କେନ୍ତା ହେଲା ନି କହେବାର ତାଏଲ ଫେର ହଠାତ ପରାର ମାହେଜି ଟୁକେଲ ଘେରେଇ ଥାନ ବେଲକେ କଥାଟା ଆଖିଁ ଦେଖଲା ବାଗିର କେନ୍ତା କହି ପକାଲୁ? ମୁଡ ତଲକରି କଥା ଲୁକାବାରକେ ଚାହୁଁଥିଲା । ଘଡେ ତୁମ ପଡି ଭାବଲା ସେ ଆର ଫେର ମୁଡ ଉପର କରି ମୁଲକଲା, “ହେନ୍ତେଇ ବି ତ ଆର କିଛି ନେଇଁନ; ସବୁତ ସରିଗଲା ନ । ଆର ଲୁକେଇ କରି ହେଲେ କାଏଁ ଲାଭ କି ମୋର ଆଗାଡେ ପଛାଡେ ଆର କିଏ ଅଛେ; ମୁନୁସ କି ଛୁଆପଲା । ହେ ରାତି ତତେ ଜେନ ଦେବତା ଧରିଥିଲା, ତାର ପୁଜା ମୁଇଁ କରୁଥିଲିଁ । ଭୁଲ ସୁରେ ମତେ ଭାବି…” ।
ଟଁଟି ତାର ବସି ଜଉଥିଲା । ଆଁଖିର ପାଏନ ଆପେ ଗାଲବାଟେ ଉହଲି ଗଲା । ଦୁଆର ବଂଧକେ ଅଜେଇ ହେଇ ବାଟଆଡେ ଏକସକଁଟି ଠଁକଉ ଥାଏ ଜେ ଠଁକଉଥାଏ ନ ।

ବାବୁ: ସାକେତ

ବିହାଘର ଟା’କର ସପିଂ କରି ପକେଇଥାନ ନିସା । ଜେନ୍ତା ଜିବନ ଭଏର ଆର କେଭେ ସପିଂ କରବାର ନେଇଁନ । ମାହେଜି ଟୁକେଲ ତ । ସେ ସାମାନ ସବୁ ଧରି ନି ପାରୁଥେଇ; ମୋର ବି ହାତ ପୁରତୁନୁ ଥିଲା । ଆମେ ମଲରୁ ବାହାରି ସାରିଥିଲୁଁ ନ । ନିସା କହେଲେ, “ଚାଲ ଟିକେ ବସମା ଆର ଜିମାଁ, ଅଥା ଲାଗି ଗଲା ନ” । ପାର୍କିଂ ଲଟ ର ସାଇଡରେ ଫିକ୍ସଡ ସ୍ଟିଲ ଚେଆରରେ ସେ ବସି ପଡଲେ । ମୁଇଁ ସାମାନ ସବୁ ତଲେ ରଖିଦେଇ ଆଇସକ୍ରିମ ଆନିଗଲିଁ ।

ତାକର ଲାଗି ଗୁଟେ ଚକଲେଟ ଫ୍ଲେବର ବାଲା ଆର ମୋର ଲାଗି ଭେନିଲା ବାଲାଟେ ଧରି ଆଏଲିଁ । ଆଇସକ୍ରିମ ତାକର ମୁହଁ ପାସକେ ନେଲି ନ ହେଲେ ନଜର ନି । ସେ ଗାଲେ ହାତ ଦେଇ କରି ବଢେ ଦାର୍ସନିକ ବାଗିର ସାମନାକେ ଠଁକଉଥାନ । ମୁଇଁ ବି ଦେଖି ଦେଖଲିଁ ଆଖିର ଏନ୍ତା କେଁ ଦୃସ୍ୟ ଆମର ମେଡମକେ ଭାବ ବିଭୋର କରି ଦେଇଛେ…
ଓଃ ! ଲିଟିଲ ଲିଟିଲ ରେସିଂ ସ୍ଟାର । କା’ର ଟା ଭେନ, କା’ର ଟା କାର । କେନଥି ଫୁଲକା ଫୁଲକା ଗାଲବାଲା ଲିଟିବାଂଧୁ ପଂଜାବି ପିଲା ତ କେନଥି ମାଡ୍ରାସି ବୁଇ ତ କେନଥି ବଂଗାଲି ମୁସାଏ ଡାଏବର ସିଟରେ ବସିଛନ । ସେ ଗାଡିମାନକୁ ବସବାର ଲାଗି ବି ଖାଲି ଗୁଟେ ନ ଡାଏବର ସିଟ ଥାଏ । ଇଥି ହର୍ନ ନେଇଁ, ଲାଇଟ ନେଇଁ ହେଲେ ହିଂଦି ଫିଲିମରେ ହିରୋ ଗାନା ଗାଏଲା ବେଲେ ଜେନ୍ତା ଖୁଲା ଗାଡି ଚଲାସି ହେନ୍ତା ଖୁଲା ।

ଗାଡି ମାନକର ନିର୍ଦିସ୍ଟ ରାସ୍ତା ବି ନେଇଁ; ମଲ ସାମନାର ଖଲା ଏଡେ ଉସାର ଚିକ ଚିକ ସର୍ଲି ଜଉଥିବାର ସମାନ ମାର୍ବଲ ଚଟାନ ଉପରେ; ସ୍ଟିଅରିଂ ଜେନ ଆଡେ ମୁଡଲେ ସେଆଡେ ରୁଥୁଥିଲା । ଟ୍ରାଫିକ ବି ନେଇଁ ନ । ସେଆଡୁ ଲୋକବାକ ଅଉଛନ ଜଉଛନ ଡାଏବର ମାନକର ପରବାଏ କି ଖାତିର ନେଇଁ । ଉଲଟିଆ ଜଦି କିଏ ଚେପେଇ ହେଲା ବଏଲେ ଡାଏବର ମାନେ ଖୁଦଖୁଦେଇ ଖୁଦଖୁଦେଇ ହଁସିକରି ତାର ଆଡେ ଦେଖୁଥା’ନ । ଆର ସେ ଚେପେଇ ହେଇଥିବାର ହିତାଧିକାରି ବି ହଁସିଟେ ସାଂଗେ ଉଡନ୍ତା ଚୁମାଟେ ମାରି ହାତ ହଲେଇ ହଲେଇ ଉଭି ଜଉଛେ । ଫେର ଜେ କିଏ ଚେପେନି ଚେପେ ହେଇଗଲା ବେଲକେ ସଂଭଲି ଜେଇକରି ଡାଏବର ର କଁ’ଲ ଫୁଲକା ଫୁଲକା ଗାଲକେ ଉସାସେ ଲକଲକେଇ ଦେଇକରି ହଁସି ହଁସି ‘ସୈତାନ’ ବଲିକରି ମିଲକି ଦଉଛେ । ଛୁଆର ବୁଆ-ମାଁ ମାନେ, ହାତେ ଆଇସକ୍ରିମ, ସପିଂ ବେଗ ଧରିକରି ମଜାନଉଥାନ । କେମରା, ମୋବାଇଲରେ ଛୁଆକର ଫଟୋମନେ ଘିଚୁଥାନ । ଗାଡିମନେ ଛୁଟୁଥାଏ, କେନଆଡୁ କେନଟା ଆସୁଛେ ଜେ ଜନା ନି କି ଡାଏବର ସାଇଡ ଦେବାର କି ବ୍ରେକ ମାଡବାର ବି ନେଇଁ ସିଖି । ଗାଡିମାନେ ଏଖେଠାନେକେ ଢେସି ବି ହଉଥାନ । ଫେସଫେସୁ ଡାଏବର ହେଇଥିବା ବଏଲେ ଠସୋ ଠସୋ କାଂଦି ପକଉଥାଏ ନେହେଲେ ସବ ସ୍ଟେରିଂରେ ହାତ ପିଟି ପିଟି ଜୋରରେ କିର୍ଲେଇ କରି ଖିଲଖିଲେଇ ଖିଲଖିଲେଇ ହଁସି ପକଉଥାନ । ଆର ମାଁ ବାପମାନେ କେମରାରେ ଫଟୋ ଉଠଉଥାନ ।

ଆଇସକ୍ରିମ କପ ଡସ୍ଟବିନରେ ପକେଇକରି ସାମାନ ସବୁ ଧରି ଫେର ମେନ ରୋଡକେ ଆଏଲୁଁ । ରାସ୍ତାକ୍ରସ କରି କରି ସହେ ମିଟର ହେବା ଆମର ଏପାର୍ଟମେନ୍ଟ , ୱାକିଂ ଡିସ୍ଟେନ୍ସ । ହେଲେ ମୁଇଁ ଆଇସକ୍ରିମ ଧରାଲାବେଲୁ ଦେଖଲିଁ ନ ନିସାର ମନ ଟିକେ ଦୁସରା କେନ ଆଡେ କିଂଦରୁଛେ ।
ରିକ୍ସା କେ ଡାଖଲିଁ –
– ଓଏ…ରିକ୍ସା,
ରିକ୍ସା ସାମନାକେ ଆସି ଅଟକିଗଲା । ରିକ୍ସାବାଲା ମୋର ଆଡେ ଦେଖଲା ।
– ନିର୍ମାଣ ବିହାର ଚଲୋଗେ କ୍ୟା ? ଡି ବ୍ଲକ, ମଂଦିରକେ ସାମନେ ।
– ବୈଠୋ,
– କିତନା ?
– ଦେ ଦେନା
ଆମେ ସାମାନ ସବୁ ଥୁଇ କରି ବସଲୁଁ । ରିକ୍ସା ଚାଲଲା । ମୁଇଁ ନିସାକେ ଦେଖୁଥିଲିଁ । ଏକଦମ ଗୁମସୁମ । ସେ ବାହାର ଆଡେ ଦେଖୁଥିଲେ । ଦିଲ୍ଲି ମାହାନଗରିର ଘୋ ଘୋ ହୋ ହୋ ଆର ଗାଢା ଅଂଧାରକେ ହିଁସଲେଇ ପକଉଥିବାର ଉକ୍ୟା ଭିତ୍ରେ ନିସାର ଆଏଁଖ କାଣା ଗୁଟେ ନୁରଲା ନୁରଲା ବାଗିର କରୁଥିଲା ।

ମଂଦିର ସାମନାରେ ରିକ୍ସା ବ୍ରେକ ମାରଲା । ସାମାନ ସବୁ ଧରି ଉତରି ଆଏଲୁଁ । ଦସ ଟଂଗିଟେ ଧରେଇଦେଲିଁ । ରିକ୍ସାବାଲା ରିକ୍ସାକେ ମସକି କରି ପଲାଲା । ଜଲଦି ଜଲଦି ସୋସାଇଟିର ଗେଟ ଡେଗିକରି ଏପାଟମେନ୍ଟ ର ଲିଫ୍ଟ ତକ ପହଁଚିଲୁଁ । ଫେର ଆର ଘଡିକେ ଆମର ଫ୍ଲୋରରେ । କବାଟ ଖୁଲଲିଁ । ଲାଇଟ ଆର ପଂଖାର ସୁଇଚ ଦେଇକରି ସୋଫାରେ ଲଦକରି ବସି ପଡଲିଁ । ମୁଇଁ ଜେନ ଥୁଇଥିଲିଁ, ନିସା ବି ତାକର ହାତର ସାମାନ ସବୁ ସେନ ରଖିଦେଇ କଲେ କଲେ ବେଡରୁମକେ ଗଲେ । ମୁଇଁ ଭାବୁଥିଲିଁ ସବୁଥରର ବାଗିର ସେ ଫ୍ରିଜରୁ ବୋଟଲ ବାହାର କରି ଦୁଇ ଗିଲାସ ପାଏନ ଢାଲବେ, ଗିଲାସେ ମତେ ଧରାବେ ଆର ଗିଲାସେ ସେ ଧରିକରି ମୋର ସାଇଡରେ ବସି ପଡବୋ ସୋସ ଆର ଅଥା ବଢି ଜଉଥାଏ । ନିଜେ ଫ୍ରିଜ ପାସକେ ଜେଇ କରି ପାଏନ ବୋଟଲ ବାହାର କଲିଁ । ଗ୍ଲାସ ନେଇଁ ଖୁଜି ନ, ହେନ୍ତା ପି’ଦେଲିଁ ଆର ମ୍ୟୁଜିକ ସିସ୍ଟମ ଅନ କଲିଁ … “ଇସ ଦସ୍ତ ମେଁ ଏକ ସେହେର ଥା ଓ କ୍ୟା ହୁଆ ଆୱାରଗି…” ଭଲ ନି ଲାଗଲା ବଂଦ କରିଦେଲିଁ । ଫେର ପାଏନ ବୋଟଲ ଧରିକରି ବେଡରୁମକେ ଗଲିଁ । ତାକର ଦୁହି ଆଁଠୁ ଉପରେ ଫଟୁ ଗୁଟେକେ ଧରି କାଁଥି ଆଡେ ମୁଁହ କରି କରି ନିସା କାଂଦୁଥାନ । ପାସକେ ଜେଇକରି ତାକର ଆଡକେ ମୁଁହ କରି କରି ବସଲିଁ । ମୋର ଖଂଦେ ତାକର ମୁଡକେ ଥୁଇ ଦେଇ ଜୋରରେ କାଂଦି ବସଲେ ।
XXX      XXX        XXX
ତାର କିଛି ନାଁ ନି ଦେଇଥେଇ ତାଏଲ । ବାବୁ…, ବାବୁ ବଲୁଁ ।

ଏକସିଆ ବେଲେ ତାର ମାମୁଁ ଘରେ ତାକେ ଗୁଟେ ତିନ ଚକିଆ ସାଏକଲ ଦେଇଥିଲେ । ତାର ଲାଗି ସେଟା ଉଡାଜାହାଜ, ରେଲ, ବସ, ଫଟଫଟି…ସବୁଥିଲା । ସେ ସେଥି ବସିକରି ଫୁର୍ରଡଡ…ଫୁର୍ରଡ ଆବାଜ ବାହାର କରବା ଆର ତାର ଟୁଣୁ ଲାଲ ଉହଲି ଆଏବା । ଡାଇନିଂ ହଲର ଇଆଡୁ ସେଆଡୁ ଘୁଡଘୁଡୁଥିବା ଆର ନିସା ରଂଧାଘରର ଦୁଆରବଂଧକେ ଆସି କରି ତାର ସ୍ଥିତି ଦେଖିକରି କହିଦିଅନ ସେ ଇହାଦେ କେନ ଅଛେ ଜେ, ବମ୍ବେ, କଲିକତା, ମାଡ୍ରାସ, ଆମେରିକା… ।

ଫେର ମାଁ ପୁଓ ଟିକେ କଥା ହେବେ । ନିସା ପଚରାବେ, ‘ବାବୁ କେନ ଗାଁ ଜଉଛେ ଗା…?’ ବଏଲେ ସେ ଘୁଁ କରବା… । ନିସା ବୁଝିଜାନ ଆର ବଲନ ‘ଆଛା ବାବୁ ଉଡାଜାହାଜଥି ବସିଛେ’ । ଫେର ପଚରାବେ, ‘କେନକେ ଜଉଛେ ଗା ବାବୁ…?’ ସେ ସାଏକଲରେ ଟିକେ ଆଗକେ ଠେଲିହେବା । ଆଛା, ବାବୁ ଆମେରିକା ଜଉଛେ । ଆମେରିକା ନୁ ମାଁ ଲାଗି କାନା ଆନବା ? ନିସା ରଂଧାଘର ଭିତରକେ ପସିଜିବେ ବସଲା ତୁନ ମାନକୁ ଦେଖି ଦେଇ ଫେର ଦୁଆର ବଂଦ ନ ଅଜେଇ ହେବେ ବଏଲେ ସେ କେତେବେଲୁ ସାଏକଲନୁ ଉତରିକରି ବଲ, ଭାଲୁ ସାଂଗେ ବସିଥିବା । ତାର ଫୋନ ଧରିଥିବା । ସେ ପରେ ମୁଇଁ ଅଫିସରେ ଥିଲାବେଲେ ଘରୁ ଫୋନ କରୁଥିଲା । ମୋର ସାଂଗେ ଗପୁଥିଲା । ପେନ, ପେନସିଲ, ଚକଲେଟ ଆନି ଦେବାର ଲାଗି ସୋର କରଉଥିଲା ।

କଥାତୁ : ସାକେତ

ଫି ଦିନର ଜୁହ୍ନା ବଏସ୍ରା ବାଗିର ବଢ଼େପୁରୁ ମୁଠେ ଖେଇଦେଇ ଦୁର୍ଗାକୁଠି ନ ପଟିପୁଟା ସଜକରି ତାର ଫି ଦିନିଆ ବଏଠକି ମୁଲକରବାରକେ ବସିପଡ଼ଲା । କଲେ ଜେନ ଭାଂଗ ଚେପେଇଥିଲା ସେଟା ବି ଥୁକିଥୁକା କରି ଟଁଟି ସାଫ କଲା ।

ରାଜା, ମଂତ୍ରି, ସେନାପତି, ଘଟୁଆଲ, ଚଟୁଆଲ, ସାଧେବ ବୁଡ଼ା, ରଜା ର ଝି, ରଜାର ପୁଓ, ମାଲେନ ବୁଢି, ମାନକି ଛେଲ, ଭୋକ ଲଡୁ, ସୋସ ଲଡୁ ସବ ହୁଇହୁଟା; ମୁଇଁ ମୁଇଁ ମୁଇଁ । ଗୁଟ ଗୁଟ କରି ପୁତଲି ନାଚର ପୁତଲି ମାନକର ବାଗିର ଆଁଖିର ପର୍ଦାନ ଥିରଥିରଉଛନ । ଖାଲି ରସି ଢିଲବାର ବେଲ । ହେଲେ କଥାତୁ ତୁମ । ଆଖେ ପାଖେ କିହେ ନେଇଁ । ଭଟାର ପର୍ଛି ଥି ଖାଲି ଛେଲ ଟେ ବଂଧା ହେଇଥାଏ । ଖଇସ ଡାଲ ଛାଡିଦେଇ ତରାଥି ଅଜେଇହେଲା କୁଟାକାଟିକେ ସୁଂଘୁଥିଲା ।

କଥାତୁର ସୋର ନେଇଁ, ସଖାଲ ବେଲି ଭଟାନୁ ଫିରଲା ବେଲେ ସେ ତାର ଅଜାନ୍ତକେ ଭେରୁଝାଁଟକେ ଘୁଁସରାତେଲ ଆନଲା ବେଲେ କେତେ ପୁଆଲ କୁଟାକାଟି ସାଁକଲି ଆନିଥିଲା ଜେ ।

ପୁରାନ ବସଲା ବାଗିର ଗାଁ ଗାଁ କଥାତୁ ର କଥାନି ବସୁଥିଲା । କଥାତୁ ଫୁଲମାଲେ ତାଁପି ହଉଥିଲା । କୁଟା କୁଟା ଚଉଲ, ଦାଏଲ, ଧୁତି, ନଡିଆ, ଅଢିଆ ମିଲୁଥିଲା । ପଁଚ ଭଲଲୋକ ବାଗିର ତାର ମାଏନ । ଆର ତ ଆର ବାଲମତି ବାଲା ବଏଲେ ତାହାକେ ସବ ଜାନୁଥିଲେ ।

ଜେନ ଗାଁକେ କୁନୁଆଁ ଗଲେ, କୁନୁଆଁ କରିଥିବାର ଘରର ପିଣା ବେଲ ବୁଡୁନ ସାଏର ପୁରତୁନୁ । ଦୁଇ ଦିନର ଲାଗି କୁନୁଆଁ ଜେଇଥିବା ହେଲେ ଦୁଇ ଦିନଟା ତିନ ଦିନ, ଚାଏର ଦିନ, ହପତେ ହେଇଜାଏ ।

ଲୋକ ବଂଧଘାଟେ, ପାନଦୁକାନେ ଜୁଗି ବଇସଥାନ ନ୍ୟୁତା ଦେବାରକେ । ଆମର ପରେବି କହୁଥିଲେ ହୋ ବସତାଁ ନିକେଁ ଘାଏ ଆମର ପିଣାନ । ଆର କାହାକେ ହଁ ନି ବଲି ଦେଇତ; ବଢ଼େପୁରୁ ଟିକେ ବସମାଁ; ମୁଇଁ ଡାଖି ଆଏମିଁ ଜେ; ଦେଖ ତିନେ ଆର କାହାକେ ହଁ ନି ବଲିଦେବ ସେ ।

କାଏଲ ବେଲବୁଡେ ହେ ପିଣା ସାଁକୁର ହେଲା ବଲି ସବେ ସୁନି ନି ପାରଲେ । ଆଏଜ ବେଲବୁଡାକେ ଆମର ପିଣାନ ବସମାଁ । ଆଏଜ ବେଲେ ରହିଜ ହୋ ମାହାପ୍ରୁ, ମାହେଜି ଟୁକେଲ ବଢା ସଉକ କରୁଛନ । କବାର କମ ଉସ୍ତାରକରି କରି ମଏଧାନିଆଁ ସବ କରମାଗୁଡି ନ ଠୋଲ ହେବେ । ବାଲମତି କଥାନି ନି ସୁନବାରତକ ତମକୁ ନି ଜେଇଦଉଁ ବଲୁଛନ ।

ବାଲମତି…ରାଜକୁମାରି ବାଲମତି । ଆହା ! ବୁପରି, ଗୁଲଗୁଲା ପସରା । କେତେ ଛଟପଟ ; ବାଏବି କହ । କୁଆଁରି ଟୁକେଲ; ଲୁକି ଲୁକି ସାବିତ୍ରି ବରତ କରୁଛେ । ମନେ ମନେ ବିହା ହେଇଦେଇଛେ ସଂଭୁକେ । ଜାହିଁ ଦେଖଲେ ତାହିଁ ସଂଭୁ । ସଂଭୁ, ସଂଭୁ, ସଂଭୁ; ହମିସା ସଂଭୁ । ଗଛେ, ପତ୍ରେ, ଡାଲେ, ଝରନେ ନଦିର ପାନି ; ମହଲେ, ମହଲର ଫି ବଖ୍ରାନ; ପିଣା, ପରଛି, ଦୁଆରେ, ଗୁମାନ । ସବୁନ ସବୁନ ସଂଭୁ । ବୋଲ ବୋଲ ଖୁପା ଢିଲୁଥିସି ଖୁସୁଥିସି, ପନତକେ ଗୁରେହି ଦେଖୁଥିସି, ମୁଡେ ଉରନା କରୁଥିସି ।

କାହାରିର ନାଇଁ ସୁନେ, ସବୁ ତାର ମନେ ମନେ । ପବନକେ ଫିସିର ଫିସିର କରି କାନେ କହେସି, କେନ ଅଛେ, କାଣା କରୁଛେ ଜା ଟିକେ ଦେଖି ଆଏବୁ ବଲସି । ପବନ ବି ତାର ବୋଲକଲା ବାଗିର ଆକଟ କରି ତାର ପନତେ ଲେଦରେଇ ଘେଁସରେଇ ହେସି । ଜନକେ ଦେଖଲେ ଠ’ରି ନି ପାରେ । ନର୍ଦିଜାଏସି ଝରକା ନିକେ । ଜନ ଠାନେ ତାର ସବୁ ହାରି ଗୁହାରି, ରୁସାଫୁଲା । ଜନ ସବୁ ସୁନସି, ସୁନବାର କେ ନାଇଁ ହଦ୍ରେ, ଫି ଦିନ ସୁନସି ହେଲେ ଅଦିବାଦ ଟୁଣ ନି ଫିଟାବାର ତାଏଲ ।

ବାକି କିହେ ସାହାସ ନି କରନ । ଖାଲି ମାଲେନ ବୁଢି ଟିକେ ଦମ କରସି । ଆଘୋ କହୁଥିଲା, ବୁଇ ମଂତ୍ରିର ପୁଓ ଅପସନ ତ ନେଇନ । ବଡ଼ କଥା ହେଲା ପିଲା ବଢା ହୁସିଆର ଆଏ । ଆର ମାଁ ବାପ କହୁଛନ ବେଲେ ସବୁ ଭାବି ବିଚାରି କହୁଥିବେ । ଏଭେ ବୁଢି ଆଏସି, ତକ୍ତାନ ଫୁଲ ରଖିଦେସି ଆର ଜାଏସି । ତକ୍ତାର ଫୁଲ ତକ୍ତାନ ହେନ୍ତା ପଡି ରହେସି । ମନର ବାଏରତ ମୁରଝେଇ ଜେଇଛେ, ଇ ଫୁଲ…? ମରିତ ସାଏଲିଁନ, ଖାଲି ଦିହଁଟା ରହେଲା । ଉଚକି ହେଲେ, ବିସ ଖେଇଦେଲେ ରଜାରାନି ବାଟ ଚାଲି ନି ପାରନ । ନେହେଲେ ଖାଲି ମରନ କେ ଟାଖିଛେଁ ଆର କିଛିି ନେଇଁ ।

ବେଲ ଉଦିଗଲା ନ ହେଲେ ଗୁମସୁମ ଜନ ଖଁସରି ନି ପାରବାର । ଖୁଟା ଥି ବଂଧା ଛେଲ ପେଟଲେଇ ପଡିଥାଏ । ଅଦିନିଆ ଗରେଲକେ କୁଟାକଟି, ଖଇସଡାଲ ଆର ରାମଲିଲାର ମୁଖାସବୁ ବିଛିି ଛିଛି ହେଇ ପଡିଥାଏ; ମାନ କଥାତୁର ଆଁଖୁ ପୁତଲିମାନେ ଛିତରି ହେଇପଡିଛନ; ବଖ୍ରା ଜାକର । ହେଲେ କଥାତୁ ଅଚଲ, ବେପରୱା, ମୋହ ଟୁଟେଇ ଦେଲା ବଲବ । ସେ ଭାତଖିଆବେଲୁ ହେନ୍ତା କାଁଥି ଥି ଜେନ ଛଁଛେ ଉଧେଇ ହେଇଥିଲା ଜେ ସେ ଛଁଛେ ଥିଲାନ, ବଲବ କେନର ନ ଦେଖଲାର କଥାନି ବାଂଧବାରଥି ଭୋଲ ଜେଇଛେ ।

WHY SCHOOLING IN KOSALI

Many members of non-dominant or minority language communities, especially those living in remote areas, face significant challenges when they try to get a good quality basic education:

1) Some have no access to school at all; others have access to schools, but not to trained teachers – or teachers of any kind.

2) Even if schools are adequately staffed, many of the teachers use a language that
the learners do not understand.

3) Textbooks and lessons focus on the language and culture of the dominant group. If the learners are unfamiliar with that culture, as many are, it is very difficult for them to understand the concepts that are being communicated.

4) Teachers who come from the dominant language society may consider the learners “slow”. They may fail to appreciate – or may even look down on – the learners’ heritage language and culture.

For these learners, school is often an unfamiliar place teaching unfamiliar concepts in an unfamiliar language.
UNESCO

Kosali Activists Staged Dharna at Jantar Mantar; Demands Constitutional Recognition

Kosali Kriyanusthan Committee staged a dharana at Jantar Mantar, New Delhi on 5th Nov. The dharna was staged demanding the inclusion of Kosali in 8th Schedule of the Constitution. It was attended by Saket Sreebhushan Sahu, Coordinator Kosali Kriyanusthan Committee, Dillip Pasayat, Sarbeswar Padhan, Bailochan Naik, Amresh Senapati, Kishor Podh, Dibya Nag, Akash Sahu, Gajendra Sahu, Harendra Swain, Ghanashyam Banji, Rajendra Kedia.

The Dharana was supported by other language activists like Dr Joga Singh(Punjabi), Kundan Amitabh(Angika), Prasun Latant(Bhojpuri), Sunil Tiwari (Bhojpuri) etc.

The Kosali speakers says, in the past few years the central government has included different Indian languages in the 8th schedule of the Indian constitution by the recommendation of various committees.  It shows prudence on the part of the Union government in recognizing the complexity of linguistic diversity in India.

It is said that the right of a mother tongue is a basic cultural right of the people which link them with their economy, socio-cultural system and political right. UNESCO has recognized that the concept of language equality among all languages. Furthermore, the Indian government is promoting the mother tongue based multilingual education to reduce the school drop-out rates and to enhance communication using a mother tongue. In this regard, Kosali language is the mother tongue of ten districts of western Odisha. In addition, a large population of Chattisgarh state; Bhatri region of Bastar district, and from eastern part of Debhog, Phuljhar, Raigarh, Sarangarh to Jashpur uses Kosali language as their mother tongue. More than two crore (2,00,00,000)  population uses Kosli in their day-to-day life.

The Kosali language and literature is vast as it is blessed with many a dedicated writer. As per sources at present around 4500 writers are contributing regularly to enrich Kosali. Publication in Kosali language started in pre-independence India; 1895. Since then a large number of books are published regularly in different genre like epic, poetry, prose, novels, essay, drama, travelogue, translation, children literature, grammar, dictionary, calendar etc and available in the market. According to sources annually around 2300 books are published in Kosali language. Epics like Ramayana, Mahabharat, Bhagbat Gita, and Meghaduta are translated into Kosali language.  Today many major Odia dailies like Sambad, Samaj, Prameya etc are publishing special pages in Kosali language. 

Sambalpur University is providing a PG Diploma Course in Kosali and Haldhar Avasik Vanabidyalaya, Kudopali has included 2 Kosali primers since 2012 in its curriculum.

For the people of western Odisha it is not just a language but a way of life that propel progresses and harmony in the region. The inclusion of Kosali language in the 8th schedule of the Indian constitution will have following positive impacts on the people of western Odisha:

  • Kosali Language as Medium of Instruction

Western Odisha area contains 40 to 50 % of the state’s population. The key to development of western Odisha is the Kosali language. Dropout rate in schools particularly in rural and Adivashi area can be ascribed to, among other variables, teaching in Odia language which not used in day-to-day communication. It is as if learning through an alien language. Kosali is the dominant means of communication throughout western Odisha. Though we have several tribal languages, all tribals have functional capability in Kosali not Odia. That is the main reason why KBK has been found literacy rate with so low. We also have large population of scheduled caste in the area who are similarly impacted. It has caused various problems viz. i) the overall marks of students from western Odisha are lower than the students of coastal Odisha and ii) many bright students of western Odisha fail again and again in both 10th and 10+2 examinations because of their poor knowledge in Odia language. Recognition of Kosali language will facilitate education among the kids of western Odisha in their mother tongue and solve the above-mentioned problems.

Despite aggressive Odianisation, population of western Odisha has retained Kosali language for day-to-day communication.

  • Research and Development

Dictionaries, grammar books, plays, novels, anthology of poems, granthavalis of major poets, Kosali panjikas, several books on history of Kosal (western Odisha), and biographies on Kosali heroes are already available without any financial help from the government. Recognition of Kosali language will avail grants directly from the central government. This will facilitate the research and future development of Kosali language.

Again, Kosali films will be considered for National Awards (Regional Language) only when the language will be enlisted in 8th Schedule of the Indian Constitution.

  • Ease of Governance 

Currently, notices are given in the villages of western Odisha in Odia; not very literates understand the full meaning of these notices. Civil servants from other areas who do not even have rudimentary knowledge of Kosali language cannot communicate with citizens, thus resulting in miscommunication. In fact, Odisha is among the minority of states which claims to have only one language. Out of 29 states, 15 have more than one official language. Out of 7 union territories, all 7 have more than one recognized language. In a democracy, freedom of expression is a fundamental right of the citizen. Good governance requires efficient communication between the citizens and the government. In this context, inclusion of the Kosali language in the 8th Schedule of the Indian constitution will facilitate governance in western Odisha.

  • Kosali as a Distinct Language and its Socio-cultural Impact

The linguistic characteristics of Kosali language are markedly different. Kosali is considered as an ancient language by researchers and it is one of the five Prakrit languages existing since Vedic era along with Sanskrit. But the Kosali speaking region is affluent with adivasis. And it is obvious that they are using languages to communicate before Sanskrit era. It seems, after the invasion of the Aryan, the adivasis of the region may have adopted the language of the mainstream. Even many other caste and tribe like Kulata, Aghria, Brahmin, Bhulia, Gour etc have been migrated to this region in the course of time. All have brought their own culture and language and amalgamated it into the language of the present Kosali speaking region.

Further, the Kosali speaking region was ruled by Nala, Naga, Sarabhapuriya, Chola, Ganga, Somavansi, Kalachuri, Chouhan, Maratha, and Britishers. Even after the acquisition by Britishers, this region has been once in Bengal, once in Madhya Paradesh (Central Province) again with Bengal and then Bihar and finally settled with Odisha. And in the course of time the present form of Kosali has evolved with an influence of all these transition.

At present Kosali is an Indo-Aryan language. It is been categorized under the languages of Purvi Hindi Language Group. The languages of this group are, Awadhi, Baghelkhandi, Chattisgarhi and Kosali.

Genealogical analysis shows two different sources of origin of the two languages, that is, Odia and Kosali language. Odia is originated from the Magadhi Prakrit; whereas, Kosali language is originated from Ardha-Magadhi Prakrit. So, there is remarkable difference between the two in the sphere of phonology, morphology, semantics and syntax. The researchers at the Sambalpur University, Odisha have shown that the Kosali is a distinct and old language.

Kosali language is intimately connected to the distinct culture and heritage of western Odisha, quite distinct from Odia culture. The unique folk songs and dances blends neatly with rhythm and punctuation of Kosali language. Inclusion of Kosali language in the 8th schedule of the Indian Constitution will promote the culture and heritage of western Odisha.

 

 

ବିଚିତ୍ର ବେମାର: ସାକେତ

0

ମାହଜନ ବୁଢା ପୁଟ ପୁଟ କରୁଛେ ବଏଲେ କି ତାକର ବଢେଟେ ବଖରିର ମାହେଜି ମୁନୁସ ଛୁଆପିଲା ସବ ଦୁଆରେ ଠୋଲ ହେଇଗଲେ । ସବେ ବୁଢାକେ ଦେଖବାର ଚାହୁଁଥିଲେ । କିଏ ତଥାପି ଜିଁବାର ଆସ ଦେଇଥିତା । କିଏ ଆଁଖିର ପାଏନ ତରା ତରା କରିଦେଇ ବଢେଟେ ଦାଇତ୍ୱ ନେଇଥିତା; ଜଦିବି ଜିଁ ଥିଲା ବେଲକେ ବଢା ଅମାନ୍ତୁ ହଉଥିଲା କି ନେହେଲେ ଗୋଡଆଡେ ଭୋ’ଛାଡନୁ କାଂଦିଥିତା । ହେଲେ ମାହଜନ ବୁଢା ମରୁଛେ ଜାନିକରି ବି ଏତକିବେଲ ଡାକ୍ତର ସାଂଗେ ଭିତ୍ରେ କାଁ କରୁଛେ ? ଚେକଅପ ତ ସମକିରର ସାମନେ ବି ହେଇପାରିଥିତା । ଡାକ୍ତର ତ ଆସ ଛାଡିଦେବାରକେ ବହୁତ ଆଘୋନୁ କହିଦେଇଥିଲାନ । ବରଂ ଜଦି କେନ କେଁ ଅଛେ ବଏଲେ ଉକିଲକେ ଡାକିକରି ନିସ୍କାମ କରି ଦେଇଥିତା । ହେଲେ ଡାକ୍ତର ସାଂଗେ…ଏକଲା…ବଂଦକୁଠାଥି ଚୁପଚାପ ମଲାବେଲକେ ବୁଢା କାଁ କରୁଛେ ?

ଏନ୍ତା ନାନାଦି ପ୍ରସ୍ନମାନେ ଉଠୁଥିଲା ଦୁଆରେ ଠୋଲ ହେଇଥିବାର ସବୁଲୁକର ମନେ ବେଲକେ ବୁଢାର ସୁଇବା ଘରର କବାଟ ଖୁଲିଦେଇ ସବୁଭାବନା ଏକବାରି ବଂଦ କରିଦେଲେ ଡାକ୍ତର । ଆର ବୁଢାର ଭୁଜିଥି ଦୁସ୍ରା ତୁନ ତରକାରି ସାଂଗେ ପନିର ଭର୍ତା-ବୋଧେ ବୁଢାର ମନଚାହା ତୁନ-ବାଧ୍ୟ କରାହେବାର ମତ ଦଉଥିବା ଲୁକେ କି ନୁଆଁ ଚେନ, ନୁଆଁ ସଂଖାର ଡିଜାଇନ ଆର ସାଢିଧଡି ମାନକର କଲର କମ୍ବିନେସନର କ୍ରିଟିକାଲ ଏପ୍ରିସିଏସନରେ ମାତିଥିବା କ୍ରିଟିକ୍ସ, ବିଡି ଉପ୍ରେ ବିଡି, ସିଗ୍ରେଟ ଉପ୍ରେ ସିଗ୍ରେଟ ପିଇ ଅସାଧାରଣ ଗମ୍ଭିର ଆର ସୌଜନ୍ୟମୁଲକ ସାହାସି ଦିସୁଥିବାର ଚେହେରା ଆର ପ୍ରୋସେସନ ସଜ କରବାରକେ ଗୁଂଦଲେଇ ହଉଥିବାର ସବୁଲୋକ ଦଉଡିଗଲେ ବୁଢାର ସୁଇବାର ଘରଆଡେ । ବୁଢା ଆର ନିଥେଇ ନ ।

କି କୋରସ ସିଂଗରକର ବାଗିର ଏକେସାଂଗେ ସୁଭିଉଠଲା ମାହେଜି ମାନକର ରଡାଗୁଗା କାଂଦି । ଜେନଟା କି ବଡଦୁଆରନୁ ପାରିବାରିକ ମସାନପଦା ଜାଏକ
ବୁଢାର ଠାଟବାଟ ଭରା ସେସଦୃସ୍ୟର ବେକଗ୍ରାଉଣ୍ଡ ମ୍ୟୁଜିକ ବାଗିର ଲାଗୁଥିଲା । ଚିତା ବଢି ବଢି ଜଲି ବସଲା । ଆର କୁହୁଁଲା ମହାଜନର ଦିହୁଁ ବାହାରୁଥିବାର
ବିଦେସି ଅଁତରର ବାସ୍ନାକେ ଉଡେଇ ନଉଥିଲାବେଲେ ଜୁଏ ତାର ସଫାରିସୁଟ ଆର ସୁନାପାଏନ ଦିଆ ବଟମ ସାଂଗେ ତାହାକେ ବି ପୁଡେଇ ଦଉଥିଲା । ସବୁ ଜଲି ପୁଡି, ଖପି ଲଟକି ଖାର ହେଇ ମାଟି ମିସି ଜଉଥିଲା । ହେଲେ ଅସବିଧା ଆର ଚିନ୍ତାରେ ପଡି ଜେଇଥିଲେ ଡାକ୍ତର । ସେ ଖାଲି ଭାବୁଥିଲେ ଲୋକ ପଚରାଲେ ବୁଢା ତମକୁ ଏକ୍ଲା ବଂଦ କୁଠା ଭିତ୍ରେ କାଣା କହୁଥିଲା ବଏଲେ କାଁ ବଲବେ?

କୋସଲିର ସାମ୍ବିଧାନିକ ସ୍ୱୀକୃତି ଲାଗି ୫ରେ ଜନ୍ତର ମନ୍ତର ନ ଧାରଣା

0

କୋସଲି ଭାଷା କେ ସମ୍ବିଧାନ ର ଅଷ୍ଟମ ସୂଚୀ ନ ସାମିଲ କରବାର ଦାବୀରେ ଆଏବା ନଭେମ୍ବର ୫ ରେ ଜନ୍ତର ମନ୍ତର, ଦିଲ୍ଲୀ ଠାନେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫୁ ଧାରଣା ଦିଆହେବା ବଲି ଆବାହକ ସାକେତ ଶ୍ରୀଭୂଷଣ ସାହୁ ଜନେଇଛନ । ପଶ୍ଚିମ ଓଡିଶାର ୨ କୋଟି ଲୋକର ମାତୃଭାଷା ର ହକ ଲାଗି ରାଜସ୍ଥାନୀ, ପଂଜାବୀ, ବଂଗାଲି, ମରାଠି, ଭୋଜପୁରୀ, ଅଂଗିକା, ହିନ୍ଦି ଆଦି ଭିନେ ଭିନେ ଭାରତୀୟ ଭାଷା ର କର୍ମୀ ଧାରନା ଥି ଯୋଗଦେବା ଲାଗି ରାଜି ହେଇଛନ । ଇତାର ବାହାରେ ଦିଲ୍ଳୀ ର ଭିନେ ଭିନେ ଛାତ୍ର ସଂଘଠନ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଆର ବ୍ୟକ୍ତି ଯୋଗଦେବା ଲାଗି ବି ହଁ ବଲିଛନ । ସୂଚନା ଦିଆଯାଇପାରେ ଯେ ରାଜ୍ୟ ସରକାର କେନ୍ଦ୍ର ସରକାର କେ ୨୦୧୪ ଆର ୨୦୧୫ ରେ ନୂଆଁ ସରକାର ବନଲା ଉତାରୁ କୋସଲି କେ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରବାର ଲାଗି ସୁପାରିଶ କରି ସାରିଛନ ।

ରେଲ: ସାକେତ

ଲାସକେ ଧୋବ ଚାଦର ଢାଁପବାର ଆଘୋନୁ ଖାଲି ତାର ମୁହଁ ଦେଖିଥିଲିଁ । ଆଏଁଖମାନେ ରକତ ସରସର ଦିସୁଥିଲା । ପ୍ଲାଟଫର୍ମ ନ ପୁଲିସ ଜାହାକେ ପଚରା ଉଚରା କରୁଥିଲା ସେ ମୁଟା ଲୋକଟା ଟିକେ ଚଂଦା ହେଇକରି ତାର ଏଭର ମାଲିକ ବୋଧହୁଏ ।
– ଆପଣ ସେସଥର ତାକେ କେତେବେଲେ ଦେଖିଥିଲେ ?
– ନେଇଁ, ମୋର ତ ପ୍ରାୟ ଖିଆଲ ନେଇଁ । ମିସେସ କହୁଥିଲେ ସବୁଦିନର ବାଗିର କାଲି ରାତି ବି ଘରର କାମଦାମ ସାରି ପଉଁଚ ତଲର ତାର ଜାଗାକେ ସୁଇବାରକେ ଜେଇଥିଲା । ଆର ଫେର ସଖାଲୁ କାଏଁନ ମିସେସ କହେଲେ ଜେ, “ଏନ୍ତା ସେନ୍ତା ଆଉ ସେ ନୌକରେନଟା ନେଇଁନ ।” ତା’ପରେ ମୁଇଁ ଇମିଡିଏଟ ପୋଲିସ ସ୍ଟେସନ ରିପୋଟ କରିଗଲିଁ । ସେନ ହୁଲିଆଟା ବତାଲା ବେଲକେ କହେଲେ ଜେ, ରେଲୱେ ସ୍ଟେସନ ପାଖେ ଏନ୍ତା ହୁଲିଆର ଗୁଟେ ଲାସ ମିଲିଛେ ।
– ଅଁହ,… ତାର କାନିରୁ ଗୁଟେ ନାଇଟ ସୋ ର ଟିକଟ ମିଲିଛେ ।
– ନାଇଟ ସୋ ! ଟୁକେଲଟେ… ଏକ୍ଲା… ନାଇଟ ସୋ…?
– ତାର ବାହାରେ କାହାର ସାଂଗେ ଏନ୍ତା କିଛି ସଂପର୍କ ଥିଲା କି, କିଏ କିଏ ତାକେ ଭେଟି ଆସୁଥିଲେ?
– ନାଇଁ ତ, ଘରେ ତ ଟିଭିରେ ଫିଲିମ ଦେଖେ । ଫେର ମଝି ମଝି ଫେମଲି ସାଁଗେ ସେ ବି ଜାଏ ।
– ଇହାଦେ କଥାଟା ମତେ ସବୁ ସାଫ ଜନା ପଡୁଛେ । ଫିଲିମ ଦେଖି ନି ଜେଇଥେଇ, ନିସ୍ଟେ କିଏ ଦେଖେଇ ନେଇଥିଲା । ଆର ଫିଲିମଟା ବାହାନା ଆଏ । ଗାଁର ଟୁକେଲ; ବୋଧେ କାହାର ଗୁଟେ ଚିକନିଆ କଥାକେ ବିସାସ କରି କରି ଅଂଧାରେ ଗୋଡ ଥାପିଥିଲା । ତାର ଛାତିର ଦାଗ, ମୁହଁର ଦାଗ ନୁ ସବୁ ସାଫ ଆଏ । ପରେ ଟ୍ରେନ ଲାଇନରେ ପକେଇ ଦେଇଛନ, ଆଉ କାଣା? ଲାସକେ ପୋସ୍ଟମର୍ଟମ ଲାଗି ନେଇଜଉଥିଲେ ।

ମୋର ବି ଟ୍ରେନ ଆସିଗଲା । ଲୋକାଲ ଟ୍ରେନର ଭିଡ ଭିତ୍ରେ ସିଟଟେ ମିଲିଗଲା ଜା ହଉ । ଟ୍ରେନ ମତେ ଗାଁ କେ ନଉଛେ । ଇହାଦେ ପାସରିଦେଲା ବାଗିର ସେ ମୁନଗା ଗଛକେ ଚଘିକରି ସାଗ ତୁଲବାର କେ ମନା କରିଦେଲା । ସତେ ସେ ଆଘୋନୁ କେଭେ ସାଗ ନି ତୁଲି । ଉପର ଛଲକ୍ୟା ହରୋବଟୋ ହେଇ ବାକି କବାରମାନେ ସାରି ଦଉଥାଏ । ମୋର ମାଁ ଗାଲି ହେଲେ ବି ହଁସି ଦଉଥାଏ । ମନ ତାର ଥାବେ ନି ଥେଇ ହେଲେ ଆମର ଘର ଛାଡିକରି ସେ ପାଖର ସହରକେ କବାର କରି ଜିବା ବଲି ମୁଇଁ ଅନୁମାନ ନି କରିଥେଇ । ପରେ କେଭେ ଆମର ଘରକେ ଫୁଲ ତୁଲି ଆଏଲା ତାର ସାଂଗର ଛୁଆମାନେ କାଏଁନ ମୋର ମାଁ କେ କହୁଥିଲେ, “ଆଗୋ ତମର ସେ ବେଡି ତ ସହରକେ କାମ କରିଜିବା, ଖୁଓ କେଡେ ଉସତ” ।

ବେଲବୁଡି ଆସୁଥିଲା । ରେଲ ସହରୁ ଗାଁ ପାସକେ ଏଇଥିଲାନ । ଲହଁସିଲା ସାଗୁଆ ସାଗୁଆ ଖେତକେ ଚିରି ଚାଲିଛେ ଜାବତ୍ୟ ରଂଗର ରେଲ ଜେ ଗଛଖୁଟ, ବୁଟା, ପତରାଭନା, ମେଘ ନୁ ଡଂଗର ଜାଏକ ସବ ନର୍ଦି ପଲଉଛନ ରେଲ ନୁ ।

ଖେଂଜେଡ଼: ସାକେତ

ପାଏନ ବସେଇକରି ଚଉଲ ଧୁଇଲାବେଲୁ ଏକସରଲଗ ଘମଡ ଲଗେଇଛେ ନ ତାର ମାଁ ନ ।
“ମାଁ ଗୋ, ଖେଂଜେଡ ଦେଖିଜିମିଁ ହେଁ, ହେଁ ଗୋ ମାଁ । ଆମନିଗା, ଖେଂଜଡ ଦେଖିଜିମିଁ ଗା, ହେଁ, ହେଁ, ଗୋ ।”
“କେଁ ହେଲାରେ, କିଏ ପିଟଲାରେ ଆମର ବାବୁକେ ।” ଉଏଲବାରୁ ଫିରିକରି ମଚାତରାନ କୁଦେଲ ରଖିଦେଇ ପୁଓକେ ସଉକ କଲା ମେଘ ।
“କେନକେ ପରେଜେ ଖେଂଜେଡ ଦେଖିଜିବା ମାଁ ।” ପାଏନ ଘୁଡାକୁ ଦଉନ ଦଉନ କହେଲା ବିଦୁର ମାଁ ।
“ଖେଂଜେଡ ଦେଖିଜିବା, ହଁ ହଁ ତୁମପର ତୁମପର ଜିମାଁ । ଇହାଦେ ଉତ୍ରିଛନ ପାଟିଟେ । ଆମବୁରେଇନ ଡେରାକରିଛନ ।”
ତାର ବା’ ଘୁଡାକୁ ରେତିକରି ଚାହାଭୁଜା ଖଉନ ଖଉନ ବିଦୁ ଆଗତୁରିଆ ଦରପନ ପନିଆଁ ସାଟପେଁଟ ଆନିକରି ତିଆର ହେଇଥାଏନ । ତାର ମାଁ ତ ରିସମି ହଉଛେ, ପଏସା କିଏ ଦେବା ? ଆଇ! ଆଇର କରାଟେ ତାର ଲାଗି ଚାଏରନି, ଆଠନି ଅହରହ ଭରିଛେ ନ ବରଫ, ପା’ରୁଟି, ବମ୍ବେଲଡୁ ଘିନବାର କେ, ଦସରା, ରଥଦୁତିଆ ଦେଖବାରକେ ଆର ଆଏଜ ଖେଂଜେଡ ଦେଖିଜିବା ଜେ ବି । ବିଦୁର ଉସତ ଖୁଓରେ । ତାର ବା’ ପିଠଗୁନା କରି କରି ଖେଂଜେଡ ଦେଖେଇ ନଉଛେ । ବାଟେ ଘାଟେ ଚିହ୍ନାର ଦେଖିକରି ଝନେ-ଅଧେକେ କହି ବି ପକଉଛେ, “ଏ ଦେଖ, ମୁଇଁ ପିଠଗୁନା ହେଇଛେଁ ଗା । ଆମେ ଖେଂଜେଡ ଦେଖି ଜଉଛୁଁ ଗା” ।
ଗାଁ ଖୁଇଲ ପୁରତୁନୁ ହୁଦା ହୁଦା ଛୁଆ । ଗୁଗାତେଲ, ନର୍ଦିତେଲ, ରିଂଗ, ମର୍ଲା କିଂଦ୍ରାତେଲ, ଝୁଲୁମୁନାନୁ ଭୁଜା ଖାଏତେଲ, ଖଂଦ ଧରାଧରି ହେଇ ଚାଲିଛନ ଖେଂଜେଡ ଦେଖି । ଆସର ବନେ ଘଡେ ଜମଲା । ସରଲା କି ଜିଏ ଜେନ୍ତା ତତାପନା ଫିରୁଛନ । କିଏ କେନ୍ତା ଖେଂଜେଡର ଗାଏଲାନୁ ପଦେ ଅଧେ ହୁଁ ହୁଁ ଲାଲା ବି କରୁଥାଏ । ବିଦୁ ତାର ବା’ର ପିଠି ବେତାଲ ବାଗିର ଉଲେଇହେଇ ପଚରଉଥାଏ ।
– କାଏଲକେ ଫେର ଗାଏବେ ଗୋ ?
– ନେଇଁ କାଏଲକେ ଆର ନାଇଁ ଥାନ ନ ।
– କେଁ ହେଲାଜେ ଗୋ ?
– କାଏଲକେ ପଲେଇ ଜିବେ ।
– କେନକେ ପଲେଇ ଜିବେ ଗୋ ?
– ଦୁସରା ଗାଁ ।
– କେନ ଗାଁ ?
– ଜେନ ଗାଁ ନ ବେଲ ବୁଡବା ।
ଖେଂଜେଡମାନେ ସଖାଲୁ ବାହାରବେ, ଦିନ ଜାକର ଚାଲବେ ଆର ଫେର ବେଲବୁଡାକେ ଥାକବେ । ବେଲ ଜେନ ବୁଡବା ସେନ ଡେରା ପକାବେ । ବେଲବୁଡାକେ ଆସର କରବେ । ଗାଁ ଲୁକର ଥାକେନ ମେଟାବେ ଆର ଫେର ସଖାଲ ପାଏଲେ ସେ ଠାନ ଛାଡି ଦେବେ । ବିଦୁ ଝୁମରି ପଡିଥିଲାନ । ବାଟ ଜାକି ଜୁକଜୁକିଆ ପୋକ ସାନିଘାଁଟି ହଉଥିଲେ । ଉଏଲ ବା’ରୁ ଫିରିକରି ଖେଇ ବସଲା ବିଦୁର ବା ।
– ବାବୁଜେ ସୁଇଛେ ?
– ଖୁଓ କେତେ ଫାରସ ଦେଖବ । ସଖାଲୁ କେତେ ଉଠିଛେ କେତେ ନାଇଁ ଆରୁତ ଖେଂଜେଡମାନକର ବାଗିର ଗିତ ଗେଇ ଗେଇ ଉତକିଛେ ଦିନଜାକିର ।
ତାର ଭୁରକୁଟି; ସେ ପିଣାକେ ବଲୁଛ କାଣା ବାଗିର ଜେ ମାଁ, ପେଁ ପେଁ ପେଁ ପେଁ କରି ବଜେ…
– ହାରମନିଅମ ?
– ହଏ ହଏ… ଆର ଗିତ ଗେଇ ଗେଇ ଅମୁଲଡବାକେ ମୁରଦୁଂଗ ବାଗିର ବଜେଜେ ବଜେଜେ କାଣା ଦେଖବ । ଦୁଆର ଜାକିର ହେଟା ଭଉଁର ଭଉଁର କରି କିଂଦ୍ରି କିଂଦ୍ରି କେତେ ନାଚିଛେ । ଗୁଧେଇ ଦେଲିକିଁ ଭାତ ଦୁଇ ଗରସା ଖାଏଲା ଆର ସୁଇଛେ ।
ଖାନାର ସୁଆଦ ଭୁଲିଗଲା ବିଦୁର ବା । ଆଁଚି ଉଁଚାକରି ଗଂଧୁଆ ଖଟେ ପଡୁନ ପଡୁନ ଆଁଏକ ପତା ଲୁମି ହେଲା । ଓଟ ମାନକୁ ଢିଲି, ତମୁ ମାରି ଜିନିସ ପତର ରଖାସଂଗା ସାରୁଥାଏ । ଅଁତରା ଜାଲିକରି ଭାଁ’ରେ ବସଲେ ଖେଂଜେଡମାନେ । ଆମବୁରେଇକେ ଗାଁ ଉଠି ଜେଇଛେ କାଏଁ, ଲୋକ ଗଜଗଜେଇ ଜଉଛନ । ଲୁକେ ତାଲି ମାଏଲେ, ଗାନା ବାଜନା ମୁଲହେଲା । ଲୁକେ ଟଁକା ମାରୁଛନ, ଫରମାଇସ କରୁଛନ, ଭୁଲି ଜଉଛନ ଦିନଜାକିର ଅଥାବିଥା । ତାଲିଜେ ତାଲିଜେ ମାରି ଆନୁଛନ । ଆସର ଚାଲିଛେ ।
– ସୁନୁଛ କାଏଁ, ହଏ ସୁନୁଛ?
ମେଘ ନି ଉଠଲା କି ଟିକେ ହଲେଇଦେଲା ବିଦୁର ମାଁ ।
– ଉଁ,
– ଉଠ, ବାଏରକେ ନି ଜ ନ ?
ପାଏନ ଘୁଡାଖୁ ଆନି ଦେଲା ବିଦୁର ମାଁ ।
ବାଏରକେ ଜିବାରକେ ପଡବା । ଉଏଲ ପଟିକେ ପାଏନ ବଲାବା ଆର ଜାବତ୍ୟକାମ କରବା । ସେ ବିଦୁର ବାଗିର ପିଣାକେ ହାରମନିଅମ କି ଅମୁଲଡବାକେ
ମୁରଦୁଂଗ ବାଗିର ବଜାତା ଜେ ସେ କାଣା ବିଦୁ ଆଏ ?

ବଏରାଗି: ସାକେତ

0

ମଣ୍ଡଲିସାଲ ଆଏଜ ବି ଗହଗହ ଲାଗୁଛେ । ପାଏନ ଭୁରେ ଭୁରେ ବରସିଲେ ବି ଲୁକର ଗହଲି ଲାଗିଛେନ । ଲୋକ ଆସୁଛନ, ମାହପୁରୁ ଦେଖୁଛନ ।
ଛୁଆମାନେ ଗୁଡିଆ ପସରାନୁ ମେନମେନସା ଖଜା ମିଠେଇ ଘିନୁଛନ, ପିଁ ପିଁ ବଜଉଛନ, ଫୁକା ଫୁକୁଛନ । ମାହେଜି-ଟୁକେଲ ହୁଦାହୁଦା ହେଇ କଥା ଲମେଇଛନ । ଠାନ ଠାନ କିର୍ତନ, ସମପରଦାଥି ଲୋକ ଗହମତଉଛନ । ଲେହେଁଟି ଦୁଲିନୁଁ କରିଆ ଫିକାର ଆବାଜ ସୁଭୁଛେ । ସବୁ ବରସର ବାଗିର ଇ ବରସ ବି ଜାତରା ଜମକୁଛେ । ତବବି କାଏଁଜେ ବଏରାଗିର ମଦୁଆ ରଡି ନାଇଁ ସୁଭବାର । ନେହେଲେ ଜଖା ଇହାଦେ ପେଟେ ପି’ଦେଇ ଢୋଲପୋଲ ଖଣିଆ ଖାବରା ହେଇ ଝୁଟେଇ ହେତେଲ ଆଏତା, ମଣ୍ଡଲିସାଲେ ଟଁଟି ଫାଟତେଲ ରଡତା । ଛୁଆ-ପିଲା, ମାଏଝି-ମୁନୁସ, ବୁଢା-ବୁଢି ସବେ ତାରଆଡେ ଦେଖତେ, ଜଖା ଫାରସ କରୁଛେ ବଲତେ ଆର ବଏରାଗି ମଦର ସୁରେ ଗିତ ଗାଏତା, “ପରଦେସି ହେଲା ପିୟା, ମନଝୁରି ହେଲା ବାୟା” ।

ପଲରେ…ଜଖା ଆସୁଛେ ବଏଲେ ଗାଁ ଖୁଲି ଖେଲୁଥିବାର ଛୁଆମାନେ ଟାଏଟ କନେ ସରପଟି ଦିଅନ । ବଏରାଗିର ଫଇଲଛାତି, ଫଡା ଫଡା ଡେନା ବାହା,
ଡଣୁଆମାନକର ବାଗିର ଖଂଦଜାଏକ ବାଲ ଆର କର୍ରା କର୍ରା ମେଛା ଛୁଆମାନକୁ ସୋଜ ହେଲେ ଡରେଇଦିଏ । ଆର ଛୁଆମାନେ ବଏରାଗିକେ ସୋଜସୋଜ ଜଖା
ବଲନ ସିନେ ନେହେଲେ ବଏରାଗି ତ ବଡା ଗହକି ଲୋକ ।

ଏକସରୁଆ ବଏରାଗିର କମାନି କୁଠାନି ଜଜବଜ ହେଇ ଜାଏ । ହାଟ କରବାର ଲୋକ ନି । ଗାଁଖୁଲିର ପିଣାନ ବସି ବସି ତାସ ଖେଲବା କି ନେହେଲେ ଚୁଆଁନିକେ ଉକିଆ ପାଏନ ଆନି ଆଏବା ଜେ ତାହାକେ ଛନେ ଦେଖବାରଲାଗି ଜୁଗି ରହେବ।। ବେଲ ବୁଡଲେ ଭାଗବତଠାନେ ବସବା କି ଗାଁଥି ନିଏପଂଚେତ ହଉଥିଲେ ପଁଚ ଭଲଲୁକର ସାଂଗେ ମିସବା । ଆର ରାତି ଆଖଡା କରୁଥିଲେ ନାଟ କରିଜିବା ନେହେଲେ ମଣ୍ଡଲିସାଲେ କିରତନ କରବା ।

ବଏରାଗି ଉକିଆକେ ଗାଁଥି ସବୁଦିନେ ଦେଖଲେ ବି ସେଥରର ଜାତ୍ରାକେ ଉକିଆ ଅଲଗା ଦିସୁଥିଲା । କିଂଦିରଲା ଲେଁହେଟି ଦୁଲିଥି ଦୁହିଲୁକର ଚାର୍ହିଆଏଁଖ ଠାନେକେ ଥାବେ ରହିଗଲା । ସେଦିନୁ କେତେଥର ବଏରାଗି ସଉକ କରିକରି ଉକିଆର ଲାଗି ଜାତ୍ରାମାନକୁ ଟିକଲି, ଚୁରିଫିତା ଆର କାଣା କାଣା ଘିନି ଦେଇଛେ । ବଛର ଦୁଏ ଜାଏକ ଦୁହେଁ ଦୁହିଁକୁ ଚୁଆଁସାଲେ ଦେଖାଚାହାଁ କରିଛନ । ଗାଁହାରିର ଠାନେ କିରିଆ ଖାଇଛନ । ହେଲେ ଉକିଆର ବିହା ହଠାତ ଠିକ ହେଇଗଲା ।

ବନେ ମାସେ ହେଲା ବଏରାଗି ଆରୁ ଘରୁ ନି ବାହାରଲା । ପରାପାଟକୁଁ କିଏ ଖାଏବାରକେ ନେଇଦେଲେ ଖାଏ ନେହେଲେ ହରଘଡି ହେନ୍ତା ଖଟେ ଉବୁଡହେଇ
ପଡିଥାଏ ନ । ଏଭେ ଭଟାକେ ବାହାରଲେ ଆଘୋର ବାଗିର ଆର କାହାକେ ସୁନାବାର ଲାଗି ରଡି ରଡି ପିଣାନ ତାସ ନି ଖେଲବାରନ କି ବେଲବୁଡାକେ ଭାଗବତ ନେହେଲେ ପଂଚେତ ନ ନି ବସବାର ନ । ଏଭେ ଖାଲି ତୁମପଡି ଖୁଟ ବାଗିର କଲେ କଲେ ବସିକରି ଠଁକଉଥିସି ଚୁଆଁସାଲକେ ଜେ ଦିନେ ଦିନେ ଠଁକେଇ ଠଁକେଇ ବେଲବୁଡେଇ ଦେସି ।

ବଏରାଗି ସୋର ପାଏଲା ସେ ବଛର ଉକିଆ ପରେ ଗାଁକେ ଜାତ୍ରା ଦେଖି ଆଇସଛେ । ଭାବି ନି ପାରଲା କେନ୍ତା କରବା, ଜାତ୍ରା ଦେଖିଜିବା କି ନେଇଁ । ତାର ଆଁଖି ଝିଲମିଲେଇ ଗଲା ଲେହେଁଟି ଦୁଲିର କରିଆଫିକା ଆରୁ ଚୁରିଫିତା, ଟିକଲି ଆର କାଁ’କାଣା ତାପନେ ସଉକେ ଘିନିଦେଇଥିଲା ଉକିଆକେ ଜେ । ଦୁହିହାତେ
ଜାବଡି ଧରଲା ମୁଡକେ ଆର ଟଁଟି ଜାଏକ ପି’କରି ଜତ୍ରାଦେଖିଗଲା । ବଏରାଗି ଜାତ୍ରାର ଭିଡ ଭିତ୍ରେ ହେଲବେଇ ହେତେଲ ଆସୁଛେ । ଭଣାରିିପିଣା କି ବଂଧଘାଟର ଟୁୁର ଫୁସୁରକେ ସତ ନାଇଁକଲା ଲୋଗ ଆଁଖି ଦେଖଲେ ବଏରାଗି ‘ପରଦେସି ହେଲା ପ୍ରିୟା’ ଗାଏତେଲ ଆସୁଛେ ।

ମଂଡଲିସାଲକେ ଆଏଲାକି ଏକେସାରି ଅଚିହ୍ନାର ଛୁଆଗୁଟେକେ ପାଇକଲା । ଛୁଆ କାଂଦଲାକି ଖଜା ଘିନିଦେଲା, ଫୁକା ଘିନିଦେଲା, ପିିଁ ଘିନିଦେଲା ଆର ଫେର ତଲକେ ଉତରେଇଦେଲା । ପାନବିଡେ ଖାଏଲା ଜେ ପାନବାଲା ସାଂଗେ କେତେ ବେଜେର ବେଜେର ହେଲା । ଆଘୋ ନାଟେ ବାହାରୁଥିଲାତ । ଡାଏଲଗ ମାରଲା ବାଗିର ପାନବାଲାକେ କହେଲା, “ମୁଁ ପାନ ଖାଇଲି ତୋର କାଣା ଗଲା ?
ପାନ ଭାଂଗି ଭାଂଗି ପାନବାଲା ହୁଁକାର ଦଉଥାଏ, “ହଏତ, ତୁଇ ପାନ ଖାଏବୁ ତୋର ଟୋର ଟୁଣ ଲାଲ ହେବା” ।
“ବେସ ପାନ ମୁଁ ଖାଇବି, ଟୁଣ ମୋର ଲାଲ ହେବା, ତୋର କଣ ଜିବ” ।
ପାନବାଲା ଖୁଚରା ପଏସା ଫିରଉଥିଲା କି ଥଉ ଆର ଜାତ୍ରାକେ ପାନ ଖାଏମି ବଲି କେନ ଆଡେ ମିଲକି ଦେଲା । ପାନ ଖଉଥେ ଜେ ଟୁଣୁ ଉହଲି କରି ରସ ଦିହିଁ ଜାକର ବୁଟବୁଟେଇ ଗଲାନ ସୋର ନି । ହେଲେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନବାରକେ କେଭେ ନି ଭୁଲେ ।
ବଏରାଗିର ରାଏରକମ ଦେଖିକରି ଆର ସେଦିନୁ କେଭେ ଗାଁକେ ଜାତ୍ରା ଦେଖି ନି ଆଏଲା । ବଏରାଗି ହେନ୍ତା ଫି ବଛର ମଦ ପି’କରି ଗିତ ଗାଏତେଲ ଜାତ୍ରାନିକେ ଆଏସି । ନିହେଲା ଲୋକର ସାଂଗେ ବେଜେର ବେଜେର ହେସି ଆର ଜୁନହା ବଏସ୍ରା ବାଗିର କାଁ କରବାରକେ ଜେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନସି । ଆଏଜକା ଆରୁ ବଏରାଗି ନି ଆସେନ ବଲି ଟାଖଲିଁ ଟାଖଲିଁ ଆର ଫିରି ଆସୁଥିଲିଁ କି ଦୁରୁ ବଏରାଗିକେ ଦେଖି ଠାଡ ହେଇଗଲିଁ । ଜାତ୍ରାକେ ଜାତ୍ରା ଘିନଲା ଚୁରିଫିତା ଆର ଟିକଲି ଆର କାଁ’କାଁଣା ମାନକୁ ଦିହଁମୁଡ ଜାକିର ଲଗେଇ ହେଇଛେ । ବଲିଦେଲା ବୁକା ବାଗିର ମୁହଁ ଭଏର ଭଏର ସିଂଦୁର ମାଖିଛେ; ବେକେଁ, ବାହାଥି ଆର ହାତେ ଫିତା ବାଂଧି ହେଇଛେ; ଚୁରି ମାନକୁ ବି ହାତେ ଗଲେଇ ହେଇଛେ ଆର ଭିଡ ଭିତରେ ବା’ରି ହଉଛେ ।

ଜାତ୍ରାନ ଇଟା ଘିନିଦେ ସେଟା ଘିନିଦେ ବଲି ଅରସ୍ଟି କଲା ଛୁଆମାନକୁ ମାଁମାନେ ବଏରାଗିର ଆଡେ ହାତ ଲମେଇକରି ହାଦେରେ ଦେଖ ବଲି ଦେଲେ ଛୁଆମାନେ
ତାରସୁକେ ତୁମପଡନ । ଆଘୋର ବାଗିର ଇ ଥର ଆରୁ ‘ପରଦେସି ହେଲା ପ୍ରିୟା’ ନି ଗାଏବାରନ । ତୁମପଡି ଲେଡବେଡାତେଲ ମଂଡଲିକେ ଜଉଥେ ଜେ ଜାତରାର ଭିଡ ତାର ସୁକେ ବାଟ ଛାଡି ଦଉଥେ ।

ଜିଏ ଜେନ୍ତା ଭକତମାନେ ଫୁଲ ଚଢଉଛନ, ମାଲ ପିଂଧଉଛନ, ଜୁହାର କରୁଛନ, ମାହାପ୍ରୁ ଦେଖୁଛନ । ବାଭନମାନେ ଗିତ ଗେଇ ଗେଇ ଦୁଲି ଝୁଲାତେଲ ମାହାପ୍ରୁକେ ବେଢାବୁଲଉଛନ ଆର ବଏରାଗି ସିଧା ଜେଇକରି ମଝା-ମଂଡଲିଥି ଠିଆ ହେଲା । ମଚାକେ ଉତରିକରି ଡାଏଲଗ ଭୁଲିଗଲା ନାଟୁଆ ବାଗିର ଇଆଡେ ସେଆଡେ ଦେଖୁଥାଏ କି ଲୋଗ ହଁସୁଥାନ ଆର ସତେକି ଭୁଲିଗଲା ଡାଏଲଗ କିଏ ପ୍ରଂପଟିଂଗ କରିଦେଲା କି ବଏରାଗି କିର୍ଲେଇ ଉଠଲା, “ପ୍ରଜାନୁ ରଂଜନ ରାଜାର କରତବ୍ୟ, ଅକାଲ ମରଣ ପାଇଁ ରାଜା ନୁହେଁ ଦାୟି” । ଆର ଗୁସେଇଁ ତୁମେ ଚଂଦନ ମାଖିଛ, ତିଲକ ମାଖିଛ, ପଁଏତା ପିଂଧିଛ, ମାଲି ପିଂଧିଛ, କାଠର ମାହାପ୍ରୁକେ ଦୁଲି ଝୁଲଉଛ, ମଜା କରୁଛ । କାଣା ଭାବଲା କାଣା ନେଇଁ ଆର ଦୁଲାର ମୁର୍ତିକେ ଘିଚିଆନିକରି ଫିକି ଦେଲାଜେ କାଠରମୁର୍ତି ଛିତରି ପଡଲା ।

ବୁଢା ପଁଚ, ଗଁତିଆର ଭୁଜନିବାହା, ରିସମି ହେଇଗଲା, “ଇଟା କାଏଁ ଫାରସ ଲଗେଇଛେ ବୋ । ଏ ପିଲେ ଧରତ ଧର ଜଖାକେ, ନେଇଜ ହେଆଡକେ” ।
ଠାନ ଠାନ ଘୁଗରି ଛାଲ ଛାଡିକରି ରକତ ବଜବଜଉଥେ । ଦିହଁମୁଡ କାଦୋ ସରସର । ଠେଁଗୁଆ ପିଲାମାନେ ବଏରାଗିକେ ଉଁଚେଇ ନେଇଗଲେ । ଆରଦିନେ ସଖାଲେ ହୁଦେ ମାହେଜି ଏକେସାରି ଘାଟକେ ପାଏନବୁଡ ଦେଇ ଆଏଲେଜେ ଛନେକର ଲାଗି ପାଏନଖିଆଘାଟେ ଟୁୁର ଫୁସୁର ବଂଦ ହେଇଗଲା । କିଏ ଗୁଟେ ପଚରାଲା, “କାହାର ଘରେ କିଏ କାଣା ହେଲାଗୋ”?
– ଆଦେରେ ସେ ବଇ ଜଖା ଗୋ, କାଏଲ ରାଏତ ସୁଲଘଡି ପରେ ଜାଁ’ତାଣା ବଲି ଭମକିଲା ଭମକିଲା ଆର ସଖାଲ ପୁଆକେ ନି ଥିଇନ ।
– ହେଁ କାଏଲ ବେଲହଉ ଜାତରା ଦେଖି ଜେଇଥିଲା ପରେ ।
– ହଏ ଜାତ୍ରା ନ ତ, ମୁଡକାନ ଫାଟତେଲ ପିଟି ଦେଲେ ପରେ ।