Art & Culture, Home

ଡଙ୍ଗର୍

Spread the love

କାହାକେ ଯୁଗିଛୁ କାହିଁ କେତେଦିନୁ
ପଡିରହିଛୁ ଖାଲି ତୁଇ ,
ନେଇଁ ନା କେଁ ତୋର୍ ନିଜର୍ କିହେ
ଦେଖ୍ ବାର୍ ଲାଗି ତତେ ପଚ୍ ରେଇ ।।

 

ସକାଳେ ତୋର୍ କୁଲୁ ସୂରୁଜ୍ ଉଦ୍ ସି
ବେଲ୍ ବୁଡାକେ ଦେସି ଶୁଇ ,
ଖଲ୍ ଖଲେଇ ତୋର୍ ଛାତିନୁ
ଝର୍ ନା ଯାଏସି ବୁହି  ।।

 

ତୋର୍ ଉପ୍ ରେ ମୟୂର୍ ନାଚ୍ ସି
କଲା ବାଦଲ୍ କେ ଦେଖି ,
ଇନ୍ଦର୍ ଧନୁ ରଙ୍ଗେ ସଜେଇ ହେସି
ତୋର୍ ପାଖେ ହେଇ ଜାଁକି  ।।

 

ଗଛ୍ ଲତାଥି ସଜେଇ ଦେଇଛୁ
ଦିହିଁଟାକେ ତୋର୍ ତୁଇ ,
କେତେ ଜୀବ୍ ଜନ୍ତୁ ଗୁଡା କରିଛନ୍
ସାହାରା ଟିକେ ତୋର୍ ପାଇ  ।।

 

ତୋର୍ ଲାଗି ବର୍ଷା ଝରି ପଡ୍ ସି
ନି ପାରେ ଉପ୍ ରେ ରହି ,
ଯନ୍ତ୍ରୀ ଆସି ନୂଆ ସଡକ୍ ବନାସି
ଦିହିଁକେ ତୋର୍ ଗା ଫଟେଇ  ।।

 

କାଟ୍ ଖୁଟ୍ ଆଉ ମହୁଲ୍ ,ଚାଁହାର୍
ସବୁ ଦେସୁ ତୁଇ ଅଜାଡି ,
ଯିଏ ଗଲେ ସେ ସଁକ୍ ଲି  ଆନ୍ ସି
ବଗ୍ ବଗା ଛତି ଆର୍ କର୍ଡି  ।।

 

ତୋର୍ ଦିହିଁଥି ଲାଗ୍ ଲେ ଜୁଏ
କହେସନ୍ ଲୋକ୍ ମାକର୍ ବିହା ,
ଜୁଏ ଲାଗି କେତେ ଜୀବଜନ୍ତୁର୍
ଧ୍ୱଁସ ହେସି ବଂଶ୍ କୁରିଆ  ।।

 

ଜିତେନ୍ଦ୍ର ପାଣ୍ଡେ ,ବାଗଉଡାର

ବେଲପଡା , ବଲାଙ୍ଗିର

ମୋ-୬୩୭୦୯୭୯୬୪୧

Previous ArticleNext Article