Art & Culture, Home

ନରୀୟା ବୁଢା

Spread the love

ସକାଲୁ ଉଠି ଗାଈଁ ଦାମୁର୍ ଢିଲି
ନରୀୟା ଚରାଇଁ ନେଲା
ବେଲ୍ ବୁଡି ଗଲେ ହେଟା ତାର୍
ଆଇବାର୍ ଘଢି ବେଲା ।।
ଶୀତ୍ ବରଷା ଖରା କାକର୍
ନାଇ ତାହାକେ ଡର୍
ଜେତେ ଜାଣା ହେଲେ ନରୀୟା ବୁଢା
ନାଇଁ ଆନେ କେଭେ ଜର୍ ।।
ସକାଲୁ ଉଠି ଗୋଟେ କାମ୍ କରି
ଭାବସି ନିଜର୍ କରମ୍
ଭାବି ନାଇ ଥିସି ନରୀୟା ବୁଢା ମୋର୍
ବଳଦ୍ ଚରା ହେଉଛେ ଧରମ୍ ।।
ଝାର୍ ଜଙ୍ଗଲ୍ ଯାଇ କେନ୍ଦୁ ଚାହାର୍
କୁର୍ଡୁ,କନ୍ଦା ,ଫଳ୍ ଖାଇ
କଟା ଅଫରା ହଂସି ହଂସି ବୁଢା
ଯାଇସି ନରୀୟା ସଇଁ ।।
ଜଙ୍ଗଲ ଝାର୍ ଗୀତ୍ ତାର୍
ସୁନ୍ ଥିସି କାନ୍ ଡେରୀ
ଦିନେ ନରୀୟା ଝାର୍ ନାଇଁ ଗଲେ
ଝାର୍ ନୁରୁ ଥିସି ଝୁରୀ ଝୁରୀ ।।
ନାଇଁ ପଢି ପାଟ୍ ନାଇଁ ଦେଖି ନାଟ୍
ଫେର୍ ବି ଗାଇସି ଗୀତ୍
ମଧୂର କନଟ୍ ଶୁନି ଗାଏ ବଲଦ
ହେଇଁ ଯାସନ୍ ତାର୍ ମିତ୍ ।।
ନରୀୟା ଜାନସି ବଳଦ୍ ର ଦୁଃଖ୍
କରସି ବଳଦ୍ ର ସେବା
ଜେନେ ଥିଲେ ସେ ନରୀୟା ବୁଢା
ଘଢି ଆଇଲେ ବଳଦ୍ ଡିଲ୍ବା ।।
ଛୋଟ୍ ଦିନେ ତାର୍ କିଛି ନାଇଁ ଥାଇର୍
କିଏ ନାଇଁ ହେଲେ ସାହା
ନିଜର୍ ଗୁଡେ ନିଜେ ଠିଆ ଉଠି ତାର୍
ପେଟ୍ ପୁଶୁଛେ ଦେଖାଇ ବାହା ।।

ନେପାଳ ଘିଭେଲା
ବାଗଯୋର ,ସଇଁନ୍ତଳା ,ବଲାଙ୍ଗୀର, ଓଡ଼ିଶା
ଦୂରଭାଷା.୭୯୭୮୪୯୩୨୧୮

Previous ArticleNext Article