Home

ରାଜବୋଡାସମ୍ବର ବ୍ଳକରେ ମନରେଗା ଜନଶୁଣାଣୀ

Spread the love

ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତିର ୨୦୧୭-୨୦୧୮ ବର୍ଷ ପାଇଁ ମହାତ୍ମାଗାନ୍ଧୀଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରଦ୍ବିତୀୟ ପର୍ଯ୍ୟାୟ ଜନଶୁଣାଣୀ ବୈଠକ ସମନ୍ବିତ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୄହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଜନଶୁଣାଣୀ ଶିବିରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତପିରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ଳକରେ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାର କାର୍ଯ୍ୟକାରୀତା,ଶ୍ରମିକ ମାନଙ୍କୁ ପାରିଶ୍ରମିକ ପ୍ରଦାନ, ବିଭିନ୍ନ ଗ୍ରାମପଞ୍ଚାୟତରେ ହାତକୁ ନିଆଯାଉଥିବା ପ୍ରକଳ୍ପର ଅଗ୍ରଗତି,ନୂତନ ପ୍ରକଳ୍ପ ଚୟନ ଏବଂ ଶ୍ରମିକ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୭-୨୦୧୮(ଏପ୍ରିଲ ୨୦୧୭ରୁ ସେପ୍ଟେମ୍ବର ୨୦୧୭) ସମୟ ସୀମା ମଧ୍ୟରେ ବ୍ଳକର ସମୁଦାୟ ୨୨ ଗୋଟି ଗ୍ରାମପାଞ୍ଚାୟତରେ ୧୧୦୦ ଗୋଟି ପ୍ରକଳ୍ପ ହାତକୁ ନିଆଯାଇ ୬୦୨ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ବେଲେ ଏହି ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ୨,୩୨,୦୩,୯୦୨ ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ବେଲେ ସେହି ସମପରିମାଣର ଟଙ୍କା ଖର୍ଚ୍ଚ କରାଯାଇ ପଞ୍ଜିକୄତ ହୋଇଥିବା ୨୩,୦୨୫ ଜଣଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇ ୩୯୧୪ ଗୋଟି ପରିବାରଙ୍କୁ କାମ ଯୋଗାଇଦେଇ ୭୭,୦୨୬ ଗୋଟି ଶ୍ରମ ଦିବସ ସୄଷ୍ଟି କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ।ଏତଦ ବ୍ୟତୀତ ଉକ୍ତ ବ୍ଳକର ୧୦ ଗୋଟି ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଥିବା ସୂଚନା ପ୍ରଦାନ କରିଛନ୍ତି ।ମନରେଗା ଜନଶୁଣାଣୀ ସମୀକ୍ଷା ସମୟରେ କେତେକ ଗ୍ରାମପାଞ୍ଚାୟତରେ ଶ୍ରମିକ ତାଙ୍କ ଜମାଖାତାକୁ ତାଙ୍କର ମଜୁରୀ ଆସିନଥିବା ଅଭିଯୋଗ କରିଥିଲେ ।ଉକ୍ତ ସମୀକ୍ଷା ବୈଠକରେ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମରମଣୀ ନାଏକ ଯୋଗଦାନ କରି ମନରେଗା ଯୋଜନାରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗ ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ ମତାମତ ରଖିଥିଲେ ।ସଭା ପ୍ରାରମ୍ଭରେ ରାଜବୋଡାସମ୍ବର ବ୍ଳକ ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ।ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ବରଗଡ଼ରୁ ଆସିଥିବା ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀଯୁକ୍ତ ଆନନ୍ଦ ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ବ୍ଳକର ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ବ୍ଳକର ପ୍ରସାରଣ ଅଧିକାରୀ,ବିଭିନ୍ନ ଗ୍ରାମପାଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ଜି.ଆର.ଏସ ଏବଂ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରମିକ ମାନେ ଯୋଗଦାନ କରିଥିଲେ ।ଶେଷରେ ବ୍ଳକର ଏ.ପି.ଓ ଶ୍ରୀମତୀ ଅନୁପମା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Previous ArticleNext Article