Home

ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

Spread the love

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାର ନୂତନ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ଏହା ପୂର୍ବରୁ ଶ୍ରୀଯୁକ୍ତ ଚନ୍ଦ୍ରକାର ଅତାବିରା ତହସିଲଦାର ଭାବରେ ସୁଚାରୁ ରୂପେ ତାଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ଜଣାଶୁଣା ।ପୂର୍ବତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତପିରାମ ମାଝୀଙ୍କ ପଦୋନ୍ନତି ହୋଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବରେ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଛି ।କାର୍ଯ୍ୟାଳୟ ତରଫରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତପିରାମ ମାଝୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଞ୍ଜାପନ କରାଯାଇଥିଲା ।

Previous ArticleNext Article