Art & Culture, Home

ନୁରା

Spread the love

ଗଲା ବଛରେ ଦୁଇ ବଛର ହେଇଗଲା
ମୁଇଁ ନୁରୁ ଥିଲି ,ସେ କାନଡେରୀ କାହିଁ ଗଲା
ଯେ ମୋର୍ କଥା ଶୁନବାରକେ
ଟାଏଟ କୁନେ ରୁପ ବାଗିର ଟାକି ରହୁଥିଲା
କାହିଁ ଗଲା ,କେନ ଜବଦି ଦେଲା ?

ଆଏଜ କେତେ ବଢ଼ିଆଁ ଛୁଟି ପଡ଼ିଛେ
ଶୀତ ସାଙ୍ଗେ ଖରା ବି କରୁଛେ
ଖରା ଚର୍ଚରେଇ ଯାଉଛେ
ପାଦ ଚାଏଁ କରୁଛେ
କବିତା ଗୁଟେ ତିଆର ଅଛେ
ଜେନ୍ତା ଫୁଲଚନ୍ଦନ କହଁରି ଯାଉଛେ;
କାହିଁ ଗଲା ସେ କଥାତି
ବେଲା ହେଇଗଲା ଫୁନ ନାଇଁ ଆସୁଛେ
କାଆଣା ହେଇ ଯାଇଛେ ?

କାହିଁଗଲା ସେ କଲକଲୀ ?
ଆଏଜ ଶୁନ୍ମି ତାର ଗାଲି
ଦିନ ଥିଲା,
ଚାଵରୀ ଚାଁଟି ଲେଖେ ଲଟକି ପଡ଼ୁଥିଲା
ଆଉ ରସୋ ରସୋ କାନ୍ଦି ଦେଉଥିଲା
ଯେଭେଁ ବି ତାର ଫୋନ କଲ  ନାଇଁ ଉଠଉଥିଲି ।

ଯେତେ ପାରତା ଗାଲି ଦେତା
ଜୁଏ ହୁଲା ବାଗିର ରୁକିଦେତା
ମୁଇଁ ଇସ୍କୁଲ ଛୁଆ  ବାଗିର ଶୁନ୍ତି
ଶେଷେ କବିତା ଗୁଟେ ଶୁନେଇ ଦେତି
ହୁରହୁରିଆ ଧୁକା ପଠେଇ ଦେତି
ମନ-ତନ ତାର ମହଁକେଇ ଦେତି
ଯାନ୍ତା ,ମୁଇଁ କେତେ ଭଲ ପାଏତି ।

ସେ ଇଂରାଜୀ ଥି କହେ  ନାଇଁ
କି କୋସଲି ଥି ବି ନାଇଁ
ଓଡ଼ିଆ-ବଙ୍ଗଳା ବି ଜାନିଛେ
କମ କଥା ଶିଖି ନାଇଁ
ମୁଇଁ ତତେ ଭଲ ପାଏସି ବଏଲେ
ଝଟ କରି ଉଁ.. ଉଁ… ଉଁ.. କହେସି
ମୋର୍ ଛଡ଼ା ଅଲଗା କିଏ ବୁଝି ପାରେ ନାଇଁ ।

କାହିଁ ଗଲା ସେ ସୁନ୍ଦରୀ
ଅନାରକଲି-ବାଲଝାରୀ ?
ନୁରୁଛେଁ ତାକେ ମୁଇଁ ଇ କୁତି ସେ କୁତି
ଦେଖତି ଘାଏ ମନ ଭରି
କଥା ହେତି ହୁଁକାରି ହୁଁକାରି
ମନ ମଠିଆ ଯାଏତା ଭରି ।
–ନବୀନ
nabinsahu24@gmail.com

Previous ArticleNext Article