Saturday, June 27, 2026
HomeArt & Cultureଚାଷ କାମ ଯାହାର କେଡେ ସୁଖ ତାହାର

ଚାଷ କାମ ଯାହାର କେଡେ ସୁଖ ତାହାର

ପଶ୍ଚିମ ଓଡ଼ିଶାରେ ମର୍ଡି ପଡିଛେ
ନାଇ ହେବାର ନ ଚାଷ୍
ଚାଷୀ ଆଏଜ୍ ମୁଡେ ହାଥ୍ ଦେଇ
ବର୍ଷା କେ କରେ ଆସ୍
ମର୍ଡି ହେଲେ କି ବାତ୍ୟା ହେଲେ
କିଛି ନାଇ ଯାଏ କାହାର
ଚାଷ କାମ ଯାହାର କେଡେ ସୁଖ ତାହାର
କିଏ କହିଛେ ଦେଖ୍ମା ତ ଚାଷ କରି ଘାଏ ବାହାର ।

 

ଚାଷୀର୍ ଦୁଃଖକେ ନେତା ମନ୍ତ୍ରୀ
ନାଇ ସୁନ୍ ଲେ କିହେ
ଜଣା ହେଲେ ବି ଚାଷୀ ବୁପ୍ ରା
ସବୁ ଦୁଃଖ କେ ସହେ
ଆତ୍ମ ହତ୍ୟା କରି ଚାଷୀ ବୁପ ରା
ପିଉଛେ ଆଏଜ୍ ଜହର
ଚାଷ କାମ ଯାହାର କେଡେ ସୁଖ ତାହାର
କିଏ କହିଛେ ଦେଖ୍ମା ତ ଚାଷ କରି ଘାଏ ବାହାର ।

 

କହାକେ ସତେ ଦାନା ନାଇ ମିଳେ
ଚାଷୀ ନାଇ କଲେ ଚାଷ
ଚାଷୀ ର ନାଁ ଥି ସବୁବେଳେ ତୁମେ
କରୁଅଛ ବାକ୍ୱାସ୍
ଚାଷୀ ବୁପ୍ରା ଟା ଏକ୍ଳା ଏ ଭାଇ
ନାଇ ନ କିହେ ତାହାର
ଚାଷ କାମ ଯାହାର କେଡେ ସୁଖ ତାହାର
କିଏ କହିଛେ ଦେଖ୍ମା ତ ଚାଷ କରି ଘାଏ ବାହାର ।

 

ଭାଷଣ ଢିଲୁଛ ଚାଷୀର ନାଁ ଥି
କଥା କହି ମନ୍ ଭୂଲା
ତୁମର ଯୋଜନା ତ ଯେଡକି ବାଉଁଶ
ଭିତର ଟା ସେଡ଼କି ପୁଲା
ଭାଷଣ ଢିଲି କରି ଚାଷୀର ନାଁ ଥି
କରୁଛ ଆଏଜ ତୁମେ ବେପାର
ଚାଷ କାମ ଯାହାର କେଡେ ସୁଖ ତାହାର
କିଏ କହିଛେ ଦେଖ୍ମା ତ ଚାଷ କରି ଘାଏ ବାହାର ।

 

ଚାଷୀ ର ନାଁ ଥି ସବୁବେଳେ ତୁମେ
କରୁଅଛ ରାଜନୀତି
ଚାଷୀ ର ଉନ୍ନତି କର୍ମୁ ବୋଲି
କହୁଅଛ ଚାରିକୁତି
ଚାଷ କବାର ଯଦି ଛାଡି ଦେବା ଚାଷୀ
ଭୁସୁଲି ଯିବା ଇ ସରକାର
ଚାଷ କାମ ଯାହାର କେଡେ ସୁଖ ତାହାର
କିଏ କହିଛେ ଦେଖ୍ମା ତ ଚାଷ କରି ଘାଏ ବାହାର ।

ଚନ୍ଦନ ସାହୁ

ପଦ୍ମପୁର , ବରଗଡ଼

Previous article
Next article
RELATED ARTICLES

Most Popular

Recent Comments