Art & Culture, Home

ତୁଇ ଅଉ କହ କିଏ…….?

Spread the love

ଜୀବ୍ ନେ ଯଦି ପର୍ହର୍ ଆଁଖି
ଝରି ପଡେ ଟିକେ ଲହ
ପାସ୍ କେ ଯେଇ ନେଇ କହୁଛୁ
କାଁଏଟା ହେଲାଯେ କହ
ପଢି ଥିଲେ ହେଲେ ବିଏ
ତୁଁଇ ଅଉ କହ କିଏ…….?

 

ମୁନୁଷର୍ ଦୁଖ୍ ଦେଖି ଯଦି
କେଁଭେ ନାଇ କରି ଆହା
ବିପଦ୍ ଆପଦ୍ ବେଲେ ତୁଇ
ନାଇ ହେଲୁ ଯଦି ସାହା
ତତେ ଚିହ୍ନେ ଅାର୍ କିଏ
ତୁଇ ଅଉ କହ କିଏ……..?

 

ଯାହାର୍ ମୁହୁକେ ଦେଖି କରି
ଭିତରର୍ କଥା ବୁଝି
ତାର୍ ଲାଗ୍ ଲା ଋଣ୍ କେ ତୁଇ
ନାଇ ପାର୍ଲୁ ଯଦି ସୁଝି
କିଏ ଆର୍ ସାତ୍ ଦିଏ
ତୁଇ ଅଉ କହ କିଏ……..?

 

କାହାରିର୍ କଥା ନାଇ ରଖି
ନାଇ ଚିହ୍ନୁ ଯଦି ମନ୍
ପଏସା ଟଁକାର୍ ଲୁଭେ ପଡି
କହୁ ଥିସୁ ଖାଲି ଧନ୍
କେନ୍ତା ତୁଇ କର୍ବୁ ନିଏ
ତୁଇ ଅଉ କହ କିଏ…
ତୁଇ ଅଉ କହ କିଏ……..?

ହ୍ରୁଷିକେଶ୍ ସାହୁ, ତାଣ୍ଡୋଲ୍ , ସୋହେଲା , ବରଗଡ଼,  ୬୩୭୨୩୭୧୬୬୩

Previous ArticleNext Article