Art & Culture, Home

ୟେ ଦିଲ ଆଶିକାନା ଆଉ ଜମ୍ପର ନୁ ଲାଇନ କାଟ

Spread the love

ପିଲାବେଳେ ଜେନ କାମମାନେ ହେସି ବୁଢ଼ାବେଳେ ନାଇଁ ହୁଏ । ମନ ଭିତରେ ଜେନ ତହଁକ ଥିସି ସେଟା କାଣା ନାଇଁ କାଣା କରେଇ ଦେସି । ଭୁଲ ହେବା କି ଭଲ, ହେତକି କଥା ଭାବି ପାରୁଥିଲେ ବଡ଼ ହେଲା ଉତାରୁ ସେ ଦିନମାନକୁଁ ସୋର କରିକରି ମୁନୁସ ନାଇଁ ହସତା । ଅଜବ ଆଏ ଇ ପିଲା ବେଲ ।

ଖରା ମାସର ସମିଆଁ ଥି ଯଦି ପଙ୍ଖା ନି ଚଳଲା, ବେଳେ କେନ୍ତା ରାଗ ଲାଗସି କହେମି ଭାଏଲ? ହେନ୍ତା ଖରା ମାସର ଦିନ । ସେତେବେଲେ ଆମର ଘରେ ସାଧା ଟିଭିଟେ ଥିଲା ।
ସବୁଦିନ ତ ଫିଲିମ ଦେଖି ନି ହୁଏ କାରଣ ରାଏବାର ଦିନେ ଖାଲି ଦୁଇପହର ବାର ବଜେ ପୁରୁଣା ହିନ୍ଦୀ ଫିଲିମ ଦଉଥିଲା ଆଉ ବେଳହଉ ବେଲି ଚାଏର ବଜେ ଓଡ଼ିଆ ଫିଲିମ ଦେଉଥିଲା । ତ ସେଥିର ଲାଗି ଲୋକମାନେ ପଇସା ଉଖରେଇ କରି ସିଡ଼ି ପ୍ଲେଟ ଆଉ ସିଡ଼ି ପ୍ଲେୟାର ଭଡ଼ାରେ ଆନୁଥିଲେ । କିଏ କେନ୍ତା ତାକର ନିଜର ସିଡ଼ି ପ୍ଲେୟାର ବି ରଖିଥିଲେ। ଆଉ ଶୁଭେନ୍ଦୁ ଦାଦା ଘରେ ସେ ଜିନିସଟା ଥିଲା ।

ଜିତୁ ସେ ଦିନ ତାର ପାଏସାରେ ଗୁଟେ ଫିଲିମର ସିଡି ପ୍ଲେଟ ଆନି ଥିଲା । ଫିଲିମର ନାଁ ଥିଲା,’ ୟେ ଦିଲ ଆଶିକାନା’ । ସେହି ସିଡି ପ୍ଲେଟ ଶୁଭେନ୍ଦୁ ଦାଦା ତାରନୁ ମାଗି ନେଇ ଥିଲେ ଆଉ ଫିଲିମ ଦେଖୁଥିଲେ । ଦୁଇପହରେ ଆମେ ବି ଶୁଭେନ୍ଦୁ ଦାଦା ଘରକେ ଫିଲିମ ଦେଖି ଗଲୁ । ହେଲେ ସେ ଆମକୁ ସେ ଫିଲିମ ଦେଖବାରକେ ମନା କଲେ ଆଉ ଭଗେଇ ଦେଇଥିଲେ ।

ସେ ଆମାରନୁ ଦଶ ବର୍ଷର ବଡ଼ ହେଇ ଥିବାରନୁ ଆଉ ବଡ଼ ମାନକୁ ଡରୁ ଥିବାରନୁ ଆମେ ପଲେଇ ଆସଲୁ । ମୁଇଁ ତ ଡର୍ହା ଥିଲି ହେଲେ ଜିତୁ ବଲବାର ପିଲା ଡର କାଣା ଯେ ନାଇଁ ଜାନେ । ସେ ବିଚରା ଭଡ଼ା ଦେଇକରି ସିଡ଼ି ଆନିଥିଲା ଆଉ ତାହାକେ ଦେଖି ନାଇଁ ଦିଆଗଲା ବେଲେ କେନ୍ତା ହେତା ? ମୁଇଁ ସିନେ ମହାତ୍ମା ଗାନ୍ଧୀର କଥା ମାନୁଥିଲି ହେଲେ ସେ ମୁଲୁ କାର୍ଲ ମାର୍କସ, ସୁଭାଷ ବୋଷ ଭଳିଆ ଲୋକମାଙ୍କର ଚେଲା ଥିଲା । ତାର ମୁଡ଼କେ ନି ହେଲା ବୁଧି କେନୁ ଢୁକ୍ସି ଯେ ସେ ଜାନେ ଆଉ ଭଗବାନ ଜାନେ । ଆଉ ମୁଇଁ ସୁତର ବେଡା ତାର କଥାକେ ମାନିକରି ଯିବାର ଥି ଏକ ନମ୍ୱର ଯଦି ବି ମୁଇଁ ଡର୍ହା ଥିଲି ।

ଆମେ କାଣା କରମା ଭାବଲୁ ଆଉ ବନ୍ଧ ଆଡ଼କେ ବୁଲି ବାହାର୍ଲୁ ।ବାଟେ ଯାଉନ ଯାଉନ ଜିତୁ କହେଲା,” ଏ ଚାଲ, ଜମ୍ପର ନୁ ଲାଇନ (ଇଲେକ୍ଟ୍ରି) କାଟିଦେମା । ଆମରଟା ନେଇ କରି ଆମକୁ ଦେଖି ନି ଦେଲେ । ରହ, ଜାନବ …!!”
ମୁଇଁ ବି ହିରୋର ସାଙ୍ଗ ଲେଖେ ଚାଲ ବଏଲି ଆଉ ସାହସ ଦେଲି ।ମୁଇଁ କହେଲି,” କେନ୍ତା କରି କାଟମା ?” “ହେରେ ! ମୁଇଁ ଜାନିଛେ ,ଚାଲନୁ ..”

ପାଖାପାଖି ଅଧା କିଲୋମିଟର ଦୂର ଆମର ଗାଁର ଜୋର । ସେଠାନେ ବିରେନ ଘରର କ୍ଷେତ । ରାଏଜାମ ଘଛ ପାଖେ ସେ ଜମ୍ପର । ସେ ଠାନୁ ଲାଇନ ଭାଗ ହେଇଛେ ଜମରତଲା ଆଉ ଆମର ଗାଁକେ । ଜୋର ତରେତରେ ଅମରି ଭନା , କଉ ଗଛ ଆଉ ମଏସେନା ଲଟା କେତନି କେତେ । ଲୋକ ମଏସେନା କନ୍ଦା କୁଡି ଆଏସନ , ପଇସା କମାସନ । ସେ ଅମରି ଭନାକେ ଯାଇକରି ଜିତ ଅମରି ବାଡ଼ିଗୁଟେ ଭାଙ୍ଗି ଆନଲା । ସେ ବାଡ଼ିକେ ମଝାନୁ ଟିକେ ଟିକେ ଭାଙ୍ଗି କରି ଫିକିଦେଲା ଜମ୍ପର ଉପରକେ । ଦେଖୁନ ଦେଖୁନ ଭୁରର.. କଲା , ଲାଇନ କଟିଗଲା । ଆମେ କଲେ କଲେ ଘରକେ ଫିରି ଆସଲୁ ।

ବେଲହଉ ବେଲ ହେଲା । ମୁଇଁ ଆମର ଜୁହ୍ନା ଘରନୁ ଅଲଗା ପଡ଼ାରେ ଥିବାର ଦୁକାନ ଘର ଆଡ଼କେ ଆସଲି । ପହେଲା ମୋର ମାଁନୁ ଶୁନଲି,” ଆଏଜ କାଣା କରିଛୁ ଯେ ଜାନବୁ ,ତୋର ବାପା ଆସୁନ( ସେ ପଦ୍ମପୁର ଯାଇଥିଲେ) ।
ହେ ପିଲା ସାଙ୍ଗେ ସାଙ୍ଗ ନାଇଁ ହେବୁ ବଏଲେ ମାନସୁ!! ଶୁଭେନ୍ଦୁ କହୁଥିଲେ ତୁଇଁ ଆଉ ଜିତୁ ଲାଇନ କାଟିଛ ।
ମୁଇଁ ଡରହେ କାଣା କହେତି , ତୁମପରି ଠିଆ ହେଇଥେ । ଛାତି କେତେ ରିସେ ଧଡ଼କୁ ଥିଲା ସ୍ଟେଥୋସ୍କୋପ ଥିଲେ ନାପି ଥିତା ।

ଇଟା ଗାଲି ଖାଇବାର ପହେଲା ଏପିସୋଡ଼ ଗଲା । ତାପରେ ଶୁଭେନ୍ଦୁ ଦାଦାର ବଡ଼ ଦାଦା ସୁକାନ୍ତ ଦାଦା ଆସଲେ । ମୁଇଁ ବାଟେ ଠିଆ ହେଇଥେ । ସେ ଟିକେ ସରଳ ଭାଷାରେ କହେଲେ,” ବାଃ! ନବୀନ ତୁଇଁ ତ ବଢ଼ିଆ କାମଟେ କରିଛୁ ଵୋ । ବହୁତ ଉସତ ଲାଗୁଥିବା ନା ଵୋ ?
ହେ ଲାଇନ କାଟଲ ଯେ ଏତେ ଲୋକ ଗରମରେ ରହେଲେ, ବଢ଼ିଆ ହେଲା ନି କାଏ!! ମୁଇଁ ସେନ୍ତା ହିଁ ଠିଆ ହେଇଥେ ଖୁଟା ବାଗିର କିନ୍ତୁ କଥାଟା ବୁଝି ପାରୁଥିଲି । ଆଁଖାଲ ତରାତରା ହେଇ ଯାଉଥାଏ ।

ତାପରେ ଆସଲା କ୍ଳାଇମେକ୍ସ । ବିନୋଦର ବାପା , ମୁଇଁ ବଡ଼ ବାପା ଡାକ୍ସି । ଆମର କୁଟୁମ୍ ସାଙ୍ଗେ ବଢ଼ିଆ ଭାବ ଥିଲା । ସେ ବ୍ରାହ୍ମଣ ଲୋକ ।ମତେ ଭଲ ବି ପାଉଥିଲେ । ସେ ଆସଲେ ଆଉ କାଣା କାଣା କହେଲେ ଯେ ମୋର ସୋର ନାଇଁନ କିନ୍ତୁ ଜେନ ଶିକ୍ଷାଟେ ଦେଲେ ମୋର ଦିହେଁ ରଚିଗଲା । ମୁଇଁ ସେ ମଝା ରୋଡ଼ରେ ଭୋ.. ଭୋ.. କାନ୍ଦି ପକାଲି । ରାଏତ ହେବାର ତକ ସେ କଥାମାନେ ମୋର କାନପଟିଥି ପିଟି ହେଉଥାନ । ମୁହୁମାଡିକରି ମୋର ଛୋଟ ଖଟେ ପଡିଥେ । ସେ ଫେର ଆସଲେ । ମତେ ନବୀନ, ନବୀନ ବଲି ଡାକଲେ । ମୁଇଁ ଫେର କାନ୍ଦଲି । ମତେ ଧରିକରି ତାକର ଘରକେ ନେଲେ । ହେନ୍ତା ଭୁଲ କାମ ନାଇଁ କର୍ବାରକେ ବୁଝାଲେ ଆଉ ତାକର ସାଙ୍ଗେ ବସେଇକରି ପଖାଳ ଭାତ ଦେବାବାରକେ ବଡ଼ମାକେ କହେଲେ । ପଖାଳ ଭାତ, ତୁନ ଆଉ ଆମ ସଢ଼ା ଖାଏଲି । କାନ୍ଦି ବି ଲାଗୁଥେ ଆଉ ଭୋକ ବି । ତାର ସାଙ୍ଗେ ଭୁଲ ଲାଗି ଅନୁତାପ ବି । ସୁମି ନାନୀ ଟେଟ ପାଖେ ଠିଆହେଇ କରି ମତେ ଦେଖୁଥେ ।

ନବୀନ

Previous ArticleNext Article