Art & Culture, Home

ଡାଏରି – ସତ୍ୟନାରାୟଣ ମିଶ୍ର

Spread the love

ପିଲାର ମା ନାଇଁ । ବାପ କିରାନୀ ଚାକରି କରୁଥିଲେ ଯେ ଦୁଇ ବଛର ତଲେ ରିଟାର୍ଡ ହିଛନ । ଜିପିଏଫ ଗ୍ରାଚୁଏଟି କରି ଟଙ୍କା ଦଶ ଲାଖ ବି ପୁଞ୍ଜି ରଖିଛନ ,ହେଲେ ବାବୁ କେ ବିହା ନାଇଁ କରି ପାରଲେ ଏବ ଯାକେ ।ବିହା କେଁନତା ହେଲେ କରବେ ,ଟୁକେଲ ମିଲଲେ ତ । ପିଲାକେ ପଢେଇ ଛନ ଏ ମେ ପତେ । ଚାକରି ନି ପାଇ ପାର୍ବର ଯେ କିହେ ଟୁକେଲ ଦେବକେ ନାରାଜ । ଇଛେନ ତ ଯୁଗ ହେନ୍ତା ହି ଗଲାନ ।ପିଲା ସଂଖ୍ୟା ହିସାବ ଥି ଟୁକେଲ ସଟ ।ଯାହାର ଝି ଟେ ଅଛେ ଯଦି ବଡ଼ ବଡ଼ ଚାକିରିଆ ଜୁଏଂ ଖୁଜୁଛନ , ବାକି ପିଲାକର କଥା କିଏ ପଚାରେ । କିଲାର ମହନ ବାବୁ ଟୁକେଲ ନୁରି ନୁରି ଅଥା ।ପିଲା ତାଂକର ଅବିହାରି ବୁଢା ରହିଯିବା କେଁ ।

ଦିନ ଗୁଟେ ତାଂକର ସାଙ୍ଗ କିଶନ ବାବୁକେ ତାଂକର ଅସୁବିଧା କଥା ଯେତେ ଗୁଲଗୁଲା ହି କରି ଜନାଲେ ଯେ କିଶନ ତାହାକୁ ଦମ ଦେଇ କରି କହେଲେ”ତୁଇ ଚିନ୍ତା ନାଇଁ କର ବୋ,ମୁଇଁ ତର ପୁଓ ର ଲାଗି ଟୁକେଲ ଠିକ କରି ଦେମି ।ତର ପାଖେ ତ ଲାଖ ଲାଖ ଟଙ୍କା ଅଛେ ,ଅଭାବ କିଛି ନାଇଁ ।ତର ପୁଓ ବହ କେଁ ନାଇଁ ଚଲି ପାରବେ । ରହ, ମୁଇଁ ଦେଖୁଛେ ଗୁଟେ ଟୁକେଲ ଟେ ।”

ଇ ପରକାରେ ବୁଝେଇ କରି କିଶନ ବାବୁ ଗଲେ ଯେ ଦିନା ଦଶେ ଉତରୁ ଆସିକରି ଭେଟଲେ ମହନ କେ । ଖୁସି ହି କରି କହେଲେ” କନିଆଁ ଟୁକେଲ ତୋର ପୋ ଲାଗି ଠିକ କରି ଦେଲି ବୋ, ହେଦେ ଆମର ଇନୁ ଛତିଶ କିଲୋମିଟର ବାଟେ ହିଂଜ୍କୁର ଗାଁ ନେ । ଟୁକେଲ ର ବୁଆ ଗରିବ ଏ । ତର ଅଛେ ଧନ ବଲି ତାକେ ବୁଝା ସୁଝା କଲି । ପିଲା ପଢିଛେ, କିଛି ଅଭାବ ନି ହଏ ବଲି କହେଲି, ତେହେରୁ ଲୋକଟା ଦୋ ଦୋ ପାଞ୍ଚ ହେଇ କରି ଶେଷେ ମାନିଗଲା । ପରଦିନେ ଯିବୁ ବାବୁକେ ଧରିକରି ତାର ଘର କେ ଦେଖି । ମୁଇଁ ବି ତତେ ନି କରି ଏକା ଯିମି ” । ସାଙ୍ଗର ପାର ବାର ପନ କେ ମନେ ମନେ ତାରିଫ କଲା ମହନ । ଉସତ ହେଇ କରି ପୁଟୁଳେଇ ପକାଲା ତାକେ ।କହେଲା”ତୁଇ ମୋର ମୁଡ ର ବୋଝ କେ ହାଲ୍କା କରିଦେଲୁ ବୋ ।ତତେ ଧଏଁନ ବାଦ । ଠିକ ଅଛେ ପରଦିନ କେ ଟୁକେଲ ଦେଖି ଜିମାତେନେ, ତହିଁରୁ ଟୁକେଲ ଦେଖା ,ବିହା ବନ୍ଦନା ସବୁ ସଏଲା । ମହନ ବହ ପୁଓ ର ବେଭାର ଥି ସରଗ ସୁଖ ପାଇଲା ଏନ୍ତି ଲାଗୁଥିଲା ।ମାତର ତାର ଇସୁଖ କେ ନାଇଁ ସହେଲା ଦଇବ । ପୋ ଧନ୍ଦା ବାଡ଼ି କରବାକେଧୁରିଆ ସହର ମାନକେ ଗଲେ ଦୁଇ ଦିନେ ତିନ ଦିନେ ଘରକେ ଫିରେ । ଇ ସଜେ ବହ ଟା ତାର ଲଭର କେ ଫୁଂନ କରେ ଯେ ସେ ଆସିକରି ତାର ସଂଗେ ମିଲା ମିଶା, ହସା ଗିଜରା, ଠାର ନାର ଚଳେଇଥେ ନ । ମହନ ଇ ସବୁ ଭୁର କୁଟି ଦେଖି କରି ମନେ ମନେ ଚୁର ଚୁଟି ହି ଯାଉ ଥେ ।ମନା କଲେ ବହର ନୁ ଗାଲି ଖାଉଥେ । ଭାବଲା ପୁଓ କେ ସବୁ କଥା କହି ଦେବା, ହେଲେ ,ଦୁହି ଜନ କର ଭିତରେ ଝଗଡା ହଉ କି ଗାଲି ଅଶାନ୍ତି ବଢୁ ଇଟା ନାଇଁ ଚାହେଁ ସେ ।ଦିନେ ନି ଦିନେ ବହ ସୁଧୁରିବା ଭାବଲା ।ମାତର ,କୁକୁର ଲେଞ୍ଜ ନଲି ଥି ଭର୍ଲେ ହେଲେ ଚ୍ଛାଟ ହେସି କେଁ ? ଦିନୁ ଦିନ କେ ମହନ ଗାଲି ଖାଇ ଖାଇ ,ବହର ଖରାପ ବେଭାର ଥି ସଢ଼ି ଜିରି ଗଲା ।ଖାନା ପିନା ଛାଡି କରିବେମାର ପଡିଗଲା ଯେ ଆର ବନେ ନିହେଲା ନ । ଆଏଖ ମୁଜି ଦେଲା ସବୁ ଦିନର ଲାଗି ।

ବୁଢା ମଲା କେ ତାର ଲଟପଟିଏନ ବହଟା କେ ଆର ସୁବିଧା ହେଇ ଗଲା ଲଭର ସଂଗେ ମଜା ମାରବା କେ । ଦୁହି ଲୁକର ଭିତରେ ଅସ୍କଟ ଧନ୍ଦା ଚାଲିଛେ ବଲି ବୁଢ଼ାର ପୁଓ କେ କେଁ ଜନା, ହେନ୍ତା ଦିନେ ତାର ଦେହେ ନସଲା ଜର କମ୍ପି ଆସି କରି ।ମାଏଝି ଗୁଟ୍କ ଡାକଲା ତାର ଲଭର କେ ।ଇଟା ତାର ମାମୁର ପୋ ବଲି ମିଛେ ଚିନହା
କରାଲା ତାର ମୁନୁସ ଠାନେ । ଉସ ଆନି କରି ଆସ ବଲି ଠାରି ନାରି କାଣା କହିଦେଲା ଯେ ଲୋକ ଟା ଯେନ ଓସ ଆଣିଦେଲା ସେଟା ଖୁଆଲା ଉତରୁ ଜର ବେମାର ଅଧିକ ବଢି ଗଲା, ଭଲ କାହିଁ ହେତା ତାର ଦେହେ ବିଗିଡି ଗଲା ଆହୁରୁ ଆହୁରୁ ।ପିଲା ଟା କାହିଁ ବୁଝିପାରେ ଇ ଛଲ କାରିନି ମାୟା ବିନି ବଦମାସ ମା ଏଝିର କାରବାର ।ଭଲ ହେବାର ଆଶ ଥି ଏକା ଦିନୁ ଦିନକେ ଚାଲିଗଲା ସେ ଭିଲ । ମାଏଝି ସବୁ ସୁନ ରୁପା ଟଙ୍କା ପଇସା ,ବେଙ୍କ ବଲାନ୍ସ କେ ନିଜର କରି ଭାବୁ ଥିଲା ଲଭର ସଂଗେ ସୁକେ ରହେବାକେ ।ମାତର ଚୋର ଘର ସବୁଦିନେ ଅନ୍ଧାର ନି ରହେ । ମହନ ତାର କଲ ବଲ ଜୀବନ ଦସାଥୀ ଯେନ ଡାଏରି ଲେଖି ରଖି ଥିଲା ସେ ଡାଏରି ଟା କେଂସି ଗୁଟେ ଉପେ ଥି ପଡିଗଲା କିଶନ ବାବୁର ହବଡେ । ଡାଏରି ର ଲେଖା ବଲେ ସେ ପୁଲିସ କେ ଜନାଲେ ସବୁକଥା । ପାପ କରମ ର ଫଲ ହିସାବ ନେ ଇ ଦୁହିଜନ ପାଏଲେ ସଜା, ଆଜୀବନ ଜେଲ । ସେନୁ ସଏଲା ବଦମାସ ମାଇ କିନାର ଖେଲ ।

ସିଂଧେକେଲା
ମୋ 9583605915

Previous ArticleNext Article