ପଦ୍ମପୁର-ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦାମ ପ୍ରଧାନଙ୍କ ସଭାପତିତ୍ୱରେ ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଯୋଗଦେଇଥିଲେ ।ଶ୍ରୀଯୁକ୍ତ ସୁରେନ୍ଦ୍ର ମହେର ମୁଖ୍ୟ ବକ୍ତା ଭାବରେ, ବୁଡାମାଳ ସରପଞ୍ଚ ଶ୍ରୀଯୁକ୍ତ ଚତ୍ରୁ ମେହେର ଏବଂ ପରମାନନ୍ଦ ଶାହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସୌନ୍ଦର୍ଯ୍ୟ ବୄଦ୍ଧି କରିଥିଲେ ।ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ବାଜପେୟୀ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ହାରାଧନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ପାଳିତ
RELATED ARTICLES


