Art & Culture, Home

କୋସଲ ରାଜ୍ୟ ଓ କୋସଲି ଭାଷାର ହକ ପାଇଁ ସଂଗଠିତ ହୁଅ

Spread the love

କୋସଲବ୍ୟାସ ଡ. ନୀଲମାଧବ ପାଣିଗ୍ରାହୀଂକ ଜୟନ୍ତି ଅବସରରେ କୋସଲ ଯୁବଶକ୍ତି ଓ କୋସଲ ସାହିତ୍ୟ ସଂସ୍କୃତି ଏକାଡେମିର ମିଳିତ ଉଦ୍ୟମରେ ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କୋସଲ ଯୁବ ସମ୍ମେଲନ ଆୟୋଜିତ ହୋଇଯାଇଛି । ଏହି ସମ୍ମିଲନିରେ ବିଶେଷକରି ଯୁବାମାନେ କିପରି କୋସଲ ଉଲଗୁଲାନକୁ ଆଗକୁ ନେବେ ସେ ବିଷୟରେ ଚର୍ଚା ହୋଇଥିଲା । ଅତିଥିମାନଂକ ସହ ବିଭିନ୍ନ କୋସଲବାଦୀ ଅନୁଷ୍ଠାନ ଏଥିରେ ଭାଗନେଇଥିଲେ । କୋସଲ ଅଂଚଲ ପ୍ରତି ହେଉଥିବା ଅର୍ଥନୈତିକ, ରାଜନୈତିକ, ସାମାଜିକ, ଶୋଷଣ ତଥା ଭାଷାର ଅଧିକାର, ସାହିତ୍ୟର ପ୍ରଚାର, ସଂସ୍କୃତିର ସୁରକ୍ଷା, ବିଷୟରେ ବିଷେଶକରି ଆଲୋଚନା ହୋଇଥିଲା । ପଦ୍ମଶ୍ରୀ ହଲଧର ନାଗ, ଅଧ୍ୟାପକ ମୋହନ ସାହୁ, ଗୋରେଖନାଥ ସାହୁ, ଡ ସାକେତ ଶ୍ରୀଭୁଷଣ ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ମାନେ ଏହା ମଧ୍ୟ ଆଲୋଚନା କରିଥିଲେ ଯେ ଯେତେ ସଂଖ୍ୟାରେ କୋସଲବାଦୀ ଅନୁଷ୍ଠାନ ତିଆରି ହେଉ ଅସୁବିଧା ନାହିଁ ମାତ୍ର ପରସ୍ପର ସମନ୍ମୟ ରକ୍ଷା କରି କାମ କରିବାକୁ ପଡିବ । କୋସଲବାଦୀ ଅନୁଷ୍ଠାନମାନଂକୁ ସଂଗଠିତ ହୋଇ ନିଜର କ୍ଷମତା ବଢାଇବା ସହ କୋସଲ ରାଜ୍ୟ ଓ କୋସଲ ସଂସ୍କୃତିର ପ୍ରଚାର ପ୍ରସାର ଓ ସଚେତନ ସୃଷ୍ଟି କରିବା ନିହାତି ଜରୁରି । ସ୍ୱତଂତ୍ର କୋସଲ ରାଜ୍ୟ ପାଇଁ ଯୁବସଂଗ୍ରାମି ମାନଂକୁ ନିଷ୍ଠାବାନ, ଧୈର୍ଯ୍ୟବାନ ହେବା ଜରୁରି । ଲକ୍ଷ ପାଇଁ ଲଢିବା ଜରୁରି ଏବଂ ପରସ୍ଫର କୋସଲବାଦୀ ସଂଗଠନ ସୋସିଆଲ ମିଡିଆରେ ଲଢେଇ ଲଜ୍ଜାଜନକ; ସେଥିରୁ କ୍ଷାନ୍ତ ରହିବା ଉଚିତ । ପରସ୍ପରକୁ ସହଜୋଗରେ ହିଁ କୋସଲ ସମ୍ଭବ । କୋସଲ ରାଜ୍ୟ ଏତେ ସହଜରେ ସୋସିଆଲ ମିଡିଆ ଲଢେଇ ବା ବାକଯୁଦ୍ଧରେ ହେବ ନାହିଁ । ବର୍ତମାନର ରାଜନୈତିକ ପରିସ୍ଥିତିରେ ଏଥି ପାଇଁ ଗାଁ ଗାଁ ସହର ସହରରେ ଲକ୍ଷ ସଂଖ୍ୟାରେ ଲୋକଂକୁ ଯୋଡିବା ଆବଶ୍ୟକ । କିପରି ଭାବରେ ଡ ନୀଲମାଧବ ପାଣିଗ୍ରାହି, ପ୍ରୟାଗଦତ ଜୋଷୀ ଓ ପିଆର ଦୁବେ କୋସଲ ରାଜ୍ୟର ସ୍ୱପ୍ନ ନେଇ କୋସଲ ସମ୍ମେଲନ କରିଥିଲେ ଠିକ ସେପରି ଆଜି ଯୁବକ ମାନକୁ ତାଂକର ମାର୍ଗକୁ ଅନୁସରଣ କରିବା ନିହାତି ଜରୁରି ବୋଲି ମତ ପାଇଥିଲା । ଶେଷରେ ଲାଲଚନ ବଗର୍ତି ଧନ୍ୟବାଦ ଦେଇଥିଲେ ।

Previous ArticleNext Article