Art & Culture, Entertainment, Home

କୋସଲି ବାଲ୍ମିକି ଇନ୍ଦ୍ରମଣି ସାହୁ ଜୟନ୍ତି

Spread the love

କୋସଲି ବାଲ୍ମିକି ଇନ୍ଦ୍ରମଣି ସାହୁ ସୁରତା କମିଟି ଆର କୋସଲି ଡେରା ପାଟନାଗଡ ତରଫ ନୁ ବଲାଂଗିର ଜିଲ୍ଲା ଘସିଏନ ଠାନେ କୋସଲିି ବାଲ୍ମିକି ଇନ୍ଦ୍ରମଣି ସାହୁଂକର ଜୟନ୍ତି ଉଜୁକ ହେଇଜେଇଛେ । ଉଛବ କେ ମୁଖିଆ କୁନୁଆଁ ହିସାବେ ସାକେତ ସାହୁ ଜୋଗ ଦେଇ କହେଲେ, “ଆମର ପୁରଖାପାତି ଜେନ ପରଂପରା ଆମକେ ଦେଇକରି ଜେଇଛନ ସେତାକେ ବଁଚେଇକରି ରଖବାର ଟା ଆମର ଦାଇତ୍ୱ ଏ ।” ଦେସ ସ୍ୱାଧିନ ହେବାର ଆଘୋନୁ ଜେତେବେଲେ କିହେ କଲ୍ପନା ନି କରିଥାଇ କୋସଲି ଭାସା ର ସ୍ୱିକୃତି ଲାଗି ଦିନେ ଲଢେଇ ହେବା ବଲି ସେ ସମିଆଁ କେ ରାମାୟଣ ବାଗିର ମହାନ ଗ୍ରନ୍ଥ ଲେଖିକରି କୋସଲି ସାହିତ୍ୟ ର ନିହି ପାଟିଥିଲେ । ଇନ୍ଦ୍ରମଣି ସାହୁ ଖାଲି ଲେଖନି ଥି ଆନ୍ଦୋଲନ ନି କରି ସେ ନିଜର ସରକାରି ଚାକରି ଛାଡି ଦେସର ସ୍ୱାଧିନତା ସଂଗ୍ରାମ ଥି ଝାସ ଦେଇଥିଲେ । ଗାଁ ଗାଁ ବୁଲି ଅନିଏ ଅତ୍ୟାଚାର ବିରୋଧରେ ଗାଂଧି ପାଲା କରୁଥିଲେ ବଲି କୁନୁଆଁ ମାନେ କହିଥିଲେ । ସଭା କେ କୋସଲି ଡେରା ର ସଭାପତି ଲାଲଚନ ବଗର୍ତି ସଭାପତି ହେଇଥିଲା ବେଲକେ ସନ୍ତୋଷ କୁମାର ଦାଶ ମୁଖିଆ କହନକାର ହିସାବେ ମଚାନେ ବସିଥିଲେ । କବି ଭକ୍ତବନ୍ଧୁ ବିଶ୍ୱାଲ ମଚାନ ଚଲେଇଥିଲା ବେଲକେ କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ । ସଭା ର ଦୁସରା ଅଧିବେସନ ଥି କବି ଶାନ୍ତନୁ ବୁଧିଆକର ସଂଜୋଜନାରେ କୋସଲି କବିତା ପାଠ ହେଇଥିଲା ।

Previous ArticleNext Article