Art & Culture, Government & Politics, Home

କୋସଲିର ସାମ୍ବିଧାନିକ ସ୍ୱୀକୃତି ଓ କେନ୍ଦ୍ର ସାହିତ୍ୟ ଏକାଡେମି ସହ ଯୋଡିବା ନେଇ ସାସଦଂକୁ ସ୍ମାରକ ପତ୍ର

Spread the love

କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ତଥା କେନ୍ଦ୍ର ସାହିତ୍ୟ ଏକାଡେମି ସହ ଯୋଡିବା ନେଇ ବରଗଡ ସାଂସଦ ସୁରେଶ ପୁଜାରୀଂକୁ କୋସଲି କ୍ରିୟାନିଷ୍ଠାନ କମିଟୀ ତରଫରୁ ଆବାହକ ସାକେତ ଶ୍ରୀଭୂଷଣ ସାହୁ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତିଲ କୁମାର, ତଥା ସୁପ୍ରିମ କୋର୍ଟ ଓକିଲ ଘନଶ୍ୟାମ ବାଂଜି ଓଡିଶା ନିବାସ ଠାରେ ତାଂକ ଅସ୍ଥାୟୀ କ୍ୱାଟରରେ ୨ଟି ପୃଥକ ସ୍ମାରକ ପତ୍ର ଦେଇଛନ୍ତି । ଏହି ସ୍ମାରକ ପତ୍ରରେ ଉଲ୍ଲେଖିତ ଅଛି ଯେ ବିଗତ ଦିନରେ କେନ୍ଦ୍ର ସରକାର ବିଭିନ୍ନ ଭାରତୀୟ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିସାରିଛି । ଏହା କେନ୍ଦ୍ର ସରକାରଂକର ଭାରତର ବିବିଧତା ପ୍ରତି ସମ୍ମାନ । ତଥା ଅନୁନ୍ନତ ଭାଷାମାନକୁ ମୂଖ୍ୟଧାରାରେ ଯୋଡିବାର ଏକ ଅନ୍ୟାନ ପ୍ରୟାସ । ଜାତିସଂଘର ସାଂସ୍କୃତିକ ଶାଖା ମଧ୍ୟ ଭାଷା ସମାନତା ଅଧିକାରକୁ ସମ୍ମାନ ଜଣାଏ । କୋସଲି ଓଡିଶାର ୧୦ଟି ଜିଲ୍ଲା ତଥା ଛତିଶଗଡର ଭତରି, ବସ୍ତର, ଦେଭୋଗ, ଫୁଲଝର, ରାଏଗଡ, ସାରଂଗଗଡ, ତଥା ଜସପୁର ପର୍ଯ୍ୟନ୍ତ ଏକ ବ୍ୟାପକ ଅଂଚଳରେ ପ୍ରତିଦିନ ବ୍ୟବହୃତ । ସ୍ୱାଧୀନତା ପୂର୍ବରୁ ଏହାର ପ୍ରକାଶନ କାର୍ଯ୍ୟ ଜାରି ରହିଛି ତଥା ଏହାର ଲିଖିତ ସାହିତ୍ୟ ଅଷ୍ଟମ ଶତାଦ୍ଦିରୁ ପ୍ରଚଳିତ । ଜିଏମ ୟନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ତଥା ଆବାସିକ ବନବିଦ୍ୟାଳୟ କୁଦୋପାଲିରେ ଏହାର ପାଠ୍ୟକ୍ରମ ଚାଲିଛି । କୋସଲି ଭାଷା ଅଷ୍ଟମ ସୂଚୀରେ ସାମିଳ ହେଲେ ଆଦିବାସୀ ବହୁଳ ତଥା ଅନଗ୍ରସର ପଶ୍ଚିମ ଓଡିଶାରେ ମାତୃଭାଷା ଶିକ୍ଷାର ପ୍ରଚଳନ ଦ୍ୱାରା ବିକାଶର ମୂଖ୍ୟଧାରା ସହ ଜୋଡିବା ପାଇଁ ସହଜ ହେବ । କୋସଲିର ଲୁକ୍କାୟିତ ତଥା ଅନାଲୋଚିତ ଇତିହାସ ଗବେଷଣା ଦ୍ୱାରା ଉନ୍ମୋଚିତ ହୋଇପାରିବ ଓ ଭାଷା-ସାହିତ୍ୟର ବିକାଶ, ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ସହାୟକ ହେବ । କୋସଲି ଅଷ୍ଟମ ସୂଚୀରେ ସାମିଲ ହେଲେ ଅଂଚଳରେ ସରକାରଂକୁ ଅଂଚଳରେ ଶାସନ କାର୍ଯ୍ୟରେ ସହାୟକ ହେବ ।

ଏହା ବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ଜୋଡିବା ପାଇଁ ସ୍ମାରକ ପତ୍ରରେ ଉଲ୍ଲେଖିତ ଅଛି ଯେ ରାଜସ୍ଥାନୀ ଓ ଇଂରାଜୀ ଅଷ୍ଟମ ସୂଚୀରେ ସାମିଲ ନ ହୋଇ ମଧ୍ୟ ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ଅନ୍ୟ ୨୨ ଭାରତୀୟ ଭାଷାଂକ ସହ ସମାନ ସୁବିଧା ଉପଲବ୍ଧ କରୁଛନ୍ତି, ଏବଂ ଉଭୟେ ରାଜସ୍ଥାନୀ ଓ ଇଂରାଜୀ, କୋସଲି ସହ ମହାପାତ୍ର କମିଟୀ ସିଫାରିଶ କରିଥିବା ୩୮ ଭାଷାମାନଂକ ସହ ବିଚାରଧୀନ ଅଛନ୍ତି ତେଣୁ ସେହି ସୂତ୍ରରେ କୋସଲିକୁ କେନ୍ଦ୍ର ସାହିତ୍ୟ ଏକାଡେମୀର ସମସ୍ତ ସୁବିଧା ଦେବା ଉଚିତ ।

ଶ୍ରୀ ପୁଜାରୀ ଶୀଘ୍ର ଏନେଇ ସଂସଦରେ ପ୍ରଶ୍ନ କରିବା ସହ ସରକାରଂକୁ ଚିଠି ଲେଖିବେ ଓ ପଶ୍ଚିମ ଓଡିଶାର ଜନମାନସର ଭାଷାର ମାନ୍ୟତା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏକ ବିସ୍ତୃତ ଆଲୋଚନାରେ ଜଣାଇଥିବା ଆବାହକ ଶ୍ରୀ ସାହୁ ଜଣାଇଛନ୍ତି ।

Previous ArticleNext Article