ଇସକୁଲ ବେଲେ ମୁଇଁ କେତନି ସରଲ ପିଲା ଥିଲି । କେନସି ଥି ଭି ସାମନା ରେ ନାଇଁ ରହୁଥାଇ । ଏନ୍ତା ଜେ କ୍ଲାସ ରେ ବସଲା ବେଲେ ବି ଲାସ୍ଟ ବେଂଚ ରେ ବସୁଥିଲି ।
ଆମର ଇସକୁଲ ରେ ଭିନେ ଭିନେ ବିସୟ ର ଲାଗି ଭିନେ ଭିନେ କାଁଥି ପତରିକା ବାହାରୁଥିଲା । ଉଡିଆ କାଁଥି ପତରିକା ଦାଇତ୍ୱରେ ପୁଷ୍ପା ମେଡମ ଥାନ । ସମକୁ ସୁଚନା ଦିଆ ହେଲା କି କାଁତି ପତରିକା ଲାଗି କବିତା ଆଦି ଲେଖା ଦେବାରକେ । ସେ ସମିଆଁ କେ ମୋର ଝନେ ସାଂଗ କହେଲେ ତାକର ଲାଗି ଗୁଟେ କବିତା ଲେଖି ଦେବାରକେ, ବିସେସ କରି ଗୁଟେ ଟୁକେଲ ର ନାଁ ରେ । ମୁଇଁ ବଡା ମୁସକିଲ ରେ ପଡିଗଲି; କାଣା କରିହେସି । ସେ ଟୁକେଲ ବି ମୋର ଭଲ ସାଂଗ ଥିଲା, ପିଲା ବି । ସାଂଗ କେ ମନା କରି ନି ହେଲା । ସେସ କେ କବିତା ଲେଖଲି ସେ ଜେନ ଝିଅ ର ନାଁ ରେ କହିଥିଲେ ।
କବିତା କାଁଥି ପତରିକା ଥି ବାହାରିଗଲା । ସେ ଦିନ ରିସେସ ସମିଆଁ ରେ ସେ ଟୁକେଲ, ଜାହାର ନାଁ ରେ କବିତା ଲେଖା ହେଇଥିଲା ସେ କବିତା ବିସେ ନେ କହେଲା । ମତେ ବଡା ମନ ଦୁଖ ଲାଗଲା ।
ଫେର ଆର ଗୁଟେ ସାଂଗ ସାଂଗେ କାଣା କରିହେବା ବଲି ବିଚାର କଲୁଁ । ସେସକେ ତୟ କଲୁଁ କି ତାର ଜାଲି ଦିଆ ହେଲା ବାକସ ନୁ ପତରିକା କେ ଚିରି ଦେମାଁ ।
ବେଲବୁଡିଆ ମୁଇଁ ଆର ସେ ସାଂଗ ଏଡମିନିସ୍ଟ୍ରେଟିଭ ବ୍ଲକ କେ ଜାଇକରି କାଁଥି ପତରିକା କେ ବାକସ ଭିତରୁ କାଢି ଆନିକରି ପୁଡେଇଦେଲୁଁ ।
ଆର ଦିନ ପୁଷ୍ପା ମେଡମ ଏସେମବ୍ଲି କ୍ଲାସରେ ଗୁଗଉଥାନ, କିଏ ରେ ସେ ମେଂଚଡ ଟୋକା ? କହିଦିଅ ଚୁପଚାପ ! ମୁଇଁ ଆର ପଦ୍ମ ଏସେମବ୍ଲି କ୍ଲାସ ର ଆବାଜ ଚୁପଚାପ ସୁନୁଥାଉଁ । ସମିଆଁ ବିତିଗଲା । କିଏ ଜାଲି ବାକସ ଭିତରୁ ଡ୍ରଇଂ ପେପର ରେ ବନାଲା କାଁଥି ପତରିକା ଗାୟବ କଲା ଜାନି ନି ପାରଲେ ।
ସେଟା ଇସକୁଲ ସମିଆଁ ଥିଲା । ସାଂଗ ମାନକର ଲାଗି କିଛି ବି କରବାର କେ ତିଆର ଥିଲୁଁ ।