Art & Culture, Education, Home

ଇସକୁଲ ବେଲର କଥା: ଫିଲିମ ଦେଖିଗଲା ବେଲେ ଧରା ପଡିଥିଲୁଁ_ସାକେତ

Spread the love

ଆମେ ଗୋଶାଲା ନ ପଢୁଥିଲା ବେଲେ, ନବୋଦୟ ର ପିଲାମାନକୁ ଆଁଖି ରଖିକରି ବୈଜାମୁଡା ନ ଗୁଟେ ଭିଡିଓ ହଲ ଖୁଲିଥିଲା । ସୁରୁଟେ ହଲ, ୫୦ ଝନ ଏକେସାରି ବସି ପାରବେ । ସେ ହଲ ବାଲା ବରାଦ ହିସାବେ ପସନ ର କେସେଟ ବି ଲଗଉଥିଲା ।

ନେହେଲେ ଟକିଜ ନ ଫିଲିମ ଦେଖବାର ଗୁରୁଦୁ ମନ ହେଲେ ଆମେ ବହି ଘିନି ଜଉଛୁଁ ବଲି ଦରଖାସ୍ତ ଦେଇକରି ସମଲପୁର କେ ଫିଲିମ ଦେଖି ଜଉଥୁଲୁଁ ।

ସେ ଦିନ ନିର୍ମଲ (ଇହାଦେ ଚାଇଲ୍ଡ ସ୍ପେସିଆଲିସ୍ଟ ଡାକ୍ତର) କେନ ଜେ ଖବର ପାଇଥାଏ, ଅଜୟ ଦେବଗନ ର ନୁଆଁ ଫିଲିମ ଲାଗିଛେ ବଲି । ସେ ଅଜୟ ଦେବଗନ ର ବଡଭାରି ଫେନ ଥିଲା ସେ ବେଲକେ । ଜିମାଁ କାଏଁ ବଲି ମତେ ପଚରାଲା, ମୁଇଁ ବି କିଛି ନାଇଁ କରୁଥାଇ, ଖାଇକରି ହସ୍ଟେଲ ନ କିନ୍ଦରୁଥାଏଁ ବଏଲେ ଚାଲ ଜିମା ବଏଲି ।

ଆମେ ଛକ ନୁ ସମଲପୁର ଆଡକେ ଜଉଥିବା ର ବସ ରେ ବସିକରି ବଏଜାମୁଡା ପହଁଚିଲୁଁ । ହଲ ନିକେ ଗଲୁଁ ବେଲକେ ଜାନବାର କେ ପାଏଲୁଁ, ଅଜୟ ଦେବଗନ ର ଫିଲିମ ନାଇଁ ଲାଗି । ଜେହେତୁ ପଲେଇ ଆସଲାଁ ନ ବଏଲେ ଆର କେତେ ସୋଜ ଫିରମାଁ ଭାବିକରି ବସି ପଡଲୁଁ । ଫିଲିମ ମୁଲ ହେଲା । ଜିତେନ୍ଦ୍ର ର ଫିଲିମ । ଅଧ ଘନ୍ଟା ତରସରେ ଜାଇଥିବା, ଅଚାନକ ହଲ ର କବାଟ ଖୁଲିକରି ନବୋଦୟ ପିଲା କିଏ କିଏ ଅଛ ବଲି ଝନେ ପଚରାଲା । ବାଘ ଦା ଥିଲେ, ଲେବୋଟେରି ଏସିସଟେନ୍ଟ । ଫେର ଫିଲିମ ବନ୍ଦ କରିକି ହଲ ର ସବୁ ଲାଇଟ ଜଲେଇ ଦିଆ ହେଲା । ବାହାରେ ଇସକୁଲ ଗାଡି ଠିଆ ହେଇଥାଏ । ଆମେ ଜେନ ଝନାଦୁ ଥିଲୁଁ, ସମକୁ ଗାଡି ବସେଇ କରି ଇସକୁଲ କେ ଆଏଲା ।

ରେଗାର ଆଗ୍ୟାଁ ପ୍ରିନ୍ସିପାଲ ଦାଇତ୍ୱ ରେ ଥିଲେ । ଅଣ୍ଡରଟେକିଂ ଲେଟର କେ ପଢୁଥାନ ଆର ଆମେକେ ପଚରଉଥାନ, କୌନସା ଫିଲିମ ଲଗା ଥା ? ବନେ ଥରଦୁ ପଚରାଲା ଉତାରୁ କହେଲୁଁ… ଜିତେନ୍ଦର କା ଥା ସର …

Previous ArticleNext Article