Government & Politics, Home

ସ୍ବଛ୍ଛ ଭାରତ ଦିବସ ଅବସରରେ ଗୌରବ ଯାତ୍ରା

Spread the love

ପଦ୍ମପୁର-ରାଜବୋଡାସମ୍ବର ବ୍ଳକ ଚାରପାଲି ଗ୍ରମପଞ୍ଚାୟତ ଅନ୍ତର୍ଗତ ଭାଲୁକନା ଗ୍ରାମ ଖୋଲା ମଳମୁକ୍ତ ଗ୍ରାମ ଭାବେ ଗ୍ରାମବାସୀଙ୍କ ମିଳିତ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ।ଗତ ୧୮ତାରିଖ ସ୍ବଛ୍ଛ ଭାରତ ଦିବସ ଅବସରରେ ଗ୍ରାମବାସୀଙ୍କ ତରଫରୁ ଗୌରବ ଯାତ୍ରାରେ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅଭିରାମ କେର୍କେଟା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭାଲୁକନା ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶତ ପ୍ରତିଶତ ପାଇଖାନା ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଜଳ ପରିମଳ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସରୋଜ କୁମାର ରଥ,ରାଜବୋଡାସମ୍ବର ବ୍ଳକ ଗ୍ରାମ୍ୟ ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ମହାପାତ୍ର,ମାଷ୍ଟର ଟ୍ରେନର ମୀନକେତନ ସାହୁ,ବ୍ଳକ କୋଡିନେଟର ତରଣୀ ସେନ ମହଲା,ସରପଞ୍ଚ ଇନ୍ଦ୍ରତିତ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।ଖାଲା ମଳମୁକ୍ତ ଅଭିଯାନକୁ ଆଗକୁ ନେବା ସହ ପାଇଖାନା ବ୍ୟବହାର ଉପରେ ତାଙ୍କର ମତାମତ ରଖିଥିଲେ ।ମୁଖ୍ୟ ବକ୍ତା ଭାବରେ ଗ୍ରାମ୍ୟ ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ କୁମାର ପାଣିଗ୍ରାହୀ ଯୋଗଦାନ କରି ଏହି ଅଭିଯାନଟି ଅନ୍ୟ ଗ୍ରାମ ପାଇଁ ଉଦାହରଣ ସୄଷ୍ଟି କରିବ ବୋଲି କହିଥିଲେ ।ଏଥିସହ ଖୁବଶୀଘ୍ର ସୌର ଶକ୍ତି ସାହାଯ୍ୟରେ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି କାର୍ଯ୍ୟକୁ ଜିଲ୍ଲା ଜଳ ପରିମଳ ମିଶନର ପ୍ରକଳ୍ପ ସଂଯୋଜକ ଦୀପ୍ତିରଞ୍ଜନ ପ୍ରଧାନ ସଂଯୋଜନା କରିଥିଲେ ।

Previous ArticleNext Article