କଏସ-ଇବନ-ଅଲ-ମୁଲାୱାହ ସୁରୁ ଟେ ଥିଲା ଆର ଲୈଲା- ଅଲ- ଆମରିୟା କେ ଗୁହେରୁ ମନ ଦେଇଦେଲା । ସେ ମକତବ (ପାରଂପାରିକ ବିଦ୍ୟାଲୟ) ନ ପହେଲା ଦିନେ ଦେଖଲା ବେଲୁ ଭଲ ପାଇବସିଥିଲା । ସେ ତେହରୁ ଲୈଲା ବାବଦେ ସୁନ୍ଦର ପ୍ରେମ ଗୀତ ଲେଖିବସଲା ଆର ଗାଁଖୁଲି ବାଟେଘାଟେ ଜିଏ ସୁନୁଥିଲା ତାହାକେ ରଡି ରଡି ପଢିକରି ସୁନଉଥିଲା । ଇ କିସମର ଆବେଶଭରା ପ୍ରେମ ଦେଖିକରି ଲୋକ ସେ ପିଲାକେ ମଜନୁ ବଲି ବସଲେ, ମଜନୁ ମାନେ ଜଖା ।
ଦିନେ ମଜନୁ ସାହାସ ଜୁଟେଇକରି ବିହା ଲାଗି ଲୈଲାର ବାପା କେ ତାର ହାତ ମାଗଲା ହେଲେ ତାର ବାପା ଅନୁରୋଧକେ ଠୁକରେଇ ଦେଲେ । ଲୋକ ଜାହାକେ ଜଖା ବଲସନ ସେନ୍ତା ଗୁଟେ ଲୋକକେ ତାର ଝି କେ ବିହା କରି ନି ପାରେ ବଲି ମନା କରିଦେଲେ । ଉଲଟିଆ ଲୈଲାକେ ତାର ବାପା ପାଖର ଗାଁର ଆର ଗୁଟେ ଲୋକ, ଟିକେ ବଏସ ଥି ବଡ, ସାଂଗେ ବିହା କରବାର ଠିକ କରସନ ।
ମଜନୁ ଦୁଖନୁ ଉଭରିକରି ଘର-ଦୁଆର ଛାଡିଦେଲା ଆର ଜଂଗଲ ଥି ଦୁଖେ ଏକଲା ଝାରର ପଶୁମାନକର ସାଂଗେ ରହେଲା । ସେ ଝାରେ ଦିନ ଭଏର ତାର ପ୍ରେମିକାର ଲାଗି ଗୀତ ଲେଖେ ।
ଲୈଲାକେ ଜବରଦସ୍ତି ସେ ବୁଢା ଲୋକ ସାଂଗେ ବିହା କରେଇଦେଲେ ଯଦିବି ତାର ମନ ମଜନୁ ନ ଥିଲା । ଯଦିବି ଲୈଲା ତାର ମୁନୁଷକେ ଭଲ ନି ପାଉଥେଇ ତଥାପି ସେ ଗୁଟେ ପତିବ୍ରତା ମାହେଜି ଆର ନିଷ୍ଠାବାନ ଝି ହେଇକରି ରହେଲା ।
ଇ ବିହାଘରର ଖବର ମଜନୁ କେ ବଡା ଦୁଖ ଦେଲା । ଘରକେ ନି ଫିରଲା ଆର ଝାରେ ଏଖା ରହେଲା ।
ମଜନୁ ର ମାଁ-ବାପ, ଘରର ଲୋକ ମଜନୁ କେ ବଡା ଝୁରନ । ମଜନୁ ଲାଗି ଝାର ତରାକେ ଖାଏବାରଟା ନେଇ ଦିଅନ । ଢ଼ଜନୁ ଫିରି ଆସବା ବଲି ଭାବନ ହେଲେ ମଜନୁ ଝାରେ ଦୁଖେ ଏକଲା ତାର ପ୍ରେମିକା ଲାଗି କବିତା ଲେଖଲା ଆର କାହାରିର ସାଂଗେ କଥାବାର୍ତା ନି ହେଲା ।
ମଜନୁ ଦିନ ଭଏର ଏକଲା, ଝାରର ଜୀବଜଂତୁ ନ ଘେରେଇହେଇ ରହେ ଜେନମାନେ କି ତାହାକେ ରାତି ମରୁଭୁମି ନ ଶୁଇଲାବେଲେ ବେଢେଇହେଇ ରହନ । ସେ ବାଟୁ ସହରକେ ଗଲା ଚଲାତିମାନେ ତାହାକେ ଦେଖନ । ସେମାନେ କହନ, ମଜନୁ ଦିନ ଭଏର ନିଜେ ନିଜକେ କବିତା ଶୁନାସି ଆର ମରୁଭୂମିର ବାଲି ଲମା ବାଡି ଗୁଟେ ଥି ଲେଖସି । ମଜନୁ ର ହୁରୁଦ ଭାଂଗିବାର ଲାଗି ଜଖା ହେଇଜେଇଥିଲା ।
କେତନି ବଛର ଗଲା ଉତାରୁ, ମଜନୁର ମାଁ-ବାପ ଖରାପ ହେଇଗଲେ । ଇ ଖବର ଟା ଲୈଲା ମଜନୁ ନିକେ ପଠାବାରକେ ତୟ କଲା । ସଂଜୋଗକେ ଗୁଟେ ବୁଢା ମଜନୁକେ ଦେଖିଥିବାର କହେଲା । ଲୈଲା ର ଗୁହାରି ବିନତି କଲା କି ସେ ବୁଢା ମଜନୁକେ ଖବର ପହଁଚେଇ ଦେବାରକେ ହଁ ଭରଲା ।
ଦିନେ ସେ ବୁଢା ମରୁଭୁଇଁ ବାଟୁ ଗଲାବେଲେ ମଜନୁ କେ ଦେଖଲା ଆର ତାର ମାଁ-ବାପ ର ଖରାପ ହେଇଜିବାର ଖବର ଦେଲା । ଯୁଆନ କବି ଆର ଭାଂଗିଗଲା । ମଜନୁ କିରିଆ କଲା ତାର ମରବାର ତକ ଝାରେ ହିଁ ରହେବାର ଲାଗି ।
କିଛି ବଛର ଉତାରୁ ଲୈଲାର ମୁନୁଷ ଖରାପ ହେଇଗଲା । ଯୁଆନ ମାହେଜି ଭାବଲା ଶେଷକେ ସେ ତାର ଅସଲ ପ୍ରେମ କେ ଭେଟିପାରବା, ସେ ଆର ମଜନୁ ସବୁ ଦିନଲାଗି ଭେଟ ହେବେ । ହେଲେ ଦୁଖ ଯେ ହେନ୍ତା ନି ହେଲା । ପରଂପରା ଅନସାରେ ଲୈଲା ଏକଲା ମଲା ମୁନୁଷର ଦୁଖେ ରହେବା ବିନା କେନସି ମୁନୁଷକେ ଦେଖି । ଆର ଦୁଇ ବଛରତକ ମଜନୁ କେ ଦେଖି ନି ପାରେ ଭାବିକରି ଲୈଲା ଝୁରିହେଲା । ସେମାନକୁ ଜୀବନ ଭଏର ଲାଗି ଅଲଗ କରି ଦିଆହେଇଥିଲା, ଇହାଦେ ଆର ଦୁଇ ବଛରର ଏକଲାପନ । ଲୈଲା ଇ କଥା ଝୁରି ଝୁରି ପରାନ ଛାଡିଦେଲା । ଲୈଲା, ଏକଲା ଘରେ ଜୀବନରେ ଆର ଥରେ ମଜନୁ କେ ଦେଖି ନି ପାରିକରି ଭଂଗା ହୁରୁଦରେ ମରିଗଲା ।
ଲୈଲାର ମରନ କଥା ମଜନୁ ନିକେ ଝାର ତକ ପହଁଚିଲା । ସେ ସାଂଗେସାଂଗ ଲୈଲାକେ ତୁପିଥିବାର ଠାନକେ ଗଲା ସେନ କାନ୍ଦି କାନ୍ଦି ତାର ପ୍ରେମିକାର ତରା ଥି ସବୁଦିନର ଲାଗି ଶୁଇପଡଲା ।
ମୁଇଁ ଇ କାଁଥି ବାଟୁ ଜଉଛେଁ, ଲୈଲାର କାଁଥି
ଆର ଚୁମୁଛେଁ ଇ କାଁଥିକେ ସେ କାଁଥିକେ
ଇଟା ସେ ଘରକେ ପ୍ରେମ ନୁହେଁ ଯିଏ ମୋର ମନକେ ଘିନେ
ହେଲେ ସେ ଘରେ ରହୁଥିବାର ଝନେ
ଅନୂସୃଜନ- ସାକେତ