ସବୁ ବଦଲି ଯାଏସି
ସେ ସବୁକେ ସମିଆଁ ବଦଲାସି
ଜେନ୍ତା ଇହାଦେ ଖରା
ଆର୍ ଘାଏକେ ଛାଏଁ
ଇହାଦେ ଦିନ
ଆର୍ ଘାଏକେ ରାଏତ ।
ସବୁକେ ଥାବେ କେନ ରଖିହେସି ଯେ
ମୁଇଁ ହେଲେ ରଖି ପାର୍ତି?
ହେଦେ ତ ସେ ଲିଟି ଚେରେ
ଆମର୍ ଗୁଲାପ ଡେହିଥି ଗୁଡ଼ା କରିଥିଲା ଯେ ଉଡ଼ିଗଲା ।
ହେନ୍ତା ହିଁ ଆଏ ବାଗିର ଲାଗସି
ମୋର୍ ମନର୍ ଗୁଡ଼ା ସୁଇନ ହେଇ ଗଲା
କଲର କାଲର ଟିକେ ଶୁଭୁଥିଲା ଯେ
କାଲ ପଡ଼ିଗଲା ।
ଆଁଖିର କର୍ପନେ ଲୁଦର ଲୁଦର ସପନ
ଆକାଶେ ମନର ଉଡ଼ାନ
ପବନେ ମଲିଫୁଲର କହଁର
ସବୁଥିଲେ,
ଜେନ୍ତା ଫୁଲେ ଭଅଁର
ହେଲେ ସମିଆଁ ବଡ଼ ବଲବାନ
କରିଦେଲା ଶୁନଶାନ !
ଦୋଷ ଦେଲେ କାଏଁ ହେବା ?
ନଏଦ ବି ତ ଶୁଖି ଯାଏସି
ମାଏଟ ଆଁ ଫାରି କାନ୍ଦସି
ମନ ଘାଏ ଘାଏ ହେକାସି
ତୁମର୍ କଥା ହେତେଇ କରି
ଆଁଖଲ ଆଁଖି ମରସି ।
ମୁଇଁ ଆସରିଜ ଆଏଁ-
ତୁମେ ମତେ ଭୁଲିଗଲ, ମୁଇଁ ଭାବସି
ଆଉ ତୁମେ କହେସ,”ତୁମେ ମତେ ଭୁଲିଗଲ ।”
ପରକୁତରେ କିଏ କାହାକେ ଭୁଲଲା
ସମିଆଁ ହିଁ ଜାନିଛେ;
ହେ ହିଁ ଗୁଲିଆ କରିଛେ
ଆମକୁ ଅଲଗା କରିଛେ ।
nabinsahu24@gmail.com