ଦୁରିଆର ଗୁଟେ ଭୁଲଭୁଲୈଆ ନ ୪ ଝନ ରହୁଥିଲେ । ୨ଟା ମୁଷା; ସ୍ନିଫ ଆର ସ୍କରି ଆର ୨ଟା ମୁଷା ଏତକି ସାନ ମୁନୁଷ, ହେମ ଆର ହ । ଇ ସମକୁ ପନିର ବଡା ପସନ ଥିଲା । ସେଥିର ଲାଗି ସେମାନେ ଫି ଦିନ ସଖାଲୁ ରନିଂଗ ଜୁତା ପିନ୍ଧିକରି ପନିର ନୁରି ଯଉଥିଲେ । ଦିନେ ସେମାନେ ନୁରୁନ ନୁରୁନ, ବଢେନି ବଢେ ପନିର ଟେସନ ନ ପହଁଚିଲେ, ଯେନ ନ କି ମେନମେନସା ପନିର ଥିଲା । ସେମାନେ ନିଜର ନିଜର ପସନ ର ପନିର ଉଷତ ହେଇକରି ଖାଇବସଲେ ।
ସ୍ନିଫ ଆର ସ୍କରି ସବୁ ଦିନ ବଢେପୁରୁ ଉଠିକରି ପନିର ଟେସନ ଯାଇକରି ପନିର ଖାଇକରି ଆସନ । ଇଆଡେ ହେମ ଆର ହ ବେଲକେ ଉଠନ ଆର ଆରାମ ସେ ଯାଇକରି ପନିର ଖାଇକରି ଆସନ । ସେମାନେ ଭାବୁଥିଲେ ଇ ପନିର ଟେସନ ନ ଏତେ ପନିର ଅଛେ ଯେ ଜୀବନ ଭଏର ଏତକି ପନିର ଥି ଚଲିଯିବେ । ସେମାନେ ତାକର ରନିଂଗ ଜୁତା ବି ଫିକି ଦେଇଥିଲେ ନ । ସେମାନେ ସୁରକ୍ଷିତ ଆର ଆରାମ ଭିତରେ ରହେଲା ବାଗିର ଲାଗୁଥିଲେ । ହ ଏତେ ଉଷତ ହେଇଗଲା ଯେ କାଁଥି ଥି ଲେଖିଦେଲା: “ଜୀବନ ରେ ପନିର ଥିଲେ ଉଷତ ଲାଗସି” ।
ଇଆଡେ ସ୍ନିଫ ଆର ସ୍କରି ଏତକି ଆରାମ ଥି ନି ରହୁଥେଇ । ସେମାନେ ହମିଶା ଦେଖୁଥିଲେ ଯେ ପନିର ଅଛେ କି ନେଇଁ । ଆର ସେମାନେ ଦେଖଲେ ଯେ ପନିର ସରି ବସୁଛେ । ହେଲେ ହେମ ଆର ହ ଇ କଥାକେ କେଭେ ନି ଭାବି ।
ଦିନେ ସ୍ନିଫ ଆର ସ୍କରି ସଖାଲୁ ସଖାଲୁ ପନିର ଟେସନ ପହଁଚିଲେ କି ଦେଖଲେ ସବୁ ପନିର ସରି ଯେଇଛେ । ଇଟା ଦେଖିକରି ସେମାନେ ଚମକି ନି ଯେଇ କାରଣ ସେଟା ସେମାନେ ଭାବୁଥିଲେ ବି । ସେମାନେ ଯହ ସମିଆଁ ଭାବବାର ଆର ଅବଶୋଷ କରବାର ଥି ବରବାଦ ନି କଲେ । ପରିସ୍ଥିତି ବଦଲିଗଲା ତ ସେମାନେ ବି ବଦଲିଗଲେ । ତ ପନିର ଟେସନ ନୁ ବାହାର କେ ଆସିକରି ଆର ଗୁଟେ ପନିର ଟେସନ ନୁରି ଦେଖଲେ ।
ସେ ଦିନ ହେମ ଆର ହ ଯେତେବେଲେ ପନିର ଟେସନ ପହଁଚିଲେ ଦେଖଲେ ପନିର ନେଇଁ ନ କି ଚମକି ପଡଲେ । ହେମ ରାଗେ ଜରଜର ହେଇକରି ବଏଲା ଏନ୍ତା କିଏ କଲା, ମୋର ପନିର କିଏ ନେଇଗଲା ? ସେ କାଣା କରବା କିଛି ବୁଝି ନି ପାରୁଥେଇ । ଫେର ଟିକେ ଭାବିକରି ହ ବଏଲା, “ସ୍ନିଫ ଆର ସ୍କରି ବି ଇନ ନି ଦିଶବାର । ତତେ ନି ଲାଗବାର ସେମାନକୁ କିଛି ଏନ୍ତା ଜନା ଅଛେ ଯେନଟା ଆମେ ନି ଜାନି”? ହେମ ବଏଲା, “ନେଇଁ ହେମାନେ ତ ମୁଶା ଆନ, ହେମାନକର ହେତକି ବୁଧି ନି ହୁଏ । ଆମେ ମୁନୁଷ ଆଉଁ ଆମେ ଜହ ଚାଲାକ” । ତେହରୁ ହ ବଏଲା, “ହେଲେ ଆମେ ତ ଚାଲାକ ବାଗିର କାମ ନି କରବାର, ଆମେ ବି ଭଟାକେ ଜେଇକରି ନୁଆଁ ପନିର ନୁରବାର କଥା” । ହେମ ବଏଲା, “ନେଇଁ ମୁଇଁ ଆଘୋର ବାଗିର ହିଁ ରହେମି ବିଶ୍ୱାସ କର ସବୁ ଠିକ ହେବା” ।
ସେ ସମିଆଁ ଥି ସ୍ନିଫ ଆର ସ୍କରି ନୁଆଁ ପନିର ନୁରବାର ଥି ଜୁଟିଥିଲେ । ଫେର ନୁରତେ ନୁରତେ ଗୁଟେ ନୁଆଁ ପନିର ଟେସନ ପାଏସନ । ଇନ ଆଘୋର ପନିର ଟେସନ ନୁ ବି ଜହ ପନିର ଥିଲା । ସେଟା ଦେଖିକରି ସେମାନେ ଉଷତ ହେଇଗଲେ ।
ସେଆଡେ ହେମ ଆର ଇଟା ଭାବୁଥିଲେ କି ଇଟା କେନ୍ତା ହେଇଗଲା, କାଏଁଜେ ହେଲା ଆର ଇହାଦେ କାଣା ହେବା ? ଭାବତେ ଭାବତେ ହ ବଏଲା, “ଆମେ ଟିକେ ବଦଲିଯିବାର କଥା । ଇ ଭୁଲଭୁଲେୟା ନୁ ଭାଟାକେ ବାହାରିକରି ଦେଖବାର କଥା, ଭେଲ ବାହାରେ ଆମକେ ଆର ଭଲ ପନିର ମିଲିଜିବା” ।
ହେମ ବଏଲା, “ନେଇଁ ଭଟାକେ ଯିବାରଟା ବଡା ବିପଦ ଅଛେ । ଆମେ କେଭେ ଭଟାକେ ଯାଇ ନି । ବାହାରେ ହଜିଗଲେ କେନ୍ତା ହେବା ଆର କିଏ ଜାନିଛେ ବାହାରେ ପନିର ମିଲବା କିନି ଯେ । ବାହାରକେ ଯିବାର ଠାନୁ ମୁଇଁ ଇନ ଠିକ ଅଛେଁ । ଭଲ ହେବା କି ଆମେ ଇନ ଟାକି ରହୁଁ ଯେବତକ ଆଘୋର ବାଗିର ଠିକ ନି ହେଇଯିବା” । ଫେର ଦୁହେଁ ଭୁଖେ ଘରକେ ଫିରି ଆଏଲେ ।
ସେମାନେ ସବୁ ଦିନ ପନିର ଟେସନ କେ ଯା’ନ ଆର ଖାଲି ଫେଟେ ଫିରି ଆସନ । ଫେର ପନିର ମାଏଟ ତଲେ ଦବି ଯେଇଥିବା ଭାବିକରି କୁଡି ବସଲେ ହେଲେ ନି ପାଏଲେ । ସବୁ ଦିନ ମେହନତ କରିକି ବିନା ପନିର କେ ତନାବ ଆର ଦୁଖ ଧରିକରି ଘରକେ ଫିରୁଥିଲେ ।
ଦିନେ ଗାଡ କୁଡଲା ବେଲକେ ହ ହଁସି ବସଲା । ହେମ ବଏଲା, “କାଏଁ ଯେ ହଁସୁଛୁ?” ହ ବଏଲା, “ଆମେ ସବୁଦିନ ସମାନ କାମ କରିକି କିଛି ଅଲଗା ଆଶ କରୁଛୁଁ” । ହେମ ଏତେ ତନାବ ଥି ରହୁଥିଲା କି ହ ର କଥା କେ ଧ୍ୟାନ ନି ଦଉଥେଇ । ଖାଲି ଇ କଥା ଭାବୁଥିଲା କି କିଏ ମୋର ପନିର କେ ନେଇଗଲା । ଫେର ହ ବଲସି, “ହେମ, ଆମକେ ବାହାରକେ ଯିବାରକେ ହିଁ ପଡବା, ଚାଲ ମୋର ସାଂଗେ” । ହେମ ବଲସି, “ମୁଇଁ ବାହାରକେ ନି ଯେ, ଇନ ହିଁ ଟାଖମି ମୋର ପନିର ଫିରବାର ତକ । ତୁଇ ଏକଲା ଯା” ।
ଫେର ହ ଯିବାରକେ ବାହାରଲା ଆର ଭଟାକେ ଯିବାର ଆଘୋନୁ କାଁଥି ଥି ଲେଖସି, “ତମେ କାଣା କରତ ଯଦି ତମେ ନେଇଁ ଡରଲେ” । ଫେର ହ ନୁଆଁ ନୁଆଁ ବାଟେ ଯାଏସି । ଇବାଟ ମାନେ ହେତକି ବି ଖରାପ ନେଇଁସେ ଯେତକି ସେ ଡରୁଥିଲା । ଫେର ହେମ ଲାଗି ଚିହ୍ନା ଦେବାର ଲାଗି ବାଟେ ଲେଖସି, “ପନିର କେ ବୋଲ ବୋଲ ସୁଂଘୁଥ ଯେ ତମକୁ ଜନା ପଡବା କି କେତେ ଜୁହ୍ନା ହେତେଲ ଯାଉଛେ” । ଫେର ସେ ଇଆଡ ସେଆଡ ଦୌଡିଲା ବେଲକେ ତାହାକେ ବଡା ମଜା ଲାଗୁଥେ । ସେ ଫେର କାଁଥି ଥି ଲେଖସି, “ତମେ ଡରବାର ବନ୍ଦ କରିଦେବ ତ ତମକୁ ବହୁତ ଭଲ ଲାଗବା ଯେତକି ଆଘୋନୁ କେଭେ ନି ଲାଗିଥିବା” ।
ହ ଟିକେ ଆଗକେ ଗଲା ଉତାରୁ ତାହାକେ ଗୁଟେ ପନିର ଟେସନ ମିଲସି ହେଲେ ସେନ ଖାଲି ଥିସି । ଖାଲି ଦିରା ବାଗିର ପନିର ପଡିଥିସି । ସେ ଭାବସି, ମୁଇଁ ଟିକେ ଆଘୋନୁ ବଦଲି ଯେଇଥିଥିଁ ବଏଲେ ମତେ ହହ ପନିର ମିଲିଥିତା । ସେ ସେନର ପନିର ଦିରା ଧରିକରି ହେମ ନିକେ ଫିରିଯାଏସି ଯେ ହେମ କେ ଦେଖେଇ ପାରବା କି ବାହାରେ ବି ପନିର ଅଛେ । ସେନ ସେ ଦେଖସି ହେମ ର ହାଲତ ଏକଦମ ଖରାପ ହେଇଯେଇଥିସି । ସେ ତାହାକେ ନିଜେ ଆନଲା ପନିର ଦେସି । ହେମ ବଲସି, “ମତେ ନୁଆଁ ପନିର ଦରକାର ନି । ବରମ ମତେ ସବୁ ଆଘୋର ବାଗିର ହିଁ ଦରକାର” । ହ ସେତାକେ ବାହାରକେ ନେଇଯିବାରକେ ବହୁତ ଚେଷ୍ଟା କରସି ହେଲେ ହେମ ର ନକରାତ୍ମକ ବିଚାର ଥି ଏତେ ଡୁବି ଯାଇଥିସି ଯେ ବାହାର ଦେଖବାର କେ ବି ଡର ଲାଗସି । ହ ବୁଝି ଯାଏସି କି ହେମ ଲାଗି ଆର କିଛି କରିନି ହୁଏ ଆର ସେ ଗଲା ବାଟେ ଚିହ୍ନା ମାନେ ବନାତେଲ ଯାଏସି ଆର କାଁଥି ତି ଲେଖସି, “ତମେ ଯେତେବେଲେ ତମର ଭାବନା ବଦଲେଇ ଦେବ ସେତେବେଲେ ତମର କାମ ବି ବଦଲି ଯାଏସି” ।
ଫେର ଯାଏତେ ଯାଏତେ ଗୁଟେ ପନିର ଟେସନ ଦେଖସି । ସେନ ସ୍ନିଫ ଆର ସ୍କରି ବି ଥିସନ । ସେନ ଏତେ ମେନମେନସା ପନିର ଥିଲା ଯେ, ସେ ଆଘୋନୁ କେଭେ ନି ଦେଖିଥେଇ । ସେ ବଡା ଉଷତ ହେସି ହେଲେ ଦୁଖ ବି ଲାଗସି କି ତାର ସାଂଗେ ହେମ ନେଇଁ ନ । ସେ ଆଶ କରସି କି ତାର ବାଟର ଚିହ୍ନାମାନକୁ ଦେଖିକରି ହେମ ଯଲଦି ସେନକେ ପହଁଚିଯିବା । ସେ ଉଷତ ହେଇକରି ସେନ ଜରୁର ଥିଲା ହେଲେ ଆରାମ ନୁ ବାହାରିକରି ସବୁ ଦିନ ଯାଁଚ କରୁଥିଲା କି ପନିର କେତେ ଅଛେ ବଲି ଆର ମଝି ମଝି ଭଟାକେ ଯେଇକରି ନୁଆଁ ଠାନ ବି ଦେଖି ଆସୁଥିଲା କି ଆଘୋର ବାଗିର ସେତାକେ ଅସବିଧା ଭୁଗବାର କେ ନି ପଡୁ ବଲିକରି ।
ଇଟା ଥିଲା “ହୁ ମୁଭଡ ମାଇଁ ଚିଜ” ର ପୁରା କଥା । ଇନ କେତେଟା କଥା ସାଫ କରିଦେମାଁ ଯେ ପନିର ଟା ସ୍ନିଫ ଆର ସ୍କରି ଲାଗି ଖାଲି ଖାନା ଥିଲା । ହେଲେ ସେ ଛୁଆ ମୁନୁଷ ମାନକର ଲାଗି ଖାଲି ଖାନା ନି ଥେଇ ଗୁଟେ ରୁପକ ଏ ଯେନଟା ଆମର ମୁନୁଷ ମାନକୁ ଉଷତେ ଜିଁବାର ଲାଗି ଦରକାର ହେସି ଯେନ୍ତା ଦିହଁ ପା,ସଂପର୍କ, ପଏସା ଆଦି । ଇ କଥାନି ନୁ ଆମକେ ୫ଟା କଥା ଶିଖବାର କେ ମିଲସି
୧) ପରିବର୍ତ୍ତନ ହେସି
୨) ପରିବର୍ତ୍ତନ କେ ସାମନା କରବାର ଲାଗି ତିଆର ରହୁନ
୩) ପରିବର୍ତ୍ତନ କେ ନଜର ରଖିଥାଉନ
୪) ପରିବର୍ତ୍ତନ ସାଂଗେ ଯେତେ ଜଲଦି ହଉଛେ ବଦଲିବାର ଚେଷ୍ଟା କରୁନ
୫) ପରିବର୍ତ୍ତନ କେ ଅପନେଇକରି ଉଷତ ହେବାର ଶିଖୁନ
(ଇ କଥା ସ୍ପେନସର ଜନସନଂକର ହୁ ମୁଭଡ ମାଇଁ ଚିଜ ଆଧାରରେ ଲିଖିତ)