ଥରେକା ଗୁଟେ ବେପାରୀ ଗୁର୍ଦୁଟେ ବଢିଆ ଆର ମିସ୍ତ୍ରି ଲଗେଇଥେ ତାର ବଗିଚା ନ ଗୁଟେ ଗୁଡି ବନାବାର ଲାଗି । ଫି ଦିନ, ସେମାନେ ସଖାଲୁ କାମ ମୁଲ କରବେ, ଆର ମଏଧାନେ ଭାତ ଖାଏବାର ଲାଗି ଟିକେ ଥାକବେ, ଆର ଫେର ବେଲବୁଡା ତକ କାମ କରବେ ।
ଦିନେ, ଗୁଟେ ମାକଡ ଦଲ ଗୁଡି ବନାଲା ଠାନକେ ପହଁଚିଗଲେ ଆର ଦେଖଲେ ଭୁତିଆର ମାନେ ଭାତ ଖାଇଯାଉଛନ ।
ଗୁଟେ ବଢିଆ ବଢେ ଘଛ ର ଗଣ୍ଡିଟେ କରତୁଥିଲା । ଯେହେତୁ ସେଟା ଦରଖଣିଆ ହେଇଥିଲା, ଗଣ୍ଡି ଖାପି ନି ହେବା ବଲି ମଝାନ କାଠର ଠେକା ଟେ ଦେଇଦେସି । ତେହରୁ ସେ ବାକି ଭୁତିଆର ମାନକର ସାଂଗେ ଭାତ ଖାଇ ଯାଏସି ।
ଯେତେବେଳେ ସବୁ ଭୁତିଆର ଯାଇସାରସନ, ମାକଡ ମାନେ ଗଛ ତଲକେ ଆଏସନ ଆର ସେନ ଡେଗା ଉତକା କରି ହତିଆର ମାନକର ସାଂଗେ ଖେଲିବସସନ ।
ଗୁଟେ ମାକଡ ଥିଲା, ଗଛର ଗଣ୍ଡି ନ ଚେପା ହେଇଥିବା ଠେକା ଥି ଉସନାକି ହେଇବସଲା । ଗଣ୍ଡି ର ତଲେ ବସିପଡଲା, ଆର ନିଜର ଦିହଁକେ ଦରଖଣିଆ ଫାଲ ହେଇଥିବାର ଗଣ୍ଡିର ସୁତରେ ରଖଲା, ଆର ଠେକା କେ ଧରିକରି ଘିଚିବସଲା ।
ଅଚାନକ, ଠେକା ବାହାରି ଆଏଲା । ତେତକେ, ଅଧା କରତିଲା ଗଣ୍ଡି ଖାପି ହେଲା ଆର ମାକଡ ଗଣ୍ଡିର ମଝା ନ ଚେପେଇହେଲା ।
ଯେନ୍ତା ତାର ଭାଗ୍ୟ ଥିଲା, ସେ ବଡା ଗୁହେରୁ ଘାଏଲ ହେଲା ।
ହେତିର ଲାଗି ଗ୍ୟାନି ଲୋକ କହେସନ: “ଯିଏ ଦୁସରା ଲୋକର କବାରେ ଦଖଲ ଦେସି ସେ ଜରୁର ଦୁଖ ପାଏସି”
ଅନୁସୃଜନ – ସାକେତ ଶ୍ରୀଭୂଷଣ