ମନ୍ଦବିର୍ଷପିନୀ ଗୁଟେ ପଁର୍ରା ଉକେନ । ସେ ଗୁଟେ ଦେଶର ରଜାର ପଲଂକେ ପକା ହଉଥିବା ମଖମଲି ପଛରା ଭିତରେ ରହୁଥିଲା ।
ସେ ସମକିରର ଅଜାନତକେ ରଜାର ରକତ ପି’କରି ବଁଚୁଥିଲା ଆର ଉଷତେ ଦିନ କାଟୁଥିଲା ।
ଦିନେ, ଗୁଟେ ଉଡଶୋ ରଜାର ସୁନ୍ଦର ସଜାଲା ଶୁଇବାର ବଖରାକେ ପଶିଗଲା ।
ଯେତେବେଲେ ଉକେନ ଦେଖଲା, ସେ ତାଗିଦ କଲା, ଏ ଉଡଶୋ, ରଜାର ଶୁଇବାର ବଖରା ଥି କାଣା କରୁଛୁ ତୁଇ । ତତେ ମାରିଦେବାର ଆଘୋନୁ ଯା ପଲା!
ଉଡଶୋ ବଏଲା, “ମହାଶୟା, ଯଦି ବି ମୁଇଁ ବେକାର ଉଡଶୋ ଏ, ହେଲେ ବି କୁନୁଆଁ ମାନକୁ ହେନ୍ତା ବେଭାର ନି ଦେଖନ । ଝନେ କୁନୁଆଁ ମାନକୁ ସୁରୁତ କଥା, ଅଏନ ବେଭାର, ଆର ଜଲଖିଆ ଦେଇକରିି ସ୍ୱାଗତ କରବାର କଥା” ।
ଉଡଶୋ କହି ବସଲା, “ମୁଇଁ ସବୁ କିସମର ରକତ ପି’ଛେଁ, ହେଲେ ରଜାର ରକତ କେଭେ ନି ଚାଖବାର ତାଏଲ । ନିହାତି ମିଠା ଲାଗୁଥିବା, ଯେହେତୁ ରଜା ମେନମେନସା ଖାନା ଖାଏସି । ଯଦି ତମେ ଟିକେ ହଁ ବଲବ ବଏଲେ, ମୁଇଁ ରଜାର ରକତ ଟିକେ ଚାଖତି” ।
ଉକେନ ଚମକି ପଡଲା, “ଆଗୋ ଉଡଶେ।।, ତମର ଚୋଟ ବଡା ଚିଆସି, ଚୋକ ସୁଜି ବାଗିର । ଆର, ରଜା ଗୁହେରୁ ଶୁଇପଡଲେ ଯାଏକ ତାର ରକତ ପି’ସିଁ । ତମେ ଯଦି ରଜା ଶୁଇପଡବାର ତକ ଟାଖବ ବଏଲେ ତମକେ ରଜାର ରକତ ପି’ବାର ଲାଗି ଅନୁମତି ଦେମିଁ” ।
ଉଡଶୋ ହଁ ବଏଲା, ମୁଇଁ ସତ କରୁଛେଁ, ରଜାର ଶୁଇବାର ତକ ମୁଇଁ ଟାଖମି, ଆର ତମେ ପି’ ସାରଲା ପରେ, ମୁଇଁ ରଜାର ରକତ ପି’ମିଁ ।
ସେମାନେ ତାକର ଭିତରେ ବୁଝାମଣା କରିସାରଲା ଉତାରୁ ରଜା ତାର ଶୁଇବାର ବଖରାକେ ଆସିକରି ଶୁଇପଡଲା ।
ଉଡଶୋ ନିଜକେ ସମ୍ବଲେଇ ନି ପାରଲା, ଆର ନି ଅଟକି କରି ଗୁଟେ ଛୁଟିଆ ଚୋଟଟେ ମାରବାରକେ କଲା । ରଜା ପୁରା ନି ଶୁଇ ଥାଇ ତାଏଲ, ଉଡଶୋ ର ଚୋକ ଚୋଟ ଥି ରଜା ଡେଗି ପକାଲା ।
ରଜା ନୌକର ମାନକୁ ଡାକଲା, “ଏ!, ଦେଖତ ମୋର ଖଟେ କାଣା ଗୁଟେ ଅଛେ ମତେ ଚାବୁଛେ । ନୁର, ଯେହେତୁ ମତେ ଚାବିଛେ ।”
ଇ କଥା ଶୁନଲା କି, ନୌକରମାନେ ନୁରବାର ଆଘୋନୁ, ଉଡଶୋ ତରସର ତତାପନା ଖଟର ଗୁଟେ କନେ ଲୁକି ଦେଲା ।
ନୌକରମାନେ ପୁରା ଖଟକେ ନୁରଲେ, ପଛରା, ଚାଦର ସବୁକେ ଝାରିଝୁରା ଦେଖଲେ, ଉକେନ କେ ପାଏଲେ । ତାହାକେ ମାରିଦେଲେ । ତେହରୁ ରଜା ଅଚିନ୍ତା ଶୁଇବାର କେ ଗଲା ।
ସାଂଗ କି ଅଚିହ୍ନା ଲୋକର ମିଛ ପ୍ରତିଶୃତିର ମୂଲ୍ୟ ନି ଥାଏ । ତମେ ବିଶ୍ୱାସ କଲେ ଭୁଗତିବ ।
ସାକେତ ଶ୍ରୀଭୂଷଣ