Wednesday, January 15, 2025
HomeHomeଅସାଧାରଣ ପରିସ୍ଥିତି ଲାଗି ଅସାଧାରଣ ମନୋଭାବ ଦରକାର

ଅସାଧାରଣ ପରିସ୍ଥିତି ଲାଗି ଅସାଧାରଣ ମନୋଭାବ ଦରକାର

ଗଲା ମାର୍ଚ ମାସୁ ଅଚାନକ ଦେସ ର ପରିସ୍ଥିତି ବଦଲି ଜେଇଛେ । ନା ବଡ ବଡ ରାଜନୈତିକ ସଭା, ନା ସୋଭାଜାତ୍ରା, ନା ଅନସନ, ଆନ୍ଦୋଲନ । ଧାର୍ମିକ ଅନୁସ୍ଠାନ ମାନକୁ ବି ତାଲା ମାରି ଦିଆହେଇଛେ । ଇସକୁଲ କଲେଜ ବି ବନ୍ଦ ଅଛେ ଜେନ୍ତା ଇ ସବୁ ର ହେତେ ଜହ ଦରକାର ନାଇଁ ନ । ଖାଲି ଡାକ୍ତର ଖାନା ଖୁଲା । ଗୁଟେ ବିଚିତ୍ର ପରିସ୍ଥିତି ବନିଛେ ଜେନଟା କି ସାସନ ଆର ସାଧାରଣ ଲୋକ ର ବୁଝବାର ବାହାରେ । ବଏଡ କି ମରଡି ଲାଗି ସରକାର ମାନେ ପହଦି ଗଲେ ନ ପରିସ୍ଥିତି କେ ସମଲାଭାର ଲାଗି ହେଲେ ଇଟା ଏନ୍ତା ଗୁଟେ ବେମାର ଜାହାର ଲାଗି କିହେ ଆଘୋନୁ ତିଆର ନିଥେଇ । ସରକାର ମାନେ ତିଆର ହଉନ ହଉନ ଇଆଡେ ବେମାର ମାଡି ଆଉଛେ ।

ଗୁଟେ ଅଜନା ଡର ଭିତରେ ସାସନ କଲ କାମ କଲା ବେଲେ ଭୁଲ ବି କରୁଛନ । କିଛି ଲୋକ ଘରକେ ଫିରବାର ଲାଗି ରେଜିସ୍ଟର କରିଛନ ତ କିଛି ଲୋକ ନି କରି । ରେଜିସ୍ଟର କଲା ଲୋକମାନକୁ ରାଏଜ ବାହାରୁ ତାକର ଘର କେ ଫିରେଇ ଆନବାର ଚେସ୍ଟା ହୁଏ ତ ସରକାର ଠିକ ସେ ନିପଟେଇ ଥେଇ ପାରନ ହେଲେ ଜେନ ମାନେ ରେଜିସ୍ଟର ନି କରି ଆର ସହ ସହ କିଲୋମିଟର ବାହାର ରାଏଜୁ ଚାଲତେଲ ତାକର ଘର ମାନକୁ ଫିରୁଛନ ତାକର ଲାଗି ବି ବିଚାର କରା ଜାଇପାରିଥିତା । ସରକାର କେ ଭାବବାର ଥିଲା ଜେ ଇ ଦେସେ ସବୁ ଲୋକ ଏତେ ସରକାରି କାଗଜି କାମ କି ଇନ୍ଟରନେଟ ର ବେଭାର ନି କରନ । ତାର ବାହାରେ କିଏ କେନ ପରିସଥିତି ରେ ଥିବା । ଜେନମାନେ ରେଜିସ୍ଟର ନି କରି ଆର ଚାଲତେଲ ତାକର ଘରମୁହାଁ ହେଇଛନ ସେମାନକୁ ବାଟେ ବି ଭିନେ ଭିନେ ଜାଗା ନୁ ଅଟକେଇକରି ତାକର ଘର ତକ ପହଁଚା ଜେଇପାରିଥିତା । ସରକାର ଠାନେ କମସେ କମ ଏତକି ତ ଡାଟା ଥିବା ଜେ କେନ ରାଏଜୁ କେନ ରାଏଜ ମାନକେ ଲୋକ କାମ କରିଜାଇଛନ । ଆର ସେମାନେ ଫିରଲେ କେନ ବାଟୁ ଫିରବେ । ଏତକି ତ ସାଧାରଣ ଗ୍ୟାନ ସରକାର ର ଥିବାର କଥା ।

ଗଲା ମାର୍ଚ ମାସୁ ଘରୁ ବାହାର କେ କାମ କରିଜାଇଥିବା ଲୋକ ମାନକର ଗୁଲଗୁଲା ଅବସ୍ଥା ର ଭିଡିଓ ମାନେ ଆମେ ଦେଖି ଆସୁଛୁଁ । ହେଲେ କାଏଲ ୨ ଟା ଭିଡିଓ ଇନ୍ଟରନେଟ ରେ ସମକେ ତଗଲେଇ ଦେଇଛେ, ମତେ ବି । ଏକ, ପୁନ୍ୟପ୍ରସୁନ ବାଜପେଇଂକର ଫେସବୁକ ପେଜ ରେ ପୋସ୍ଟ ହେଇଥିବା ଗୁଟେ ଭିଡିଓ;

https://www.facebook.com/JournalistPunyaPrasunBajpai/videos/1570166753150780/

ଗୁଟେ ସୁଟକେସ ଉପରେ ୨-୩ ବରସିଆ ଛୁଆଟେ ଉବୁଡ ହେଇକରି ସୁଇଛେ ଆର ତାର ମାଁ ତାକେ ସେ ଚକା ଲଗା ସୁଟକେସ ସାଂଗେ ଘିଚତେଲ ନଉଛେ । ଦୁଇ, ବିବିସି ହିନ୍ଦି ର ଖବର ।

https://www.facebook.com/BBCnewsHindi/videos/2574464849476658/

ହରିୟାନା ନୁ ମଧ୍ୟପ୍ରଦେସ ର ଛତରପୁର କେ ଜାଉଥିବା ଗୁଟେ କୁଟୁମ, ସାଏକଲ ଥି ୨ଟା କଁଲ ଛୁଆ ଭୋକ କେ ମାରିକରି ଉଲମି ପଡିଛନ ଆର ପୁଲିସ ର ଲାଠିଖାଇକରି ତାର ବା ସେମାନକୁ ଘରକେ ଫିରୁଥିବାର ର ଭିଡିଓ । ଜେନ ନ କି ସେସକେ ବିବିସି ର ରିପୋଟର ନିଜର ଚପଲ ସେମାନକୁ ଦେଇଦେଇଛେ ଆର ସହେ କିଲୋମିଟର ଖାଲି ପାଦେ କେନ୍ତା ଜିବ ବଲି ଭାବୁକ ହେଇଜେଇଛେ । ଆର କେତେ ଜେ ଏନ୍ତା ଗୁଲଗୁଲା ଦୁରୁସ ରିପୋଟର ମାନକର କେମେରା ର ଉଢାରେ ଏନ୍ତା ଘଟିଜେଇଛେ କିଏ ଦେଖିଛେ । ସେ ଜେନ ମାନେ ପାଦେ ଚାଲତେଲ ଘର ମାନକୁ ଫିରୁଛନ ସେମାନକର ସହଜୋଗ ରେ ବଲି ତ ଏଜ ଦେସର ଅର୍ଥନିତି ର ଠିଆ ହେଇଛେ । ସରକାର କିଛି ବି ଜଦି ନି କରି ପାରୁଛେ କମସେ କମ ଲାଠି ନି ଚଲଉନ । ସେ ନିରିହ ଲୋକ ମାନକର ନିସାସ ନି ପଡୁ ଆପଣକର ଉପରେ, ଆପଣକର ତକ୍ତା ଉପରେ ।

ଇ ସମିଆଁ ରେ କିଛି ବାବୁ ମାନକର ମିଜାଜ ବି ବିଗଡିଛେ ଟେନସନ ସଂଭଲେଇ ନି ପାରିକରି । ବାବୁ ମାନକୁ, ଅଫିସର ମାନକୁ ଆର ଜତନ ନେବାର କେ ହେବା । ଆପଣମାନେ ଜେନ ଦରମା ପାଉଛନ ତାର ଅସଲ ମାଲିକ ସେହି ମାନେ ହିଁ ତ ଆନ । ମୁଖ୍ୟମଂତ୍ରି ସରକାରି ଅଫିସ ମାନକୁ ଫଲକ ଝୁଲେେଇ କରି ଲେଖିଦେଲେ ସ୍ୱିକାର କରିଛନ ପରେ ଆମେ ଆପଣକର ନୌକର ଆଉଁ ବଲି ।

ଏଜକା ସମିଆଁ ଆର ପରିସ୍ଥିତି ସାଧାରଣ ନୁହେସେ । ଆପଣ ମାନକୁ ବି ସାଧାରଣ ନୁ ଅସାଧାରଣ ବନବାର କେ ପଡବା । 

ସାକେତ ସାହୁ ରାଜନିତି ଆର ସଂସ୍କୃତି ଉପରେ ମତ ଦେସନ

RELATED ARTICLES

Most Popular

Recent Comments