ଶାଶ୍ୱତ ବାବୁ ର କବିତା ମାସଦୁ ହେଲା ଫେସବୁକ ନ ପଢତେଲ ଅଉଛେଁ । ନିଅମିତ କବିତାମାନେ ପୋସ୍ଟ କରି ଫେସବୁକ ନ କୋସଲି ସାହିତ୍ୟ ର ଗୁଟେ ଅଲଗ ମାହୋଲ ବନେଇ ଦେଇଛନ । ଜେନ ସମିଆଁ ନ କୋସଲି ଭାସା ତାର ଅପନାର ପେହଚାନ ନୁରୁଛେ, ମାନ୍ୟତା ଲାଗି ଦାବି କରୁଛେ, ପ୍ରଚାର-ପ୍ରସାର ଲାଗି ମଚାନ ଦେଖୁଛେ; ଗୁଟେ ଜୁଦ୍ଧ-ବରନ୍ୟା ମାହୋଲ ନ ଗତି କରୁଛେ ସେ ସାମିଆଁ କେ ମନ-ତନ ଦେଇ କୋସଲି ମାତା ର ପ୍ରଚାର-ପ୍ରସାର ଦିଗେଁ ଜେନ କାମଟେ କରିଛନ, ଇହାଦେ ର ସମିଆଁ କେ ସେଟା ସମକିର ର ନୁ ବଢେଟେ କଥା ଆଏ । ପ୍ରସଂସା ର ପାତ୍ର ଆନ । ଆମର ଚିରାଚରିତ ଟପା-ଦାଏକା, ରସରକେଲି-ଡାଲଖେଇ ନୁ ଜାପାନି ହାଇକୁ ତକ ପାଠକ ମାନକୁ ପରସିଛନ । ଆଏଜ ତାକର କବିତା ସଂକଲନ ବାହାରୁଛେ, ବଡା ଉସତ ଲାଗୁଛେ; ହାର୍ଦିକ ଅଭିନନ୍ଦନ!
ମୋର ସୌଭାଗ୍ୟ ଜେ ମୁଇଁ ଇ କବିତା ସଂକଲନ ର ଛାପବାର କାମେ ଜଡିତ ଅଛେଁ ଆର ଦୁଇ ପଦ ଲେଖବାର ଲାଗି ବି ମୌକା ପାଇଛେଁ ।
ଶାଶ୍ୱତ ବାବୁ ଇ କୋସଲି କବିତା ସଂକଲନ ର ନାଁ “ଟଁକାଗଡୁ” କବିତା ର ନାଁ ହିସାବେ ଦେଇଛନ ଆର “ଆଲୋ ଅଲୋ”, “ବାଏଲ-ଘର”, “ମାଏଟ ମାଁ”, “ଖିଜା ବିରଝା”, “ଠୁସକୁ ଡୁବରୁ କବିତା” ଏନ୍ତା କରି ପାଁଚ ଟା ବିଭାଗ ଥି ସଜେଇଛନ । “ଆଲୋ ଅଲୋ” ବଏଲେ ଛୁଆମାନେ ଖୁସ ଥିଲା ବେଲେ ଇ ପ୍ରକାର ଗୁଟେ ସବଦ ବାହାର କରସନ; ବଡ ମାନକର ହୁଲହୁଲି କେ ଅନସରି । ବୋଧେ କବି ନିଜକେ ହେନ୍ତା ଛୁଆ ଟେ ବଲି ଭାବୁଛନ ଆର ବଡମାନକୁ ଅନସରି କରି ମୁଲ କରୁଛେଁ ବଲି ସୁଚନା ଦଉଛନ । ତେହରୁ ବାଏଲ-ଘର, ଛୁଆମାନେ ଜେନ୍ତା ଖେଲ-ଖେଲ ଥି କିଛି ବନାବାର ଚେସ୍ଟା କରସନ, ହେନ୍ତା ବାଏଲ-ଘର ର କବିତା । ବାଏଲ-ଘର ବନାବାର କେ ଦରକାର ଟିକେ ଉଦା ବାଏଲ । ବାଏଲ ରେ ବାଏଲ… ତେହିଁ ନେହେଲେ କାହୁଁ ହେବା ଘର ଜଧରବି ଟିକେ ଉଦା ନାଇଁ ଥିବା; ସବଦ ବି ତ ହେନ୍ତା ଖୁଣଖୁଣିଆ ଜଦରବି ଟିକେ ଭାବ ନାଇଁ ଥିବା । ନିଜର ଅଂଚଲ, ନିଜର ଜନମ ମାଏଟ ର ସମସାମଇକ ଛଏଁରା ମାନକେ ନେଇ ଜାତିୟତା ଭାବ ଥି ସର ସର “ମାଏଟ ମାଁ” । ସେଟାଏର (Satire) କେତେଟା କେ ନେଇ “ଖିଜା ବିରଝା”, ବିଭାଗ ର ନାଁ ଅନସାରେ କବିତା ମାନେ । ଫେର ଉତରି ଆଇଛେ ଭାବର “ମାହାନଏଦ”, ତାର ଉତାର କେ “ଠୁସକୁ ଡୁବରୁ କବିତା” । ମୁଟାମୁଟି ଭାବେ କବି ନିଜକେ ଛୁଆ ଟେ ଆଏଁ ବଲି ଜନାବାର କେ ଚାହୁଁଛନ । ଇଟା ବିନମ୍ରତା ଆଏ । ସାଂଗେ ସେ ଇଟା ବି କହୁଛନ ଜେ “ଦେଖ ଦେଖ କେନ୍ତା ହେଇଛେ ଇ କବିତା ଟିକେ ପଢି ଦେଖ ନ…”, ସେ ତହଁକ ବି ଅଛେ । ନିଜକେ ଛୁଆ ବଲି ଥେଇ ପାରନ, ହେଲେ ଆପଣ ମାନେ ପଢତେଲ ଗଲେ ଜାନତେଲ ଜିବେ କବି ସିଆନ, ପୁଖତ ସିଲ୍ପି ଟେ ଆନ, ସେ ସାହିତ୍ୟ ପଢିଛନ ଆର ପଢାସନ:
“ଇଙ୍ଗଲିଶ୍ ମାଷ୍ଟର୍ ଆଏଁଖ୍ ନ
କେନ୍ତା ବାଁ ଜିବା!”
ଇ କବିତା ସଂକଲନ ର ଦୁଇଟା ଖାସ ନୁଆଁପନ କଥା ଆପଣକୁ ବତେଇଦେସିଁ:
ଏକ: ଶାଶ୍ୱତ ବାବୁ ଜାପାନି କବିତା ଲେଖବାର ଢାଁଚା, ହାଇକୁ (Haiku) ଢାଁଚା ଥି କୋସଲି କବିତା ଲେଖିଛନ । ମୋର ଜାନବାର ଭିତରେ ସେ ପହିଲ କରି ଇ କୋସିସ କରିଛନ:
“ଚଁଟିଆ ଦଲ୍ ଚକ୍କର ମାରୁଛନ୍
କି ଆକାସ୍ କେ ଘାଁଟୁଛନ୍ ।”
ଇ ହାଇକୁ ର ସଂପର୍କ ଇଂରାଜି ସାହିତ୍ୟ ର ଇମାଜିଜମ (Imagism) ସାଂଗେ ବି ଅଛେ, ଇମାଜିଜମ ହଉଛେ ଆଧୁନିକ ଇଂରାଜି କବିତା (Modernist Poetry in English)ର ନିହି; ଗୁଟେ ଉଲଗୁଲାନ । ଗୁରୁପ ହେଇକରି ଲେଖା ଛାପୁଥିଲେ କବି ମାନେ । ଇ ସୁଚନା ତାକର ଗୁଟେ କବିତା “କୋସଲ ମାତା” ନ ଦେସନ:
“ତାର୍ ପାଁଚ୍ଟା ଚୁଙ୍ଗ୍ଚୁଙ୍ଗିଆ ପୋ –
ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ
ମାଁ କେ ଖୁଜି ବହାରିଲେ,
କେନ୍ ଘର୍ କାଏଁ ଗଲି
କେନ୍ ଗାଁ କାଏଁ ସହର୍
ନି ନୁରିଥିବେ ବଝା ଜଖା ହଇ
କାଏଁ କାଏଁଟା ନି ଥିବେ ବଦି
ବଇଦ୍ ଗୁନିଆ ଫୁକା ଝରା
ଜେନ୍ଟା ନି ଭି ଜାନିଥିଲେ ପକାଲେ ସାଧି ।”
କବି ସେ ଇଫେଲ ଟାୱାର ପଏଟସ (Eiffel Tower Poets) କର ବାଗିର ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ ( ବୃନ୍ଦାବନ ସାହୁ, ବିଜୟ ପ୍ରଧାନ, ସାକେତ ସ୍ରିଭୁସଣ ସାହୁ, ପଦ୍ମ, ଆର ଶାଶ୍ୱତ ସାହୁ) ଫେସବୁକ “କୋସଲି ଲିଟ୍ରେଚର ଗ୍ରୁପ” ନ ଇହାଦେ ର କୋସଲି ସାହିତ୍ୟ ର ହରେକ କିସମର ଉତଥାନ ଲାଗି ଲାଗିଥିବାର ଚେସ୍ଟା କେ ଜୁଲାବାର ଚାହୁଁଛନ ।
ଦୁଇ: ତାକର “ଭଉଁରି” କବିତା ବି କୋସଲି ସାହିତ୍ୟ ଥି ଗୁଟେ ନୁଆଁ ପ୍ରୟୋଗ ଆଏ । ଏଭେ ଇ କିସମ ର କବିତା କେ କଂକ୍ରିଟ ପଏଟ୍ରି (Concrete Poetry) ବଲୁଛନ, ଆଘୋ ପେଟର୍ନ ପଏମସ (Pattern Poems) କହୁଥିଲେ । ଗୁଡାଦୁ ଗ୍ରିକ କବି ଖ୍ରି.ପୁ. ୩ୟ ସଦି ବେଲକେ ଲେଖା ମନକେ ତାର ବିସୟ ର ଭାବ ଅନସାରେ ଆକାର ଟେ ଦଉଥିଲେ । ଇ ପ୍ରୟୋଗ ଥି ଲେଖା କେ ଫରଦ ଉପରେ କବିତା ର କଥାବସ୍ତୁ ଅନସାରେ ଗୁଟେ ଆକାର, ଆକୃତି ଥି ସଜା ହେସି । ରେନେଁସା (Renaissance) ଆର ସତର ସ’ ସଦି ନ ବି ଏନ୍ତା କିସମର କବିତା କେତନି ଲେଖୁଥିଲେ । ଏଭେ ୧୯୫୩ ମସିହା ଥି ସ୍ୱିସ କବି ଇଉଗେନ ଗମରିଂଗର (Eugen Gomringer)ଫେରି ଥରେ ନୁଆଁ କରି ଚଲାଲେ ।
ଆର ବିସେସତା ହଉଛେ ସବଦ ମାନକର ବେଭାର । ପଏଟିକ ଡିକସନ (Poetic Diction) ର ବଡା ଚମ୍ତକାର ନମୁନା ଟେ ବଲି ଧରା ଜେଇପାରେ; ସବଦ ମାନକୁ ନିଜର ଆଏତେ ମନମାନି ମୁଡା-ମୁଡି, ଭଂଗା-ରୁଚା କରିଛନ ହେଲେ ଭଂଗା-ରୁଚା ସୁନ୍ଦର ଆର ସୃଜନାତ୍ମକ ଆଏ । ଦେଖୁନ କିଛି ସବଦ: ହାଡ଼୍-ଏଟେକ୍ (ହାର୍ଟ ଏଟେକ), ଆଁକୁଟ୍ (ଆଁଗୁଟ), ହିମାଲଏ (ହିମାଲୟ), ବ‘ର୍ର୍ (ବର‘ ର), ଫୁଣ୍ (ଫୁଡ), ଶୁଖିଙ୍ଗଲା, ଲାଗିଙ୍ଗଲା, ସର୍ମିଙ୍ଗଲା, ଗଡ଼୍ଗଡ଼ିଙ୍ଗଲା, ଖାଇଙ୍ଗଲ, ପିଟିନ୍ନେଲା, ମେସେଇନ୍ନେଇ, ମୁରି, ଗୁଲାଫୁଲ୍, ଆୟ୍, ସୁଆଁରି ଆଦି । ସବଦ ମାନକର ବେଭାର ର କଥା ପଡିଛେ ଜେତେବେଲେ ଆର ଗୁଟେ କଥା ଇନ କହେବାର ଜରୁରି ଭାବୁଛେଁ, ସେ ଖାଲି ନିଜର ଅତାବିରା (ନିଜ ଗାଁ) କି ସୁନ୍ଦରଗଡ (ପେସା ର ଜାଗା) ର ସବଦ ବେଭାର ନି କରି କରି ଦରକାର ଅନସାରେ ସାରା କୋସଲ ବାହି ର ସବଦ ମନେ ବେଭାର କରିଛନ । ତାକର “କେବିକେ (୧)” ଆର “କେବିକେ (୨)” ଥି କେବିକେ (କୋରାପୁଟ, ବଲାଂଗିର, କଲାହାଁଡି) ର ସବଦ ମନେ, ମୁଖିଆକରି କଲାହାଁଡି ର ସବଦ ମନେ ଜଜବଜ ବେଭାର କରିଛନ: ଖୋବ୍, ମକେ, କାଁଜେ, ଖେଁଟ୍ଲା, ଆଡ଼େଁ ଆଦି ।
ଶାଶ୍ୱତ ବାବୁ ର କେନଭାସ ଉସାର-ପିସାର । ତାକର “ଜଟାୟୁ” କେ ଧରି ନଉନ:
“ହାମର୍ ଜାତିଁ ବି ତ ଅଛନ୍ କବି ସେମନ୍କେ ଗାଏବାର୍ ସୁନିଥିଲିଁ,” ଇ ପଦ ଟା କ୍ରିସୋ୍ଟଫୋର ମାଲୋ ର୍(Christopher Marlowe)କର ଡକଟର ଫସଟସ (Doctor Faustus) (୧୫୯୦-୧୬୦୪?) ଟ୍ରୟ ର ହେଲେନ ର ସୁନ୍ଦର କେ ଜେନ୍ତା ପରୋକ୍ଷ ଥିଁ ବର୍ନନ କରିଛନ ସେଟା ସୋର କରେଇଦେସି:
“Was this the face that launch’d a thousand ships
And burnt the topless towers of Ilium?
Sweet Helen, make me immortal with a kiss.”
ସେହି “ଜଟାୟୁ” କବିତା ଥି ଫେର ଅଛେ:
“ହେଲେଁ ବି ଥିତା ଜଦ୍ରି ଡେନା ଦସ୍ଟା
ଶେଷ୍ ଡେନା କଟ୍ବାର୍ ଜାକର୍ ଲଢ଼ିଥିତିଁ ।”
ଇଟା ହିନ୍ଦୁ ପୌରାଣିକ ଚରିତ୍ର ରାବଣ ଆର ଜଟାୟୁ ଭିତରର ଜେନ ଲଢେଇ ହେଇଥିଲା ସେ ଚିତ୍ର କେ ସୋର କରେଇ ଦଉଛେ । ଜଟାୟୁ କବିତା ଗୁଟେ ମିଥ ଆଏ, ପୌରାଣିକ ଚରିତ୍ର କେ ନେଇକରି ଆଝିର ର କଥା କୁହା ହେଇଛେ । ଆର ଇ ମିଥ ପ୍ରୟୋଗ ଆଧୁନିକ କାବ୍ୟଧାରା ର ବଢେ ଟେ ପ୍ରୟୋଗ ଆଏ ।
ସୁରୁଜ ଆର ଛେନା ପ୍ରତିକଧର୍ମି କବିତା । ସୁର୍ଜ୍ୟ ତାକତ ର ଧାର, ଛେନା ସାମାଜିକ କାର୍ଜ୍ୟକର୍ତା । ମାହାପୁରୁ ର ସିରଜିନା ଥି ଜାହାକେ ଜେନ ତାକତ, ଗୁନ ଦରକାର ଥିସି ଇ ସିରଜିନା ଜାନଲା ବାଗିର ତ ତାହାକେ ସେ ଗୁନ/ତାକତ ର ଅଧିକାରି ବନାସି:
“ଛାଏଁ ଦେଖୁଥିବାର୍ ସୁନ୍ଦରିର୍
ମୁହେଁ ତେର୍ଛା କଅଁଲିଆ
ଖରା ହେଇ ସେ ପଡ଼ସନ୍,
ଫେର୍ ମୋର୍ ବାଗିର୍
ଖର୍ସି ଲୁନ୍ଧା ଉପ୍ରେଁ
ରଡ଼୍ରଡ଼ିଆ ଖରା ହେଇ ପଡ଼ସନ୍,”
“ଘାଏ ବନ୍ଦ୍ କର୍ବ!” ଡବଲୁ. ଏଚ. ଅଡେନ (W. H. Auden) କର ଇଂରାଜି କବିତା Stop All The Clock or Funeral Blues କେ ସୋର କରାସି ।
“ସୁରୁତ୍ ନଏଦ୍” ସାଂଗେ ପହେଲା ବିଭାଗ ସେସ କରିଛନ ଜିବନ ଦର୍ସନ ର ସେସ ପଦ ଟେ ଦେଇ:
“ଶେଷେଁ ତ ହେବାର୍ ଅଛେ
ଶୂନ୍, ଗୁମ
ସମୁଂଦର, କୁରୁତ୍ କୁରୁତ୍ ।”
ସଂକଲନ ର ନାଁ ବନିଥିବାର କବିତା ଟଁକାଗଡୁ ଥି ସ୍ୱାଭିମାନ ଆର ବିଦ୍ରୋହି ଭାବ ଟେ ଜଜବଜ ଲୁକିଛେ:
“‘ବହ ଆଏଲେଁ ମାଁ କେ କେଚ୍କେଚା କର୍ବା’
ବଲି କେଭେ ନାଇଁ ହେଲା ବିହା ।”
XXX XXX XXX XXX XXX
“ବା – ‘ତମେ ଜାଉଥ, ମୁଇଁ ପଛେଁ ପଛେଁ ସାମାନ୍ ଧରି ଆଉଛେଁ’ କହି ଠକିଦେଲା,”
ଇ କବିତା ଥି ନାଟକିୟ ଉପାଦାନ ମାନେ ଭିଲ ବେଭାର କରିଛନ । ସ୍ୱାଭିମାନ ନୁ ବିଦ୍ରୋହ, ସେନୁ ବିଦ୍ରୋହ ମିସିଛେ ଅଂଚଲ ର ସଂସ୍କୃତି ସାଂଗେ ଆର ପାହାରେ ଦେବାର କେ ଜେଇଛେ ସାସନ ଆର ରାଜନିତି କେ ହେଲେ ନାଇଁ ପାରି, କାବୁ କରିନେଇଛନ ଜେନ୍ତା:
“ଲୁକେ କହେସନ୍ – ଡେମ୍ ପାଏନ୍ ମାଡ଼ି ଆଏଲା,
ମାଓଲି ଦେବତା କେ ଛାପ୍କି ବା ରହିଗଲା ।”
ଇହାଦେ ତାର ସାଂଗେ ଘଟସି
“ପୁଲିସ୍ କହେଲା – ଟଁକାଗଡୁ ଜେତେତେ
ମାତିକରି ‘ହାଡ଼୍-ଏଟେକ୍’ ହଇଗଲା ।”
ଇ ଦୁହି ପଦେ ଗୁଟେ ଆର୍କିଟାଇପ ଡିଜାଇନ (Archetype design) ଅଛେ । ଟଁକାଗଡୁ କେ କିମ୍ବଦନ୍ତି ବନାବାର କୋସିସ କରିଛନ:
“ଏଭେଁ ବି ରାତି ଛୁଆମାନେ ଗହମତ୍ କଲେଁ ମାଁ ମାନେ କହେସନ୍ –
ସୁଇପଡ଼, ନେହେଲେ ଟଁକାଗଡୁ ଆସିଜିବା!
ଏନ୍ତା ବି ଭାଗେ ମାଁ ଅଛନ୍
ଜେ ନିଜର୍ ଛୁଆକେ ଲାଡ଼େ ଡାକ୍ସନ୍-
ଆ’ ମୋର୍ ଧନ, ମୋର ଟଁକାଗଡୁ ରେ!”
ମିଥ ନୁ ପ୍ରତିକ ଧର୍ମି, ତିହାର-ବାର ନୁ ଜିବନ ଦସର୍ନ, ରାଜନିତିକ ବେବସ୍ତା ଉପରେ କଡା ରୁପ:
“ଗୁଦାମ୍ ନ ଚାଉଲ୍ ବସ୍ତା
ହଁସୁଛେ ଗର୍ଗଡ଼ି ଗଡ଼୍ଗଡ଼ି,
ଫେନ୍ ଭି ତିନ୍ ଦିନର୍ ଭୁଖା
ମଏଲା କିଟ୍କିଟ୍ ଛୁଆ
କାନ୍ଦୁଛେ ରଡ଼ି ରଡ଼ି” (କେବିକେ ଛୁଆ (୧)
ଅପନାର କୋସଲି ସଂସ୍କୃତି ଦିନୁଦିନ ଜଗତିକରଣ ର ମାଡେ ଲିଭି ଜଉଛେ ଆର ପସଚିମ ଫାଲ ର ସଂସ୍କୃତି ମାଡି ଅଉଛେ:
ଆଘର୍ ଦିନ୍ ତ କେଭେନୁ ଗଲେନ ଘୁଚି ଘୁଚି,
‘ହେପି’ ‘ହେପି’ ଦିନ୍ ମାନ୍ ଆଇଛନ୍ ଖେପି, (ପୁରା ଉଆଁସ)
ବାହାରୁ ଚିକଚିକିଆ, ଲୁଭଲୁଭନ୍ୟା ଦିସୁଥିବାର ଜିନିସ ମାନେ ଭିତରୁ ସବୁ ପୁଲା ଖୋକଲା:
ଜେନ୍ଟା ଉପ୍ରୁଁ ଦେଖଲେଁ ଟମାଟମ୍
ଭିତର୍ ଟା ଲାଗସି ସବୁ ପୁଲ୍ଚି ପୁଲ୍ଚି । (ପୁରା ଉଆଁସ)
କବି ଫେର ଥରେ ଚିତ୍ରାସନ ସମସାମଇକ ଚାସି ମାନକର କଥା:
ଭିନେ ହେଇ ବୁଡ଼ୁଛେ ଭିଲ୍ ଛଡ଼ା ବେଲ୍
ଆଗ୍କେ ଗୁର୍ହେଇ ହଇକରି ଲମିଛେ ଛିନା ଧର୍ସା (ଚାସିର ଫପ୍ସୋ ଛାତି)
ଚାସି ଟେ ଆତ୍ମହତ୍ୟା କରବାର କେ ଜଉଛେ ଇ କଥା ଟା, “ଭିନେ”, “ବୁଡୁଛେ”, “ଭିଲ ଛଡା”, “ଛିନା” ବାଗିର ସବ୍ଦ ନୁ ସୁଚନା ଦଉଛନ । ବାହାର ର ଦୃସ୍ୟ ସାଂଗେ ମନ ଭିତର ର କଥା ଟେ କହେବାର ଚେସ୍ଟା କରିଛନ, ଆଧୁନିକ କବିତା ସୈଲି ର ବଢିଆ ପ୍ରୟୋଗ ।
ଗୁଟେ ଭାସା କେ ସଠିକ ଲେଖବାର ଲାଗି ଜେନ୍ତା ବ୍ୟାକରଣ ଦରକାର ହେସି ସେନ୍ତା ମୁନୁସ ଲାଗି ସାଂସାରିକ ନିଅମ ନିତି ଅଛେ । କବି ଇନ “ଇଂଗଲିସ ମାସ୍ଟର” ହେଇକରି ନିଜର ଉପରେ ନୁହେଁ ନିଜର ବାଗିର ବା’ନା-ବିଛନା କରୁଥିବା ରକ୍ଷଣସିଲ ମୁନୁସ ମାନକୁ କହୁଛନ:
ବନାନ୍ ବ୍ୟାକରନ୍ ସୁଧ୍ରାମି
ସେତେବେଲେଁ ତ ଛାଏଁ ଆଉ
ମୁଇଁ ଗୁଟେ ହଇ ଜାଇଥିମୁ । (ବନାନ୍ ବ୍ୟାକରନ୍ )
ମାହେଜି ଜାତିର ସମ୍ବେଦନସିଲତା, ତାକର ମୁନୁସ ପ୍ରତି ଭାବନା କେ ଭାବ ଦେଇଛନ । ଇ ମାର୍ମିକ ପଦ/ ଭାବନା ଜାଗତିକ (Universal) ଆଏ:
“ମାତର୍କ, ଜୁଆନ୍ ସୁହାଗିନିର୍ ଭିତ୍ରେଁ
ରାଆଁଡ଼ି ବୁଢ଼ି ଟେ ଲୁକିଥିସି” (ପଟେ ଚୁଡି)
କୋସଲ ବାହିର କଥାନି କହେବାର ସୈଲି ଆର ନିର୍ଜିବ ମାନକୁ ଜିବନ ଦେବାର ତରିକା ହଉଛେ ମାନବିକରଣ (Personification), ସେଟା ଝଲକିସି:
“ଗଛ୍ ଜେ ଗଛ୍ ଜେ ଗଛ୍ ,
ତବାତୋବ୍,
ହୋ ହଇକରି ସଭେ ଉଦ୍କିଲେ
ଉଡ଼ି ପଲାବାର୍ ଲାଗି, ଚୁଛାଟା!” (ଜଙ୍ଗଲ୍ ବଏଲେଁ କାଣା ଗୋ?)
ମୁନୁସ ର ଆଦିମ ପ୍ରକୃତି, ଆଧୁନିକ ଜିବନ ର ଅସହାୟତା, ଉକୁବୁକୁ କେ ଚିତ୍ରାସନ:
“ବୁଲୁଛନ୍ ପଂଜରାର୍ ପିଂଜରା ଥିଁ
ହୁରୁଦ୍ ଟାକେ କଏଦ୍ କରି ।
ବୁପ୍ରାକୁଁ ମହାପୁରୁ ଟିକେ ଭଲ୍ ପାଏତେ
ଜେନ୍ତା କି ମୁଇଁ ପାଏସିଁ ତତେ ।” (ଚରେ ଗୁଡା)
କଥା ଜହ ଲମ ହେଲେ ସୁନବାର କେ ସବେ ହଦିରସନ । ସେସ ପଦେ, ଶାଶ୍ୱତ ବାବୁ ର କବିତା ଥି କେତନି ଆସା-ଭରସା ଅଛେ କୋସଲି ଆଧୁନିକ କବିତା; ସାଂଗେ ବୁଥବୁଥା ଇ ବାହିର ସଂସ୍କୃତି ଆର ଚାଲି ଚଲନ । ସମଲେଇ ତାକର କଲମ କେ ବଜର କରୁ ।