Thursday, December 19, 2024
HomeArt & Cultureଜୁଏ: ସରୋଜ ସ୍ରିଭୁସଣ ସାହୁ

ଜୁଏ: ସରୋଜ ସ୍ରିଭୁସଣ ସାହୁ

ଲୁକେ ମତେ ବେସ୍ୟା ର ପୁଓ ବଲସନ । ସତକଥା । ଅଧେ ବଲସନ ବୁଢା ସରପଁଚ ର ପୁଓ ତ ଅଧେ ହରି ମାହାଜନ ର ପୁଅ । ମୁଁଇ କାହାର ପୁଅ ଆଏଁ ମୁଁଇ ନେଇଁ ଜାନି । ଏବେ ଜାନବାର ଥି ଆଗ୍ରହ ବି ନେଇଁନ । ମାଁ ତ ନେଇଁନ ବାପର ସାର୍ଟିଫିକେଟ ଦେବା କିଏ? ଲୋକକୁ ଗାଲି ଦେଇକରି କି ପିଟି, ଇ କଥାକେ ତ ବଦଲେଇ ନି ହୁଏ । ମୋର ଜନମ ଆର ତାର କାରଣମାନେ ମୋର ଆୟତ ବାହାରିଆ କଥା ଇଟା ଭାବି ମନ ବୁଝାସିଁ । ଏବେ ବଁଚିଛେ ବଲେ ବଁଚିବାକେ ପଡବା ଆର ଇ ଜେନ ବଁଚୁଛେ ଇ ଜିବନ ସାଂଗେ ମୋର ସଂପର୍କ ଅଛେ ଜନମ ର କାରଣ ସାଂଗେ ନେଇଁନ ।

ମୋର ଇ “ମୁଇଁ” ପଦକେ ନେଇକରି ବାହାଦୁରି ମାରବାର କିଛି ନେଇଁନ ଜେନ୍ତା ସରପଁଚ ବୁଢା କଥା-କଥାକେ କହେସି “ମୁଇଁ କିଏ ଆଏଁ… … ଅମକା ଗଁତିଆ ର ପୁଓ । ବାଘ ଆଏଁ… ବାଘ” । କି ହରି ମାହାଜନ ଜେନ୍ତା କହେସି “ଆରେ ମୁଁଇ କାର ପୁଓ ଆଁଏ ଜେ ନେଇ ଜାନି?” ଅମକା ସେଠ କା ବେଟା । ତୁଇ ତ ତୁଇ, କୁଲିହା ବାଗିର ଚାଲାଖଟାମାନେ ବି ନେଇ ଠକି ପାରନ ମତେ । ଏନ୍ତା ବାଘ କି କୁଲିହା ସାଂଗେ କଁଟି ହେବାର ନେଇଁ ନ କି ମୁଇଁ ବଲି କରି ରଡବାର ନେଇଁନ । ମୁଁଇ ମୁନୁସ ଛୁଆ ଏଁ ମୁନୁସ ହେଇକରି ରହେମି । ଅଲଗା ଲୁକର ମୁଇଁ ଆନିକରି ମୋର ଲାଗି ବଢେ ମୁଇଁଟେ ବନାବାର ସୌକ ବି ନେଇନ ।

ବଢା ଚାଲାଖ ବଲସନ ମୋର ମାଁ’କେ । ସେ ସରପଁଚ ବୁଢାର ହଉ, ହରି ମହାଜନ ର ହଉ କି ଆର କାହାର ବି ହଉ ବନେ ଥୁଡେ ଧନ ସଂପତି ରଖିଦେଇଥିଲା ମୋର ଖେବାର ଲାଗି । ମୁଇଁ ଜାନିଛେ ବଏଲେ ମୋର ମାମୁଁକେ । ମାମୁଁ ବଏଲେ ହେନ୍ତା ମାମୁଁ; ଅସଲି ନେଇଁସେ । ମାଁ ବୃନ୍ଦାବନ ଗଲା କି ଏଲା ବଲସନ । ଗୁର୍ଦୁ ପିଉଥିଲା, ପିଇ ପିଇ ମଲା, ଭାଗ୍ୟ ଭଲକେ ଦୁସେର ହେଇଥିଲିନ । ସୁନା ରୁପା ଥୁଡେ ବି ବଁଚିଗଲା ।

ଏବେ ମୁଇଁ ବିଏ ଫାଇନାଲ କରୁଛେଁ । ଚିନ୍ତା ବଏଲେ ସରପଁଚ ବୁଢାର ପୁଓ, ଆର ଅଲେଖ, ହେ ମହାଜନ ର ପୁଓ; ମୋର ବଡ ସାଂଗ ଦୁହିଟା, ଗୁଟେ କିଲାସେ ବି ପଢସୁଁ । ଘର ବଏଲେ ମୋର ଗାଁ ମୁଡସାଥିନ, ତ କୁକରା-ମରା, ସିଗରେଟ-ପିଆ, ମଦ ପିଇକରି ବାଁତିକରା ଇ ସବୁକେ ଟିକେ ସୁବିଧା, ହେଥିର ଲାଗି ବଂଧନଟା ଟିକେ ମଜବୁତ । ଆର ଗୁଟେ କଥା, ପରିଖ୍ୟା ବେଲକେ କୁସଚେନ ସିଲେକ୍ଟ କରି ଟେସ୍ଟ ପେପରନୁ ଚିରିଦେବାର କାମ ବି ତ ମୋର ଏ । ଜେନ ଟୁକେଲ ବାବଦ ଥି ଜାଣା କଥା ହେଲେ ବି କାହାରିର ସୁନବାର ନେଇଁନ, ଇ ସବୁ ସୁବିଧା ଅଛେ ଇନ । ଅଲେଖ ର ବୁଆ ହରି ମହାଜନ ବଢା ଆକଟ କରସି ମତେ, ମତେ ବଏଲେ ମୋର ଇ ଘରକେ । ସାଂଗ ହେଁସି ଜେହେତୁ ପିଇବାର ବି ସିଖଲିଁ, ହେଲେ ଇମାନକର ବାଗି ସବୁଦିନ ନେଇଁ ପିଁଏ । ପି’ କରି ହୁଡାକୁଦା ମାଡପିଟ ନେଇକରେଁ । ପି’ଲେ ତ ଘରୁ ନେଇଁ ବାହାରେଁ । କାଂଦସିଁ ପର୍ସ ଭିତର ର ଫଟୁ ଦେଖି ଚିଠି କେତେଟା ପଢସିଁ । ହେ ନିଲିଆ ଡାଏରି ଭିତର ର ଚିଠି । ଜେତକି ପି’ଥିସିଁ ହେତକି କାଂଦସିଁ । ହେ ଦୁହେଁ ହଁସସନ ମୋର କାଂଦିକେ । ଏତକି ବେଲକେ ତାକର ସୋର ପଡସି କେଭେ କେନ ଫୁଲ କି ଚଁପାର ଲାଗି କେନ୍ତା ବ୍ଲାଉଜ ଘିନିଦେଇଥିଲେ କି କେନ ବଜାର ଦିନ କାଁ ମାଲି ଘିନି ଦେଇ ଥିଲେ କେନ ରଏବାରି କି ସମାରି ର ଲାଗି । ଇ କଥା ଅବସ୍ୟ ସେ ଦେନାବାଲା ଆର ସେ ନେଲାବାଲି ଭିତର ର କଥା, ମୋର କିଛି ମତଲବ ନେଇଁନ ଇଥିନ । ହେଲେ ଇ କଥା କହି ସେସକେ ମୋର କାଂଦିର ଦାମ-ମୁଲ ପଏସା-ପତର ଥିନ କରବେ; ବଡା ବାଧସି ।

ହେ ଫଟୁ ଜେନ ଦେଖିକରି କାଂଦସିଁ ହେଟା ଲିଜାର ଫଟୁ । ହଁ ଲିଜା କେରଲି ଖ୍ରିିସ୍ଟିଆନ ଟୁକେଲ, ନର୍ସର ବୁହେନ । ଗିତ କଂପିଟିସନ ଥିନ ସବୁ ଥର ପହେଲା । ମୋର ସାଙ୍ଗେ ପଢୁଥିଲା । ଇନୁ ବଦଲି ଗଲା ବେଲକେ ଜେନ କାଂଦିଥିଲା ହେ କାଂଦିଟା ମୋର ନିକେ ଡେହେଁକି ଆସିଛେ ।

ପଏସା-ପତର ବଲେ ଚିନ୍ତା ଆର ଅଲେଖ ନ ସଂସାର ଜାକିର ବୁଧି ଅଛେ, କେନ୍ତାକରି ଆଏବା-ଜିବା, ଅଗଲିବା ଇଟା ଭଲ କରି ଜନା ଅଛେ ହେ ଦୁହେଁ କୁ । ଇଥର ପହେଲା କରି ଗାନ୍ଧି-ଜୟନ୍ତି ପାଲନ କଲୁଁ, ଆମର ସଂଘ ବାଲେ, ହେ ଦୁହେଁକର ପ୍ଲାନ ଥିନ । ଭାଟିବାଲା, ଗାଡିବାଲା ଏନ୍ତା ବାଲାମାନକର ନୁ ପଏସା ଅନାହେଲ।। ସଭା ହେଲା ଭାସଣ ଦେବାର ଲାଗି ସଭେ ଘୁଁଚଲେ ଜେ ମତେ କହେବାକେ ପଡଲା । ହେ ଦୁହେଁ ନୁଆଁ ଢିଲା ଖଣେ ଲେଖାଁ ବି ପିନ୍ଧିଥିଲେ । ମୁଇଁ ଜାନିଛେଁ ହେଟା ଭାଟି ର ପଏସା ଥିନର ଟା । ସଫେଇ କାମ ହେଲା କେନସି ନାଲି କି ସଡକ ତରାର ନେଇ । ଆମର ଘର ପାଖେ ବଏଲେ ବେଡି ଘର ତରାର ହେ ଖାଲି ଜାଗା ସଫା କରାହେଲା । ମୁଇଁ ସୁନିଥିଲିଁ ହେଥିନ ପରେ ହରି ମାହାଜନ ଘିନୁଆ ମୁଖଫଲି ସୁଖାବା ଆର ଅଧେକେ ସରପଁଚ ଘର ର ରାଏସ ସୁଖା ହେବା, ଇଟା ଭିତରିଆ କଥା । ଅବସ୍ୟ ମତେ କିଛି କରା ନେଇଁ ଲାଗି ଆମେ ତିନହେଁ ତ ସିଗରେଟ ପିଇତେଲ କାମ ତଦାରଖ କରୁଥିଲୁଁ । ଚିନ୍ତା ଆର ଅଲେଖ ଥର ଦୁଏ ତିନେ ବେଡି ଘରକେ ପେନ ପିଇ ଜେଇଥିଲେ । ମୁଇ ନେଇଁ ଜାଇ । ନାଁ ଖାଲି ବେଡି ନେଇସେ ବିଲକୁଲ କଥାବାର୍ତା ନେଇଁ କହିପାରେ ମାତରକ ଦେଖବାକେ ବଏଲେ ଗୁଟେ ଚାଉଲେ ଗଢା ଏ । ଭାରି ସୁତରଟା । ଘରୁ ବାହରଲେ ଛାତିଥିନ ଥୁକ ଦେସି ।

ଜାହା ହଉ କି ନେଇଁ ରାତି ବନେ ଭୁଜିଟେ ହେଲା ମୋର ଘର ନ ।

ଆମେ ତିନହେଁ ପି’ଲୁଁ । ବନେଟିକେ ଲେଖା ପି’ଲୁଁ । ମର କାଂଦି ମୁଲହେଲା, ହେ ଦୁହେଁ ମତେ ହଁସଲେ । ଦୁହେଁ କାଣା ଟୁପୁର ଫୁସୁର ହେଲେ ଆର ଚିନ୍ତା ବାହାରିଗଲା । ବେଡିର ବୁଆ ସାଙ୍ଗେ ସାଙ୍ଗେ ଫେନ ଆଏଲା । ଅଲେଖ ପଚାସ ଟଙ୍କିଟେ ଧରେଇ ଦେଲା ଆର କହେଲା ବୋବା କୁକୁରା ପଟେ କେନନୁ ଖୁଜି ଆନ ତ । ଚିନ୍ତା ଦସ ଟଙ୍କିଟେ ଧରେଇ ଇଟା ନେ ମଦ ପିଇବୁ ବଏଲା । ଏବେ ତ ଖାଇ ସାରିଛୁଁ ଫେର କାଁ ଭୋକ କଲା ଜେ କୁକୁରା ମଗଉଛନ କିଛି ନେଇଁ ବୁଝି ପାରଲିଁ ମୁଇଁ । ବେଡି ର ବୁଆ ଉସତ ହେଇଗଲା । ଟିକେ ଛାଡି ଦୁହେଁ ବାହାରି ପଡଲେ ।

ସିଗରେଟ ପିଇତେଲ ଲିଜାର ଚିଠି ପଢୁଛେଁ, ଏତକି ବେଲକେ ଢଣନ ଢାଣନ ଖୁରି-ଗିନା ଫିକା ଆବାଜ ଆଏଲା । ବାହାରି ଦେଖଲି, ବେଡି ଘର ଆଡୁ ଆବାଜ ଆସୁଛେ । ପାସକେ ଜାଇ କବାଟ ଠେଲି ଦେଖଲିଁ ଜେ ଭିତର ଆଡୁ ବନ୍ଦ ହେଇଛେ । ଲାତେ ମାରଲିଁ ଜେ ଭିତର ଆଡୁ ସିକଲା ହିଟି ଗଲା । ଗରିବ ଲୁକର କବାଟ ତ । ଦେଖଲା ବେଲକେ ଚିନ୍ତା ଆର ଅଲେଖ ଅଛନ ଭିତରେ । ବେଡି କାଂଦୁଛେ । ମୁଇଁ ଆର କିଛି ନେଇଁ ଭାବି ନ ଘିଚିକରି ଦୁହେଁକୁ ଥାପଡେ ଲେଖା ପିଟଲିଁ । ବେଡି ର ବୁଆ କୁକୁରା ର ବେଁକ ଧରି ଆଉଥିଲା । ଇ ହେପକାବାର ଦେଖି ଏ …ଏ….ବଲି ଦଗା ଦେଲା ମତେ ଆର ଜନାଦୁଏ ଲାଲଟିନଟେ ଲେଖାଁ ଧରି ହାଜର ହେଇଗଲେ । କାଣା ହଉଛେ ବୋ ଇଟା ବଲି ରଡିକରି ମତେ ପଚରାଲା ବେଡିର ବୁଆ । ମୋର କହେବାର ଆଘୋନୁ ଅଲେଖ, “ଜା ତୋର ଘର ଭିତରକେ ଜା ଦେଖବୁ” ବଏଲା । କୁକରା ଛାଡି ଘର ଭିତର କେ ଦଉଡିଲା । ମୋର କାଣା କହେବାର ଆଘନୁ ବରକସ ଠେଙ୍ଗାଟେ ପଡଲା ପିଠି ।

ମନ୍ଦିର ନ ଇ ଗାଁର ସବୁ ନିଏ-ନିସପତି ହେସି । ମୋର ମନ୍ଦିର ବଲସି ସରପଁଚ ବୁଢା ହେଲେ ସାତ ବଛର ତକ ପଟି ପଡିଥିଲା ବଜାର ଦିନ । ତାର ଜେନ ବୈଠକି ଘର ଆରୁ ଇ ମଂଦିର ଏକା ସାଂଗର (ଜଁ’ଲା-ଜିଆ ବଲ ତ) ସିମେନ୍ଟ, ପଥର, ଗେଟି, ବେଲ ସବୁ ଏକାସାଂଗେ ଅନାହେଇଥିଲା । ହେଥିନର ଲାଗି ମୋର ମଂଦିର ବଲସି ବାଗି ଲାଗୁଛେ । ମଂଦିର ପିଣହାଁନ ସରପଁଚ ବୁଢା, ହରି ମାହାଜନ ଆରୁ ନିତେଇ ବାମହନ ବସିଛନ । ଦିପ ର ଉକିଆଥିନ ପିତଲ ର ସିଂହାସନ ଚକଚକଉଛେ ହେଲେ ମହାପୁରୁମାନେ ନେଇଁ ଦିସବାର । ଲିଭିଗଲେନ ବାଗିର ଲାଗୁଛେ । ଇ ସିଂହାସନ ହରି ମାହାଜନ ଦେଇଥିଲା । ଥରେ ତାର ଗଂଜେଇ ଧରା ପଡିଥିଲାତ, କଥାଟା କୋର୍ଟ-କଚରି ନେଇ ଜାଇ ଥାନାଥିନ ଛିଡିଗଲା । ସେଟା ସ୍ୱୟଂ ମାହାପୁରୁ ରଖ୍ୟାକଲେ, ତାର ବଦଲା ଥିନ ଇ ସିଂହାସନଟେ ପାଏଲେ । ମହାପୁରୁର ଭାଗ୍ୟ, ତେତକର ପିତଲ ସିଂହାସନେ ବସଲେ ।
ବାକି ଲୋକମାନେ ତଲେ ବସିଛନ ହେଲେ ବେଡି କି ଚିନ୍ତା କି ଅଲେଖ କିହେ ନେଇ ଦିସବାର । ବେଡିର ବୁଆ ଅଛେ । ମଦର ଗଂଧି ବାରି ହଉଛେ ।
– “ଇତାକେ, ଇ ସଲାକେ ଟୁରା ପିଲା ବଲି ଆହା କରି ଗାଁ ଥିନ ରଖଲା ବେଲକେ କେନ୍ତା କାମ କରୁଛେ । ପସୁ ଚଲନ ନେଇଁଗଲା । କେନ୍ତା କରି ହେଲେ ଜିବା ? ସଲା କାହାର ପୁଓ ଆଏ ଜେ?” ନିତେଇ ବାମହନ ଟାଁଚି ଟାଁଚି ଇ କଥା କହେଲା ।

ଏତକି ବେଲକେ ଗାଁ ମୁଡସାନୁ ଉକିଆ ଦିସୁଛେ ଆର କୁହୁଁଲା ବାହାରୁଛେ । ଆର କାହାରିର କଥା ନାଇଁ ସୁନି ନ ସିଧା ନରଦିଲିଁ ମୋର ଘରନିକେ । ହୁ ହୁ ଜଲୁଛେ । କାଣା କରମି କିଛି ଭାବି ନେଇ ପାରଲିଁ, ଭିତରକେ ପସଲିଁ । ନଜରଟା ନିଲିଆ ଡାଏରି ଆର ପର୍ସ ଉପରେ ପଡଲା । ଧରିକରି ବାହାରିଗଲିଁ ।

ସଡକ ର ଆର ଫାଲେ ତାକର ଘର ଆଗମୁଡେ ବେଡି ଠିଆ ହେଇଛେ । ପାଖକେ ଗଲିଁ । ସାମନାଥି ମଠିଆଟେ ଭାଂଗି ତଲ ଉଦା ହେଇଛେ । ଖପରି ଖେଲେଇ ହେଇ ପଡିଛେ । ବେଡି ର ଆଁଖୁ ଲହ ଧାର ଧାର ବାହାରୁଛେ, ଜୁଏର ଧାଜଥିନ ମୁଁହ ଚକଚକେଇ ଜଉଛେ ସତେ ଜେନତା ଗୁଟେ ଦେବି, ପ୍ରତକ୍ଷ ଦେବି । ରାଗିଛେ କିଏ ତାର ଏଡେ ସୁଂଦର ମଠିଆ ଭାଂଗି ଦେଲା ବଲି । ତଥାପି ହେ ଛିଛିବିଛି ହେଇ ଥିବାର ଖପରି ସବୁ ବହୁତ ସୁଂଦର ଦିସୁଛେ; ଆମର ଗାଁର ମଂଦିର ନୁ ସୁଂଦର ଦିସୁଛେ, ନେଇଁ, ସବୁ ମଂଦିରନୁ ସୁଂଦର ଦିସୁଛେ ପୁରି ନୁ କୋଣାର୍କ ନୁ । ଖାଲି ରାଗଲେ କାଁ ହେବା, ଦେବି ନିସଚଲ କାଁ ହେଲାଜେ ? ମଠିଆ ଜୁଡବାର କେନସି ମଂତ୍ର ନେଇଜାନି କି ଅଭିସାପ ଦେବାର ପାସରି ଦେଇଛନ । ନେଇଁ ମୁଇଁ ପାସରି ଦେଇଛେଁ, ସେ ବେଡି ଆଏ, ବେଡି ।

ଡାଏରି ଫାରି ଚିଠି ଅଛେ କି ନେଇ ଦେଖଲିଁ; ଅଛେ । ଜୁଏ ନେଇ ପୁଡେଇପାରି । ଲେହେଁଟି ଦେଖଲି ଘରୁ ହୁ ହୁ ଜଲୁଛେ ଜେନ୍ତା ମୁଇଁ ବଁଚୁଛେଁ, ଜେନ୍ତା ମୋର ଜିବନ ଏ ।

RELATED ARTICLES

Most Popular

Recent Comments