Thursday, December 19, 2024
HomeArt & Cultureଟାଖେନ: ସାକେତ

ଟାଖେନ: ସାକେତ

ଖବର ପାଏଲିଁ ସେମାନେ ପରେ ଏଗାର ବଜେ ଆଡକେ ଇବାଟୁ ଜିବେ । ବଏଲେ ମତେ ବସସ୍ଟେଣ୍ଡନ ତାହାକୁ ଟାଖବାରକେ ପଡ଼ବା । ସେମାନେ ଆଏଲେ ଆମେ ଏକା ସାଂଗେ ଜିମୁଁ । ମୁଇଁ ସାଂଗେସାଂଗ ଗାଧିାଧି କରି ବସସ୍ଟେଣ୍ଡକେ ଆଏଲିଁ ।

ପାନଦୁକାନର ଘଡିଥି ସାଢେଦସ ବାଜିଥିଲା । ଦୁକାନ ସାମନାର ବେଁଚଥି ଲୋକ ପେକ ବଇସଛନ । କଲବାଜନାନୁ ହିଂଦି ଫିଲିମର ଗାନା ସୁନୁଛନ । ଘାଏ ଘାଏ ଗାନା ନାଇଁ ସୁନିକରି ପ୍ରଧାନମଂତ୍ରି, ମୁଖ୍ୟମଂତ୍ରି କି ଗାଂଗୁଲି ନେହେଲେ ଅମିରକେ ଅଧେ ବାନିଲେ ଅଧେ ବନେ ବଲୁଥାନ ।

ହେତକିବେଲ ଦେଖଲିଁ ମତେ କିହେନି ପଚରାବାର କେହିଁ ବାହାରଲୁ ବଲି । ଭଲଗାନାଟେ ଲାଗିଛେ ତ, ସବେ ଏକବାରି ଝୁମିଡୁଛନ । କିଏ ବସି ବସି ଗୋଡ ହଲଉଛେ ତ କିଏ ବିନା ଆବାଜେ ଥାପଡି ମାରିକରି ଝୁମୁଛନ । ଇମାନେ ଏନ୍ତା ଝୁମୁଥିବେନ; ମତେ ନି ପଚରନ ନ । ସବୁଥିରର ମୁଲ ଦୁକାନି । କୁହା ପାନପତର କାଟି କାଟି କଲଗାନା ସାଂଗେ ଗାଇ ଦେଖୁଛେ । ସୋଜ ସୋଜ ହେଲେ ନୋଟଟେ ଭଂଜା ମାଗଲି । ନୋଟକେ ଟେବୁଲନ ଥୁଇବାର ବେଲ, ଡ୍ରୟରନ ଭରି ଦେଲା । ଠକ ବଗ ଝୁରିକେ ଟାଖିଥିଲାନ । କଲ ଗାନାର ଆବାଜ ଟିକେ କମେଇଦେଲା ।
– କାଣା?
-ଭଂଜା ଦେ ବୋ ।
– ନି ହୁଏ ବୋ ।
– ଦେ ବୋ ଦେ ।
– ନି ହୁଏ ବୋ, ଇଟାତ ଦୁକାନ ଖୁଲୁଛେଁ, କେନ ବିକଲିଁ ନ ଜେ ।

ପାନ ଦୁକାନେ ଟଁକା ଭଂଜେଇ ନି ପାରଲିଁ । ନେଇଁ ଇନ ଆର ନି ରହେଁନ । ନେହେଲେ ଇମାନେ ସୋଜ ସୋଜ ଗୁଂଦଲେଇ ହଉଛେ ବଲବେ । ବୁଢାମାସ୍ଟ୍ରେ ଖରାତାପୁଛନ । ମାସ୍ଟ୍ରେକର ନିକେ ଜିମିଁ ? ଗଲେ କଡା ଗଣ୍ଡା ବିସା ନୁ ମାନସାଂକଟେ ପଚରେଇ ଦେବେ ନେହେଲେ ଗୁଟେ ଅଖାଡୁଆ ଧଂଦା, “ସାଠେଟା ମଇସି ପଂଦରଟା ଖୁଟା, ବିନ ଜୁଲିକରି ବାଂଧରେ ବେଟା” । ଆର ଫେର ସୋଜ ସୋଜ ହେଲେ ମୁଇଁ ଗୁଂଦଲେଇ ହେମିଁ ସେ ଅଖାଡୁଆ ପ୍ରସ୍ନମାନକର ସମାଧାନ କରବାରଥି । ନେଇଁ ଆଏଜ ସମିଆଁ ନେଇଁ । ଦୁଇଟା ସାଂଗକେ ହୋଟେଲ ଆଡେ ଡାଖଲିଁ । ପଏସା ଭଂଜାବାର ବାହାନାଥି ଜଲଖିଆ ଖୁଆଲିଁ ।

– କାହିଁ ବାହାରଲୁ ବୋ ?
– ବାହାରିଛେଁ ଗାଁ ଟେ ।
– ପୁରୁବ ଜିବୁକି ପସ୍ଟିମ ଜିବୁ ?
– ପୁରୁବକେ ଟିକେ ଜିମିଁ ।
– ପୋଗ୍ରାମ ଅଛେ ?
– ହଏ ।
– କେଁ ଥି ଜିବୁ ସେ, ହେଆଡର ସବୁ ବସ ତ ଗଲାନ ।
– ନେଇଁ ଆମର ପାଟିବାଲେ ଇଆଡୁ ଆଏବେ, ତାକର ସାଂଗେ ଜିମିଁ ।
– ଆର କେତେବେଲେ ଆଏବେ ସେ, ବେଲା ହେଲାନ ଆରୁ । ଆମେ ଜାଏସୁଁ ଭେଇ ଗାଧିାଧି ଗଲେନି ।
– ଆସୁଥିବେ ବୋ, ହେମାନକର କଥା ନି ଜାନୁ, ମାହା ଝମେଲିଆ ଲୋକ ।

ହୋଟେଲ ସାମନାର ଖଟେ ଏକଲା ବଇସଛେଁ । ଏଗାରଟା ବାର ହେଲା, ବାର ନୁ ଏକ । ବେଲ ଟିକେ ଟିକେ କରି ମୁଡ ଉପରୁ ଖସିରତେଲ ଜଉଛେ । ହଁ କାଣା ହେଇଥିବା ବଲି ଘାଏ ମନକେ ଭୁର୍ତେଇ ହେଲେ ଆର ଘଡି ମନ କେନସି ଜିନିସଥି ବିସ୍ୱାସ ନି କରବାର । ମନକେ ମନ ନାନା କିସମର ଚିନ୍ତା ଦୁସଚିନ୍ତା ପସୁଛେ; ମନ ଘବରେଇ ହଉଛେ, ଗୁଲିଘାଁଟି ହଉଛେ । ନେଇଁ ନେଇଁ କେନ୍ତା ନେଇଁ ଆଏବେ? ଜେନ୍ତା କଲେ ଆଏବେ । ଆଏବି ନି, କହିଛନ ଆରୁ କେନ୍ତା ନେଇଁ ଆଏବେ । ମନ ଘାଁଟିସାଁଟି ହେଇ ହେଇ ବେଲ ଲେହେଁଟି ଗଲା । ଧରସାର ସେ ପିଠୁ ହୁଲକେ ତତଲା ପବନ ସୁଖା ଝରଲା ପତର ମାନକୁ କିଂଦ୍ରେଇ କିଂଦ୍ରେଇ ଆନିକରି କେଚେରେଇ ଦଉଥାଏ ସାମନାଥି । ସୁଖା ଝରଲା ପତରମାନେ ଉଡୁଛନ ଇନୁ ସେନକେ ନେହେଲେ ମନକେ ଲାଗଲେ ଅଟକୁଛନ ବାଟେ । ନେହେଲେ ଉଡୁଛନ ଜେ ଗାଏଚରୁଆ ପିଲାମାନେ ପାଚେନ ବାଡି ଧରି ଭୁତ ଭୁତ ବଲି ଦଉଡୁଛନ ପତରମାନକର ପଛେ ।

ବସସ୍ଟେଣ୍ଡର ଲୋକ ମତେ ସଖାଲୁ ଦେଖଲେ ନ, ମୁଇଁ କାହାକେ ଟାଖିଛେଁ । ଚିହ୍ନାର ଲୋକମାନେ ପଚରଉଛନ, ଇବୁଆ ସଖାଲୁ ଜୁଗିଛୁ କାଏଁ ଜେ ବୋ, ନେଇଁ
ଆଏବାର ତାଏଲ ସେମାନେ? ଜା ଘରକେ ଜା, ହେମାନେ ଆର ନି ଆସନ ନ । ବସସ୍ଟେଣ୍ଡର ପାନଦୁକାନି ଘରୁ ଖେଇପିଇକରି ଫେର ଦୁକାନ ଖୁଲଲା ନ । ନେଇଁ ଆର ଟାଖି ନି ହୁଏ । ଟାଖବାର ସବୁ ସିମା ଲହଁକି ଗଲାନ । ଜଦି ବି ଇହାଦେ ଫେର ଟାଖମି ବଏଲେ ବି ଆର କାମ ନି ଦିଏନ । ନିସଚେ କାଣା ଅସବିଧା ହେଇଥିବା ଜେ ପ୍ରୋଗ୍ରାମ କେନସେଲ ବି କରି ଦେଇଥେଇପାରନ । ପାଖର ପେ-ଫୋନ କେ ଜେଇ କରି ପଚରେଇ ଦେଖଲିଁ, ଖବର ପାଏଲିଁ ସେମାନେ ଅଲଗା ଗୁଟେ ବାଟୁ ପଲେଇ ଜେଇଛନ ।

ଇସ୍, ମୁଇଁ କେଡେ ବୁଡବକ । ନି ବୁଝି ନି ସୁଝି କରି ଗୁଡାଦୁ ନି ହେଲା ଲୁକର କଥାକେ ସତ କଲିଁ । ନିଜର ପାଠସାଠ ଛାଡିକରି ଦିନଭଏର ତାହାକୁ ଟାଖି ରହେଲିଁ । ଦିନାଦୁ ଗଲେ ପରିଖ୍ୟା, ‘ମନି ବେଂକିଂ’ନୁ ନମରଟେ ଦେଖିଥିଲେ ସୋଜ ଜେଇଥିତା । ସେମାନକୁ ବହୁତ ରାଗ ଲାଗଲା । ମୁଇଁ ଜାହାକୁ ସତ କରି କରି ଦିନ ଭଏର ଟାଖି ପାରଲିଁ ସେମାନେ ନି ଆସିପାରୁଁ ବଲି ଟିକେ ଖବର ଦେଇ ନି ପାରଲେ । ଦିହଁମୁଡ ଉଜନ ଉଜନ ଲାଗୁଥାଏ । ମନ ବିରକ୍ତ ଲାଗୁଥାଏ । ଟିକେ ଉସାସ ଲାଗବା କାଏଁ ବଲି ବରତଲର ଚଉତରାଥି ବସି ଦେଖଲିଁ । ଗୋଠୁଁ ଗାଏ ବଲଦ ଘରମୁହାଁ ହଉଥିଲେ । ଦିନ ଭଏର ବୁଲି ବୁଲି ଚେରେ ଚିରଗୁଁଲ ବରଗଛେ ଥାକୁଥିଲେ । ଚେରେମାନେ ସଖାଲପୁଆ ଜାଏକ ତୁମ ପଡବାର ଆଘୋନୁ ତାକର ତାକର କଥା ହଉଥିଲେ ଜେ ସେମାନେ ଆଏଜ କେତେ ଧୁର ଉଡିଛନ । କିଏ କେତେ ନୁଆଁ କିସମର ଖାନା ଖେଇଛେ ଆର ତାକର ଛୁଆମାନକର ଲାଗି କିଏ କାଣାଁ ଆନିଛେ । ମୋର ସୋର ନି ବଇସଛେଁ ଜେ ବଇସଛେଁ ନ । ଚେରେମାନେ କେତେବେଲୁ କଲର କାଟର ହେଇ ତୁମପଡଲେନ । ଧୁରିଆର ମଂଦିରର ସଁଖଘଁଟ ବି କେତେବେଲୁ ବାଜି ସାରଲାନ ଜାନି ନି ପାରଲିଁ । ଠକେଇ ହେଲିଁ ବଲି ମନ ଘାଏ ଖୁଟ ଲାଗଲେ ଘାଏ ଭୁରତେଇ ହଉଥାଏ ଆର ଘରକେ ଫିରୁଥେଁ । ଗାଁ ମୁଡସାର ଆଖଡାସାଲୁ କର୍ଣ୍ଣ ପାଟ କରସି ରାଧୁର ଟୁଣ ଢାପିଁ ଆନୁଥାଏ, “ଜନମ ଆର ମରନ ଖାଲି ତମର ହାତର କଥା, ବାକି ସବୁ ମୋର ହାତର କଥା । ମୋର ଭାଗ୍ୟର ବିଧାତା ତମେ ନେଇଁ ସେ, ମୁଇଁ ଆଏଁ ।”

RELATED ARTICLES

Most Popular

Recent Comments