Thursday, December 19, 2024
HomeArt & Cultureସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୪):କୋସଲି ସାହିତ୍ୟର ଇତିହାସ

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୪):କୋସଲି ସାହିତ୍ୟର ଇତିହାସ

କବି ଚିନ୍ତାମଣି (୧୮୭୩-୧୯୪୩) ସୋନପୁର ଜିଲା, ବିରମାହାରାଜପୁର ପାଖର ଅଚଣ୍ଡା ଗାଁ ନ ଜନମ ହେଇଥିଲେ । ସେ ବିହା ବରପନ, ନଚନିଆ, ଡାଲଖାଇ, ରସରକେଲି, ଜାଇଫୁଲ, ମାଏଲା ଜଡ, ଦୁଲିଗିତ, ହଲିଆ ଗିତ, କରମା ଗିତ ଆଦି ଲେଖିଛନ । ତାକର ଗିତମାନେ ରେଢାଖୋଲ, ବଉଦ, ଆଠମଲ୍ଲିକ, ବିରମାହାରଜପୁର, ବରଗଡ, ସମଲପୁର ଆର ବାମଡା ଆର ଆସାମର ଚା’ବଗିଚାରେ ବି ଲୋକ ଗାଏବାର ପ୍ରମାଣ ମିଲିଛେ । ତାକର ପିଣ୍ଡବ୍ରହ୍ମାଣ୍ଡ ସ୍ୱରୁପ ଲେଖାଟା କବି ଜତନକର ଭୁଲାମନ ଚଉତିସା ଢାଁଚା ଥି ଲେଖା ହେଇଛେ ।

ପିଣ୍ଡବ୍ରହ୍ମାଣ୍ଡ ସ୍ୱରୁପ

ଚୁରନି ଗାଇ ଚମକୁ ଥାଇ

ଚାରିଆଡେ ଗଲା ଚୁରାଇ ଖାଇ

ଚାରଟା ପାଁଚଟା ଚରୁହା ଥାଇ

ଚୋର ପସିଗଲା ଧାଆଁରେ ଭାଇ

ହଇକି ଭୁଲା ମନରେ

ଚେତା ହୋଇ, ଘରେ ଥିବୁ ଶୋଇ ଯେ । ୧ ।

ଛନ ଛନକେ ଛଇଲି ବାଘ ପିଲାକେ

ଛୁରକି ନେଇଣ ହାନୁଛୁ ବେଁକେ

ହଇକି ଭୁଲା ମନରେ

ଚୁଁଟା ମାରିଥା ଡେବରି ନାକେ ଯେ । ୨  ।

( ଲେଖା ସମିଆଁ ୧୯୦୦ -୧୯୧୦)

ଗଂଗାପ୍ରସାଦ ପଣ୍ଡା (୧୮୯୮, ଜାନୁଆରି ୨୧) ପୃଥ୍ୱୀରାଜ ହାଇସ୍କୁଲ ନ ସିଖ୍ୟକ ଥିଲେ । “ପାଟଣା ଦୀପିକା” ଆର “ଚତୁରଂଗ” ଦୁହି ପତ୍ରିକାର ସଂପାଦନା କରୁଥିଲେ । ତାଂକର ପ୍ରସିଦ୍ଧ କବିତା ବର୍ଷା ଆହ୍ୱାନ ୧୯୩୭ ରେ ପାରିଜାତ ପତ୍ରିକାରେ ବାହାରିଥିଲା । କବି ତାକର ୪୪୭ଟା କବିତା ର ପାଣ୍ଡୁଲିି “ସଂଗିତ ପ୍ରସାଦ” ନାଁଥି ନିଜର ହାତେ ଲେଖିଜାଇଛନ । ଇ ପାଣ୍ଡୁଲିି ୧୯୨୭ ମସିହା ରେ ବନେଥିଲେ ।

ବର୍ଷା ଆହ୍ୱାନ

କଜଲ କଲିଆ ପାଗଲ ବାଦଲ ମାନ୍ଦଲ ବଜାଇ ବଜାଇ

ଦୁଲକି ଦୁଲକି ଚମକି ଚମକି ବିଜଲି ନଚାଇ ନଚାଇ

ଝୁୁର ଝାପୁର ଟୁୁର ଟାପୁର ବରସ ଅଛରା ଅଛରା

ଡହକ ବିକଲ ବଡା କଲବଲ କଲାନ ଜେଠର ଖରା ।

ସହି ଖରାତରା ଦରମରା ଧରା ନାହିଁତ ଶୋଭାର ପଶରା

ସଭିଏଁ ଉଛନ ରଡି ଛାଡୁଛନ ତତେ କରିଛନ ଆଶରା

ଆରେ ବରସା ଚଷାର ଭରସା ଦରଦର ଦେ ବରସି

ମାଖନ ଝୁନଗା ବନକ ମୁନଗା ଲହମନ୍ଦା ପଡୁ ଲହଁସି

ଚାଁ ଚମେଲୀ ମଲ୍ଲି ଶିରଲି କଦମ କୁନ୍ଦ ଫୁଲ

ଗାଧିାଧିକରି ଉଜଲ ଦିଶବେ ଖେଲବେ କରବେ ଗେଲ

ଶାଗୁଆ ଘାସର ଗାଲିଚା ଉପରେ ସାଧବ ଘରର ବହୁ

ଲାଲ ଜରଜର ପାଟଲୁଗା ପିନ୍ଧି ଲାଜେ ତରତର ହେଉ

ବନ୍ଧକଁଟା ମୁଡା ଢୁଡାମାରୁଟୁଡା ଯୋର ନଦୀଯାଉ ଉଛଲି

ନୂଆଁ ପାନିାଇ ଡେଗି ଡେଗିକରି ବେଂଗଝୁରି ପଡୁନ ଉପଲି

ଟିକରା ଟାଂଗର ଜଂଗଲ ଡଂଗର ପାହାଡ ପରବତ ଖୋଲ

ଡାହିର ଟିିଥୁଁ ଡାହୁକ ଡାକବା ମୟୁର କରବା ନାଟ

ଖୁଲଖୁଲହସି ଧରତୀ ରାନିରେ ପିନ୍ଧବା ଶାଗୁଆ ପାଟ

ରାମଲଇଖନ ଗଲେ ମୃଗ ମାରି ଗାଏବା ଆଗର ହଲିଆ

ଅରତତ କରି ପଛର ହଲିଆ ଧରବା ଗୀତର ପାଲିଆ

ଚରୁହା ପିଲେ ଖେଲବେ ମଉଜେ କେଲିବାଡି ଡାହି ମାକଡି

ବୁଢା ପୁରାତନ ଅଲସୁଆ ଯାକ ଖେଲବେ ଅଠର ବାଗଡି

ଛପଲ ଛାପଲ କାଦୋଚିଖଲ ଗିଲଗିଲ ଅନ୍ଧାର କରି

ଆରେ ବରଷା ହସା ଏ ରସା ନାଇଁ କର ଆଉର ଡେରି ।

କପିଲ ମହାପାତ୍ର

କପିଲ ମହାପାତ୍ର ଥିଲେ ଗଂଗା ପ୍ରସାଦ ପଣ୍ଡାକର ସମସାମଇକ । ସ୍ରି ମହାପାତ୍ର ସାରଂଗଗଡ ଦରବାର ର କବି ଥିଲେ । ସେ “ଗଁଲିଆ ରାମାୟଣ” ଲେଖିଥିଲେ ଆର ଗାହାକ ହିସାବେ ଗାଁ ଗାଁ ବୁଲି ଲୋକର ମନୋରଂଜନ କରୁଥିଲେ । ଗଁଲିଆ ରାମାୟଣ ର ଲେଖବାର ସମିଆଁ ୧୯୨୦-୩୦ ବଲି ଗବେସକ ମାନେ ମତ ଦେସନ ।

ଲାଲ ସିବନାରାୟଣ ଦେବ (୭/୨/୧୮୭୭-୧୯୫୮) ହଉଛନ ଖଡିଆଲ ରଜା ବିର ବିକ୍ରମ ଦେବ କର ସାନ ଭାଏ । ଖଡିଆଲ ଅଂଚଲରେ ୧୯୪୦ ଆଘୋନୁ ଜେନ ସବୁ ଲେଖା ଥିଲା ସେ ସବୁକେ ଲାଲ ରୁଦ୍ରମାଧବ ଦେବ ଆର ପଣ୍ଡିତ ପ୍ରୟାଗଦତ ଜୋଷୀ ସଁକଲିକରି ଖଡିଆଲ କୁସୁମ ବହି ଆକାରେ ଛାପୁଥିଲେ । ଲାଲ ସିବନାରାୟଣ ଦେବ କର ଚଇତ୍ରା କବିତା ବାହାରିଥିଲା ସେଥି । ୧୯୫୨ରେ ପ୍ରକାସିତ ହେଲା ଲାଲ ସିବନାରାୟଣ ଦେବ କର କାବ୍ୟ ଭୋଟର ଟାୟା ।

ଚଇତ୍ରା

ଇଟା ବଡେ ମସକୁଲ ରେ ଇଟା ବଡେ ମସକୁଲ

ଇ ଦିନେ ଦିଗୁନ ରଂଗ ରସିଆର ହଉଥିସି ଗୁଲଗୁଲ ରେ  । ।

ଖରା ନାଇଁ କି ସିତ ନାଇଁ ଥିସି ସମତୁଲ

ଝରନ ପାଏନ ପଖନେ ନାଚି ଗାଏସି କୁଲକୁଲ

ଲଟି ଲଟିନେ ଚୁଲି ଟେକି

ଡାକୁଥିସି ବୁଲବୁଲ ରେ  । ୧ । ।

କଁଲି ପତର ହାତ ମଲକେଇ ଗଛ ଲହ ମାନେ ହଲି

ରଜା ରାନି ଆସବେ ବଲି କରସନ କେଲି

ରସଦ କାସଥେ ଡୁମେର ଗମେର

ଥିପୁଥିସନ ମହୁଲ ରେ  । । ୨ । ।

୧୯୪୨ରେ ବଲାଂଗିର ରେ କୋସଲ ସାହିତ୍ୟ ସମ୍ମିଲନି ଉଜୁକ ହେଇଥିଲା । ଇ ସମ୍ମିଲନିରେ ଲିଖିତ ପଦ୍ୟ ହଁକାବାଦି ହେଇଥିଲା । ସେ ହଁକାବାଦି ଥି ପରିକ୍ଷିତ ଖଣ୍ଡୁଆଲକର “ମୋର ଘର” ସୁନା ପଦକ ଜିତିଥିଲା । କବିତା ଟା ଅକ୍ଟୋବର ୨୯, ୧୯୪୨ରେ ପାଟଣା ଦୀପିକା ରେ ବାହାରିଥିଲା । ପରିକ୍ଷିତ କର ସମସାମଇକ ଆର ଦୁଇ ଝନ ହେଲେ ସ୍ରିଧର ଉଦଗାତା, ଆର ଦିବ୍ୟସିଂ ନାଏକ । ଉଦଗାତା ୧୯୪୦ ଆଡକେ “ବାଟ ପଡିଛେ ଆଡି ତଲେ ତଲେ” ଲେଖିଥିଲେ ଆଉ ନାଏକ ୧୯୩୦ ଆଡକେ । ୧୯୪୫ ଆଡକେ ବିଧୁଭୁସଣ ଗୁରୁ ହିସାବେ ଆର ଝନେ କୋସଲି ସାହିତିକ ବାହାରଲେ ପସ୍ଚିମ ଓଡିସା ନ । ତୁସରା ବଲାଂଗିର ର ମୁଲ ନିବାସି ଆକସବାଣି କଟକ ନୁ ୧୯୪୮ ରେ ଗିତିକାର ହିସାବେ ସ୍ୱିକୃତି ପାଇଥିଲେ ଆର ରମାଇ ହାଇସ୍କୁଲ ପାଟଣାଗଡ ନ ସିଖ୍ୟକ ଥିଲେ । ତାକର ଲେଖାମାନେ ବନସ୍ରି କବିତା ସଂକଲନ ଥି ବାହାରିଥିଲା ।

କୋସଲ ବାଲ୍ମିକି ଇନ୍ଦ୍ରମଣି ସାହୁ

ଜନମ – ୨୯/୯/୧୯୨୩, ଦେହାନ୍ତ – ୧୧/୯/୨୦୦୬, ବାପା – ମଂଗଲୁ ସାହୁ , ମାଁ – ବୈଦେହି ସାହୁ

ବିଧୁଭୁସଣ ଗୁରୁକର ସାହିତ୍ୟ ସାଧନା ଥି ଅନୁପ୍ରେରିତ ହେଇ ତାକର ଝନେ ଛାତ୍ର ଇନ୍ଦ୍ରମଣି ସାହୁ କୋସଲି ଥି ଲେଖବାର ମୁଲ କରିଥିଲେ । ସେ କୋସଲି ରାମାୟଣ ଲେଖିଥିଲେ ଆର ସେଥିର ଲାଗି ତାହାକୁ “କୋସଲ ବାଲ୍ମିକି” ଉପାଧି ମିଲିଥିଲା । ୧୯୫୦ ରେ ବାହାରଲା ତାକର କୋସଲି କବିତା ସଂକଲନ “କୁରେଫୁଲ” କେ କୋସଲି ର ପହେଲା କବିତା ସଂକଲନ ବଲି ଧରାଜାଏସି । ୧୯୫୩ରେ ଫେର ଇନ୍ଦ୍ରମଣି ସାହୁଂକର କବିତା ସଂକଲନ “ଝାରମଲି” କୋସଲ କଲାମଂଡଲ ପ୍ରେସ ବଲାଂଗିର ନ ଛପା ହେଇ ବାହାରିଲା । ୧୯୫୪ରେ ଇନ୍ଦ୍ରମଣି ସାହୁ କର ତିସରା କବିତା ସଂକଲନ “ଚସା କର ଭରସା” ବାହାରଲା ।

୧୯୪୫ ସାଲେ ବଲାଂଗିର ପୃଥିରାଜ ହାଇସ୍କୁଲ ଛାଡଲା ବାଦ ଆଘର ପାଟନା ସ୍ଟେଟ କସ୍ଟମ ଏ.ଏସ.ଆଇ କାମେ ଜୋଗ ଦେଇଥିଲେ । ହେଲେ ଦେସର ସ୍ୱାଧିନତା ସଂଗ୍ରାମ ଡାକ ଥି ନୌକରି ନୁ ଇସ୍ତଫା ଦେଇ କୃସକ ଦଲେ ମେସଲେ ଗୁରା ଆର ରଜାମାନକର ଅନିଏ ଅତ୍ୟାଚାର କଥା ଉପରେ ଗାଂଧିପାଲା ଲେଖି ଗାଁ ଗାଁ ପ୍ରଚାର କରଉଥିଲେ ।

୧୯୫୪ ନୁ ୫୮ ତକ ଜୋଗିମୁଣ୍ଡା ଗ୍ରା.ପ. ର ସରପଁଚ ଆର ୧୯୭୫ ରେ ପାଟଣାଗଡ ପଂଚାୟତ ସମିତି ଚେୟାରମେନ ଥିଲେ । ୧୯୭୨ ଭୋଟ ଥି ସ୍ୱାଧିନ ପ୍ରାର୍ଥି ହିସାବେ ଠିଆ ହେଇଥିଲେ । ୧୯୪୭ ମସିହା ନୁ ବଲାଂଗିର ଜିଲ୍ଲା କଂଗ୍ରେସ ଦଲ ଭିନେ ଭିନେ ପଦ ଥି ରହିଥିଲେ । ସେ ୧୯୪୯-୫୧ତକ କବିରାଜି ଟ୍ରେନିଂ କରଲେ ଆର କବିରାଜି କରୁଥିଲେ ।

୧୯୪୮-୫୦ ସାଲ ଭିତରେ ତାକର କବିତା ସଂକଲନ କୁରେଫୁଲ, ଝାରମଲି, ଆର ଚସାକର ଭରସା ବାହାରିଥିଲା । ତାକର ସବୁନୁ ଚର୍ଚିତ ସାହିତ୍ୟ କୃତି ହଉଛେ କୋସଲି ରାମାୟନ ଜେନଟା ତାହାକୁ ଅମର କରିଦେଲା । ଇତାର ବାହାରେ ସେ କୋସଲି ସବ୍ଦ ଠୁଲେଇଛନ । ସହ ସହ ଜଣାନ, ଭଜନ, ଡଁଡ, ବିହା ଆର ବାହାକ ଗିତ ବି ଲେଖିଛନ ।

ସମ୍ମାନ ଆର ସମ୍ମାନ ଦେଇଥିବାର ଅନୁସ୍ଟାନ
• ୧୯୮୨ ପାଟଣାଗଡ ସାଂସ୍କୃତିକ ପରିସଦ
• ୧୯୮୨ ଗଂଗାଧର ସାହିତ୍ୟ ସମିତି ର ବିସୁବ ମିଲନ
• ୧୯୯୫ ରେ ପାଟଣାଗଡ ଲାଏନ୍ସ କ୍ଲବ
• ୧୯୯୬ ରେ ରୁଦ୍ର ଆହ୍ୱାନ
• ୧୯୯୬ ରେ କୋସଲ ସାଂସ୍କୃତିକ ସଂଘ
• ୧୯୯୭ କୋସଲ ସ୍ରି ଉପାଧି
• ୧୯୯୭ ଅସୋକ ଚନ୍ଦନ ସ୍ମୁତି ସମିତି, ପାଟଣାଗଡ
• ସିନେ୍ଧକେଲା ନ କୋସଲ ବାଲ୍ମିକି ଉପାଧି
• ପସଚିମ ଉଡିସା ସାହିତ୍ୟ ସଂସ୍କୃତି ସମ୍ମାନ, ସମ୍ବଲପୁର ବିସ୍ୱବିଦ୍ୟାଲୟ
• ଓଡିସା ସାହିତ୍ୟ ଏକାଡେମି
• ଭୁବନେସ୍ୱର ନୁଆଁଖାଇ ଭେଟଘାଟ

୧୯୪୦ ମସିହା ଆଡକେ ପଦମପୁର ଅଂଚଲର ଚଇତନ୍ୟ ପୁରୋହିତ ରଚନା କରିଥିଲେ “ଭିମ ଚରିତ” କେ ଆଧାର କରି କୋସଲି କବିତା । “ବସ୍ତର ହରଣ” ଲେଖିଥିଲେ ଧନେସ୍ୱର ମହାପାତ୍ର । ୧୮୯୪ ମସିହାରେ ସେ ଭଟଲି ଅଂଚଲର ସୁକଡା ଗାଁ ନ ଜନମ ହେଇଥିଲେ ଆର ୧୯୮୫ ମସିହାରେ ପରାଣ ଛାଡିଥିଲେ  ।

ଆର ଝନେ ସ୍ୱାଧିନତା ଆଘୋର କବି ହେଲେ ମାୟାଧର ସେଠ । ସେ “ଭଜୁଥା” କବିତା ର କବି । ପଦମପୁର ପାଖର ଆର ଝନେ କବି ପର୍ସୁରାମ ଝରା ସ୍ୱାଧିନତା ଆଘୋନୁ ଲେଖିଥିଲେ “ଚେରେ ବିହା” କବିତା । ସେ ବେଲକେ ଚଇତନ ଦାସ ବଲି ଆର ଝନେ କବି ଲେଖିଥିଲେ “ଚଢେଇ ଚଉତିସା” । ସ୍ୱାଧିନତା ଆଘୋର କେତନିଟେ ବେନାମି କବି ର ଲେଖା ଭିନେ ଭିନେ ଗବେସକ ଆର ସଂଗ୍ରାହକ ସଁକଲିକରି ସପ୍ତର୍ଷିରେ ଛାପିଥିଲେ ସେଟା ମାନେ ହେଲା ଦଣ୍ଡନାଟ ଗିତ, ସବରିର ନାଁ ଦିଆ, ସୁନ୍ଦର, ହରିହାଟ ଆଦି ।

 

 

RELATED ARTICLES

Most Popular

Recent Comments