ଦେସ ସ୍ୱାଧିନ ହଉଥିଲା । ସ୍ୱାଧିନତାର ପରେ ପସ୍ଚିମ ଓଡିସାରେ ଛାପାଖାନା ମାନେ ବସି ସାରିଥିଲା ନ ଆର କୋସଲି ସାହିତ୍ୟ ରଚନା ଜାରି ରହିଥିଲା ଆର ଗତି ଆଘୋର ନୁ ତେଜ ହେଇଥିଲା । ଦେସେ ରାଜନିତିକ ଆର ସାମାଜିକ ପରିସ୍ଥିତି ବଦଲୁଥିଲା । କୋସଲି ସାହିତ୍ୟ ରେ ବି ଗୁଟେ ନୁଆଁପନ ନେଇ କବି ଲେଖକ ମାନେ କଲମ ଚଲେଇଥିଲେ । ଇ ନୁଆପଁନ ଥି ସମାଜ ର ନଂଗଲା ଚେହେରା କେ ଚିତରେଇଥିଲେ । ସମାଜ ର ବାସ୍ତବ ସତ କେ ଦେଖେଇଥିଲେ ।
ସ୍ୱାଧିନତା ପରେ ପରେ ୧୯୪୯ ମସିହାରେ ନାଁ କରା କବି ଖଗେସ୍ୱର ସେଠ କର “ପଏରଛା ସତି” ଆସଲା ।
୧୯୫୩ ସତ୍ୟନାରାୟଣ ବହିଦାରକର କବିତା ସଂକଲନ “ସ୍ରିଂ ପଚମି” ବାହାରିଲା ସମଲପୁର ମେହେର କବି ପ୍ରେସ ନୁ ।
୧୯୫୯ରେ ବାହାରଲା କବି ସସିଭୁସଣଂକର ଲମ୍ବା କବିତା ରଖ ମାଁ ପଲସା ଗୁଛା ।
କୋସଲି ଭାସାରେ ସାହିତ୍ୟ ଗଢବାର ତହଁକ ଆର ବଢିଛେ ଥିଲା । ଜେତକି ନୁଆଁ ସାହିତିକ ଆସିଛନ ସେତକି ନୁଆଁ ସାହିତ୍ୟ ଆସିେଛେ କୋସଲି କେ । ଇ ସମିଆଁରେ କୋସଲି ଭାସା ଲାଗି ମଚାନ ବନିଛେ ଭିନ ଭିନ ସାହିତ୍ୟ ପତରିକା ।
୧୯୬୫ – ପଂଚମୁଖି ପତ୍ରିକା ବାହାରଲା । ଇଥି କୋସଲି ଲେଖାମାନେ ବାହାରଲା । ୧୯୭୪ରେ ଅବଗାର କୋସଲି ଭାସାର ଲେଖା ମାନକୁ ନେଇ ନୃପତି ଦେହରି କର ସଂପାଦନା ଥି ଝରନ ପତ୍ରିକା ବାହାରଲା । ତାର ପରେ ଇହାଦେ ତକ ପ୍ରାୟ ୮୦ଟା ପତ୍ର-ପତ୍ରିକା କୋସଲି ଭାସାରେ ବାହାରିଛେ ।
ଇ ସମିଆଁର ଜେନ କବିତା ଚର୍ଚାକେ ଆସିଥିଲା ସେଟା ହେଲା
୧୯୫୧ ରେ ବାହାରଲା ସୁନାଧର ବାଗ କର କୋସଲ ଦେସେ ଦିନେ
୧୯୫୬ ବିରେନ୍ଦ୍ର ମିସ୍ର – ଅନୁଭୁତି
୧୯୫୬ – ନବିନ କିସୋର ମିସ୍ର – ଫୁଲର ସରି ମୁନୁସ
୧୯୫୬ – ଗୋପେନ୍ଦ୍ର ବାରିକ – ବରସା ମାସ
୧୯୫୬ – ମୋତିଲାଲ ପଣ୍ଡାକର ସଂକଲନ – ଦର୍ପନ ବାହାରିଥିଲା
୧୯୫୮- ରାଜାରାମ ମେହେର – କିଆ କହଡ (କଟକ ଧର୍ମଗ୍ରନ୍ଥ ଷ୍ଟୋର)
୧୯୫୮- ସସିଭୁସଣ ମିସ୍ର ସର୍ମା -ସମଲପୁରି ରସକବିତା
୧୯୫୮- ନାକଫିଡି ନନ୍ଦ – ଝାର, ଗଉଡପିଲା
୧୯୫୮- ନରସିଂହ ପ୍ରସାଦ ନନ୍ଦ – ଝୁୁର ଝୁୁର ପାଏନ ବରସାର ବେଲେ
୧୯୫୮ – ମୁରାରି ପ୍ରସାଦ ମିସ୍ର – ଜାଇଫୁଲରେ
୧୯୫୯ – ଚଏତନ ପାଏନଗିରି – କେତନି କେତେ
୧୯୫୯ – ସ୍ୱାମି ବିସ୍ୱାମିତ୍ର ଭରଦ୍ୱାଜ – ଧାନଦୁଆ
୧୯୫୯ – ଅଭିମନ୍ୟୁ ପଧାନ – ଅଗସ୍ଟ ପନ୍ଦର
୧୯୫୯ – ଖେଲେରେ ଖେଲେ, ପାପିର ଡାକ – ବିରଂଚି ନାରାୟଣ ଦାସ
୧୯୬୦ ତକ ପ୍ରକାସିତ ହେଲା ୨ଟା କାବ୍ୟ ୧୦ଟା କବିତା ସଂକଲନ
୧୯୬୦ – ବାଂଛାନିଧି ମେହେର ଚସାପିଲା ମୁଇଁ
୧୯୬୧ -୧୯୭୦ – ୧୦ ଟା ସଂକଲନ
୧୯୭୧-୧୯୮୦ – ୧୮ଟା ସଂକଲନ
୧୯୮୧ -୧୯୯୦ – ୪୦ଟା ସଂକଲନ
୧୯୯୧-୨୦୦୦ – ୬୬ଟା କାବ୍ୟ/କବିତା ସଂକଲନ
ସତୁର ଦସକ ଆଡକେ କୋସଲି ସାହିତ୍ୟ କେ ଧରିଛେ ଆଧୁନିକତା । ଦେସର ରାଜନୈତିକ ଦୃସ୍ୟପଟ ବଦଲିବାର ସାଂଗେ ସାଂଗେ ଦେସ ବିକାସ ର ବାଟେ ବଢିଚାଲିଥିଲା ଆର କୋସଲି ବି ସେ ବାଟେ ପଛେ ପଛେ ଲମିବସିଥିଲା । ଅଧ୍ୟାପକ ଜୟଦେବ ଡନସନା କର ୧୯୭୮ରେ ବାହାରିଥିବାର ୟୁଲିସିସ ଆର ସାଲେଗ୍ରାମ କବିତା ସଂକଲନ କେ କୋସଲି ଭାସାର ପହେଲା ଆଧୁନିକ କବିତା ସଂକଲନ ବଲି ଧରାଜଉଛେ ।
ଇତାର ପରେ ପରେ କୋସଲି-ଭାସା ସାହିତ୍ୟର ପ୍ରଚାର ପ୍ରସାର ଜୋର ଧରିଛେ ଆର କେତନି କବି ଲେଖକ ଆଗକେ ଆସିଛନ କୋସଲି ର ସେବା କରବାର ଲାଗି ।
୧୯୮୨ ମସିହା ନ ପଣ୍ଡିତ ଜୋଷୀଂକର “ସପ୍ତର୍ଷି” (ସମ୍ବଲପୁର ୟୁନିଭର୍ସିଟି ନୁ ପ୍ରକାସିତ) ଥି ପ୍ରକାସିତ ପ୍ରବଂଧ “ସ୍ୱତଂତ୍ର କୋଶଲୀ ଭାଷା” ଚହଲେଇ ଦେଇଥିଲା ଅଂଚଲର ସବୁ ବୁଦ୍ଧିଜିବି ମାନକୁ । କୋସଲି ନାଁକେ ସମର୍ଥନ କରି ଡ ଦୋଲଗୋବିନ୍ଦ ବିଶୀ ଆମର ଭାସାର ବ୍ୟାକରଣ ବହି “କୋଶଲୀ ଭାଷା ସୁନ୍ଦରୀ” (୧୯୮୪) ଲେଖଲେ, “କୋଶଲ ଶ୍ରୀ” (୧୯୮୮) ତିନ ମାସିଆ ପତ୍ରିକା ଛାପଲେ । ସେ ସାଂଗେ ପଣ୍ଡିତ ଜୋଷୀକର ଅନୁଷ୍ଠାନ “କୋଶଲୀ ଭାଷା ସାହିତ୍ୟ ପରିଷଦ” ତରଫନୁ “କୋଶଲ ଭାରତୀ” ପତ୍ରିକା ବାହାରଲା । ବଲାଂଗିର ନୁ ଭି କେତନି ସମାନ ମନୋଭାବର ଲୋକ ମିସଲେ “କୋସଲି” ପଦ କେ ସମର୍ଥନ କରବାର ଲାଗି ।
ଡ. ନୀଲ ମାଧବ ପାଣିଗ୍ରାହୀ, ହେମଚନ୍ଦ୍ର ଆଚାର୍ଯ୍ୟ, ପଦ୍ମଶ୍ରୀ ହଲଧର ନାଗ
୧୯୯୧ ଆଡକେ ହଲଧର ନାଗ ଆସଲେ କୋସଲି କାବ୍ୟ ସାହିତ୍ୟ ଜଗତକେ । ଇ ସମିଆଁରେ ଏଖା ନିଲ ମାଧବ ପାଣିଗ୍ରାହି ଆସିଛନ । ସେ “ନିଶାନ” ପତ୍ରିକା ସଂପାଦନା କରୁଥିଲେ । ସଂଗିତ ଆର ସଂସ୍କୃତରେ ଭାସାରେ ଗୁହେର ଗ୍ୟାନ ଥିଲା । ସେ କୋସଲି ଭାସା ଥି “ମାହଭାରତ” ଲେଖିଛନ ଆର ହେମଚନ୍ଦ୍ର ଆଚାର୍ଜ୍ୟ୍ୟ ତାକର ନୁ ପ୍ରେରଣା ପାଇକରି “ରାମରାହା” ଲେଖଲେ । ହେଲେ ଗୁଟେ ଚନା ବିକୁଥିବା ସାଧାରଣ ଲୋକ ଅସାଧାରଣ କାବ୍ୟ ପ୍ରତିଭା ଲାଗି କୋସଲି ସାହିତ୍ୟ ର ଗୁଟେ ଦସକ ନୁ ଉପରେ ରାଜ କରି ଏଇଛନ । ତାକର କାବ୍ୟ ସବୁ “ହଲଧର ଗ୍ରନ୍ଥାବଲି” ନାଁରେ ୧୯୯୮ ମସିହାରେ ବାହାରଲା ଆର ତାକର କବିତା ସଂକଲନ “ସୁରୁତ” ନାଁରେ ବାହାରିଲା । ଇହାଦେ ର କୋସଲି ସାହିତ୍ୟ ରେ ସମକିର ନୁ ବେସି ପ୍ରସିଦ୍ଧି ପାଇଥିବାର କୋସଲି କବି ହଉଛନ ହଲଧର । ତାକର ନାଁ ରେ ବନବିଦ୍ୟାଲୟ ଅଛେ, ପାଠାଗାର ଅଛେ, ସଭା ମଂଡପ, ବିଦ୍ୟାଲୟ ବଖରା ଆଦି ନାମିତ କରାହେଇଛେ । ସେ ୪୦୦ ନୁ ଜହ ଅନୁସ୍ଠାନ ନୁ ସମ୍ମାନ-ସମ୍ବର୍ଦ୍ଧନା ପାଇଛନ । ତାହାଂକୁ ୨୦୧୬ ମସିହାରେ ପଦ୍ମସ୍ରି ସମ୍ମାନ ମିଲିଛେ ।
ହଲଧର ଛନ୍ଧବଦ୍ଧ ପାରଂପାରିକ କବିତା ଲେଖିକରି କେତନି ନୁଆଁ ଜୁଆନ କବିକୁ ପ୍ରଭାବିତ କରିଛନ ତାକର ଧାରାରେ ଲେଖବାରକେ । ହେଲେ ଇ ସମିଆଁରେ କୋସଲି ର ଆଧୁନିକ ଦିଗ ବି ବରକସ ହେତେଲ ଜେଇଛେ । ସିଖିତ ପଢାପିଲା, କଲେଜ ଅଧ୍ୟାପକ, ଆର ସଚେତନ ନାଗରିକ ମାନେ ବି କୋସଲି ଭାସାରେ ଲେଖବାର କେ କଲମ ଉଠେଇଛନ ।
କୋସଲି ପତ୍ରପତ୍ରିକା
ମଂଗଲୁ ବିସ୍ୱାଲ ଆର ଦ୍ୱାରିକା ନାଥ ନାୟକ କର ସଂପାଦନା ଥି “ଭରନି”, ଗୌରାଂଗ ପାଣ୍ଡେ କର ସଂପାଦନା ଥି “ନୁଆଁସକାଲ”, କିସୋର ସାହୁ କର ସଂପାଦନା ଥି “ନୁଆଁ ଝରନ”, ସାକେତ ସ୍ରିଭୁସଣ ସାହୁଂକର ସଂପାଦନା ଥି “ବେନି” ଆଦି ପତ୍ରିକା ବାହାରିଛେ ଆର କେତନି କବି ଲେଖକ କୁ ମଚାନ ଦେଇଛେ ।
୩୬ଟା କବି କେ ନେଇ ବନଲା କବି କୁଟୁମ ଗାଁଗାଁ ବୁଲି କୋସଲି କବିତା ପାଠ କରିଛନ । ଇତାର ମୁଲିହାର ନିତିସ ଆଚାର୍ଜ୍ୟ ଥିଲା ବେଲକେ ହଲଧର ଥିଲେ ମେରଖୁଟା ।
ଇ ସମିଆଁକେ ପସଚିମ ଓଡିସାରେ କୋସଲି ଭାସାର ଚର୍ଚା ଜୋର ଧରିଛେ । ସଭା-ସମିତି ନ କୋସଲି ଭାସାର ସାମ୍ବିଧାନିକ ମାନ୍ୟତା ବିସୟ କଥା ଉଠିଛେ ଆର ଧିରେ ଧିରେ ଆନ୍ଦୋଲନ ର ରୁ ନେଇଛେ । କୋସଲି ଭାସାରେ ତିନଟା ଜିନିସ କେ ନେଇ ସବୁ ନ ଜହ ଚର୍ଚା ହେଇଛେ; ୧) ବ୍ୟାକରଣ, ୨) ନାମକରଣ ୩) ସାମ୍ବିଧାନିକ ମାନ୍ୟତା ଆର ଘାଏ ଘାଏ ଭାସାକର୍ମି ମାନକର ଭିତରେ ମତଭେଦ ଥିବାର ବେଲକେ ଇଟା ଗୁଟେ ପରିବର୍ତନକାଲିନ (Transitory Phase) ସମିଆଁ ଆଏ ବଲି ବହୁତ କମ ଲୋକ ବୁଝି ପାରୁଥିଲେ ।
୨୦୦୦ ରୁ ଇହାଦେତକ କୋସଲି ସାହିତ୍ୟ ରେ ସମାନ୍ତରାଲରେ ନାଟକ ଲେଖା ଆର ମଂଚନ ଚାଲିଛେ । ନାଟକ ହଁକାବାଦି ଆର ଉଛବମାନେ ଉଜୁକ ହଉଛେ । ପତ୍ରପତ୍ରିକାମାନେ ଲଗାତାର ବାହାରୁଛେ । କଥାନି ଆର ପ୍ରବନ୍ଧ ବିଭାଗ ବି ବନେ ଉବାଗର ହଉଛେ । କବିତା ର କଥା ହେଲେ ହଲଧର ନାଗ ଇହାଦେ ଫି ଦିନ ଗା ଗାଁ ସଭା ସମିତି କରୁଛନ । କବିତା ପାଠ ମାନେ ବି ନିଅମିତ ହଉଛେ । ହାସ୍ୟକବି ମାନେ ନିଜର ଛାପ ଛାଡିଛନ ।
ଇ କବି ମାନକର ବାହାରେ ଇହାଦେ ପ୍ରାୟ ୨ ଦର୍ଜନ ପାଖକେ ହାସ୍ୟକବି ନିଅମିତ ସୋ ମାନେ କରୁଛନ । ପତ୍ରପର୍ତ୍ରିକା କେ ଦେଖଲେ ପ୍ରାୟ ୫ ହଜାର କବି ଲେଖକ ଇହାଦେ କୋସଲି ରେ ଲେଖୁଥିବାର ଜନା ପଡସି ।