ଦୃସ୍ୟ – ୩
( ପୋଲୋନ୍ୟସ ର ଘର । ଲରେଟ, ଓଫେଲିଆ )
ଲରେଟ – ସାମାନ ପତର ତ ଜାହାଜେ ଲଦା ହେଲା ନ
ଏତକର ମୁଇଗ୍ଦଁ ଜାଏସିଁ
ପବନ ମାରୁଛେ ବେଲକେ
ଜାହାଜ ଛାଡି ଦେବାର କଥା
ଦେଖ, ଚିଠି ଲେଖି ତୋର କଥା ଜନଉଥିବୁ
ଓଫେଲ୍ୟା – ଚିନ୍ତା ନେଇଁକର ଲେଖମି
ଲରେଟ – ଆର ସୁନ, କୁମାର କେ ଟିକେ ଦେଖିକରି ଚଲବୁ
ମିଲାମିସା ହେଲେ ବି
ତାର କଥା କେ ହେତେ ନାଇଁ ଧରବୁ
ତୋର ନିକେ କୁମାର ତାର ଉସ୍ତାର
ସମିଆଁ କାଟି ଆଏସି
ଆର ତତେ ହେନ୍ତା ଉପର ଛଲକ୍ୟା ଭଲପାଏସି
ତାର ମନଦିଆ ଫଗୁନେ ଫୁଟଲା ଫୁଲ ବାଗିର ଟା
ଘଡେ ମହକି ଫେର ଝରିଜିବା
ମିଠା ବାସନାଦିଆ ଦିନକ୍ୟା ଟା
ଓଫେଲିଆ – ଆଛା, ବଏଲେ ଏନ୍ତା ଆଏ ନେଇଁ
ଜାହା ହେଲା ହେଇଗଲା
ଇନୁ ଇଆଡ ଆର ନେଇଁ
ଲରେଟ – ଜେ ପଚରାବାର ନେଇଁନ
ଜେନ୍ତା ଡେନାବାହା ଫଏଲେଇ ଦିହଁ ବଢସି
ମନ ଆତ୍ମା ବି ଭିତ୍ରେ ଭିତ୍ରେ ବଢି କାମ କରୁଥିସି
ଇ ଘଡି ସେ ତତେ ଭଲ ପେଇପାରେ
ମନ ବି ତାର ଦୁସ୍ରା କିଛି ନି ଭାବି
ଖାଲି ତତେ ଚାହିଁ ପାରେ
ହେଲେ ଭୁଲି ନେଇଁ ଜା ଜେ
ରଜାର ପୁଓ ଏ ହାମଲେଟ
ଇ ରାଏଜ ର ଭାବି ରଜା
ଆର ରଜାଗଜା ଲୋକ ର ମନ ଉଖଲା ହେଇ ନି ପାରେ
ସୋଜ ଲୋକ ବାଗି ର ମନମାନି ସେ ଜିଁ ନି ପାରେ
ରାଜକୁମାର ହେଇ ଜନମ ହେଇଛେ
ଜାତ ଜନମ କେ ନିସଚେ ହେତଉଥିବା
ତାର ସିଆନି ଇ ରାଏଜ ର ରାନି
ସୁରଖ୍ୟା ସମବୃଦ୍ଧି ଦେଖି ହିଁ ବାଛବା
ରଜା ର ରାନି ବଛା, ତାର ପରଜା ର ହାତେ
ଜଦି ସେ ତତେ ଭଲ ପଉଛେଁ ବଲୁଛେ
ତ ତାର କଥାର ହାବ ଭାବ
ଠାନ ସମିଆଁ ଦେଖି ହୁସୈର ରହେବୁ
ନାଇଁ ବଏଲେ ମାହରାଜ ପାହେ ନାଇଁ ଚଲେ
ତୁଇ ବିଚାର କର
ମାନ ମହତ ତୋର କେତେ ଅପମାନ ସହିପାରବା
ଜଦି ଚିକନ ମିଠା ମିଠା କଥା କେ କାନ ଦେଇ
ମନ ଗହନା ଦେଇ ପାରବୁ
କି କୁଆଁରି ବଖ୍ରା ର ବଂଦ କବାଟ ର ସିକଲା ଖୁଲି
ସତିପନ ସଁପି ଦେଇ ପାରବୁ
ଓଫେଲ୍ୟା, ମୋର ସୁନା ବହେନ ସୁନ
ଜୁଗି ରହି ବୁଝି ବିଚରିକରି ଚଲ
ପିରତି ଭୁଖା ନୁ ଦୁରିଆ ରହେଲେ ଭଲ
ଆର ମଧୁରଭାବ ସେନୋର ଉଧାରିଆ ଧାର ଫିରେଇଆନ
ଜନ ସାଂଗେ ଜୁଲେଇ, ଆବରନ ଖୁଲି ସୁଂଦର ଦେଖେଇ ହେଇ
ସୁତରମାନେ ବି ଭୁଲ କରସନ
ଭଲ ଗୁନ ମାତ୍ରେ ତ ବଦନାମୁଁ ପାର ନେଇଁ
କହଁଡୋ ଫୁଟି ପାଖୁଡା ମେଲାବାର ଆଘୁଁ
କିରା ଫୁଲକେ ଚରି ଦେସି
ନୁଆଁ ନୁଆଁ ତରଲ ଜୁବା ବଏସେ
ଖରାପ ଚଲନ ସାଂଗେ ବଢା ଜଲଦି
ବିପତିକେ ପର୍ଘେଇ ଆନସି
ହୁସିଆର, ଜୁଗି ରହି ଚଲଲେ ନିରାପଦ
ଜୁବା ବଏସ ବିନ ତହଁକେ ବି ଭୁଲ କରସି
ଓଫେଲିଆ – ତୋର ସବୁ କଥା ମାନି ଚଲମିଁ
ମୋର ମନ କେ ଜୁଗି ରହେମିଁ
ବଡା ନିର୍ଦଇ ପଣ୍ଡିତ ବାଗିର
ସସ୍ତା ଥି ସର୍ଗ ର କଡା ବାଟ ଟା ବତେଇଦେଲୁ
ଝନେ ଝନେ ଗୁର୍ଦୁ ପଢି ସୁନି
ଲୋକକୁ ବଡା ବଡ ବଡ କଥା କହେସନ
ହେଲେ ନିଜେ ନାଇଁ ମାନନ
ସହଜ ସୁବିଧା ଆରାମ ରେ ଜିଁସନ
ଆର ନିଜର ନିଅମ ଭାଂଗି ଦେସନ
ଲରେଟ – ମୋର କଥା ଛାଡ
ମୁଇଁ ବହୁତ ଦୁରିଆ ରହୁଛେଁ
ହାଦେ, ବାପା ଅଉଛନ
( ଏଇଛେ ପୋଲୋନ୍ୟସ )
ଦୁଇ ଥର ଆର୍ସିବାଦ ଦୁଇ ଗୁନ କାମ ଦେବା
ଆର ଥରେ ଆର୍ସିବାଦ ଦିଅ
ଜିମି ନ ଏତକର
ପୋଲୋ – ଏତକିବେଲ ଇନ ଅଛୁ ତାଏଲ ଲରେଟ
ଡଂଗା କେ ନେଇଁ ଜେଇ ଉଛୁର କରୁଛୁ
ପବନ ମାରୁଛେ ପାଲ ଉଡୁଛେ
ଡଂଗା ତିଆର ହେଇ ସବ ଟାଖିଛନ ତତେ
ଜା ଏତକର ମୋର ଆର୍ସିବାଦ ତୋର ସାଂଗେ ଅଛେ
ମନେରଖ
ମୋର ଇ କଥା କେତେଟା ଜେନ୍ତା ସୋର କରିଥିବୁ
ମନ ର କଥା ମନେ ରଖିଥିବୁ
ଟୁଣ କେ ନେଇଁ ଆନବୁ
କି ଖରାପ ଭାବନା ସବୁ କେ କବାରେ ନାଇଁ ଲଗାବୁ
ସାଂଗ ହେଲେ ବି ଅତି ମିସି ଜେଇ
ଫେପଲ୍ୟା ନେଇଁ ହେବୁ
ପହେଲା ବୁଝବୁ ପରଖିବୁ ଫେର ସାଂଗ ହେବୁ
ଅଜନା ଅଚିହ୍ନା ର ସାଂଗେ ନାଇଁ ବୁଝିସୁଝି
କେଭେ ନେଇଁ ମେସବୁ
ହୁସିଆର, କାହାର ସାଂଗେ କେଭେ
ଝମେଲା ନେଇଁ କରବୁ
ଜଦି ଦୈବାତ କେନସି ଗୁଲମାଲ ଥି ଅଲଝିଗଲୁ
ତ ନିଜର ପଖ୍ୟ ଟା ସାଫ ରଖବୁ
ସମକୁ ସୁନ ହେଲେ କାହାକେ ଉପଦେସ ନେଇଁଦେ
ସମକିର ର ଉପଦେସ ସୁନ ହେଲେ ମନ ର ହିସାବେ ଚଲ
ନିଜର ଆଏ ଭିତ୍ରେ ଦାମକ୍ୟା କପଡା ପିଂଧଲେ ବି ଅତି ଫୁଲ ଫାନସଟା ନେଇଁ ପିଂଧବୁ ପିଂଧା ଉଢା ନୁ ଲୋକ ମୁନୁସ କେ ଚିହ୍ନସନ
ଆର ବିଦେସେ ଖାନଦାନି
ଲୋକ ତାକର ପିଂଧାଉଢା କପଡା ଲତାଥି ବଡା ଖର୍ଚା କରସନ
ଉଧାର ଦେବୁ ନେଇଁ କି ଆନବୁ ନେଇଁ
ଉଧାର ଦେଲେ ପାଏସା ସାଂଗେ
ସାଂଗ କେ ବି ହରାବୁ
ଉଧାରି ଚଲନ ମୁନୁସ କେ ଦାଇତ୍ୱହିନ କରିଦେସି
ଇ ସବୁ କଥା ମନେ ରଖିଥିବୁ
ଆର ଇ ସବୁଥିର ଉପ୍ରେ
ମୋର ସେସ କଥା
ନିଜେ ନିଜକେ ସତ ହିସାବେ ରଖଲେ
ବାକି ସବୁ ଆପେ ଠିକ ହେଇଜିବା
ଜେନ୍ତା ରାଏତ ଗଲେ ଦିନ ଆଏସି
କେଭେବି କାହାକେ ମିଛେ ଢାଁପି ରଖି ନାଇଁ ପାରୁ
ଜା ଏତକର
ମୋର ଆର୍ସିବାଦ ସବୁବେଲେ ତୋର ସାଂଗେ ଅଛେ
ଲରେଟ – ଜଉଛେଁ ବାପା
ପୋଲୋନ୍ୟସ – ଜା ସବେ ଟାଖିଥିବେ
ଲରେଟ – ଜଉଛେଁ ଓଫେଲ୍ୟା
ମୋର କହେଲା କଥା ସବୁ ସୋର କରିଥିବୁ
ଓଫେଲ୍ୟା – ମନ ର ବଖ୍ରା ଥି ତାଲା ଦେଇ ରଖଲିଁ
ଆର ଚାବି ତୁଇ ନିଜେ ରଖିଥା
ଲରେଟ – ଜଉଛେଁ ସେ ( ଜେଇଛେ)
ପୋଲୋ – କାଣା କହିଛେ ତତେ ଓଫେଲ୍ୟା
ଓଫେଲ୍ୟା – କିଛି ନେଇଁ ବାପା
ତମକେ ଭଲ ଲାଗବା କି ନେଇଁ ଜେ
ହାମଲେଟ ବାବଦେ
ପୋଲୋ – ଓହୋ, ହଁ ହଁ ସୋରହେଲା
କିଏ ଗୁଟେ ମତେ ବି କହେଲା ଜେ
ସେ ତୋର ସାଂଗେ ବନେ ବେଲ ବେଲ ବସୁଛେ
ଆର ତୁଇ ବି ବେଧଡକ ମିସୁଛୁ ତାର ସାଂଗେ
ଜଦି ଇଟା ସତ – ଜେନ୍ତା ମୁଇଁ ସୁନିଛେଁ
ତତେ ଚେତେଇ ଦଉଛେଁ ଜେ ତୁଇ ଜାନି ନି ପାରବାର
ମୋର ଝି ହିସାବେ ଜେନ ମାନ ସମ୍ମାନ
ନେଇ ଠିଆ ହେଇଛୁ
ତୁଇ ବୁଝି ନି ପାରବାର
ତମର ତମର ଭିତ୍ରେ କାଣା ଚାଲିଛେ ?
ସତ କରି କହ ମତେ
ଓଫେଲ୍ୟା – ହଁ ବାପା ଆଏସନ
ବେଲ ବେଲ ତକ ରହେସନ
ଆର ତତେ ଭଲ ପାଏସିଁ ବଲି
କିସମ କିସମ କରି କିରିଆ କରସନ
ପୋଲୋନ୍ୟସ – ପିରତି ! ଛିରେ ବେଡି
ଛୁଆକର ବାଗିର କେନ୍ତା କହେସୁ
ଜେନ ବିପଦଟେ ବୁହୁଛେ ଜେ
ତୁଇ ଜାନି ନି ପାରବାର
ତୋର କହେତି କେ ତତେ ଜେନ ଭଲପାଏସି ଜେ
ତୁଇ ବିସାସ କରସୁ
ଓଫେଲ୍ୟା – ମୁଇଁ ଜାନି ନି ପାରବାର ବାପା
ମୁଇଁ ଜେନ୍ତା କରବାର କଥା
ପୋଲୋନ୍ୟସ – ବେଡି ମୁଇଁ କହୁଛେଁ ସୁନ
ଏକଦମ ଭେକଲିଟା
ବଡା ସହଜ ହିସାବେ ତାର ଚିକନ କଥାକେ ନେଇ
ମନ ଦେଇ ବସିଛୁ
ହେଲେ ସେ ହେନ୍ତା ନେଇସେ
ଭଲକରି ଟିକେ ନିଜେ ଭାବ
ଆର ବଂଦକର ଇ ଭାବ ଦିଆନିଆ
ନେଇ ଦେଇ ନେହେଲେ ସେସେ
ଜେନ୍ତା ଭକୁଆ ନେଇଁ ହେଇ ଜଉ
ଓଫେଲ୍ୟା – ନେଇଁ ବାପା ଭକୁଆ ନେଇଁ ବନନ
କିରିଆ କରିଛନ ମନ ଦେଇଛନ
ପୋଲୋନ୍ୟସ – ଦୁଇ ଦିନ ଲାଗି ମଜାକ କରୁଛନ
ଓଫେଲ୍ୟା – ମାହାପ୍ରୁ ର ନାଁ ଧରି ମୋର ଦିହିଁ ଛିଁ କିରିଆ କରିଛନ
ପୋଲୋନ୍ୟସ – ଚୋପକାଣିଆ,
ଚୋପକାଣିଆ ଆଏ ବେଡି ଚେରେମାନକୁ ଧରବାର କେ
ମୁଇଁ ଜାନିଛେଁ
ରକତ ତତଲେ ଅମାନ୍ତୁ ମନ ଉସକି
ଆଏସି ନିସାର ଧାସେ ନାନା କିରିଆ କରସି
ଜୁଏ ଧଂଗ ଧଂଗ ଜଲସି ନୁନି
ବଡା ଉକ୍ୟା ଦିସସି
ହେଲେ ତପ୍ତି ନେଇଁ ଥେ
ଆର ଜେତେ ଜୋର ଜଲସି
ସେତେ ଜୋର ଖପି ବି ଜାଏସି
ଜାଏଁ ଜାଏଁ କିରିଆ କଲେ ବି
ତୁଇ ହେନ୍ତା ଭୁର୍ତି ନେଇଁ ଜିବୁ
ଏତେ ସସ୍ତା ଥି ଧରାଛିଆଁ ଦେଇ
କୁଆଁରିପନ କେ ଖଏତ ନେଇଁକର
କଥାବାର୍ତା କେ ଉଜନ ଦେଇ ଟିକେ ଉଁଚା କର
ତେହରୁ କଥାକର
ଆର ରାଜକୁମାର ହାମଲେଟ
ଭୁଲି ନେଇଁ ଜା ଜେ ସେ ଜୁଆନପିଲା
ଆର ତୋର ନୁ ସେ ଅଧିକ ଖୁଲାଖୁଲି
ଜହ ଉସାସେ ଜିଁ ପାରବା
ସିଧା ସିଧା ବଏଲେ
ତାର କଥା କିରିଆ କେ ଅଜଥା ବିସାସ ନେଇଁକର
ସବୁ ଫସକା ଟା
ଜେତକିରି କଥା ସେତେ ଦମ ନେଇଁ
ଛୁଛା ଫାଲତୁ ପିରତି ର ଜାବତ୍ୟ ଅନୁରୋଧ
ସତେ ଭଲ ପାଏଲା ବାଗିର ଫଟ କରୁଛେ
ସତ କହେଲା ବାଗିର ଢଁପ କରୁଛେ
ତତେ ବନେଇ ଚୁନେଇ ଫାଂଦେ ପକଉଛେ
ବେସ ମୋର ଏତକି କହେବାର ଥିଲା
ସିଧା ଖୁଲା ଖୁଲି କହି ଦଉଛେଁ ଜେ
ଇନୁ ଇଆଡ ତୋର ଉସ୍ତାର ସମିଆଁ ଥି
କୁମାର ସାଂଗେ କଥା ହେଇ ନକସାନ କରିଛୁ ବଏଲେ
ଜାନବୁ !
ଇଟା ମୋର ତାଗିଦ ଆଏ
ଆ ମୋର ସାଂଗେ
ଓଫେଲ୍ୟା – ତମେ ଜେନ୍ତା କହେବ ମାନମିଁ ବାପା