ଦୃସ୍ୟ – ଚାଏର
(ମଚାନ)
(ଏଇଛନ ହାମଲେଟ, ହୋରାସିଓ, ମାରସେଲସ )
ହାମଲେଟ -ଦେଖୁଛ ଧୁକା କେନ୍ତା ମାରୁଛେ ସିତ ହୁଲହୁଲେଇ ଆନୁଛେ
ହୋରାସିଓ – ସିତ ତ କନକନେଇ ଜଉଛେ
ହାମଲେଟ – ସମିଆଁ କେତେ ହେବା ନ ?
ହୋରାସିଓ – ରାଏତ ଅଧାଅଧି ନେଇଁ ହେଇଥିବା
ମାରସେଲସ – ନେଇଁ ରାଏତ ଅଧା ହେଲା ନ
ହୋରାସିଓ – ରାଏତ ଅଧା ହେଲା ନ
ମୁଇଁ ଜାନି ନି ପାରଲିଁ
ବଏଲେ ଭୁତ ପେତେନ ବାହାରବାର ସମିଆଁ ହେଇଗଲା
(ମହଲ ଆଡୁ ବାଜନା ସୁଭିଛେ )
ଇ ବାଜନା, ବାଜନା ର ମାନେ କାଣା କୁମାର
ହାମଲେଟ – ମାନେ ରଜା ଆଏଜ ଚେତିଛନ
ଆର ମଦର ସାଂଗେ ନାଚଗାନା ର ମଜା ଚାଖୁଛନ
ଠାନେ କର ମଦ ଜେନ୍ତା ସରୁଛେ କି ବାଜନା ବାଜୁଛେ
ହୋରାସିଓ – ଇନର ଚାଲି ଏନ୍ତା ଆଏ ?
ହାମଲେଟ – ହଁ ଏନ୍ତା ଉସତ ମନାସନ
ହେଲେ ମୋର ମନକେ
ଜଦି ବି ମୁଇଁ ଇନ ଜନ୍ମିଛେଁ
କି ଏନ୍ତା ଚଲନି ଥି ବଢିଛେଁ
ତବବି ଉସତ ହେତିଁ
ଇ ପରଂପରା କେ ନେଇଁ ମାନି ବରଂ ଭାଂଗିଦେଲେ
ଆମର ଇ ମଦୁଆ ଚଲନ କଥା
ଦୁସ୍ରା ମାନେ ବି ହେସନ
ହଁସସନ ଆର ହିନ ଭାବସନ
ମଦୁଆ ବଲି ହୁଡସନ
ଆର ଜେତେ ଭଲ କାମ କଲେବି
ହିନ ନଜରେ ଦେଖସନ
ଖାଲି ଗୁଡାଦୁକର ବ୍ୟକ୍ତିଗତ ଭୁଲଲାଗି
ଜେନଥିର ଲାଗି ତାହାକୁ ଦୋସ ଦିଆ ନି ଜାଏ
କାରଣ ସେ ଦୋସ ସେମାନେ ଜନ୍ମୁ ଧରି ଏଇଥିସନ
ଆର ଜନମ ହେବାରଥି ତ କାହାରିର କିଛି ଦୋସ ନେଇଁ
ରକତ ଅନସାରେ ମୁନୁସ
ଜନ୍ମୁ କେତେଟା ଗୁନ ପାଇଥିସି
କି ଅଭ୍ୟାସ ବେଭାର କରି ବଦଲିଥିସି
ଇ ଗୁନ ଚାହେ ଜନ୍ମୁ ପଉ କି ବେଭାର ନୁ
ନିହାତି ଖରାପ ଚଲନ ଆଏ
ଆର ମୁନୁସ ର ଖରାପ ଚଲନ
ତାର ହଜାର ଭଲ ଗୁନ କେ ନକସାନ କରିଦେସି
(ଭୁତ ବାହାରିଛେ)
ହୋରାସିଓ – ଦେଖ କୁମାର ଫେର ବାହାରଲା
ହାମଲେଟ – ରଖ୍ୟାକର ପ୍ରଭୁ
ସରଗୁ ଏଇଛ କି ନର୍କୁ
କାଣା ତମର ଇଛା
ଖରାପ ଚାହଁ କି ଭଲ
ତମେ ଜେନ ରୁପ ଧରି ମୋର ସାମନେ ଏଇଛ ଜେ
ତମକେ କେତେଟା କଥା ପଚ୍ରାମି ବଲୁଛେଁ
କାଁ ବଲି ଡାଖମି ତମକେ
ମାହରାଜ, ବାପା କି ରାଏଜର ରଜା ଘରର
କହ କିଏ ଅ ଜେ ତମେ
ଏନ୍ତା ଅଚିହ୍ନାର କରି ମତେ ଉଖଲା ନେଇଁ ହେଇଦିଅ
ମସାନପଦା ନେ ତମର ସୁରତା ଘର ର ମୁହଁ ଖୁଲା ହେଇଛେ
ତମେ ଭଟାକେ ବାହାରି ପାରବ ବଲି
ସେନର ଅସ୍ଥି କଲସ ଫାଟି ପଡିଛେ
ଇ ସବୁ ର ମାନେ କାଣା ହେଇପାରେ
ଜିଏ ଦିନେ ମରି ସାଏଲା ନ
ଆଏଜ ଜୁଦ୍ଧା ଭେସେ ସେ ଫେର ପୁରଥି ନ
ତୁଫା ଜନକ ଉକ୍ୟା ରାଏତ ବି
ମଲା ଉଆଁସ ବରନ୍ୟା ଡରଡରନ୍ୟା ଲାଗୁଛେ
ଆମେ ପ୍ରକୃତିର ଭକୁଆମାନେ
ହରୋବଟୋ ଘବରେଇ ହେଇ ତତାପନା ଖଁସରି ବସଛୁଁ
ଏନ୍ତା ଅକଲ ବାହାରନ୍ୟା କଥା ଭାବି
କହ ଇଟା କାଁଜେ ? କାଏଥିର ଲାଗି
ଆମେ କାଁ କରି ପାରମୁଁ ?
( ଭୁତ ଦେଖିଛେ ହାମଲେଟ କେ)
ହୋରାସିଓ – କୁମାର ସେ ତମକେ ଠାରୁଛେ ତାର ସାଂଗେ ଜିବାର କେ
ଜେନ୍ତା ଆର କାଣା କହେବାର କେ ଚାହୁଁଛେ
ତମକେ ଏକ୍ଲାକେ
ମାରସେଲସ – ଦେଖ କେନ୍ତା ସୁତର ହେଇ ଠାରୁଛେ
ଛିନା ଠାନ କେ ଜିବାର କେ
ହେଲେ ତାର ସାଂଗେ ନେଇଁ ଜ
ହୋରାସିଓ -ଜାଣା ବଏଲେ ବି ନି ଜ
ହାମଲେଟ – ନେଇଁ କହେଁ ନେଇଁ ହେଲେ
ସାଂଗେ ଜିବାର କଥା
ହୋରାସିଓ – ଭୁତର ପଛେ ନେଇଁ ଜ କୁମାର
ହାମଲେଟ -କାଁଜେ, କାଣା କେ ଡରବାର ଅଛେ
ଜିବନ କେ ମୁଇଁ ଆର ହେତେ
ଦାମକ୍ୟା ନେଇଁ ଭାବବାର
ଆର ଆତ୍ମାକେ ମୋର
ଇ ଭୁତ କାଏଁ ନକସାନ କରବା
ଆତ୍ମା ଜେ ଅମର ଆଏ
ମତେ ଫେର ଡାଖୁଛେ ଭୁତ, ଜାଏସିଁ ତାର ପଛେ
ହୋରାସିଓ – କେନ୍ତା ହେବା ଜଦି ସମୁଦ୍ର କେ କଢେଇ ନିଏ
କି ନେଇ ପାହାଡେ ପିଟି ଦିଏ
ସେଟା ସମୁଦ୍ର ନ ଝୁଲେଇରଖି
ନାନା ଭୟାନକ ରୋପ ଧରସି
ଆର ତମର କଥା ସବୁ କେ ଭୁର୍ଲେଇ
ତମକେ ଜଖା ବନେଇ ଦେଲେ ?
ଭାବ ଟିକେ
ହେଡକି ଉଁଚା ଠାନ ବିନା ଡରହେ ବି ମୁଡ ଖରାପ କରିଦେବା
ଆର ହେତକି ଉପ୍ରୁ ଜେତେବେଲେ
ତଲକେ ଦେଖବ ଆର ସମୁଦ୍ର ର ସବଦ ସୁନବ
ମାରସେଲସ – ତମେ ନେଇଁ ଜ କୁମାର ( ଧରି ପକେଇଛେ )
ହାମଲେଟ – ହାତ ଅଲଗ ତମର
ହୋରାସିଓ – ଆମର କଥାଟିକେ ମାନ, ନେଇଁ ଜ ତମେ
ହାମଲେଟ – ମୋର ଭାଗ୍ୟ ଡାକୁଛେ
ଦିହଁସାରା ଛିରପଟ ଟାନି ଟାନି ହଉଛେ
ସିକାରି ସିଂହ ବାଗିର
ତଥାପି ମତେ ଡାଖୁଛେ ତାଏଲ
ହାତ ଛାଡ ମୋର
ନେହେଲେ ଜିଏ ଧରବା
ତାହାକେ ଭୁତ ବନେଇ ଦେମିଁ
କହେଲିଁ ପରେ ଛାଡ
ତମେ ଚାଲ ମୁଇଁ ଜଉଛେଁ ପଛେ ପଛେ
(ଭୁତ ଆର ହାମଲେଟ ଜେଇଛନ)
ହୋରାସିଓ – ଜାନି ଜାନି ବିପଦ କେ ବରନ କରୁଛନ
ମାରସେଲସ – ଚାଲ ଜିମାଁ ପଛେ ପଛେ
ତାହାକୁ ଏନ୍ତା ଏକ୍ଲା ଛାଡି ଦେବାର ଟା ଠିକ ନି ହୁଏ
ହୋରାସିଓ – ଜଉଁ ଜିମା, କାଣା ହେବା ଜେ କହି ନି ହେବାର
ମାରସେଲସ – ରାଏଜ ଉପ୍ରେ କିଛି ଗୁଟେ ବିପଦ ଘଟୁଛେ
ହୋରାସିଓ – ଉପରବାଲା ସବୁ ଇସାରା କରବା
ମାରସେଲସ – ଜଉଁ ଦେଖମାଁ ଚାଲ
(ଜେଇଛନ )