ଭାରତ ରେ ଦସମ ରୁ ଦ୍ୱାଦସ ସତାବ୍ଦି ସମିଆଁ ରେ ସାରା ଭାରତ ରେ ଲିଖିତ ସାହିତ୍ୟ ବଏଲେ ସଂସ୍କୃତ କେ ବୁଝା ଜଉଥିଲା । କାବ୍ୟ-କବିତା, ଲେଖା-ପଢା, ସବୁ ସଂସ୍କୃତ ରେ ହଉଥିଲା । ରଜା ମାନକର ଦରବାର ରେ ବି ସଂସ୍କୃତ ବେଭାର ହଉଥିଲା । ରଜା କି ପଣ୍ଡିତ ମାନେ ସଂସ୍କୃତ ବେଭାର କରୁଥିଲେ । ରାନି, ଦାସ-ଦାସି, ଆର ବାକି ସାଧା ଲୋକ ପ୍ରାକୃତ ଭାସା ଥି କଥାବାର୍ତା ହଉଥିଲେ । ୧୬୬୩ ମସିହାରେ ପଣ୍ଡିତ ଗଂଗାଧର ମିସ୍ରଂକର ଲେଖଲା ଐତିହାସିକ ମହାକାବ୍ୟ “କୋଶଲାନନ୍ଦ କାବ୍ୟମ” ବି ସଂସ୍କୃତ ଥି ଲେଖା ହେଇଛେ । ଇଥି ପାଟଣା (ପାଟଣା କେ କୋସଲ ରାଜ୍ୟ ବଲି ଭି ବତା ହେଇଛେ)ର ଚୌହାନ ରଜା ରମାଇ ଦେବକର ନୁ ମୁଲକରି ସମଲପୁର ର ରଜା ବଲିଆର ରାମ ଦେବ ତକ ଲେଖା ହେଇଛେ ।
ଜଦି ଭି ସଂସ୍କୃତ ଲେଖବାର ଭାସା ଥିଲା ତଥାପି ବି ଲୋକ କବାର-ଗୁତା ବେଲକେ “ହଲିଆ ଗିତ” ଗଉଥିଲେ, ବେଲବୁଡେ ଛୁଆମାନେ ଖେଲଲା ବେଲେ “ହୁମୋ ବଉଲି” ଗଉଥିଲେ, ଦସରା ବେଲକେ ପଦକେ ପଦ ଜୁରି ଡାଲଖେଇ ନାଚି ନାଚି ଧଂଗରା ପିଲା-ଟୁକେଲ ବିର୍ଝାଖିର୍ଝା ହଉଥିଲେ । ଲୋକର ମନୋରଂଜନ ଲାଗି ନାଚ-ଗିତ, ଲିଲା, ନାଟ, ଆର କେତେ କିସମର ଅଲିଖିତ ସାହିତ୍ୟ ଲେଖା ହେଇଥିଲା ଜେ ତାର ପତା ନେଇଁ । କୋସଲ ବାହି ନ ଛୁଆ ଜନମ ନୁ ମୁନୁସ ମରବାର ତକ ହରେକ ସାମାଜିକ ଆର ସାଂସ୍କୃତିକ ପରଂପରା ଲାଗି ଗିତ ଅଛେ । ଛୁଆ ମାନେ ସଖାଲୁ ଉଠବାର ଠାନୁ ରାତି ସୁଆବାର ତକ ଜେନ ଗିତ ଜେତେବେଲେ ଗାଏବାର କଥା ମାଁ ମାନେ ଗାଇ ଥିସନ । ଜେନ୍ତା: ତେଲ ମଖା ଗିତ, ସିଖାବା ଗିତ (ଛୁଆମାନକୁ ତାଲି ମାରବା, ହାତ ମୁଠା କରବା, ମୁଡ ହଲାବା, ଝାଏଁରେ କରବା ସିଖାସନ), ହଁସାବା ଗିତ, ଝୁଲାବା ଗିତ, ନଚାବା ଗିତ, ଖୁଆବା ଗିତ, ଦାଁତ ଆଁକରିଲେ ଗିତ, ଚାଲି ବସଲେ ଗିତ, ସୁଆବା ବେଲର ଗିତ, ରାଁପଲା ବେଲର ଗିତ ଏନ୍ତା ଛୁଆମାନକର ଅବଗା କେତନି କେତେ ଗିତ ଅଛେ । ଛୁଆମାନେ ନିଜେ ଭି ଖେଲଲା ବେଲେ କେତନି କିସମ ର ଗିତ ଗାଏସନ । ଟୁକେଲ ମାନେ ଖଟି ଗଲେ ଗିତ ଗାଏସନ, ମୁନୁସ ମରିଗଲା ବେଲକେ ତାକର ସିଆନି ମାନେ ଗିତ ଗାଏସନ ଏନ୍ତା ଆମର କୋସଲ ବାହି ନ ହରେକ ସାଂସ୍କୃତିକ-ସାମାଜିକ ଚଲନି ମାନକର ଲାଗି ଗିତ ଅଛେ । ଇ ସବୁ ଗିତ ର ବାହାରେ ଭିନେ ଭିନେ ପରବ ପରବାଣି ଜାନି ଜାତ୍ରା କେ ବି କେତନି ଗିତ ନଜର କେ ଆଏସି । କେତେଟା ଲୋକ ସାହିତ୍ୟ ବାଜନା ସାଂଗେ ବେଭାର ହଉଥିଲା ବେଲକେ କେତେଟା ବିନ ବାଜନା ଥି ବେଭାର ହେସି । ଇ ସବୁ ଗିତ ଆମର କାବ୍ୟ ଧାରା ର ଖଏଣ ଆଏ । ଇ ସବୁ ଆମର କାବ୍ୟ-କବିତା ବନବାର ଥି କେତନି ସାହେଜ କରିଛେ । ଇତାର ବାହାରେ ପୁଜା ପାଠ, ଫୁକା ଝରା ଆଦିରେ ଲାଗୁଥିବା ମଂତ୍ର ମାନକେ ବି କୋସଲି ର କେତନି ବେଭାର ଦେଖବାର କେ ମିଲସି । ଆମର କୋସଲ ବାହିର ଲୋକ ସାହିତ୍ୟ କେ ମୁଖିଆ କରି ବାଜନା-ବାଲା ଗିତ ଆର ବିନ-ବାଜନା ର ଗିତ, ମାହେଜି/ଟୁକେଲ କି ମୁନୁସ ନେହେଲେ ଦୁହେଁ ଗଉଥିବାର ଦେଖବାର କେ ମିଲସି ।
(୪.୧) ଛୁଆକର ଗିତ
(୪.୧.୧) ଛୁଆ ଭୁରତା ଗିତ
ଛୁଆ କାନ୍ଦଲେ ଭୁରତାବାର ଲାଗି, ଭାସା ସିଖାବାର ଲାଗି, ମାଁ, ବଡେଇ, ଆଇ ମାନେ ଗିତ ଗାଏସନ । ଇ ସବୁ ଗିତ ମାନକେ କେନଥି ଅର୍ଥ ଥିସି ତ କେନଥି ନି ଭି ଥାଏ । ହେଲେ ଗିତନୁ ଏକା ଛୁଆ ଭୁରତି ଜାଏସି ଆର ଜିଭ ଚଏଁଡ ଟଁଟିନୁ କଥା କହେବାର ଅକଲ ସିଖସି । ଛୁଆ ମାନକୁ ସଖାଲୁ ଉଠବାର ଠାନୁ ରାତି ସୁଆବାର ତକ ଜେନ ଗିତ ଜେତେବେଲେ ଗାଏବାର କଥା ମାଁ ମାନେ ଗାଇ ଥିସନ । ଉତାର କେ ଉତାର ହେ ଗିତ ହେଲା:
(୪.୧.୨) ତେଲ ମଖା ଗିତ
ଛୁଆତେ ଜନମ ହେଲା ଉତରୁ ସଁଠି ଘରେ ରଖସନ । ହେନ ଛୁଆକେ ତେଲ ମଖାସନ । ମାଁ ତାର ଦୁହି ଗୋଡକେ ଆଘକେ ଲମେଇ, ଛୁଆକେ ଗୋଡ ଉପରେ ସୁଏଇ ତେଲ ମଖାସି । ତେଲ ମଖାଲା ବେଲକେ ଛୁାଆ ତାର କଅଁଲି ଦିହିଁ ଚିଆଁଲେ କାଁଦସି । ନି କାଁଦବାର ଲାଗି ମାଁ ଗିତ ଗାଏସି:
ଘଗୋଁଚି … ପାଡୋଚି … ଚିଚିଚି…
କାଠି ଭାଁଗ ପତର ତୁଲ
ସଁଠି ବୁଢି କେ ଜୁହାର କର ।୧ା
ମାଁ ତେଲ ମଖାଲା ଉତରୁ, ଛୁଆକେ କସରତ କରାସି । ତାହେଁରୁ ଆଁଗଠି ନେ
ଧୋବ କପଡା ଟେ ଗୁରେଇ ତେଲଥି ବୁଥି ଛୁଆର ଟୁଁଡ ଭିତର ପୁଛି ସଫା କରସି ।
ତାହେଁରୁ ଗିତ ଗାଏସି..
ଉଖୁଁ ଖାଉଁ ଘି ଖାଉଁ
ତୁମ ପଡି କରି ସୁଇଥାଉଁ ।୨ା
(୪.୧.୩)ସିଖାବା ଗିତ
ଛୁଆମାନକୁ ତାଲି ମାରବା, ହାତ ମୁଠା କରବା, ମୁଡ ହଲାବା, ଝାଏଁ ରେ
କରବା ସିଖାସନ । ମାଁ ଇ ସବୁ ସିଖାଲା ବେଲକେ ଅଲଗ ଅଲଗ ଗିତ ଗାଇଥିସି ।
ଜେନତା:
କାଉ ମୁଚି ରେ କାଉ ମୁଚି
ଦିଅ ଦୁଧ ଭାତ ଜାଉ ଘୁଁଚି ।୩ା
ଗିତ ଗାଇ ଆଁଗଠି ମୁଠା ସିଧା କଲେ ଛୁଆ ଭି ତାର ହାତ ର ଆଁଗଠି ମୁଠା
ସିଧା କରସି । ଠିକ ହେନତା:
ତାଲି ତାଲି ତାଲି ତାଲି
ବନମାଲି ବନମାଲି ।୪ା
ବଲି ଗିତ ଗାଇ ମାଁ ତାଲି ପିଟଲେ ଛୁଆ ଭି ତାଲି ପିଟସି ।
ବଉଲା ଗାଇ ରେ ବଉଲା ଗାଇ
ବଉଲା ଗାଇ ମୁଡ ହଲାଇ ।୫ା
ବଲି ଗିତ ଗାଇଦେଲେ ପିଲା ମୁଡ କେ ହଲାସି ।
(୪.୧.୪) ହଁସାବା ଗିତ
ଛୁଆ ହଁସି ଦେଲେକି ମାଁ ର ମନ ଗହ-ଗହ, ମହ-ମହ ହେଇ ଜାଏସି । ମାଁ ଗିତ ଗାଏବାର ସାଁଗେ ଛୁଆର ହାତ କେ ଧରି ହେତାର ପଦମେ ମିଛ ମିଛ କିଆ ଭାତ ରାଁଧସି ତୁନ ରାଁଧସି । ସବକୁ ଗୁଁଡେ ଗୁଁଡେ ଦେସି । କୁରା ପୁଛା ଛୁଆର ଟୁଡେ ଦେଇ, ଛୁଆର ପଦମ ନୁ ମାଁ ତର ଆଁଗଠି ମନକୁ ଚଲେଇ ଚଲେଇ ଖାକ ପାସକେ କୁତକୁତେଇ ଦେଲେ ଛୁଆ ହଁସି ଉଠସି । ଗିତ ହେଲା:
ଖୁଦୁର ବୁଦୁର…ଖୁଦୁର ବୁଦୁର
ଭାତ ରାଁଧୁ ..ତୁନ ରାଁଧୁ…ସାଗ ଖରଡୁଁ
କକ କେ ଦୁରା
ହାମା କେ ଦୁରା
କୁ କୁ କେ ଦୁରା
ଜାହା ରହେଲା
କୁରା ପୁଛା ..ବାବୁର ଟୁଡେ ଟୁ କଲ ।
କାଲିଆ ବଲଦ କୁଟୁରୁ ସିଁଘା
ଚାରହି ପରବତ ବୁଲି ଆଏଲିଁ
କାଲିଆ ବଲଦ ନାଇଁ ପାଏଲିଁ
ତମର ଗୁହାଲେ ଅଛେ ?
ଘୁଁଚ ଘୁଁଚ ଘୁଁଚ ଘୁଁଚ… ।୬ା
ଛୁଆ ଟିକେ ରୁସଲା ବଏଲେ, ହଁସାବାର ଲାଗି ମାଁ ଗିତ ଗାଏସି..
ହଁସ ବୁଢି ହସ
ମୁସା ଲେଁଡି ଭାଜି ଦେମି ଖାଏବୁ ମସ ମସ ।୭ା
(୪.୧.୫) ଝୁଲାବା ଗିତ
ଛୁଆକର ଲାଗି ସୁଖର ଠାନ ହଉଛେ ମାଁ ର କୁଲ, ଛାତି ଆର ଖଁଦ । ଛୁଆ କାଁଦଲେ ମାଁ ବସିକରି ତାର ଦୁହି ଗୋଡ ଲମେଇ ଛୁଆକେ ସୁଏଇ ନିତ ଛାତିନ ଚାପି ଧରି କି ଖଁଦେ ସୁଏଇ, ଛୁଆ ର ପିଠି ଥପଡେଇ ଆଗପଛ ଝୁଲି ଗିତ ଗାଏସି…
ଝୁଲରେ ହାତି ଝୁଲ ଝୁଲ
କିଆ କଁଦା ଖାଇ ଫୁଲ ଫୁଲ
ହାତି ଜଉଛେ ସମଲପୁର
ହାତିର ମୁଡେ କୁରେ ଫୁଲ ।୮ା
(୪.୧.୬) ନଚାବା ଗିତ
ଛୁଆ କେ ତେଲ-ଫୁଲ ମଖାଲା ବେଲକେ ଛୁଆ କାଁଦସି । ମଖେଇ ସାଏଲେ ଛୁଆକେ ଭୁରତାବାର ଲାଗି ମାଁ ଛୁଆକେ ଦୁହି ହାତେ ଧରି ଟିକେ ଉପର କେ ଫିକି ଛିନସନ । ଇନତା କରି କରି ଗିତ ଗାଏସନ:
ଦିଅ ଫିକିଦିଅ ଖତ ଗୁରାକେ
କୁଆ ବେଟି ନଉ ମାମୁଁ ଘର କେ
ମାମୁଁ ବଲବେ କାର ପୁଓ
ଗୁଧେଇ ପୁଧେଇ ଘର କେ ନିଅ
ଦୁଦୁ ଭାତ ଦୁରା ଖୁଏଇଦିଅ ।୯ା
ଛୁଆ ତୁନ ପଡସି । ମାଁ ଆରଭି କହେସି ଆମର ବାବୁର କେନସିଟା ଉନା ନାଇଁନ, ମନକଲେ ମିଠେଇ ଦନା ଖାଏବା ବଲି ଗିତ ଗାଏସି:
ତାକ ଧିନାଧିନ ଧିନକି ଧିନା
ବାବୁ ଖାଏବା ମିଠେଇ ଦନା
ଆମର ବାବୁର କାଏଁଟା ଉନା
କରନି କୁସମା ପଡିଛେ ଉନା ।୧୦ା
ମାଁ କେ ଜେନ ଜିନିସ ସୁନ୍ଦର ଦିସଲା, ତାହାକେ ଜୁଟେଇ କରି ଛୁଆକେ ନଚାସି ଗିତ ଗାଇ ଗାଇ..
ତାକ ଦୁଲ ଦୁଲ ଦୁଲରେ
ମାଖନ ଫୁଲ ଫୁଲ ରେ ।୧୧ା
(୪.୧.୭) ଜହ୍ନ ମାମୁଁ ଆର ତରାର ଗିତ
ସବୁ ଛୁଆ ଜନ ଅର ତରା କେ ଜାନି ଥିସନ । ଜନହଁ ମାମୁଁ କାଇଛେ ବଏଲେ ଛୁଆ ଜନ ଆଡକେ ଦେଖସି । ମାଁ ଗିତ ଗାଏସି..
ଜନହଁ ମାମୁଁ ରେ ଆଏବୁ ଆଏବୁ ରେ
ଆମର ବାବୁ କେ ନେଇ ଜିବୁ ।୧୨ା
ତରା ମାନକୁ ଦେଖେଇ କରି ମାଁ ଛୁଆ ମାନକର ଲାଗି ଗାଉଥିବାର ଗିତ ହଉଛେ..
ଏକ ତରା ଦୁଇ ତରା
ଦୁଇ ତରା ଗଲେ ପାଇକ ପରା
ପାଇକ ପରାନେ ଗାଏ କଅଁଲାଲା
ଦଦା ଆନଲା ଖିରସା ଦନା
ସବକୁ ଦେଲା ଠୁଲେ ଠୁଲେ
ବହୁକେ ଦେଲା ଛୁଚା ଦନା
ବହୁ ପଲଉଛେ ବାଟେବାଟ
ମାରଗୋ ଦଦା ତେଁତେଲ ଝାଁଟ
ବହୁ ବସିଛେ ଚୁଇଲ ପାଟି
ବହୁକେ ଚାବଲା ଚିମ ଚାଁଟି ।୧୩ା
(୪.୧.୮) ଖୁଆବା ଗିତ
ଛୁଆକେ ଭୋକ କଲା ବଏଲେ ହେ କାଁଦସି । ମାଁ ଜାନି ପାରସି, କୁଆସି । ଛୁଆ ଟିକେ ଖାଇ ଦେଲେ ଆର ନି ଖାଏ । ପେଟ ପୁରା କୁଆବାର ଲାଗି ମାଁ ରକମ ରକମ ଗିତ ଗାଇକରି ଖୁଆସି ।
ଦୁଦୁ ଭାତ ଦିଅ ଗୋ ମାଏ
ହାପୁର ହାପୁର ବାବୁ ଖାଏ ।
ବାବୁର ଥାଲିନ କିଏ ଖାଏ ?
ଅଜା ଖାଏ,
ଅଜାର ଥାଲିନ କିଏ ଖାଏ ?
ଆଇ ଖାଏ,
ଆଇର ଥାଲିନ କିଏ ଖାଏ ?
ମାଁ ଖାଏ,
ମାଁ ଥାଲିନ କିଏ ଖାଏ ?
ନାନି ଖାଏ,
ନାନିର ଥାଲିନ କିଏ କାଏ ?
ଭାଇ ଖାଏ, ।୧୪ା
ଇନତା କରି ଘରର ବଡ ନୁ ସାନ ପତେ ସଭକୁ ଚିନହାଁସି ମାଁ । ଛୁଆ ପେଟ ପୁରତୁନୁ ଖାଏବାର ସାଁଗେ ଘରର ସବକୁ ଜାନି ପାରସି । ମାଁ ଦାଏଲ ଭାତ ସାନି ଗୁଁଡା ଗୁଁଡା କରି ହାତେ ଧରି ତାର ଡେବରି ହାତେ ଆଁଏଖ ଢାପି ଛୁଆକେ ଖୁଆସି । ଗିତ ଗାଏସି..
କାନି ମାନି କାନି କାନି କିଏ ଖାଏଲା ?
କକୋ ଖାଏଲା ।
କାନି ମାନି କାନି ମାନି କିଏ ଖାଏଲା ?
ହାମା ଖାଏଲା ।
୍ ୍ ୍ ୍
ସଲା ମଲା ଛେଲ ଚରହୁଆ କେ ବାଘ ନେଲା ।୧୫ା
(୪.୧.୯) ଦାଁତ ଆଁକରିଲେ ଗିତ
ଛୁଆର ଦାତ ଆଁକରି ବସଲେ ଦାତ କେ କୁଟ କୁଟ ଚାବି ବସସି ଛୁଆ । ଜାନି ହେସି ଦାଁତ ଆଁକରୁ ଛେ ବଲି । ଗିତ ଗାଏସନ..
ଦାଁତରି ଖଜା କରଗୋ ମାଏ,
କୁଟୁର କୁଟୁର ବାବୁ ଖାଏ ।୧୬ା
ମାଁ ଦାଁତରି ଖଜା କରସି, ପଡା ପାଟକ ସବକୁ ବାଁଟସି ।
(୪.୧.୧୦) ଚାଲି ବସଲେ ଗିତ
ଛୁଆ ବସି ସିଖସି, ଠିଆ ଉଠି ସିଖସି । ତାହେଁରୁ ପାହେ ପାହେ ଚାଲି ବସସି । ପାହା ପକେଇ ଚାଲି ବସଲେ ଗିତ ଗାଏସନ..
ଚାଲନି ମଡା କରଗୋ ମାଏ,
ବାବୁ ଚାଲଲା ପାହେ ପାହେ ।୧୭ା
ଛୁଆର ଚାଲି ଦଖି ମାଁ ଉସତ ହେଇ ମାଁ ଚାଲନି ମଡା କରସି । ଘରେ ଖାଏବାର
ସାଁଗେ ବଁଟା କୁଟା ଭି କରା ହେସି ।
(୪.୧.୧୧) ସୁଆବା ବେଲର ଗିତ
ଛୁଆ ଜଲଦି ନାଇଁ ସୁଏ । ଘମଡ କରସି, କାଁଦସି । ମାଁ ଗିତ ଗାଇ ଗାଇ ଛୁଆକେ ସୁଆସି । ସୁଆବାର ଗିତ ତ ଗୁରଦୁ ଟେ ଅଛେ, ହେ ଭିତରୁ କେତେଟା ଗିତ…
୧. ନାଇଁ କାଁଦ ମୋର ଧନ ମାଲି ରେ
ନାଇଁ କାଁଦ ମୋର ସୁନା ଥାଲି
କାଉ କାଉ ତ କାଉ କାଉ ରେ
ଆମର ବାବୁତ ନିଦ ଜାଉ
ସୁଇ ପଡ ମୋର ଧନମାଲି ରେ
ସୁଇ ପଡ ମୋର ଗଲା ମାଲି ।୧୮ା
୨. ଆସୁ ଅଛେରେ କକୋ ମୁନା
ଆମର ବାବୁ କେ ନେବା ସିନା
ଆମର ବାବୁତ ସୁଇ ଦେବା ରେ
କକୋ ମୁନା ପଲେଇ ଜିବା
ଆମର ବାବୁତ ବଡା ନୁକୋ ରେ
ଆମର ବାବୁ ତ ଗଁଠି ର ସୁନା ।୧୯ା
୩. ଡାଇ ଡାଇ ତ ଡାଇ ଡାଇ ରେ
ଆମର ବାବୁ ମାମୁଁ ଘର ଜାଇ
ମାମୁଁ ଆନି ଦେବେରେ ଦହି ଗା
ଗାଇର ଗୁହାଲେ ବସି ଖାଇ ।୨୦ା
(୪.୧.୧୨) ରାଁପଲା ବେଲର ଗିତ
ରାପି ଦେଲେ ଛୁଆକେ ଚିଆଁସି । ରାପି ହେବାକେ ମୁର ନି କରେ ଛୁଆ । ମାଁ ଭୁରତେଇ ସୁରତେଇ ଗିତ ଗାଇ ଗାଇ ରାପି ଦେସି
ସଜ ସଜ ସଜ ସଜ
ଆମର ବାବୁ ଖାଇ ଜିବା ଭୁଜକାଜ ଭୁଜକାଜ ।୨୧ା
(୪.୧.୧୩) ରୁସଲା ବେଲର ଗିତ
ଛୁଆ ଟିକେ କେ ରୁସସି, ଅଡବି କରସି । ମାଁ ପାଇକରି ଗିତ ଗାଇ ଦେସି । ଗିତ ସୁନି ଛୁଆ ଭୁରତି ଜାଏସି ଆର ତାର ରୁସାଫୁଲା ଭାଁଗି ଜାଏସି ।
ତରୋ ରୋରୋ ତ ରୋରୋ ରୋରୋ ରେ
ନାଇଁ କାଁଦ ଆର ଧନ ମୋର
ତୋର ବୁଆଆନିବା ରଟି ବୁରୋ ରେ
ଆନି ଦେବା ପାଚିଲା ବୁରୋ । ୨୨ ।
୍୍ ୍୍
ମୋର ଧନ କେ କିଏ ଗାଲି ଦେଲା ରେ
ମୋର ଧନ କେ କିଏ ମାଡ ଦେଲା
ଭାଇ ସାଁଗେ କାଏଁ ଖେଲି ଜିବୁ ରେ
ଦଦା ସାଁଗେ କାଏଁ ବୁଲି ଜିବୁ ।୨୩ା
ସାକେତ ଶ୍ରୀଭୁଷଣ ସାହୁ