Sunday, November 17, 2024
HomeArt & Cultureରେଲ: ସାକେତ

ରେଲ: ସାକେତ

ଲାସକେ ଧୋବ ଚାଦର ଢାଁପବାର ଆଘୋନୁ ଖାଲି ତାର ମୁହଁ ଦେଖିଥିଲିଁ । ଆଏଁଖମାନେ ରକତ ସରସର ଦିସୁଥିଲା । ପ୍ଲାଟଫର୍ମ ନ ପୁଲିସ ଜାହାକେ ପଚରା ଉଚରା କରୁଥିଲା ସେ ମୁଟା ଲୋକଟା ଟିକେ ଚଂଦା ହେଇକରି ତାର ଏଭର ମାଲିକ ବୋଧହୁଏ ।
– ଆପଣ ସେସଥର ତାକେ କେତେବେଲେ ଦେଖିଥିଲେ ?
– ନେଇଁ, ମୋର ତ ପ୍ରାୟ ଖିଆଲ ନେଇଁ । ମିସେସ କହୁଥିଲେ ସବୁଦିନର ବାଗିର କାଲି ରାତି ବି ଘରର କାମଦାମ ସାରି ପଉଁଚ ତଲର ତାର ଜାଗାକେ ସୁଇବାରକେ ଜେଇଥିଲା । ଆର ଫେର ସଖାଲୁ କାଏଁନ ମିସେସ କହେଲେ ଜେ, “ଏନ୍ତା ସେନ୍ତା ଆଉ ସେ ନୌକରେନଟା ନେଇଁନ ।” ତା’ପରେ ମୁଇଁ ଇମିଡିଏଟ ପୋଲିସ ସ୍ଟେସନ ରିପୋଟ କରିଗଲିଁ । ସେନ ହୁଲିଆଟା ବତାଲା ବେଲକେ କହେଲେ ଜେ, ରେଲୱେ ସ୍ଟେସନ ପାଖେ ଏନ୍ତା ହୁଲିଆର ଗୁଟେ ଲାସ ମିଲିଛେ ।
– ଅଁହ,… ତାର କାନିରୁ ଗୁଟେ ନାଇଟ ସୋ ର ଟିକଟ ମିଲିଛେ ।
– ନାଇଟ ସୋ ! ଟୁକେଲଟେ… ଏକ୍ଲା… ନାଇଟ ସୋ…?
– ତାର ବାହାରେ କାହାର ସାଂଗେ ଏନ୍ତା କିଛି ସଂପର୍କ ଥିଲା କି, କିଏ କିଏ ତାକେ ଭେଟି ଆସୁଥିଲେ?
– ନାଇଁ ତ, ଘରେ ତ ଟିଭିରେ ଫିଲିମ ଦେଖେ । ଫେର ମଝି ମଝି ଫେମଲି ସାଁଗେ ସେ ବି ଜାଏ ।
– ଇହାଦେ କଥାଟା ମତେ ସବୁ ସାଫ ଜନା ପଡୁଛେ । ଫିଲିମ ଦେଖି ନି ଜେଇଥେଇ, ନିସ୍ଟେ କିଏ ଦେଖେଇ ନେଇଥିଲା । ଆର ଫିଲିମଟା ବାହାନା ଆଏ । ଗାଁର ଟୁକେଲ; ବୋଧେ କାହାର ଗୁଟେ ଚିକନିଆ କଥାକେ ବିସାସ କରି କରି ଅଂଧାରେ ଗୋଡ ଥାପିଥିଲା । ତାର ଛାତିର ଦାଗ, ମୁହଁର ଦାଗ ନୁ ସବୁ ସାଫ ଆଏ । ପରେ ଟ୍ରେନ ଲାଇନରେ ପକେଇ ଦେଇଛନ, ଆଉ କାଣା? ଲାସକେ ପୋସ୍ଟମର୍ଟମ ଲାଗି ନେଇଜଉଥିଲେ ।

ମୋର ବି ଟ୍ରେନ ଆସିଗଲା । ଲୋକାଲ ଟ୍ରେନର ଭିଡ ଭିତ୍ରେ ସିଟଟେ ମିଲିଗଲା ଜା ହଉ । ଟ୍ରେନ ମତେ ଗାଁ କେ ନଉଛେ । ଇହାଦେ ପାସରିଦେଲା ବାଗିର ସେ ମୁନଗା ଗଛକେ ଚଘିକରି ସାଗ ତୁଲବାର କେ ମନା କରିଦେଲା । ସତେ ସେ ଆଘୋନୁ କେଭେ ସାଗ ନି ତୁଲି । ଉପର ଛଲକ୍ୟା ହରୋବଟୋ ହେଇ ବାକି କବାରମାନେ ସାରି ଦଉଥାଏ । ମୋର ମାଁ ଗାଲି ହେଲେ ବି ହଁସି ଦଉଥାଏ । ମନ ତାର ଥାବେ ନି ଥେଇ ହେଲେ ଆମର ଘର ଛାଡିକରି ସେ ପାଖର ସହରକେ କବାର କରି ଜିବା ବଲି ମୁଇଁ ଅନୁମାନ ନି କରିଥେଇ । ପରେ କେଭେ ଆମର ଘରକେ ଫୁଲ ତୁଲି ଆଏଲା ତାର ସାଂଗର ଛୁଆମାନେ କାଏଁନ ମୋର ମାଁ କେ କହୁଥିଲେ, “ଆଗୋ ତମର ସେ ବେଡି ତ ସହରକେ କାମ କରିଜିବା, ଖୁଓ କେଡେ ଉସତ” ।

ବେଲବୁଡି ଆସୁଥିଲା । ରେଲ ସହରୁ ଗାଁ ପାସକେ ଏଇଥିଲାନ । ଲହଁସିଲା ସାଗୁଆ ସାଗୁଆ ଖେତକେ ଚିରି ଚାଲିଛେ ଜାବତ୍ୟ ରଂଗର ରେଲ ଜେ ଗଛଖୁଟ, ବୁଟା, ପତରାଭନା, ମେଘ ନୁ ଡଂଗର ଜାଏକ ସବ ନର୍ଦି ପଲଉଛନ ରେଲ ନୁ ।

RELATED ARTICLES

Most Popular

Prediabetes

Ten Moral Leaders: Jesus

Recent Comments