Thursday, December 19, 2024
HomeEducationମାଏଝି ସସକ୍ତିକରଣ

ମାଏଝି ସସକ୍ତିକରଣ

ସସକ୍ତିକରଣ ହଉଛେ ସେ ପ୍ରକ୍ରିୟା ଜେନଥି ଝନେ ବିନା ତାକତବାଲା ନିଜର ଜିବନକେ ଆୟତରେ କରବାର ଲାଗି ତାକତ ପାଇଥିସି, ତାର ମାନେ ବସ୍ତୁ, ଧନ, ବୌଧିକ ସଂପଦା ଆର ବିଚାର ଧାରା । ସସକ୍ତିକରଣକେ ଜାଗରୁପତା, ବିବେକବାନ ହେବାରଟା, ଖ୍ୟମତା ବିକସିତ କରି ନେତୃତ୍ୱରେ ଭାଗନେବାର, ପ୍ରଭାବି ବିଚାର ବନାବାର ଆର ପରିବର୍ତନକାରି ପଦଖେପ ନେବାରରେ ସାହେଜ କରସି । ଏନ୍ତା କରବାର ଲାଗି ସେ ପ୍ରକାର ଖ୍ୟମତା ଦରକାର ଜେନଥିକି ଜାନିପାରବେ ଝନେ କାଣା ଚାହୁଛେ ଜେ । ଆର ଅମର ଚିନ୍ତା କେତେ ଦୁର ଅଲଗା ଲୋକକୁ ପ୍ରଭାବିତ କରୁଛେ । ମାଏଝିମାନକର ସଂଦର୍ଭରେ ସସକ୍ତିକରଣ ବଏଲେ ଭିନେ ଭିନେ ସ୍ତରରେ ତାକର ଜିବନ, କୁଟୁମ, ଗୁସ୍ଟି, ହାଟ ଆର ରାଏଜ । ମହତ୍ୱଭରା କଥା ଇଟା ସାମିଲଜେ ମାଏଝିମାନକର ମନୋବୈଗ୍ୟାନିକ ସ୍ତରରେ ନିଜକେ ବଢାବାର । ମାନବଧିକାର ନଜରିଆରେ ବନିଥିବାର ବିକାସରେ ମାଏଝିମାନକର ଥିତି ଇହାଦେ ଗଂଭିର ହେଇଜେଇଛେ ।
ମିଲିତ ଜାତିସଂଘ ଦ୍ୱାରା ୧୯୯୪ରେ କଇରୋ କନଫରେନ୍ସ ମାଏଝି ସସକ୍ତିକରଣ ଉପରେ ଧ୍ୟାନ ଦେବାର ଲାଗି ଆଗ୍ରହ କରିଥିଲା । ମୁଖିଆ କରି ତିନଟା କଥାକେ ଧ୍ୟନ ଦେବାରକେ କହିଥିଲା,ଜେନଟାକି ସମାଜରେ ମାଏଝିମାନକର ଭାଗ ନେବାରଟା ବଢାବା; ରାଜନୈତିକ ତାକତ, ସିଖ୍ୟା ଆର ସ୍ୱାସ୍ଥ୍ୟ । ଜଦିମାନବ ବିକାସକେ ନେଇଁ ବଢା ଜାଏ ବଏଲେ ସେଟା ବିପଦରେ ଅଛେ । ସମାନତା, ତିସ୍ଟି ରହେବାର ସସକ୍ତିକରଣ ଉପରେ ଧ୍ୟାନ ଦେଲେ ମାଏଝି ସସକ୍ତିକରଣ ଜାତିୟ ଆୟ ଉପରେ ନିର୍ଭର ନି କରେ ହେଲେ ଗୁଟେ ରାଜନୈତିକ ପ୍ରକ୍ରିୟା ଆଏ ।
ଅମର୍ତ୍ୟ ସେନ ତାକର ମାନବ ଖ୍ୟମତା ରେ ଲେଖସନ-ଆରିସ୍ଟୋଟଲକର ଠାନୁ ଗୁଟେ ନୁଆଁ ବିଚାର ନିଆ ହେଲା ଆର ଗୁଟେ ପରିବେସ ବନାହେଲା ମୁନୁସର ବିକାସ ନାପବାର ଲାଗି ।
ଲୋକର ପସନକେ ବଢାବାରକେ ପଡବା ଆର ସେମାନକୁ ଆର୍ଥିକ ସୁଜୋଗ ଦେବାରକେ ହେବା ଇ ସବୁ ଖ୍ୟମତା ଉପଲବ୍ଧି କରାବାର ଲାଗି । ଇ ଖ୍ୟମତାର ପଛାଡେ ଥିବାର ଅର୍ନ୍ତଗ୍ୟାନର କାମ ନିହାତି ମୁନୁସ ଜିବନ କେନ୍ଦ୍ରିକ । ସେମାନେ ଜେନ ଖ୍ୟମତାମାନେ ଉପଲବ୍ଧ କରସନ ସେଟା ନିହାତି ଜରୁରି । ସେ ସବୁ ହେଲା-
୧- ମୁନୁସର ଜିବନ ସମିଆଁନୁ ଆଘୋ ମରବାର ଲାଗି ନୁହେ ।
୨-ଦୈହିକ ସ୍ୱସ୍ଥ୍ୟ-ଭଲ ସ୍ୱାସ୍ଥ୍ୟ ଅଧିକାର କାରବାରଟା ଜେନନ କି ପ୍ରଜନନ ସ୍ୱାସ୍ଥ୍ୟ, ଠିକ ପୋସଣ, ଦରକାର ମୁତାବିକ ରହେବାର ଠାନ ।
୩-ଦୈହିକ ଐକ୍ୟ-ମନମାନି ଠାନୁ ଠାନକେ ଜେଇପାରୁଥିବାର କଥା । ଜୌନାଚାର, ଘରୋଇ ହିଂସା ନୁ ସୁରଖିତ ରହି ପାରୁଥିବେ ।
୪-ଇନ୍ଦ୍ରିୟ କଲ୍ପନା- ଇନ୍ଦ୍ରିୟ ମାନକର ବେଭାର ସ୍ୱାଧିନ ହିସାବେ କରି ପାରୁଥିବେ
୫-ମନୋଭାବନା- ବଂଧନ ବାଂଧି ପାରୁଥିବା, ପ୍ରେମ କରବାର, ଦୁଖ କରବାର ଆର ରାଗ ରୋସ ଜାହିର କରବାର ଅଧିକାର ।
୬-ବ୍ୟବହାରିକ କାରଣ- ଭଲକେ ଅପନେଇ ପାରୁଥିବା,ଝନେ ନିଜର ଜିବନର ଛଏଁରାକେ ସମାଲୋଚନାରେ ସାମିଲ ହେଇପାରୁଥିବା ।
୭-ଦୁସରା ଲୋକର ସାଂଗେ ମିଲନ ମିସନ କରବାର ସାଂଗ ସଏରତା ହେବାର ସୁଜୋଗ, ଗୁସ୍ଟି ବାଂଧବାର ସ୍ୱାଧିନତା, ଖୁଲା ହିସାବେ ନିଜର କଥା କହେବାର ଅଧିକାର ।
ମାଏଝିମାନେ ରାଜନେତିକ, ନାଗରିକ, ଆର୍ଥିକ,ସାମାଜିକ କାମ କରବାର ଖ୍ୟମତା ରଖସନ । ଜଦି ତାହାକୁ ପୋସକ ଖାନା, ସିଖ୍ୟା ଆର ସାହାଜ୍ୟ ଦେଇପାରଲେ । ମାଏଝିମାନକୁ ଆସ୍ରିତ ହିସାବେ ବେଭାର କରାହେସି । ନେହେଲେ ସେମାନେ ବି ମୁନୁସପିଲା ବାଗିର ଇଚ୍ଛାର କାର୍ଜ୍ୟକାରି, ଲାଲସାକେ ଆଏତେ ରଖିପାରସନ, ଆର ଫଏସଲା କରିପାରସନ । ହେଲେ ମୁନୁସପିଲା ସବୁ ସାମାଜିକ ସଂସ୍ଥାମାନକର ଅଧିକାର ଉପଭୋଗ କରସନ ଆର ମାଏଝି ଟୁକେଲ ସବୁନୁ ବାଦ ପଡସନ । ବରଂ ସେମାନକୁ ଚିରାଚରିତ ହିସାବେ ଛୁଆ ଜନମକରବାର, ତାକର ପାଲନ ପୁସନ କରବାର, ଜୌନ ଗ୍ରହିତା ଆର କୁଟୁମର ଭଲମନ୍ଦ ବୁଝା ବିଚରା କରବାର ଲୋକ ।
ହେଲେ ମାନବଧିକାର କମିସନ ରିପୋଟ ଅନସାରେ ଦୁନିଆଁରେ କେନସି ବି ଦେସ ମାଏଝିମାନକୁ ତାକର ନିଏ ହିସାବେ ସିଖ୍ୟା ଅନ୍ୟ ଅଧିକାର ଉପଲବ୍ଧ ନି କରାବାର ।
ମାଏଝିମାନକୁ ସାମାଜିକ ସହଜୋଗ ଦରକାର ତାକର ଅଭାବ,ଡର ସାଂଗେ ଲଢେଇ କରବାରକେ ଆର ତାକର ଆତ୍ମ ସମ୍ମାନ ଆର ମର୍ଜ୍ୟାଦା ବଢାବାର ଜରୁରି ଆଏ । ସସକ୍ତିକରଣ ବଏଲେ ଆର୍ଥିକ ସ୍ୱାଧିନତା, ଜମିନ ଆର ସଂପତି ଆଏତରେ ରଖବାର ଆର ଘରୋଇ କାମ ବୋଝରେ କମି ।
ଦୁନିଆଁରେ ଜେନ ୧୩୦ କୋଟି ନିହାତି ଗରିବ ଲୋକ ରହେସନ ସେମାନକର ଭିତରୁ ସତକଡା ୭୦ ଭାଗ ମାଏଝି ଆନ । ସେମାନକର ଲାଗି ଗରିବି ବଏଲେ ଖାଲି ଅଭାବ ଆର ଦାରିଦ୍ର‌୍ୟତା ନୁହେଁ ତାର ଅର୍ଥ ଅଧିକାର ନୁ ବଂଚିତ, ସୁଜୋଗନୁ ଛଡିଆ କରବାର ଆର ତାକର ଆବାଜକେ ଦବେଇ ଦେବାର । ତଲକେ ଟିକେ ଦେଖୁନ-
୧-ମାଏଝିମାନେ ଦୁନିଆଁର କାମ କରବାର ସମିଆଁ ଭିତରୁ ଦୁଇର ତିନ ଭାଗ କରସନ । ଜିବନ ତିସ୍ଟିବାର ବାଗିର କାମ ଜେନ୍ତା-ରଂଧାବଢା, ଛୁଆକର ଜତନ, ଘରର ଅନ୍ୟମାନକର ଦେଖରେଖ, ଘରର ଅନୁରଖ୍ୟଣ, ଆଦି କାମ ମାଏଝିମାନେ ହିଁ କରସନ । ହେଲେ ଇ କାମ ମାନକୁ ଅତି ହିନ ମର୍ଜ୍ୟାଦା ଦିଆହେସି ଆର ତାର ଲାଗି କେନସି ପାରିସ୍ରମିକ ନି ମିଲେ । ଇ କାମ ମାନକୁ ସମାଜର କାଁ ଭାଁ କେନସି ଆର୍ଥିକ ବିସ୍ଲେସଣ ରେ ଗନା ହଉଥିବା ।
୨-ମାଏଝିମାନେ ଦୁନିଆଁର କମାନିନୁ ମାତ୍ର ୧୦ ସତକଡା କମାସନ ।
୩-ଦୁନିଆଁର ୮୭୬୦ ଲାଖ ଜୁଆନକର ଭିତରୁ ଦୁଇର ତିନ ଭାଗ ମାଏଝି ଆନ ଜେନମାନେ କି ପଢି କି ଲେଖି ନି ଜାନ ନ । ଆର ୭୭୦ ଲାଖ ଛୁଆ ଜେନମାନେ ପ୍ରାଥମିକ ସ୍କୁଲ ନି ଜନ ସେମାନକର ଭିତ୍ରୁ ସତକଡା ୬୦ ଭାଗ ଟୁକେଲ ଆନ । ସିଖ୍ୟା ମୁନୁସ ବିକାସର ବଡ ସଂଚାଲକ ଆଏ ।
ସାମାଜିକ ସିଦ୍ଧାନ୍ତ ମାନ୍ୟତା ଦେସି ବ୍ୟକ୍ତି, ଢାଁଚା ଆର ମାନବିକ ସଂପର୍କକେ । ଇ ତିନହି ଉପାଦାନ ଚାବିକାଠି ଆନ ଗରିବି ଦୁରିକରଣ ଲାଗି । ଆମର ବୁଝାମଣା ଅନସାରେ ସସକ୍ତିକରଣ ସେତେବେଲେ ନି ତିସ୍ଟି ପାରବା ଜେତେବେଲେ-
ଗରିବ ମାଏଝି ପରିବର୍ତନ ର ସୁତ୍ରଧର ହେବେ । ନିଜେ ନିଜର ଜିବନକେ ବିସ୍ଲେସଣ କରି ପାରବେ ନିଜର ଫଏସଲା ନିଜେ ନେଇ ପାରବେ ଆର ସେ ଅନସାରେ ପଦଖେପ ନେବେ । ଇ ସବୁ ଲାଗି ଗ୍ୟାନ, ଆତ୍ମ ବିସ୍ୱାସ, ଆର ଅଭିଗ୍ୟଁତା ଜରୁରି ଆଏ ।

RELATED ARTICLES

Most Popular

Recent Comments