ମରନ ମୁନୁସ ଜିବନ ର ଅଛଡା ଅଂଗ । ମୁନୁସ ଜନମ ହେଲେ ମରନ ତୟ । ମୁନୁସ ର ମରନ ହେଲେ ତାର ମାହେଜି ଆର ଝି ମାନେ କାନ୍ଦିଥିସନ ।
ମଗସିର ମାସ ସୋର ହଉଛେ ରଜା ଗୋ
ଗୁରବାର ଦିନେ କିଏ ପଦମପୁଲ ଆନିଦେବା ରଜା ଗୋ
ମଡା ଖେବାର କେ ମନ କରୁଥିଲ ରଜା ଗୋ ।
କିଏ ଆର ମତେ ଡାକି ଆନବା ବାପା ଗୋ
ଫୁସ ମାସ କେ କିଏ ହେତାବା ବାପା ଗୋ
ଅଲି ଅର୍ଦଲି କାହାକେ କରମି ବାପା ଗୋ
ସରିଗଲେ ଜିନିସ କାହାକେ ମାଦମିଁ ବାପାଗୋ ।
ମାଁ ର ମରନ ଖବର ପାଇ ଝି କାନ୍ଦସି
ଦିନେ କଡା କଥା କହିନ ଥିଲୁ ମାଁ ଗୋ
ମନ ଦୁଖ ଥିଲେ ପଚରଉଥିଲୁ ମାଁ ଗୋ ।
ଆଇ/ବାଇ/ନାନି ମରିଗଲେ ନାତେନ କାନ୍ଦସି
କେତେ କଥାନି କହୁଥୁଲୁ ନାନି ଗୋ
ପାଖେ ବସଇ ଗଲ କରୁଥୁଲୁ ନାନି ଗୋ
ସବୁ କେ ପସିସରି ଦେଲୁ ନାନି ଗୋ । ।
(୪.୭) ଖେଲ ଗିତ
ପସଚିମ ଓଡିସା ରେ କେତନି କିସମର ଖେଲ ଗିତ ଅଛେ । ଖେଲ ଗିତ କେତନି କିସମର ହେଇପାରବା । ଜେନ୍ତା ଛିଲୋଲାଇ, ହୁମୋ ଆଦି ଭିନେ ଭିନେ ଖେଲଗିତ ର ନାଁ ମାନେ ।
ଛିଲୋଲାଇ ଗିତ
ଛିଲୋଲାଇ
ଆ ଖେଲମା ଭାଇ
ଭାଇ ଗଲା ରୁସି
ଦେ ଗୋ ମାଁ ପିସି
ହଟାଲିରେ ହଟାଲି
କୁକୁର ଗୁହୁଁ ଚଟାଲି
ହୁମୋ ବଉଲି ଗିତ
ହୁମୋ ବଉଲି ଗିତ ହୁମୋ ଖେଲଲା ବେଲକେ ଗାଇଥିସନ । ଇ ଖେଲ ଟୁକେଲ ମାନେ ଗାଁ ଖୁଲି ଖେଲସନ । ଟୁକେଲ ମାନେ ଦୁଇ ଗୁସ୍ଟି ହେଇକରି ହାତ ଜୁରା-ଜୁରି ହେଇ ହୁମୋ କେଲି ଥିସନ । ଗୁଟେ ଦଲ ଗିତ ଗାଏତେଲ ଆର ଗୁଟେ ଦଲ ଆଡକେ ଜାଏସି । ଫେର ସେ ପଦ ର ଜବାବ ଦେବାର କେ ଆର ଦଲ ହେନ୍ତା ସାମନା ର ଦଲ ଆଡକେ ଗିତ ଗାଏତେଲ ଜାଏସି । ତୁରତା-ତୁରତି ଉତା-ଉତି ପଦକେ-ପଦ ଭିରେଇ ଦୁହି ଦଲ ଭିତରେ ଜେନ ଗିତେ ଗୁତା-ଉଚାର ହେସି ଦେଖଲା ବେଲକେ ବଡା ଜମକ ଲାଗସି ।
ହୁମୋ କି ହୁମାଇ ସାରେ ବଉଲିରେ
ହୁମୋ କି ହୁମାଇ ସାରେ
ହୁମୋ ନନ ନନ ଦସ ବଉଲି ରେ,
ହୁମୋ ନନ ନନ ଦସ
ନ ଖାଉଁ ନ ପିଉଁ ଗୁଆ ପଣସ,
ନ ଖାଉଁ ନ ପିଉଁ ଗୁଆ ପଣସ
ନ ଜାଉଁ ତୁମର ଦେସ ବଉଲିରେ
ନ ଜାଉଁ ତୁମର ଦେସ । ।
ଜିରା ଲବଂଗ ଆର କଲା କୋକିଲ
ନୁଆପଡା ଜିଲାର ସିନାପାଲି ବୋଡେନ ଅଂଚଲରେ ଜନକ ରାତି ର ଉକିଅ ଥି ଗାଁର ଟୁକେଲ ମାନେ ଇ ଗିତ ଗାଇଥିସନ ।
କଲା କୋକିଲରେ, ପକା ଚୁଆଁ ତଲେ ରସି
ଗାଆଁର ଗହଁଟିଆ ସାଇକେଲେ ବସି
କଲା କୋକିଲରେ ପାନ ଖାଏ ହସି ହସି । ୧ । ।
କଲା କୋକିଲରେ, ସଡକେ ଚେପୁଲୁଁ ଗିଟି
ଗହଁଟିଆ ବାବୁକେ ଚାବିଲା ଚାଁଟି
କଲା କୋକିଲରେ ଜାହାନା ଗୁନିଆଁ ଡାକି । ୨ । ।
ଇଟା ଭାଟି ଅଛେ ଇଟାରେ ଜିରା ଲବଂଗ
ଇଟା ଭାଟି ଅଛେ ଇଟା
ତୁମର ଗାହାର ପାନ ସରଗ ମିଠା
ଆମର ଗାହାଁର ପାନ ମିଠା ରେ ଜିରା ଲବଂଗ । ୧ । ।
ଗଚକେ ଚଘିଲା ଗେରୁରେ ଜିରା ଲବଂଗ
ଗଛକେ ଚଘିଲା ଗେରୁ
ଛ କୁଟା ଭଲିଆ ଧଂଗରା ହେଲୁ
ଧାଂଗରିକେ ଝୁରି ମଲୁରେ ଜିରା ଲବଂଗ । ।
ବାଂଗିରି
ଥାଲିରେ ଭାଂଗିଲି ପାନ ବାଂଗିରିରେ
ଆକାସେ ଉଦିଛେ ରୁପେଲି ଜନ
ହୁମୋ ଖେଲିବାକେ ମନ ବାଂଗିରିରେ
ଚଟୁ କରେ ହାଇ ହାଇ ବାଂଗିରିରେ
ପିଁଢାରେ ବସିଲେ କାଏଁ ଲାଭ ପାଉ
ହୁମୋ ଖେଲିଆ ମୋର ବହୁ ବାଂଗିରିରେ
(୪.୮) ଲୋକ କଥା
ଢଗଢମାଲି
ସେମେଲ ଗଛେ କୁହୁନି ରେଥି ଦେଲା
କେଡେ କେଡେ ଟା ଗଲେ ନ ହଟି ଚିଂଗରି ବୁରି ହଉଛେ କଁଟି
ନାକ ତଲେ ମେଛା ଜାହାର ଜେନ୍ତା ଇଛା
ବିହାଘର ବେଲେ ବାଏଗନ ରୁଆ
ତୁଇ ମନ ଧରୁଛୁ ଜାହାକେ ମୁଇଁ ଘଏତା କରିଛେଁ ତାହାକେ
ସିଂଗ ଧରମୁଁ ଆମେ ଗୁରସ ପିବ ତମେ
ଚିଂଗରି ଚିଲେ ମୁଡେ ଗୁହୁ
ଦାଁତ ଥିଲେ ଚନା ନାଇଁ ଚନା ଥିଲେ ଦାଁତ ନାଇଁ
ଛୋଟ ଲୋକ ବଡ ପାଏନ ପାଏ ହଗତ ମୁତତ ଗିତ ଗାଏ
ମାଡ କେ ମାହାଦେବ କଁପେ
ଅତି ମଧୁର କିରା ଖାଏ
ବିରହି ମାଡେ କୁଲୁଥ ଚେପଟା
ପରହର ଭଅତେ କୁକୁର ମାଡ
ଏ ପୁତା, ବେଲା ଦେଖି ବୁତା
ଚୋର କେ ଚନ୍ଦନ ବିଲେଇ କେ ଘଂଟି
ଧଂଦା/ବଖାଣି
(୧) ଆଗଟା ମିଠା, ମଝି ଖଟା, ମୁଲଟା ବାସେ
ଉ : ଗୁରସ, ଧୁଇଲା ବେଲକେ ଟିକେ ବଖରାସି, ମଝି ଦହି ଆମିଲ (ଖଟା) ଆଉ ଆଗଟା
ଘି ମିଠା ଲାଗସି
(୨) ଆମଲି ମଜା, ମୁଂଜି ନାଇଁ ତାର ଭୁଇଁ ଗଜା
ଉ : ଛତି ର ମୁଂଜି ନାଇଁନ ଭୁଇଁ ଫୁଟସି
(୩) ଅରଖ ଚେରର ପରଖ ପଏଁଖ, କେନ ଚେରର ତିନଟା ଆଏଁଖ?
ଉ : ନଡିଆ ନଡିଆ ଗଛ ଡେଂଗା..ପତର ପଏଁଖ ଲେଖେଁ…ନଡିଆର ତିନଟା ଆଏଁଖ
(୪) ଅତାଲ ତାଲ ପାନି ଖରସି ଚୁତେ
ଉ : କେଁଛୋ, ପାଏନ ଉପରେ କେଁଛୋ ଖରସି ଚୁତେ ଲେଖେଁନ ଦିସସି
(୫)ଆଏଗନ ନେଇସେ ବାଏଗନ ଟା ବଇଦ ନେଇସେ ସିଂଗ ଦୁଇଟା
ମୁନୁସ ନେଇସେ ଚାଲେ ବାଟ, ଦେଉଲ ନେଇସେ ଫାଡେ କବାଟ
ଉ : ଘୁଲି ଚାଲଲା ବେଲକେ ତାର ଦୁଇଟା ସିଂଗ ବାହାରିଥିସି, ଦେଉଲ ଲେଖେନ ଦିସସି
ଆର ଛିଁ ଦେଲେ କବାଟ ଢାିଁ ଦେସି
(୬) ଆଏଲ ଗଲ ବନେ କଲ ମଜା କରୁଛ କାହାକେ
ମୋର ସସୁର ବିହା ହେଇଛନ ତମର ସସୁରର ମାଁ କେ
ଉ : ସାସ-ଜୁଏଁ, ସାସର ସସୁର ହଉଛନ ଜୁଏଁର ଅଜା ସସୁର…ଜୁଏଁର ସସୁରର ମାଁ ହେଲେ
ଜୁଏଁର ଆଇ ସାସ
(୭)ଆଏଁଖ ଜୁଡେକେ ଅଏନ ଲେଂଜେ ପିଉଛେ ପାଏନ
ଫୁଲ ଫୁଟିଛେ ଉପରେ, ଢେଁଟି ରହିଛେ ଭିତରେ
ଉ : ଡିବରି ଜଲୁଥିଲେ ଆଏଁଖକେ ସୁଂଦର ଦିସସି, ବଏଲତା ତେଲ ପି’ସି, ଜଲୁଥିଲେ ଫୁଲ
ଫୁଟଲା ଲେଖେ ଦିସସି…ବଏଲତା (ଢେଁଟି)
(୮)ଆଁଖ ବାଁକ ତାହିଁ ବସଲା ବୁଢା କାଁକ
ବୁଢା କାଁକ ଉଡିଗଲା ପୁରଥି ଟା ଅଂଧାର ହେଲା
ଉ : ବେଲ/ସୁରୁଜ
(୪.୯) ମଂତ୍ର ସାହିତ୍ୟ
ମଂତର ମାନେ ସିରଜିନା ର ଆଦିମ କାଲୁ ମୁନୁସ ବେଭାର କରି ଆସୁଛେ । ବିସେସ କରି ଆଦିବାସି ମାନକର ଫି ଦିନ ଚଲନି ଥି ମଂତର ର ବେଭାର ଜହ । ଭିନ ଭିନ କବାରେ ବେଭାର ହେସି ମଂତର ଜେନ୍ତା ଭୁତ-ପେତେନ ନୁ ମୁକଲିବାର କେ, ଦେବତା ଉତରାବାର କେ, ନସେନ-ପେସେନ ଭଗାବାର କେ, ରୋଗବେମାର ଛଡାବାର କେ । ସାଁ, ବେଛୁ ଆଦି ବିସାନ ର ବିସ ଉତରାବାର କେ ବି ମଂତର ବେଭାର ହେସି । ଇତାର ବାହାରେ ଦେ-ଦେବତା କେ ପୁଜା କରବାର ଲାଗି ବି ମଂତର ବେଭାର ହେସି । ମଂତର ର କିସମ ଅନେକ । ଜେନ୍ତା ଖେଦାନ, ବନ୍ଧନ, କିଲନ, କବଚ ଆଦି ।
ହନୁମାନ କବଚ
ଓଁ …..
ଜୟ ଜୟ ହନୁମାନ କିରତି କୁଣ୍ଡଲି ଧାରି
ସ୍ରିରାମଂକ ଦୁତ ସିତାଂକ ସୁଖହାରି
ଲଖେ କବଚ ରୁ କବଚ ସାର
ପଢିଲା ଲୋକ ହୁଅଇ ନିସ୍ତାର
ଆୟୁସ ବଢଇ ରଜିକ ଛିଡଇ
ଦିନକେ ଥରେ ଏହା ଜେ ପଢଇ
ବାର ଥର ପଢେ
ସତ୍ରୁ ତିନି ମାସରେ ମରେ