ନଏଦଖଣି ର ଜାମ ଗଛେ ଗୁଟେ ମାକଡ ରହୁଥିଲା । ଥରେକା ଗୁଟେ ମଗର ଆରାମ କରବାର ଲାଗି ସେ ଜାମ ଗଛ ତଲକେ ଆଏଲା । ମାକଡ ତେହରୁ ମଗରକେ ମିଠା ମିଠା ଜାମ ଖାଏବାର କେ ଦେଲା । ମଗର ପେଟେ ଖାଏଲା ଆର ଦିରା ଜାମ ତାର ସିଆନି ଲାଗି ନେଇଦେଲା ।
ମିଠା ଜାମ ଖେଇ କରି ତାର ସିଆନି ବଏଲା, ଇ ଜାମ ଜଦି ଏତକି ମିଠା ବଏଲେ ଇ ଜାମ ଖଉଥିବାର ମାକଡ ର କଏଲଜା କେତେ ମିଠା ନି ହେଇଥିବା ! ତମେ ମୋର ଲାଗି ହେ ମାକଡ ର କଏଲଜା ଆନି ଦିଅ ।
ମଗର ତେହରୁ ମାକଡ ନିକେ ଗଲା ଆର ବଏଲା, ମାରସାତ, ତମେ ମତେ ସବୁ ଦିନ ଖାଏବାର କେ ଦଉଛ ଆଏଜ ଆମର ଘରକେ ଚାଲ ତମେ ଖେଇକରି ଆସବ । ମାକଡ ଉସତ ହେଇକରି ମଗର ର ପିଠି ବସଲା ଆର ଦୁହେଁ ଚାଲଲେ ମଗର ଘର କେ ।
ଠିକ ମଝା ପାଏନ କେ ପହଁଚିଲେ କି ମଗର ସତ କଥାଟା କହିଦେଲା । ମୋର ସିଆନି ତମର କଏଲଜା ଖାଏବା ହେତିର ଲାଗି ତମକୁ ଆମର ଘରକେ ନଉଛେଁ । ମଗର ର କଥା ସୁନିକରି ମାକଡ ବଏଲା, ମୁଇଁ ତ ମୋର କଏଲଜା କେ ଗଛେ ଛାଡିକରି ଏଇଛେଁ । କଏଲଜା ଦରକାର ବଏଲେ ଚାଲସେ ଫେର ଗଛ ନିକେ ଜିମା ।
ମଗର ଫେର ମାକଡ କେ ପିଠି ବସେଇକରି ଗଛ ନିକେ ନେଲା । ଠିକ ଗଛ ପାଖ କେ ପହଁଚିଲେ କି ମାକଡ ଗଛ ଉପର କେ ଡେଗିଗଲ।।
ନିଜକେ କମ ନି ଭାବବ, ତମର ନୁ ବି ଦୁନିଆଁ ଥି ଆର ଭକୁଆ ଅଛନ
ଅନୁସୃଜନ – ସାକେତ ଶ୍ରୀଭୂଷଣ