ସମଲେଇ ପିଠ କେତନି ପୁରନା ଆର ସମଲେଇ ଦେବି କାହିଁ କେତେ ଦିନୁ ଇନର ମୁଲ ଅଧିବାସିମାନକର ନୁ ପୁଜା ପାଇ ଆସୁଛେ । ଭାରତ ଆର ଭାରତ ବାହାରେ ସମଲପୁର, ତାଂତ୍ରିକ ବୌଧ ଧର୍ମ ର ପ୍ରଚାର ପ୍ରସାର ସାଂଗେ ଜଡିତ । ଇଠାନେ ପିଟୋପାଦ ସାମ୍ବର ତଂତ୍ର ରଚନା କରିଥିଲେ ଆର ସେ ଅଦୃସ୍ୟ ହେବାର ସିଦ୍ଧି ବି ପାଇଥିଲେ । ଅସ୍ଟମ ସଦି ର କେନ ଗୁଟେ ସମିଆଁ ଥି ଇଂଦ୍ରଭୁତି ସମ୍ବଲକା (ସମଲପୁର) ର ରଜା ଥିଲେ ଆର ସେ ତାଂତ୍ରିକ ବୌଧ ଧର୍ମ ର ପ୍ରଚାରକ ଥିଲେ । ସେ ‘ଗ୍ୟାନସିଦ୍ଧି’ ର ଲେଖକ ଥିଲେ । ତାକର ବୁହେନ ଲଖ୍ମିଂକରା ବି ତାଂତ୍ରିକ ବୌଧ ଧର୍ମ ଥି ପୁଖତ ଥିଲେ । ଲଖ୍ମିଂକରା ୮୪ଟା ସିଦ୍ଧଗୁରୁ ଭିତରୁ ଝନେ ବଲି ମନାଜାଏସି ଆର ତାଂତ୍ରିକ ବୁଦ୍ଧ ଧର୍ମ ର ସହଜଜାନ ବାହାର କରିଥିଲେ ଆର କେତନି ପ୍ରସିଦ୍ଧ ଥିଲେ । ମଧ୍ୟ ଜୁଗ ବେଲକେ ସମ୍ବଲ/ସମ୍ବଲକା (ସମଲପୁର) ଗୁଟେ ପ୍ରସିଦ୍ଧ ତାଂତ୍ରିକ ବୌଧ ଧର୍ମ ର ପିଠ ଥିଲା ।
ଇଂଦ୍ରଭୁତିଂକର ବଜ୍ରଜାନ ଆର ଲଖ୍ମିଂକରାଂକର ସହଜଜାନ ଅସ୍ଟମ ସଦି ଆଡକେ ବନେ ଫଏଲିକରି ଗୁଟେ ତାଂତ୍ରିକ ସଂସ୍କୃତି ର ଚଲନ ଚଲେଇ ଦେଇଥିଲା । ଅନୁମାନ କରାଜାଏସି ଜେ ସମଲେଇ ପିଠ ବି ସେନୁ ଅଛିଆଁ ହେଇ ନେଇଁ ରହି । ମଂଦିର ର ଗରଭ ଘରେ ଜେନ ଭୟାନକ ବିନ ଆକାର ର ପଖନ ର ମଝା ନ ଆଏଁଖ ବାଗିର ଦୁଇଟା ସୁନା ର ପତର ଆର ଗାଏ ଟୁଁଡ ବାଗିର ଆକାର ତଂତ୍ର ର ପ୍ରଭାବ ଅଛେ ବଲି ଅନୁମାନ କରାଜାଏସି । ଇ ସଂଦର୍ଭ ରେ ଗର୍ଭଗୃହ ର ସାମନା ରେ ଜେନ ହଲ ଅେଛେ ସେନ ସାରେ ମୁନୁସ ପାହା ର ଚିହ୍ନା ଗୁଟେ ପଖନ ପିଁଢା ଥି ଆଠଟା ପାଖୁଡା ବାଲା ପଦ୍ମ ଥାଲି ଆକୃତି ର ତାର ଦୁହି ତରା କେ ଖୁଦା ହେଇଛେ ।
ଇ ପାହା ଚିହ୍ନା କେ ସିତଲ ମାତା ବଲି ପୁଜା କାରାହେସି । ଇ ପ୍ରକାର ପାହା ଚିହ୍ନା ଘୁଡାର, ରାନିପୁର-ଝରିଆଲ ଆର ନରସିଂଗନାଥ ନ ଦେଖବାର କେ ମିଲସି । ବିସ୍ୱାସ କରାଜାଏସି ଜେ ତାଂତ୍ରିକ ଧର୍ମିମାନେ ସିଦ୍ଧାଚାର୍ଜ୍ୟକର ପାହା ଚିହ୍ନା ପୁଜା ଅଢୁଆ ଚଲୁଥିଲା । ଦୁସରା ଭାସା ରେ କହେଲେ ସମଲପୁର ୨ୟ ରୁ ଅସ୍ଟମ ସତାବ୍ଦି ଭିତରେ ତାଂତ୍ରିକ ବୌଧ ଧର୍ମ ର ବଡ ପିଠ ଥିଲା ଆର ତେର’ସ ତକ ବି ଥିଲା ହେଲେ ଫାଁକି ବସି ଥିଲା ନ ।
ଲଂକାପୁରି ର ରଜା ଜଲେନ୍ଦ୍ରକର ପୁଓ ସିବୋଲା କେ ବିହା ହେଇଥିଲେ ଲଖ୍ମିଂକରା । ହେଲେ ଲଖ୍ମିଂକରା ତାକର ତାଂତ୍ରିକ ସାଧନା ଜାରି ରଖଲେ ଆର ସେ ଜାଗା ମହାଜୋଗ ପିଠ ନାଁ ରେ ଚାର୍ହିଆଡେ ଖ୍ୟାତି ବଢଲା । ସାତ ବରସ ତକ ସାଧନା କରି କରି ସିଦ୍ଧି ପେଇଥିଲେ ଆର ଭଗବତି ଲଖ୍ମିଂକରା ବା ଦେବି ଲଖ୍ମିଂକରା ନାଁ ଥି ଦୁନିଆଁ ଭର ପ୍ରସିଦ୍ଧି ପେଇଥିଲେ ।
ଇତିହାସକାରମାନେ ମତ ଦେସନ ଜେ ଲଂକା ବା ଲଂକାପୁରି ଆଧୁନିକ ସୁବର୍ଣ୍ଣପୁର ଏ । ସେ ହିସାବେ ଲଂକେସ୍ୱରି ବି ଲଖ୍ମିଂକରା ହେଇଥେଇପାରନ ବଲି ଅନୁମାନ କରାଜାଏସି । ଫେର ଘାଏ ଲୋକ କଥାମାନେ ବି ସୁନବାର କେ ମିଲସି ଜେନ ନ କି ସମଲେଇ ଆର ଲଂକେସ୍ୱରି ଗୁଟେ ଆନ ବଲି ବର୍ଣ୍ଣନା ଅଛେ । ଜଦି ଲଖ୍ମିଂକରା ଆର ଲଂକେସରି ଗୁଟେ ଆର ଲଂକେସରି ଆର ସମଲେଇ ବି ଗୁଟେ ଆନ ବଏଲେ ଲଖ୍ମିଂକରା ଆର ସମଲେଇ ବି ଗୁଟେ ଆନ ଜାହାକେ କି ସମଲପୁର ର ଲୋକ ପୁଜା କରସନ ।
ଲୋକ କଥା
୧୫୪୦ ନୁ ୧୫୪୭ ଭିତରେ ସ୍ୱତଂତ୍ର ପାଟନା ରାଏଜ କେ ନରସିଂଗ ଦେବ ସାସନ କରୁଥିଲେ । ତାକର ରାଜଧାନି ଇହାଦେ ର ପାଟନାଗଡ ପାଖେ ମାୟାବତି ନଏଦଖଁଡି ଥିଲା । ସୁନବାର କେ ମିଲସି ଜେ ସରାବନ ମାସର ଅଁଧାର ପଖେ ଝୋ ଝୋ ଝଁକେର ଧରିଥେ ଆର ନରସିଂଦେବ କର ରାନି ଗରଭ ଦୁଖ ଥି ବଡା ଛଟକୁଥାନ; ତାକର ଜିବନ ବିପଦ ଥି ଥିଲା । ସେ ବେଲକେ ପୁଖତ ଧେଇ ଗୁଟେ ମାୟାବତି ନଦି ର ଆର ପିଠି ରହୁଥିଲା । ହେଲେ ଝଁକେର ର ମାଡକେ ନଏଦ ଫୁଲି କରି ବଡା ଡରଡରନିଆ ହେଇଥାଏ । ହେଲେ ବଲରାମ ଦେବ ନଏଦ ଲହଁକି କରି ସେ ପିଠ କେ ଜେଇକରି ଧାଇ କେ ନିଜର ଖଂଦେ ବସେଇ କରି ଆନଲେ । ଧାଇ ରାନି କେ ଉପଚାର କଲା ଆର ରାନି ଗୁଟେ ସୁଂଦର ପିଲା ଜନମ ଦେଲେ ଜାର ନାଁ ପଛେ ହମିର ଦେବ ରଖା ହେଲା । ରଜା ନରସିଂଦେବ ତାକର ଭାଇ ର ସେବା ଥି ଖୁସ ହେଇକରି ତାହାକୁ ବଢେ ଜାବର ଜମିନ ଦେଲେ ଜେନଟା କି ‘ହୁମ ଦେସ’ ନାଁ ଥି ଜନାଗଲା ଆର ପଛେ ‘ସମଲପୁର ରେଜ’ ।
ନିଜର ବିରପନ ଥି ବଲରାମ ଦେବ ଜେତେବେଲେ ଅଲଗା ଅଲଗା ଇଲାକା ମାନକୁ କବଜା କରି ବସଲେ ରଜା ନରସିଂଦେବ କାବୁ କରବାରଲାଗି ସୈନ୍ୟ ପଠାଲେ ହେଲେ ତାକର ସନ୍ୟମାନେ ହାରିଗଲେ । ତେତକେ ରଜା ନିଜେ ଜୁଦ୍ଧ ର ଡକରା ଦେଲେ ଆର ଅଂଗନଦି ଖଁଡି ସାଲେଭଟା ନ ଡେରା ପକାଲେ । ଇଆଡେ ବଲରାମ ଦେବ ଚେରୁପାଲି ନ ଡେରା ପକାଲେ । ଇ ଜୁଦ୍ଧ ର କଥାଟା ରାଜମାତା କେ ବାଧଲା । ରାଜମାତା ତାକର ଦୁହି ପୁଓ ନରସିଂ ଦେବ ଆର ବଲରାମ ଦେବ କେ ଅଂଗ ନଦି ର ଖଁଡି କଲାପଥର ବଲି ଗୁଟେ ଠାନେ ଠିଆ ହେଇକରି ବଏଲେ, ଇ କଲାପଥର ଟା ତମର ଦୁହି ଲୁକର ରାଏଜ ର ସିମା ଏ, ଇଟାକେ ଜିଏ ଡେହଁକିବା ଆର ଜୁଦ୍ଧ କରବା ସେ ତାର ମାଁ କେ ହରନ କଲା ସାଂଗେ ସମାନ ଆଏ । ସେନୁ ଜୁଦ୍ଧ ବଂଦ ହେଇଗଲା । ନରସିଂଦେବ ଆର ରାଜମାତା ପାଟନାଗଡ ଫିରି ଆଏଲେ ଆର ବଲରାମ ଦେବ କନଗାଁ ଗଡ କେ । ଇ କଥା କେ ସାରଂଗଗଡ ର କବି ପ୍ରହଲ୍ଲାଦ ଦୁବେ ତାକର ଜୟଚନ୍ଦ୍ରିକା କାବ୍ୟ ଥି ବଁଣିହା ହିସାବେ ବର୍ଣ୍ଣନା କରିଛନ:
ମାତା ସହିତେ ଆପହିରାଜା ତାହୁଂଚାବତ କୋ ଆୟେ
ନଦି ବହ୍ମନି ସେ ରୁପମାତା ପୁତ୍ରହି ସତ୍ୟ କରାୟେ
ନଦି ନାକି କୋ ସିମା ଚପଲେ ସୁନୋ ପୁତ୍ର ତୁମ ଦୁଇ
ମେରା ହରନ ଦୋସ ସୋ ପୈହୈ ବଚନ ତାଗିୟେ ମୋଇ
ଭାତ୍ରମାତା ଦୋଉ କୋ ବନ୍ଦେ ଚଲେ ଦେବ ବଲରାମା
ଜୈସ୍ଠ ଭ୍ରାତ ମାତ ହୈ ପହୁଁଚେ ପୁନିପୁର ପାଟନା ଧାମା
ବଲରାମ ଦେବକର ସବୁନୁ ଜୁନହା ରାଜଧାନି ହଉଛେ କନଗାଁ । ଇତାର ପରେ ବରଗଡ ଆର ନୁଆଁଗଡ କେ ରାଜଧାନି ବନେଇଥିଲେ । ସେସେ ସମଲପୁର କେ ରାଜଧାନି ବନେଇଥିଲେ ।
ସେ ଦିନୁ ନରସିଂଦେବ ପାଟନାଗଡ ଆର ବଲରାମ ଦେବ ହୁମ ଦେସ ର ରଜା ହେଲେ ଆର ଜୁଡେ ଅଲଗ ଅଲଗ ରାଏଜ ବନଲା । ବଲରାମ ଦେବ ୧୫୪୦ ରୁ ୧୫୫୭ ତକ ହୁମ ଦେସ ର ରଜା ଥିଲେ ବଲି ଇତିହାସକାର ମାନେ କହେସନ ।
ବଲରାମ ଦେବ ଚୌହାନ ବଁସ ର ନିହି ହୁମ ଦେସ ନ ପହେଲା କରି ଇହାଦେ ର ବରଗଡ ପାଖେ ଜିରା ନଦି ର ଡେବରି ମୁହଁ ନ ନିଜର ରାଜଧାନି ଥାପନା କରିଥିଲେ । ଫେର ପଛେକା ସାସନ ର ସୁବିଧା ଲାଗି ରାଜଧାନି କେ ବାରପାହାଡ ପର୍ବତମାଲା ପାଖେ ନୁଆଁଗଡ କେ ନେଇଥିଲେ ଆର ସେନୁ ଫେର ଚାଉଁରପୁର ନ ତାକର ଡେରା ଲଗେଇଥିଲେ । ବଲରାମ ଦେବ ଗୁଟେ ଭଲ ଜୁଦ୍ଧା ସାଂଗେ ସାଂଗେ ସିକାର ସଉକିଆ ବି ଥିଲେ ।
ସୁନବାର କେ ମିଲସି ଜେ ଦିନେ ପରେ ରଜା ସିକାର ଲାଗି ମାହାନଦି ର ଆର ପିଠି ବୁଲୁଥାନ ଆର ଅଚାନକ ଗୁଟେ ଖରା ଦେଖଲେ କି ତାକର ସିକାରି କୁକୁରମାନକୁ ତାର ପିଛା ଥି ଲଗେଇ ଦେଲେ । ହେଲେ ଟିକେ ବାଗିର କୁଦେଇଛନ କି ନେଇଁ ସିକାରି କୁକୁର ମାନେ ଉଲଟିଆ ଡର୍ହେ ନରଦିତେଲ ପଲେଇ ଅଉଥାନ । ଦେଖଲେ ଖରା ହିଁ କୁକୁରମାନକୁ ଖେଦି ଆନୁଥାଏ ଆର ସେସକେ ମାହନଦି ର ଡେବରି ମୁହଁ ନ ଗୁଟେ ବଢେ ଜାବର ସେମେଲ ଗଛ ତଲେ ଉଭାନ ହେଇଗଲା । ରଜା ଇ ଦୃସ୍ୟ ଦେଖିକରି ଚମକି ପଡଲେ ଆର ଭାବଲେ ଇଠାନେ ନିସଚେ କିଛି ଦୈବି ସକ୍ତି ଅଛେ । ରଜା ଡେରା କେ ଫିରି ଆଏଲେ । ସେ ରାତି ରଜା ଗୁଟେ ଅଦଭୁତ ସପନ ଦେଖଲେ, ସପନ ଥି ମାଁ ସମଲେଇ ଉଭା ହେଇକରି ବଏଲେ “ମୁଇଁ ଗୁମା ଦର୍ହ ନ ରହୁଛେଁ ତୁଇ ମତେ ଆନିକରି ସେମେଲ ଗଛ ତଲେ ମଂଦିର ବନେଇକରି ଥାପନା କର” । ଏତକି କହି କରି ମାଁ ଉଭା ହେଇଗଲେ । ଧାର୍ମିକ ଆର ସାସନ ସୁବିଧା ଲାଗି ଆର ଦିନ ସକାଲୁ ବଲରାମ ଦେବ ମାହନଦି ର ଡେବରି ମୁହଁ ନ ନିଜର ରାଜଧାନି ଥାପନା କରବାର ଲାଗି ତୟ କରିନେଲେ । ସେ ମାଁ ସମଲେଇ କେ ସେମେଲ ଗଛେ ପାଖେ ଗୁଟେ ମଂଦିର ବନେଇକରି ସେନ ତାର ଥାପନା କଲେ । ସେ ବେଲକେ ସମଲପୁର ଗୁଟେ ଛୋଟ ଗାଁ ଥିଲା । ସମଲେଇ ମଂଦିର ୧୬ସ ସତାବ୍ଦି ର ମଝା ଆଡକେ ବନା ହେଇଛେ ବଲି ଜନାପଡସି । ଆର ଫେର ଘେ ୧୬୫୭ ରୁ ୧୬୬୫ ଭିତରେ ଛତ୍ର ସାଏ ମଂଦିର କେ ନୁଆଁ କରି ବନେଇଥିଲେ ଆର ମଂଦିର ର ଦେଖରେଖ କରବାର ଲାଗି ସେବାୟତ ମାନକୁ ୪୦ଟା ଗାଁ ଦେଇଥିଲେ । ସେ ଭିତରୁ କିଛି ଗାଁ ର ନାଁ ହେଲା ଜୟଘନ୍ଟ, କଲାମାଟି, ଆମସଡା, କଟାପାଲି, ନୁନିଆ ଜାମପାଲି, କରପୁଲ, ଚାଉଁରପୁର ଆଦି । ଇତିହାସକାରମାନେ ଇଟା ବି କହେସନ ଜେ ବଲରାମ ଦେବ ମଂଦିର ବନାବାର ଆଘୋନୁ ସମଲେଇ ଦେବି ର ପୁଜା ସେନର ଆଦିବାସି ମାନେ ୩ୟ ସତାବ୍ଦି ନୁ କରତେଲ ଅଉଥିଲେ ।
କଲାପାହାଡ କଥା
କଲାପାହାଡ ବଂଗାଲ ନବାବ ର ସେନାଧକ୍ଷ ଥିଲା । ସେ ଉଡିସା ଆକ୍ରମଣ କଲାବେଲକେ ସମଲପୁର ବି ଆସିଥିଲା ଆର ଦୁର୍ଗାପାଲି ନ ତାର ଡେରା ପକେଇଥିଲା । ସେ ଖାଲି ମଂଦିର ମାନକୁ ଧସକଉଥିଲା ଆର ସେନର ସୁନା-ରୁପା ସଂପତି ବୁହି ନଉଥିଲା । ସମଲପୁର ଆସବାର ଆଘୋନୁ ସେ ପୁରି ର ଜଗନ୍ନାଥ ମଂଦିର କେ ବି ଜାଇଥିଲା ଆର ସେନର ସୁନା-ରୁପା ସବୁ ବୁହି ନେଇକରି ମଂଦିର କେ ଛାରଖାର କରିଦେଇଥିଲା । ମାହପୁରୁ ର ମୁର୍ତିକେ ସେ ପୁଡେଇ ଦେଇଥିଲା । ହେଲେ ସମଲପୁର ର ସମଲେଇ ମଂଦିର କେ ସେ ଟାମଡି ବି ନି ପାରଲା ବଲି ଲୋକ କଥା ମାନେ ସୁନବାର କେ ମିଲସି । ଦିନେ ବେଲବୁଡିଆ ପରେ କଲାପାହାଡ ର ଡେରା କେ ସୁଂଦର ଧାଂଗରି ଟୁକେଲ ଗୁଟେ ଦହି, ଗୁରସ, ଛେନା ଆର ଏନ୍ତା ଗୁରସ ର ବନାଲା ସାମାନ ମାନେ ବିକି ଆନିଥିଲା । କଲାପାହାଡ ର ସନ୍ୟମାନେ ସେ ଖାନା ମାନେ ଘିନଲେ ଆର ଖାଇ ଆନଲେ ଜେ କାଣା ବାଗିର, କଲାପାହାଡ ବି ଖେଇଥିଲା । ଖେଇସାରି ସବେ ସୁଇଛନ ଆର ସଖାଲୁ ଉଠଲା ବେଲକେ ପରେ ସବେ ଝାଡାବାଁତି ହେଇକରି ଦୁର୍ବଲ ହେଇଗଲେ, ଆର ଅଧେ ମରିଗଲେ ବି । ତାର ପରେ କଲାପାହାଡ ତାର ସନ୍ୟ ଧରିକରି ଫିରିଗଲା । ବିସ୍ୱାସ କରାଜାଏସି ଜେ ମାଁ ସମଲେଇ ଖୁଦ ନିଜେ ଧାଂଗରି ଦହିବାଲି ଭେସ ଥି କଲାପାହାଡ ର ସନ୍ୟମାନକୁ ଦହି ଆର ଗୁରସ ଖୁଏଇ କରି ଦୁର୍ବଲ କରିଥିଲା । ଗୁରଦୁ ଦିନ ତକ କଲାପାହାଡ ଆନିଥିବାର ବଢେ ଜାବର ଘନ୍ଟି ସମଲେଇ ମଂଦିର ମୁଖସାଲା ନ ରଖା ହେଇଥିଲା ତେଲ ଆର କେତନିଟେ କବର ସମଲେସ୍ୱରି କଲେଜ ପାଖର ଆମବୁରେଇ ନ ଦିଆହେଇଛେ ଜେନଟା କି କଲାପାହାଡ ର ସନ୍ୟମାନକର ଏ ବଲି କହେସନ ।
ସମଲେଇ ମଂଦିର ନ ବଲି
ସମଲେଇ ଦେବି ଆର ସମଲେଇ ମଂଦିର କେ ନେଇକରି କେତନି କଥାନି ସୁନବାର କେ ମିଲସି । ମୁଲୁ ମୁଲୁ ପରେ ମଂଦିର ନ ମୁନୁସ ବଲି ଦିଆ ହଉଥିଲା ଫେର ପଛେକା ପରେ ମୁନୁସ ବଲି ବଂଦ କରି କରି ସେନ ପୋଡ ବଲି ଦିଆ ହେଲା । ସେସକେ ପୁରାପୁରି ବଲି ଦେବାର ଟା ବଂଦ କରି ଦିଆ ହେଇଛେ । ଇ ସବୁ ଲୋକ କଥା ଆର ଚଲନି ଗୁଟେ କଥା ପ୍ରମାଣିତ କରସି ଜେ ସମଲେଇ ଦେବି ଆଦିବାସି ଆର ହିନ୍ଦୁମାନକର ଭିତରେ ସଂପର୍କ ଥାପନା କରବାର ଗୁଟେ ବହୁତ ବଡ ମାଧ୍ୟମ ଆନ । ଲୋକ କଥା ଅନସାରେ ଥରେ ଗୁଟେ ସିଦ୍ଧ ବାମହନ ସମଲପୁର କେ ଆଇଥିଲା । ତାହାକେ ମଂଦିର ର ପୁଜାରିମାନେ ବଲି ଦେବାର କେ ଧରିନେଲେ ବେଲେ ସେ ବାମହନ ବଏଲା, ତମେ ମତେ ଦେବି ର ଠାନେ ଏକଲା ଛାଡି ଦିଅ; ତାର ଜଦି ଖେବାର ଥିବା ବଏଲେ ଖେବା । ବାମହନ ର କଥା ଥି ତାହାକେ ମଂଦିର ଭିତରେ ଏକଲା ବଂଦ କରିଦେଲେ । ଆର ଦିନ ସକାଲୁ ବାମହନ ବିନା ଖ୍ୟତି ରେ ବାହାରଲା । ଇ ଘଟଣାଟା ରାଏଜସାରା ଫଏଲି ଗଲା ଆର ଲୋକ ଭାବଲେ ସମଲେଇ ଦେବି ବାମହନ କେ ପ୍ରସନ୍ନ ହେଇଛନ । ଇ କଥା ଟା ସେତକି ବେଲର ରଜା ବଲିଆର ସିଂ ର କାନେ ବି ପଡଲା । ସେ ତେହରୁ ମଂଦିର ନ ମୁନୁସ ବଲି ବଂଦ କରାଲେ ଆର ତାର ବଦଲା ପୋଡ ବଲି ଦିଆହେଲା । ଧିରେ ଧିରେ ଇହାଦେ ପୋଡ ବଲି ବି କମି କରି ବୁକା ଆର ଗଂଜା ବଲି ଚଲୁଛେ ।
କିଛି କଥାନି ସମଲେଇ ଦେବି କେ ଦକ୍ଷ ଜଗ୍ୟଁ ପରେ ସତିଂକର ଦିହଁ ର ଅଂସ ମାନେ ଜେନ କିଛି ଠାନେ ପଡିଥିଲା ସେ ଭିତରୁ ସମଲେଇ ପିଠ କେ ବି ଗୁଟେ ବଲି ଜୁଡୁଛେ । ସମଲେଇ ଦେବିକଂର ମୁର୍ତି ସାଂଗେ ଉଡିସାର କେନସି ସାକ୍ତ ଦେବିଂକର ସାଂଗେ ମେଲ ନେଇଁ ଖେ । ସମଲେଇଂକର ପାସ୍ୱର୍ ଦେବତା ହଉଛନ ପିତାବଲି ଆର ପିତାବଲି ହଉଛନ କଂଧମାନକର ଦେବି । ଦକ୍ଷ ଜଗ୍ୟଁର ସତି କଥାନି କେ ସମଲେଇ ପିଠ ସାଂଗେ ଜୁଡବାର କାରଣ ହଉଛେ ଆଦିବାସିମାନକର ଭିତରେ ବିସ୍ୱାସ ଆନବାର ଜେ ସମଲେଇ ହିନ୍ଦୁମାନକର ବି ଦେବି ଆନ ।
ସମଲେଇଂକର ମୁଲ ପୁଝାରି ହଉଛନ ସଁରା ଆର ଝରା ଜାତି ର ଲୋକମାନେ । ଇମାନକର ମୁଖିଆ କାମ ଥିଲା ମାହନଦି ନୁ ହିରା ନୁରବାର । ଥରେକା ହେନ୍ତା ହିରା ନୁରୁନ ନୁରୁନ ପେନ ଭିତରେ ବଢେ ପଖନଟେ ପେଲେ । ସେମାନେ ସେ ଭିତରେ ହିରା ଥିବା ଭାବି ସେଟାକେ ଆନକରି ନଏଦଖଁଡି ର ସେମେଲ ଗଛ ତଲେ ରଖିଥିଲେ ହେଲେ ପଛେକା ଜାନଲେ ଜେ ସେଟା ପଖନ ନେଇସେ ପଖନ ମୁର୍ତି ହେଇକରି ଦେବି ର ରୋପ ଏ । ଫେର ସେ ଦେବି ମୁର୍ତି କେ ସେ ଦିନୁ ସେନ ପୁଜା କରି ବସଲେ । ଇନୁ ଜନା ପଡସି ଜେ ସମଲେଇ ଗୁଟେ ଅନବାମହନ ଦେବି । ହେଲେ ସାସକମାନେ ସେ ଆଦିବାସିମାନକର ଭାବନା କେ ରଖିକରି ସାଂଗେ ମୁଖିଆ ଧାରା ର ହିନ୍ଦୁ ସଂସ୍କୃତି ସାଂଗେ ସେଟାକେ ମିସେଇଛନ ।
ଚୌହାନ ରଜାମାନେ ସମଲେଇ ପିଠ ର ସବୁ ଆଦିକାଲିନ ଚିହ୍ନାମାନକୁ ରଖବାର ଲାଗି ସବୁ କିସମ ର ଜତନ କରିଛନ ଜେନ୍ତା ଦେବି ର ଏନିକୋନିକାଲ ଛବି, ଦେବି ର ଅନବାମହନ ପୁଝାରି, ରକତ ବଲି ଆଦି । ଇତାର ସାଂଗେ ସେମାନେ ମଂଦିର ମାନକୁ ନୁଆଁ କରି ଚିକନ-ଚାକନ କରି ବନେଇଛନ, ସେନ ପୁଜା ର ପଦ୍ଦତିମାନେ ଧିରେ ଧିରେ ଚଲେଇଛନ, ପୁଜା, ପୁଝାରି ଆର ମଂଦିର ଲାଗି ଜମିନ ମାନେ ଦାନ କରିଛନ । ଆର ଧିରେ ଧିରେ ଆଦିବାସିମାନକର ସଂସ୍କୃତି କେ ହିନ୍ଦୁ ସଂସ୍କୃତି ସାଂଗେ ଜୁଡିଛନ ଆର ମୁଲ ଅଧିବାସି ମାନକୁ ଖୁସ ରଖିକରି ନିଜର ରେଜ ଚଲେଇଛନ ।
ସାକେତ ଶ୍ରୀଭୁଷଣ ସାହୁ